Indian Idol - The Sakala
ଶାହାରୁଖ-ଗୌରୀଙ୍କ ବିବାହ ପଛରେ ଥିଲା ନୀଲମ କୋଠାରୀଙ୍କ ହାତ! ଇଣ୍ଡିଆନ ଆଇଡଲ ମଞ୍ଚରେ ଖୋଲିଲେ ଅଜଣା ରହସ୍ୟ
ବଲିଉଡ ଅଭିନେତ୍ରୀ ନୀଲମ କୋଠାରୀ ଦୀର୍ଘ ଦିନ ହେବ ବଡ଼ ପରଦାରୁ ଦୂରରେ ଅଛନ୍ତି, କିନ୍ତୁ ଆଜି ବି ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ରିଆଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍ ସିଜନ୍ ଅଫ୍ ଲଭ୍‌' (Indian Idol) ରେ ପହଞ୍ଚିଥିଲେ। ସେଠାରେ ସେ ବଲିଉଡର ବାଦଶାହ ଶାହାରୁଖ ଖାନ୍ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କ ଲଭ୍ ଷ୍ଟୋରୀକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି।
ନୀଲମ କହିଛନ୍ତି ଯେ, ସେ ଅଜାଣତରେ ବଲିଉଡର ସବୁଠାରୁ ଲୋକପ୍ରିୟ ପ୍ରେମ କାହାଣୀର ଏକ ଅଂଶ ପାଲଟି ଯାଇଛନ୍ତି। ସେ ଖୁଲାସା କରିଛନ୍ତି ଯେ, ଶାହାରୁଖ ଖାନ୍ ନିଜେ ତାଙ୍କୁ କହିଥିଲେ ଯେ ତାଙ୍କ ଏବଂ ଗୌରୀଙ୍କ ସମ୍ପର୍କ ମଜବୁତ ହେବା ପଛରେ ନୀଲମଙ୍କର ମଧ୍ୟ ହାତ ରହିଛି। ଅଭିନେତ୍ରୀଙ୍କ କହିବା ମୁତାବକ, ଏକ ସମୟରେ ଶାହାରୁଖ ଏବଂ ଗୌରୀ ଉଭୟ ନୀଲମଙ୍କର ବଡ଼ ପ୍ରଶଂସକ ଥିଲେ।
ଶାହାରୁଖ ଜଣାଇଥିଲେ ଯେ, ସେ ଏବଂ ଗୌରୀ ଏକାଠି ନୀଲମଙ୍କ ଫିଲ୍ମ ଦେଖିବାକୁ ଯାଉଥିଲେ ଏବଂ ସେହିଠାରୁ ହିଁ ତାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଏପରିକି ଗୌରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାର ଅନ୍ୟତମ କାରଣ ନୀଲମ ବୋଲି ଶାହାରୁଖ ମଜାରେ କହିଥିଲେ। ଏହି କଥା ଶୁଣି ନୀଲମ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ସେ ଏତେ ସୁନ୍ଦର କାହାଣୀର ଏକ ଅଂଶ ଅଟନ୍ତି।
ଯଦି ନୀଲମଙ୍କ କାମ ବିଷୟରେ କଥା ହେବା, ତେବେ କିଛି ଦିନ ତଳେ ତାଙ୍କୁ 'ବଲିଉଡ ୱାଇଭସ୍‌' (Bollywood Wives) ରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ନିକଟରେ ଅକ୍ଷୟ କୁମାରଙ୍କ ରିଆଲିଟି ସୋ 'ହ୍ୱିଲ୍ ଅଫ୍ ଫର୍ଚୁନ୍‌'ରେ ମଧ୍ୟ ନଜର ଆସିଛନ୍ତି।
ଇଣ୍ଡିଆନ୍‌ ଆଇଡଲ୍‌ରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ: କର୍କଟ ରୋଗୀଙ୍କୁ ଦେଉଛନ୍ତି ମ୍ୟୁଜିକ୍‌ ଥେରାପି, ଜାତୀୟ ମଞ୍ଚରେ ବିଚାରକଙ୍କ ପ୍ରଶଂସା
ଭୁବନେଶ୍ୱର: ଇଣ୍ଡିଆନ୍‌ ଆଇଡଲ ସିଜନ୍‌-୧୬ରେ ଜଲ୍‌ୱା ଦେଖାଇଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ। ଏହି ଜାତୀୟ ମଞ୍ଚରେ ତାଙ୍କ ତାଙ୍କ କଣ୍ଠସ୍ୱର ଓ ସଙ୍ଗୀତକୁ ବିଚାରକମଣ୍ଡଳୀ ବେଶ୍‌ ପ୍ରଶଂସା କରିଛନ୍ତି। ତେବେ ସଙ୍ଗୀତ ସାଙ୍ଗକୁ ତାଙ୍କର ମହନୀୟତା ଏବେ ଦେଶ ବିଦେଶରେ ବି ପ୍ରଶଂସା ସାଉଁଟିଛି। କାରଣ ଜ୍ୟୋତିର୍ମୟୀ କେବଳ ଜଣେ କଣ୍ଠଶିଳ୍ପୀ ନୁହଁନ୍ତି ବରଂ ତାଙ୍କ ସଙ୍ଗୀତ ଅନେକଙ୍କ ଜୀବନରେ ପ୍ରାଣ ଭରିଦେଇଛି। ଦୀର୍ଘ ୨ବର୍ଷ ହେବ ସଙ୍ଗୀତକୁ ମାଧ୍ୟମ କରି କ୍ୟାନ୍‌ସର ରୋଗୀଙ୍କର ସେବାରେ ନିଜକୁ ସମର୍ପି ଦେଇଛନ୍ତି। କ୍ୟାନ୍ସର ପୀଡ଼ିତ ଏବଂ ଗର୍ଭବତୀ ମହିଳାଙ୍କୁ ମଧ୍ୟ ମ୍ୟୁଜିକ୍‌ ଥେରାପି ଦେଇ ତାଙ୍କର ଅନେକ କଷ୍ଟ ଲାଘବ କରିବାରେ ମାଧ୍ୟମ ପାଲଟିଛନ୍ତି। ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ବିଚାରକଙ୍କ ସମେତ ଉପସ୍ଥିତ ମ୍ୟୁଜିସିଆନ୍‌ ଏବଂ ଦର୍ଶକମାନେ ତାଙ୍କୁ ସାଧୁବାଦ୍‌ ଜଣାଇବା ସହ ଏଭଳି ମହତ କାର୍ଯ୍ୟ ଆଗକୁ ଜାରୀ ରଖିବାକୁ କହିଥିଲେ।
ଭୁବନେଶ୍ୱର ପଳାଶୁଣୀରେ ବାପା ଚକ୍ରଧର ନାୟକ ଓ ମା’ଗୌରୀ ନାୟକଙ୍କ ସହ ରୁହନ୍ତି ଜ୍ୟୋତିର୍ମୟୀ। ସେ କିଟ୍‌ ବିଶ୍ୱବିଦ୍ୟାଳୟରୁ ବିଟେକ୍‌ କରିବା ପରେ ଚେନ୍ନାଇସ୍ଥିତ ସ୍କୁଲ ଅଫ୍‌ ମ୍ୟୁଜିକ ଥେରାପିରୁ ଶିକ୍ଷା ଗ୍ରହଣ କରିଛନ୍ତି। ଏହାପରେ ସେ କ୍ୟାନ୍ସର ରୋଗୀଙ୍କୁ ମ୍ୟୁଜିକ୍‌ ଥେରାପି ଦେବା ଆରମ୍ଭ କରିଥିଲେ। କ୍ୟାନ୍ସର ରୋଗୀଙ୍କୁ ସଙ୍ଗୀତ ଥେରାପି ଦେବା ପରେ ଯେଉଁ ଆଶୀର୍ବାଦ ମିଳେ, ତାହା ବହୁତ ଆନନ୍ଦ ଦେଇଥାଏ। ସଙ୍ଗୀତ ଥେରାପି ମାଧ୍ୟମରେ ରୋଗୀଙ୍କ ମୁହଁରେ ହସ ଓ ଖୁସି ଦେଖିଲେ, ଅନେକ ଦୁଃଖ କଷ୍ଟ ଭୁଲି ଯାଇଥାଏ ବୋଲି କହିବା ସହ ଏହା ତାଙ୍କ ଜୀବନର ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି। କ୍ୟାନ୍ସର ରୋଗୀଙ୍କୁ ନିକଟକୁ ଯାଇ ସଙ୍ଗୀତ ମାଧ୍ୟମରେ ରୋଗୀଙ୍କୁ ଥେରାପି ଦେଇଥା’ନ୍ତି, ଯାହା ସେମାନଙ୍କ ମାନସିକ ଓ ଶାରୀରିକ ସ୍ତରରେ ସକରାତ୍ମକ ପ୍ରଭାବ ପକାଇଥାଏ। ସଙ୍ଗୀତ ମାଧ୍ୟମରେ ମଧ୍ୟ ଜଣଙ୍କ ମନକୁ ଖୁସିବାରେ ଭରପୂର ଆନନ୍ଦ ମିଳିଥାଏ। ଏହି ଥେରାପି ରୋଗୀଙ୍କ ମଧ୍ୟରେ ଅନେକ ସାହାସ ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି। ଜ୍ୟୋତିର୍ମୟୀ ଅନେକ ଓଡ଼ିଆ ସିନେମାରେ ପ୍ରଚ୍ଛଦପଟ ଗାୟିକା ଭାବେ ସୁନାମ ଅର୍ଜନ କରିଥିବା ବେଳେ ନିକଟରେ ତାଙ୍କର ଭଜନ ‘ଚାରିଧାମ ଭିତରୁ ଗୋଟିଏ ଧାମ’, ‘ପାଗଳ ଭଅଁର’, ‘ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ’ ଆଦି ସଙ୍ଗୀତ ବେଶ୍‌ ଲୋକପ୍ରିୟତା ହାସଲ କରିଛି।  ଜ୍ୟୋତିର୍ମୟୀ ବଲିଉଡରେ ଓ ରିୟାଲିଟି ଶୋ’ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଇଚ୍ଛା ରଖିଥିବା ବେଳେ ତାହା ପୂରଣ ହେବାକୁ ଯାଉଥିବାରୁ ପରିବାର ସଦସ୍ୟଙ୍କ ସମେତ ସମ୍ପର୍କୀୟ ଓ ଦର୍ଶକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।
ଇଣ୍ଡିଆନ ଆଇଡଲ୍‌‌ ମଞ୍ଚରେ ଚମକିଲେ ଓଡ଼ିଆ ଡାକ୍ତର ରୋହନ୍‌‌ ବିଶ୍ୱାଳ
ଭୁବନେଶ୍ୱର: ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ କମାଲ କରିଛନ୍ତି ଓଡ଼ିଆ ପୁଅ ଡାକ୍ତର ରୋହନ୍‌‌ ବିଶ୍ୱାଳ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ରୋହନ୍‌ ୧୪ତମ ଇଣ୍ଡିଆନ ଆଇଡଲ୍‌ ଅଡିସନ୍‌ରେ ଗୋଲ୍ଡେନ୍‌ ଟିକଟ ହାତେଇ ଥିଏଟର୍‌ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ସଙ୍ଗୀତକୁ ସାଧନା କରି କଣ୍ଠଶିଳ୍ପୀମାନେ ଏହି ପ୍ଲାଟଫର୍ମ ଜରିଆରେ ନିଜ କ୍ୟାରିଅର ଗଢ଼ିବାର ସୁଯୋଗ ପାଉଥିବା ବେଳେ ଜଣେ ଡାକ୍ତରଙ୍କ ଏଭଳି ସଙ୍ଗୀତ ପ୍ରେମ ଦେଖି ବଲିଉଡ୍‌ର ଚର୍ଚ୍ଚିତ କଣ୍ଠଶିଳ୍ପୀ ତଥା ସୋ’ର ବିଚାରକ କୁମାର ସାନୁ ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।
ଅତୀତରେ ବିଭିନ୍ନ ବୃତ୍ତିର ବ୍ୟକ୍ତିଙ୍କୁ ଏହି ମଞ୍ଚରେ ଦେଖିବାକୁ ମିଳିଥିବା ବେଳେ ରୋହନଙ୍କ ପରି ଜଣେ ଏମ୍‌‌ବିବିଏସ୍‌‌ ଡାକ୍ତରଙ୍କ ସଙ୍ଗୀତ ପ୍ରତି ଏଭଳି ଦୁର୍ବଳତା ଓ ଭଲ ପାଇବା ଇଣ୍ଡିଆନ୍‌ ଆଇଡଲରେ ପହଞ୍ଚିବା ବିଚାରକମାନଙ୍କୁ ପ୍ରଭାବିତ କରିଛି। ଏ ସଂପର୍କରେ ରୋହନ୍‌ କହିଛନ୍ତି, ଔଷଧ ଦ୍ବାରା ଶରୀରର କ୍ଷତ ଭଲ ହୋଇଥାଏ; କିନ୍ତୁ ସଂଗୀତ ମଣିଷର ମାନସିକ କ୍ଷତକୁ ଉପଶମ କରେ। ରୋହନ୍‌ଙ୍କ ଘର ଢେଙ୍କାନାଳରେ। ପିଲାଟି ଦିନରୁ ସେ ସଙ୍ଗୀତ ଶିକ୍ଷା କରୁଥିଲେ। ବର୍ତ୍ତମାନ ସେ ଗୁରୁ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କଠାରୁ ଗୀତ ଶିଖୁଛନ୍ତି। ଅପରପକ୍ଷେ ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ମଞ୍ଚରେ ଗୀତ ଗାଇ ସେ ଅନେକଥର ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ରୋଗୀ ସେବା ସହ ସଙ୍ଗୀତ ଯାତ୍ରା; ଉଭୟରେ ସଫଳତା ହାସଲ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।
ବାଲେଶ୍ଵର:’ତୁ ହିଁ ରେ’…ଏବଂ ‘ଚୋରି କିୟା ରେ ଜିୟା’ ସଙ୍ଗୀତ ପରିବେଷଣ କରି ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେସ୍ ରଶମିୟା, ନେହା କକ୍କର ଏବଂ ବିଶାଳ ଦଦଲାନିଙ୍କ ମନ ଜିତିନେଇଛନ୍ତି ଓଡ଼ିଶା ତଥା ବାଲେଶ୍ଵରର ଜଣେ ଯୁବ କଣ୍ଠଶିଳ୍ପୀ। ନିଜର ଗୀତ ମାଧ୍ୟମରେ ବିଚାରକଙ୍କ ମନ ଜିଣିବା ସହ ନେସନାଲ୍ ପ୍ଲାଟଫର୍ମରେ ପର୍ଫମାନ୍ସ୍ ଦେଇ ଶୋତ୍ରାଙ୍କ ହୃଦୟରେ ରହିଯାଇଛନ୍ତି ସେ। କିଛି ଦିନ ହେବ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ୍ ହେବାରେ ଲାଗିଛି ତାଙ୍କ ଗୀତ ପରିବେଷଣର କିଛି ଭିଡିଓର ଝଲକ। ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୩ ରେ ଏଥର ନଜର ଆସୁଛନ୍ତି ବାଲେଶ୍ଵର ସହର ସହଦେବଖୁଣ୍ଟାର ଯୁବ କଣ୍ଠଶିଳ୍ପୀ ପ୍ରଭୁପଦ ମହାନ୍ତି।
ପ୍ରଭୁପଦ ଜୁଲାଇ ୧୭ ରେ କୋଲକାତା ଅଡିସନ୍ ରେ ପ୍ରାୟ ୩ ହଜାର ପ୍ରତିଯୋଗୀଙ୍କୁ ପାର୍ କରିବା ପରେ ସେହି ମାସ ୨୯ ତାରିଖରେ ମୁମ୍ବାଇରେ ପ୍ରାୟ ୧୫୦ ଜଣଙ୍କୁ ପଛରେ ପକାଇ ବର୍ତ୍ତମାନ ୩୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଅର୍ଥାତ ଟପ୍-୩୦ ଜଣଙ୍କ ମଧ୍ୟରେ ମନୋନୀତ ହୋଇ ଥିଏଟର୍ ପାଇଁ ଜୋରଦାର ପ୍ରସ୍ତୁତ କରୁଛନ୍ତି। ଏଥିରେ ମନୋନୀତ ହେଲେ ଟପ୍-୧୪ କୁ ଯିବେ ପ୍ରଭୁପଦ।
ଇଣ୍ଡିଆନ୍ ଆଇଡଲ୍ ରେ ଟପ୍-୬୦ ରୁ ଟପ୍-୩୦ କଣ୍ଠଶିଳ୍ପୀଙ୍କୁ ବଛା ସରିଛି। ଏଥିରେ ପ୍ରଭୁପଦ ମଧ୍ୟ ରହିଛନ୍ତି। ଏହାପରେ ଟପ୍-୩୦ ଙ୍କୁ ନେଇ ଚଳିତ ସପ୍ତାହରେ ଥିଏଟର୍ ରାଉଣ୍ଡ ହେବ। ତେବେ ଏହି ୩୦ ଜଣଙ୍କ ଭିତରୁ ମନୋନୀତ ହୋଇ ଆଗାମୀ ଟପ୍-୧୪ ରେ ରହିବେ। ଯେଉଁଥିପାଇଁ ଏକପ୍ରକାର ଚ୍ୟାଲେଞ୍ଜ ରହିଛି। ଏଥିପାଇଁ ପ୍ରଭୁପଦ ପ୍ରସ୍ତୁତି ମଧ୍ୟ ଜୋରଦାର କରୁଥିବା କହିଛନ୍ତି। ବର୍ତ୍ତମାନ ଟପ୍-୩୦ ଙ୍କ ମଧ୍ୟରେ ଥିଏଟର୍ ହେବ। ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ପ୍ରଭୁପଦ। ୩୦ ଜଣଙ୍କ ମଧ୍ୟରୁ ୧୪ ଜଣ କଣ୍ଠଶିଳ୍ପୀଙ୍କ ଚୟନ କରାଯାଇ ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୩ ଆଗକୁ ବଢିବ।
‘ବର୍ତ୍ତମାନ ମୁଁ ଯେଉଁ ୨୯ ଜଣ କଣ୍ଠଶିଳ୍ପୀଙ୍କୁ ସାମ୍ନା କରୁଛି ସେମାନେ ବହୁତ ପ୍ରତିଭାଶାଳୀ। ସେଥିପାଇଁ ପ୍ରତିଯୋଗିତା ତ ବହୁତ ଜୋରଦାର ହେବ। ୩୦ ରୁ ୧୪ ଜଣ ରହିବେ ଏବଂ ୧୬ ଜଣ ବାହାରିବେ। ତେଣୁ ଆଗକୁ କିଛି ବି ହୋଇପାରେ। କିନ୍ତୁ ମୁଁ ମୋର ବେଷ୍ଟ ଦେବା ପାଇଁ ଚେଷ୍ଟା କରିବି। କାରଣ ମୁଁ ଏତେ ପ୍ରତିଯୋଗିତା ସାମ୍ନା କରିଛି ହେଲେ ମୋ ପାଇଁ ଏଇଟା ସବଠୁ ଟଫ୍ କମ୍ପିଟିସନ୍’ ବୋଲି ପ୍ରଭୁପଦ କହିଛନ୍ତି। ବ୍ୟବସାୟୀ ତଥା ତବଲା ବାଦକ ଶଶିଶେଖର ମହାନ୍ତି ଏବଂ ସୁଜାତାମୟୀ ମହାନ୍ତିଙ୍କ ସାନ ପୁଅ ପ୍ରଭୁପଦ ମହାନ୍ତି। ବଡ ଭାଇ ବିଭୁପଦ ମହାନ୍ତି ବେଙ୍ଗାଲୁରୁରେ ଆଇଟି ଇଞ୍ଜିନିୟର ଅଛନ୍ତି। ପ୍ରଭୁପଦ ଡିପ୍ଲୋମା ଶେଷ କରି ବିଟେକ୍ ପଢୁଛନ୍ତି। ମ୍ୟୁଜିକାଲ ପରିବାରରୁ ୨୦୦୨ ମସିହାରେ ଜନ୍ମଗ୍ରହଣ କରିଥିବା ପ୍ରଭୁପଦଙ୍କ ପିଲାଟି ଦିନରୁ ଗୀତ ପ୍ରତି ଆଗ୍ରହ ରହିଆସିଛି। ପ୍ରଭୁପଦଙ୍କ ବାପାଙ୍କ ଜେଜେବାବା ଚାହୁଁଥିଲେ ଯେ ତାଙ୍କ ଘରେ କେହି ଜଣେ ଗୀତ ଗାଆନ୍ତୁ। ପ୍ରଭୁପଦଙ୍କ ଖେଳନା ଅପେକ୍ଷା ବାଦ୍ୟଯନ୍ତ୍ର ପ୍ରତି ଅଧିକ ଦୁର୍ବଳତା ରହିଥାଏ। ଗୀତ ଗାଇବା ସହିତ ବାଦ୍ୟଯନ୍ତ୍ର ବଜାଇବାକୁ ମଧ୍ୟ ଅଧିକ ଭଲ ପାଆନ୍ତି।
୬ ବର୍ଷ ବୟସରେ ପ୍ରଭୁପଦ ଗୁରୁ ରବି ନାରାୟଣଙ୍କଠୁ ପ୍ରଥମେ ଓଡ଼ିଶୀ ଭୋକାଲ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ତାପରେ ପ୍ରଭୁପଦ ୭ ବର୍ଷ ବୟସରେ ଜାତୀୟ ସ୍ତରରେ ୨୦୦୯ ସାରେଗାମାପା ଲିଟଲ୍ ଚାମ୍ପ୍ ରେ ଅଂଶଗ୍ରହଣ କରିଥିଲେ। ସେହି ୭ ବର୍ଷ ବୟସରେ ପ୍ରଭପଦ ଅଦନାନ୍, ଜାବେଦ ଅଲ୍ଲୀ ଏବଂ କୈଳାଶ ଖେରଙ୍କୁ ସାମ୍ନା କରିଥିଲେ। ଏହି ସିଜନ୍ ଅଜମଦ୍ ହୁସେନ୍ ବିଜେତା ହୋଇଥିଲେ। ତେବେ ସେତେବେଳେ ଅଜମଦ୍ ହୁସେନ୍ ପ୍ରଭୁପଦଙ୍କୁ ହିନ୍ଦୁସ୍ଥାନୀ ଭୋକାଲ ଶିଖିବା ପାଇଁ ପରାମର୍ଶ ଦେଇଥିଲେ। ଯାହା ଦ୍ବାରା ସେ ଭାରତର କୋଣ ଅନୁକୋଣରେ ସଙ୍ଗୀତକୁ ଅକ୍ତିଆର କରିପାରିବ। ପରଠୁ ଅର୍ଥାତ ୨୦୧୧ ମସିହାରୁ ଗୁରୁ ବନ୍ଦିତା ସାହୁଙ୍କ ନିକଟରେ ପ୍ରଭୁପଦ ହିନ୍ଦୁସ୍ତାନୀ ଭୋକାଲ ଶିକ୍ଷା ଗ୍ରହଣ କରୁଛନ୍ତି। ତାଙ୍କ ନିକଟରୁ ବିଶାରଦ ଶେଷ କରିବା ସହ ବର୍ତ୍ତମାନ ବି ଶିକ୍ଷା ଗ୍ରହଣ କରୁଛନ୍ତି।
ଲାଇଟ୍ ମ୍ୟୁଜିକ୍ ପାଇଁ ଗୁରୁ ସୁଜିତ ଭୋଇଙ୍କ ନିକଟରେ ଶିକ୍ଷା ଗ୍ରହଣ କରୁଥିବା। ଗୁରୁ ଜୟନ୍ତ କୁମାର ବେହେରାଙ୍କ ନିକଟରୁ ବାଦ୍ୟଯନ୍ତ୍ର କି-ବୋର୍ଡ ଶିକ୍ଷା ଗ୍ରହଣ କରିଛନ୍ତି ପ୍ରଭୁପଦ। ତେବେ ସଙ୍ଗୀତରେ ୪ ଜଣ ଗୁରୁଙ୍କ ସମେତ ପରିବାରର ପ୍ରେରଣା ପ୍ରଭୁପଦଙ୍କୁ ଆଗକୁ ନେଇପାରିଛି। ‘ସଙ୍ଗୀତରେ ମୋର ଯେତିକି ପରିଶ୍ରମ ତା’ଠୁ ଅଧିକ ମୋ ପରିବାରର ୪ ଗୁଣା ପରିଶ୍ରମ ରହିଛି। ମୋ ମାମୁଁ ଅନ୍ତଯ୍ୟାମୀ ଦାସ ଜଣେ ଭଲ କଣ୍ଠଶିଳ୍ପୀ। ମୋ ମାଆ ବି ଭଲ ଗୀତ ଗାଆନ୍ତି। ବାପା ଓ ଭାଇ ଜଣେ ଭଲ ତବଲା ବାଦକ। ବଡ ଭଉଣୀ(ବଡବାପାଙ୍କ ଝିଅ)ସ୍ବୟଂ ସିଦ୍ଧା ମହାନ୍ତି କଣ୍ଠଶିଳ୍ପୀ। ତାଙ୍କ ଗୀତ ମୁଁ ଛୁଆଟି ବେଳୁ ଶୁଣେ। ମୁଁ ଛୋଟବେଳୁ ବିଭିନ୍ନ ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲି। ପ୍ରାୟ ୮ ବର୍ଷ ତଳେ ଓଡ଼ିଆ ଚ୍ୟାନେଲ୍ ର ରିଏଲିଟି ସୋ ସିଙ୍ଗିଙ୍ଗ୍ ସୁପରଷ୍ଟାର ଜୁନିୟରରେ ଅଂଶଗ୍ରହଣ କରିଥିଲି। କିନ୍ତୁ ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲ୍ ମୋ ପାଇଁ ଏକ ବଡ ଚ୍ୟାଲେଞ୍ଜ। ପୂର୍ବରୁ ସାରେଗାମାପାରେ ଭାଗ ନେଇଥିଲି। ଏବେ ଏହା ନେସନାଲ୍ ରେ ନିଜକୁ ପାଦ ରଖେଇଛି। ଲୋକଙ୍କ ଭଲପାଇବା ପାଉଛି ସେଇଟା ମୋ ପାଇଁ ମୂଲ୍ୟବାନ। ଏହାଠୁ ବଡ ଜୟ ଆଉ କିଛି ନାହିଁ।ଗୀତ ଗାଇ ଜଣକ ମନ ଜିତିବା ଏହାଠୁ ବଡ ସଫଳତା ଆଉ କିଛି ନାହିଁ। ନିଜର ବେଷ୍ଟ ହିଁ ଦେବି। ଆଗକୁ ସଙ୍ଗୀତରେ ହିଁ କ୍ୟାରିୟର କରିବାକୁ ଚାହୁଁଛି। ନିଜକୁ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଛି’ ବୋଲି ପ୍ରଭୁପଦ କହିଛନ୍ତି।
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ସିଙ୍ଗିଙ୍ଗ୍‌ ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୨’ର ବିଜେତା ହୋଇଛନ୍ତି ଉତ୍ତରାଖଣ୍ଡର ପୱନଦୀପ ରାଜନ୍‌ । ସେ ଅନ୍ୟ ପାଞ୍ଚଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି । ପୁରସ୍କାର ସ୍ୱରୂପ ପୱନଦୀପଙ୍କୁ ୨୫ ଲକ୍ଷ ଟଙ୍କା ସହ ଏକ ମାରୁତି ସୁଜୁକି ସ୍ୱିଫ୍ଟ କାର୍‌ ପ୍ରଦାନ କରାଯାଇଛି। ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ପୱନଦୀପ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତାର ମୁକୁଟ ପିନ୍ଧିଥିଲେ। ୨୦୨୦ ନଭେମ୍ବର ୨୮ରେ ୧୫ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଲୋକପ୍ରିୟ ରିୟଲିଟି ଶୋ’ର ଦ୍ବାଦଶ ସଂସ୍କରଣ ସ୍ବାଧୀନତା ଦିବସରେ ଶେ‌ଷ ହୋଇଛି । ଏହି ଶୋ’ରେ ଅରୁଣିତା କାଞ୍ଜିଲାଲ୍ ଓ ସାୟଲି କାମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍ ହୋଇ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ପ୍ରଥମ ଥର ପାଇଁ ଫାଇନାଲରେ ୫ ଜଣଙ୍କ ବଦଳରେ ୬ ଜଣ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିଥିଲା । ଏହି ଶୋ’ର ଚତୁର୍ଥ ସ୍ଥାନରେ ମହମ୍ମଦ ଦାନିଶ,ପଞ୍ଚମରେ ନିହାଲ ଏବଂ ଶନମୁଖପ୍ରିୟା ଷଷ୍ଠ ସ୍ଥାନରେ ରହିଥିଲେ। ୧୨ ଘଣ୍ଟା ଧରି ଚାଲିଥିବା ଫାଇନାଲ୍ ଏପିସୋଡରେ କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମାଲହୋତ୍ରା ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ଦି ଗ୍ରେଟ୍ ଖଲି ମଧ୍ୟ ଶୋ’ରେ ଅତିଥି ଭାବରେ ଯୋଗ ଦେଇଥିଲେ। ଶୋ’ର ବିଚାରପତି ହିମେଶ ରେଶମିଆ, ସୋନୁ କକ୍କର ଏବଂ ଅନୁ ମଲିକ ଥିଲେ। ଆଦିତ୍ୟ ନାରାୟଣ ଏହି ଶୋ’କୁ ସଂଚାଳନ କରିଥିଲେ। ଶୋ’ ପ୍ରାରମ୍ଭରୁ ହିଁ ଅରୁଣିତା ଓ ପୱନଦୀପଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଅନେକବାର ଜଜ୍‌ମାନଙ୍କ ଷ୍ଟାଣ୍ଡିଂ ଅଡିସନ୍‌ ପାଇବାରେ ସଫଳ ହୋଇଥିଲେ ପୱନଦୀପ।
ପୱନଦୀପ ରାଜନ୍ ଉତ୍ତରାଖଣ୍ଡର ବଣପାହାଡ଼ ଘେରା ଚମ୍ପାୱତ୍ ଜିଲ୍ଲାର ବାସିନ୍ଦା। ସେ ଜଣେ ଭଲ ବାଦ୍ୟଯନ୍ତ୍ର ଶିଳ୍ପୀ ମଧ୍ୟ। ସେ ଗିଟାର୍, ତବଲା, ଢ଼ୋଲକ୍, ଡ୍ରମସ୍ ଓ ପିଆନୋ ବଜାଇବାରେ ଧୁରୀଣ। ଏହା ପୂର୍ବରୁ ୨୦୧୫ରେ ସେ ମ୍ୟୁଜିକ ରିୟଲିଟି ଶୋ’ ‘‘ଦ ଭଏସ୍ ଅଫ୍ ଇଣ୍ଡିଆ’’ରେ ବିଜେତା ହୋଇଥିଲେ। ପୱନଦୀପଙ୍କ ଏହି ଯାତ୍ରା ଏତେ ସହଜ ନ ଥିଲା। ଇଣ୍ଡିଆନ୍‌ ଆଇଡଲ୍ ମଞ୍ଚ ପାଇଁ ଦୀର୍ଘ ଦିନ ଧରି ପୱନଦୀପ ତାଙ୍କ ସଙ୍ଗୀତ ସାଧନା ଜାରି ରଖିଥିଲେ। ସେ ଜଣେ ଭଲ କମ୍ପୋଜର ଓ ମ୍ୟୁଜିକ୍‌ ଡାଇରେକ୍ଟର ମଧ୍ୟ । ସେ ଅନେକ ମରାଠୀ ଓ ପାହାଡୀ ଫିଲ୍ମର ମ୍ୟୁଜିକ୍‌ ଦେଇଛନ୍ତି। ଦେଶ ଓ ବିଦେଶରେ ସେ ଅନେକ ମ୍ୟୁଜିକ୍‌ କନସର୍ଟରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ‘Rait’ ନାମକ ମ୍ୟୁଜିକ୍‌ ବ୍ୟାଣ୍ଡର ସେ ଜଣେ ସଦସ୍ୟ ମଧ୍ୟ। ସେ ୧୩ଟି ଦେଶ ଓ ଭାରତର ୧୪ଟି ରାଜ୍ୟ ବୁଲି ପାଖାପାଖି ୧୨୦୦ ଶୋ’ କରିଛନ୍ତି। ତାଙ୍କୁ ଏଥିପାଇଁ ‘ୟୁଥ୍‌ ଆମ୍ବାସାଡ଼ର୍ ଅଫ୍‌ ଉତ୍ତରାଖଣ୍ଡ’ର ଟାଇଟଲ୍‌ରେ ସମ୍ମାନିତ କରାଯାଇଛି। ପୱନଦୀପଙ୍କ ପିତା ସୁରେଶ ରାଜନ୍‌ ଜଣେ ଲୋକପ୍ରିୟ ଗାୟକ। ପୱନଦ୍ବୀପଙ୍କ ଆଈ ଜଣେ ମଧ୍ୟ ଲୋକଗୀତ ଗାୟିକା। ପରିବାର ସଦସ୍ୟଙ୍କ ଦ୍ବାରା ବହୁମାତ୍ରାରେ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ପୱନଦୀପ। ପୱନଦୀପଙ୍କ ଭଉଣୀ ଜ୍ୟୋତିଦୀପ ମଧ୍ୟ ଜଣେ ଗାୟିକା।