75th Independence Day - The Sakala

‘ହର୍‍ ଘର ତ୍ରିରଙ୍ଗା ଅଭିଯାନ’: ମିଶନ ଶକ୍ତି ସଦସ୍ୟାଙ୍କ ଦ୍ୱାରା ୩୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା
ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ‘ହର୍‍ ଘର ତିରଙ୍ଗା’ ଅଭିଯାନ ଜୋର୍‍ଦାର୍‍ ହେବାରେ ଲାଗିଛି। ଅଗଷ୍ଟ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି।

ଆମ ରାଜ୍ୟର ମିଶନ ଶକ୍ତି ସଦସ୍ୟାମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ପାଖରେ ଥିବା ସିଲାଇ ୟୁନିଟଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ସିଲାଇ କରିବାର ଗୁରୁଦାୟିତ୍ୱ ଅର୍ପଣ କରିଥିଲେ। ଏହି ଗୁରୁ ଦାୟିତ୍ୱକୁ ମଧ୍ୟ ମିଶନ ଶକ୍ତି ମା’ମାନେ ସଫଳତାର ସହ ସମ୍ପନ୍ନ କରିଛନ୍ତି। ନିଷ୍ଠା, ଆନ୍ତରିକତା ଓ ଶ୍ରଦ୍ଧା ଏହି ଜାତୀୟ ପତାକାକୁ ସ୍ୱତନ୍ତ୍ର କରିଛି ବୋଲି ମିଶନ ଶକ୍ତି ମା’ମାନେ ମତବ୍ୟକ୍ତ କରିଛନ୍ତି।

ଜାତୀୟ ପତାକା ସିଲାଇ କାର୍ଯ୍ୟରେ ସମ୍ପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ଗୋଟିଏ ପ୍ରତିନିଧି ଦଳ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖି ଏଭଳି ଏକ ବିଶାଳ ଦାୟିତ୍ୱ ପ୍ରଦାନ କରିଥିବାରୁ ସେମାନେ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୈନ୍ଦ୍ରିକ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ସମନ୍ୱ୍ୱୟ ଆଣିବା, ତୃଣମୂଳ ସ୍ତରରେ ଲକ୍ଷଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବା ତଥା ସ୍ଥାୟୀ ଜୀବନଜୀବିକା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୨୦୨୧ରେ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଘୋଷଣା କରାଯାଇଛି। ଅତି କମ୍‍ ସମୟ ମଧ୍ୟରେ ଏତେ ସଂଖ୍ୟକ ପତାକା ତିଆରି କରିବା ଏକ ବିଶାଳ ଆହ୍ୱାନ ଥିଲା। କିନ୍ତୁ ପୂର୍ବରୁ ମିଶନ ଶକ୍ତି ଅଧୀନରେ ଥିବା ସିଲେଇ ୟୁନିଟ୍‍ଗୁଡ଼ିକ ଏଥିରେ ଯଥେଷ୍ଟ ସହାୟକ ହୋଇଥିଲା। ପତାକା ତିଆରିରେ ନିୟୋଜିତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପୂର୍ବରୁ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ଊର୍ଦ୍ଧ୍ବ ସଦସ୍ୟା ଏହି ପତାକା ସିଲାଇ କରିଥିଲେ। ଦୈନିକ ହାରାହାରି ୩.୫ରୁ ୪ଲକ୍ଷ ପର୍ଯ୍ୟନ୍ତ ସିଲାଇ କରି ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ କରାଯାଇଥିଲା। ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବାବେଳେ ଏହି ତ୍ରିରଙ୍ଗାଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି।

ରାତି ପାହିଲେ ସ୍ୱାଧୀନତା ଦିବସ; ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଭୁବନେଶ୍ୱର: ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଲାଗି ଫୁଲଡ୍ରେସ୍‍ ରିହର୍ସାଲ ସରିଛି। ଏଥର ମୁଖ୍ୟ ବ୍ୟାଣ୍ଡକୁ ମିଶାଇ ୪ଟି ଟ୍ରୁପ ନେଇ ପ୍ରଦର୍ଶନୀ ପଡ଼ିଆରେ ଅଭ୍ୟାସ ଶେଷ ହୋଇଛି। ଓଡ୍ରାଫ, ଓଏସ୍‍ଏପି ଓ ଏସ୍‍ଏସ୍‍ବି ଭଳି ୩ଟି କଣ୍ଟିଜେଣ୍ଟରେ ସାମିଲ କରାଯାଇଛି। ଆଜି ଫୁଲଡ୍ରେସ୍‍ ରିହର୍ସାଲରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଉପସ୍ଥିତ ରହିଥିଲେ। ସେ ରିହର୍ସାଲକୁ ଦେଖିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଯାଞ୍ଚ କରିଥିଲେ। ସୁରକ୍ଷାରେ ଯେଭଳି କୌଣସି ତ୍ରୁଟି ନ ରୁହେ ସେ ଦିଗରେ ଅଧିକ ଗୁରୁତ୍ୱ ଦେଇଥିଲେ। ସେହିପରି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ। ଏଣୁ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏଥର ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ। ସେଭଳି ପ୍ରଦର୍ଶନୀ ପଡ଼ିଆରେ ସିସିଟିଭି ଲଗାଯିବା ସହ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯାଇଛି। ଦିନରେ ଦୁଇ ବେଳା ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ୍‍ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରାଯାଉଛି।

ଏହି ସମୟରେ ଜନସାଧାରଣଙ୍କ ଲାଗି କଟକଣା ଜାରି କରାଯାଇଥିବାରୁ ପରେଡସ୍ଥଳକୁ ନ ଆସିବା ଲାଗି ଜନସାଧାରଣଙ୍କୁ କମିସନରେଟ୍‍ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ଏପରିକି ପ୍ରଦର୍ଶନୀ ପଡିଆକୁ ସିଲ୍‍ କରିବା ସହ ଭୁବନେଶ୍ୱରକୁ ହାଇଆଲର୍ଟ କରାଯାଇଛି। ସେଭଳି ହୋଟେଲଗୁଡିକ ଯାଞ୍ଚ କରିବା ସହ ରାତିରେ ଚେକିଂ ଓ ବ୍ଲକିଂ ହୋଇଛି। ବାର୍‌ ଓ ମଦ ଦୋକାନ ଉପରେ ମଧ୍ୟ ରାତିଅଧିଆ ଚଢ଼ଉ କରାଯାଇଛି। ସେପଟେ କେସିଙ୍ଗା ଏସଡିପିଓ ଅଭିନବ ଶୋନକର ପରେଡ କମାଣ୍ଡାଣ୍ଡ ଭାବେ ଦାୟିତ୍ୱ ତୁଲାଇବେ। ଅନ୍ୟପଟେ ସାରା ରାଜ୍ୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓ ଅଧ୍‍୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଏସ୍‍ଏଫ, ସିଆରପିଏଫ, ଏସଓଜି, ପାରାମିଲିଟାରୀ ଫୋର୍ସ ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ମୁତୟନ କରାଯିବ। ସବୁ ଜିଲ୍ଲାର ଏସପିମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ବୋଲି ପୁଲିସ ନିର୍ଦ୍ଦେଶକ ସୁନୀଲ ବଂଶଲ ସୂଚନା ଦେଇଛନ୍ତି।

ସ୍ବାଧୀନତା ଦିବସ ପୂର୍ବରୁ ସାରା ଦେଶରେ ହାଇଆଲର୍ଟ: ଦିଲ୍ଲୀରୁ ୨୦୦୦ ଗୁଳି ଜବତ; ୬ ଗିରଫ
ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଆଜାଦି କା ଅମୃତ ମହୋତ୍ସବ ପାଳନ ନେଇ ନାନା କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ଅବସରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ଏବଂ ଦେଶ ବିରୋଧୀ ଶକ୍ତି। ବିଭିନ୍ନ ସ୍ଥାନରେ ଆତଙ୍କବାଦ ଆକ୍ରମଣ ପାଇଁ ଯୋଜନା କରାଯାଇଥିବାରୁ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ଏବଂ କୋଲକାତା ଆଦି ସହରରୁ ଏଭଳି କିଛି ସୁରାକ୍‌ ମିଳିବା ପରେ ରାଜ୍ୟ ସରକାରମାନଙ୍କୁ ସତର୍କ କରିଦିଆଯାଇଛି। ଦିଲ୍ଲୀରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚୋରାଚାଲାଣ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୨୦୦୦ ଅଫୁଟା ଗୁଳି ସମେତ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ଉଦ୍ଧାର କରାଯାଇଛି ବୋଲି ଦିଲ୍ଲୀ ଏସିପି (ପୂର୍ବ)କହିଛନ୍ତି। ଗୁଳି ଭର୍ତ୍ତି ୨ଟି ବ୍ୟାଗ୍‌ ସହ ଅଭିଯୁକ୍ତମାନଙ୍କୁ ଜାତୀୟ ରାଜଧାନୀର ଆନନ୍ଦ ବିହାରରୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି।

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ପାଇଁ କିଛି ଗୋଷ୍ଠୀ ସକ୍ରିୟ ହୋଇଥିବା ପୂର୍ବରୁ ଗୁଇନ୍ଦା ସୂଚନା ମିଳିଥିବାରୁ ଏଠାରେ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଅଗଷ୍ଟ ୧୫ରେ ପ୍ରାୟ ୧୦ ହଜାର ସୁରକ୍ଷା କର୍ମୀ କେବଳ ଦିଲ୍ଲୀରେ ମୁତୟନ ହେବେ। ସେହିପରି ‌ପାଟ୍ରୋଲିଙ୍ଗ ସମେତ ଯାନବାହନ ତଲାସ, ମେଟ୍ରୋ ଷ୍ଟେସନ୍‌, ରେଳ ଷ୍ଟେସନ୍‌, ବିମାନ ବନ୍ଦର ଏବଂ ବଜାର ସମେତ ଦିଲ୍ଲୀର ସମସ୍ତ ସ୍ପର୍ଶକାତର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହୋଟେଲ, ପାର୍କିଙ୍ଗ୍‌ସ୍ଥଳ ଏବଂ ରେସ୍ତୋରାଁରେ ତଲାସ କରାଯିବା ସହିତ ଭଡ଼ାରେ ରହୁଥିବା ଲୋକମାନଙ୍କ ଯାଞ୍ଚ କରାଯାଉଛି। ଅନ୍ୟପକ୍ଷରେ କୋଲକାତାର ଭିକ୍ଟୋରିଆ ମେମୋରିଆଲ ଉପରେ ଡ୍ରୋନ ଉଡ଼ାଇବା ଅଭିଯୋଗରେ ଦୁଇ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସୋମନେ ମହମ୍ମଦ ସିଫତ୍‌ ଓ ମହମ୍ମଦ ରହମନ ହୋଇଥିବା ବେଳେ ସେମାନଙ୍କ ଘର ବାଂଲାଦେଶର ରାଜସାହି ଜିଲ୍ଲାରେ ବୋଲି ଜଣାପଡ଼ିଛି। ସ୍ବାଧୀନତା ଦିବସ ପୂର୍ବରୁ ସେମାନେ ଡ୍ରୋନ ଦ୍ବାରା ଭିକ୍ଟୋରିଆ ମେମୋରିଆଲର ଫଟୋ କାହିଁକି ନେଉଥିଲେ ସେ ସମ୍ପର୍କରେ ପୁଲିସ ପଚରାଉଚରା ଆରମ୍ଭ କରିଛି।

ଭଦ୍ରକ ପ୍ରଦେଶ ସେବା ସଂଗଠନ ପକ୍ଷରୁ ସ୍ଵାଧୀନତା ଦିବସରେ ତ୍ରିରଙ୍ଗା ଶୋଭାଯାତ୍ରା ଓ ପଦଯାତ୍ରା
ଭଦ୍ରକ: ସ୍ଵାଧୀନତା ଦିବସରେ ଅବସରରେ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗାନ୍ଧୀଛକରୁ ଚାରିବାଟିଆ ଗାନ୍ଧୀ ସ୍ମୃତିପୀଠ ପର୍ଯ୍ୟନ୍ତ ପଦଯାତ୍ରା ସହିତ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । କୋଭିଡ ଗାଇଡ଼ଲାଇନ ପାଳନ କରି ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେଇ ମାସ୍କ ପରିଧାନ କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରା ଓ ପଦଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପୀରହାଟ ଥାନା ଆଇଆଇସି ଗୟାଧର ବେହେରାଙ୍କ ନିର୍ଦ୍ଧେଶରେ ଚାରିଜଣ ପୋଲିସ କର୍ମଚାରୀ ପଦଯାତ୍ରାରେ ସାମିଲ ହେବା ସହିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯିବା ରାସ୍ତାରେ ପ୍ରତେକ ଛକ ବଜାରରେ ନିକଟସ୍ଥ ଗ୍ରାମର ମହିଳାମାନେ ଶଙ୍ଖ ହୁଳହୁଳି ମାରିବା ସହିତ ତ୍ରିରଙ୍ଗକୁ ପ୍ରଣାମ କରିଥିଲେ।

ଏଠାରେ ସୂଚନାଯୋଗ୍ୟ, ଚାରିବାଟିଆ ଭଦ୍ରକ ଜିଲ୍ଲାର ଏକ ଐତିହାସିକ ସ୍ଥାନ । ୧୯୨୭ମସିହା ଡିସେମ୍ବର ୧୭ତାରିଖ ଦିନ ମହାତ୍ମା ଗାନ୍ଧୀ ଅସୁସ୍ଥ ଥାଇବି ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ମୋଟର କାର ପଛ ସିଟରେ ଶୋଇ ବାଲେଶ୍ଵର ସର୍କିଟ ହାଉସରୁ ବାହାରି ତିହିଡ଼ି ବ୍ଲକ ପିରହାଟ ଠାରେ ପହଁଚିଥିଲେ। ପିରହାଟ ଠାରୁ ମାଟି ରାସ୍ତାରେ ପାଦରେ ଚାଲି ଚାଲି ଅସୁସ୍ଥ ଗାନ୍ଧିଜୀ ଚାରିବାଟିଆ ନଦୀ ପାଖରେ ପହଁଚିଥିଲେ । ତାଙ୍କର ଏହି ସ୍ମୃତିକୁ ସବୁଦିନ ମନେରଖିବା ପାଇଁ ଐତିହାସିକ ଦାଣ୍ଡି ଯାତ୍ରାର ହୀରକ ଜୟନ୍ତୀ ଅବସରରେ ୨୦୦୫ ମସିହାରେ ତତ୍କାଳୀନ ଚାନ୍ଦବାଲି ବିଧାୟକ ନେତ୍ରାନନ୍ଦ ମଲ୍ଲୀକଙ୍କ କରକମଳରେ ଚାରିବାଟିଆ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା ।

ଆଜି ପିରହାଟର ଅଗ୍ରଣୀ ସେବା ଅନୁଷ୍ଠାନ ପ୍ରଦେଶ ସେବା ସଂଗଠନ ତରଫରୁ ୭୫ତମ ସ୍ୱାଧୀନତା ଦିବସରେ ଗାନ୍ଧୀଙ୍କ ପଦଯାତ୍ରାକୁ ମନେ ପକାଇ ପିରହାଟରୁ ଚାରିବାଟିଆ ଗାନ୍ଧୀ ସ୍ମୃତିପୀଠ ପର୍ଯ୍ୟନ୍ତ ସଂଗଠନ ର କର୍ମୀମାନେ ପଦଯାତ୍ରା କରିଥିଲେ । ସାଧାରଣ ଲୋକେ ସ୍ରୋତପୂତ ଭାବେ ଏହି ପଦଯାତ୍ରାରେ ନିଜକୁ ସାମିଲ କରୁଥିବାର ଦେଖିବାକୁ ମିଳିଛି ସେମାନଙ୍କ କହିବା କଥା ଗାନ୍ଧୀ ଚାଲିଥିଲେ ଆମେ ଚାଲିବୁ। “ରଘୁପତି ରାଘବ ରାଜା ରାମ, ପତିତ ପାବନ ସୀତା ରାମ” ଧ୍ବନୀରେ ପିରହାଟ ଚାରିବାଟିଆ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ସମସ୍ତେ ଗାନ୍ଧୀ ଭଜନ ଗାଇବା ସହିତ ଦୀର୍ଘ ୮ କିଲୋମିଟର ରାସ୍ତା ପାଦରେ ଚାଲିଚାଲି ଚାରିବାଟିଆ ଗାନ୍ଧୀ ପୀଠରେ ପହଁଚିଥିଲେ, ସେଠାରେ ଗାନ୍ଧିଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରଦେଶ ସେବା ସଂଗଠନ ର ସମସ୍ତ ସଦସ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।