Ind Vs Pak - The Sakala
ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍: ହାତ ମିଳାଇବା ନେଇ ସସ୍‌ପେନ୍ସ ରଖିଲେ ସୂର୍ଯ୍ୟକୁମାର, କହିଲେ- '୨୪ ଘଣ୍ଟା ଅପେକ୍ଷା କରନ୍ତୁ'
ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ପୁଣି ଥରେ ଚର୍ଚ୍ଚାକୁ ଆସିଛି 'ହ୍ୟାଣ୍ଡସେକ୍' ବା ହାତ ମିଳାଇବା ପ୍ରସଙ୍ଗ। ରବିବାର କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍‌ରେ ଉଭୟ ଦଳ ମୁହାଁମୁହିଁ ହେବେ। କିନ୍ତୁ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ପ୍ରସଙ୍ଗରେ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି, ଯାହା ଫଳରେ ସସ୍‌ପେନ୍ସ ଆହୁରି ବଢିଯାଇଛି।
ସୂର୍ଯ୍ୟକୁମାରଙ୍କ ରହସ୍ୟଜନକ ବୟାନ
ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ସୂର୍ଯ୍ୟକୁମାରଙ୍କୁ ପଚରାଯାଇଥିଲା ଯେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ କି ନାହିଁ, ସେ କୌତୁହଳପୂର୍ଣ୍ଣ ଉତ୍ତର ଦେଇଥିଲେ। ସେ କହିଥିଲେ, "ଆଉ ୨୪ ଘଣ୍ଟା ଅପେକ୍ଷା କରନ୍ତୁ। ଭଲ ଖାଆନ୍ତୁ, ଭଲରେ ଶୁଅନ୍ତୁ, କାଲି ଦେଖିବା କ’ଣ ହେଉଛି।" ତାଙ୍କର ଏହି ବୟାନରୁ ସ୍ପଷ୍ଟ ହୋଇଛି ଯେ ଭାରତୀୟ ଦଳ ନିଜର ପୂର୍ବ ଆଭିମୁଖ୍ୟ ବଜାୟ ରଖିପାରେ। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଏସିଆ କପ୍ ସମୟରେ ମଧ୍ୟ ଭାରତୀୟ ଦଳ ପାକିସ୍ତାନ ସହ ହାତ ମିଳାଇବାକୁ ମନା କରିଦେଇଥିଲା।
କାହିଁକି ରହିଛି ବିବାଦ?
ଏହି 'ନୋ-ହ୍ୟାଣ୍ଡସେକ୍' ବିବାଦ ପଛରେ ଏକ ଗୁରୁତର କାରଣ ରହିଛି। ଗତବର୍ଷ ଏସିଆ କପ୍ ସମୟରେ, ପାହାଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ତା’ପରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା 'ଅପରେସନ୍ ସିନ୍ଦୂର' ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ସେବେଠାରୁ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାରମ୍ପରିକ ହ୍ୟାଣ୍ଡସେକ୍‌ରୁ ନିବୃତ୍ତ ରହିଆସୁଛି। ସୂର୍ଯ୍ୟକୁମାରଙ୍କ ବର୍ତ୍ତମାନର ଆଭିମୁଖ୍ୟ ସୂଚାଉଛି ଯେ ଭାରତ ଏହି ପ୍ରତିବାଦ ଜାରି ରଖିପାରେ।
ପାକିସ୍ତାନ ଅଧିନାୟକଙ୍କ ପ୍ରତିକ୍ରିୟା
ଅନ୍ୟପକ୍ଷରେ, ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଖେଳକୁ ଖେଳ ଭାବନା ସହ ଖେଳାଯିବା ଉଚିତ୍, କିନ୍ତୁ ବିପକ୍ଷ ଦଳ କ’ଣ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ। ଟିମ୍ ନ୍ୟୁଜ୍ ବିଷୟରେ କହିବାକୁ ଗଲେ, ଭାରତୀୟ ଓପନର୍ ଅଭିଷେକ ଶର୍ମା ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ରବିବାର ମ୍ୟାଚ୍‌ରେ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସୂର୍ଯ୍ୟକୁମାର ସ୍ପଷ୍ଟ କରିଛନ୍ତି।
ଆଇସିସି ଚାମ୍ପିଅନ୍ସ ଟ୍ରଫି: ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି
ଦୁବାଇ: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ବୋଲିଂ କରିବ ଟିମ୍ ଇଣ୍ଡିଆ। ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ହାଇଭୋଲଟେଜ୍ ଲଢ଼େଇ । ପାରମ୍ପରିକ ପ୍ରତିଦ୍ବନ୍ଦୀ ତଥା ଦୁଇ ଏସୀୟ ମହାଶକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ । ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେଉଛନ୍ତି ଭାରତ ପାକିସ୍ତାନ ।
ଏହି ମ୍ୟାଚ୍‌ର ଫଳାଫଳ ଯାହା ହେଉନା କାହିଁକି ଅଂଶଗ୍ରହଣକାରୀ ଦୁଇ ଦଳ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଏହି ମ୍ୟାଚ୍‌କୁ ନେଇ ଅନେକ ଆଶା ଓ ଉତ୍କଣ୍ଠା ରହିଥାଏ। କିନ୍ତୁ ଆଇସିସି ଇଭେଣ୍ଟରେ ଏହି ମୁକାବିଲା ରୋମାଞ୍ଚକ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବା ପରିବର୍ତ୍ତେ ଏକତରଫା ହେବାର ଏକାଧିକ ନଜିର ରହିଛି। ଏହା ସତ୍ତ୍ବେ ଏହି ମୁକାବିଲା ଜିତି ଭାରତ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲକୁ ଯିବାର ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ହାରିଥିବା ପାକିସ୍ତାନ ଏହି ମୁକାବିଲାକୁ ଜିତି ପ୍ରତିଯୋଗିିତାରେ ତିଷ୍ଠି ରହିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରିବ ବୋଲି ନିଶ୍ଚିତ ଆଶା ରଖିଛି। ଏଭଳି ସ୍ଥିତିରେ ମ୍ୟାଚ୍‌ଟି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଛି ।
ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ସୁପର ସଣ୍ଡେରେ ହେବ ସୁପର ଫାଇଟ, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ହାଇଭୋଲଟେଜ୍ ଲଢ଼େଇ । ସୁପର ସଣ୍ଡେରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଏହି ମ୍ୟାଚ୍‌ର ଫଳାଫଳ ଯାହା ହେଉନା କାହିଁକି ଅଂଶଗ୍ରହଣକାରୀ ଦୁଇ ଦଳ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଏହି ମ୍ୟାଚ୍‌କୁ ନେଇ ଅନେକ ଆଶା ଓ ଉତ୍କଣ୍ଠା ରହିଥାଏ। କିନ୍ତୁ ଆଇସିସି ଇଭେଣ୍ଟରେ ଏହି ମୁକାବିଲା ରୋମାଞ୍ଚକ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବା ପରିବର୍ତ୍ତେ ଏକତରଫା ହେବାର ଏକାଧିକ ନଜିର ରହିଛି। ଏହା ସତ୍ତ୍ବେ ଏହି ମୁକାବିଲା ଜିତି ଭାରତ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲକୁ ଯିବାର ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ହାରିଥିବା ପାକିସ୍ତାନ ଏହି ମୁକାବିଲାକୁ ଜିତି ପ୍ରତିଯୋଗିିତାରେ ତିଷ୍ଠି ରହିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରିବ ବୋଲି ନିଶ୍ଚିତ ଆଶା ରଖିଛି। ଏଭଳି ସ୍ଥିତିରେ ମ୍ୟାଚ୍‌ଟି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌। କିନ୍ତୁ ବର୍ତ୍ତମାନ ଫର୍ମ, ରେକର୍ଡ ଓ ସଫଳତାକୁ ବିଚାରକୁ ନେଲେ ମ୍ୟାଚ୍‌ଟି ଏକତରଫା ହେଲେ ଆଦୌ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚ୍‌ ଲାଗି ଖେଳାଳି, କର୍ମକର୍ତ୍ତା, ଆୟୋଜକ, ପ୍ରାୟୋଜକ ଓ ସମର୍ଥକଙ୍କ ମନରେ ଢେ଼ର ଉତ୍କଣ୍ଠା। ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ କୁଟନୈତିକ ଉତ୍ତେଜନାର ପରିପ୍ରକାଶ ହୋଇଥାଏ ଏହି ମୁକାବିଲା। ଏଥିଲାଗି ଉଭୟ ଦଳ ଯେପରି ଦକ୍ଷତାର ବିନିଯୋଗ କରିଥାନ୍ତି, ଠିକ୍‌ ସେହିପରି ଚାପକୁ ମୁକାବିଲା କରିଥାନ୍ତି। ଦକ୍ଷତା ପ୍ରଦର୍ଶନ ସହ ଯେଉଁ ଦଳ ଚାପକୁ ଭଲରେ ଗ୍ରହଣ କରିବାରେ ସମର୍ଥ ହୋଇଥାନ୍ତି, ସେହି ଦଳ ମୁକାବିଲାରେ ବିଜୟୀ ହୋଇଥାନ୍ତି। ସବୁ ଦୃଷ୍ଟିରୁ ଦେଖିଲେ ଭାରତ ଏବେ ପାକିସ୍ତାନଠାରୁ ବହୁ ଉପରେ ରହିଛି। ଫର୍ମ ହେଉ ଅବା ପରିବେଶ, ଖେଳ ହେଉ ଅବା ଚାପର ମୁକାବିଲାରେ ଭାରତ ନିଶ୍ଚିତଭାବେ ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଠାରୁ ବହୁ ଆଗରେ। ଏହାର ଅର୍ଥ ନୁହେଁ ଯେ ପାକିସ୍ତାନ ଯେତେ ଭଲ ଖେଳିଲେ ମଧ୍ୟ ଏହି ମ୍ୟାଚ୍‌ ଜିତିପାରିବ ନାହିଁ। ପାକିସ୍ତାନ ନିକଟରେ ଭାରତ ଭଳି ବିଶ୍ୱବିଜେତା ରହିଛନ୍ତି। ବୋଲିଂରେ ଗୋଟିଏ ସ୍ପେଲ୍‌ କିମ୍ବା ଗୋଟିଏ ବଡ଼ ପାର୍ଟନରସିପ୍‌ ଏହି ମ୍ୟାଚ୍‌ର ଭାଗ୍ୟ ନିର୍ଦ୍ଧାରଣ କରିଥାଏ।
ଘରୋଇ ମାଟିରେ ଇଂଲଣ୍ଡକୁ ୩-୦ରେ ହରାଇବା ଓ ଏଠାରେ କଡ଼ା ପ୍ରତିରୋଧ ସତ୍ତ୍ବେ ବାଂଲାଦେଶକୁ ସହଜରେ ପରାସ୍ତ କରିବା ପରେ ଭାରତର ମନୋବଳ ବୃଦ୍ଧି ପାଇଛି। ଦଳର ସମୀକରଣ ଠିକ ହୋଇଯାଇଛି ଓ ପ୍ରମୁଖ ଖେଳାଳି ଫର୍ମକୁ ଫେରିଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା ତାହା ବାଂଲା ବିପକ୍ଷ ମ୍ୟାଚ୍‌ରେ ୪୧ ରନ୍‌ ସଂଗ୍ରହ କରିବା ପରେ ସେହି ସନ୍ଦେହ ଦୂରୀଭୂତ ହୋଇଛି। ଶୁବମନ ଗିଲଙ୍କ ଶତକ ବଳରେ ଭାରତ ବାଂଲା ମୁକାବିଲାକୁ ୪ ୱିକେଟରେ ଜିତିନେଇଥିଲା। ଏହି ମ୍ୟାଚ୍‌ରେ ଫର୍ମକୁ ଫେରିଥିଲେ ମହମ୍ମଦ୍‌ ସାମି। ସେ ୫ଟି ୱିକେଟ ନେବା ଯେତିକି ଗୁରୁତ୍ୱପୂର୍ଣ୍ଣ ନ ଥିଲା, ପୂରା ରିଦିମ୍‌ରେ ବୋଲିଂ କରି ସେ ପୂରା ଫିଟ୍‌ ବୋଲି ଦର୍ଶାଇଥିଲେ। ଏଣୁ ନବାଗତ ହର୍ଷିତ ରାଣାଙ୍କ ସହ ମିଶି ସେମାନେ ପେସ୍‌ ବୋଲିଂ ସମ୍ଭାଳିବେ ବୋଲି ଏହି ମ୍ୟାଚ୍‌ରୁ ସ୍ପଷ୍ଟ ହୋଇଛି।
ଅନ୍ୟପକ୍ଷରେ ମହମ୍ମଦ୍‌ ରିଜୱାନଙ୍କ ନେତୃତ୍ୱରେ ଗଠିତ ପାକିସ୍ତାନ ଦଳ ନିକଟରେ ଫର୍ମ କି ଆତ୍ମବିଶ୍ୱାସ ଥିଲାଭଳି ମନେହେଉନାହିଁ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ନିକଟରୁ ଦୁଇଥର ହାରିବା ପରେ ଦଳର ଦକ୍ଷତା ଓ ବଡ଼ ମ୍ୟାଚ୍‌ ଖେଳିବା ନେଇ ପ୍ରଶ୍ନ ଉଠିଛି। ବିଶେଷ କରି ନ୍ୟୁଜିଲାଣ୍ଡ ବିପକ୍ଷରେ ୩୨୦ ରନ୍‌ର ଲକ୍ଷ୍ୟକୁ ପିଛା କରି ଦଳର ବ୍ୟାଟରମାନେ ଯେପରି ପ୍ରଦର୍ଶନ କଲେ, ତାହା ପର୍ଯ୍ୟାପ୍ତ ନ ଥିଲା। ଯାହା ଫଳରେ ଦଳ ୬୦ ରନ୍‌ରେ ପରାଜିତ ହୋଇଥିଲା। ଗୋଟିଏ ପଟେ ଫର୍ମ ଓ ଆତ୍ମବିଶ୍ୱାସର ଅଭାବ, ଭାରତ ଭଳି ପ୍ରତିଦ୍ୱନ୍ଦ୍ୱୀ ଓ ପ୍ରତିଯୋଗିତାରେ ତିଷ୍ଠି ରହିବାର ଆଶଙ୍କା ମଧ୍ୟରେ ପାକିସ୍ତାନ ଏହି ମ୍ୟାଚ୍‌ ଖେଳିବ। ଏଭଳି ସ୍ଥିତିରେ ପାକିସ୍ତାନ ପକ୍ଷରୁ କେହି ଜଣେ ବୀରତ୍ୱପୂର୍ଣ୍ଣ ଖେଳ ପ୍ରଦର୍ଶନ କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଭାରତ ବିପକ୍ଷରେ ମ୍ୟାଚ୍‌ ଜିତାଇବା ଅର୍ଥ ପାକିସ୍ତାନରେ ସବୁଦିନେ ଜଣେ ହିରୋର ମାନ୍ୟତା ପାଇବା। ଏହି ସୁଯୋଗକୁ କେହି ହାତଛଡ଼ା କରିବାକୁ ଚାହିଁବେ ନାହିଁ।
ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଉଭୟ ବୋଲର ଓ ବ୍ୟାଟର ସମାନ ପରିମାଣରେ ସହାୟତା ପାଇଥାନ୍ତି। ଏଣୁ ଯେଉଁ ଦଳ ସେମାନଙ୍କ ଖେଳରେ ଶୃଙ୍ଖଳା ପ୍ରଦର୍ଶନ କରିବେ ସେହିଦଳ ଏଠାରେ ଭଲ ଖେଳିବ। କିନ୍ତୁ ବୋଲିଂରେ ପେସରଙ୍କ ଅପେକ୍ଷା ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।
ଏଠିକାର ପିଚ୍‌ ସର୍ବଦା ସ୍ପିନରଙ୍କୁ ସୁହାଇଥାଏ। ଏଥିରୁ ଫାଇଦା ଉଠାଇବା ଲାଗି କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ପ୍ରସ୍ତୁତ ଅଛନ୍ତି। ସେହିପରି ଭାରତୀୟଙ୍କୁ ରାସ୍ତାରୁ ହଟାଇବାକୁ ଆବ୍ରାର ଅହମ୍ମଦ୍‌ ଯୋଜନା କରିଛନ୍ତି। କମରାନ ଗୁଲାମ, ସଲମାନ ଅଲି ଆଘା ଓ ସାଉଦ୍‌ ସକିଲ କିଛି ସହାୟତା କରିପାରନ୍ତି। ପାକିସ୍ତାନ ସାହିନ୍‌ ଶାହ ଆଫ୍ରୀଦୀ, ନସୀମ ଶାହ, ଫହୀମ ଅଶ୍ରଫ, ହାରିସ ରୌଫ୍‌ଙ୍କ ଫାଷ୍ଟ ବୋଲିଂ ଉପରେ ନିର୍ଭର କରୁଛି। ନସୀମ ଶାହ ଭଲ ଫର୍ମରେ ଥିଲାବେଳେ ଆଫ୍ରିଦୀ ଭାରତ ବିପକ୍ଷ ମ୍ୟାଚ୍‌ରୁ ଫର୍ମକୁ ଫେରିବେ ବୋଲି ଆଶା ରଖିଛନ୍ତି।
ଆଜି ଟି-୨୦ ବିଶ୍ୱକପ୍‌ରେ ମହାମୁକାବିଲା: ସୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନ୍ୟୁୟର୍କ: ଫୁଟବଲ ଖେଳରେ ବ୍ରାଜିଲ ଓ ଆର୍ଜେଣ୍ଟିନା ଲଢେ଼ଇ ଭଳି କ୍ରିକେଟ ଖେଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ସମର୍ଥକଙ୍କ ଲାଗି ସମାନ ସ୍ଥାନ ଗ୍ରହଣ କରିଛି। ଏହା ମଧ୍ୟରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ଟି-୨୦ ବିଶ୍‌କପ୍‌ରେ ଲୋ ସ୍କୋର, ବିଗ୍‌ ହିଟରଙ୍କ ଫ୍ଲପ୍‌ ଶୋ ଓ ଶୀର୍ଷ ଦଳଗୁଡିକର ପରାଜୟ ଏହି ଟୁର୍ଣ୍ଣାମେଣ୍ଟରେ ଭିନ୍ନ ଏକ ରୋମାଞ୍ଚ ଆଣିଛି। କେବଳ ବ୍ୟାଟିଂ ନୁହେଁ ଚତୁର ବୋଲିଂ ଓ ଫିଲ୍ଡିଂ ବଳରେ ଯେ ମ୍ୟାଚ୍‌ ଜିତିହେବ ତାହା ଚଳିତ ବିଶ୍ୱକପ୍‌ର ପ୍ରଥମ ୧୫ଟି ମ୍ୟାଚ୍‌ରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଇଛି। ଏହି ପରିବେଶ ମଧ୍ୟରେ ନ୍ୟୁୟର୍କର ସହରତଳିରେ ଥିବା ନାସାଉ କାଉଣ୍ଟିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌-ସି’ ମୁକାବିଲା ଆଜି ଅନୁଷ୍ଠିତ ହେବ। ଏହି ମୁକାବିଲାକୁ ସମସ୍ତ କ୍ରିକେଟ ଯୁଦ୍ଧର ଜନନୀ ବୋଲି ଅବିହିତ କରାଯାଉଛି। ମୁକାବିଲା ପୂର୍ବରୁ ଅଭ୍ୟାସ ଓ ଫର୍ମରେ ଭାରତ ଦୃଢ଼ ଆତ୍ମବିଶ୍ୱାସୀ ରହିଛି। ଦଳ ଏହି ପଡ଼ିଆରେ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇ ପିଚ୍‌ ଓ ପରିବେଶ ସମ୍ପର୍କରେ ବେଶ ଅଭିଜ୍ଞତା ହାସଲ କରିଛି। ଅନ୍ୟପକ୍ଷରେ ଆୟୋଜକ ଆମେରିକା ନିକଟରୁ ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ପାକିସ୍ତାନ ଚାପରେ ରହିଛି। ଏଠିକାର ପିଚ୍‌ ସମ୍ପର୍କରେ ମଧ୍ୟ ପାକିସ୍ତାନର ଅଭିଜ୍ଞତା ନାହିଁ। ଏହା ସତ୍ତ୍ବେପାକିସ୍ତାନ ଖେଳ ସମ୍ପର୍କରେ ଭବିଷ୍ୟବାଣୀ କରିବା ସମ୍ଭବ ନୁହେଁ। ଏହି ଦଳ କେତେବେଳେ କିପରି ଖେଳିବ ତାହା ଉପରେ କେହି ଗ୍ୟାରେଣ୍ଟି ଦେଇ ପାରିବନାହିଁ। ଗୋଟିଏ ପଟେ ଆତ୍ମବିଶ୍ୱାସୀ ଭାରତ ଓ ଅନ୍ୟପରେ ଚାପରେ ଥିବା ଅପ୍ରତ୍ୟାଶିତ ପ୍ରଦର୍ଶନକାରୀ ପାକିସ୍ତାନ ମଧ୍ୟରେ ଏହି ମୁକାବିଲା ଯେ ବେଶ ରୋମାଞ୍ଚକ ହେବ ଏହା ଆଶା କରାଯାଇପାରେ।
ଟିମ୍‌ କମ୍ବିନେସନ ଓ ରଣନୀତି
ଚଳିତ ବିଶ୍ୱକପ୍‌ ଆୟୋଜନ କରୁଥିବା ଉଭୟ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ର ପିଚ୍‌ରେ ବଲ ସ୍ଲୋ ଓ ଲୋ ରହୁଛି। ପିଚ୍‌ରେ କେତେବେଳେ ସୁଇଂ ହେଉଛି ତ ଆଉ କେତେବେଳେ ଅସ୍ୱାଭାବିକ ବାଉନ୍ସ। କେଉଁଠି ପେସ୍‌ ବୋଲରଙ୍କୁ ଅଧିକ ୱିକେଟ ମିଳୁଛି ତ ଆଉ କେଉଁଠି କ୍ୱାଲିଟି ସ୍ପିନରଙ୍କ ଦବ୍‌ଦବା ରହୁଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ର ପିଚ୍‌ ଏଯାଏ ଅସ୍ୱାଭିକ ରହିଛି। ଏଠାରେ ଭାରତ ଖେଳିଥିବା ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୪ଜଣ ପେସ୍‌ ବୋଲରଙ୍କୁ ଖେଳାଇଥିଲା। ଦଳର ବ୍ୟାଟିଂକୁ ଅଧିକ ଗୁରୁତ୍ୱ ଦେଇ ଶିବମ ଦୁବେ ଓ ଅକ୍ଷର ପଟେଲଙ୍କୁ ନେଇଥିଲା। ପାକିସ୍ତାନ ବିପକ୍ଷରେ ଏକମାତ୍ର ପରିବର୍ତ୍ତନ ଆଶା ରହୁଛି ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ ସାମିଲ କରିବା। ନଚେତ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ ଖେଳିଥିବା ଭାରତୀୟ ଦଳରେ ଆଉ କୌଣସି ପରିବର୍ତ୍ତନ ହେବାର ଆଶା କମ୍‌। ପୂର୍ବପରି ରୋହିତ ଶର୍ମା ଓ ବିରାଟ କୋହଲି ପାଳି ଆରମ୍ଭ କରିବେ ଓ ଋଷଭ ପନ୍ତ୍‌ ନଂ-୩ରେ ବ୍ୟାଟିଂ କରିବେ। ଯଶ୍‌ପ୍ରୀତ ବୁମ୍‌ରା, ମହମ୍ମଦ୍‌ ସିରାଜ, ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଭାରତୀୟ ପେସ୍‌ ବୋଲିଂ ନିର୍ଭର କରିବ।
ପାକିସ୍ତାନ: ସେହିପରି ଆମେରିକା ନିକଟରୁ ପରାଜୟ ଲାଗି ଅଧିନାୟକ ବାବର ଆଜମ ବୋଲରମାନଙ୍କୁ ଦାୟୀ କରିଥିଲେ। ପ୍ରକୃତରେ ଏହି ମ୍ୟାଚ୍‌ରେ ପାକିସ୍ତାନର ଖେଳାଳି ଭଳି କେହି ଖେଳି ନଥିଲେ। ବ୍ୟାଟର ହୁଅନ୍ତୁ କି ବୋଲର ସମସ୍ତଙ୍କ ନିକଟରୁ ଆଦୌ ଭଲ ଖେଳ ଦେଖିବାକୁ ମିଳି ନଥିଲା। ଯାହା ଫଳରେ ଦଳ ଏହି ମ୍ୟାଚ୍‌ରେ ସୁପର ଓଭରକୁ ଯାଇ ମଧ୍ୟ ହାରିଯାଇଥିଲା। ଏହାର ଅର୍ଥ ନୁହେଁ ଯେ ଭାରତ ବିପକ୍ଷରେ ଦଳ ସେହିପରି ଖେଳିବ। ଗୋଟିଏ କଥା ସତ ଯେ ଆମେରିକାକୁ ପାକିସ୍ତାନ ସେତେଟା ଗୁରୁତ୍ୱ ଦେଇ ନ ଥିଲା। ଯାହା ଫଳରେ ଦଳକୁ ଅପ୍ରତ୍ୟାଶିତ ପରାଜୟ ବରଣ କରିବାକୁ ପଡ଼ିଥିଲା। ଦଳ ପକ୍ଷରୁ କେବଳ ସଦାବ ଖାନ ଓ ଅଧିନାୟକ ବାବର ଆଜମ ଭଲ ଖେଳିଥିଲେ। ବାବର ୪୪ ବଲ୍‌ରେ ୪୩ ରନ୍‌ କରିବା ଆଦୌ ଗ୍ରହଣୀୟ ହୋଇ ପାରି ନ ଥିଲା। ଭାରତ ହେଉ ବା ପାକିସ୍ତାନ ବ୍ୟାଟର ମାନେ ହିଟର ଭାବେ ଜଣାଶୁଣା। ଏମାନେ କେହି ସଫଳ ହୋଇ ନ ଥିଲେ କିମ୍ବା ଦଳର ପ୍ରତିଷ୍ଠିତ ଫାଷ୍ଟ ବୋଲରମାନେ ଫେଲ ମାରିଥିଲେ। ଆମେରିକାଠାରୁ ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ଦଳ ଡଲାସରୁ ଆସି ନାସାଉ କାଉଣ୍ଟିରେ ରହିଥିଲା। ପରଦିନ ବିଶ୍ରାମ ନେଇଥିବାରୁ କେବଳ ଶନିବାର ପିଚ୍‌ ଓ ପରିବେଶ ସମ୍ପର୍କରେ ଜାଣିବାକୁ ପାଇଛି। ନାସାଉରେ ଏବେ ଥଣ୍ଡା ପାଗ ରହିଛି ଓ ବର୍ଷା ମଧ୍ୟ ହେଉଛି। ଏଭଳି ସ୍ଥିତିରେ ପାକିସ୍ତାନ ପେସ୍‌ ବୋଲରଙ୍କୁ ମୁକାବିଲା କରିବା ଭାରତ ପକ୍ଷେ ନିଶ୍ଚିତ କଷ୍ଟକର ହେବ।
ଅହମ୍ମଦାବାଦରେ ଭାରତର ବଡ଼ ବିଜୟ : ବୋଲରଙ୍କ ପରେ ବ୍ୟାଟର ବି ଦେଖାଇଲେ ଦମ୍‌, ରୋହିତ-ଶ୍ରେୟସଙ୍କ ଅର୍ଦ୍ଧଶତକୀୟ ଇଂନିସ
ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଭାରତ। ପାକିସ୍ତାନ ବିପକ୍ଷରେ ଦମ୍‌ଦାର ବିଜୟ ସହ ଭାରତ ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୩ ଟି ଲିଗ୍‌ ମ୍ୟାଚରେ ବିଜୟ ସହ ୬ ପଏଣ୍ଟ ହାସଲ କରିଛି। ଆଜି ଖେଳାଯାଉଥିବା ଏହି ରୋମାଞ୍ଚକର ମୁକାବିଲାରେ ପ୍ରଥମେ ଭାରତୀୟ ବୋଲର ଦମ୍‌ ଦେଖାଇଥିଲା ବେଳେ ଭାରତୀୟ ବ୍ୟାଟର ମଧ୍ୟ ସେମାନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପଦର୍ଶନ କରିଛନ୍ତି। ଯାହା ଫଳରେ ଭାରତ ୩୦.୩ ଓଭରରେ ୩ ୱିକେଟ ହରାଇ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୧୯୨ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି।
ଆଜିର ମ୍ୟାଚରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଯାହା ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ବୋଲିଂ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଭାରତୀୟ ବୋଲରମାନେ ତାହାକୁ ଠିକ ବୋଲି ପ୍ରମାଣିତ କରି ୧୯୧ ରନ୍‌ରେ ପାକିସ୍ତାନକୁ ଅଲ୍‌ଆଉଟ କରିଦେଇଥିଲେ। ଶାର୍ଦ୍ଦୁଲ ଠାକୁରଙ୍କୁ ଛାଡି ଭାରତର ସମସ୍ତ ୫ ବୋଲ ଦୁଇ ଦୁଇଟି ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ଶିରାଜ ସମସ୍ତେ ଦୁଇଟି ଲେଖାଏଁ କରି ପାକିସ୍ତାନର ୧୦ ୱିକେଟ ବାଣ୍ଟି ନେଇଥିଲେ।
୧୯୨ ରନର ପିଛା କରୁଥିବା ଭାରତ ବିସ୍ଫୋରକ ଷ୍ଟାଇଲରେ ଇନିଂସ ଆରମ୍ଭ କରିଥିଲା। ଶୁବମନ ଗିଲ୍‌ ୧୧ ବଲରେ ୪ ଚୌକା ସହ ୧୬ ରନ କରିବା ପରେ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ରୋହିତ ଓ ବିରାଟ ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ଛକା ପରେ ଛକା ବର୍ଷା କରି ରୋହିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଥିବା ୧ ଲକ୍ଷ ୩୦ ହଜାର ଦର୍ଶକଙ୍କୁ ବିମୋହିତ କରିଥିଲେ। ଭାରତ ପକ୍ଷରୁ ଅଧିନାୟ ରୋହିତ ଶର୍ମା ୬୩ ବଲରେ ବିସ୍ଫୋରକ ୮୬ ରନର ଇନିଂସ ଖେଳିଛନ୍ତି। ଏଥିରେ ସେ ୬ଟି ଛକା ଓ ୬ଟି ଚୌକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୬୨ ବଲରେ ୫୩ ରନ୍‌, କେଏଲ ରାହୁଲ ୧୯, କୋହଲି ୧୬, ଶୁବମନ ଗିଲ ୧୬ ରନ୍‌ କରିଛନ୍ତି।
ବିଶ୍ବକପ୍‌ରେ ୮ ଥର ପାକିସ୍ତାନକୁ ହରାଇଲା ଭାରତ
ଭାରତ ଏପର୍ଯ୍ୟନ୍ତ ବିଶ୍ବକପ୍‌ରେ ପାକିସ୍ତାନ ସହ ମୋଟ ୮ ଥର ଖେଳିଛି। ଆଉ ସମସ୍ତ ୮ଥର ଭାରତ ହିଁ ବିଜୟ ହାସଲ କରିଛି। ୧୯୯୨ ବିଶ୍ୱକପ୍‌‌ରେ ଦୁଇ ଦଳ ପ୍ରଥମଥର ପାଇଁ ମୁହାଁମୁହିଁ ହୋଇଥିଲେ। ଏହାପରେ ଦୁଇ ଦଳ ୧୯୯୬, ୧୯୯୯, ୨୦୦୩, ୨୦୧୧, ୨୦୧୫, ୨୦୧୯ ଓ ଆଜି ୨୦୨୩ ରେ ପରସ୍ପରକୁ ଭେଟିଥିଲେ। ୧୯୯୨ ଓ ୨୦୧୫ରେ ଦୁଇ ଦଳ ଅଷ୍ଟ୍ରେଲିଆରେ ମୁହାଁମୁହିଁ ହୋଇଥିଲେ। ୧୯୯୬, ୨୦୧୧ ମୁକାବଲା ଭାରତରେ ହୋଇଥିଲା। ୧୯୯୯ ଓ ୨୦୧୯ ମୁକାବିଲା ଇଂଲଣ୍ଡରେ ହୋଇଥିଲା। ୨୦୦୩ ମ୍ୟାଚ୍‌‌ ଦକ୍ଷିଣ ଆଫ୍ରିକାରେ ହୋଇଥିଲା। ୨୦୨୩ରେ ମଧ୍ୟ ଭାରତରେ ପାକିସ୍ତାନକୁ ହରାଇଛି ଟିମ୍‌ ଇଣ୍ଡିଆ। ଏଥିସହ ଭାରତ ଏସିଆ, ୟୁରୋପ, ଆଫ୍ରିକା ଓ ଅଷ୍ଟ୍ରେଲିଆ ମହାଦେଶରେ ପାକିସ୍ତାନକୁ ହରାଇଛି।
ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ମ୍ୟାଚକୁ ଫେରିଲେ ଶୁବମନ୍‌ ଗିଲ୍‌
ଅହମ୍ମଦାବାଦ: ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମହାମୁକାବିଲା । ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଟସ୍‌ ହାରି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ପାକିସ୍ତାନୀ ଟିମ୍‌ । ତେବେ ଭାରତୀୟ ଟିମ୍‌କୁ ଫେରିଛନ୍ତି ଯୁବ ବ୍ୟାଟର ଶୁଭମନ୍‌ ଗିଲ୍‌ । ଇଶାନ କିଶାନଙ୍କ ସ୍ଥାନରେ ଖେଳିବେ ଶୁବମନ ଗିଲ୍ । ଡେଙ୍ଗୁ ଲାଗି ବିଶ୍ୱକପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଅନୁପସ୍ଥିତ ଥିଲେ ଶୁଭମନ୍‌ ଗିଲ୍‌ । ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିବେ ଶୁଭମନ୍‌ ।
ଚଳିତ ବିଶ୍ୱକପରେ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଖେଳି ୨ଟି ଯାକ ମ୍ୟାଚ ଜିତି ସାରିଛନ୍ତି । ତେଣୁ ଉଭୟ ଦଳଙ୍କ ମନୋବଳ ଉର୍ଦ୍ଧ୍ବରେ ରହିଛି । ଉଭୟ ଦଳର ଖେଳାଳି ଫିଟ୍ ଅଛନ୍ତି ଓ ଫର୍ମ ବି ଫେରି ପାଇଛନ୍ତି । ପୂର୍ବ ରେକର୍ଡ ଭାରତ ପକ୍ଷରେ ରହିଥିଲେ ହେଁ ଉଭୟ ଦଳର ଶକ୍ତି ସମାନ । ସେପଟେ ଦିନିକିଆ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ କୌଣସି ହେଲେ ଗୋଟିଏ ମ୍ୟାଚ୍‌ ଜିତିନାହିଁ ପାକିସ୍ତାନ । ତେଣୁ ଆଜିର ମ୍ୟାଚ୍‌କୁ ଜିତି ନିଜର ନାମରେ ଥିବା ଅଲୋଡା ରେକର୍ଡରେ ପରିବର୍ତ୍ତନ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ପାକିସ୍ତାନୀ ଟିମ୍‌ ।
ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଉତ୍ସାହିତ ପ୍ରଶଂସକଙ୍କ ପାଇଁ ଖରାପ ଖବର, ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବାଧକ ସାଜିପାରେ ବର୍ଷା
ଅହମ୍ମଦାବାଦ୍‌‌ : ଆସନ୍ତାକାଲି ଅର୍ଥାତ ଶନିବାର ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌‌ର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍‌‌ ଖେଳାଯିବ। ଚଳିତ ୨୦୨୩ ବିଶ୍ବକପ୍‌ରେ ଉଭୟ ଦଳ ଦମ୍‌ଦାର ଫର୍ମରେ ରହିଛନ୍ତି। ଉଭୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ବିଶ୍ବକପ୍‌ରେ ଦୁଇଟି ଲେଖାଏଁ ମ୍ୟାଚ ଖେଳି ବିଜୟ ହାସଲ କରିସାରିଛନ୍ତି। ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ ଭାରତ ଜିତିଛି। ଏଥି ସହିତ ପାକିସ୍ତାନ ନେଦରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିଛି। ବର୍ତ୍ତମାନ ରୋହିତ ଶର୍ମା ଏବଂ ବାବର ଆଜାମ ବିଜୟର ହ୍ୟାଟ୍ରିକ୍ ହାସଲ କରି ପଏଣ୍ଟ ଟେବୁଲରେ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ପାକିସ୍ତାନ ବିପକ୍ଷରେ ଭାରତର ବିଶ୍ୱକପ ରେକର୍ଡ ସଂପୂର୍ଣ୍ଣ ଏକତରଫା ରହିଛି। ଦିନିକିଆ ବିଶ୍ୱକପରେ ଭାରତ କେବେ ହେଲେ ପାକିସ୍ତାନ ଠାରୁ ହାରି ନାହିଁ। ଭାରତ ସପକ୍ଷରେ ରେକର୍ଡ ୭-୦ରେ ରହିଛି।
ଅନ୍ୟପଟେ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌କୁ ନେଇ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ବିଶ୍ବ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚ କୌଣସି ବିଶ୍ବକପ୍‌ ଫାଇନାଲଠୁ କମ୍‌ ରୋମାଞ୍ଚକର ନୁହେଁ। ଏଥି ସହିତ ଅହମ୍ମଦାବାଦ୍‌‌ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକଙ୍କ ସାମ୍ନାରେ ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ପାଣିପାଗ ବିଭାଗ ଦେଇଛି ଖରାପ ଖବର। ପାଣିପାଗ ବିଭାଗ ସୂଚନା ଅନୁସାରେ କାଲି ମ୍ୟାଚରେ ବର୍ଷା ବାଧକ ସାଜିପାରେ। ଶୁକ୍ରବାର ଓ ଶନିବାର ଅହମ୍ମଦାବାଦ ସମେତ ମଧ୍ୟ ଓ ଉତ୍ତର ଗୁଜରାଟରେ କିଛି ଜିଲ୍ଲାରେ ହାଲ୍‌‌କା ବର୍ଷାର ସମ୍ଭାବନା ଅଛି ବୋଲି କୁହାଯାଇଛି।
ଅହମ୍ମଦାବାଦ୍‌‌ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୫ ଦିନ ଯାଏ ଗୁଜରାଟର ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ଅକ୍ଟୋବର ୧୪ରେ ଅହମଦାବାଦର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି। ପୂରା ଆକାଶ ମେଘାଚ୍ଛନ୍ନ ରହିବ। ଦିନକ ପରେ ଅହମଦାବାଦ ଓ ବାଂଶକଣ୍ଠା, ସବରକଣ୍ଠା ଓ ଆରାଭଲ୍ଲିରେ ହାଲୁକା ଧରଣର ବର୍ଷା ହୋଇପାରେ। ଶନିବାର ଅହମଦାବାଦରେ କଳା ବାଦଲ ଦେଖାଯିବ ଓ ମ୍ୟାଚ୍‌ ବେଳେ ହାଲୁକା ବର୍ଷା ମଧ୍ୟ ହୋଇପାରେ। ଯାହା କ୍ରିକେଟ ପ୍ରଶଂସକଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି।
ଯଦି ବର୍ଷା ହେତୁ ମ୍ୟାଚ୍ ବାତିଲ ହୁଏ ତେବେ କଣ ହେବ?
ଯଦି ବର୍ଷା ହେତୁ ମ୍ୟାଚ୍ ବାତିଲ ହୁଏ ତେବେ ଭାରତ ଏବଂ ପାକିସ୍ତାନ ଗୋଟିଏ ଲେଖାଏଁ ପଏଣ୍ଟ ପାଇବେ। ଏହି ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ ରଖାଯାଇ ନାହିଁ । ଟୁର୍ନାମେଣ୍ଟର ନକ୍ଆଉଟ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ ଅଛି। ହେଲେ ପ୍ରଶଂସକମାନେ ଚାହାଁନ୍ତି ଯେ ଏପରି ପରିସ୍ଥିତି ନ ହଉ ଏବଂ ସେମାନେ ପୁରା ମ୍ୟାଚ୍ ଦେଖନ୍ତୁ।
ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କୁ ଝୁମାଇବେ ଅରିଜିତ୍, ଶଙ୍କର ମହାଦେବନ୍
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶନିବାର ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିସିସିଆଇ ସ୍ବତନ୍ତ୍ର ପ୍ରସ୍ତୁତି କରିଛି । ବିଶ୍ୱକପ୍ ୨୦୨୩ ପୂର୍ବରୁ କୌଣସି ଉଦଘାଟନୀ ଉତ୍ସବ ହୋଇନଥିଲା । ଏଥିପାଇଁ ବିସିସିଆଇ ସମାଲୋଚିତ ହୋଇଥିଲା । ତେବେ ଭାରତ-ପାକିସ୍ତାନ ହାଇ ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।
ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଦେଶର ତିନି ବଡ଼ ମ୍ୟୁଜିକାଲ ସୁପରଷ୍ଟାର ଅରିଜିତ ସିଂ, ଶଙ୍କର ମହାଦେବନ ଓ ସୁଖବିନ୍ଦର ସିଂ ନିଜ ସଂଗୀତର ଯାଦୁରେ ଦର୍ଶକଙ୍କୁ ଆମୋଦିତ କରିବେ । ଏନେଇ ବିସିସିଆଇ ମଧ୍ୟ ସୋସିଆଲ ମିଡ଼ିଆରେ ନିଶ୍ଚିତ କରିଛି।  ଭାରତ-ପାକିସ୍ତାନ ମ୍ୟାଚ୍ ଅପରାହ୍ନ ୨ଟାରୁ ଆରମ୍ଭ ହେବ। ଏଥିପାଇଁ ଟସ୍ ୧.୩୦ରେ ପଡ଼ିବ । ଟସ୍‌ର ଏକ ଘଣ୍ଟା ପୂର୍ବରୁ ଏହି ମ୍ୟୁଜିକାଲ ଇଭେଣ୍ଟ ୧୨.୩୦ରୁ ଆରମ୍ଭ ହେବ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନେହା କକ୍କର ଏବଂ ସୁନୀଧି ଚୌହାନ ମଧ୍ୟ ସଂଗୀତ ପରିବେଷଣ କରିବେ ବୋଲି କିଛି ମିଡ଼ିଆ ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତ-ପାକିସ୍ତାନ ମ୍ୟାଚ୍ ଇନିଂସ ବିରତି ସମୟରେ ମଧ୍ୟ ୧୦ ମିନିଟର ଏକ ସଂଗୀତ ଶୋ’ ହେବ ।
ପ୍ରାୟ ୭ ବର୍ଷ ପରେ ଭାରତୀୟ ମାଟିରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ଏହା ପୂର୍ବରୁ ଶେଷ ଥର ଉଭୟ ଦଳ ୨୦୧୬ ଟି-୨୦ ବିଶ୍ୱକପରେ କୋଲକାତାରେ ମୁହାଁମୁହିଁ ହୋଇଥିଲେ । ଚଳିତ ଦିନିକିଆ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ପାକ୍ ଦଳର କୌଣସି ଖେଳାଳି ସେହି ମ୍ୟାଚର ଅଂଶବିଶେଷ ନଥିଲେ ।
କଲମ୍ବୋ: ଏସିଆ କପ ସୁପର ଫୋରରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ । ପାକିସ୍ତାନକୁ ୨୨୮ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅପରାଜିତ ଶତକୀୟ ପାଳି ପରେ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଭାରତ ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ପାକିସ୍ତାନକୁ ୨୨୮ ରନ୍‌ରେ ହରାଇ ଦେଇଛି ।
କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୫୬ ରନ୍ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ଏବଂ କେଏଲ୍ ରାହୁଲ ଶତକୀୟ ଇନିଂସ ଖେଳିଥିଲେ । ବିରାଟ କୋହଲି ୯୪ ଟି ବଲରେ ୧୨୨ ରନ୍ ଏବଂ କେଏଲ୍ ରାହୁଲ ୧୦୬ଟି ବଲରେ ୧୧ରନ୍ କରି ଅପରାଜିତ ରହିଥିଲେ । ଜବାବରେ ପାକିସ୍ତାନ ୩୨ ଓଭରରେ ୧୨୮/୮ ରନ୍ ହିଁ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନର ଦୁଇଜଣ ବ୍ୟାଟର ଆହତ କାରଣରୁ ପଡ଼ିଆକୁ ଓହ୍ଲାଇପାରିନଥିଲେ । କେବଳ ୮ ଜଣ ହିଁ ବ୍ୟାଟିଂ କରିଥିଲେ । ସେଥିପାଇଁ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା । ପାକିସ୍ତାନକୁ ନିଜ ଦିନିକିଆ ଇତିହାସରେ ଦ୍ୱିତୀୟଥର ସବୁଠୁ ବଡ଼ ପରାଜୟ ମିଳିଛି । ଦଳକୁ ଏହା ପୂର୍ବରୁ ୨୦୦୯ରେ କରାଚୀ ଷ୍ଟାଡିୟମରେ ଶ୍ରୀଲଙ୍କା ୨୩୪ରନରେ ପରାଜିତ କରିଥିଲା ।
୩୫୭ରନର ବଡ଼ ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ଖରାପ ରହିଥିଲା । ଦଳ ୫ମ ଓଭର ଖେଳ ଚାଲୁଥିବାବେଳେ ଇମାମ-ଉଲ-ହକଙ୍କ ୱିକେଟ୍ ହରାଇଥିଲା । ଇମାମ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ଓଭର ବଢିବା ସହ ଦଳୀୟ ସ୍ଥିତି ଶୋଚନୀୟ ହେବାରେ ଲାଗିଥିଲା । କୌଣସି ବି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିବାରେ ସଫଳ ହୋଇନଥିଲେ । ପାକିସ୍ତାନ ପକ୍ଷରୁ ଫଖର ଜମନ ସର୍ବାଧିକ ୨୭ ରନ୍ କରିଥିଲେ । ଦଳ ୩୨ ଓଭରରେ ୮ ୱିକେଟ୍ ହରାଇ ୧୨୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଜଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲାଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।
ସୁପର ସଣ୍ଡେରେ ହାଇଭୋଲ୍ଟେଜ ମ୍ୟାଚ୍‌‌: ଆଜି ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ କଡା ଟକ୍କର
କଲମ୍ବୋ: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପ୍‌‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ସୁପର-୪ ମ୍ୟାଚ୍‌‌ରେ ପରସ୍ପରକୁ ଭେଟିବେ। ସ୍ଥାନୀୟ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍ଟେଜ ମ୍ୟାଚ୍‌‌ ଉପରେ ସାରା ବିଶ୍ୱର କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଗ୍ରୁପ୍‌‌ ପର୍ଯ୍ୟାୟ ମ୍ୟାଚ୍‌‌ ବର୍ଷା ଯୋଗୁ ବାତିଲ ହେବା ଫଳରେ ଏହି ମ୍ୟାଚ୍‌‌ର ଗୁରୁତ୍ୱ ଆହୁରି ବଢ଼ିଯାଇଛି।
ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌‌ରେ ବାଂଲାଦେଶକୁ ପରାସ୍ତ କରି ୨ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଭାରତ ଏହି ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍‌‌ ଖେଳିବାକୁ ଯାଉଛି। ତେଣୁ ବିଜୟ ପାଇଁ ଭାରତ ଉପରେ ଅଧିକ ଚାପ ରହିବ। ପୁଣି ଥରେ ଭାରତୀୟ ଟପ୍‌‌ ଅର୍ଡର ବ୍ୟାଟର ପାକିସ୍ତାନର ବିଶ୍ୱସ୍ତରୀୟ ଦ୍ରୁତ ବୋଲରଙ୍କ ବିପକ୍ଷରେ ପରୀକ୍ଷାର ସମ୍ମୁଖୀନ ହେବ। ଉଭୟ ଦଳ ଜବରଦସ୍ତ ଅଭ୍ୟାସ କରିଛନ୍ତି। ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ୍‌‌ ଭଲ ଆରମ୍ଭ କରିବା ସହ ଭାରତକୁ ବଡ଼ ସ୍କୋର ପ୍ରଦାନ କରିବାକୁ ପ୍ରୟାସ କରିବେ। ସୁପରଷ୍ଟାର ବିରାଟ କୋହଲି ଆଉ ଏକ ବଡ଼ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି। ଇଶାନ କିଶାନ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁଣି ଥରେ ଦମ୍‌‌ଦାର ପ୍ରଦର୍ଶନ କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଭାରତୀୟ ବୋଲିଂ ବିଭାଗ ମଧ୍ୟ ଏପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ନଥିବାରୁ ଏହି ମ୍ୟାଚ୍‌‌ରେ ପାକିସ୍ତାନକୁ ବଡ଼ ସ୍କୋର ହାସଲ କରିବାର ସୁଯୋଗ ନ ଦେବାକୁ ପ୍ରୟାସ କରିବେ। ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌‌ରା ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମସ୍ତଙ୍କ ନଜରରେ ରହିବେ।
ଅପରପକ୍ଷରେ ପାକିସ୍ତାନ ଦୁଇଟି ମ୍ୟାଚ୍‌‌ ସମ୍ପୂର୍ଣ୍ଣ ଭାବେ ଖେଳି ନିଜର ପ୍ରସ୍ତୁତିକୁ ଜୋରଦାର କରିଛି। ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ ବ୍ୟାଟିଂ ଲାଇନ୍‌‌ର ମଙ୍ଗ ଧରିବେ। ସେହିପରି ଶାହିନ ଶାହ ଆଫ୍ରିଦି, ନସିମ ଶାହା ଓ ହାରିସ ରୌଫ୍‌‌ଙ୍କ ଭଳି ବିଶ୍ୱସ୍ତରୀୟ ଦ୍ରୁତ ବୋଲର ଭାରତୀୟ ବ୍ୟାଟରଙ୍କୁ ପୁଣି ଥରେ ସମସ୍ୟାରେ ପକାଇବାକୁ ପ୍ରୟାସ କରିବେ। ମିଡ୍‌‌ଲ ଓଭରରେ ପାକିସ୍ତାନର ବୋଲରଙ୍କୁ ଆହୁରି ଉନ୍ନତ ପ୍ରଦର୍ଶନ କରିବାକୁ ହେବ। ଉଭୟ ଦଳକୁ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ। ମୋଟାମୋଟି ଉପରେ ରବିବାର ଏକ ରୋମାଞ୍ଚକ ତଥା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌‌ ଦେଖିବାକୁ ମିଳିବ।
ଉଭୟ ଦଳ ଏପର୍ଯ୍ୟନ୍ତ ପରସ୍ପରକୁ ୧୩୩ଟି ମ୍ୟାଚ୍‌‌ରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ପାକିସ୍ତାନ ୭୩ ଓ ଭାରତ ୫୫ଟି ମ୍ୟାଚ୍‌‌ରେ ବିଜୟୀ ହୋଇଛି। ସେହିପରି ଏସିଆ କପ୍‌‌ର ଦିନିକିଆ ଫର୍ମାଟରେ ଦୁଇ ଦଳ ପରସ୍ପର ବିପକ୍ଷରେ ୧୪ ମ୍ୟାଚ୍‌‌ ଖେଳିଛନ୍ତି। ଏଥିରେ ଭାରତ ୭ ଓ ପାକିସ୍ତାନ ୫ଟିରେ ବିଜୟୀ ହୋଇଛି। ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ମ୍ୟାଚ୍‌‌ ବାତିଲ ହେବାର ଆଶଙ୍କା ନାହିଁ। ପିଚ୍‌‌ରେ ଉଭୟ ପେସର ଓ ସ୍ପିନରଙ୍କୁ ସହାୟତା ମିଳିବ। ବ୍ୟାଟରମାନେ ପରୀକ୍ଷା ସମ୍ମୁଖୀନ ହେବେ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌‌ରା ଓ ମହମ୍ମଦ ସିରାଜ।
ପାକିସ୍ତାନ ଦଳ: ଫକର ଜାମାନ, ଇମାମ-ଉଲ ହକ, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ, ଅଘା ସଲମାନ, ଇଫ୍‌‌ତିକାର ଅହମ୍ମଦ, ଶଦାବ ଖାନ୍‌‌, ଫହିମ ଆଶ୍ରଫ୍‌‌, ଶାହିନ ଶାହା ଆଫ୍ରିଦି, ନସିମ ଶାହା ଓ ହାରିସ ରୌଫ।
ରୋହିତ-କୋହଲିଙ୍କ ଷ୍ଟମ୍ପ ଉଡ଼ାଇଦେଲେ ଆଫ୍ରିଦୀ, ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ଆଗରେ ସଂଘର୍ଷ କରୁଛନ୍ତି ଭାରତୀୟ ବ୍ୟାଟର
ପାଲିକଲ: ଏସିଆ କପର ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ୍ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଝଟକା ପରେ ଝଟକା ଲାଗିଚାଲିଛି। ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟର କ୍ରିଜ୍‌ରେ ଠିଆ ହେବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବାରୁ ମ୍ୟାଚକୁ ବାରମ୍ବାର ଅଟକା ଯାଉଥିଲେ ମଧ୍ୟ ପାକିସ୍ତାନ ଫାଷ୍ଟ ବୋଲରଙ୍କ ଘାତକ ବୋଲିଂ କରି ଷ୍ଟମ୍ପ ଉଡାଇବାରେ ଲାଗିଛନ୍ତି।
ଖବର ଲେଖାଯିବା ସମୟରେ ଭାରତ ୧୯ ଓଭର ଖେଳି ୯୪ ରନ୍‌ରେ ୪ ୱିକେଟ ହରାଇ ସାରିଛି। ସବୁଠୁ ବଡ଼ କଥା ହେଉଛି ଭାରତର ନିର୍ଭରଯୋଗ୍ୟ ବ୍ୟାଟର ମାନେ ପାକିସ୍ତାନ ବୋଲରଙ୍କ ଆଗର ହାର ମାନିନେଇଛନ୍ତି। ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟରଙ୍କ ପରି ବ୍ୟାଟର ଆଉଟ ହୋଇସାରିଛନ୍ତି।
ଭାରତ ପାଇଁ ରୋହିତ ଓ ଶୁବମନ ଗିଲ୍‌ ଆଜି ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ରୋହିତ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୪.୨ ଓଭର ସୁଦ୍ଧା ୧୫ ରନରେ ପହଞ୍ଚାଇ ଦେଇଥିଲେ। ଏହାପରେ ବର୍ଷା ହେବାରୁ ଖେଳକୁ ବନ୍ଦ କରାଯାଇଥିଲା। କିଛି ସମୟରେ ବିରତୀ ପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ସେହି ଓଭର୍‌ର ଶେଷ ବଲରେ ରୋହିତ(୧୧)ଙ୍କୁ ଆଫ୍ରିଦି କ୍ଲିନବୋଲ୍ଡ କରି ଦେଇଥିଲେ। ଏହାପରେ ବିରାଟ କୋହଲି ଆସିଥିଲେ। ସେ ନଶୀମ ଶାହଙ୍କୁ ଚୌକା ମାରି ନିଜର ଦକ୍ଷତା ଦେଖାଇଥିଲେ। କିନ୍ତୁ ଆଫ୍ରିଦି ୬ଷ୍ଠ ଓଭର୍‌ର ୩ୟ ବଲରେ ବିରାଟ(୪)ଙ୍କୁ ବୋଲ୍ଡ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଆଫ୍ରିଦିଙ୍କ ଘାତକ ବୋଲିଂରେ ଭାରତୀୟ ବ୍ୟାଟର ସଂଘର୍ଷ କରୁଥିବା ବେଳେ ଶ୍ରେସୟ ଆୟରଙ୍କୁ ହାରିସ ରୌଫ ଆଉଟ କରିଦେଇଛନ୍ତି। ଏହାପରେ ଓପନିଂ ଆସି ଧୀରେ ଧୀରେ ଲୟକୁ ଫେରୁଥିବା ଶୁବମନ ଗିଲଙ୍କୁ ମଧ୍ୟ ହାରିସ ରୌଫ  ତାଙ୍କ ଦ୍ବିତୀୟ ଶିକାର କରିଥିଲେ। ଏବେ ଇସାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରୁଛନ୍ତି।
ଏସିଆ କପରେ ଆଜି ହାଇଭୋଲଟେଜ ଟକ୍କର; ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ
ପାଲିକଲ: ଏସିଆ କପର ଆଜି ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଏଭଳି ଏକ ରକ୍ତଚାପ ବଢ଼଼ାଇଲାଭଳି ମୁକାବିଲା ଶ୍ରୀଲଙ୍କାର ପାଲିକଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ଏସିଆ କପ୍‌‌ ଦିନିକିଆ କ୍ରିକେଟରେ ଏହି ମୁକାବିଲା ରହିଛି ଏବଂ ମହାଦେଶର ଦୁଇ ଶ୍ରେଷ୍ଠ କ୍ରିକେଟ ଦଳ ପରସ୍ପର ସହ ମୁକାବିଲା କରି ବିଶ୍ୱକପ୍‌‌ ଲଢ଼େଇ ଲାଗି ନିଜର ଦୋଷ ଦୁର୍ବଳତାକୁ ସଜାଡିନେବାକୁ ପ୍ରସ୍ତୁତି କରିବେ। ଏହି ମୁକାବିଲାର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ତାହା ହେଲା ଚଳିତବର୍ଷର ଏସିଆ କପ୍‌‌ ପାକିସ୍ତାନରେ ହେବାର ଥିଲା। ସେଠାକୁ କ୍ରିକେଟ ଦଳକୁ ପଠାଇବା ଲାଗି ଭାରତ ସରକାର ମନା କରିଦେଇଥିଲେ। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌‌ ସହ ଏସିଆ କପ୍‌‌ର ୯ଟି ମ୍ୟାଚ୍‌‌ ସ୍ଥାନାନ୍ତରିତ କରାଯାଇଛି। ଭାରତ ଯାଇ ନଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇ ଉପରେ କ୍ଷୁବ୍ଧ ହୋଇଛି। ଭାରତକୁ ହରାଇଲେ ପିସିବି କମକର୍ତ୍ତାମାନେ ଖୁସି ହେବେ ବୋଲି ଖୋଲାଖୋଲି କହିଛନ୍ତି। ଏଭଳି ଅବସ୍ଥାରେ ମ୍ୟାଚ୍‌‌ଟି ଯେତିକି ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି, ସେହିପରି ଏକତରଫା ହେବାର ମଧ୍ୟ ଆଶଙ୍କା ରହିଛି।
ଏଭଳି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁକାବିଲା ବେଳେ ଯେଉଁ ଦଳର ଖେଳାଳିମାନେ ‘ଚାପ’କୁ ଉପଯୁକ୍ତ ମୁକାବିଲା କରିପାରିବେ, ସେହି ଦଳ ନିଶ୍ଚିତ ବିଜୟୀ ହେବ। ଏହା ଛଡ଼ା ପାକିସ୍ତାନକୁ ହରାଇବାକୁ ହେଲେ ଭାରତକୁ ଏହି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରେ ଥିବା ଫାଷ୍ଟ ବୋଲରଙ୍କୁ ଉଚିତ ମୁକାବିଲା କରିବାକୁ ପଡ଼ିବ। ଏହି ମୁକାବିଲା ପୂର୍ବରୁ ପାକିସ୍ତାନର ଫାଷ୍ଟ ବୋଲିଂ ଜବରଦସ୍ତ ଫର୍ମରେ ଥିଲାବେଳେ ଭାରତୀୟ ଟପ୍‌‌ ଅର୍ଡର ବ୍ୟାଟିଂର ସ୍ଥିରତା ନାହିଁ। ଏଣୁ ଭାରତକୁ ନିଶ୍ଚିତ ଏହି ସୁପରଫାଷ୍ଟ ଏକ୍ସପ୍ରେସମାନଙ୍କୁ ମୁକାବିଲା କରିବାକୁ ପଡ଼ିବ।
କ୍ରିକେଟ ଦୃଷ୍ଟିକୋଣରୁ ଦେଖିଲେ କେବଳ ଏହି ମୁକାବିଲା ନୁହେଁ, ବରଂ ସମଗ୍ର ଏସିଆ କପ ଉଭୟ ଦେଶ ଲାଗି ଗୁରୁତ୍ୱପୂର୍ଣ୍ଣ। ଅକ୍ଟୋବର ୫ରୁ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଏହି ପ୍ରତିଯୋଗିତା ମୋମେଣ୍ଟମ ଆଣିପାରିବ। ବିଶ୍ବର ନଂ.୧ ଦଳ ପାକିସ୍ତାନ ଏକ କ୍ୱାଲିଟି ପ୍ରତିଦ୍ୱନ୍ଦ୍ୱୀ। ଏହି ଦଳ ବିପକ୍ଷରେ ମ୍ୟାଚ୍‌‌ ଜିତିବା ଅର୍ଥ ବିଶ୍ୱର ଅନ୍ୟ ଦେଶଗୁଡିକ ଲାଗି ଉପଯୁକ୍ତ ପ୍ରସ୍ତୁତି କରିବା। ଭାରତୀୟ ଦଳ ମଧ୍ୟ ପାକିସ୍ତାନକୁ ଆଖିଆଗରେ ରଖି ରଣନୀତି ପ୍ରସ୍ତୁତି କରିଛି। ବେଙ୍ଗାଲୁରରେ ଭଲ ଅଭ୍ୟାସ ମଧ୍ୟ କରିଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଲାଗି ମନୋନୀତ ହୋଇଥିବା ଖେଳାଳିମାନେ କୌଣସି ଦିନିକିଆ ମ୍ୟାଚ୍‌‌ ଏକତ୍ର ହୋଇ ଖେଳି ନାହାନ୍ତି। ଏଣୁ ଦଳ ଫିଟ୍‌‌ ଥାଆନ୍ତୁ କିମ୍ବା ଖେଳାଳିମାନେ ଫର୍ମରେ ନଥାନ୍ତୁ, ସେଥିଲାଗି ସମର୍ଥକମାନେ ବିଜୟ ହାତଛଡ଼ା କରିବାକୁ ଆଦୌ ଚାହିଁବେ ନାହିଁ। ଭାରତୀୟ ବ୍ୟାଟରଙ୍କ ନିକଟରେ ଫର୍ମ ନାହିଁ, ପାକିସ୍ତାନ ଫାଷ୍ଟ ବୋଲର ଶକ୍ତିଶାଳୀ, ଏହାକୁ ଦୃଷ୍ଟିରେ ରଖି ଲଢ଼େଇ କରିବାକୁ ଭାରତୀୟ ଦଳ ପ୍ରସ୍ତୁତ ହେବା ଆବଶ୍ୟକ।
ଭାରତୀୟ ଦଳର ଟପ୍‌‌ ଓ ମିଡଲ ଅର୍ଡର ବ୍ୟାଟିଂ ଏବେ ପରୀକ୍ଷାର ସମ୍ମୁଖୀନ ହୋଇଛି। ଟପ୍‌‌ ଅର୍ଡରରେ ରୋହିତ ଶର୍ମା, ଶୁବମାନ ଗିଲ (ଫାଷ୍ଟ ବୋଲରଙ୍କୁ ଖେଳିପାରୁନାହାନ୍ତି) ଓ ବିରାଟ କୋହଲି ଖେଳିବାକୁ ଥିବାରୁ ଏମାନେ ବିଶ୍ୱର ଯେକୌଣସି ଭୟଙ୍କର ବୋଲରଙ୍କୁ ମୁକାବିଲା କରିବାର ଦକ୍ଷତା ରଖିଛନ୍ତି। କିନ୍ତୁ ଫର୍ମରେ ଥିବା ପାକିସ୍ତାନୀ ଫାଷ୍ଟ ବୋଲର ସାହିନ ଶାହା ଆଫ୍ରିଦୀ, ନସୀମ ଶାହ ଓ ହାରିସ ରୌଫଙ୍କ ସହ ଅନ୍ୟମାନଙ୍କୁ କିପରି ଏମାନେ ମୁକାବିଲା କରିବେ, ତାହା ଉପରେ ଭାରତର ସଫଳତା ନିର୍ଭର କରେ। ଏଣୁ ଏଠାରେ ଫର୍ମ ଓ କ୍ଲାସ୍‌‌ର ଆବଶ୍ୟକତା ରହିଛି। ପାକିସ୍ତାନର ଏହି ୩ ବୋଲର ଚଳିତବର୍ଷ ମିଳିତଭାବେ ୪୯ଟି ୱିକେଟ ନେଇସାରିଛନ୍ତି। ଏମାନଙ୍କ ମଧ୍ୟରେ ହାରିସ ରୌଫ୍‌‌ ୧୦ଟି ମ୍ୟାଚ୍‌‌ ଖେଳି ୧୭ ୱିକେଟ ପାଇଛନ୍ତି। ସ୍ପିନର ସଦାବ ଖାନ୍‌‌ ମଧ୍ୟ ଭଲ ଫର୍ମରେ ଅଛନ୍ତି। ପାକିସ୍ତାନର ଫାଷ୍ଟ ବୋଲରଙ୍କ ଭଳି ଟପ୍‌‌-୩ ବ୍ୟାଟର ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିନାୟକ ବାବର ଆଜମ (୬୮୯ ରନ୍‌‌), ଫକର ଜମାନ (୫୯୩ ରନ୍‌‌) ଓ ଇମାମ୍‌‌-ଉଲ-ହକ୍‌‌ (୩୬୧) ରନ କରିଛନ୍ତି। ଏମାନଙ୍କ ପଛକୁ ମହମ୍ମଦ୍‌‌ ରିଜୱାନ୍‌‌ ରହିଛନ୍ତି।
ଭାରତୀୟ ଦଳ ଏବେ ସୁଦ୍ଧା କାହାକୁ ଖେଳାଇବ ବା ନ ଖେଳାଇବ ତାହା ସ୍ଥିର କରିପାରି ନାହିଁ। ଲୋକେଶ ରାହୁଲଙ୍କ ସ୍ଥାନରେ ଜଣେ ବାମହାତୀ ବ୍ୟାଟର ଭାବେ ୱିକେଟରକ୍ଷକ ଇଶାନ କିସାନଙ୍କୁ ସ୍ଥାନ ମିଳିପାରେ। ଶ୍ରେୟସ ଆୟର ଓ ହାର୍ଦ୍ଦିକ ପାଣ୍ଡ୍ୟା ମିଡଲ ଅର୍ଡର ପୂରଣ କରିବେ। ଭାରତ ଲାଗି ଖୁସିର ଖବର ହେଲା ଯଶପ୍ରୀତ୍‌‌ ବୁମ୍‌‌ରାଙ୍କ ଫିଟ୍‌‌ ହେବା। କିନ୍ତୁ ସେ କିପରି ହାଇଭୋଲ୍ଟେଜ ଗେମ୍‌‌ରେ ତିଷ୍ଠିବେ ତାହାକୁ ନେଇ ଚିନ୍ତା। ମହମ୍ମଦ ସାମି ଓ ମହମ୍ମଦ୍‌‌ ସିରାଜ ପେସ୍‌‌ ବୋଲର ଭାବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ସ୍ପିନର ଭାବେ ଖେଳିବାର ସମ୍ଭାବନା ଅଧିକ। ଉଭୟ ଦଳର ମିଡଲ ଅର୍ଡର ଦୁର୍ବଳ। ଏଥିରୁ ଯିଏ ଫାଇଦା ନେବ ସେହି ଦଳ ଆଗରେ ରହିବ ନିଶ୍ଚୟ।
ଭାରତରେ ହେବାକୁ ଥିବା ବିଶ୍ୱକପକୁ ବୟକଟ୍ କରିବାକୁ ଧମକ ଦେଲେ ପାକିସ୍ତାନ କ୍ରୀଡାମନ୍ତ୍ରୀ, କହିଲେ ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଆସିଲେ ଆମେ ବି ଯିବୁନି..
ନୂଆଦିଲ୍ଲୀ: ବିଶ୍ୱକପ୍ ଖେଳିବାକୁ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତ ଆସିବା ଉପରେ ଏବେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅକ୍ଟୋବର ୫ ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ । ଏହାରି ଭିତରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ବିଶ୍ୱକପରୁ ପାକିସ୍ତାନର ଓହରିବା ପାଇଁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ନ୍ୟୁଟାଲ ଭେନ୍ୟୁରେ ଏସିଆ କପ୍ ଖେଳିବା କଥା ଛାଡୁ, ନଚେତ୍ ପାକିସ୍ତାନ ମଧ୍ୟ ବିଶ୍ୱକପରେ ସେହି ଦାବି କରିବ । ଆଇସିସି ଜୁନ ୨୭ ତାରିଖରେ ବିଶ୍ୱକପ୍ ପାଇଁ ସିଡ୍ୟୁଲ ଜାରି କରିସାରିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ ବୋଲି ସିଡ୍ୟୁଲ ହୋଇଛି ।
ପାକିସ୍ତାନ ଖେଳମନ୍ତ୍ରୀ ଏହସାନ୍ ମଜାରୀ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜରଦାରୀଙ୍କ ଅଧ୍ୟକ୍ଷତାରେ ୧୪ ସଦସୀୟ କମିଟିର ଗଠନ କରିଛନ୍ତି । ସେଥିରେ ମୋ ସହ ମୋଟ ୧୧ମନ୍ତ୍ରୀ ରହିଛନ୍ତି । ଆମେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବୁ ଯେ ପାକିସ୍ତାନକୁ ଭାରତ ଯାଇ କ୍ରିକେଟ ଖେଳିବା ଉଚିତ କି ନାହିଁ । ଆମେ ଆମର ସୁପାରିଶ ପ୍ରଧାନମନ୍ତ୍ରୀଙ୍କୁ ପଠାଇବୁ ।
ସେହି ଆଧାରରେ ପ୍ରଧାନମନ୍ତ୍ରୀ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଟିମ୍ କୁ ପଠାଇବର ଶେଷ ନିଷ୍ପତ୍ତି ନେବେ । ପିସିବି ମୋ ଭାଗରେ ଆସୁଛି । ତେଣୁ ମୋ ବିଚାରରେ ଭାରତ ମଧ୍ୟ ଏସିଆ କପ୍ ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବାର ଜିଦକୁ ଛାଡିଦେଉ ନଚେତ ଆମେ ମଧ୍ୟ ବିଶ୍ୱକପରେ ପାକିସ୍ତାନର ମ୍ୟାଚ୍ ଭାରତ ବଦଳରେ ନ୍ୟୁଟ୍ରାଲ ଭେନ୍ୟୁରେ କରାଇବା ନେଇ ଦାବି କରିବୁ । ଏସିଆନ କ୍ରିକେଟ କାଉନ୍ସିଲ ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଶ୍ରୀଲଙ୍କା ଏବଂ ପାକିସ୍ତାନରେ କରାଇବା ନେଇ ନିଷ୍ପତ୍ତି କରିଛି । ଏହି ଅନୁଯାୟୀ, ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟର କେବଳ ୪ ମ୍ୟାଚ୍ ଖେଳାଯିବ ।
ବାକି ୯ ମୁକାବିଲା ଶ୍ରୀଲଙ୍କାରେ ହେବ । ଗ୍ରୁପ ଷ୍ଟେଜର ଚାରି ମ୍ୟାଚ୍ ପାକିସ୍ତାନରେ ହେବ । ଏଥିରେ ଗୋଟିଏ ଗ୍ରୁପରୁ ପାକିସ୍ତାନ ବନାମ ନେପାଳ ମ୍ୟାଚ୍ ଏବଂ ଦ୍ୱିତୀୟ ଗ୍ରୁପରୁ ଆଫଗାନୀସ୍ତାନ ବନାମ ବାଂଲାଦେଶ, ଆଫଗାନୀସ୍ତାନ ବନାମ ଶ୍ରୀଲଙ୍କା ଏବଂ ବାଂଲାଦେଶ ବନାମ ଶ୍ରୀଲଙ୍କା ମ୍ୟାଚ୍ ସାମିଲ ରହିଛି । ଅର୍ଥାତ ପାକିସ୍ତାନରେ ଭାରତର ଗୋଟିଏ ମ୍ୟାଚ୍ ବି ହେବନାହିଁ । ଯଦି ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚେ ତେବେ ଏହି ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ହେବ । ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ସୂଚୀ ବର୍ତ୍ତମାନ ସୁଦ୍ଧା ଜାରି କରାଯାଇନାହିଁ ।