Biju Health Welfare Scheme - The Sakala

ଜୀବନ ବଞ୍ଚାଇଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
ଖଡ଼ିଆଳ : ରାଜ୍ୟ ସରକାର ଅନେକ ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଚିକିତ୍ସା ପାଇଁ ଅନେକ ଯୋଜନା କରିଥିବାବେଳେ ସେଥିମଧ୍ୟରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ୟତମ ଅଟେ ।ଏହି ଯୋଜନା ରେ ଅନେକ ଗରିବ ଶ୍ରେଣୀ ର ଲୋକେ ଚିକିତ୍ସିତ ହୋଇ ଜୀବନ ରକ୍ଷା କରି ପାରିଛନ୍ତି। ସେହିପରି ଏ ନେଇ ଗତ ୧୦-୪-୨୨ରେ ସକାଳ ଖବର କାଗଜ ରେ ଏକ ଖବର ପ୍ରକାଶ ପାଇଥିଲା। ଟଙ୍କଧର ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏନେଇ ଜିଲ୍ଲା ପ୍ରଶାସନ୍ ଦୃଷ୍ଟି ଦେଇ ଟଙ୍କଧର ଙ୍କ ଚିକିତ୍ସା ପାଇଁ ନୂଆପଡ଼ା ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ପରେ ଟଙ୍କଧର କୁ ଭୁବନେଶ୍ୱର ଏମ ସ ହସ୍ପିଟାଲ କୁ ପଠାଯାଇ ବିଜୁ ସ୍ବାସ୍ଥ୍ୟ ଯୋଜନା ରେ ସାମିଲ କରି ତାଙ୍କର ଚିକିତ୍ସା କରାଯାଇଥିଲା। ଟଙ୍କଧର ଙ୍କ ଗଳାରେ ବାହାରିଥିବା( ବଥ) କୁ ଅସ୍ତ୍ରପ୍ରଚାର କରାଯାଇଥିଲା।

ବର୍ତ୍ତମାନ ସେ ଭଲ ଥିବା ଜଣାପଡିଛି। ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମ ରେ ରହନ୍ତି ବିମଳା ଶବର ଙ୍କ ପରିବାର । ବିମଳାଙ୍କ ଦୁଃଖ କହିଲେ ନସରେ ଗତ ।ତିନି ବର୍ଷ ତଳେ ସ୍ୱାମୀ ବିମ୍ବାଧର ଶବର( ୫୦)ଙ୍କ ମୃତ୍ୟୁ ହୋଇ ଯାଇଥିବାବେଳେ।ମୃତ୍ୟ ପୂର୍ବରୁ ଦୁଇ ଝିଅଙ୍କ ବାହାଘର ସରିଥିବା ବେଳେ ଆଉ ଦୁଇ ପୁଅ ଙ୍କ ଦାୟିତ୍ଵ ମୁଣ୍ଡାଇବାକୁ ପଡିଲା, ଏହି ଦୁଇ ପୁଅ ଙ୍କ ପାଟିରେ ଦାନା ଯୋଗାଇବା ପାଇଁ ବିମଳା ଦିନରାତି ଏକ କରି କୁଲିମଞ୍ଜୁରି କରି ନିଜ ପୁଅ ଝିଅ ଙ୍କୁ ପ୍ରତିପୋଶୋନ କରିଆସୁଛନ୍ତି। ହେଲେ ଦୁଇ ବର୍ଷ ହେଲା ତାଙ୍କ ଜୀବନରେ ଏକ ପାହାଡ ପଡ଼ିଲା ସଦୃଶ ନିଜ ପୁଅ ଟଙ୍କଧର ର ଗଳାରେ ଛୋଟ ଆକାରରେ ଏକ ଗୁଲମୀ ଟିଏ(ବଥ) ବାହାରିଲା।

ଏନେଇ ଖଡ଼ିଆଳ ଡାକ୍ତରଖାନାରେ ଦେଖାଇ ଔଷଧ ଖାଇଲେ କିନ୍ତୁ କିଛି କାମ ଦେଲାନାହିଁ। ବଥ ବଢିବାକୁ ଲାଗିଲା, ପୁଣି ତାଙ୍କୁ ନେଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଦେଖାଇଲେ ଓ ଔଷଧ ଖାଇଲେ ହେଲେ କିଛି ଲାଭ ଦେଲାନାହିଁ। ଶେଷରେ ବଲାଙ୍ଗୀର ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇଲେ। ବଥ ଶୁଖିବା ବଦଳରେ ବଢିବାକୁ ଲାଗିଲା।ପୁଅର ଚିକିତ୍ସା ପାଇଁ ନିଜର ଏକ ଏକର ଜମି ଅନ୍ୟ ପାଖରେ ବନ୍ଧକ ରଖି ପୁଅ ର ଚିକିତ୍ସା କରିଥିଲେ । ହେଲେ ବର୍ତ୍ତମାନ ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରୁ ନ ଥିଲେ। ତାଙ୍କ ପରିବାର କୁ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ମିଳିଥିଲେ ମଧ୍ୟ କାମକୁ ଆସୁନ ଥିଲା ।ଟଙ୍କଧର ଏବେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି, ହେଲେ ତାଙ୍କ ଗଲା ରେ ଥିବା ବଥ ପାଇଁ ସେ ଆଉ ସ୍କୁଲ ଯାଉ ପରୁ ନ ଥିଲେ। ଖେଳିବା ବୁଲିବାକୁ ମଧ୍ୟ ଭୟ କରୁଥିଲେ ।

ବର୍ତ୍ତମାନ ସେ ଭଲ ହୋଇଥିବା ବେଳେ। ତାଙ୍କର ଡାହାଣ ହାତ ଠିକ ଭାବରେ କାର୍ଯ୍ୟ କରେନାହିଁ। ବାମ ହାତରେ ଖାଇବା ସହ ଲେଖନ୍ତି। ହେଲେ ବର୍ତ୍ତମାନ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ରଟିଏ ପାଇବା ପାଇଁ ଅନେକ ଥର ନୂଆପଡା ଭିନ୍ନକ୍ଷମ ଶିବିରକୁ ମାଆ ପୁଅ ଗଲେଣି ହେଲେ ପ୍ରମାଣପତ୍ର ଖଣ୍ଡେ ମିଳି ପାରୁନାହିଁ। ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଟଙ୍କ କୁ ଏକ ଭିନ୍ନକ୍ଷମ ପ୍ରମାଣ ପତ୍ର ଯୋଗାଇ ବାକୁ ତାଙ୍କ ମାଁ ବିମଳା ଶବର ଅନୁରୋଧ କରିବା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ତାଙ୍କର ପୁଅ ର ଚିକିତ୍ସିତ ହୋଇଥିବାରୁ ରାଜ୍ୟ ସରକାର କୁ କୋଟି କୋଟି ଧନ୍ୟବାଦ୍ ଜଣାଇଛନ୍ତି।

ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ଝାରସୁଗୁଡା, ଉପକୃତ ହେବେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ହିତାଧିକାରୀ
ଝାରସୁଗୁଡା :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଭିସି ଜରିଆରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଝାରସୁଗୁଡା ଜିଲ୍ଲାର ପ୍ରାୟ ୧.୧୫ ଲକ୍ଷ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡର ସୁବିଧା ପାଇବେ। ଏଥି ସହିତ ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା ।

ଏହି ଅବସରରେ  ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଝାରସୁଗୁଡ଼ା କଥା ମନକୁ ଆସିଲେ ବୀର ସୁରେନ୍ଦ୍ର ସାଏଙ୍କ କଥା ମନକୁ ଆସେ। ତାଙ୍କର ସାହସ ସଂଗ୍ରାମ ଓ ଦେଶପ୍ରେମର କାହାଣୀ ଆମକୁ ସବୁବେଳେ ପ୍ରେରଣା ଦେଉଥିବ। ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଦେଉଛି ମୁଖ୍ୟମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି, ବିକାଶାର ଧାରାରେ ଝାରସୁଗୁଡ଼ା ଆଗକୁ ବଢ଼ିଚାଲିଛି। ଶିଳ୍ପ କ୍ଷେତ୍ରରେ ନୂଆ ପରିଚୟ ଆଣିଛି ଝାରସୁଗୁଡ଼ା। ସେପଟେ ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ୨ଟି ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ସବୁ ଗାଁକୁ ସୁଦ୍ଧ ପାଣି ପହଞ୍ଚାଇବାର ସ୍ୱପ୍ନକୁ ପୁରା କରିଛନ୍ତି। ସେନେଇ ଝାରସୁଗୁଡ଼ାର ସବୁ ଜିଲ୍ଲା ଓ ସହର ପାଇଁ ୬୧୮ କୋଟି ଟଙ୍କାର ଡ୍ରିଙ୍କିଙ୍ଗ ଓ୍ୱାଟର ପ୍ରକଳ୍ପରେ କାମ ଆରମ୍ଭ ହୋଇଛି। ଜୁନ ୨୦୨୨ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ଗାଁ ଠାରୁ ସହର ସବୁ ସ୍ଥାନକୁ ପାଣି ଯୋଗାଇ ଦିଆଯିବ। ଏକଲକ୍ଷ ୨୨ହଜାର ଲୋକଙ୍କ ଘରକୁ ଟ୍ୟାପ୍‌ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ଚାଷ କାର୍ଯ୍ୟ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ସେଥିପାଇଁ ୧୮୬ କୋଟି ଟଙ୍କାର ମେଗା ଲିଫ୍ଟି ଇରିଗେସନ କାମ ଚାଲିଛି। ସେପଟେ ପାର୍ବତି ଇରିଗେସନ ଯୋଜନାରେ ଏକ ହଜାର ହେକ୍ଟ ଜମିକୁ ଜଳ ସେଚନ ସୁବିଧା କରାଯାଇଛି।

ସେପଟେ ଝାରସୁଗୁଡ଼ା ଜିଲ୍ଲାରେ ୧୦୦ ବେଡ଼ ବିଶିଷ୍ଟ କାର୍ଡିଓ ଚିକିତ୍ସା ପାଇଁ ହସ୍ପିଟାଲ ନିର୍ମାଣ ଚାଲିଛି। ଏଥିପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ଜିଲ୍ଲାର ଲୋକମାନେ ଜିଲ୍ଲା ଭିତରେ ଉନ୍ନତ ମାନର ଚିକିତ୍ସା ପାଇପାରିବେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନ ସ୍ମାର୍ଟ ହେଲ୍‌ଥ କାର୍ଡ ବ୍ୟବସ୍ଥାରେ ହସ୍ପିଟାଲରେ କାର୍ଡ ଦେଖାଇଲେ ମାଗଣା ଚିକିତ୍ସା ସୁବିଧା ମିଳିବ । ୯୬.୫ଲକ୍ଷ ପରିବାରକୁ କାର୍ଡ ମିଳିବାକୁ ଥିବାବେଳେ ସାଢେ ତିନି କୋଟି ଲୋକ ଉପକୃତ ହେବେ । ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ଏହି ସ୍ମାର୍ଟ କାର୍ଡର ହିତାଧିକାରୀ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କେବଳ ବିପିଏଲଙ୍କ ପାଇଁ ଥିବା ବେଳେ ବିଏସକେୱାଇ ଉଭୟ ଏପିଏଲ୍ ଓ ବିପିଏଲ୍ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଆୟୁଷ୍ମାନ ଯୋଜନା ବୀମା ବ୍ୟବସ୍ଥା ହୋଇଥିବାରୁ ରୋଗୀଟିଏ ଚିକିତ୍ସା ପାଇଁ ଅନେକ ହଇରାଣ ହରକତ ହେବାକୁ ପଡ଼ିବ ହେଲେ ବିଏସକେୱାଇରେ ହସ୍ପିଟାଲରେ ପହଞ୍ଚିଲେ କ୍ୟାସଲେସ ଚିକିତ୍ସ ସୁବିଧା ରହିଛି । ଅଗଷ୍ଟ ୨୦୧୮ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆାରମ୍ଭ ହୋଇଥିବା ବେଳେ ୨୦୨୧ ଅଗଷ୍ଟ ମାସରୁ ସମସ୍ତଙ୍କ ପାଇଁ ସ୍ମାର୍ଟ କାର୍ଡ ବ୍ୟବସ୍ଥା ପ୍ରଚଳନ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଇଛି ।

ଆସନ୍ତା ୨୦ ତାରିଖରେ ମାଲକାନିଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ଲୋକଙ୍କୁ ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୨୦ତାରିଖରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ଯିବେ। ମାଲକାନିଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ଲୋକଙ୍କୁ ବାଣ୍ଟିବେ। ଅଗଷ୍ଟ ୧୫ ତାରିଖ ଦିନ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲ୍‌ଥ କାର୍ଡ ଆରମ୍ଭ କିରଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧିନତା ଦିବସରେ ରାଜ୍ୟବାସୀଙ୍କ ପାଇଁ ଏହି ଘୋଷଣା କରିଥିଲେ। ରାଜ୍ୟ ତଥା ଦେଶରେ ୨୦୦ରୁ ଅଧିକ ଡାକ୍ତରଖାନାରେ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ସୁବିଧା ଲୋକ ପାଇପାରିବେ। ଓଡ଼ିଶାର ୯୬ଲକ୍ଷ ପରିବାର ଓ ସାଢେ ୩କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ। ପ୍ରତିବର୍ଷ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା ସହାୟତା ମିଳିବ।