ICC World Cup - The Sakala
ଇତିହାସ ରଚିଲା ମହିଳା କ୍ରିକେଟ ଟିମ୍: ୫୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତର ପ୍ରଥମ ଦିନିକିଆ ବିଶ୍ବକପ୍‌ ଟାଇଟଲ୍‌ ହାସଲ
ନଭି ମୁମ୍ବଇ: ଦୀର୍ଘ ୫୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ନଭି ମୁମ୍ବଇର ଡିୱାଇ ପାଟିଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ତ୍ରୟୋଦଶ ସଂସ୍କରଣର ଗ୍ରାଣ୍ଡ୍‌ ଫାଇନାଲରେ ଭାରତୀୟ ଦଳ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ବବିଜୟିନୀ ହୋଇଛି।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୭ ୱିକେଟ୍‌ ବିନିମୟରେ ୨୯୮ ରନର ବିଶାଳ ସ୍କୋର୍‌ ଛିଡ଼ା କରାଇଥିଲା। ଟାର୍ଗେଟ୍‌କୁ ପିଛା କରି ଦକ୍ଷିଣ ଆଫ୍ରିକା ୨୪୬ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅଧିନାୟିକା ଲୌରା ଓଲ୍‌ଭର୍ଟ ଦମ୍‌ଦାର୍‌ ଶତକୀୟ (୧୦୧) ଇନିଂସ ଦକ୍ଷିଣ ଆଫ୍ରିକା ଶିବିରରେ ବିଜୟର ଆଶା ସଞ୍ଚାର କରିଥିଲା। ହେଲେ ୪୨ ତମ ଓଭର୍‌ରେ ଓଲଭର୍ଟଙ୍କୁ ଆଉଟ୍‌ କରି ଦୀପ୍ତି ଶର୍ମା ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ପରବର୍ତ୍ତୀ ୪ ଓଭର୍‌ରେ କ୍ରମାଗତ ଭାବେ ୱିକେଟ୍‌ ହରାଇଥିବା ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନ୍‌ ସୀମିତ ରହିଯାଇଥିଲା। ଦୀପ୍ତି ଶର୍ମାଙ୍କ ୧୦ମ ଓଭର୍‌ର ୩ୟ ବଲ୍‌କୁ ବଡ଼ ସଟ୍‌ ଖେଳିବାକୁ ଯାଇ ଶେଷ ବ୍ୟାଟର୍‌ ନାଦିନେ ଡି କ୍ଲେର୍କ କଭର୍‌ ଅଞ୍ଚଳରେ ଅଧିନାୟିକା ହର୍‌ମନପ୍ରୀତ୍‌ କୌରଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ।
୧୯୭୩ରୁ ମହିଳା ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହୋଇଥିବାବେଳେ ଭାରତ ପ୍ରଥମଥର ଚାମ୍ପିଅନ ହେବାର ସ୍ୱାଦ ଚାଖିଛି। ଅଷ୍ଟ୍ରେଲିଆ ରେକର୍ଡ ୭ଥର ଓ ଇଂଲଣ୍ଡ ୪ଥର ଓ ନ୍ୟୁଜିଲାଣ୍ଡ ଥରେ ଚାମ୍ପିଅନ ହୋଇଛନ୍ତି। ଭାରତ ଏଥର ଟାଇଟଲ୍‌ ଜିତିବା ସହ ନୂଆ ବିଶ୍ୱବିଜେତା ହୋଇଛି। ସାରା ବିଶ୍ବକପ୍‌ରେ ୨୧୫ ରନ୍‌ ସହ ମୋଟ୍‌ ୨୨ଟି ୱିକେଟ୍‌ ନେଇଥିବା  ଦୀପ୍ତି ଶର୍ମା ପ୍ଲେୟାର୍‌ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଏବଂ ଫାଇନାଲ୍‌ରେ ୮୭ ରନ୍‌ ସହ ୨ଟି ୱିକେଟ୍‌ ହାସଲ କରିଥିବା ଶେଫାଳି ବର୍ମା ପ୍ଲେୟାର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଆଇସିସି ବିଶ୍ବକପ୍‌ ଆଉ ୫ ଦିନ; ଆଜି ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଭାରତ
ଗୁଆହାଟୀ: ଆଉ ୫ ଦିନପରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ର ଅଭ୍ୟାସ ମ୍ୟାଚ୍‌‌ ଖେଳାଯିବା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆୟୋଜକ ଭାରତ ଆଜି ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍‌‌ରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ ରାଜଧାନୀ ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍‌‌ ଖେଳିବାକୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଗୁରୁବାର ଏଠାରେ ପହଞ୍ଚିଥିଲା। ଭାରତ ତା’ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌‌ରେ ଥିରୁଅନନ୍ତପୁରମରେ ଆସନ୍ତା ୩ ତାରିଖରେ ନେଦରଲାଣ୍ଡସକୁ ଭେଟିବ। ଏହା ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌‌ ଖେଳି ଭାରତ ଅଭିଯାନ ଆରମ୍ଭ କରିବ।
ଯୁବ ଓପନର ଶୁବମାନ ଗିଲ, ଇଶାନ କିଶାନ, ଅକ୍ଷର ପଟେଲଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଗୁରୁବାର ଅଭ୍ୟାସ କରିଥିଲେ। ଭାରତ ଏସିଆ କପ୍‌‌ ଓ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଛି। ଅଭ୍ୟାସ ମ୍ୟାଚ୍‌‌ରେ ଦଳଗୁଡିକ ସେମାନଙ୍କର ୧୫ଜଣ ଖେଳାଳିଙ୍କୁ ଖେଳାଇପାରିବେ। ତେଣୁ ଏହି ମ୍ୟାଚ୍‌‌ରେ ଉଭୟ ଦଳ ଅଦଳବଦଳ କରିବା ସହ କେତୋଟି ପରୀକ୍ଷା ନିରୀକ୍ଷା କରିବେ। ଭାରତ ଦିନିକିଆ ସମେତ ଟେଷ୍ଟ ଓ ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପଟେ ଇଂଲଣ୍ଡ ୫ ନଂ ଦଳ ଭାବେ ବିଶ୍ୱକପ୍‌‌ ଖେଳିବ। ଲଣ୍ଡନରୁ ଗୁଆହାଟୀକୁ ଆସିବା ପୂର୍ବରୁ ୩୮ ଘଣ୍ଟାର ଯାତ୍ରା କରି ଇଂଲଣ୍ଡ ଖେଳାଳିମାନେ କ୍ଲାନ୍ତ ଅନୁଭବ କରୁଥିବେ। ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌‌ ଅଧିକ ଗୁରୁତ୍ୱ ବହନ କରୁଛି। ଉଭୟ ଦଳ ବିଶ୍ୱକପ୍‌‌ ଟାଇଟଲ ଦାବିଦାର ହୋଇଥିବାରୁ ଏହି ଅଭ୍ୟାସ ମ୍ୟାଚ୍‌‌କୁ ଆଦୌ ହାଲ୍‌‌କା ଭାବେ ନେବେ ନାହିଁ। ମ୍ୟାଚ୍‌‌ ଅବସରରେ ପାଗ ସଫା ରହିବ ଓ ବର୍ଷା ହେବାର ସମ୍ଭାବନା କମ୍‌‌ ରହିଛି। ତେଣୁ ସ୍ଥାନୀୟ ପ୍ରଶଂସକମାନେ କ୍ରିକେଟର ଭରପୂର ମଜା ନେବେ। ବର୍ଷା ଋତୁ ଏବେ ମଧ୍ୟ ଚାଲୁ ରହିଥିବାରୁ ଗ୍ରାଉଣ୍ଡ ଓଦା ରହିବ। ବଲ ମନ୍ଥର ହେବ ଓ ସ୍ପିନରମାନେ ସମସ୍ୟାରେ ପଡ଼ିବେ। ଦ୍ରୁତ ବୋଲରଙ୍କୁ ସହାୟତା ମିଳିବ। ମ୍ୟାଚ୍‌‌ ସଂଘର୍ଷପୂର୍ଣ୍ଣ ହେବ। ଉଭୟ ଦଳ ପୂର୍ଣ୍ଣ ସାମର୍ଥ୍ୟ ସହ ପଡ଼ିଆକୁ ଓହ୍ଲାଇବେ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀ : ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଅଂଶଗ୍ରହଣକାରୀ ୧୦ଟି ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରହିଛି। ଆଜିଠୁ ୩ଟି ଭେନ୍ୟୁ ଯଥା ଗୁଆହାଟୀ, ହାଇଦରାବାଦ ଓ ଥିରୁଅନନ୍ତପୁରମରେ ସମସ୍ତ ୱାର୍ମଅପ୍‌‌ ମ୍ୟାଚ୍‌‌ ଆରମ୍ଭ ହୋଇଛି । ପ୍ରତ୍ୟେକ ଦଳ ୨ଟି ଲେଖାଏଁ ମ୍ୟାଚ୍‌‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହା ଫଳରେ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଦଳ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ସହ ଦୋଷ ଓ ଦୁର୍ବଳତାକୁ ପରୀକ୍ଷା କରିନେବେ।  ୱାର୍ମ ଅପ୍‌‌ ମ୍ୟାଚ ସେପ୍ଟେମ୍ବର ୨୯, ୩୦, ଅକ୍ଟୋବର ୨ ଓ ୩ରେ ଅନୁଷ୍ଠିତ ହେବ। ଅକ୍ଟୋବର ୫ ତାରିଖରେ ଡିଫେଣ୍ଡିଂ ଚାମ୍ପିଅନ୍‌‌ ଇଂଲଣ୍ଡ ଓ ରନର୍ସ ଅପ୍‌‌ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲାରୁ ୨୦୨୩ ଦିନିକିଆ ବିଶ୍ୱକପ୍‌‌ ଆନୁଷ୍ଠାନିକ ଆରମ୍ଭ ହେବ।
ତେବେ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିବା ଅଂଶଗ୍ରହଣକାରୀ ୧୦ଟି ଦଳର ଚୂଡ଼ାନ୍ତ ସ୍କ୍ୱାଡରେ ରହିଛନ୍ତି……..
ଭାରତ
ବ୍ୟାଟର୍‌‌- ରୋହିତ୍‌‌ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଅଲ୍‌‌ରାଉଣ୍ଡର-ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାଦ୍ଦୁଳ ଠାକୁର, ୱିକେଟ୍‌‌ରକ୍ଷକ- ଲୋକେଶ ରାହୁଲ, ଇଶାନ କିଶାନ, ବୋଲର-ଯଶପ୍ରୀତ୍‌‌ ବୁମ୍‌‌ରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।
ଦକ୍ଷିଣ ଆଫ୍ରିକା
ବ୍ୟାଟର୍‌‌- ତେମ୍ବା ବାଭୁମା (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ଆଇଡେନ ମାର୍କରାମ, ଡେଭିଡ ମିଲର, ରାସି ଭାନ୍‌‌ ଡର୍‌‌ ଡୁସେନ, ଅଲ୍‌‌ରାଉଣ୍ଡର- ମାର୍କୋ ଜାନସେନ ଓ ଆଣ୍ଡିଲ ଫେଲୁକୱାଓ, ୱିକେଟ୍‌‌ରକ୍ଷକ- କ୍ୱିଣ୍ଟନ ଡି କକ୍‌‌ ଓ ହେନରିକ୍‌‌ କ୍ଲାସେନ, ବୋଲର- ଗେରାଲ୍ଡ କୋଏଜି, କେଶବ ମହାରାଜ, ଲୁନ୍‌‌ଗି ଏନ୍‌‌ଗିଡି, କାଗିସୋ ରାବାଡା, ତାବ୍ରେଜ ସାମ୍‌‌ସି, ଲିଜାର୍ଡ ୱିଲିୟମ୍ସ।
ଶ୍ରୀଲଙ୍କା
ବ୍ୟାଟର୍‌‌- ପାଥୁମ ନିଶାଙ୍କା, ଦିମୁଥ କରୁଣାରତ୍ନେ, ଅଲ୍‌‌ରାଉଣ୍ଡର- ଦାସୁନ ସାନକା (ଅଧିନାୟକ), ଚାରିତ ଆଶାଲଙ୍କା, ଧନଞ୍ଜୟ ଡି ସିଲ୍‌‌ଭା, ୱିକେଟ୍‌‌ରକ୍ଷକ- କୁଶାଲ ମେଣ୍ଡିସ, କୁଶାଲ ପେରେରା, ସାଦୀରା ସମରବିକ୍ରମା, ବୋଲର- ଦୁସାନ ହେମନ୍ଥ, ମାହୀଶ ଥିକସାନା, ଦୁନିଥ ୱେଲାଲାଗେ, କସୁନ ରଜିଥା, ମଥିଶା ପତିରାଣା, ଲାହିରୁ କୁମାର, ଦିଲସାନ ମଦୁଶଙ୍କା।
ବାଂଲାଦେଶ
ବ୍ୟାଟର୍‌‌- ନାଜମୁଲ ହୋସେନ ସାଣ୍ଟୋ, ତୋହିଦ ହୃଦୟ, ତାଞ୍ଜିଦ ହାସନ, ଅଲ୍‌‌ରାଉଣ୍ଡର- ଶାକିବ ଅଲ୍‌‌ ହାସନ (ଅଧିନାୟକ), ମେହେଦୀ ହାସାନ, ମହମ୍ମଦୁଲ୍ଲା ରିୟାଦ, ମେହଦୀ ହାସନ ମିରାଜ, ୱିକେଟ୍‌‌ରକ୍ଷକ- ମୁସଫିକର ରହିମ, ଲିଟନ ଦାସ, ବୋଲର- ତାସକିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ହାସନ ମହମ୍ମଦ, ଶୋରିଫୁଲ ଇସଲାମ, ନାସୁମ ଅହମ୍ମଦ, ତାଞ୍ଜିମ ହାସାନ ସାକିବ।
ଅଷ୍ଟ୍ରେଲିଆ
ବ୍ୟାଟର୍‌‌- ଡେଭିଡ୍‌‌ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଟ୍ରାଭିସ୍‌‌ ହେଡ୍‌‌, ମାର୍ନସ ଲାବୁସେନ, ଅଲ୍‌‌ରାଉଣ୍ଡର: କାମେରନ ଗ୍ରୀନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ସିନ ଆବଟ୍ଟ, ୱିକେଟ୍‌‌ରକ୍ଷକ- ଆଲେକ୍ସ କ୍ୟାରୀ ଓ ଜୋଶ୍‌‌ ଇଂଲିଶ, ବୋଲର- ପ୍ୟାଟ୍‌‌ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ୍‌‌, ଆଦାମ ଜାମ୍ପା।
ନ୍ୟୁଜିଲାଣ୍ଡ
ବ୍ୟାଟର- କେନ୍‌‌ ୱିଲିୟମସନ (ଅଧିନାୟକ), ଅଲ୍‌‌ରାଉଣ୍ଡର- ମାର୍କ ଚାପମ୍ୟାନ, ଡାରିଲ ମିଚେଲ, ଜିମ୍ମି ନୀଶାମ, ରଚିନ ରବୀନ୍ଦ୍ର, ୱିଲ୍‌‌ ୟଙ୍ଗ, ମିଚେଲ ସାଣ୍ଟନର, ୱିକେଟ୍‌‌ରକ୍ଷକ: ଡେଭନ କନୱେ, ଟମ୍‌‌ ଲାଥମ, ଗ୍ଲେନ ଫିଲିପ୍ସ, ବୋଲର- ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ, ମ୍ୟାଟ୍‌‌ ହେନରୀ, ଇଶ୍‌‌ ଶୋଧୀ, ଟିମ୍‌‌ ସୌଦୀ।
ଆଫଗାନିସ୍ତାନ
ବ୍ୟାଟର୍‌‌- ଇବ୍ରାହିମ ଜଡ୍ରାନ, ରିଆଜ ହାସାନ, ନାଜିବୁଲ ଜଡ୍ରାନ, ହସମତୁଲ୍ଲା ସାହିଦୀ (ଅଧିନାୟକ), ଅଲ୍‌‌ରାଉଣ୍ଡର- ରହମତ୍‌‌ ଶାହ, ମହମ୍ମଦ ନବୀ, ରଶିଦ ଖାନ, ଅଜମତୁଲ୍ଲା ଓମାଜାଇ, ୱିକେଟ୍‌‌ରକ୍ଷକ- ରହମନଉଲ୍ଲା ଗୁର୍‌‌ବାଜ ଓ ଇକ୍ରାମ ଆଲିଖିଲ, ବୋଲର- ଅବଦୁଲ୍ଲ ରହମନ, ନୁର୍‌‌ ଅହମ୍ମଦ, ମୁଜିବ ଉର୍‌‌ ରେହମାନ, ଫଜଲହକ୍‌‌ ଫାରୁକି, ନବୀନ-ଉଲ୍‌‌-ହକ।
ଇଂଲଣ୍ଡ
ବ୍ୟାଟର୍‌‌- ହ୍ୟାରୀ ବ୍ରୁକ୍‌‌, ଲିଆମ ଲିଭିଂଷ୍ଟୋନ, ଡାୱିଡ୍‌‌ ମଲାନ, ଜୋ ରୁଟ୍‌‌, ଅଲ୍‌‌ରାଉଣ୍ଡର- ମୋଇନ ଅଲ୍ଲୀ, ବେନ୍‌‌ ଷ୍ଟୋକ୍ସ, ସାମ୍‌‌ କୁରାନ, ଡେଭିଡ୍‌‌ ୱିଲୀ, କ୍ରିସ୍‌‌ ୱକ୍ସ, ୱିକେଟ୍‌‌ରକ୍ଷକ- ଜୋଶ ବଟଲର୍‌‌ (ଅଧିନାୟକ) ଓ ଜନ୍ନୀ ବେୟାରଷ୍ଟୋ, ବୋଲର- ଗସ୍‌‌ ଆଟକିନସନ, ଆଦିଲ ରଶିଦ, ରିସି ଟୋପଲେ ଓ ମାର୍କ ଉଡ୍‌‌।
ପାକିସ୍ତାନ
ବ୍ୟାଟର୍‌‌- ବାବର ଆଜମ (ଅଧିନାୟକ), ଅବଦୁଲ୍ଲା ସଫିକ, ଫକର ଜମାନ, ଇମାମ-ଉଲ୍‌‌-ହକ୍‌‌, ଅଲ୍‌‌ରାଉଣ୍ଡର- ଇଫତିକାର ଅହମ୍ମଦ, ଆଘା ସଲମାନ, ସାଉଦ ସକିଲ, ଶାଦବ ଖାନ, ମହମ୍ମଦ ନୱାଜ, ୱିକେଟ୍‌‌ରକ୍ଷକ- ମହମ୍ମଦ ରିଜୱାନ, ବୋଲର- ହାରିସ ରୌଫ, ହାସନ ଅଲ୍ଲୀ, ମହମ୍ମଦ ୱାସିମ ଜୁନିଅର, ଶାହିନ ଆଫ୍ରିଦୀ, ଉସମାନ ମୀର।
ନେଦରଲାଣ୍ଡ୍‌‌ସ
ବ୍ୟାଟର୍‌‌- ବିକ୍ରମଜିତ୍‌‌ ସିଂହ, ସାକିବ ଜୁଲଫିକର, ସିବ୍ରାଣ୍ଡ ଏନଗେଲ୍‌‌ବ୍ରେଚ୍‌‌, ଅଲ୍‌‌ରାଉଣ୍ଡର- କଲିନ ଆକରମାନ, ବାସ୍‌‌ ଡି ଲିଡ୍‌‌, ତେଜା ନିଦାମାନୁରୁ, ଶାରିଜ ଅହମ୍ମଦ, ମାକ୍ସ ଓଡୋୱଡ, ରୋଏଲଫ୍‌‌ ଭାନ ଡର୍‌‌ ମର୍‌‌ୱେ, ୱିକେଟ୍‌‌ରକ୍ଷକ- ସ୍କଟ୍‌‌ ଏଡ୍‌‌ୱାର୍ଡ୍ସ (ଅଧିନାୟକ) ଓ ୱେସଲୀ ବାରେସି, ବୋଲର- ଲୋଗାନ ଭାନ୍‌‌ ବିକ୍‌‌, ର‍୍ୟାନ କ୍ଲେଇନ, ଆର୍ଯ୍ୟନ ଦତ୍ତ, ପଲ୍‌‌ ଭାନ୍‌‌ ମିକେରନ।
ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ସ୍ପିନର ଆର ଅଶ୍ୱୀନ, ଆହତ ଯୋଗୁଁ ବାଦ୍ ପଡ଼ିଲେ ଅକ୍ଷର
ନୂଆଦିଲ୍ଲୀ: ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍‌ ସ୍ପିନର ଆର ଅଶ୍ୱୀନ। ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍‌ରୁ ବାଦ ଦିଆଯାଇଛି।ଅକ୍ଷରଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି ।
ଭାରତର ନେତୃତ୍ୱରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ହେଲେ ତା ପୂର୍ବରୁ ସମସ୍ତ ଟିମ୍‌ ଦୁଇଟି ଲେଖାଇ ଅଭ୍ୟାସ୍ ମ୍ୟାଚ୍ ଖେଳିବେ। ବିଶ୍ୱକପ୍‌ ପାଇଁ ସମସ୍ତ ୧୦ ଦଶଟି ଦେଶ ନିଜ ନିଜର ଟିମ୍ ଘୋଷଣା କରିସାରିଛନ୍ତି। ତେବେ ଟିମ୍‌ରେ ପରିବର୍ତ୍ତନ ତାରିଖ ସେପ୍ଟେମ୍ବର ୨୮ ତାରିଖ ରଖାଯାଇଥିଲା। ଆଜି ଶେଷ ତାରିଖ ହୋଇଥିବାରୁ ଭାରତ ଟିମ୍‌ରେ ସଂଶୋଧନ କରି ଅକ୍ଷରଙ୍କ ସ୍ଥାନରେ ଆର୍‌ ଅଶ୍ୱିନଙ୍କୁ ସ୍ଥାନ ଦେଇ ୧୫ ଜଣିଆ ଦଳ ଘୋଷଣା କରିଛି।
ଏସିଆ କପ୍ ବେଳେ ଅକ୍ଷରଙ୍କ ଜଂଘରେ ଆଘାତ ଲାଗିଥିଲା । ସେ ଶୀଘ୍ର ସୁସ୍ଥ ହେବା ଆଶା ନାହିଁ । ଏହି କାରଣରୁ ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ୩୭ ବର୍ଷୀୟ ଅଶ୍ୱିନଙ୍କୁ ବିଶ୍ବକପ୍ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲା । ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଦୁଇଟି ମ୍ୟାଚରେ ଅଶ୍ୱିନ ଚାରିଟି ୱିକେଟ୍ ନେଇଥିଲେ।
ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ପାଇଁ ମଧ୍ୟ ଅକ୍ଷର ପଟେଲ ଫିଟ୍ ନଥିଲେ । ଫଳରେ ସେ ବିଶ୍ୱକପ ଦଳରୁ ବାଦ୍ ପଡ଼ିବେ ବୋଲି ନିଶ୍ଚିତ ହୋଇଯାଇଥିଲା । ଅଶ୍ୱିନ ଏବେ ଭାରତୀୟ ଦଳ ସହିତ ଗୁଆହାଟି ଯାଇଛନ୍ତି, ଯେଉଁଠି ଭାରତ ସେପ୍ଟେମ୍ବର ୩୦ରେ ଇଂଲଣ୍ଡ ବିପକ୍ଷରେ ଏହାର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ।
ଭାରତର ବିଶ୍ୱକପ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍ ରାହୁଲ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ୱିନ୍, ଇଶାନ୍ କିଶାନ୍, ସୂର୍ଯ୍ୟକୁମାର ଯାଦବ
ଭାରତରେ ହେବାକୁ ଥିବା ବିଶ୍ୱକପକୁ ବୟକଟ୍ କରିବାକୁ ଧମକ ଦେଲେ ପାକିସ୍ତାନ କ୍ରୀଡାମନ୍ତ୍ରୀ, କହିଲେ ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଆସିଲେ ଆମେ ବି ଯିବୁନି..
ନୂଆଦିଲ୍ଲୀ: ବିଶ୍ୱକପ୍ ଖେଳିବାକୁ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତ ଆସିବା ଉପରେ ଏବେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅକ୍ଟୋବର ୫ ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ । ଏହାରି ଭିତରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ବିଶ୍ୱକପରୁ ପାକିସ୍ତାନର ଓହରିବା ପାଇଁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ନ୍ୟୁଟାଲ ଭେନ୍ୟୁରେ ଏସିଆ କପ୍ ଖେଳିବା କଥା ଛାଡୁ, ନଚେତ୍ ପାକିସ୍ତାନ ମଧ୍ୟ ବିଶ୍ୱକପରେ ସେହି ଦାବି କରିବ । ଆଇସିସି ଜୁନ ୨୭ ତାରିଖରେ ବିଶ୍ୱକପ୍ ପାଇଁ ସିଡ୍ୟୁଲ ଜାରି କରିସାରିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ ବୋଲି ସିଡ୍ୟୁଲ ହୋଇଛି ।
ପାକିସ୍ତାନ ଖେଳମନ୍ତ୍ରୀ ଏହସାନ୍ ମଜାରୀ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜରଦାରୀଙ୍କ ଅଧ୍ୟକ୍ଷତାରେ ୧୪ ସଦସୀୟ କମିଟିର ଗଠନ କରିଛନ୍ତି । ସେଥିରେ ମୋ ସହ ମୋଟ ୧୧ମନ୍ତ୍ରୀ ରହିଛନ୍ତି । ଆମେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବୁ ଯେ ପାକିସ୍ତାନକୁ ଭାରତ ଯାଇ କ୍ରିକେଟ ଖେଳିବା ଉଚିତ କି ନାହିଁ । ଆମେ ଆମର ସୁପାରିଶ ପ୍ରଧାନମନ୍ତ୍ରୀଙ୍କୁ ପଠାଇବୁ ।
ସେହି ଆଧାରରେ ପ୍ରଧାନମନ୍ତ୍ରୀ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଟିମ୍ କୁ ପଠାଇବର ଶେଷ ନିଷ୍ପତ୍ତି ନେବେ । ପିସିବି ମୋ ଭାଗରେ ଆସୁଛି । ତେଣୁ ମୋ ବିଚାରରେ ଭାରତ ମଧ୍ୟ ଏସିଆ କପ୍ ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବାର ଜିଦକୁ ଛାଡିଦେଉ ନଚେତ ଆମେ ମଧ୍ୟ ବିଶ୍ୱକପରେ ପାକିସ୍ତାନର ମ୍ୟାଚ୍ ଭାରତ ବଦଳରେ ନ୍ୟୁଟ୍ରାଲ ଭେନ୍ୟୁରେ କରାଇବା ନେଇ ଦାବି କରିବୁ । ଏସିଆନ କ୍ରିକେଟ କାଉନ୍ସିଲ ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଶ୍ରୀଲଙ୍କା ଏବଂ ପାକିସ୍ତାନରେ କରାଇବା ନେଇ ନିଷ୍ପତ୍ତି କରିଛି । ଏହି ଅନୁଯାୟୀ, ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟର କେବଳ ୪ ମ୍ୟାଚ୍ ଖେଳାଯିବ ।
ବାକି ୯ ମୁକାବିଲା ଶ୍ରୀଲଙ୍କାରେ ହେବ । ଗ୍ରୁପ ଷ୍ଟେଜର ଚାରି ମ୍ୟାଚ୍ ପାକିସ୍ତାନରେ ହେବ । ଏଥିରେ ଗୋଟିଏ ଗ୍ରୁପରୁ ପାକିସ୍ତାନ ବନାମ ନେପାଳ ମ୍ୟାଚ୍ ଏବଂ ଦ୍ୱିତୀୟ ଗ୍ରୁପରୁ ଆଫଗାନୀସ୍ତାନ ବନାମ ବାଂଲାଦେଶ, ଆଫଗାନୀସ୍ତାନ ବନାମ ଶ୍ରୀଲଙ୍କା ଏବଂ ବାଂଲାଦେଶ ବନାମ ଶ୍ରୀଲଙ୍କା ମ୍ୟାଚ୍ ସାମିଲ ରହିଛି । ଅର୍ଥାତ ପାକିସ୍ତାନରେ ଭାରତର ଗୋଟିଏ ମ୍ୟାଚ୍ ବି ହେବନାହିଁ । ଯଦି ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚେ ତେବେ ଏହି ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ହେବ । ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ସୂଚୀ ବର୍ତ୍ତମାନ ସୁଦ୍ଧା ଜାରି କରାଯାଇନାହିଁ ।
ଘୋଷଣା ହେଲା ଟି-୨୦ ବିଶ୍ୱକପ କାର୍ଯ୍ୟସୂଚୀ: ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ: ଚଳିତ ବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ନେଇ ଆଇସିସି ପକ୍ଷରୁ କ୍ରୀଡ଼ାସୂଚୀ ଜାରି ହୋଇଛି । ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୦୭ର ଚାମ୍ପିଅନ୍ ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ।
ଦୁବାଇରେ ଅକ୍ଟୋବର ୨୪ ତାରିଖରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ରହିଛି । ବିଶ୍ୱକପର ଗ୍ରୁପ୍-୨ରେ ଅଛନ୍ତି ଉଭୟ ଟିମ୍ । ଏହି ଗ୍ରୁପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ଅଛନ୍ତି । ଦୁବାଇରେ ଅକ୍ଟୋବର ୩୧ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ଓ ନଭେମ୍ବର ୪ ତାରିଖରେ ଆବୁଧାବିରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ପରେ ଦୁବାଇରେ ନଭେମ୍ବର ୫ ଓ ୮ ତାରିଖରେ ଆଉ ଦୁଇଟି ମ୍ୟାଚ୍ ରହିଛି ।
ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ । ସେହିପରି ଗ୍ରୁପ୍-୧ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ ଅଛନ୍ତି ।
ଚଳିତଥର ଟି-୨୦ ବିଶ୍ୱକପ ଭାରତରେ ଆୟୋଜନ ହେବାକୁ ସ୍ଥିର ହୋଇଥିଲା । ତେବେ କୋଭିଡ କାରଣରୁ ଏହାକୁ ଓମାନ ଓ ୟୁଏଇରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ଗୁଡିକ ୟୁଏଇରେ ହେବ । ୧୪ ନଭେମ୍ବରରେ ଦୁବାଇରେ ଫାଇନାଲ ଖେଳାଯିବ । ତେବେ ଉଭୟ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ପାଇଁ ଗୋଟିଏ ଦିନର ରିଜର୍ଭ ଡେ ରଖାଯାଇଛି ।