Kabul - The Sakala
କାବୁଲ: ଆଫଗାନୀସ୍ତାନର କାବୁଲରେ ଥିବା ଚାଇନିଜ୍ ହୋଟେଲରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହା ସହିତ କିଛି ଅସ୍ତ୍ରଶସ୍ତ୍ର ସଜିତ ଲୋକ କାବୁଲର ଏହି ବିଲ୍ଡିଂରେ ଗୁଳିମାଡ଼ କରିଛନ୍ତି । ତେବେ ଏହି ଗୁଳିମାଡ଼ରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହୋଟେଲର ନାମ ଶହର-ଏ-ନୱା ହୋଇଥିବାବେଳେ ଏହାକୁ ଚାଇନିଜ୍ ହୋଟେଲ୍‌ ବୋଲି କୁହାଯାଏ କାରଣ ଏଠାକୁ ସର୍ବଦା ଚୀନର ବରିଷ୍ଠ ଅଧିକାରୀଙ୍କ ଯିବା ଆସିବା ଲାଗି ରହିଥାଏ। ଏ ପର୍ଯ୍ୟନ୍ତ ଆକ୍ରମଣକାରୀର ପରିଚୟ ମିଳି ପାରି ନାହିଁ। ହୋଟେଲ୍ ପରିସରରେ ଖୁବ୍ ଜୋରରେ ଗୁଳି ଫୁଟିବା ଶବ୍ଦ ବି ଶୁଣିବାକୁ ମିଳିଛି।
ଆକ୍ରମଣରେ ହୋଟେଲ୍‌ର ଏକ କୋଠରୀରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସାମ୍ବାଦିକ ଆକ୍ରମଣର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ହୋଟେଲ୍ ଭିତରେ କିଛି ଆକ୍ରମଣକାରୀ ଗୁଳି ମାଡ କରିଥିବା କହିଛନ୍ତି। ତେବେ ଏହି ଘଟଣାରେ କେତେ ଜଣ ଲୋକ ମୃତାହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୁଣି ଏହି ଆକ୍ରମଣ ପଛରେ କେଇଁ ସଂଗଠନ ଅଛି ତାହା ବି ଜଣାପଡ଼ିନାହିଁ । ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଏଥିପାଇଁ ଦାୟୀ କରିନାହାନ୍ତି ।
କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ; ୧୯ ମୃତ, ୨୮ ଆହତ
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣରେ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୮ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଜଣେ ଆତଙ୍କବାଦୀ କାବୁଲରେ ଥିବା ଗୋଟିଏ ଶିକ୍ଷା କେନ୍ଦ୍ର ଭିତରେ ନିଜକୁ ବୋମାରେ ଉଡ଼ାଇ ଦେଇଥିବା ସୂଚନା ମିଳିଛି ।
କାବୁଲର ଶିହା ସଂପ୍ରଦାୟର ଲୋକମାନେ ରହୁଥିବା ଅଞ୍ଚଳରେ ଏପରି ବିସ୍ଫୋରଣ ହୋଇଛି। ଶିହା ସଂପ୍ରଦାୟର ପିଲା ଓ ଲୋକଙ୍କୁ ଟାର୍ଗେଟ କରି ହମଲା କରାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫୟ ଟାକୋର ଟ୍ୱିଟ କରିଛନ୍ତି। ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆକ୍ରମଣର କାରଣ ଓ ମୃତ୍ୟୁ ସଂଖ୍ୟା କିଛି ସମୟ ପରେ ସୂଚନା ଦିଆଯିବ ବୋଲି ମୁଖପାତ୍ର କହିଛନ୍ତି।
କ୍ଷମତା ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ସର୍ବୋଚ୍ଚ ନେତା ଅଖୁଣ୍ଡଜାଦାଙ୍କୁ ହତ୍ୟା ଏବଂ ମୁଲ୍ଲା ବରାଦରଙ୍କୁ ବନ୍ଧକ !
କାବୁଲ: ଆଫଗାନିସ୍ତାନ ଦଖଲ ପରେ ନେତୃତ୍ୱ ପାଇଁ ତାଲିବାନୀମାନଙ୍କ ମଧ୍ୟରେ ଚାଲିଛି ରକ୍ତାକ୍ତ ସଂଘର୍ଷ । କ୍ଷମତା ପାଇଁ ନିଜନିଜ ମଧ୍ୟରେ ହଣାକଟା ଆରାମହାରୁ ଲାଗିରହିଥିବା ସୂଚନା ମିଳୁଛି । କ୍ଷମତା ଦାଖଲ ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ନୂଆ ସରକାରର ଶପଥପାଠ କାର୍ଯ୍ୟକ୍ରମ ହୋଇ ପାରୁନି। ବ୍ରିଟିଶ ମାଗାଜିନର ସୂଚନା ଅନୁସାରେ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖୁନ୍ଦଜାଦାଙ୍କୁ ହତ୍ୟା କରାଯିବା ସହ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ମଧ୍ୟ ବନ୍ଧକ ରଖାଯାଇଛି । କ୍ଷମତା ପାଇଁ ହକ୍କାନି ଗୋଷ୍ଠୀ ସହ ଏହି ସଂଘର୍ଷରେ ମୁଲ୍ଲା ବରାଦରଙ୍କୁ ସବୁଠୁ ବେଶି ଝଟକା ଲାଗିଛି ।
ସରକାର ଗଠନ କରିବାକୁ ନେଇ ତାଲିବାନ ଭିତରେ ଗୋଷ୍ଠୀ ବିବାଦ ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ମୁଲ୍ଲା ବରାଦର ନେଉଥିବା ବେଳେ ଅନ୍ୟପଟେ ରହିଛି ହକ୍କାନୀ ନେଟୱର୍କ ଯିଏ କି ସଂପୂର୍ଣ୍ଣ ଭାବେ ପାକ୍‌ କଥାରେ ପରିଚାଳିତ ହୋଇଥାଏ। ହକ୍କାନୀ ନେଟୱର୍କର ସଂଗଠନକୁ ଆମେରିକା ପକ୍ଷରୁ ଆତଙ୍କୀର ମାନ୍ୟତା ମିଳିଛି ।
ବ୍ରିଟେନର ଉକ୍ତ ମାଗାଜିନ୍ ରିପୋର୍ଟରେ କୁହାଯାଇଛି ଯେ ସେପ୍ଟେମ୍ବରରେ ତାଲିବାନର ଉଭୟ ଗୋଷ୍ଠୀଙ୍କ ଏକ ବୈଠକ ହୋଇଥିଲା । ଏଥିରେ ହକ୍କାନି ନେତା ଖଲିଲ-ଉଲ-ରହମାନ ହକ୍କାନି ତାଙ୍କ ଚେୟାରରୁ ଉଠିପଡ଼ି ହଠାତ୍ ବରାଦରଙ୍କୁ ପିଟିବା ଆରମ୍ଭ କରିଥିଲେ। ଅନ୍ତର୍ଜାତୀୟ ସମୁଦାୟର ମାନ୍ୟତା ପାଇବା ପାଇଁ ଅଣ-ତାଲିବାନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ କ୍ୟାବିନେଟରେ ସାମିଲ କରିବାକୁ ବରାଦର କ୍ରମାଗତ ଭାବେ ତାଲିବାନ ସରକାରଙ୍କ ଉପରେ ଚାପ ପକାଉଥିଲେ । କିନ୍ତୁ ହକ୍କାନି ଗୋଷ୍ଠୀ ବରାଦରଙ୍କ ଏହି ପ୍ରସ୍ତାବରେ ରାଜି ହୋଇନଥିଲା ।
ଏହାକୁ ନେଇ ଝଗଡ଼ା ପରେ ବରାଦର କିଛି ଦିନ ନିଖୋଜ ଥିଲେ ଏବଂ ଏବେ ତାଙ୍କୁ ପୁଣି ଥରେ କାନ୍ଦାହାରରେ ଦେଖିବାକୁ ମିଳିଛି | ରିପୋର୍ଟ ଅନୁଯାୟୀ, ବରାଦର କିଛି ଆଦିବାସୀ ନେତାଙ୍କୁ ଭେଟିଛନ୍ତି, ଯାହାର ସମର୍ଥନ ତାଙ୍କୁ ମଧ୍ୟ ମିଳିଛି। ତେବେ ବରାଦରଙ୍କୁ ଚାପ ପକାଇ ତାଙ୍କ ମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜାରି କରାଯାଇଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ଭିଡିଓ ବାର୍ତ୍ତାରୁ ବରାଦରଙ୍କୁ ବନ୍ଧକ ରଖାଯାଇଥିବା ସଙ୍କେତ ମିଳୁଛି।
କାବୁଲ ସହରର ଖୋଲା ଆକାଶରେ ଫୁଟିଲା ଗୁଳି; 17 ଜଣ ମୃତ, 41 ଜଣ ଆହତ
କାବୁଲ: କାବୁଲରେ ସହରରେ ଖୋଲା ଆକାଶରେ ଗୁଳି ବିନିମୟରେ 17 ଜଣ ମୃତ, 41 ଜଣ ଆହତ । ଖୁସିରେ ଗୁଳି ଫୁଟାଇଲେ, ୧୭ଜଣଙ୍କୁ ମାରିଦେଲେ । ପଞ୍ଜଶୀର ବିଜୟ ନେଇ ଏକ ଅନିଶ୍ଚିତ ଖବରରେ ବିଭୋର ହୋଇ ଫାଙ୍କା ଗୁଳିଚାଳନା କଲେ ତାଲିବାନୀ ଆତଙ୍କୀ । ଏହା ଦ୍ୱାର ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ କାବୁଲ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌ ଅଫ୍ ଆଫଗାନିସ୍ତାନ୍‌’କୁ ପରାସ୍ତ କରି ପଞ୍ଜଶୀର ଉପତ୍ୟକାକୁ ନିୟନ୍ତ୍ରଣାଧୀନ କରି ପାରିଛନ୍ତି ବୋଲି ତାଲିବାନ୍‌ ଘୋଷଣା କରିବା ପରେ ଶୁକ୍ରବାରେ ସମଗ୍ର କାବୁଲ୍‌ରେ ଉତ୍ସବ ପାଳନକାଳୀନ ଭୀଷଣ ବନ୍ଧୁକ ଫୁଟିବା ଶଦ୍ଦ ଶୁଭିଥିଲା।
ଗତକାଲିର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ତାଲିବାନ ଆଫଗାନିସ୍ତାନକୁ ନର୍କ ବନାଇ ଦେଇଥିବା ବେଳେ ଆହତ ଆତ୍ମୀୟସଜ୍ଜନଙ୍କୁ ଧରି ଲୋକେ ଡାକ୍ତରଖାନା ନେଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍ ହୋଇଥିବା ଫଟୋ ଏବଂ ଭିଡିଓରେ ଦେଖାଯାଇଥିଲା। ସର୍ବଶକ୍ତିମାନ ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାକୁ ନିୟନ୍ତ୍ରଣାଧୀନ କରିଛୁ । ବିଶୃଙ୍ଖଳା ସୃଷ୍ଟିକାରୀମାନେ ପରାସ୍ତ ‌ହୋଇଛନ୍ତି ଏବଂ ଏଥର ପଞ୍ଜଶୀର ଆମ ଅଧୀନକୁ ଆସିଛି ବୋଲି ଜଣେ ତାଲିବାନ୍‌ କମାଣ୍ଡର୍‌ କହୁଥିଲେ । ତେବେ ଗତ କିଛି ଦିନ ସଂଘର୍ଷ ମଧ୍ୟରେ ଉଭୟ ପକ୍ଷରୁ ପ୍ରାୟ ୩୦୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ତାଲିବାନ ସରକାରରେ ଯୋଗ ଦେଇପାରନ୍ତି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି
କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ସବୁବେଳେ ଆତଙ୍କ ଉପରେ ବିଶ୍ୱାସ କରୁଥିବା ତାଲିବାନୀ ଏବେ ରାଜନୀତି କରିବାକୁ ଯାଉଛି। ବର୍ତ୍ତମାନର ସମୟରେ କାବୁଲରେ ଏମିତି ଏକ ଆଲୋଚନାର ଝଡ଼ ବୋହୁଛି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ। ସୂଚନାନୁସାରେ, ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ପୁଣି ଥରେ ଆଫଗାନିସ୍ତାନ ଫେରୁଛନ୍ତି। ସେ ନୂଆ ତାଲିବାନ ସରକାରରେ ଯୋଗ ଦେଇପାରନ୍ତି ବୋଲି ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଥିବା ତାଲିବାନର ସରକାରରେ ମନ୍ତ୍ରୀ ହୋଇପାରନ୍ତି ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି। ତାଲିବାନ ତା’ର ସରକାର ଗଠନ କରିବା ପରେ ଘନି ହୋଇପାରନ୍ତି ମନ୍ତ୍ରୀ। ଏଭଳି ଯୋରଦାର ଚର୍ଚ୍ଚା ଏବେ ଆଫଗାନିସ୍ତାନରେ ଝଡ଼ ହୋଇ ବହୁଛି।
ସୂଚନାଯୋଗ୍ୟ ଯେ, ତାଲିବାନ ୧୫ ଅଗଷ୍ଟରେ କାବୁଲରେ ପ୍ରବେଶ କରି ଦେଶର ନିୟନ୍ତ୍ରଣ ହାସଲ କରିଥିଲା। ଏହା ପରେ ଆଫଗାନିସ୍ତାନ ସରକାର ପତନ ହେଲା ଏବଂ ବରିଷ୍ଠ ଅଧିକାରୀମାନେ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହେଲେ। ଅଶରଫ ଘନି ଦେଶ ଛାଡି ଯିବାପରେ ଦେଶବାସୀଙ୍କ ଅଭିଯୋଗ ଥିଲା ଯେ, ସେ ତାଲିବାନ ହାତରେ ନାଗରିକଙ୍କୁ ବିକ୍ରି କରି ଦେଶ ଛାଡି ଚାଲିଗଲେ। କେବଳ ଏତିକି ନୁହେଁ ଘନି ମଧ୍ୟ ଦେଶରୁ ଗଲା ବେଳେ ୪ଟି କାର ଓ ଦୁଇଟି ହେଲକପ୍ଟରରେ ପ୍ରଚୁର ଅର୍ଥ ନେଇ ଯାଇଥିବା ଅଭିଯୋଗ ହେଉଛି । ଅବଶ୍ୟ ଘନି ମିଳିତ ଆରବ ଏମିରଟରେ ଥିବା ନିଜ ସୁରକ୍ଷିତ ଘରୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଘନି ତାଲିବାନ ସରକାରରେ ସାମିଲ ହେବାକୁ ନେଇ ଖବର ଆସୁଥିବା ବେଳେ ଆଉ ଗୋଟିଏ ଖବର ମଧ୍ୟ ଆସୁଛି । ତାହା ହେଉଛି ଯେ, ଘନିଙ୍କୁ ସବୁ ଟଙ୍କା ଫେରାଇ ଦେବାକୁ ତାଲିବାନ କହିଛି । ତାଲିବାନ ମୁଖପାତ୍ର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଘନି ଙ୍କ ପାଇଁ ସବୁ ଅରଜକାତ ସୃଷ୍ଟି ହୋଇଛି । ସେ ଯଦି ଦେଶ ଛାଡି ନଯାଇ ତାଲିବାନକୁ ସରକାର ଗଠନ କରିବାକୁ ସମୟ ଦେଇଥାନ୍ତେ ତେବେ କାବୁଲରେ ଲୁଟତରାଜ ହୋଇ ନଥାନ୍ତା କି ଗୁଳି ମାଡରେ ଲୋକଙ୍କ ଜୀବନ ଯାଇ ନଥାନ୍ତା । ଘନି ନିଜ ଜୀବନ ବଂଚାଇବା ପାଇଁ ଯେଉଁଭଳି ପଳାୟନ କଲେ ସେଥିପାଇଁ ଅରାଜକତା ସୃଷ୍ଟି ହେଲା ବୋଲି ତାଲିବାନ କହିଛି । ଏହି ଦୁଇ ପରସ୍ପର ବିରୋଧୀ ଖବର ଭିତରୁ କେଉଁଟି ସତ ତାହା ଏବେ କହିବା ଠିକ ହେବ ନାହିଁ ।
କାବୁଲରେ ପୁଣିଥରେ ଭୟଙ୍କର ବିସ୍ଫୋରଣ
କାବୁଲ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପରିସ୍ଥିତି ବିଗିଡିବାରେ ଲାଗିଛି । ତିନି ଦିନ ତଳେ କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଫାଟକ ନିକଟରେ ଘଟିଥିବା ସିରିଜ୍‌ ବିସ୍ଫୋରଣ ପରେ ପୁଣିଥରେ ରବିବାର ଆଉ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲାଯେ ନିକଟବର୍ତ୍ତୀ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।  ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଆଖପାଖ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଥିଲେ ବୋଲି ଜଣାପଡିଛି। ତେବେ ଏହି ବିସ୍ଫୋରଣରେ କେତେ ମୃତାହତ ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।
ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ  କାବୁଲ ଏୟାରପୋର୍ଟରେ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଏକ ଆତଙ୍କୀ ହମଲା ହୋଇପାରେ ବୋଲି ସୂଚନା ଦେଇଥିବା ବେଳେ ବିମାନବନ୍ଦରର ୩ ନମ୍ବର ଗେଟ୍ ବାହାରେ ଭୟଙ୍କର ବିସ୍ଫୋରଣ ଘଟିଛି।ଆମେରିକା ସୈନ୍ୟ ବିମାନବନ୍ଦରରୁ ହଟିବା ପରେ ଏହି ବିସ୍ଫୋରଣ ଚିନ୍ତା ବଢ଼ାଇଛି ।ବିମାନବନ୍ଦର ନିକଟରେ ବିସ୍ଫୋରଣ ସହ ରକେଟ ମାଡ଼ ମଧ୍ୟ ହୋଇଛି । ଗତକାଲି ବିମାନବନ୍ଦର ପ୍ରବେଶ ପଥରେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ବିମାନବନ୍ଦର ବାହାରେ ୨ଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ । ୧ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।
କାବୁଲ ଏୟାରପୋର୍ଟକୁ ଆତଙ୍କୀ ଆକ୍ରମଣ ଆଶଙ୍କା: ଫସିରହିଥିବା ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କଲା ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ
କାବୁଲ: ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଜାରି ରହିଛି। ତାଲିବାନୀଙ୍କଠରୁ ରକ୍ଷା ପାଇବା ପାଇଁ ଉଭୟ ଆଫଗାନ ଓ ବିଦେଶୀ ନାଗରିକ ଦେଶ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ  ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏୟାରଲିଫ୍ଟ ମଧ୍ୟ ଜାରି ରହିଛି। ତଥାପି ହଜାର ହଜାର ଲୋକ ଏବେ ବି ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଏସବୁ ଭିତରେ କାବୁଲ ଏୟାରପୋର୍ଟରେ ଜମି ଥିବା ଭିଡ଼ ଉପରେ ଆତଙ୍କୀ ଆକ୍ରାମଣର ଭୟ ସୃଷ୍ଟି ହୋଇଛି।
କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ଫାଟକ ନିକଟରୁ ତୁରନ୍ତ ଦୂରକୁ ଚାଲିଯିବାକୁ ଆମେରିକା ବୈଦେଶିକ ବିଭାଗ ନିଜ ଦେଶର ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛି। ତାଲିବାନ ପଟୁ ଆକ୍ରମଣ ଆଶଙ୍କା ବୃଦ୍ଧି ଦୃଷ୍ଟିରୁ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଛି। ଆମେରିକା ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ କାବୁଲ ବିମାନ ବନ୍ଦରର ଆବେ ଫାଟକ, ପୂର୍ବ ପଟ ଫାଟକ ଏବଂ ଉତ୍ତର ଫାଟକ ନିକଟରେ ଥିବା ଆମେରିକା ନାଗରିକ ତୁରନ୍ତ ସେହି ସମସ୍ତ ସ୍ଥାନଛାଡି ଦୂରକୁ ଚାଲିଯାଆନ୍ତୁ। କାବୁଲ ବିମାନ ବନ୍ଦରରେ ଆକ୍ରମଣ ବିପଦ ଆଶଙ୍କା ରହିଥିବାରୁ ଆମେରିକା ନାଗରିକ ସଂପ୍ରତି ବିମାନ ବନ୍ଦରକୁ ଆସନ୍ତୁ ନାହିଁ। ସେମାନଙ୍କୁ ଆମେରିକା ସରକାରଙ୍କ ନିକଟରୁ ବ୍ୟକ୍ତିଗତ ଭାବେ ବିମାନ ବନ୍ଦରକୁ ଆସିବାକୁ ସୂଚନା ଦିଆନଯିବା ପର୍ଯ୍ଯନ୍ତ ସେମାନେ ସେଠାରୁ ଦୂରେଇ ରହିବା ଜରୁରୀ ହୋଇପଡିଛି। ଇତିମଧ୍ୟରେ ତାଲିବାନ ଆତଙ୍କିମାନେ କାବୁଲ ବିମାନ ବନ୍ଦର ବାହାରେ ସେମାନଙ୍କ ଉପସ୍ଥିତି ବୃଦ୍ଧି କରିବା ସହିତ ଉକ୍ତ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇସାରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରୁ ବହୁ ସଂଖ୍ୟାରେ ଲୋକଙ୍କୁ ବିମାନ ବନ୍ଦର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।
ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ଯ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ହମଲା କରିବାକୁ ଥିବାରୁ ତୁରନ୍ତ ଏୟାରପୋର୍ଟ ଖାଲି କରିବାକୁ ଅଷ୍ଟ୍ରେଲିଆ ଓ ବ୍ରିଟେନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।
କାବୁଲ୍‌ରେ ଖୋଲିଲା ମଲ୍, ହୋଟେଲ ଓ ବଜାର
କାବୁଲ: ତାଲିବାନ ଦଖଲର ୭ ଦିନ ପରେ କାବୁଲର ବଜାର ଖୋଲିବା ଆରମ୍ଭ କରିଛି। ସହରର ମଲ୍, ହୋଟେଲ, ମାଂସ-ପନିପରିବା-ଶସ୍ୟ ବଜାର, ଗ୍ରୋସରୀ ଷ୍ଟୋର୍ ଏବଂ ସପିଂ ପାଇଁ ସବୁଠାରୁ ପ୍ରସିଦ୍ଧ ଗୁଲବର୍ ସେଣ୍ଟରରେ ସପିଂ ପାଇଁ ଲୋକେ ଭିଡ଼ ଜମାଇଥିଲେ। ଏମିତିକି ରାସ୍ତା କଡ଼ରେ ଥିବା ଆଇସକ୍ରିମ ବିକ୍ରେତାମାନେ ସେମାନଙ୍କର ବେପାରକୁ ଫେରିଆସିଛନ୍ତି।
କାବୁଲର ସବୁଠାରୁ ପ୍ରସିଦ୍ଧ ମଲ୍ ଗୁଲବର ସେଣ୍ଟର ଆଜି ଖୋଲିବା ପରେ ସେଠାରେ ଳୋକଙ୍କ ଗହଳି ଆରମ୍ଭ ହୋଇଛି। ମଲରେ ଥିବା ୭୦ ପ୍ରତିଶତରୁ ଅଧିକ ଦୋକାନ ଖୋଲା ରହିଛି। ତଳ ମହଲାରେ ଥିବା ଫୁଡ୍‌ କୋର୍ଟରେ ୨୫-୩୦ ଲୋକ ଖାଦ୍ୟ ଖାଉଥ଄ବା ଦେଖିବାକୁ ମିଳିଛି। ଅଧାରୁ ଅଧିକ ଚେୟାର ଖାଲି ଅଛି। ପୂର୍ବରୁ ଶନିବାର ସନ୍ଧ୍ୟାରେ ଏଠାରେ ବସିବାର ସ୍ଥାନ ନ ଥିଲା। ୨୨ ଅଗଷ୍ଟ, ରବିବାର ସଂନ୍ଧ୍ୟା ପ୍ରାୟ ୫ଟା ସମୟରେ କାବୁଲର ଏହି ଖୋଲା ବଜାର କାର ପାର୍କିଂ କରିବାକୁ ସ୍ଥାନ ନ ଥÒଲା। ତେବେ ଆଫଗାନିସ୍ଥାନରେ ଏ ଯାଏ ବିଦ୍ୟାଳୟ ଏବଂ ବ୍ୟାଙ୍କ ଓ ଟଙ୍କା ବିନିମୟ କେନ୍ଦ୍ର ଖୋଳିପାରିନାହିଁ। ସହରର ଆନ୍ତର୍ଜାତୀୟ ଇଂରାଜୀ ଭାଷା ପ୍ରତିଷ୍ଠାନରୁ ୩ ଦିନରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ୯ଟି ବିଦ୍ୟାଳୟକୁ ଯାଇଥିଲୁ, କିନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସିଟି ଖୋଲା ନାହିଁ। କିଛି ଦିନ ପୂର୍ବରୁ ତାଲିବାନ ସରକାର ଝିଅମାନେ ସ୍କୁଲ ଯାଉଥିବା ଏକ ଚିତ୍ର ପ୍ରକାଶ କରିଥିଲେ, କିନ୍ତୁ କାବୁଲରେ ଏପର୍ଯ୍ୟନ୍ତ କୌ ଣସି ବିଦ୍ୟାଳୟ ଖୋଲା ହୋଇନାହିଁ। ୱେଷ୍ଟର୍ଣ୍ଣ ୟୁନିଅନ୍, ମନି ଗ୍ରାମ, ଏକ୍ସପ୍ରେସ ମନି ସମେତ କାବୁଲର ସମସ୍ତ ବ୍ୟାଙ୍କ ବନ୍ଦ ରହିଛି। ବ୍ୟାଙ୍କ ସୁରକ୍ଷା କର୍ମଙ୍କ ଉତ୍ତର ହେଉଛି, ବ୍ୟାଙ୍କର କର୍ମଚାରୀମାନେ ନାହାଁନ୍ତି। ଅନ୍ୟପକ୍ଷରେ ବୁଧବାରଠାରୁ ବ୍ୟାଙ୍କ ଖୋଲାଯିବ ବୋଲି ତାଲିବାନ୍ ଘୋଷଣା କରିଥÒଲେ ସୁଦ୍ଧା ଏହା ଆଜି ଖୋଲିନାହିଁ।
ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି ଆଫଗାନିସ୍ତାନ !
କାବୁଲ: ତାଲିବାନ ହାତକୁ ଆଫଗାନିସ୍ତାନ ଶାସନ କ୍ଷମତା ଟିବା ପରେ ସେଠାରେ ସ୍ଥିତି ଯେଭଳି ରହିଛି ତାହା କାହାକୁ ଅଛପା ନାହିଁ। ହେଲେ ତାଲିବାନ ସରକାର ଗଠନ କରିବା ପରେ ସ୍ଥିତି ସୁଧୁରିବ ଏବଂ ଅରାଫଗାନବାସୀ ଆଶ୍ବସ୍ତ ହେବେ ବୋଲି ଯେଉଁ ଆଶା ରହିଥିଲା ତାହା ଧୂଳିସାତ୍‌ ହେବାର ଶଙ୍କା ଉପୁଜିଛି। ବରଂ ଆଗାମୀ ଦିନରେ ଆଫଗାନିସ୍ତାନ ଗୃହଯୁଦ୍ଧ ଆଡକୁ ଠେଲି ହୋଇଯିବାର ସମ୍ଭାବନା ବଢିଛି। ସୋମବାର ଉତ୍ତର ଆଫଗାନିସ୍ତାନର ପଞ୍ଜସିର୍‌ ଇଲାକାରେ ଘଟିଥିବା ସଂଘର୍ଷ ଏହାର ସଙ୍କେତ ବହନ କରୁଛି। ଗତ ଅଗଷ୍ଟ ୧୫ ତାରିଖରେ ତାଲିବାନ ଗୋଷ୍ଠୀ କାବୁଲ ଦଖଲ କରି ଆଫଗାନିସ୍ତାନ ଶାସନ ଡୋରି ହାତକୁ ନେଇଥିଲେ ହେଁ ପଞ୍ଜସିର୍‌ ପ୍ରଦେଶକୁ ଅକ୍ତିଆର କରିପାରିନଥିଲା। ପଞ୍ଜସିର୍‌ ପ୍ରଦେଶ ହେଉଛି ଏକମାତ୍ର ପ୍ରଦେଶ ଯାହାକି ପୂର୍ବତନ ମୁଜାହିଦ୍ଦିନ କମାଣ୍ଡର ଅହମ୍ମଦ ଶାହା ମାସୁଦ୍‌ଙ୍କ ପୁଅ ଅହମ୍ମଦ ମାସୁଦ୍‌ଙ୍କ ଦ୍ବାରା ପରିଚାଳିତ। ମାସୁଦଙ୍କ ନଦର୍ଣ୍ଣ ଆଲାଏନ୍ସ ଗୋଷ୍ଠୀ ତାଲିବାନୀ ସଂଗଠନକୁ ବିରୋଧ କରିଆସୁଥିବା ବେଳେ ପଞ୍ଜସିର ଉପରେ ତାଲିବାନ ଦୃଷ୍ଟି ପକାଇଲେ ସ୍ଥିତି ଭୟଙ୍କର ହେବ ବୋଂଲି ଚେତାବନୀ ଦେଇଥିଲେ। ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସେନା ତାଲିବାନ ବିରୋଧରେ ଯୁଦ୍ଧ ଜାରି ରଖିବ ବୋଲି ଚେତାବନୀ ଦେଇଥିଲେ। ହେଲେ ସୋମବାର ଉଭୟ ପକ୍ଷ ମୁହାଁମୁହିଁ ହେବା ସହିତ ପ୍ରବଳ ସଂଘର୍ଷରେ ରକ୍ତପାତ ହେବା ଘଟଣା ଆଫଗାନିସ୍ତାନ ଭବିଷ୍ୟତକୁ ଆହୁରି ଅନ୍ଧକାର ଆଡକୁ ଟାଣି ନେଇଛି।
ବର୍ତ୍ତମାନ ତାଲିବାନ ସରକାର ପାଇଁ ଅର୍ଥ ବ୍ୟବସ୍ଥା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଆମେରିକା ସମେତ ଆଇଏମଏଫ ସବୁପ୍ରକାର ସହାୟତା ଦେବା ବନ୍ଦ କରିଛନ୍ତି। ଏହାବ୍ୟତୀତ ଆସନ୍ତାକାଲି ଜି-୭ ରାଷ୍ଟ୍ରଗୋଷ୍ଠୀର ବୈଠକ ବସିବାକୁ ଯାଉଥିବା ବେଳେ ତାଲିବାନ ବିରୋଧରେ ଆର୍ଥିକ କଟକଣା ଜାରି କରିବାକୁ ବ୍ରିଟେନ୍‌ ପ୍ରସ୍ତାବ ଆଣିବ ବୋଲି କୁହାଯାଉଛି। ଏଭଳିସ୍ଥଳେ ଚୀନ୍‌ ତାଲିବାନକୁ ଆର୍ଥିକ ସହୟତା ଯୋଗାଇ ଦେବାକୁ ପରୋକ୍ଷରେ ଇଙ୍ଗିତ କରିଥିବା ବେଳେ ସ୍ଥିତିରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ତାଲିବାନ ଗୋଷ୍ଠୀ ଆଶା ପ୍ରକଟ କରିଥିଲା। ହେଲେ ମାସୁଦ୍‌ ଗୋଷ୍ଠୀର ଆଭିମୁଖ୍ୟ ତାଲିବାନ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ କରିଛି। ନଦର୍ଣ୍ଣ ଆଲାଏନ୍ସକୁ ସାଧାରଣ ନାଗରିକ ଏବଂ ବିଭିନ୍ନ ସ୍ଥାନୀୟ ଜନଜାତିଙ୍କ ସମର୍ଥନ ରହିଥିବାରୁ ତାଲିବାନ ବିରୋଧରେ ଏହି ଯୁଦ୍ଧ ଜାରି ରହିବ ବୋଲି କୁହାଯାଉଛି। ଏହାବ୍ୟତୀତ ମାସୁଦ୍ ଗୋଷ୍ଠୀକୁ ତାଜିକ୍‌ସ୍ତାନ ମଧ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେବା ଆରମ୍ଭ କରିଛି। ଏଭଳି ସ୍ଥଳେ ଆଫଗାନିସ୍ତାନ ଗୃହଯୁଦ୍ଧର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଆକଳନ କରାଯାଉଛି।
ଟଙ୍କା ଭର୍ତ୍ତି ୪ଟି କାର୍ ଏବଂ ହେଲିକପ୍ଟର ନେଇ ଫେରାର ହୋଇଗଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି
କାବୁଲ: ଦେଶର ଜନତାଙ୍କୁ ବିପଦ ମୁହଁକୁ ଠେଲି ଦେଇ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି ରବିବାର ନଗଦ ଟଙ୍କା ଭର୍ତ୍ତି ହୋଇଥିବା ଚାରୋଟି କାର୍ ଏବଂ ହେଲିକପ୍ଟର ନେଇ ଦେଶ ଛାଡି ରାଜଧାନୀ କାବୁଲରୁ ପଳାୟନ କରିଛନ୍ତି । ଋଷ ଦୂତାବାସ ପ୍ରବକ୍ତା ନିକିତା ଇସ୍‌ଚୋକେଙ୍କ ସୂଚନା ଅନୁଯାୟୀ, ଚାରୋଟି କାରରେ ଟଙ୍କା ଭର୍ତ୍ତି ହୋଇଥିଲା । ସେ ଆହୁରି କିଛି ନଗଦ ଟଙ୍କା ଅନ୍ୟ ଏକ ହେଲିକପ୍ଟରରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସବୁତକ ଟଙ୍କା ଭର୍ତ୍ତି ହୋଇପାରିନଥିଲା । ଏଣୁ କିଛି ଟଙ୍କା ରୋଡ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏ ନେଇ ଋଷ ଖବର ସରବରାହ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
କାବୁଲକୁ ନିଜ କବ୍‌ଜାକୁ ନେଇ ସାରିଛି ଆଫଗାନିସ୍ତାନ । ଆଉ ଏହା ପରେ ଆଫଗାନିସ୍ତାନର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଯାଇଛି । ଏବେ ଗାନିଙ୍କ ଠିକଣା ସମ୍ପର୍କରେ ସ୍ପଷ୍ଟ ହୋଇପାରିନି । ମିଳିଥିବା ସୂଚନା ମୁତାବକ ଘନିଙ୍କ ହେଲିକପ୍ଟରକୁ ତାଜକିସ୍ତାନରେ ଅବତରଣ ଅନୁମତି ନ ମିଳିବା ପରେ ଏବେ ସେ ଓମାନ୍‌ରେ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ସେ ଯୁକ୍ତ ରାଷ୍ଟ୍ର ଆମେରିକା ଯିବା ନେଇ ପ୍ରସ୍ତୁତ ହେଉଛନ୍ତି ।
ରକ୍ତପାତକୁ ଏଡ଼ାଇବା ପାଇଁ ସେ ଦେଶ ଛାଡ଼ିଥିବା ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି । ଅନ୍ୟପକ୍ଷରେ କାବୁଲକୁ ନିଜ ଅକ୍ତଆରକୁ ନେବା ପରେ ତାଲିବାନୀ ନେତାଙ୍କୁ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଥିଲା ।
ତେବେ ଆଫଗାନିସ୍ତାନ ରାଜଧାନୀକୁ କବ୍‌ଜାକୁ ନେବା ପରେ ଏବେ ସବୁଠି ଆତଙ୍କର ମହୋଲ ଦେଖିବାକୁ ମିଳିଛି । ବଡ଼ ବଡ଼ ଛକମାନଙ୍କରେ ତାଲିବାନୀ ସୈନ୍ୟ ମୁତୟନ ହୋଇଛନ୍ତି। ଯାତାୟତ କରୁଥିବା ଯାନବାହନକୁ ତନଖି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଯୁଦ୍ଧ ଶେଷ ନେଇ ତାଲିବାନ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ, ନିଜ ଦେଶରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ସାଧାରଣ ଜନତା । କାବୁଲ ଛାଡ଼ି ଅନ୍ୟତ୍ର ପଳାୟନ ନେଇ ଜୀବନକୁ ବାଜି ଲଗାଉଛନ୍ତି ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।
ଭିଡିଓଟି କାବୁଲର ହାମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର । ଯେଉଁଠାରେ କାବୁଲ ଛାଡ଼ି ପଳାୟନ କରିବାକୁ ଜନ ସମୁଦ୍ର ଦେଖିବାକୁ ମିଳିଛି । ସ୍ଥିତି ଏପରି ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଯେକୌଣସି ଉପାୟରେ କାବୁଲ ଛାଡ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛଘୁଞ୍ଚା ଦେଉନାହାନ୍ତି ।