train - The Sakala
ମିର୍ଜାପୁର ଚୁନାର ଷ୍ଟେସନରେ ଅଘଟଣ; ରେଳ ଲାଇନ ପାର ବେଳେ ଚଢିଗଲା ଟ୍ରେନ, ୪ ମୃତ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିର୍ଜାପୁର ଜଲ୍ଲାରେ ବୁଧବାର ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଚୁନାର ରେଳ ଷ୍ଟେଶନରେ ପ୍ରାୟ ୪ ଜଣ ଲୋକ ଟ୍ରେନରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେବା ସହ ମୁଖ୍ୟମନ୍ତ୍ରୀ  ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଟ୍ରେନ୍‌ର ଭୁଲ ଦିଗରୁ ଓହ୍ଲାଇବା ସମୟରେ ଦୁର୍ଘଟଣା ଘଟିଥିଲା। ଲୋକମାନେ ପାଦରେ ଚାଲି ରେଳ ଟ୍ରାକ୍‌ ପାର ହେଉଥିବା ସମୟରେ କାଲକା-ହାଓ୍ବଡ଼ା ଏକ୍ସପ୍ରେସ୍‌ ହଠାତ୍‌ ଦ୍ରୁତଗତିରେ ଟ୍ରାକ୍‌ ଉପରେ ଆସି ଯାଇଥିଲା। ପ୍ରାୟ ୬ ଜଣ ଲୋକ ଟ୍ରେନ୍‌ ଦ୍ୱାରା ଧକ୍କା ଖାଇ ଗୁରୁତର ହୋଇଥିଲେ।
ରାୟପୁର: ଗୋଟିଏ ଶବ୍ଦ କିପରି ଜୀବନରେ ବଡ଼ ବିପର୍ଯ୍ୟୟ ଆଣେ ତାହାର ଅନେକ ଉଦାହରଣ ରହିଛି । ମାତ୍ର ଜଣେ ରେଳବାଇ ଅଧିକାରୀଙ୍କ ‘ଓକେ’ ତାଙ୍କ ଚାକିରି ନେବା, ତାଙ୍କ ପତ୍ନୀଙ୍କ ଛାଡ଼ପତ୍ର ଓ ରେଳବାଇର କୋଟିକୋଟି ଟଙ୍କା କ୍ଷତିର କାରଣ ପାଲଟିବା ସମ୍ଭବତଃ ଭାରତର ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ରୋଚକ ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଞ୍ଚଳରେ।
ରେଳ ଷ୍ଟେସନରେ କାର୍ଯ୍ୟ କରୁଥିବା ଷ୍ଟେସନମାଷ୍ଟରଙ୍କ ଦାୟିତ୍ବ କେତେ ସମସ୍ତେ ଜାଣନ୍ତି। ତାଙ୍କର ସାମାନ୍ୟ ଅସାବଧାନତା ମୁହୂର୍ତ୍ତକ ମଧ୍ୟରେ ବାହାନଗା ପରି ଘଟଣା ଘଟାଇପାରେ। ବିଶାଖାପାଟଣାରେ କାର୍ଯ୍ୟ କରୁଥିବା ଏହି ଷ୍ଟେସନମାଷ୍ଟରଙ୍କୁ ତାଙ୍କ ପତ୍ନୀ କାର୍ଯ୍ୟ ଅବଧି ମଧ୍ୟରେ ପ୍ରତିଦିନ ବାରମ୍ବାର ଫୋନ କରନ୍ତି। ଘଟଣା ଘଟିବା ଦିନ କୌଣସି କାରଣକୁ ନେଇ ଷ୍ଟେସନମାଷ୍ଟର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଗୋଟିଏ ଫୋନରେ ଷ୍ଟେସନ ମାଷ୍ଟର ପତ୍ନୀଙ୍କ ସହ ଝଗଡ଼ା କରୁଥିବା ସମୟରେ ତାଙ୍କର ଅନ୍ୟ ଏକ ଫୋନ୍ ବାଜିଥିଲା। ଦ୍ବିତୀୟ ଫୋନ୍ କଲ ଟି ତାଙ୍କର ସିଗନାଲ୍ ସହକର୍ମୀଙ୍କର ଥିଲା ଓ ଯିଏ ସେହି ସମୟରେ ଗୋଟିଏ ଟ୍ରେନ୍ ଷ୍ଟେସନ ଅତିକ୍ରମ କରିବା ପାଇଁ ଷ୍ଟେସନମାଷ୍ଟରଙ୍କ ସିଗନାଲ ଲୋଡ଼ୁଥିଲେ। ସହକର୍ମୀଙ୍କ ଜରୁରୀ ଫୋନକୁ ଅନ୍ କରି ଷ୍ଟେସନ ମାଷ୍ଟର ପତ୍ନୀଙ୍କ ଉଦ୍ଦେଶ୍ୟରେ ଯେଉଁ ’ଘରକୁ ଗଲେ କଥା ହେବା, ଓକେ’ କହିଲେ ତାହା ହିଁ ସବୁ ଅଡ଼ୁଆକୁ ଡ଼ାକି ଆଣିଲା। ଅନ୍ୟ ଫୋନ୍‌ରେ ଅପରପାର୍ଶ୍ବରେ ଥିବା ସହକର୍ମୀ ଜଣକ ଷ୍ଟେସନ ମାଷ୍ଟର କହିଥିବା ସମ୍ପୂର୍ଣ୍ଣ ବାକ୍ୟ ଶୁଣି ନ ଥିଲେ। ସେ କେବଳ ଷ୍ଟେସନ ମାଷ୍ଟରଙ୍କ ’ଓକେ’ ଶବ୍ଦଟି ଶୁଣି ଟ୍ରେନ୍ ଯିବା ପାଇଁ ସିଗନାଲ ଦେଇଦେଲେ । ଫଳରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଚଳାଚଳ ନିଷିଦ୍ଧ ଥିବା ମାଓ ଅଧ୍ୟୁଷିତ ଅଞ୍ଚଳ ରାସ୍ତାରେ ଟ୍ରେନଟି ଚାଲି ଯାଇଥିଲା।
ସହକର୍ମୀଙ୍କୁ ଷ୍ଟେସନ ମାଷ୍ଟରଙ୍କ ଦାୟିତ୍ବହୀନ ‘ଓକେ’ ଶବ୍ଦ ଯୋଗୁଁ ରେଳବାଇ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଥିଲା ଓ ପ୍ରାୟ ୩ କୋଟି ଟଙ୍କା ଆର୍ଥିକ କ୍ଷତି ଘଟିଥିବା ଦର୍ଶାଇ ଉଚ୍ଚ ରେଳ ଅଧିକାରୀ ସମ୍ପୃକ୍ତ ଷ୍ଟେସନ ମାଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଦେଲେ । ନିଲମ୍ବନ ପରେ ଷ୍ଟେସନମାଷ୍ଟର ତାଙ୍କ ପତ୍ନୀ କାର୍ଯ୍ୟ ସମୟରେ ବାରମ୍ବାର ଫୋନ୍ କରି କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ମାନସିକ ଉତ୍ପୀଡ଼ନ ଅଭିଯୋଗ ଆଣିବା ସହ ପରିବାର ଅଦାଲତର ଦ୍ବାରସ୍ଥ ହେଲେ । ଏହା ସହିତ ପତ୍ନୀଙ୍କଠାରୁ ମୁକ୍ତି ପାଇବା ପାଇଁ ବିବାହ ବିଚ୍ଛେଦ ଆବେଦନ କଲେ। ଅନ୍ୟପକ୍ଷରେ ଷ୍ଟେସନମାଷ୍ଟରଙ୍କ ପତ୍ନୀ ମଧ୍ୟ ସ୍ବାମୀ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ଉତ୍ପୀଡ଼ନ ମାମଲା ରୁଜୁ କଲେ । ନିମ୍ନ ଅଦାଲତରୁ ମାମଲା ଉଚ୍ଚ ଅଦାଲତ ପର୍ଯ୍ୟନ୍ତ ଗଲା। ଶେଷରେ ଛତିଶଗଡ଼ ହାଇକୋର୍ଟଙ୍କ ରାୟ ଏହି ମାମଲାରେ ଷ୍ଟେସନମାଷ୍ଟରଙ୍କୁ ଆଶ୍ବସ୍ତି ଦେଇଛି । ପତ୍ନୀଙ୍କ ଏପରି ବ୍ୟବହାର ଓ କାର୍ଯ୍ୟ ତାଙ୍କ ପତି ତଥା ଷ୍ଟେସନମାଷ୍ଟରଙ୍କ ବୃତ୍ତିଗତ ଜୀବନରେ ଗଭୀର ପ୍ରଭାବ ପକାଇଛି । ଯାହା ଛାଡ଼ପତ୍ର ପାଇଁ ଯୋଗ୍ୟ ବୋଲି ହାଇକୋର୍ଟ କହିଛନ୍ତି ।
ସମ୍ପୃକ୍ତ ଷ୍ଟେସନ ମାଷ୍ଟର ୨୦୧୧ ଅକ୍ଟୋବର ୧୨ରେ ଭିଲାଇର ଯୁବତୀଙ୍କୁ ବିବାହ କରିଥିଲେ। ମାତ୍ର ଏହି ବିବାହରେ ସମ୍ପୃକ୍ତ ଯୁବତୀ କୁଆଡ଼େ ଖୁସି ନ ଥିଲେ। ଏକ ଇଞ୍ଜିନିଅରିଂ କଲେଜରେ ଲାଇବ୍ରେରିଆନ ଥିବା ତାଙ୍କର ପୁରୁଣା ପ୍ରେମିକଙ୍କୁ ସେ ଭୂଲି ପାରୁ ନଥିଲେ । ତାଙ୍କ ସହ ଘଣ୍ଟାଘଣ୍ଟା ଗପୁଥିଲେ । ଷ୍ଟେସନମାଷ୍ଟର ଏ ସମ୍ପର୍କରେ ଜାଣିବା ପରେ ନିଜ ଶଶ୍ବରଙ୍କୁ ମଧ୍ୟ ଏହା ଜଣାଇଥିଲେ ଓ ସେ ତାଙ୍କ ଝିଅ ଆଉ ଏପରି କିଛି କରିବ ନାହିଁ ବୋଲି ଷ୍ଟେସନମାଷ୍ଟର ଜ୍ବାଇଁଙ୍କୁ ଆଶ୍ବାସନା ଦେଇଥିଲେ। ମାତ୍ର ଏହା ପରେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ଅଭ୍ୟାସରେ କିଛି ପରିବର୍ତ୍ତନ ଘଟି ନ ଥିଲା ଓ ପତି-ପତ୍ନୀଙ୍କ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ନିରନ୍ତର ଝଗଡ଼ା ଲାଗୁଥିଲା । ମାଓ ଅଧ୍ୟୁଷିତ ଅଞ୍ଚଳକୁ ନିଷିଦ୍ଧ ସମୟରେ ଟ୍ରେନ୍ ଯିବା ଦିନ ମଧ୍ୟ ପତ୍ନୀ ଷ୍ଟେସନମାଷ୍ଟରଙ୍କ ସହ ଝଗଡ଼ା କରୁଥିଲେ । ସେହି ସମୟରେ ପତ୍ନୀଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ମାଷ୍ଟର ଯେଉଁ ‘ଓକେ ’ ଶବ୍ଦ ପ୍ରୟୋଗ କରିଥିଲେ, ତାହା ହିଁ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଆଇନଗତ ଲଢ଼େଇ ପରେ ସେ ପତ୍ନୀଙ୍କ ମାନସିକ ଯନ୍ତ୍ରଣାରୁ ମୁକ୍ତ ହୋଇଥିଲେ ସତ, ଏହି ଓକେ ଶବ୍ଦ ତାଙ୍କ ବୃତ୍ତିଗତ ଜୀବନରେ କଳା ଧାଡ଼ି ଟାଣି ଦେଇଥିଲା।
ପାତଲକୋଟ ଏକ୍ସପ୍ରେସର ୨ଟି ବଗିରେ ଭୟଙ୍କର ଅଗ୍ନିକାଣ୍ଡ, ୨ ଆହତ
ଆଗ୍ରା : ଆଗ୍ରା-ଝାନସୀ ରେଲଓ୍ବେ ଟ୍ରାକରେ ପାତାଲକୋଟ ଏକ୍ସପ୍ରେସରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଭଡାଇ ରେଳ ଷ୍ଟେସନ ନିକଟରେ ୨ଟି ବଗିରେ ଭୟଙ୍କର ଅଗ୍ନିକାଣ୍ଡ। ଏକ୍ସପ୍ରେସ ଟ୍ରେନ୍‌ଟି ଫିରୋଜପୁର ପଞ୍ଜାବରୁ ଛିନ୍ଦାୱାଡା ଯାଉଥିଲା। ଏହି ସମୟ ମଧ୍ୟରେ ଟ୍ରେନର ଦୁଇଟି ବଗି ପାଉଁଶ ହୋଇଯାଇଥିଲା। ନିଆଁ ଲାଗିବା ପରେ ଲୋକେ ଚିତ୍କାର କରିଥିଲେ। ଟ୍ରେନରେ ନିଆଁ ଲାଗିବା ପରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ଦେଖାଯାଉଥିଲା। ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଛନ୍ତି । ତେବେ ଉଭୟ ବଗିରେ ବସିଥିବା ଲୋକମାନେ ନିରାପଦରେ ବାହାରକୁ ଆସିଥିଲେ, ଟ୍ରେନରେ ଦୀର୍ଘ ସମୟ ଧରି ନିଆଁ ଲାଗିଥିଲା।
ଯାଜପୁର-ଧାମରା ଭାୟା ଆରଡ଼ିକୁ ଗଡ଼ିବ ରେଳ, ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ମିଳିଲା ଅନୁମତି
ଭୁବନେଶ୍ୱର: ଯାଜପୁର କେନ୍ଦୁଝର ରୋଡ଼ ଧାମରା ଭାୟା ଆରଡ଼ି ମଧ୍ୟରେ ରେଳ ଲାଇନ୍‌‌ ନିର୍ମାଣ ଉଦ୍ଦେଶ୍ୟରେ ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ମଞ୍ଜୁରୀ ପ୍ରଦାନ କରିଛି ରେଳ ବୋର୍ଡ। ୯୬ କିମି ରେଳ ଲାଇନ୍‌‌ ନିର୍ମାଣ ପୂର୍ବରୁ ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ରେଳ ବୋର୍ଡ ପକ୍ଷରୁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏ ସମ୍ପର୍କରେ ଆଜି ରେଳ ବୋର୍ଡ ଯୁଗ୍ମ ନିର୍ଦ୍ଦେଶକ ଅଭିଷେକ ଜଗାୱତ୍‌‌ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି। ସୂଚନାଯୋଗ୍ୟ ଯେ ଶିଳ୍ପାଞ୍ଚଳର ମୁଖଶାଳା କୁହାଯାଉ ଥିବା ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ୍‌‌ରୁ ଧାମରା ବନ୍ଦର ପର୍ଯ୍ୟନ୍ତ ରେଳ ଲାଇନ୍‌‌ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ୨୦୨୩-୨୪ ବଜେଟରେ କେନ୍ଦ୍ର ସରକାର ଏଥିପାଇଁ ବ୍ୟୟବରାଦ କରିବେ ବୋଲି ଆଶା କରାଯାଉଥିଲା। ହେଲେ ଓଡ଼ିଶା ଏଥିରେ ନିରାଶ ହୋଇଥିଲା।
ପରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏ ନେଇ ଏକ ଦାବିପତ୍ର ପ୍ରଦାନ କରି ଯଥାଶୀଘ୍ର ରେଳ ଲାଇନ୍‌‌ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିଲେ। ଶିଳ୍ପ ସମୃଦ୍ଧ ଯାଜପୁରରୁ ଭଦ୍ରକର ଧାମରା ବନ୍ଦରକୁ ରେଳ ଲାଇନ୍‌‌ ସଂଯୋଗ ହେଲେ ଶିଳ୍ପ ଉତ୍ପାଦିତ ସାମଗ୍ରୀ ଓ ଖଣିଜ ପଦାର୍ଥ ପରିବହନ ହୋଇପାରିବ। ବାହାରୁ ଏଠାକାର ଶିଳ୍ପ ସଂସ୍ଥାକୁ କଞ୍ଚାମାଲ ଯୋଗାଣ ସହଜ ହେବ। ଏଥିସହ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ଓ ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ଆରଡ଼ିକୁ ଯିବା ଆସିବା ପାଇଁ ଜନସାଧାରଣ ଟ୍ରେନ୍‌‌ ସୁବିଧା ପାଇବେ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ବେଶ୍‌‌ ଉପକୃତ ହୋଇପାରିବେ। ରାଜ୍ୟ ତଥା ଦେଶର ଆର୍ଥିକ ଏବଂ ସାମାଜିକ ବିକାଶ ଦିଗରେ ଏହି ରେଳଲାଇନ୍‌‌ ଉପାଦେୟ ସାବ୍ୟସ୍ତ ହେବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼େଇ ରେଳମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏଥିସହ ଖଣି ସମୃଦ୍ଧ କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ମଧ୍ୟ ଉପକୃତ ହୋଇପାରିବେ ବୋଲି କୁହାଯାଇଥିଲା।
ବ୍ରହ୍ମପୁର ଷ୍ଟେସନ ନିକଟରେ ଟ୍ରେନରୁ ବାହାରିଲା ଧୁଆଁ
ବ୍ରହ୍ମପୁର: ପୁଣି ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଧୂଆଁ ଦେଖି ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ଯାତ୍ରୀ । ଟ୍ରେନର ବ୍ରେକ୍ ପାଖରେ କିଛି ଅଖା ଲାଗି ଯାଇଥିଲା । ଯେଉଁଥି ପାଇଁ ଟ୍ରେନରୁ ଧୂଆଁ ବାହାରୁଥିଲା । ଟ୍ରେନକୁ ବ୍ରହ୍ମପୁର ରେଳ ଷ୍ଟେସନକୁ ନିଆଯାଇଥିଲା । ଯାଞ୍ଚ ପରେ ପୁଣି ଟ୍ରେନ୍ ଚଳାଚଳ ଆରମ୍ଭ କରିଛି ।
ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ବିଶାଖାପାଟଣା: ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିିଛି। ହାୱଡ଼ାରୁ ସିକନ୍ଦରାବାଦ ଆସୁଥିବା ବେଳେ ଲାଗିଛି ନିଆଁ । ପାଗିଡ଼ିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଥିବା ସୂଚନା ।  ତେବେ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟରୁ ହୋଇଥିବା ସୂଚନା। ନିଆଁ ଲାଗିବା ଦେଖି ଯାତ୍ରୀମାନେ ଓହ୍ଲାଇ ପଡ଼ିଛନ୍ତି। ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଖବର ଅନୁଯାୟୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କେହି ମୃତାହାତ ହୋଇ ନାହାନ୍ତି। ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆଯାଇଛି। ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଗନ୍ତବ୍ୟ ସ୍ଥଳକୁ ବସ ଯୋଗେ ପଠାଯାଉଛି।
#WATCH | Telangana | Fire broke out on three coaches of Falaknuma Express between Bommaipally and Pagidipally, following which it was stopped. All passengers deboarded the train, no injuries reported. pic.twitter.com/QfOkvrOAST
— ANI (@ANI) July 7, 2023
ମଇ ୧୫ତାରିଖରୁ ନିୟମିତ ପୁରୀ ଯିବ ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ
ବାରିପଦା: ଦକ୍ଷିଣ-ପୂର୍ବ ରେଳବାଇର ଖଡଗପୁର ଡିଭିଜନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୫ତାରିଖରୁ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ଭାବେ ଚଳାଚଳ ଆରମ୍ଭ କରିବ। ପୁରୀରେ ପୂର୍ବାହ୍ନ ୧୧ଟା ୫ରେ ପହଞ୍ଚି ଅପରାହ୍ନ ୪ଟା ୨୦ମିନିଟରେ ଫେରିବ। ସମ୍ପ୍ରସାରିତ ରୁଟର ଖୋର୍ଦ୍ଧା ଓ ସାକ୍ଷୀଗୋପାଳ ଦୁଇଟି ଷ୍ଟେସନରେ ଟ୍ରେନ ରହିବାକୁ ଥିବା ବେଳେ ୬ମାସ ପରୀକ୍ଷା ମୂଳକ ଭାବେ ପୂର୍ବ ରୁଟର ଜାମଶୋଳ, କୁଚେଇ ଓ ବୁଡାମରା ଷ୍ଟେସନରେ ଏହି ଟ୍ରେନ ଅଟକିବ।
୫ମାସ ପରେ ଏହି ୩ଟି ଷ୍ଟେସନର ବ୍ୟବସାୟ ସମ୍ପର୍କିତ ତଥ୍ୟକୁ ବିଚାରକୁ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରେଳବିଭାଗ କହିଛି। ଖବର ପ୍ରଚାରିତ ହେବା ପରେ ମୟୂରଭଞ୍ଜ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି। ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ନିକଟରେ ତିନିଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତିଙ୍କୁ ଭେଟି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସରୋଜିନୀ ହେମ୍ବ୍ରମ ଉପରୋକ୍ତ ଦାବିପତ୍ର ପ୍ରଦାନ କରିଥିଲେ।
ରାଜ୍ୟରେ ସ୍ୱାଭାବିକ ହେବ ଟ୍ରେନ୍‌ ଚଳାଚଳ, ଏପ୍ରିଲରୁ ପୁଣି ଟ୍ରାକ୍‌ରେ ଗଡିବ ସବୁ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍!
ଭୁବନେଶ୍ବର : ମହାମାରୀ କରୋନା ଯୋଗୁ ଦିର୍ଘଦିନ ଧରି ବନ୍ଦ ଥିବା ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ସେବା ପୁଣିଥରେ ଆରମ୍ଭ ହେବ । କୋଭିଡ୍ ପରିସ୍ଥିତିରେ ସୁଧାର ଆସିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ରେଲୱେ ଯୋଜନା କରୁଛି। ଏ ନେଇ ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ  କୌଶଳେନ୍ଦ୍ର କିଶୋର ଖାଡଙ୍ଗା କହିଛନ୍ତି, କରୋନା ଭାଇରସ୍ ଲକଡାଉନ୍ ପୂର୍ବରୁ ରାଜ୍ୟରେ ପୂର୍ବତଟ ରେଲୱେର ମୋଟ ୮୨ ଯୋଡ଼ା ଏକ୍ସପ୍ରେସ୍ ଚାଲୁଥିଲା। କିନ୍ତୁ କୋଭିଡ୍-୧୯ କଟକଣା ଲାଗୁ ହେବା ପରଠାରୁ ବିଭିନ୍ନ ରୁଟରେ ୫୯ ଯୋଡ଼ା ଏକ୍ସପ୍ରେସ୍ ଟ୍ରେନ୍ ଚାଲିଛି। ଯାହାକି ପାଖାପାଖି ୭୨ ପ୍ରତିଶତ ଟ୍ରେନ୍ ଚାଲୁଛି। ହେଲେ ରାଜ୍ୟରେ ଏବେ ପାସେଞ୍ଜର ଟ୍ରେନ୍ ବନ୍ଦ ଅଛି । ଯାହାକୁ ଖୁବଶୀଘ୍ର ଚଳାଚଳ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ସେ କହିଛନ୍ତି ।
ଆଗକୁ କରୋନା ମାମଲା ଯେତେ କମିବ, ସେତେ ଅଧିକ ଟ୍ରେନ୍ ଚାଲିବ। ଏ ନେଇ ଆମେ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛୁ। ତେଣୁ ଆଶା କରୁଛୁ ଏପ୍ରିଲରୁ ଟ୍ରେନ୍ ସଂଖ୍ୟା ବଢ଼ିବ।ଅଧିକାରୀ ଆହୁରି କହିଛନ୍ତି, ‘ବର୍ତ୍ତମାନ ପାସେଞ୍ଜର ଟ୍ରେନ୍ ସଂଖ୍ୟା କମ୍ ରହିଥିବା ବେଳେ ସ୍ପେଶାଲ୍ ଟ୍ରେନ୍ ଅଧିକ ଚାଲୁଛି।’ ଯେହେତୁ ଏବେ କରୋନା ମାମଲାରେ ସାମାନ୍ୟ ହ୍ରାସ ପାଇଛି, ତେଣୁ ପୁଣିଥରେ ସମ୍ପୂର୍ଣ୍ଣ ଟ୍ରେନ୍ ଚଳାଚଳ ପାଇଁ ଯୋଜନା କରୁଛି ପୂର୍ବତଟ ରେଲୱେ। ତେଣୁ ଏପ୍ରିଲ୍ ମାସରୁ ସବୁ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବା ନେଇ ଆଶାବାଦୀ ଅଛି ପୂର୍ବତଟ ରେଲୱେ। ତେବେ ରାଜ୍ୟ ସରକାର ଓ ପୂର୍ବତଟ ରେଲୱେ ବୋର୍ଡ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ହିଁ କୌଣସି ନିଷ୍ପତ୍ତି ନିଆଯିବ।
ନୂଆଦିଲ୍ଲୀ : ୧ ମାର୍ଚ୍ଚ ୨୦୨୧ ରୁ ଆପଣଙ୍କ ବ୍ୟାଙ୍କ ଓ ଟଙ୍କା ସହିତ ଜଡିତ ଅନେକ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି । ତେଣୁ ଆପଣ ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ନିଶ୍ଚୟ ଜାଣିନିଅନ୍ତୁ । ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ଠାରୁ ବ୍ୟାଙ୍କର ଆଇଏଫ୍‌ସି କୋଡ୍ ପର୍ଯ୍ୟନ୍ତ ଅନେକ କିଛି ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବ । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଆସନ୍ତୁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ…
ବ୍ୟାଙ୍କ ଅଫ୍ ବରୋଦାରେ ଏହି ପରିବର୍ତ୍ତନ ହେବାକୁ ଯାଉଛି
ବ୍ୟାଙ୍କ ଅଫ୍ ବରୋଦା ରେ ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ପରେ ଉଭୟ ବ୍ୟାଙ୍କର ଆଇଏଫ୍‌ସି(IFSC) କୋଡ୍  ୧ ମାର୍ଚ୍ଚ ୨୦୨୧ ରେ ପରିବର୍ତ୍ତନ ହେବ । ଫଳରେ ଆପଣ ପୁରୁଣା ଆଇଏଫ୍‌ସି(IFSC) କୋଡ୍ ସହିତ କାରବାର କରିବାକୁ ସମର୍ଥ ହେବେ ନାହିଁ । ବ୍ୟାଙ୍କ ଅଫ୍ ବରୋଦା ଏହା ମଧ୍ୟ କହିଛି ଯେ ଗ୍ରାହକମାନେ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ନୂତନ ଆଇଏଫ୍‌ସି(IFSC)  କୋଡ୍ ସହିତ ଚେକ୍ ବୁକ୍ ପାଇପାରିବେ । ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କର ବ୍ୟାଙ୍କ ଅଫ୍ ବରୋଦା ସହିତ ମିଶ୍ରଣ ୧ ଏପ୍ରିଲ ୨୦୧୯ ରୁ ଲାଗୁ ହେଲା । ଏହା ପରେ ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କର ଗ୍ରାହକମାନେ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ହୋଇଥିଲେ ।
ମିଶ୍ରଣ ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓୠଝଉ କୋଡ୍ ମଧ୍ୟ ପରିବର୍ତ୍ତନ କରିବ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ମଧ୍ୟ ଆଇଏଫ୍‌ସି(IFSC)  ସହ ଜଡିତ ନିୟମରେ ପରିବର୍ତ୍ତନ କରୁଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ସହଯୋଗୀ ବ୍ୟାଙ୍କ ଓରିଏଣ୍ଟାଲ ବ୍ୟାଙ୍କ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୁଣା ଚେକବୁକ୍ ଓ ଆଇଏଫ୍‌ସି(IFSC)  କିମ୍ବା MICR କୋଡ୍ ପରିବର୍ତ୍ତନ କରିବାକୁ ଯାଉଛି । ଯଦିଓ ପୁରୁଣା ଚେକବୁକ୍ ଓ ଆଇଏଫ୍‌ସି(IFSC)  କିମ୍ବା MICR କୋଡ୍ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବ କିନ୍ତୁ ବ୍ୟାଙ୍କ ଗ୍ରାହକଙ୍କୁ ନୂତନ କୋଡ୍ ପାଇବାକୁ କହିଛି ଅନ୍ୟଥା ପରେ କିଛି ସମସ୍ୟା ହୋଇପାରେ ।
ମାର୍ଚ୍ଚ ୧ ରୁ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ
ହୋଲି ପୂର୍ବରୁ ମାର୍ଚ୍ଚ ୧ ତାରିଖରୁ ଅନେକ ଟ୍ରେନ୍ ଚଳାଚଳ ଆରମ୍ଭ କରିବ ବୋଲି ଭାରତୀୟ ରେଳ ଘୋଷଣା କରିଛି । ଉତ୍ତର ପ୍ରଦେଶ ଏବଂ ବିହାରର ଯାତ୍ରୀମାନେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳରୁ ସର୍ବାଧିକ ସୁବିଧା ପାଇବେ । ଏହା ବ୍ୟତୀତ ୱେଷ୍ଟର୍ନ ରେଳବାଇ ୧୧ ଟି ଯୋଡି ଅର୍ଥାତ୍ ବିଭିନ୍ନ ମାର୍ଗରେ ୨୨ ଟି ନୂତନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନ୍ ଗୁଡିକ ଦିଲ୍ଲୀ, ମଧ୍ୟ ପ୍ରଦେଶ, ମୁମ୍ବାଇ ସମେତ ଅନେକ ରୁଟ୍ ମଧ୍ୟରେ ଚାଲିବ । କିଛି ଟ୍ରେନ୍ ବିର୍ତ୍ତମାନ ଚଳାଚଳ କରିବା ଆରମ୍ଭ କରିଛି । ଏଥି ସହିତ କିଛି ଟ୍ରେନ୍ ୧ ମାର୍ଚ୍ଚ ୨୦୨୧ ରୁ ଚଳାଚଳ ଆରମ୍ଭ କରିବ।
ଗ୍ୟାସ୍ ସିଲିଣ୍ଡର ଦର ପରିବର୍ତ୍ତନ ହେବ
ଯଦି ସରକାରୀ ତୈଳ କମ୍ପାନୀଗୁଡିକ ମାସର ପ୍ରଥମ ତାରିଖରେ ଗ୍ୟାସ ସିଲିଣ୍ଡରର ଦରରେ ସମୀକ୍ଷା କରନ୍ତି । ତେବେ ୧ ମାର୍ଚ୍ଚରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳିପାରେ । ଫେବୃଆରୀ ମାସରେ କମ୍ପାନୀଗୁଡିକ ସିଲିଣ୍ଡରର ଦରରେ ତିନିଥରରେ ପ୍ରାୟ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ବର୍ତ୍ତମାନ ୭୯୪ ଟଙ୍କା ରହିଛି ୧୪.୨ କେଜି ଏଲପିଜି  ଗ୍ୟାସଦର।
ମାର୍ଚ୍ଚରେ ବ୍ୟାଙ୍କଗୁଡିକ ୧୧ ଦିନ ପାଇଁ ବନ୍ଦ ରହିବ
ମାର୍ଚ୍ଚରେ କ୍ରମାଗତ ୧୧ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏଥିମଧ୍ୟରୁ ମାର୍ଚ୍ଚ ୫, ମାର୍ଚ୍ଚ ୧୧, ମାର୍ଚ୍ଚ ୨୨, ମାର୍ଚ୍ଚ ୨୯ ଓ ମାର୍ଚ୍ଚ ୩୦ ରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏହା ବ୍ୟତୀତ ୪ଟି ରବିବାର ଓ ଦ୍ୱିତୀୟ ଶନିବାର ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍ ସମୁଦାୟ ୧୧ ଦିନ ବ୍ୟାଙ୍କରେ କୌଣସି କାମ ହେବ ନାହିଁ ।