Ashraf Ghani - The Sakala

ତାଲିବାନ ସରକାରରେ ଯୋଗ ଦେଇପାରନ୍ତି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି
କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ସବୁବେଳେ ଆତଙ୍କ ଉପରେ ବିଶ୍ୱାସ କରୁଥିବା ତାଲିବାନୀ ଏବେ ରାଜନୀତି କରିବାକୁ ଯାଉଛି। ବର୍ତ୍ତମାନର ସମୟରେ କାବୁଲରେ ଏମିତି ଏକ ଆଲୋଚନାର ଝଡ଼ ବୋହୁଛି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ। ସୂଚନାନୁସାରେ, ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ପୁଣି ଥରେ ଆଫଗାନିସ୍ତାନ ଫେରୁଛନ୍ତି। ସେ ନୂଆ ତାଲିବାନ ସରକାରରେ ଯୋଗ ଦେଇପାରନ୍ତି ବୋଲି ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଥିବା ତାଲିବାନର ସରକାରରେ ମନ୍ତ୍ରୀ ହୋଇପାରନ୍ତି ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି। ତାଲିବାନ ତା’ର ସରକାର ଗଠନ କରିବା ପରେ ଘନି ହୋଇପାରନ୍ତି ମନ୍ତ୍ରୀ। ଏଭଳି ଯୋରଦାର ଚର୍ଚ୍ଚା ଏବେ ଆଫଗାନିସ୍ତାନରେ ଝଡ଼ ହୋଇ ବହୁଛି।

ସୂଚନାଯୋଗ୍ୟ ଯେ, ତାଲିବାନ ୧୫ ଅଗଷ୍ଟରେ କାବୁଲରେ ପ୍ରବେଶ କରି ଦେଶର ନିୟନ୍ତ୍ରଣ ହାସଲ କରିଥିଲା। ଏହା ପରେ ଆଫଗାନିସ୍ତାନ ସରକାର ପତନ ହେଲା ଏବଂ ବରିଷ୍ଠ ଅଧିକାରୀମାନେ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହେଲେ। ଅଶରଫ ଘନି ଦେଶ ଛାଡି ଯିବାପରେ ଦେଶବାସୀଙ୍କ ଅଭିଯୋଗ ଥିଲା ଯେ, ସେ ତାଲିବାନ ହାତରେ ନାଗରିକଙ୍କୁ ବିକ୍ରି କରି ଦେଶ ଛାଡି ଚାଲିଗଲେ। କେବଳ ଏତିକି ନୁହେଁ ଘନି ମଧ୍ୟ ଦେଶରୁ ଗଲା ବେଳେ ୪ଟି କାର ଓ ଦୁଇଟି ହେଲକପ୍ଟରରେ ପ୍ରଚୁର ଅର୍ଥ ନେଇ ଯାଇଥିବା ଅଭିଯୋଗ ହେଉଛି । ଅବଶ୍ୟ ଘନି ମିଳିତ ଆରବ ଏମିରଟରେ ଥିବା ନିଜ ସୁରକ୍ଷିତ ଘରୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଘନି ତାଲିବାନ ସରକାରରେ ସାମିଲ ହେବାକୁ ନେଇ ଖବର ଆସୁଥିବା ବେଳେ ଆଉ ଗୋଟିଏ ଖବର ମଧ୍ୟ ଆସୁଛି । ତାହା ହେଉଛି ଯେ, ଘନିଙ୍କୁ ସବୁ ଟଙ୍କା ଫେରାଇ ଦେବାକୁ ତାଲିବାନ କହିଛି । ତାଲିବାନ ମୁଖପାତ୍ର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଘନି ଙ୍କ ପାଇଁ ସବୁ ଅରଜକାତ ସୃଷ୍ଟି ହୋଇଛି । ସେ ଯଦି ଦେଶ ଛାଡି ନଯାଇ ତାଲିବାନକୁ ସରକାର ଗଠନ କରିବାକୁ ସମୟ ଦେଇଥାନ୍ତେ ତେବେ କାବୁଲରେ ଲୁଟତରାଜ ହୋଇ ନଥାନ୍ତା କି ଗୁଳି ମାଡରେ ଲୋକଙ୍କ ଜୀବନ ଯାଇ ନଥାନ୍ତା । ଘନି ନିଜ ଜୀବନ ବଂଚାଇବା ପାଇଁ ଯେଉଁଭଳି ପଳାୟନ କଲେ ସେଥିପାଇଁ ଅରାଜକତା ସୃଷ୍ଟି ହେଲା ବୋଲି ତାଲିବାନ କହିଛି । ଏହି ଦୁଇ ପରସ୍ପର ବିରୋଧୀ ଖବର ଭିତରୁ କେଉଁଟି ସତ ତାହା ଏବେ କହିବା ଠିକ ହେବ ନାହିଁ ।

ୟୁଏଇରେ ଲୁଚିଛନ୍ତି ଘନି
ଆବୁଧାବି : ତାଲିବାନ କାବୁଲକୁ କବଜା କରିବା ପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇ ଥିଲେ। ତେବେ ସେ କୁଆଡେ ଯାଇଥିଲେ ତାହାର କୌଣସି ସୂଚନା ମିଳିନଥିଲା। ଏବେ ଘନି ଏବଂ ତାଙ୍କ ପରିବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଥିବା ଜଣାପଡିଛି। ଘନି ନିଜ ସହ ୪ଟି କାର୍ ଏବଂ ହେଲିକପ୍ଟରରେ ନଗଦ ଅର୍ଥ ନେଇ ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ୟୁଏଇ ଅନୁଯାୟୀ ମାନବିକତା ଆଧାରରେ ଘନି ଏବଂ ତାଙ୍କ ପରିବାରକୁ ଶରଣ ଦିଆଯାଇଛି। ୟୁଏଇ ସରକାରୀ ନ୍ୟୁଜ ଏଜେନ୍ସିକୁ ବୈଦେଶିକ ମନ୍ତ୍ରୀଙ୍କ ପକ୍ଷରୁ ଏହି ବୟାନ ଜାରି କରାଯାଇଛି। ତେବେ ଘନି ଦେଶ ମଧ୍ୟରେ କେଉଁଠାରେ ଅଛନ୍ତି ତାହାର କୌଣସି ସୂଚନା ଦିଆଯାଇନାହିଁ।

ଟଙ୍କା ଭର୍ତ୍ତି ୪ଟି କାର୍ ଏବଂ ହେଲିକପ୍ଟର ନେଇ ଫେରାର ହୋଇଗଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି
କାବୁଲ: ଦେଶର ଜନତାଙ୍କୁ ବିପଦ ମୁହଁକୁ ଠେଲି ଦେଇ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି ରବିବାର ନଗଦ ଟଙ୍କା ଭର୍ତ୍ତି ହୋଇଥିବା ଚାରୋଟି କାର୍ ଏବଂ ହେଲିକପ୍ଟର ନେଇ ଦେଶ ଛାଡି ରାଜଧାନୀ କାବୁଲରୁ ପଳାୟନ କରିଛନ୍ତି । ଋଷ ଦୂତାବାସ ପ୍ରବକ୍ତା ନିକିତା ଇସ୍‌ଚୋକେଙ୍କ ସୂଚନା ଅନୁଯାୟୀ, ଚାରୋଟି କାରରେ ଟଙ୍କା ଭର୍ତ୍ତି ହୋଇଥିଲା । ସେ ଆହୁରି କିଛି ନଗଦ ଟଙ୍କା ଅନ୍ୟ ଏକ ହେଲିକପ୍ଟରରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସବୁତକ ଟଙ୍କା ଭର୍ତ୍ତି ହୋଇପାରିନଥିଲା । ଏଣୁ କିଛି ଟଙ୍କା ରୋଡ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏ ନେଇ ଋଷ ଖବର ସରବରାହ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

କାବୁଲକୁ ନିଜ କବ୍‌ଜାକୁ ନେଇ ସାରିଛି ଆଫଗାନିସ୍ତାନ । ଆଉ ଏହା ପରେ ଆଫଗାନିସ୍ତାନର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଯାଇଛି । ଏବେ ଗାନିଙ୍କ ଠିକଣା ସମ୍ପର୍କରେ ସ୍ପଷ୍ଟ ହୋଇପାରିନି । ମିଳିଥିବା ସୂଚନା ମୁତାବକ ଘନିଙ୍କ ହେଲିକପ୍ଟରକୁ ତାଜକିସ୍ତାନରେ ଅବତରଣ ଅନୁମତି ନ ମିଳିବା ପରେ ଏବେ ସେ ଓମାନ୍‌ରେ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ସେ ଯୁକ୍ତ ରାଷ୍ଟ୍ର ଆମେରିକା ଯିବା ନେଇ ପ୍ରସ୍ତୁତ ହେଉଛନ୍ତି ।

ରକ୍ତପାତକୁ ଏଡ଼ାଇବା ପାଇଁ ସେ ଦେଶ ଛାଡ଼ିଥିବା ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି । ଅନ୍ୟପକ୍ଷରେ କାବୁଲକୁ ନିଜ ଅକ୍ତଆରକୁ ନେବା ପରେ ତାଲିବାନୀ ନେତାଙ୍କୁ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଥିଲା ।

ତେବେ ଆଫଗାନିସ୍ତାନ ରାଜଧାନୀକୁ କବ୍‌ଜାକୁ ନେବା ପରେ ଏବେ ସବୁଠି ଆତଙ୍କର ମହୋଲ ଦେଖିବାକୁ ମିଳିଛି । ବଡ଼ ବଡ଼ ଛକମାନଙ୍କରେ ତାଲିବାନୀ ସୈନ୍ୟ ମୁତୟନ ହୋଇଛନ୍ତି। ଯାତାୟତ କରୁଥିବା ଯାନବାହନକୁ ତନଖି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଯୁଦ୍ଧ ଶେଷ ନେଇ ତାଲିବାନ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ, ନିଜ ଦେଶରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ସାଧାରଣ ଜନତା । କାବୁଲ ଛାଡ଼ି ଅନ୍ୟତ୍ର ପଳାୟନ ନେଇ ଜୀବନକୁ ବାଜି ଲଗାଉଛନ୍ତି ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

ଭିଡିଓଟି କାବୁଲର ହାମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର । ଯେଉଁଠାରେ କାବୁଲ ଛାଡ଼ି ପଳାୟନ କରିବାକୁ ଜନ ସମୁଦ୍ର ଦେଖିବାକୁ ମିଳିଛି । ସ୍ଥିତି ଏପରି ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଯେକୌଣସି ଉପାୟରେ କାବୁଲ ଛାଡ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛଘୁଞ୍ଚା ଦେଉନାହାନ୍ତି ।