Cyber Froud - The Sakala

ସାଇବର ଲୁଟେରାଙ୍କ ଟାର୍ଗେଟରେ ସରକାରୀ ଯୋଜନାର ଅର୍ଥ
ଭୁବନେଶ୍ବର: ସାଇବର ଲୁଟେରା ଲୁଟି ନେଇଯାଉଛି ସମସ୍ତ ସରକାରୀ ଯୋଜନାର ଅର୍ଥ । କାଳିଆ ଯୋଜନା ଠାରୁ ସୁଭଦ୍ରା ଯୋଜନା ସବୁ ଟଙ୍କା କରି କରି ନେଉଛି ହଡ଼ପ । ଉଲ୍ଲାସ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କ ଆଧାରକାର୍ଡ ନେଇ ଆଉ ଏକ ଆକାଉଣ୍ଟ ଖୋଲି ଏଭଳି ଠକି ନେଉଛି ଠକ । ଏୟାରଟେଲ ପେମେଣ୍ଟ ବ୍ୟାଙ୍କ୍ ଜରିଆରେ ଏଭଳି ଟଙ୍କା ଠକେଇ କରି ନେଉଛି ଠକ । ସୁଭଦ୍ରା ଟଙ୍କା ମେସେଜ ମୋବାଇଲକୁ ଆସିଲା, ହେଲେ ଟଙ୍କା କେଉଁ ଆକାଉଣ୍ଟ କୁ ଆସିଛି ବୋଲି ଖୋଜିବା ବେଳେ ସାମ୍ନାକୁ ଆସିଲା ଏଭଳି ସାଙ୍ଘାତିକ ସତ୍ୟ। ବ୍ୟାଙ୍କରେ ବୁଝିବା ପରେ ଜଣା ପଡିଲା ଖାଲି ସୁଭଦ୍ରା ଯୋଜନା ନୁହେଁ ଗତ ୩ ବର୍ଷ ଧରି ଯେତେ ସବୁ ସରକାରୀ ଯୋଜନା ଅର୍ଥ ଆସିଛି ସବୁ ସାଇବର ଠକ ହଡପ କରିଛି। ଏପରିକି ଗ୍ୟାସ ସବସିଡି ଟଙ୍କା ମଧ୍ୟ ସାଇବର ଠକ ଆକାଉଣ୍ଟକୁ ଚାଲି ଯାଉଛି। ଏଭଳି ଠକେଇର ଶିକାର ହେବା ନେଇ ଜାଣିବା ପରେ ସୁଦୂର ନୟାଗଡ଼ରୁ ଆସି ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ଠକେଇର ଶିକାର ହୋଇଥିବା ମହିଳା।

ବଢୁଛି ସାଇବର ଅପରାଧ: ପାର୍ବଣ ସମୟରେ ଲୋଭନୀୟ ଅଫର୍ ଦେଇ କରିପାରନ୍ତି ଠକେଇ, ସତର୍କ ରହିବାକୁ ପରାମର୍ଶ
ଭୁବନେଶ୍ବର: ବଢୁଛି ସାଇବର ଅପରାଧ । ଗତ ୯ ମାସରେ ୩୬୬୦ ଟି ସାଇବର ଅପରାଧ ନେଇ ମାମଲା ରୁଜୁ ହୋଇଛି । ୬୮ କୋଟି ୬୯ ଲକ୍ଷ ୯୦ ହାଜର ୮୭୫ ଟଙ୍କା ଠକେଇ ହୋଇଛି।  ଏହା ମଧ୍ୟରେ ୧୧ କୋଟି ୭୪ ହାଜର ୬୪୩ ଟଙ୍କା ଫ୍ରିଜ କରିବାରେ ସଫଳ ହୋଇଛି କମିସନରେଟ ପୁଲିସ । ତାହା ମଧ୍ୟରୁ ୧ କୋଟି ୪୦ ଲକ୍ଷ ଟଙ୍କା ଫେରସ୍ତ କରିବାରେ ପୁଲିସ ସଫଳ ହୋଇପାରିଛି। ପାର୍ବଣ ଋତୁ ସମୟରେ ଲୋକମାନେ ଅଧିକ ସଜାଗ ହେବାର ଆବଶ୍ୟକତା ରହିଛି। ଏହି ସମୟରେ ବିଭିନ୍ନ ସଂସ୍ଥା ଲୋଭନୀୟ ଅଫର୍ ଦେଇ ଠକେଇ କରିବା ପାଇଁ ଅଭିନବ ଉପାୟ ଆପଣାଇ ପାରନ୍ତି। ସତର୍କ ରହିବାକୁ ପରାମର୍ଶ ଦିଆଯଇଛି। ନୂଆକି ଆସିଛି ଡିଜିଟାଲ ଆରେଷ୍ଟ । ଯେଉଁଥିରେ ଲୋକମାନେ ଭୟଭୀତ ହେବା ଉଚିତ୍ ନୁହେଁ । କୌଣସି ଲୋକ ଏଥିରେ ପ୍ରଭାବିତ ନ ହେବା ପାଇଁ  ଭୁବନେଶ୍ବ ଡିସିପି ପିନାକ ମିଶ୍ର ପରାମର୍ଶ ଦେଇଛନ୍ତି ।

ଅନ୍‌‌ଲାଇନ ଟ୍ରେଡିଂ ଶିଖାଇବା ଆଳରେ ୨୦ଲକ୍ଷ ଠକିନେଲେ ସାଇବର୍‌ ଠକ
ବ୍ରହ୍ମପୁର: ଅନଲାଇନ୍‌ରେ ଟ୍ରେଡିଂ ଶିକ୍ଷା ଦେବା ନାଁରେ ସାଇବର୍‌ ଠକମାନେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସଂପୃକ୍ତ ବ୍ୟକ୍ତିଜଣଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ସାଇବର୍‌ ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ମାମଲା ରୁଜୁ ହେବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ହେଲେ ଶିଶିର (ଛଦ୍ମନାମ)।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର ମୂଳନିବାସୀ ଶିଶିର ବ୍ରହ୍ମପୁର ନିକଟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏକ କାର୍ଯ୍ୟାଳୟରେ ଚାକିରି କରନ୍ତି। ପୁଞ୍ଜିବଜାରରେ ନିବେଶର କୌଶଳ ଶିଖିବା ପାଇଁ କିଛି ଦିନ ତଳେ ଶିଶିର ‘କେକେଆରସିଏ ଷ୍ଟଡିଙ୍ଗ ଗ୍ରୁପ’ ନାମ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଯୋଡ଼ି ହୋଇଥିଲେ। ଗ୍ରୁପ୍‌ର ଆଡମିନ୍‌ ଓ ସହଯୋଗୀମାନେ ବିଭିନ୍ନ ସମୟରେ ଗ୍ରୁପ୍‌ର ସଦସ୍ୟଙ୍କୁ ଅନଲାଇନ୍‌ ଟ୍ରେଡିଂ ବିଷୟରେ ବିଭିନ୍ନ ପ୍ରକାର ଶିକ୍ଷା ଦେଉଥିଲେ। କିଛି ଦିନ ପରେ ଶିଶିରଙ୍କୁ ଏକ ଆପ୍‌ ଡାଉନଲୋଡ୍‌ କରିବାକୁ ଗ୍ରୁପ୍‌ରୁ ପରାମର୍ଶ ଦିଆଯାଇଥିଲା। ସେହି ଆପ୍‌ରେ ସରକାରୀ ଶିଶିର ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ପରେ ତାଙ୍କୁ ଅନଲାଇନ୍‌ ଟ୍ରେଡିଂ ପାଇଁ ‘ସେବି’ ଦ୍ୱାରା ପ୍ରଦତ୍ତ ଏକ ପ୍ରମାଣପତ୍ର ପଠାଯାଇଥିଲା। ପ୍ରମାଣପତ୍ର ପାଇବା ପରେ ଶିଶିର ଏହି କମ୍ପାନି ଉପରେ ଆଖି ବନ୍ଦ କରି ବିଶ୍ବାସ କରିନେଇଥିଲେ। ପରେ ଠକଙ୍କ ପରାମର୍ଶରେ ସେ ‘୮୩-ଭିଆଇପି ରାହୁଲ କୁମାର’ ନାମକ ଏକ ଗ୍ରୁ୍‌ପ୍‌ରେ ଯୋଗଦେଇ ସେଠାରୁ ଟ୍ରେଡିଂ ସମ୍ୱନ୍ଧୀୟ ଟିପ୍ସ ନେଇଥିଲେ। ସେଠାରୁ ପରାମର୍ଶ ପାଇ ସେ ଅନ୍ୟାନ୍ୟ ଆପ୍‌ ଡାଉନଲୋଡ କରି ଟ୍ରେଡିଂ ଆରମ୍ଭ କରିଥିଲେ।

ଏହାର କିଛି ଦିନ ପରେ କମ୍ପାନୀ ପକ୍ଷରୁ ନୂତନ ଭାବେ ପ୍ରାରମ୍ଭିକ ପବ୍ଲିକ୍‌ ଅଫର୍‌(ଆଇପିଓ) ଆରମ୍ଭ ହେଉଛି ଏବଂ ସେଥିରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା। ୬୦୦୦ ଆଇପିଓ କିଣିବାକୁ ୨୬ଲକ୍ଷ ଟଙ୍କା ଜମା କରିବାକୁ ହେବ ବୋଲି କୁହାଯାଇଥିଲା। ଏଥିରେ ସରକାରୀ କର୍ମଚାରୀଜଣଙ୍କ ଆଗପଛ ବିଚାର ନକରି ପର୍ଯ୍ୟାୟକ୍ରମ ୨୦ ଲକ୍ଷ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ସେ କିଛି ଟଙ୍କା ଉଠାଇବାକୁ ଇଚ୍ଛା କରିଥିଲେ ହେଁ ତାଙ୍କ ଟ୍ରେଡିଂ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିନଥିଲେ। ଏନେଇ ସେ ସମ୍ପୃକ୍ତ ଗ୍ରୁପ୍‌ ଓ କମ୍ପାନୀର କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ। ଟ୍ୟାକ୍ସ କଟିବା ସମ୍ପର୍କିତ ସମସ୍ୟା ଯୋଗୁଁ ଟଙ୍କା ଉଠି ପାରୁନଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଟଙ୍କା ଉଠାଣ ହୋଇପାରିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏଥିରେ ଶିଶିରଙ୍କ ସନ୍ଦେହ ହେବାରୁ ସେ ଉକ୍ତ କମ୍ପାନୀ ସଂପର୍କରେ ବିଭିନ୍ନ ଆଡ଼ୁ ଯାଞ୍ଚ କରିଥିଲେ। ସେ ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସାଇବର ଥାନା‌ରେ ଅଭିଯୋଗ କରିଛନ୍ତି।

ମୋବାଇଲ ଟାଓ୍ବାର ସ୍ଥାପନ କରିବାକୁ କହି ୪.୫ଲକ୍ଷ ଟଙ୍କାର ସାଇବର ଠକେଇ
ବାରିପଦା: ପୁଲିସ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଜାରି ଥିବା ବେଳେ ଜଣେ ବୃଦ୍ଧ ଲକ୍ଷାଧିକ ଟଙ୍କାର ସାଇବର ଠକେଇ ଶିକାର ହୋଇଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ଦଶରଥ ପାଣ୍ଡେ (୫୦) ସାଇବର ଠକାମୀର ଶୀକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ପାଣ୍ଡେ ଗତ ଅଗଷ୍ଟ ୫ ତାରିଖରୁ ଅଜ୍ଞାତ ସାଇବର ଠକଙ୍କ ଦ୍ଵାରା ଠକାମୀର ଶୀକାର ହୋଇଥିବା ବେଳେ ଚଳିତ ମାସରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଜଣା ଠକ ମାନେ ଖାଲି କରି ଦେଇଥିବା ଜାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଗତ ଅଗଷ୍ଟ ୫ ତାରିଖରେ ଏକ ଅଜଣା ବ୍ୟକ୍ତି ଶ୍ରୀ ପାଣ୍ଡେଙ୍କୁ ଫୋନ କରି ଜମିରେ ଏକ ମୋବାଇଲ ଫୋନ ଟାୱାର ବସାଇବା ନିମନ୍ତେ ପ୍ରସ୍ତାବ ଦେବା ସହ ଏଥି ପାଇଁ ତାଙ୍କୁ ଲକ୍ଷାଧିକ ଟଙ୍କାର ଭଡ଼ା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଜମି ମାଲିକଙ୍କୁ ଅଗ୍ରୀମ ଭାବେ ଅର୍ଥ ରାଶି ପ୍ରଦାନ କରିବା ଆଳରେ ଶ୍ରୀ ପାଣ୍ଡେଙ୍କ ଠାରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଜମି ପଟ୍ଟା ନମ୍ବର ନେଇଥିଲେ। ଏଥିପରେ ତାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ମୋଟ ୪ ଲକ୍ଷ ୫୫ ହଜାର ୪୦ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି।

ସାଇବର ଅପରାଧ ନିୟନ୍ତ୍ରଣର ସାରଥୀ ହେବେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନଶକ୍ତି ମହିଳା
ଭୁବନେଶ୍ବର: ସାଇବର ଅପରାଧ ନିୟନ୍ତ୍ରଣର ସାରଥୀ ହେବେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନଶକ୍ତି ମହିଳା । ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନ କରିବେ। ଏମାନଙ୍କ ସହାୟତାରେ ରାଜ୍ୟ ପୁଲିସ ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ପାଇଁ ଯୋଜନା କରିଛି । ଆସନ୍ତା ୩୦ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ରଥ ଗଡିବ ।  ସାଇବର ସଚେତନତା ପାଇଁ ପ୍ରସ୍ତୁତ କରାଯାଇଥିବା ୨୨ ଟି ଭିଡିଓକୁ ଏଲଇଡିରେ ପ୍ରଦର୍ଶନ କରାଯିବ । ଆଜି ଏଥିପାଇଁ ସାଇବର ସୁରକ୍ଷା ଗୀତ ଓ ଲୋଗୋର ଉନ୍ମୋଚନ କରାଯାଇଛି।

‘ଗୋଲ୍‌ଡେନ୍‌‌ ଆୱାର’ରେ ଫୋନ୍‌‌ କରି ଜଣାଇଲେ ରୋକିହେବ ସାଇବର ଠକେଇ
ଭୁବନେଶ୍ୱର: ସାଇବର ଠକେଇ ଦିନକୁ ଦିନ ବଢ଼ି ଚାଲିଥିବାରୁ ପୁଲିସ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ରୋକିବା ପାଇଁ ୧୯୩୦ ସାଇବର କ୍ରାଇମ୍‌‌ ହେଲ୍ପ ଲାଇନ୍‌‌ ନମ୍ବର ଗତ ୪ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଅଫିସର ସମୟରେ ଏହି ହେଲ୍ପଲାଇନ୍‌‌ ନମ୍ବର ଚାଲୁଥିଲା। ଯେଉଁଥି ପାଇଁ ଜଣେ ଲୋକ ସନ୍ଧ୍ୟାରେ ଠକାମିର ଶିକାର ହେଲେ ସାଇବର ହେଲ୍ପଲାଇନ୍‌‌ ନମ୍ବରକୁ କଲ୍‌‌ କରିପାରୁନଥିଲା। ଯେଉଁଥି ପାଇଁ ଠକେଇ ଟଙ୍କା ଗୋଟିଏ ଆକାଉଣ୍ଟରୁ ଏକାଧିକ ଆକାଉଣ୍ଟକୁ ଟ୍ରାନ୍ସଫର କରି ଟଙ୍କା କାଢି ନେଇଯାଉଥିଲା। ଏହାକୁ ରୋକିବା ପାଇଁ ୨୪ଘଣ୍ଟିଆ ସାଇବର ଅପରାଧ ହେଲ୍ପଲାଇନ୍‌‌ କାର୍ଯ୍ୟକ୍ଷମ କରାଗଲା। ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି ଯେକୌଣ ସମୟରେ ଫୋନ୍‌‌ କରି ଏବଂ ଅଭିଯୋଗ କରିପାରିବେ। ଏନେଇ କ୍ରାଇମ୍‌‌ବ୍ରାଞ୍ଚ ପ୍ରସ୍‌‌ ବିଜ୍ଞପ୍ତି କରି ସୂଚନା ଦେଇଛନ୍ତି।

ସାଇବର ଠକମାନଙ୍କ ଦ୍ୱାରା ପ୍ରତାରଣା ହୋଇଥିବା ନାଗରିକମାନେ ବିନା ବିଳମ୍ୱରେ ତୁରନ୍ତ ୧୯୩୦ ଡାଏଲ୍‌‌ କରିବା ଉଚିତ୍‌‌। ଠକମାନଙ୍କ ଦ୍ୱାରା ଠକେଇ ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଯିବା ପୂର୍ବରୁ ଗୋଲଡେନ୍‌‌ ସମୟ ମଧ୍ୟରେ ଅଭିଯୋଗ କରିବା ଆବଶ୍ୟକ। ଯାହାଦ୍ୱାରା ଠକମାନେ ଠକେଇ ଟଙ୍କାକୁ ଏକାଧିକ ଆକାଉଣ୍ଟକୁ ନେଇପାରିବେ ନାହିଁ। ଠକେଇର ଶିକାର ହେବା ପରେ ତୁରନ୍ତ ଏହି ହେଲ୍ପଲାଇନ୍‌‌କୁ ଫୋନ୍‌‌ କରି ଜଣାଇବା ପରେ ସେଠାରେ ଥିବା ତାଲିମପ୍ରାପ୍ତ ଅଧିକାରୀମାନେ ଏହାକୁ ଗୁରୁତର ସହ ନେବେ।ଏହା ପରେ ସେମାନେ ତୁରନ୍ତ ପୋର୍ଟାଲରେ ଅଭିଯୋଗ କରିବେ। ଯାହାଦ୍ୱାରା ଠକ ଏବଂ ତାଙ୍କ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବାକୁ ରୋକିବାରେ ସହଜ ହେବ।

ଯଦି ଟଙ୍କା ପୂର୍ବରୁ ସ୍ଥାନାନ୍ତରିତ ହୋଇଛି, ତେବେ ବିଳମ୍ୱ ନକରି ଅଭିଯୋଗ ଦାଖଲ ହେଲେ ଏହା ଫେରସ୍ତ ହୋଇପାରିବ। ଠକ ଫୋନ୍‌‌ କରୁଥିବା ନମ୍ବରକୁ ସାଇବର ହେଲ୍ପ ଲାଇନ୍‌‌ ନମ୍ବରକୁ ଦିଆଗଲେ ଏହାକୁ ତୁରନ୍ତ ବନ୍ଦ କରି ଦିଆଯିବ। ଯାହାଫଳରେ ଠକମାନେ ଏହି ନମ୍ବରରେ ଅନ୍ୟ କାହାକୁ ଫୋନ୍‌‌ କରି ଠକେଇ କରିପାରିବେ ନାହିଁ। ଡିଜିପି ସୁନୀଲ ବଂଶଲ ଗତ ଏପ୍ରିଲ ୨୪ ତାରିଖରେ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ସମେତ ସାଇବର କ୍ରାଇମ ୟୁନିଟର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ଏହା ପରେ ସେ ଅତିରିକ୍ତ ମାନବ ଶକ୍ତି ଯୋଗାଇବା ସହିତ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ସହିତ ସିଆଇଡି ଏବଂ ସିବିର ସାଇବର କ୍ରାଇମ ୟୁନିଟକୁ ମଜବୁତ କରିବାକୁ ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୨୧ ମସିହାରେ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଉନ୍ମୋଚିତ ହୋଇଥିଲା ଏବଂ ଭଏସ୍‌‌ କଲ୍‌‌ ମାଧ୍ୟମରେ ଆର୍ଥିକ ସାଇବର କ୍ରାଇମ୍‌‌ ରିପୋର୍ଟ ପାଇଁ ଓଡ଼ିଶାରେ ଡାଏଲ୍‌‌ ୧୯୩୦ ସୁବିଧା ପ୍ରତିଷ୍ଠା କରାଯାଇଥିଲା। ଓଡ଼ିଶା ପାଇଁ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ଓଡ଼ିଶା ପୁଲିସ କ୍ରାଇମ ଶାଖା ଦ୍ୱାରା ପରିଚାଳିତ କଲ୍‌‌ ସେଣ୍ଟର ଦ୍ୱାରା କୋଟି କୋଟି ଟଙ୍କା ଫେରାଇ ଅଣାଇଯାଇ ପାରିଛି।

ଚାକିରି ଦେବା ନାଁରେ ଠକେଇ, ୪ ସାଇବର ଠକକୁ ଗିରଫ କଲା ପୁଲିସ
ଭୁବନେଶ୍ବର: ଏମ୍ସରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ୪ ଜଣ ଅଭିଯୁକ୍ତକୁ ଗିରଫ କଲା ସାଇବର ଥାନା ପୁଲିସ। ଫେସବୁକରେ ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିଲେ ସାଇବର ଲୁଟେରା । ୩ ଜଣ ଅଭିଯୋଗକାରୀଙ୍କ ଠାରୁ ୨.୫ ଲକ୍ଷ ତାଙ୍କ ଠକେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଟଙ୍କା, ଲାପଟପ, ମୋବାଇଲ, ପ୍ରି-ଆକ୍ଟିଭେଟେଡ଼ ସିମ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ନିଜକୁ ଡାକ୍ତର ପରିଚୟ ଦେଇ ଫେସବୁକରେ ଏମ୍ସ ଭଳି ପ୍ରତିଷ୍ଠିତ ମେଡିକାଲରେ ଚାକିରି କରେଇଦେବାକୁ ମିଛ ବିଜ୍ଞାପନ ଦେଉଥିଲେ। ଏମିତିକି ମିଛ  ଜଏନିଂ ଲେଟର ଦେଇ ଟଙ୍କା ଠକୁଥିଲେ। ଯାହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ ୪ ଜଣକୁ ଗିରଫ କରିବାରେ ସଫଳ ହୋଇଛି।

ବିଦେଶିନୀଙ୍କ ପ୍ରେମରେ ପଡ଼ି ଠକିଗଲେ ଯୁବକ, ଗିଫ୍ଟ ପାଇବା ଲୋଭରେ ହରାଇଲେ ୫ ଲକ୍ଷ
ଭୁବନେଶ୍ୱର: ବିଦେଶିନୀଙ୍କ ପ୍ରେମରେ ପଡ଼ି ଯୁବକ ହେଲେ ସାଇବର ଠକାମିର ଶିକାର। ବିଦେଶରୁ ଦାମୀ ଗିଫ୍ଟ ପଠାଇବା ଲୋଭ ଦେଖାଇ ସାଇବର ଠକ ୫ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ଯୁବକ ହେଲେ ରାକେଶ ସାମଲ୍‍। ସେ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସାଇବର ଥାନା ପୁଲିସ ଅଭିଯୋଗକୁ ରଖି ତଦନ୍ତ କରୁଛି। ଏପରିକି ଟଙ୍କା ଯାଇଥିବା ଆକାଉଣ୍ଟକୁ ବନ୍ଦ କରି ଦେଇଛି। କିନ୍ତୁ ସାଇବର ଠକ ଉକ୍ତ ଟଙ୍କାକୁ ଏକାଧିକ ଆକାଉଣ୍ଟକୁ ପଠାଇ ଅନ୍‍ଲାଇନ୍‍ ସପିଂ କରି ଦେଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ଅନୁସାରେ, ରାକେଶଙ୍କ ନିକଟକୁ ଇନ୍‍ଷ୍ଟାଗ୍ରାମରେ ଫ୍ରେଣ୍ଡ୍‍ ରିକ୍ୟୁଏଷ୍ଟ ଆସିଥିଲା। ଏହାକୁ ରାକେଶ ଗ୍ରହଣ କରିବା ପରେ ସେପଟେ ଜଣେ ନିଜକୁ ଜାକ୍‍ଲିନା ବୋଲି ପରିଚୟ ଦେଇ କଥା ହୋଇଥିଲେ। ସେ ଲଣ୍ଡନରେ ଡାକ୍ତର ଥିବା କହିଥିଲେ। ଓଡ଼ିଶା ବିଷୟରେ ଶୁଣିଛନ୍ତି ତେଣୁ ଓଡ଼ିଶାକୁ ଯାଇ ଲୋକଙ୍କ ସେବା କରିବାକୁ ଇଚ୍ଛା ଥିବା କହିଥିଲେ। ଉଭୟଙ୍କ ମଧ୍ୟରେ କିଛିଦିନ କଥାବାର୍ତ୍ତା ପରେ ପରସ୍ପର ନିକଟତର ହୋଇଥିଲେ। ଏପରିକି ରାକେଶଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ହଠାତ୍‍ ଦିନେ ରାକେଶକୁ ଜାକ୍‍ଲିନା ଫୋନ୍‍ କରି ତାଙ୍କ ପାଇଁ ମୂଲ୍ୟବାନ ଗିଫ୍ଟ ପଠାଇବେ ବୋଲି କହିଥିଲେ। ତୁମେ କେବଳ ପ୍ରୋସେସିଂ ଫି’ ଦେଇ ଏହାକୁ ନେଇ ଯିବାକୁ କହିଥିଲେ। ବିଦେଶିନୀ ଫୋନ୍‍ କରି କହିବାରୁ ଦୁଇ ଦିନ ପରେ ଦିଲ୍ଲୀ ଏୟାରପୋର୍ଟ ନାମରେ ଏକ ଫୋନ୍‍ କଲ୍‍ ଆସିଥିଲା। ଜଣେ ଯୁବକ ଫୋନ୍‍ କରି ଦିଲ୍ଲୀ ବିମାନ ବନ୍ଦରରୁ ଫୋନ କରିଥିବା କହିଥିଲେ। ତୁମ ନାମରେ ଏକ ଗିଫ୍ଟ ଆସିଛି। ତେଣୁ ପ୍ରୋସେସିଂ ଫି’ ବାବଦକୁ ୨୯ ହଜାର ଟଙ୍କା ଦେଇ ଏହାକୁ ନେଇଯିବାକୁ କହିଥିଲେ। ରାକେଶ ୨୯ ହଜାର ଟଙ୍କା ଦେବା ପରେ ପୁଣି ଏକ ଫୋନ୍‍ କଲ୍‍ ଆସିଥିଲା। ଜଣେ ବ୍ୟକ୍ତି ଫୋନ୍‍ କରି ନିଜକୁ କଷ୍ଟମ୍‍ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ତୁମ ନାମରେ ଏକାଧିକ ବିଦେଶୀ ମୁଦ୍ରା ଆସିଥିବାରୁ ଏଥିଲାଗି ଫାଇନ୍‍ ବାବଦକୁ ୧ଲକ୍ଷ ଦେବାକୁ ହେବ ବୋଲି କହିଥିଲେ। ଏହିଭଳି ବିଭିନ୍ନ ବାହାନାରେ ୫ଲକ୍ଷ ଟଙ୍କା ତାଙ୍କଠାରୁ ଠକି ନେଇଥିଲେ ସାଇବର ଠକ। ଟଙ୍କା ନେବା ପରେ ପୁଣି ଟଙ୍କା ମାଗିବାରୁ ରାକେଶ ଠକାମିର ଶିକାର ହୋଇଥିବା ଜାଣି ପୁଲିସର ଦ୍ୱାରସ୍ଥ ହୋଇଥିଲେ।

ଓଟିପି ନ ଦେଲେ ବି ଆକାଉଣ୍ଟ ଖାଲି: ପୁଣି ବରିଷ୍ଠ ନାଗରିକଙ୍କ ଆକାଉଣ୍ଟକୁ ଟାର୍ଗେଟ କଲେ ସାଇବର ଠକ
ବ୍ରହ୍ମପୁର: ସାଇବର ଠକେଇ ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି । ପ୍ରତି ଦିନ କେହି ନା କେହି ସାଇବର ଠକେଇର ଶିକାର ହୋଇ ପୁଲିସ୍‌ ପାଖକୁ ଆସୁଥିଲେ ହେଁ ବିଶେଷ କିଛି ସୁଫଳ ମିଳିପାରୁ ନାହିଁ । ନା ଲୋକେ ସଚେତନ ହେଉଛନ୍ତି ନା ସାଇବର ଠକଙ୍କୁ ଠାବ କରିବାକୁ କୌଣସି ଅତ୍ୟାଧୁନିକ ଜ୍ଞାନ କୌଶଳ ମିଳୁଛି । କିଛି ଦିନ ପୂର୍ବେ ଜଣେ ବରିଷ୍ଠ ନାଗରିକଙ୍କ ଏକାଉଣ୍ଟ ଖାଲି କରିଦେଇଥିବା ସାଇବର ଠକ ସହରର ପୁଣି ଜଣେ ବରିଷ୍ଠ ନାଗରିକଙ୍କ ଏକାଉଣ୍ଟକୁ ଟାର୍ଗେଟ କରି ସେଥିରୁ ୬ ଲକ୍ଷ ୩ ହଜାର ୩୦୧ ଟଙ୍କା ନେଇଯାଇଛନ୍ତି । ବର୍ଷ ବର୍ଷ ଧରି ବରିଷ୍ଠ ନାଗରିକ ଜଣକ ସଞ୍ଚୟ ରଖିଥିବା ତାଙ୍କର ପେନ୍‌ସନ୍‌ ଟଙ୍କା ସାଇବର ଠକ ଲୁଟିନେଇଛନ୍ତି । ଏନେଇ ପୁରୁଣା ଖ୍ରୀଷ୍ଟିୟାନ୍‌ ସାହିରେ ରହୁଥିବା ବରିଷ୍ଠ ନାଗରିକ ସୁକାନ୍ତ କୁମାର ପାତ୍ର ସାଇବର ଥାନାରେ ଏତଲା ଦେଇଛନ୍ତି । ସାଇବର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୁକାନ୍ତଙ୍କ ପେନ୍‌ସନ୍‌ ଟଙ୍କା ଏସବିଆଇ ମୁଖ୍ୟ ଶାଖାକୁ ଆସୁଥିଲା । ପେନ୍‌ସନ୍‌ ଟଙ୍କା ଆସିବା ମାତ୍ରେ ତାଙ୍କ ମୋବାଇଲ୍‌କୁ ମେସେଜ୍‌ ଆସୁଥିଲା । ଚଳିତ ମାସରେ କିନ୍ତୁ ସୁକାନ୍ତଙ୍କ ମୋବାଇଲ୍‌କୁ ପେନ୍‌ସନ୍‌ ବାବଦ ଟଙ୍କାର ମେସେଜ୍‌ ନ ଆସିବା ଯୋଗୁଁ ସେ ଏସବିଆଇ ବ୍ୟାଙ୍କକୁ ଯାଇ ସେଠାକାର ଅଧିକାରୀଙ୍କୁ ପଚରା ଉଚରା କରିଥିଲେ । ପାସ୍‌ବୁକ୍‌ ଅପ୍‌ଡେଟ୍‌ କରିବା ବେଳେ ତାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୩ ହଜାର ୩୦୧ ଟଙ୍କା କଟି ଯାଇଥିବା ଜାଣିବାକୁ ପାଇଥିଲେ । ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଏହି ଟଙ୍କା ତାଙ୍କ ଆକାଉଣ୍ଟରୁ ୧୦ଟି ପର୍ଯ୍ୟାୟରେ କଟିଥିବା ଜଣାପଡିଥିଲା । ୨୨ ତାରିଖରେ ମାତ୍ର ୫ଶହ ଟଙ୍କା କଟିଥିବା ବେଳେ ୨୩ ତାରିଖରେ ଦୁଇଟି ନେଣଦେଣରେ ଏକ ଲକ୍ଷ, ୨୪ ତାରିଖରେ ୩ଟି ଦେଣନେଣରେ ଏକ ଲକ୍ଷକୁ ମିଶାଇ ଡିସେମ୍ବର ୧ ତାରିଖ ଯାଏଁ ଟଙ୍କା କଟି କଟି ଯାଇଥିଲା । ପାସ୍‌ବୁକ୍‌ ଅପ୍‌ଡେଟ୍‌ ପରେ ଏହା ଜାଣିପାରି ତୁରନ୍ତ ଆକାଉଣ୍ଟକୁ ଲକ୍‌ କରିବା ପାଇଁ ସେ ଏସବିଆଇ ଅଧିକାରୀଙ୍କୁ ଜଣାଇଥିଲେ । ୧୦ ଦିନରେ ୧୧ଟି ଟ୍ରାନ୍‌ଜେକ୍ସନରେ ଉପରୋକ୍ତ ଟଙ୍କା କଟିଥିବା ଜଣାପଡିବା ପରେ ସୁକାନ୍ତ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ମୁଖ୍ୟ କଥା ହେଲା ସୁକାନ୍ତଙ୍କ କୌଣସି ନେଟ୍‌ ବ୍ୟାଙ୍କିଙ୍ଗ ନଥିବା ବେଳେ ତାଙ୍କୁ କୌଣସି ମେସେଜ୍‌ କିମ୍ବା ଆପ୍‌ ଲୋଡ୍‌ କରିବା ପାଇଁ କେହି ମୋବାଇଲ୍‌ରେ କହିନାହାନ୍ତି । ଏପରିକି ସେ କାହାରିକୁ କୌଣସି ଓଟିପି ମଧ୍ୟ ଦେଇନାହାନ୍ତି । ଏପରିସ୍ଥଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିପରି ଟଙ୍କା କଟିଲା ସେ ନେଇ ସୁକାନ୍ତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାଇବର ଠକଙ୍କ ଏହା ନୂଆ ତରିକା ନା ଏଥିରେ କୌଣସି ପରିଚିତ ଲୋକଙ୍କ ହାତ ରହିଛି ଏହା ଉପରେ ତଦନ୍ତ ହେଲେ ହିଁ ସତ୍ୟତା ଜଣାପଡିବ ବୋଲି କୁହାଯାଇଛି ।

ସାଇବର ପୁଲିସକୁ ବଡ଼ ସଫଳତା: ନଭେମ୍ବର ମାସରେ ଅଦୃଶ୍ୟ ଠକଙ୍କ କବଜାରୁ ଫେରିଲାଣି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ନଭେମ୍ବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୬୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ କେବଳ ଭୁବନେଶ୍ୱର ସହର ମଧ୍ୟରୁ କଲ ମାଧ୍ୟମରେ ୩୪୦ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୨୫ଟି ଅଭିଯୋଗ କଲ ଗ୍ରହଣ କରାଯାଇଥିଲା । କେବଳ ଭୁବନେଶ୍ୱରରୁ ୧୩୧ଟି UPI ଠକେଇ ଜନିତ ଅଭିଯୋଗ, ୭୮ଟି Credit/Debit Card ଠକେଇ ଜନିତ ଅଭିଯୋଗ ଓ ୬୪ଟି ସାମାଜିକ ଗଣମାଧ୍ୟମ ଜନିତ ଠକେଇ ଅଭିଯୋଗ ଗ୍ରହଣ କରିଥିବା ବେଳେ ମୋଟ ୬୭ଟି ଅନ୍ୟାନ୍ୟ ଅନଲାଇନ ଜନିତ ଠକେଇ ଅଭିଯୋଗ ଏହି ସାଇବର କ୍ରାଇମ ହେଲ୍ପ ଡ଼େସ୍କ ଗ୍ରହଣ କରିଥିଲେ।

ଗତ ମାସ ମଧ୍ୟରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ ମୋଟ ୧,୧୭,୯୧,୦୮୧/-ଟଙ୍କାର ଠକେଇ ଜନିତ ଅଭିଯୋଗ ଆସିଥିଲା । ଗତ ମାସରେ ଆସିଥିବା ଠକେଇ ଅଭିଯୋଗ ଗୁଡିକ ମଧ୍ୟରୁ ମୋଟ ୦୭ଗୋଟି ମାମଲା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତ ନଭେମ୍ବର ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ମୋଟ ୧୦,୯୭,୪୬୬/-ପରିମାଣର ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୯,୮୮,୨୦୯/- ପରିମାଣର ଟଙ୍କାକୁ ବ୍ଲକ/ଫ୍ରିଜ କରାଯାଇ ପାରିଛି । ଏହିପରି ଭାବେ ମୋଟ ୨୦,୮୫,୬୭୫ଟଙ୍କା ସାଇବର ଠକଙ୍କ କବଜାକୁ ଯିବା ପୂର୍ବରୁ ସୁରକ୍ଷିତ କରାଯାଇପାରିଛି ।

ରାଜଧାନୀରେ ପାର୍ବଣରେ ମାତିଲେ ସାଇବର ଲୁଟେରା: ୨୫ ଦିନରେ ଲୁଟିଲେ ୫୦ ଲକ୍ଷ ଟଙ୍କା
ଭୁବନେଶ୍ବର : ଥମୁନି ସାଇବର ଠକଙ୍କ ଉତ୍ପାତ। ରାଜ୍ୟ ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିବାରେ ଲାଗିଛି। ସାଇବର ଠକେଇ କମେଇବା ପାଇଁ ପୁଲିସ ସ୍ବତନ୍ତ୍ର ଜ୍ଞାନ କୌଶଳ ଆପଣାଉଥିବା ବେଳେ ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ଯାହା ପୁଲିସର ଚିନ୍ତା ବଢ଼଼ାଇ ଦେଇଛି। ପାର୍ବଣରେ ସାଇବର ଲୁଟେରା ବିଭିନ୍ନ ଉପାୟରେ ଠକି ନେଇଛନ୍ତି। ୨୫ ଦିନରେ ୫୦ ଲକ୍ଷ ଟଙ୍କା ଠକିନେଇଥିବା ଜଣାପଡ଼ିଛି। ୟୁପିଆଇ ମାଧ୍ଯମରେ ସର୍ବାଧିକ ଠକେଇ ହୋଇଛି। ସେହିପରି କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ମାଧ୍ୟମରେ ମଧ୍ୟ ହୋଇଛି ଠକେଇ ହୋଇଥିବା ସୂଚନା।

‘୫-ଜି’ ସିମ୍‍ ଆଳରେ ଠକିବାକୁ ସାଇବର ଠକଙ୍କ ଯୋଜନା
ଭୁବନେଶ୍ୱର : ଏବେ ବଡ଼ ବଡ଼ ସହରରେ ୫-ଜି ଆସିବା ପରେ ସାଇବର ଠକ ଏହା ମାଧ୍ୟମରେ ଠକେଇ କରିବାକୁ ନୂଆ ଯୋଜନା କରିଛନ୍ତି। ସେମାନେ ୪-ଜି ସିମ୍‍କୁ ୫-ଜି ସିମ୍‍ରେ ଅପ୍‍ଡେଟ କରିବା ଆଳରେ ମେସେଜ୍‍ରେ ଲିଙ୍କ୍‍ ପଠାଇ ଟଙ୍କା ଠକେଇ କରୁଛନ୍ତି। ଏପରି ଘଟଣା ନଜରକୁ ଆସିବା ପରେ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦଶାବଳୀକୁ ଅନୁସରଣ କରି ଠକେଇରୁ ବର୍ତ୍ତିବାକୁ ଟୁଇଟର୍‍ ଜରିଆରେ ପରାମର୍ଶ ଦିଆଯାଇଛି।

କିପରି ଠକୁଛନ୍ତି ସାଇବର ଠକ

ସାଇବର ଠକମାନେ ଫୋନ୍‍ କରିବା ସହ ଫେସ୍‍ବୁକ୍‍, ହ୍ୱାଟ୍ସଆପ୍‍ ଜରିଆରେ ଲିଙ୍କ୍‍ ପଠାଉଛନ୍ତି। ଲୋକମାନେ ଅଜାଣତରେ ଫୋନ୍‍ କଲ୍‍ ରିସିଭ୍‍ କଲେ ୪-ଜି ପ୍ଲାନ୍‍ରୁ ୫-ଜି ପ୍ଲାନ୍‍କୁ ସିମ୍‍କୁ ଅପ୍‍ଡେଟ କରିବାକୁ ପରାମର୍ଶ ଦେଉଛନ୍ତି। ଏ ନେଇ ଫୋନ୍‍ ନମ୍ବରରେ ବା ମେସେଜ୍‍ ମାଧ୍ୟମରେ ଲିଙ୍କ୍‍ ପଠାଉଛନ୍ତି। ଉକ୍ତ ଲିଙ୍କ୍‍ରେ କ୍ଲିକ୍‍ କରିବା ପରେ ଓଟିପି ମାଗୁଛନ୍ତି। ଓଟିପି ଦେବା ପରେ ସିମ୍‍ ୫-ଜି ହେବାର ଲୋଭ ଦେଖାଇ ସାଇବର ଠକମାନେ ଓଟିପି ସଂଗ୍ରହ କରିନେଉଛନ୍ତି। ଆଉ ଓଟିପି ନେବା ପରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଠକି ନେବା ସହ ଲୋକମାନେ ସର୍ବଶ୍ୱାନ୍ତ ହେଉଛନ୍ତି।

କିଭଳି ଠକେଇରୁ ବର୍ତ୍ତିବେ

ଯଦି କୌଣସି ଅଜଣା ନମ୍ବରରୁ କଲ୍‍ କିମ୍ବା ମେସେଜ୍‍ ଆସୁଛି, ସେହି ନମ୍ବରକୁ ବ୍ଲକ୍‍ କରନ୍ତୁ। କୌଣସି ସୋସିଆଲ ମିଡିଆରେ କିମ୍ବା ଫୋନ୍‍କୁ କେହି ମେସେଜ୍‍ ଜରିଆରେ ଲିଙ୍କ୍‍ ପଠାଇଲେ କ୍ଲିକ୍‍ କରନ୍ତୁ ନାହିଁ। ଏପରିକି ଜଣାଶୁଣା ଲୋକ ମଧ୍ୟ ଲିଙ୍କ୍‍ ପଠାଇଲେ କ୍ଲିକ୍‍ କରନ୍ତୁ ନାହିଁ। ମନେରଖନ୍ତୁ ଟେଲିକମ୍‍ କମ୍ପାନୀ ୫-ଜି ସେବା ପାଇଁ କୌଣସି ଓଟିପି ମାଗେନାହିଁ। ଯଦି କୌଣସି ଅଜଣା ଲୋକ ଏଭଳି ଲୋଭନୀୟ କଥା କହୁଛନ୍ତି, ତେବେ ଆପଣ ବୁଝିନିଅନ୍ତୁ ସେ ଜଣେ ସାଇବର ଠକ।