WeatherUpdate - The Sakala
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ଗୁରୁବାର ଏକ ଲଘୁଚାପ ସୃଷ୍ଟି ହେବ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଲଘୁଚାପ ସୃଷ୍ଟି ପରେ ଏହା ଅଧିକ ଘନୀଭୂତ ହୋଇ ସଦୃଶ ଲଘୁଚାପ ଓ ଅବପାତର ରୂପ ନେବାକୁ ଥିବାରୁ ଆଗକୁ ବର୍ଷାର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହ ଲଘୁଚାପ ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବାକୁ ଥିବା ବେଳେ ୨୪ ଓ ୨୫ ତାରିଖରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ରୁ ୨୭ ତାରିଖ ପର୍ଯନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଗୁରୁବାର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରି ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଚାରି ଜିଲ୍ଲାରେ ୭ରୁ ୨୦ ସେମି ବର୍ଷା ନେଇ ଅରେଞ୍ଜ ଆର୍ଲଟ ଜାରି ହୋଇଛି। ସେହିପରି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତିକୁ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ବୁଧବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ସମେତ କଟକ, ପୁରୀ ଦାରିଙ୍ଗବାଡ଼ି, ଛତ୍ରପୁର, ନାୟଗଡ଼, ଖୋର୍ଦ୍ଧା, ରାୟଗଡ଼ା ଓ ପାରଳା ଖେମୁଣ୍ଡି ଆଦିରେ ପ୍ରବଳ ବର୍ଷା ହୋଇଛି। ଏହି ସମୟରେ ଭୁବନେଶ୍ୱରରେ ସର୍ବାଧିକ ୭୦ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ପ୍ରଭାବରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଭୁବନେଶ୍ୱର: ବିରତି ନେବ ମୌସୁମୀ। ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସୁ ଆସୁ ବର୍ଷାରେ ଲାଗିବ ବଡ଼ ବ୍ରେକ୍‌। ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବା ସହ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଫଳରେ ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍‌ ୧୦ ପରେ ବା ରଜ ବେଳକୁ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି।
ସୂଚନା ଅନୁଯାୟୀ, ଉଭୟ ଆରବ ସାଗରରେ ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହେତୁ ଚଳିତ ବର୍ଷ ମୌସୁମୀ ବହୁ ଆଗରୁ ଅର୍ଥାତ ୨୪ ମେ’ରେ କେରଳ ଛୁଇଁଥିଲା। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଏହାକୁ ଓଡ଼ିଶା ଆଡ଼କୁ ଟାଣି ଆଣିବାରେ ସକ୍ଷମ ହେବା ହେତୁ ରାଜ୍ୟକୁ ମଧ୍ୟ ସ୍ୱାଭାବିକଠାରୁ ଦୁଇ ସପ୍ତାହ ଆଗରୁ ମୌସୁମୀ ଆସିଥିଲା। ମାତ୍ର ଲଘୁଚାପର ପ୍ରଭାବ କମିବା ପରେ ମୌସୁମୀ ବ୍ରେକ୍‌ ମାରିବାକୁ ଯାଉଛି। ମୁଖ୍ୟତଃ ଉତ୍ତର ଆଫାଗାନୀସ୍ଥାନରେ ପଶ୍ଚିମା ଝଡ଼ ଓ ଏହା ପଛକୁ ସୃଷ୍ଟି ହେବାକୁ ଥିବା ଆଉ ଏକ ପଶ୍ଚିମା ଝଡ଼ ମୌସୁମୀକୁ ଆଗରେ ପ୍ରତିବନ୍ଧକ ହେବ ବୋଲି ଜଣାପଡ଼ିଛି। ଯାହାର ଫଳ ସ୍ୱରୂପ ରାଜ୍ୟରେ ଉଭୟ ମୌସୁମୀ ଏବଂ ଲଘୁଚାପ ଥିବା ସତ୍ତେ୍ୱ ଓଡ଼ିଶାରେ ବିଶେଷ ବର୍ଷା ହୋଇନାହିଁ। ପଶ୍ଚିମା ଝଡ଼ ସକ୍ରିୟ ହେଲେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଆସିଥାଏ। ଏହାଦ୍ୱାରା ବାୟୁ ମଣ୍ଡଳରେ ଆର୍ଦ୍ରତା କିମିବା ସହ ବର୍ଷା କମିଥାଏ। ପ୍ରାୟ ଦୁଇ ସପ୍ତାହେ ପର୍ଯ୍ୟନ୍ତ ଏଭଳି ସ୍ଥିତି ଯୋଗୁଁ ମୌସୁମୀର ବ୍ରେକ୍‌ ଲାଗିବ ବୋଲି ଜଣାପଡ଼ିଛି।
ଅନ୍ୟପଟେ ଗୁରୁବାର ରାଜ୍ୟର ଆଉ କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଛି। ଉଭୟ ମୌସୁମୀ ଓ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ଏହା ରାଜ୍ୟରେ ମୌସୁମୀକୁ ଅଧିକ ସକ୍ରିୟ କରାଉଛି। ଫଳରେ ଗୁରୁବାର ରାଜ୍ୟର ଆଉ କେତେକ ଜିଲ୍ଲାକୁ ମୌସୁମୀ ଅଗ୍ରସର ହୋଇଛି। ଆଜି ମାଲକାନଗିରିି, କୋରାପୁଟ,ଗଜପତି ଜିଲ୍ଲାକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିଥିବା ବେଳେ ନବରଙ୍ଗପୁର, ଗଞ୍ଜାମ, ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳ ଓ କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଏବେ ଏହା ଗଭୀର ଅବପାତ ଅବସ୍ଥାରେ ରହିଛି। ଏହା ସାଗର ଦ୍ୱୀପ ଏବଂ ବାଂଲାଦେଶ ଖେପୁପୁରା ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଶୁକ୍ରବାର କିଛି କିଛି ସ୍ଥାନରେ ବର୍ଷା ଆଶଙ୍କା ରହିଛି। ତେବେ ବର୍ଷାର ପ୍ରଭାବ ଶୁକ୍ରବାରଠାରୁ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୁକ୍ରବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ହାଲୁକାରୂୁ ମଧ୍ୟମ ବର୍ଷା ଆଶଙ୍କା ରହିଛି।
ରାଜ୍ୟରେ ଦିନେ ଦୁଇ ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁବ ତାତି
ଭୁବନେଶ୍ବର: ରାଜ୍ୟରେ ଦିନେ ଦୁଇ ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।  ଟାଣ ଖରା ସହ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଗରମ ଶୁଷ୍କ ପବନ। ଏହାରି ପ୍ରଭାବରେ ଦିନକୁ ଦିନ ଉପରମୁହାଁ ହେଉଛି ପାରଦ।
ଗତକାଲି ଝାରସୁଗୁଡା ଦେଶର ଷଷ୍ଠ ଉତ୍ତପ୍ତ ସହର ଭାବରେ କରିଥିଲା ରେକର୍ଡ। ୩୯ ଡିଗ୍ରୀ ତାପମାତ୍ରା ସହ ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା । ପଶ୍ଚିମ ଓଡ଼ିଶାରେ ଏବେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହିଛି ତାତ॥ ଆସନ୍ତା ଦୁଇ ଦିନ ପରେ ପୁଣି ୨ ରୁ ୩ ଡିଗ୍ରୀ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ମାର୍ଚ୍ଚ ମାସରେ ସ୍ବାଭାବିକ ଠାରୁ ଅଧିକ ଦିନ ହେବ ଗ୍ରୀଷ୍ମପ୍ରବା॥ପଶ୍ଚିମ ଓଡିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ଯ ତାତି ବଢିବ ଆକଳନ କରାଯାଇଛି।
୩୫ ଡିଗ୍ରୀ ଛୁଇଁଲା ୪ ଜିଲ୍ଲାର ପାରଦ, ଆଉ ୨ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
ଭୁବନେଶ୍ୱର: ମାଘରେ ବାଘଖରା। ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ଏବେଠାରୁ ଫ୍ୟାନ/ଏସି ଲୋଡ଼ା ପଡ଼ିଲାଣି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ସହ ରାତି ତାପମାତ୍ରା ମଧ୍ୟ ୨୦ ଡିଗ୍ରୀ ଉପରେ ରହୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ଦିନ ମଧ୍ୟରେ ରାତି ତାପମାତ୍ରାରେ ଆହୁରି ୨ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ଚଳିତ ସପ୍ତାହ ଶେଷ ସୁଦ୍ଧା କିଛି କିଛି ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର କହିଛି।
ରବିବାର ରାଜ୍ୟର ଅଧିକାଂଶ ସ୍ଥାନରେ ଟାଣଖରା ଅନୁଭୂତ ହୋଇଛି। ରାଜ୍ୟର ୪ଟି ସ୍ଥାନରେ ତାପମାତ୍ରା ୩୫ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା‌ରେ ସର୍ବାଧିକ ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ତଳକୁ ଟିଟଲାଗଡ଼, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୩୫ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୩୪.୬ ଡିଗ୍ରୀ ରହିଥିବା ବେଳେ କଟକରେ ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଗୁରୁଚାପବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ପ୍ରବେଶ କରୁଛି। ଏଥିପାଇଁ ଆଗାମୀ ୨ ଦିନରେ ରାତିର ତାପମାତ୍ରାରେ ଆହୁରି ୨ଡିଗ୍ରୀ ଯାଏ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ୬ରୁ ୭ଦିନ ଯାଏ ଶୀତର କୌଣସି ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ, ରାତି ତାପମାତ୍ରା ଅଧିକ ରହୁଥିଲେ ହେଁ ଭୋର୍‌ ସମୟରେ ପ୍ରବଳ ଘନ କୁହୁଡ଼ି ଅନୁଭୂତ ହେଉଛି। ଘନ କୁହୁଡ଼ି ସମୟରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାନବାହାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯାତାୟାତ ସମୟରେ ଅଧିକ ସତର୍କତା ଅବଲମ୍ୱନ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ସୋମବାର ବିଳମ୍ବିତ ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଆଦିରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପାଣିପାଗ କେନ୍ଦ୍ରର ସୂଚନା ଆଧାରରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌‌ଆରସି ସତର୍କ କରାଇଛନ୍ତି। ରାଜପଥରେ ଯାନବହାନ ଚଳାଚଳ ବେଳେ ଦୁର୍ଘଟଣା ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ଓଡ଼ିଶାରେ ବଡ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଓଡ଼ିଶାରେ ବଡ ବର୍ଷା ସମ୍ଭାବନା । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ମିଆଁମାର ଉପକୂଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ । ପ୍ରଭାବରେ ୧୫ ତାରିଖ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ୨୫ ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଲିଠୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି ।
ଘଡଘଡି ବିଜୁଳି ସହ ବର୍ଷା ନେଇ ରାୟଗଡା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ, ସୁନ୍ଦରଗଡ ଏବଂ ଢେଙ୍କାନାଳ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୧୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ନୟାଗଡ, ବୌଦ୍ଧ, କନ୍ଧମାଳ, କଳହାଣ୍ଡି, କଟକ ଏବଂ ଅନୁଗୁଳ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି ।
୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା, ୧୫ ରେ ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟାର ପରିସ୍ଥିତି ଦେଖାଦେବ । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା କମିବା ସହ ଯାତାୟତରେ ବାଧା ସୃଷ୍ଟି ହେବ । କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର ପ୍ରଭାବ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ରହିବ ବୋଲି ଆକଳନ କରାଯାଇଛି ।
ବର୍ଷା ଅଭାବରୁ ୧୧ ଜିଲ୍ଲା ସ୍ଥିତି ବେହାଲ, ୨ରୁ ଫେରିପାରେ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ନିଅଣ୍ଟିଆ ବର୍ଷାର ପ୍ରଭାବ ଜାରି ରହିଛି। ନିଷ୍କ୍ରିୟ ମୌସୁମୀ ଯୋଗୁଁ ତାତି ବଢ଼଼ିବା ସହିତ ଗରମ ଗୁଳୁଗୁଳି ଲାଗି ରହିଛି। ବର୍ଷା ଅଭାବରୁ ରାଜ୍ୟର ୧୧ ଜିଲ୍ଲାରେ ସ୍ଥିତି ଖରାପ ହେବାରେ ଲାଗିଛି। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଆହୁରି ବିଗିଡ଼ିପାରେ ବୋଲି କୁହାଯାଉଛି। ଚଳିତ ବର୍ଷ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଚାଷୀ ଓ ଚାଷ ପାଇଁ ସମସ୍ୟା ସୃଷ୍ଟି କରିଛି। ଅନ୍ୟପକ୍ଷରେ ବୁଧବାର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।
୩ ଓ ୪ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼଼ିବା ସହ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ହେଲେ ଶନିବାରଠାରୁ ବର୍ଷାର ପରିମାଣ ପାରେ। ଅନ୍ୟପଟେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମୌସୁମୀର ଅଭିମାନ ଭାଙ୍ଗିପାରେ ଓ ରାଜ୍ୟକୁ ପୁଣି ବର୍ଷା ଫେରିବା ଆଶା ସୃଷ୍ଟି ହୋଇଛି।
ଭାରତରେ ମୌସୁମୀ ବର୍ଷାର ଅଭାବ ସାଧାରଣତଃ ଆମେରିକା ନିକଟସ୍ଥ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ଓ ବିଷୁବ ରେଖା ନିକଟସ୍ଥ ମହାସାଗର ଅଞ୍ଚଳରେ ପଶ୍ଚିମରୁ ପୂର୍ବଦିଗକୁ ଗତିକରୁଥିବା ମାଡାମ ଏବଂ ଜୁଲିଆନ ତରଙ୍ଗର ପ୍ରତିକୂଳ ସ୍ଥିତି ପାଇଁ ପ୍ରଭାବିତ ହୋଇଥାଏ। ମାଡାମ ଏବଂ ଜୁଲିଆନ ତରଙ୍ଗ ସକ୍ରିୟ ରହିଲେ ଏହା ଭାରତର ମୁଖ୍ୟ ଭୂଭାଗ ଅଞ୍ଚଳରେ ସାଧାରଣତଃ ମେଘ ଖଣ୍ଡକୁ ତ୍ୱରାନ୍ୱିତ କରିଥାଏ, ଫଳସ୍ୱରୂପ ମେଘ ସମୂହର ଉତ୍ତରାୟଣ ଗତି ସହ ବିନା ଲଘୁଚାପରେ ମଧ୍ୟ ଭଲ ବର୍ଷା ହୋଇଥାଏ। ଏହି ତରଙ୍ଗ ସକ୍ରିୟ ରହିଲେ ଏହା ଲଘୁଚାପ ସୃଷ୍ଟିର ଅନୁକୂଲତାକୁ ମଧ୍ୟ ବୃଦ୍ଧି କରାଇ ଥାଏ। ସେହିପରି ଏଲ୍‌‌ନିନୋ ସାଧାରଣତଃ ଭାରତରେ ଦୁର୍ବଳ ମୌସୁମୀ ପବନ ଏବଂ ଶୁଖିଲା ପାଗକୁ ଅଧିକ ପ୍ରଶମିତ କରାଏ।
ସକ୍ରିୟ ଏଲ୍‌‌ ନିନୋ ଯୋଗୁଁ ଅଗଷ୍ଟ ମାସରେ ସାଧାରଣ ପାଞ୍ଚଟି ଲଘୁଚାପ ଆଶା କରାଯାଉଥିବା ବେଳେ ମାତ୍ର ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଅନ୍ୟପଟେ ଦକ୍ଷିଣ ଚୀନ୍‌‌ ସାଗର ଉପରେ ବିକଶିତ ହେଉଥିବା ନିମ୍ନ-ଚାପ ବା ଲଘୁଚାପ କ୍ଷେତ୍ର ଭିଏତନାମ ପଶ୍ଚିମ ଦିଗକୁ ଗତି କରେ, ଭିଏତନାମ ଏବଂ ଥାଇଲ୍ୟାଣ୍ଡ ଅତିକ୍ରମ କରିବା ପରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେରେ ପହଞ୍ଚେ। ଚଳିତ ବର୍ଷ ଏହା ଯଥେଷ୍ଟ ହ୍ରାସ ହୋଇଛି।
ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବା ଯୋଗୁଁ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମିମି ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୦.୨ ମିମି ତୁଳନାରେ ୯୩ ପ୍ରତିଶତ କମ୍‌‌ ରହିଛି। ସେହିପରି ମୌସୁମୀ ଋତୁରେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ତୁଳନାରେ ୧୪ ପ୍ରତିଶତ କମ୍‌‌ ବର୍ଷା ହୋଇଛି। ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ୨୦-୫୯ ପ୍ରତିଶତ ରହିଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ସ୍ଥିତି ସ୍ୱାଭାବିକ ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ରାଜ୍ୟରେ ଅସହ୍ୟ ତାତି: ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୨.୬ ଡ଼ିଗ୍ରୀ
ଭୁବନେଶ୍ୱର: ସାରା ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁର ତାପମାତ୍ରା ୪୨.୬ ଡ଼ିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟପଟେ ଡହଡହ ଖରାରେ ସିଝିଲେ ରାଜଧାନୀବାସୀ। ଭୁବନେଶ୍ୱରର ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ଥିବାବେଳେ ଝାରସୁଗୁଡା ୪୨.୨ ଡ଼ିଗ୍ରୀ, ହୀରାକୁଦରେ ୪୨.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୯.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୩.୬ ଡ଼ିଗ୍ରୀ, ଗୋପାଳପୁରରେ ୩୫.୪ ଡ଼ିଗ୍ରୀ, ପୁରୀରେ ୩୬ ଡ଼ିଗ୍ରୀ, ପାରାଦୀପରେ ୩୪.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ରାଜ୍ୟରେ ଆହୁରି ଦୁଇ ଦିନ ଭୀଷଣ ଗ୍ରୀଷ୍ମ ଲହରୀ
ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଶିଜୁଛି ଓଡ଼ିଶା। ମୌସୁମୀ ବର୍ଷା ବଦଳରେ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ସକାଳୁ ରୌଦ୍ରତାପ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଚଣ୍ଡ ତାତି ରହୁଥିବା ବେଳେ ଦିନ ତମାମ ଗୁଳୁଗୁଳିରେ ଲୋକେ ନକଲବଲ ହେଉଛନ୍ତି। ବାହାରେ ତାତି ଓ ଘରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାରୁ ଲୋକେ ଗ୍ରୀଷ୍ମ ପ୍ରକୋପରେ ତ୍ରାହୀ ତ୍ରାହୀ ଡାକୁଛନ୍ତି। ଗତ ୩ ଦିନ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଆହୁରି ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହୀ ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।  ରବିବାର ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିବା ବେଳେ ରାଜ୍ୟର ୩୦ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି। ୪୪.୫ ଡିଗ୍ରୀ ସହ ବଲାଙ୍ଗିର ଓ ବରଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସାଜିôତବା ବେଳେ ଝାରସୁଗୁଡ଼ାରେ ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ ହୋଇଛି।
ସେହିପରି ସୋନପୁରରେ ୪୪.୩, ସମ୍ୱଲପୁରେ ୪୩.୬, ବୌଦ୍ଧରେ ୪୩.୫, ହୀରାକୁଦରେ ୪୩.୧, ସୁନ୍ଦରଗଡ଼, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୪୨.୬ ଓ କଟକରେ ତାତି ୪୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଧିକ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ସାଙ୍ଗକୁ ରହୁଥିବା ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ହେଉଛି। ପାଣିପାଗ କେନ୍ଦ୍ର କହିଛି ଯେ ଆଗାମୀ ୩-୪ ଦିନ ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ ନାହିଁ। କାରଣ ରବିବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ୪-୭ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ଏହି ସ୍ଥାତି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାରୁ ୨ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମ ଲହରୀ (ସିଭିୟର ହିଟ୍‌‌ୱେଭ୍‌‌)ସତର୍କତା ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗୁଣ୍ଡିଚା ପୂର୍ବରୁ ମୌସୁମୀ ବର୍ଷା ସମ୍ଭାବନା କମ୍‌‌ ରହିଛି। ସେ କହିଛନ୍ତି ଯେ ରାଜ୍ୟରେ ଅତି କମ୍‌‌ରେ ୧୯ ପର୍ଯ୍ୟନ୍ତ ଗରମ ଜାରି ରହିବ। ଆସନ୍ତା ସପ୍ତାହରେ ଗ୍ରୀଷ୍ମ ପ୍ରବାହ ବଢ଼଼ିବ। ୨୦ ତାରିଖ ପୂର୍ବରୁ ମୌସୁମୀ ଆସିବା ସଙ୍କେତ ମିଳୁନାହିଁ। ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଏ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ତାତି ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ସୋମବାର ଭୁବନେଶ୍ୱରରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ ଅଧିକ ବଢ଼଼ିବାରେ। ସେହିପରି ଆଭ୍ୟନ୍ତର ଓଡ଼ିଶା, ବିଶେଷକରି ଦକ୍ଷିଣ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ୪୬ ଡିଗ୍ରୀ ଅତିକ୍ରମ ହୋଇପାରେ। ଉପକୂଳରେ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ବଢ଼଼ିବା ବେଳେ ରାଜ୍ୟରେ ଝାଞ୍ଜି ପବନ ବହିବାର ସମ୍ଭାବନା ଥିବାରୁ ଗରମ ଅଧିକ ଅସହ୍ୟ ହେବାର ଆଶଙ୍କା ରହିଛି।
୧୬ ଓ ୧୭ରେ ମଧ୍ୟ ଭୁବନେଶ୍ୱରରେ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିପାରେ ଓ ୧୭ ପରେ କିଛି ବର୍ଷା ଯୋଗୁଁ ଉପକୂଳରେ ତାପମାତ୍ରା କମିବାର ସମ୍ଭାବନା ରହିଛି। ଆଭ୍ୟନ୍ତର ଓଡ଼ିଶାରେ ଅତି କମ୍‌‌ରେ ୨୦ ପର୍ଯ୍ୟନ୍ତ ଗରମ ଚାଲୁ ରହିବାକୁ ଥିବା ବେଳେ ପ୍ରାକ୍‌‌ ମୌସୁମୀ ବର୍ଷା ପରେ ହିଁ ଗରମ କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଓଡ଼ିଶାରେ ମୌସୁମୀ ବର୍ଷା କେବେ ଆରମ୍ଭ ହେବ ବର୍ତ୍ତମାନ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନ ଥିବା ବେଳେ ଏହା ଗୁଣ୍ଡିଚା ଯାତ୍ର ପରେ ଛୁଇଁପାରେ। ତେବେ ୧୮-୨୦ ଭିତରେ ରାଜ୍ୟରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ହୋଇପାରେ। ଗୁଣ୍ଡିଚା ଯାତ୍ରା ଦିନ ଉପକୂଳରେ, ବିଶେଷ କରି ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।
ସୋମବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କେନ୍ଦୁଝରରେ ପ୍ରବଳ ତାତି ଅନୁଭୂତ ହେବାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକରେ ଭୀଷଣ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ସୁନ୍ଦରଗଡ଼, ନୂଆପଡ଼ା, କନ୍ଧମାଳ ଓ ମୟୂରଭଞ୍ଜରେ ପ୍ରବଳ ତାତି ଅନୁଭୂତ ହେବାକୁ ଥିବାରୁ ଏହି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଳର୍ଟ ଜାରି ହୋଇଛି।
ଆଜିଠୁ ବଢ଼ିବ ତାତି
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ସୋମବାରଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବ। ଫଳରେ ଗତ ୨-୩ ଦିନ ହେବ ରାତିରେ ଅନୁଭୂତ ହେଉଥିବା ଥଣ୍ଡା ହ୍ରାସ ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରବିବାର ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ପାରଦ ୩୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନୁଗୁଳ ୩୩.୭, ଭୁବନେଶ୍ୱର ୩୩.୫, ଝାରସୁଗୁଡ଼ା, ମାଲକାନଗିରି ଓ ନୟାଗଡ଼ରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ସବୁ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ପାର କରିବାର ସମ୍ଭାବନା ସୃଷ୍ଟି ହୋଇଛି।
ଅନ୍ୟପଟେ ଫେବୃଆରୀ ମାସ ପାଇଁ ଆଇଏମଡି ପକ୍ଷରୁ ଜାରି ଆକଳନରେ କୁହାଯାଇଛି ଯେ ଚଳିତ ମାସ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାକୁ ଥିବା ବେଳେ ଦକ୍ଷିଣରୁ ଉତ୍ତର ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ତାପମାତ୍ରା ଯଥେଷ୍ଟ ଅଧିକ ରହିବ। ଯାହାଦ୍ୱାରା ଏହି ସ୍ଥାନଗୁଡ଼ିକରେ ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରବଳ ଖରାର ପ୍ରକୋପ ଦେଖାଯିବ ନେଇ ଆଶଙ୍କା କରାଯାଉଛି। ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବା ଆରମ୍ଭ ହୋଇଥିବାରୁ ତାପମାତ୍ରା ବଢ଼଼ିବା ଆରମ୍ଭ ହୋଇଛି। ଏହାସହିତ ରାଜ୍ୟରେ କୁହୁଡ଼ି ନେଇ ମଧ୍ୟ ଅନୁକୂଳ ପାଗ ସୃଷ୍ଟି ହୋଇଛି।
ସୋମବାର ସକାଳ ସୁଦ୍ଧା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଆଦିରେ କୁହୁଡ଼ି ହେବାକୁ ଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କଟକ ଓ ଯାଜପୁର ଆଦିରେ କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ରାଜ୍ୟକୁ ଗଲା ୪ ଦିନ ହେବ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁର ପ୍ରବେଶ ହେଉଥିଲା। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଶୀତ ଅନୁଭୂତ ହେଉଥିଲା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବା ସହ ଅନେକ ସ୍ଥାନରେ ପାରଦ ୫ ଡିଗ୍ରୀ ତଳକୁ ଖସିଥିଲା। ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି ଓ ତାତି ବଢ଼଼ିବା ନେଇ ପାଗ ଅନୁକୂଳ ହୋଇଛି।
ଆଜିଠୁ ବଢ଼ିବ ଥଣ୍ଡା
ଭୁବନେଶ୍ୱର : ରାଜ୍ୟକୁ ପୁଣି ଶୀତ ଫେରିବ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ତାପମାତ୍ରା ତଳକୁ ଖସିବ। ଧୀରେ ଧୀରେ ରାଜ୍ୟକୁ ଉତ୍ତରା ଶୁଷ୍କ ବାୟୁ ପ୍ରବେଷ କରିବା ଆରମ୍ଭ ହୋଇଛି। ୬ ତାରିଖ ସୁଦ୍ଧା ଏହାର ଆହୁରି ଶକ୍ତିଶାଳୀ ହେବ। ତେଣୁ ଗୁରୁବାର ରାତିଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼଼ିବ ବୋଲି ଆକଳନ କରାଯାଇଛି। ଗତ କିଛି ଦିନ ହେବ ରାଜ୍ୟକୁ ସାମୁଦ୍ରକି ବାୟୁର ପ୍ରବାହ ଜାରି ରହିଥିଲା। କିନ୍ତୁ ମଧ୍ୟରେ ଭାରତରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାକୁ ଥିବାରୁ ଓଡ଼ିଶାକୁ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବେଶ କରିବ। ଏହାଦ୍ୱାରା ତାପମାତ୍ରା ହ୍ରାସ ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାରଠାରୁ ତାପମାତ୍ରା କମିବା ଆରମ୍ଭ ହୋଇ ପରବର୍ତ୍ତି ୨ ଦିନରେ ପ୍ରାୟ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଚଳିତ ଶୀତ ଋତୁରେ ବର୍ତ୍ତମାନ ପର୍ଯ୍ୟନ୍ତ ଶୀତ ଲହରି (କୋଲ୍ଡ ୱେଭ୍‌‌) ପଡ଼ି ନ ଥିବା ବେଳେ ନିୟମିତ ଶୀତ ମଧ୍ୟ ଅନୁଭୂତ ହେଉନାହିଁ।
ସମ୍ଭବତଃ ୫ରୁ ଆରମ୍ଭ ହେବାକୁ ଥିବା ଶୀତ ପର୍ଯ୍ୟାୟରେ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହୋଇପାରେ। ଅନ୍ୟପଟେ ଜାନୁଆରୀ ମାସରେ ଶୀତର ପ୍ରକୋପ ଅଧିକ ରହିବା ନେଇ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆଗକୁ ପଶ୍ଚିମା ଗଡ଼ବଡ଼ି (ୱେଷ୍ଟର୍ଣ୍ଣ ଡିଷ୍ଟର୍ଭାନ୍ସ)ର ପ୍ରଭାବ ରହିବାକୁ ଥିବାରୁ ଏହା ରାଜ୍ୟରେ ଶୀତ ଅନୁଭୂତ କରାଇବାରେ ସହାୟକ ହେବ ବୋଲି ଆକଳନ କରାଯାଉଛି।   ଅନ୍ୟପଟେ ଶୀତର ପ୍ରକୋପ ବୃଦ୍ଧି ହେବା ସହିତ ଗୁରୁବାରଠାରୁ କୁହୁଡ଼ିର ପ୍ରକୋପ ହ୍ରାସ ପାଇବ। କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ବାକି ସମସ୍ତ ସ୍ଥାନରେ ୬ ତାରିଖରୁ କୁହୁଡ଼ି ପ୍ରଭାବ କମିବ। ତେବେ ଗୁରୁବାର ସକାଳ ସୁଦ୍ଧା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଲ, କଟକ ଓ ବରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ୨ ଦିନ ଭିତରେ ଛୁଇଁବ ମୌସୁମୀ
ଭୁବନେଶ୍ୱର : ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ଜନିତ ବର୍ଷା ଲାଗି ରହିଛି। ଏହାସହିତ ଓଡ଼ିଶା କିଛି ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଗ ଅନୁକୂଳ ରହିଛି। ତେଣୁ ଆସନ୍ତା ୪୮ ଘଣ୍ଟା ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‍ କରି ସୂଚନା ଦିଆଯାଇଛି। ସେହିପରି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର୍‍କେ ଜେନାମଣୀ କହିଛନ୍ତି ଯେ ଓଡ଼ିଶାରେ ୧୭ ଜୁନ୍‍ ସୁଦ୍ଧା ମୌସୁମୀ ଆସିଯାଇଥାଏ। ତେବେ କିଛି ବର୍ଷ ୭ ଦିନ ଆଗୁଆ କିମ୍ବା ବିଳମ୍ବରେ ମୌସୁମୀ ଛୁଇଁଥାଏ। ସେମିତି ବିଶେଷ ବିଳମ୍ବ ହୋଇନି। ତେବେ ପ୍ରଥମେ ନୟାଗଡ଼, ମାଲକାନଗିରି ଭଳି ଜିଲ୍ଲାରେ ମୌସୁମୀ ପ୍ରବେଶ କରିବ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ବର୍ଷାର ପରିମାଣ ନିଅଣ୍ଟିଆ ରହିଛି, ତାହା ଆଗାମୀ ଦିନରେ ଯଦି କୌଣସି ସିଷ୍ଟମ ସୃଷ୍ଟି ହୁଏ ତେବେ ଏହା ଭରଣା ହେବାର ମଧ୍ୟ ସମ୍ଭାବନା ରହିଛି। ବର୍ତ୍ତମାନ ଏହା ଆକଳନ କରିବା ସମ୍ଭବ ନୁହେଁ। ତେବେ ଯଦି ଚଳିତ ମାସ ଲଘୁଚାପ ସୃଷ୍ଟି ହୁଏ ତେବେ ଭଲ ବର୍ଷା ହୋଇପାରେ ବୋଲି ଡ. ଜେନାମଣୀ କହିଛନ୍ତି। ଅନ୍ୟପଟେ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ନୟାଗଡ଼ରେ ୩୧ ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୪୬ ମିମି ବର୍ଷା ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ୨୬ରେ କୋରାପୁଟରେ ୨୫, ଭବାନୀପାଟଣାରେ ୨୦ ଓ ଅନୁଗୁଳରେ ୨୦ ମିମି ବର୍ଷା ଅନୁଭୂତ ହୋଇଛି। ଅନ୍ୟପଟେ ବର୍ଷାର ପ୍ରକୋପ ସହିତ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିଛି।
ବୁଧବାର କେବଳ ୨ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବାକି ସବୁ ସହରରେ ତାମପାତ୍ରା ହ୍ରାସ ହୋଇଛି। ଏହି ସ୍ଥିତି ଜାରି ରହିବା ସହିତ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ୩-୪ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଗୁରୁବାର ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୋନପୁ. ବଲାଙ୍ଗୀର, ନୂଆପଡ଼ା, ବାଲେଶ୍ୱର ଓ ଭଦ୍ରକ ଆଦିରେ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆସନ୍ତା ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର : ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏବେ ମୌସୁମୀ ବାୟୁ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଛୁଇଁସାରିଲାଣି । ତେବେ ଯଦି ଆସନ୍ତା ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଏଁ ତେବେ ସାରା ରାଜ୍ୟରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ରାଜ୍ୟରେ କମିବ ତାପମାତ୍ରା । ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ଉପକୂଳ ଓଡ଼ିଶାରେ ଗତକାଲିଠାରୁ ବଦଳିଛି ପାଗ । ଆକାଶ ମେଘାଚ୍ଛନ୍ନ ରହିବା ସହିତ ଗୁଳୁଗୁଳି କମିଛି । କିଛି ଜିଲ୍ଲାରେ ଝିପିଝିପି ବର୍ଷା ମଧ୍ୟ ହୋଇଛି । ଅନ୍ୟପଟେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ କାଳବୈଶାଖୀ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।