Religious - The Sakala
ଶ୍ରାବଣ ମାସରେ ଭଗବାନ ଭୋଳାନାଥ ତାଙ୍କ ଭକ୍ତଙ୍କ ଉପରେ ବିଶେଷ କୃପା କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏମିତି ୫ଟି ଗଛ ଅଛି, ଯାହାକୁ ଶ୍ରାବଣ ମାସରେ ଲଗାଇବା ଦ୍ବାରା ଭଗବାନ ଶିବ ଓ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହ ଭାଗ୍ୟ ଉନ୍ନତି ହୋଇଥାଏ। ସେହି ପାଞ୍ଚଟି ଗଛ ହେଉଛି –
ବେଲ
ଭଗବାନ ଶିବଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ। ବାସ୍ତୁ ଅନୁଯାୟୀ ବେଲ ଗଛ ଲଗାଇବା ଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ। ଯେଉଁ ଘର ସାମନାରେ ବେଲ ଗଛ ଥାଏ, ସେଠାରେ କେବେ ମଧ୍ୟ ଆର୍ଥିକ ସଙ୍କଟ ଦେଖାଯାଏ ନାହିଁ । କାରଣ ସେହିଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ ଶ୍ରାବଣ ମାସରେ ବେଲଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।
ତୁଳସୀ
ଶ୍ରାବଣ ମାସରେ ଘରର ଅଗଣାରେ ତୁଳସୀ ଗଛ ଲଗାଇବା ବହୁତ ଶୁଭ ହୋଇଥାଏ। କାର୍ତ୍ତିକ ମାସରେ ମଧ୍ୟ ତୁଳସୀ ଗଛ ଲଗାଇବା ଶୁଭ ବୋଲି ମାନ୍ୟତା ଅଛି। ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ନିୟମିତ ତୁଳସୀଙ୍କୁ ପୂଜା କରନ୍ତି।
କଦଳୀ
ଶ୍ରାବଣ ମାସ ଏକାଦଶୀ ତିଥିରେ ଘରର ପଛପଟେ କଦଳୀ ଗଛ ଲଗାଇବା ଉଚିତ। ଏହାକୁ କେବେ ମଧ୍ୟ ଘର ଆଗରେ ଲଗାନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟାର ସମାଧାନ କରିବ ପାଇଁ ନିୟମିତ ଭାବେ କଦଳୀ ଗଛରେ ପାଣି ଦିଅନ୍ତୁ।
ସମୀ
ଶ୍ରାବଣ ମାସର ଶନିବାର ଦିନ ସମୀ ଗଛ ଲଗାଇ ପାରିବେ। ଏହାକୁ ଘରର ମୁଖ୍ୟ ଦ୍ବାରର ବାମ ପଟରେ ଲଗାଇବା ଶୁଭ ବୋଲି ମାନ୍ୟତା ରହିଛି। କୁହାଯାଏ ଯେ, ବିଜୟାଦଶମୀ ଦିନ ସମୀ ଗଛକୁ ପୂଜା କରିବା ଦ୍ବାରା ଧନର ଅଭାବ ରହେ ନାହିଁ।
ଅଶ୍ବତ୍‌ଥ
ଶ୍ରାବଣ ମାସରେ ଅଶ୍ବତ୍‌ଥ ଗଛ ଲଗାଇପାରିବେ। ଏଥିରେ ନିୟମିତ ପାଣି ଦେବା ସହ ଏହାର ପରିକ୍ରମା କରିବା ଦ୍ବାରା ସନ୍ତାନ ସମ୍ପର୍କିତ ଦୋଷ ବା କିଛି ସମସ୍ୟା ଦୂର ହୋଇଯାଏ। ଶନିବାର ଦିନ ସନ୍ଧ୍ୟାରେ ଅଶ୍ବତ୍‌ଥ ଗଛ ମୂଳରେ ସୋରିଷ ତେଲର ଦୀପ ଲଗାନ୍ତୁ। ଏପରି କଲେ ଆପଣଙ୍କ ସହିତ ହେବାକୁ ଥିବା ଦୁର୍ଘଟଣା କିଛି ପରିମାଣରେ କମ୍ ହୋଇଯାଏ।
ହିନ୍ଦୁ ଧର୍ମରେ ଦାନଧର୍ମର ବିଶେଷ ମହତ୍ୱ ରହିଛି। ଯେ କୌଣସି ବ୍ରତ ଓ ପୂଜା, ଦାନ ବିନା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ। କିନ୍ତୁ ଧର୍ମଶାସ୍ତ୍ର ଅନୁଯାୟୀ, ଏମିତି କିଛି ଜିନିଷ ଅଛି, ଯାହାକୁ ଦାନ ଦେବା ଉଚିତ ନୁହେଁ। ଏହାଦ୍ୱାରା ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ।
ଆଧ୍ୟାତ୍ମିକ ପୁସ୍ତକକୁ ଏଭଳି ବ୍ୟକ୍ତିଙ୍କୁ ଦାନ ଦିଅନ୍ତୁ ନାହିଁ, ଯାହାର ଆଧ୍ୟାତ୍ମିକତା କ୍ଷେତ୍ରରେ ରୁଚି ନଥିବ। କାରଣ ସେଭଳି ବ୍ୟକ୍ତି ପୁସ୍ତକର ଅବମାନନା କରିଥାନ୍ତି। ତେଣୁ ଯିଏ ଦାନ କରିଛନ୍ତି, ତାଙ୍କ ପାଇଁ ଏହା ପାପର କାରଣ ହୋଇଥାଏ।
ଭୋଜନ ବା ଅନ୍ନଦାନ ସବୁଠାରୁ ବଡ଼ ପୁଣ୍ୟ। କିନ୍ତୁ କାହାକୁ ଅଇଁଠା ଖାଦ୍ୟ ଦିଅନ୍ତୁ ନାହିଁ। ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ କରିବା ଭଳି ହୋଇଥାଏ।
ସନ୍ଧ୍ୟା ସମୟରେ ଲୁଣଦାନ କରିବା ଦ୍ୱାରା ଆର୍ଥିକ ଅନଟନ ଦେଖାଯାଏ। ଏହା ସହିତ ସନ୍ଧ୍ୟା ସମୟରେ ଖଟା ଜିନିଷ ଓ ଦହି ସେବନ କରନ୍ତୁ ନାହିଁ।
ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫଟୋକୁ ଭୁଲ୍‌ରେ ସୁଦ୍ଧା କାହାକୁ ଦାନ କରନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ମା’ ଲକ୍ଷ୍ମୀ ଅନ୍ୟ ପାଖକୁ ଚାଲିଯାଆନ୍ତି। ଯାହାଦ୍ୱାରା ଆର୍ଥିକ କ୍ଷତି ସହିବାକୁ ପଡ଼େ। ମା’ ଲକ୍ଷ୍ମୀ-ଶ୍ରୀଗଣେଶଙ୍କ ଚିତ୍ର ଥିବା କଏନ୍‌ ମଧ୍ୟ କାହାକୁ ଦିଅନ୍ତୁ ନାହିଁ ବା ଦାନ କରନ୍ତୁ ନାହିଁ।
ଫଟା ଷ୍ଟିଲ୍‌ ବାସନ ଓ ଲୁହା ଜିନିଷ କାହାକୁ ଦାନ କରନ୍ତୁ ନାହିଁ। କ୍ଷୁଣ ଜିନିଷ ଦାନ ଦେଲେ ଶନିଦେବଙ୍କ କୋପଦୃଷ୍ଟି ପଡ଼ିଥାଏ, ଯାହା ଫଳରେ ଅନେକ ସମସ୍ୟା ଆସେ।
ହନୁମାନ ଜୟନ୍ତୀରେ କରନ୍ତୁ ଏହିସବୁ ଉପାୟ, ପୂର୍ଣ୍ଣହେବ ମନସ୍କାମନା
ମହାବୀର ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଦୁଃଖ, କଷ୍ଟ ଓ ଗ୍ରହଦୋଷ ଦୂର ହୁଏ। ବିଶେଷ ଭାବେ ଶନିଦୋଷ ଦୂର କରିବା ପାଇଁ ଶନିବାର ଦିନ ହନୁମାନଙ୍କ ପୂଜା କରାଯାଏ। ଆଜି ହନୁମାନ ଜୟନ୍ତୀ। ତେଣୁ ଆଜିର ଦିନରେ ହନୁମାନଙ୍କ ପୂଜାର୍ଚ୍ଚନା କରିବା ପାଇଁ ସିନ୍ଦୂର ସହିତ କିଛି ବିଶେଷ ଉପାୟ ରହିଛି, ଯାହାକୁ ଅନୁସରଣ କରିବା ଦ୍ବାରା କୃପାଲାଭ ହୋଇଥାଏ। ଏମିତି କିଛି ଉପାୟ ହେଉଛି–
ଶୁଦ୍ଧ ଘିଅରେ କିଛି ସିନ୍ଦୂର ମିଶାଇ ହନୁମାନଙ୍କ ସର୍ବାଙ୍ଗରେ ଲଗାନ୍ତୁ। ଏଭଳି କରିବା ଦ୍ବାରା ହନୁମାନ ଅତି ପ୍ରସନ୍ନ ହୋଇ ଭକ୍ତଙ୍କ ଭୟ ଓ ବାଧାବିଘ୍ନକୁ ଦୂର କରନ୍ତି।
ସିନ୍ଦୂରକୁ ଘିଅ ସହିତ ମିଶାଇ ଗୋଟିଏ କାଗଜ ଉପରେ ସ୍ବସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହାକୁ ହନୁମାନଙ୍କ ହୃଦୟ ସହିତ ଲଗାଇ ଆଲମାରୀ ଭିତରେ ରଖିଦିଅନ୍ତୁ। ଏହାଦ୍ବାରା ଖର୍ଚ୍ଚ କମ୍ ହେବ ଏବ ଧନବୃଦ୍ଧି ହେବ।
ଯେଉଁ ଝିଅମାନଙ୍କର ବିବାହରେ ବିଳମ୍ବ ହେଉଛି, ସେମାନେ ହନୁମାନଙ୍କ ଚରଣତଳେ କିଛି ସିନ୍ଦୂର ରଖି ଶୀଘ୍ର ବିବାହର ପ୍ରାର୍ଥନା କରନ୍ତୁ ଏବଂ ସିନ୍ଦୂର ଟୀକାକୁ ମଥାରେ ଲଗାନ୍ତୁ।
ସିନ୍ଦୂର ହନୁମାନଙ୍କୁ ଲଗାଇବା ପରେ ଏହାପରେ ସେଥିରୁ କିଛି ନେଇ ଘରର ସବୁ କବାଟ ଏବଂ ମୁଖ୍ୟ ଦ୍ବାରରେ ସ୍ବସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ବାଧାବିଘ୍ନ ଓ ଆଗତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କୁ ଗୁଡ଼ ଓ ଚଣାର ଭୋଗ ଚଢ଼ାନ୍ତୁ ଏବଂ ସେହି ପ୍ରସାଦକୁ ଗରିବଙ୍କୁ ଦାନ କରନ୍ତୁ।
ଚାକିରି ପାଇବା ପାଇଁ ହନୁମାନଙ୍କ ଚରଣରେ ସିନ୍ଦୂର ଲଗାଇ କାଗଜରେ ସ୍ବସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହି କାଗଜକୁ ସବୁବେେଳ ନିଜ ପାଖରେ ରଖିବା ଦ୍ବାରା ସବୁ ସମସ୍ୟା ଦୂର ହୋଇଥାଏ।
କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି ସବୁ କାମ, ଦୂର ହୋଇଯିବ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା
ମାସ ମଧ୍ୟରେ ଶ୍ରେଷ୍ଠ ମାସ କାର୍ତ୍ତିକ । ଭଗବାନ ବିଷ୍ଣୁଙ୍କର ଏହି ମାସ ଅତ୍ୟନ୍ତ ପ୍ରିୟ । ଏହି ମାସ ପର୍ବପର୍ବାଣୀ ଓ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ବ ବହନ କରେ । ସେହିଭଳି ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି । ଏହାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହିଦିନ ଦାନ ଓ ଧର୍ମ କଲେ ଧାର୍ମିକ କାର୍ଯ୍ୟର ହଜାର ଗୁଣ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ତେବେ ଏହି ଦିନରେ କିଛି ବିଶେଷ କାର୍ଯ୍ୟକଲେ ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ଦାନ:-
କାର୍ତ୍ତିକ ପୂର୍ଣ୍ଣିମାରେ ଦାନର ବିଶେଷ ମହତ୍ତ୍ବ ଅଛି। ତେଣୁ ଏହିଦିନ ଦେବାଳୟରେ କିମ୍ବା ଗରିବ ଲୋକଙ୍କୁ ଦାନ ଦେଲେ ପୁଣ୍ୟ ମିଳିଥାଏ । ବିଶ୍ଵାସ ରହିଛି ଯେ, ଏହି ଦିନ ଅନ୍ନ, ବସ୍ତ୍ର ଆଦି ଦାନ କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏପରିକି କାର୍ତ୍ତିକ ପୂର୍ଣ୍ଣମୀରେ ଦୀପ ଦାନ କଲେ ସମସ୍ତ ସଙ୍କଟ ଦୂର ହେବା ସହ ଋଣରୁ ମଧ୍ୟ ମୁକ୍ତି ମିଳିଥାଏ। ଏହି ପବିତ୍ର ଦିନରେ ଘରର ମୁଖ୍ୟଦ୍ଵାରରେ ଆମ୍ବପତ୍ର ତୋରଣ ବାନ୍ଧିବା ଶୁଭ ବିବେଚନା କରାଯାଏ |
ତୁଳସୀ ପୂଜା:-
ଦାନ ପରି ତୁଳସୀ ପୂଜାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ, ତୁଳସୀ ପୂଜା ବିନା କାର୍ତ୍ତିକ ବ୍ରତର ଅର୍ଥ କିଛିନାହିଁ । କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ପୂଜନକଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହି ଦିନ ଶାଳଗ୍ରାମ ସହ ତୁଳସୀ ପୂଜା କରାଯାଏ। ତୁଳସୀ ଚଉଁରା ମୂଳରେ ଏହି ଦୀପ ଜାଳିଲେ ମନସ୍କାମନା ପୂର୍ଣ୍ଣ ହେବା ସହ ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଥାଏ ।
ବ୍ରତ:-
କାର୍ତ୍ତିକ ପୂର୍ଣ୍ଣିମା ଦିନ ବ୍ରତ ମଧ୍ୟ ରଖାଯାଏ । ଏହିଦିନ ବ୍ରତ ପାଳନ କଲେ ସୂର୍ଯ୍ୟଲୋକ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । କାର୍ତ୍ତିକ ପୂର୍ଣ୍ଣମୀରେ ଗୋବିନ୍ଦ ନାମ ସ୍ମରଣ କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତିହୁଏ । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ କରି ପ୍ରତ୍ୟେକ ପୂର୍ଣିମା ରାତିରେ ବ୍ରତ ଓ ଜାଗରଣ କଲେ ସବୁ ମନୋବାଞ୍ଛା ପୂରଣ ହୋଇଥାଏ । ଏହି ଦିନ ସତ୍ୟନାରାୟଣଙ୍କ କଥା ଶୁଣିଲେ ଜୀବନର ସଙ୍କଟ ଦୂର ହୋଇଥାଏ ।
ସ୍ନାନ ଓ ଦାନର ମାସ ତଥା ଶ୍ରୀବିଷ୍ଣୁଙ୍କ ପ୍ରିୟ କାର୍ତ୍ତିକ ମାସର ମାହାତ୍ମ୍ୟ
କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ସମୟକୁ କାର୍ତ୍ତିକ ମାସ କୁହାଯାଏ । ଶ୍ରୀବିଷ୍ଣୁଙ୍କ ପ୍ରିୟ ମାସ କାର୍ତ୍ତିକକୁ ସ୍ନାନ ଓ ଦାନର ମାସ ମଧ୍ୟ କୁହାଯାଏ । ଏହି ମାସରେ ଭୋରରୁ ସ୍ନାନ କରିବା ଓ ଦାନ ଦେବା ଯୋଗୁଁ ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରିଥାନ୍ତି ହବିଷ୍ୟାଳୀ । ତେବେ ଏହି ମାସରେ ଶ୍ରୀବିଷ୍ଣୁଙ୍କୁ ବିଶେଷ ପୂଜାର୍ଚ୍ଚନା ସହିତ ଆଉ କିଛି ବିଧିବିଧାନ ପାଳନ କରିବା ନିୟମ ରହିଛି।
♦ କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ। ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଆକାଶଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ।
♦ ଏହି ମାସରେ ସ୍ନାନ କରିବା ସମୟରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ସହିତ ପୁଣ୍ୟଫଳଦାୟୀ ତୀର୍ଥ ଓ ନଦୀମାନଙ୍କର ସ୍ମରଣ କରିବା ଉଚିତ । ଏଭଳି କରିବା ଦ୍ୱାରା ମହିଳାମାନଙ୍କର ଆୟୁବୃଦ୍ଧି ହୁଏ । ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହୁଅନ୍ତି ଓ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ପାପକ୍ଷୟ ହୋଇଥାଏ ।
♦ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ସାରି ତମ୍ବା ପାତ୍ରରେ ଜଳ, କୁଙ୍କୁମ, ଫୁଲ ଓ ଚାଉଳ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟଦେବା ସହିତ “ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଜପ କରିବା ଜରୁରୀ।
♦ ଏହି ମାସରେ ତାମସିକ ବା ଅଧିକ ମସଲାଯୁକ୍ତ ଖାଦ୍ୟ ବର୍ଜନୀୟ । ଶୁଦ୍ଧ ଶାକାହାରୀ ଭୋଜନ ଖାଇବା ଆବଶ୍ୟକ।
♦ ସୂର୍ଯ୍ୟାସ୍ତ ପରେ ତୁଳସୀ ଚଉରା ମୂଳରେ ଓ ପବିତ୍ର ନଦୀ ତଟରେ ଦୀପଦାନ କରିବା ବିଧେୟ । ତୁଳସୀଙ୍କୁ ପୂଜା କରିବା ଦ୍ବାରା ଶ୍ରୀବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି।
♦ କାର୍ତ୍ତିକ ମାସରେ ଚିତ୍ତକୁ ଶାନ୍ତ ରଖୁବା ପାଇଁ ଧ୍ୟାନ କରନ୍ତୁ |
♦ କାର୍ତ୍ତିକ ମାସରେ ଶିବପୂଜାର ମହତ୍ତ୍ଵ ରହିଛି। ତେଣୁ ଶିବଙ୍କୁ ଜଳାଭିଷେକ କରି ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ ।
ଭାରତର ଏପରି ଏକ ମନ୍ଦିର ଯେଉଁଠି ଶ୍ରାବଣ ମାସରେ ନିତି ଗଢ଼ାଯାଏ ୭୦୦୦ ଶିବଲିଙ୍ଗ
ରାଜସ୍ଥାନ: ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ପବିତ୍ର ମାସ ଭାବରେ ଗଣନା କରାଯାଏ। ପ୍ରଭୁ ଭୋଳାନାଥଙ୍କର ଏହା ଏକ ପ୍ରିୟ ମାସ। ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶିବ ଭକ୍ତମାନେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କରନ୍ତି l ଶ୍ରlବଣ ମାସର ସୋମବାରରେ ଭାରତର ପ୍ରତ୍ୟେକ ଶୈବପୀଠ ଚଳଚଞ୍ଚଳ ହୋଇଉଠେ। ବିଭିନ୍ନ ସ୍ଥାନରେ ଏହି ମାସରେ ଶିବଙ୍କର ବିଶେଷ ପୂଜାଚ୍ଚର୍ନା କରାଯାଏ। ଏମିତି କିଛି ବିଶେଷ ପୂଜା ରାଜସ୍ଥାନର ପାଲିସ୍ଥିତ ପର୍ଶୁରାମ ମନ୍ଦିରରେ କରାଯାଏ। ଶିବଙ୍କ କୃପା ପାଇବା ପାଇଁ ଭକ୍ତମାନେ ଏଠାରେ ବିଶେଷ ରୀତୀନୀତିରେ ଆରାଧନା କରନ୍ତି। ଶ୍ରଦ୍ଧାଳୁମାନଙ୍କ ପାଇଁ ଏଠାରେ ପ୍ରତିଦିନ ସାତ ହଜାର ଶିବଲିଙ୍ଗ ମାଟିରେ ତିଆରି କରାଯାଏ। ସମସ୍ତ ବିଧିବିଧାନ ସହକାରେ ଏଠାରେ ଶିବଲିଙ୍ଗ ସ୍ଥାପନ କରାଯାଏ। ପୂଜାକାର୍ଯ୍ୟ ସମାପ୍ତ ହୋଇସାରିବା ପରେ ଶିବଲିଙ୍ଗଗୁଡ଼ିକୁ ପର୍ଶୁରାମ ମହାଦେବଙ୍କ କୁଣ୍ଡରେ ବିସର୍ଜନ କରିଦିଆଯାଏ। ଧାର୍ମିକ ମାନ୍ୟତାନୁସାରେ, ଶ୍ରାବଣ ମାସରେ ମାଟି ଶିବ ଲିଙ୍ଗ ତିଆରି କରି ପୂଜାର୍ଚ୍ଚନା କରିବା ଦ୍ବାରା ବିଭିନ୍ନ ସମସ୍ୟାର ସମାଧାନ ହୋଇଥାଏ। ନଦୀ କିମ୍ବା ପୋଖରୀର ମାଟିରେ ଗୁଡ଼, ଲହୁଣୀ, ଖିର ମିଶ୍ରଣ କରାଯାଇ ଏହି ମୃଣ୍ମୟ ଲିଙ୍ଗ ପ୍ରସ୍ତୁତ କରାଯାଇଥାଏ।