Jaga Darshan - The Sakala

ଶ୍ରୀକ୍ଷେତ୍ରକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସ ଗୁଡ଼ିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ। ସେ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍‌ ମାତ୍ର ୫ ଟଙ୍କା ରହିଛି। ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍‌ସେବା ଯୋଜନା ଅଧିନରେ ଏହି ବସ୍‌ ସେବା ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ଏହି ଯୋଜନାରେ ଚଳାଚଳ କରିବ। ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହେଲା। ଏହି ଜିଲ୍ଲା ଗୁଡିକ ହେଲା- ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟବାସୀଙ୍କୁ ପୁରୀଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ସେବା ଆରମ୍ଭ ହୋଇଛି। ଆପଣମାନେ ସମସ୍ତେ ଏହାର ସୁଯୋଗ ନିଅନ୍ତୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହଥିଲେ ଯେ, ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତକାଲି ଲୋକାର୍ପଣ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ମନ୍ଦିରର ଆହୁରି ଶୋଭା ବର୍ଦ୍ଧନ ହେବା ସହିତା ପରିବେଶକୁ ଆହୁରି ଭକ୍ତିମୟ କରିଛି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ପାଇଁ ସୁବିଧା ଦର୍ଶନର ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆପଣମାନଙ୍କ ପାଇଁ ଆରାମଦାୟକ ବସ୍‌ସେବା ଆରମ୍ଭ ହେଲା। ଆପଣମାନେ ସୁବିଧାରେ ପୁରୀ ଆସି ମହାପ୍ରଭୁଙ୍କ କୃପା ଲାଭ କରିବେ ବୋଲି ମୋର ବିଶ୍ୱାସ ବୋଲି ସେ କହିଥିଲେ।

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଏବେ ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରସାର ପାଇଁ ପଦକ୍ଷେପ ନିଆଯାଉଛି। ଆମର ଲୋକପ୍ରିୟ ଲକ୍ଷ୍ମୀ ବସ ଯୋଜନାରେ ଆମେ ପଞ୍ଚାୟତକୁ ବ୍ଲକ ସଦର ମହକୁମା ସହିତ ଯୋଡ଼ିଛୁ। ଯୋଗାଯୋଗ କ୍ଷେତ୍ରରେ ଲକ୍ଷ୍ମୀ ବସ ଏବେ ରୂପାନ୍ତର ଆଣିଛି। ଜିଲ୍ଲା ସଦରମହକୁମାରୁ ଶ୍ରୀକ୍ଷେତ୍ରକୁ ସିଧା ସଳଖ ବସ୍‌ ବ୍ୟବସ୍ଥା ଦ୍ୱାରା ରାଜ୍ୟର ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେବ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କୁ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭକରିବାର ସୌଭାଗ୍ୟ ଅର୍ଜନ କରିବାରେ ଏହି ବସ୍‌ସେବା ସହାୟତା ପ୍ରଦାନ କରିବ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ଓଡିଶା ବିକାଶର ଶିଖରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରରେ ଉପସ୍ଥିତ ଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ସାଧାରଣ ଲୋକଙ୍କ ପ୍ରତିଶୃତି ପୂରଣ କରିବାରେ ମୁଖ୍ୟମନ୍ତ୍ରୀଙ୍କର ତୁଳନା ନାହିଁ। ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଏ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ ବୋଲି ସେ କହିଥିଲେ। ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ମହିଳାମାନଙ୍କୁ ଅଧିକ ସଶକ୍ତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମର ମଙ୍ଗ ଧରି 5T ଅଧ୍ୟକ୍ଷ ସବୁ ଯୋଜନା ସଫଳ କରୁଛନ୍ତି ବୋଲି ସେ କହିଥିଲେ।

5T ଅଧ୍ୟକ୍ଷ  କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ

ବିଧାୟକ ଶ୍ରୀ ଭୂପିନ୍ଦର ସିଂହ, ଉନ୍ନୟନ କମିଶନର ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ

ବନକଲାଗି ପାଇଁ ବୁଧବାର ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ପୁରୀ: ଶ୍ରୀମନ୍ଦିରରେ ଜ୍ୟେଷ୍ଠ କୃଷ୍ଣ ତ୍ରୟୋଦଶୀ ତିଥିରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି।

ଆଜିଠୁ ପୁରୀ ସହରବାସୀଙ୍କୁ ମିଳିବ ଜଗା ଦର୍ଶନ
ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରୀକ୍ଷେତ୍ରବାସୀ । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ତିନି ପର୍ଯ୍ୟାୟରେ କରିବେ ଦର୍ଶନ । ୩, ୬, ୧୧, ୧୨, ୧୪, ୧୫ ଓ ୧୮ ନମ୍ବର ୱାର୍ଡ ବାସିନ୍ଦା ଆଜି ଦର୍ଶନ କରିବେ । ଟୋକନ ଓ ପରିଚୟ ପତ୍ର ଦେଖାଇ ସ୍ୱତନ୍ତ୍ର ବ୍ୟାରିକେଡ୍ ଜରିଆରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ । ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ଭିତର, ସିଂହଦ୍ୱାର ଏବଂ କିଓସ୍କ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ୩ଟି ସେକ୍ଟର କରାଯାଇଛି । ଶ୍ରୀମନ୍ଦିର ଭିତରକୁ ଭକ୍ତ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ । ସେହିଭଳି ମନ୍ଦିର ଭିତରେ କୌଣସି ପାର୍ଶ୍ଵ ଦେବଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ ।

ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଗତ୧୨ ଓ ୧୩ ତାରିଖ ଦୁଇଦିନ ସେବାୟତଙ୍କ ପରିବାର ସଦସ୍ୟ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ । ସେହିପରି ଆଜିଠୁ ପୁରୀ ସ୍ୱର୍ଗ ଦ୍ୱାରରେ ଶବ ସତ୍କାର କରିପାରିବେ ବାହାର ଜିଲ୍ଲାର ଲୋକେ । ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସ୍ୱର୍ଗଦ୍ୱାରରେ ମୃତଦେହ ସହ ୧୦ଜଣ ପ୍ରବେଶ କରିପାରିବେ । ପୂର୍ବରୁ କରୋନା ଲାଗି ସବୁ ଜିଲ୍ଲା ପାଇଁ କଟକଣା ଜାରି ହୋଇଥିଲା । ହେଲେ ଆଜିଠୁ କଟକଣା ଆଉ ଲାଗିବ ନାହିଁ । ତେବେ ମୃତକଙ୍କ କୋଭିଡ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି ।