Lenin Mohanty - The Sakala

ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'
ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ଓ ୧୦ଟି ହାଜତ ମୃତ୍ୟୁର ଅପବାଦ ମୁଣ୍ଡାଇଲା ପରେ, ପୋଲିସ ଡିଜି ୧୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ୧୭ଟି ଜିଲ୍ଲାକୁ ସୁପରଭାଇଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସ୍ପଷ୍ଟ କରୁଛି ରାଜ୍ୟରେ ପୋଲିସ ପ୍ରଶାସନ ଠିକ୍ ଭାବେ କାର୍ଯ୍ୟ କରୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।

ଆଜି ଏକ ପ୍ରେସ୍ ବିବୃତ୍ତିରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ପୋଲିସ୍ ଷ୍ଟେସନ ଗୁଡ଼ିକ ଯେମିତି ଶାସକ ଦଳର ଅଫିସ୍ ଭଳି କାମ କରୁଛି, ସେଥିରେ ପରିବର୍ତ୍ତନ ଆସିବା ଆବଶ୍ୟକ । ସାରା ରାଜ୍ୟରେ ଶାସକ ଦଳର ପ୍ରୋତ୍ସାହନରେ ଅବୈଧ ଲଘୁ ଖଣିଜ (ବାଲି, ଗୋଡ଼ି, ମୋରମ) ଉତ୍ତୋଳନ ଯେପରି ନିର୍ବିଘ୍ନରେ ଚାଲିଛି, ତଦ୍ଦ୍ୱାରା ନିଷ୍ଠାପର ପୋଲିସ୍ ଅଧିକାରୀଙ୍କ ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଏବଂ ଅନେକ କ୍ଷେତ୍ରରେ ସେମାନେ ମାଫିଆମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି । କିଛି ଦିନ ତଳେ କଟକରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ବାଲି ମାଫିଆ ମାନେ ମାରି ଦେଇଥିବାର ନଜିର ଅଛି । ଅପରପକ୍ଷରେ ଶାସକ ଦଳର ଇଙ୍ଗିତରେ କାମ କରୁଥିବା ପୋଲିସ୍ ଅଧିକାରୀ ମାନେ ମାଲାମାଲ୍ ହେବା ସହ ମାନବିକ ଅଧିକାର ଉଲ୍ଲଙ୍ଘନର ସବୁ ସୀମା ଅତିକ୍ରମ କରୁଛନ୍ତି ।

ଡ. ମହାନ୍ତି କହିଛନ୍ତି, ଅନେକ କ୍ଷେତ୍ରରେ ପୋଲିସ୍ର ବର୍ବରତା ଓ ଅମାନବୀୟ ଆଚରଣ ଲୋକେ ଦେଖୁଛନ୍ତି । ବାରଙ୍ଗ, ବାଲିଅନ୍ତା, କବିସୂର୍ଯ୍ୟନଗର ଏବଂ ଆଜି ଭଦ୍ରକ ପୋଲିସ୍ର ଅମାନବୀୟ ଆଚରଣରେ ରାଜ୍ୟବାସୀ ସ୍ତବ୍ଧ । ଡିଜି ମହାଶୟଙ୍କ ଆଜିର ନିଷ୍ପତ୍ତି ଦ୍ୱାରା ଯଦି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ପୋଲିସ୍ର ଥାର୍ଡ ଡିଗ୍ରୀ ବ୍ୟବହାର ବନ୍ଦ ହୋଇପାରିବ, ତେବେ ନିଶ୍ଚିତ ଭାବେ ରାଜ୍ୟବାସୀ ଆଶ୍ୱସ୍ତ ହେବେ । ଆଜି ମଧ୍ୟ ବେଆଇନ ବାଲି ଉତ୍ତୋଳନ ସାରା ରାଜ୍ୟରେ ଖୋଲାଖୋଲି ଚାଲିଛି । ଯଦିଓ ଡିଜି ଏବଂ ମୁଖ୍ୟମନ୍ତ୍ରୀ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବିଷୟରେ କହିଆସୁଛନ୍ତି, ପୋଲିସ ବ୍ୟବସ୍ଥା ପ୍ରତି ଶାସକ ଦଳର ନେତା ଓ ମାଫିଆ ମାନେ ଭ୍ରୁକ୍ଷେପ କରୁନାହାନ୍ତି ।

ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସୁପରଭିଜନ ଦ୍ୱାରା ରାଜ୍ୟର ଆଇନ ଶୃଙ୍ଖଳା ଓ ପୋଲିସ୍ର ବ୍ୟବହାରରେ ପରିବର୍ତ୍ତନ ଆସିବା ଆବଶ୍ୟକ । ନଚେତ ସରକାରଙ୍କ ଏହା ଆଉ ଗୋଟିଏ ଧୂଅାଁବାଣ ବୋଲି ସାବ୍ୟସ୍ତ ହେବ । ବିଳମ୍ବରେ ହେଲେ ମଧ୍ୟ ପୋଲିସ୍ ଡିଜି ଏହି ନିଷ୍ପତ୍ତି ନେଇ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ନାହିଁ ବୋଲି ସ୍ୱୀକାର କରିଛନ୍ତି । ଆମେ ଆଶା କରୁଛୁ ଏହି ନିଷ୍ପତ୍ତି ଦ୍ୱାରା ପରିସ୍ଥିତିରେ ନିଶ୍ଚିତ ସୁଧାର ଆସିବ  ବୋଲି ଡ. ମହାନ୍ତି କହିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଶିକ୍ଷକ ପଦୋନ୍ନତି ଦୁର୍ନୀତି ମାମଲା: ପଦୋନ୍ନତି ତାଲିକା ବାତିଲ ଓ ନିର୍ଦ୍ଦେଶକଙ୍କ ନିଲମ୍ୱନ ଦାବି କଲା ବିଜେଡି
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପ୍ରତି କରାଯାଇଥିବା ଶିକ୍ଷକ ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଛି । ଶିକ୍ଷକମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ନିର୍ଯାତନାକୁ ବିଜୁ ଜନତା ଦଳ କଡ଼ା ଭାଷାରେ ନିନ୍ଦା କରିଛି ।

ଆଜି ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ଓ ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଜୁନିଅର ସେକେଣ୍ଡାରୀ ଏଜୁକେସନ୍ ସର୍ଭିସରୁ ସିନିଅର ସେକେଣ୍ଡାରୀ ଏଜୁକେସନ୍ ସର୍ଭିସକୁ ପଦୋନ୍ନତି ହୋଇଥିଲା । ଯାହା ୨୫ ଡିସେମ୍ୱର ୨୦୨୫ରେ ପ୍ରକାଶିତ ମେରିଟ୍ ଓ ଗ୍ରେଡେସନ୍ ତାଲିକାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି । ବହୁ ବରିଷ୍ଠ ଓ ଯୋଗ୍ୟ ଶିକ୍ଷକଙ୍କୁ ଅଣଦେଖା କରାଯାଇ, କନିଷ୍ଠ ଶିକ୍ଷକମାନେ ଅର୍ଥବଳ ଓ ଦୁର୍ନୀତିର ଆଶ୍ରୟ ନେଇ ପଦୋନ୍ନତି ହୋଇଛନ୍ତି ।

ଡ଼. ମହାନ୍ତି ଆହୁରି କହିଛନ୍ତି ଯେ, ଅନେକ ମହିଳା ଶିକ୍ଷୟିତ୍ରୀଙ୍କୁ ସେମାନଙ୍କର ବରିଷ୍ଠତା, ପାରିବାରିକ ଦାୟିତ୍ୱ ଓ ଲିଙ୍ଗଗତ ସମ୍ୱେଦନଶୀଳତାକୁ ଅବହେଳା କରି ଦୂରବର୍ତ୍ତୀ ଅଞ୍ଚଳକୁ ବଦଳି କରାଯାଇଛି । ଅପରପକ୍ଷରେ ଶାସକ ବିଜେପି ସହ ସମ୍ପୃକ୍ତ କିଛି ପୁରୁଷ ଶିକ୍ଷକଙ୍କୁ ସେମାନଙ୍କ ଘର ନିକଟସ୍ଥ ଓ ସୁବିଧାଜନକ ସ୍ଥାନରେ ବଦଳି କରାଯାଇଥିବାର ଅଭିଯୋଗ ରହିଛି । ଏହା ସରକାରଙ୍କ ପ୍ରଚଳିତ ବଦଳି ନୀତି ଏବଂ ସ୍ୱଚ୍ଛତା ଓ ନ୍ୟାୟସଙ୍ଗତାର ମୌଳିକ ନୀତିକୁ ସ୍ପଷ୍ଟ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ସମଗ୍ର ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଏହା ଫଳରେ ରାଜ୍ୟବ୍ୟାପୀ ଶିକ୍ଷକ ସମାଜ ମଧ୍ୟରେ ଗଭୀର ଅସନ୍ତୋଷ ଓ କ୍ଷୋଭ ସୃଷ୍ଟି ହୋଇଛି । ପରୀକ୍ଷା ଓ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ପରେ ବର୍ତ୍ତମାନ ବିଜେପି ସରକାର ଏକପାଖିଆ ଓ ମନମୁଖୀ ପଦୋନ୍ନତି ଏବଂ ବଦଳି ପ୍ରକ୍ରିୟା ମାଧ୍ୟମରେ ଶିକ୍ଷକମାନଙ୍କ ପ୍ରତି ଅନ୍ୟାୟ ଓ ବୈଷମ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ପଦୋନ୍ନତି ତାଲିକାକୁ ବାତିଲ କରିବା, ପ୍ରକାଶିତ ଗ୍ରେଡେସନ୍ ତାଲିକା ଓ ବରିଷ୍ଠତା ଆଧାରରେ ସ୍ୱଚ୍ଛ ଏବଂ ମେରିଟ୍ ଭିତ୍ତିକ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ କରିବା, ନିର୍ଯାତିତ ଶିକ୍ଷକମାନଙ୍କ ଅଭିଯୋଗର ଶୁଣାଣି କରିବା, ଦୁର୍ନୀତି ଓ ପକ୍ଷପାତିତାର ଅଭିଯୋଗ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରିବା ଏବଂ ନିରପେକ୍ଷ ତଦନ୍ତ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦେ୍ର୍ଦଶକଙ୍କୁ ତୁରନ୍ତ ନିଲମ୍ୱନ କରିବାକୁ ବିଜେଡି ଦାବି କରିଛି । ବିଜେଡି ଶିକ୍ଷକ ସମାଜ ସହ ସଦା ଦୃଢ଼ତାର ସହିତ ଛିଡ଼ା ହୋଇ ରହିବ ଏବଂ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନ୍ୟାୟ, ସମତା ଓ ଦାୟିତ୍ୱବୋଧ ପୁନଃ ପ୍ରତିଷ୍ଠିତ ନହେବା ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିଜ ସ୍ୱର ଉତ୍ତୋଳନ ଜାରି ରଖିବ ବୋଲି ବିଜେଡି କହିଛି ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬% ସମାଧାନ ଦାବିର ସତ୍ୟତା କେତେ: ବିଜେଡି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ ହୋଇଛି ବୋଲି ବିଜେପି ସରକାର ଦାବି କରିଛି । କିନ୍ତୁ ବାସ୍ତବରେ ଏହି ସମସ୍ୟାର କେତେଦୂର ସମାଧାନ ହୋଇଛି ସରକାର ଏହାର ସ୍ପଷ୍ଟିକରଣ ରଖନ୍ତୁ ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ ହେଉଛି ବୋଲି ସରକାର ଦାବି କରୁଛନ୍ତି । କିନ୍ତୁ ଏହାର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ଯଦି ୯୬ ପ୍ରତିଶତ ଅଭିଯୋଗର ସମାଧାନ ହେଉଛି ତାହା ହେଲେ ରାଜ୍ୟ ସରକାର ଏହାକୁ ସାର୍ବଜନୀନ କରିବାର ଅସୁବିଧା କେଉଁଠି ରହିଲା?

ଦୁଇ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଏହି ସରକାର କ୍ଷମତାରେ ଥିବାବେଳେ ମୁଖ୍ୟମନ୍ତ୍ରୀ ମାତ୍ର ୧୮ ଥର ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିଛନ୍ତି । ଏପରି ପରିସ୍ଥିତିରେ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ଦାବି କେଉଁ ଆଧାରରେ କରାଯାଉଛି? ଯଦି ପ୍ରକୃତରେ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି, ସରକାର ଅତି କମରେ ୯୬ ଜଣ ଉପକୃତ ନାଗରିକଙ୍କ ନାମ ଓ ବିବରଣୀ ସାର୍ବଜନୀନ କରନ୍ତୁ ।
କେବଳ ଅଭିଯୋଗକୁ ଜିଲ୍ଲାପାଳ କିମ୍ୱା ସମ୍ପୃକ୍ତ ବିଭାଗକୁ ପଠାଇ ଦେଇ ସମାଧାନ ହେଉଛି ବୋଲି ଗଣାଯାଉଛି କି? ନା ପ୍ରକୃତରେ ଲୋକଙ୍କ ସମସ୍ୟାର ସ୍ଥାୟୀ ନିରାକରଣ ହେଉଛି? ଦାବିକୁ କେବଳ ପରିସଂଖ୍ୟାନ ମାଧ୍ୟମରେ ନୁହେଁ, ବରଂ ସମାଧାନ ହୋଇଥିବା ମାମଲାଗୁଡ଼ିକର ବିସ୍ତୃତ ତଥ୍ୟ ପ୍ରକାଶ କରିବାର ଆବଶ୍ୟକ ଅଛି । ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଉଛି ଯେ, ସରକାର ଅତିକମରେ ସେହି ୯୬ ପ୍ରତିଶତ ସମାଧାନ ହୋଇଥିବା ଅଭିଯୋଗର ତାଲିକା ଏବଂ ସେଗୁଡ଼ିକର ନିରାକରଣ ସମ୍ପର୍କିତ ବିସ୍ତୃତ ବିବରଣୀ ସାର୍ବଜନୀନ କରନ୍ତୁ ।

ବିଜେଡିର କଡ଼ା ନିଶାଣ: ନିଜ ବ୍ୟାବସାୟିକ ସ୍ୱାର୍ଥ ପାଇଁ ବିଜେପି ଯାଇଛନ୍ତି ଦେବାଶିଷ
ଭୁବନେଶ୍ୱର: ବିଜେଡିରୁ ୫ ଥର ବିଧାୟକ ଟିକଟ ପାଇ ତିନି ତିନି ଥର ବିଧାୟକ ହୋଇବା ଦେବାଶିଷ ଦଳର ବିଭିନ୍ନ ପଦପଦବୀରେ ରହି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦୟାରୁ ରାଜ୍ୟସଭାକୁ ମଧ୍ୟ ଯାଇଛନ୍ତି । ମାତ୍ର ଏବେ ନିଜ ସ୍ୱାର୍ଥ ପାଇଁ ସେ ବିଜେପିରେ ଯୋଗ ଦେଇ ବିଜେଡିକୁ ନିନ୍ଦା କରୁଛନ୍ତି। କେବଳ ଜଣେ  କୃତଘ୍ନ ଓ ବିଶ୍ୱାସଘାତକଙ୍କଠାରୁ ଏପରି ଆଶା କରାଯାଏ ବୋଲି  ଦେବାଶିଷଙ୍କୁ ଆକ୍ଷେପ କରି କହିଛି ବିଜେଡି ।

ଗୁରୁବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ  କିଛି ବର୍ଷ ହେଲାଣି ଦେଶରେ ପ୍ରଲୋଭନ କରିବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ ଚାଲିଛି। ଦେବାଶିଷ ସେହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ଓ ସ୍ୱାର୍ଥ ପାଇଁ ବିଜେପିରେ ଯୋଗ ଦେଇଛନ୍ତି । ଆଜି ତାଙ୍କର ଯେଉଁ ପରିଚୟ ସୃଷ୍ଟି ହୋଇଛି ତାହା ବିଜୁ ଜନତା ଦଳ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୟାରୁ ହିଁ ମିଳିଛି, ତାହା ସମ୍ଭବତଃ ସେ ସ୍ମରଣ କରିବାକୁ ଚାହୁଁ ନାହାନ୍ତି।  ବିଜେପିକୁ ଫେରି ନିଜ ଘରକୁ ଫେରିଥିବା କଥା ଦେବାଶିଷ କହୁଛନ୍ତି । କିନ୍ତୁ ବର୍ତ୍ତମାନ ବିଜେପିରେ ସମରକଷା ଚାଲିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନ୍ୟପଟେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଟ୍ ପ୍ରଶ୍ନପତ୍ର ଲିକ୍, ସିବିଏସ୍ଇ ପରୀକ୍ଷା ବିଭ୍ରାଟ ଘଟଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ସାଇଡ୍ ଲାଇନ୍ କରୁଥିବା ବେଳେ ରାଜ୍ୟରେ ଘଟୁଥିବା ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜନତାଙ୍କ ରୋଷର ଶିକାର ହେଉଛନ୍ତି୤ ଧର୍ମେନ୍ଦ୍ର ପ୍ରଧାନଙ୍କ ଜାଲରେ ଫସି ବିଜେଡିରୁ ନିଜ ବ୍ୟାବସାୟିକ ସ୍ୱାର୍ଥ ପାଇଁ ଦୂରେଇ ଯାଇଥିବା ଦେବାଶିଷ ସାମନ୍ତରାୟଙ୍କୁ ଆଗାମୀ ଦିନରେ ଲୋକେ ଜବାବ ଦେବେ ବୋଲି ଡଃ ମହାନ୍ତି କହିଛନ୍ତି ।

ଲେନିନ୍‌ ପୁଣି କହିଛନ୍ତି ଯେ  ନିର୍ବାଚନରେ ପରାଜିତ ହେବା ପରେ ଦେବାଶିଷ ସାମନ୍ତରାୟଙ୍କୁ ଦଳର ସଭାପତି ତଥା ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଟିଡ଼ିସି ଅଧ୍ୟକ୍ଷ ପଦ ସହ ଦଳର ବିଭିନ୍ନ ଉଚ୍ଚ ପଦରେ ବସାଇଥିଲେ। ତାଙ୍କ ସମ୍ମାନକୁ ଅକ୍ଷୁଣ୍ଣ ରଖିଥିଲେ।  ପରବର୍ତ୍ତୀ ସମୟରେ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ; ମାତ୍ର ଦଳରୁ ଏତେ ସୁବିଧା ପାଇଲା ପରେ ମଧ୍ୟ ତାଙ୍କର କ୍ଷମତା ଭୋକ ମେଣ୍ଟିଲା ନାହିଁ। ନିଜର ସ୍ୱାର୍ଥ ହାସଲ ପାଇଁ ବିଜେପି ଦଳରେ ସାମିଲ ହେଲେ। ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା କଥା କହୁଥିବା ଦେବାଶିଷ ସାମନ୍ତରାୟ ଅନ୍ୟପଟେ ବିଜୁ ଜନତା ଦଳର ମାଆ ବାପା ନାହିଁ କହି ନିଜ ହୀନମନ୍ୟତାର ପରିଚୟ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କୁ ସାରା ବିଶ୍ୱ ସମାନ ଜଣାଉଥିବା ବେଳେ ଦେବାଶିଷଙ୍କ ପରି ଜଣେ ସ୍ୱାର୍ଥବାଦୀ ଲୋକ ସେହି ନେତୃତ୍ୱ ଉପରେ ଟିପ୍ପଣୀ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ୤ ଦେବାଶିଷଙ୍କ ମନ୍ତବ୍ୟ ତାଙ୍କ ଅପରିପକ୍ୱତାର ପରିଚୟ। ବିଜୁ ଲିଗାସୀର ଦ୍ୱାହି ଦେଉଥିବା ଦେବାଶିଷ ଦିନେ ବିଜୁ ବାବୁଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ । ବିଜୁ ଜନତା ଦଳରୁ ସବୁ ଫାଇଦା ହାସଲ କରି ବିଜେପିରେ ସାମିଲ ହୋଇଥିବା ଦେବାଶିଷ ଯେଉଁ ଟୀକାଟିପ୍ପଣୀ କରୁଛନ୍ତି, ସେଥିରୁ କ୍ଷାନ୍ତ ରୁହନ୍ତୁ, ନ ହେଲେ ଓଡ଼ିଶାବାସୀ କେବେ କ୍ଷମା ଦେବେନାହିଁ ବୋଲି ଡ. ମହାନ୍ତି କହିଛନ୍ତି।

ଦେବାଶିଷ ସାମନ୍ତରାୟ ଦଳ ଛାଡିବା ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ: ଲେନିନ୍ ମହାନ୍ତି
ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳରୁ ସମସ୍ତ ସୁବିଧା ସୁଯୋଗ ହାସଲ କରିଲା ପରେ ଆଜି ଦଳରୁ ଇସ୍ତଫା ଦେଇ ନିଜ ସ୍ୱାର୍ଥପରତାର ପରିଚୟ ଦେଇଛନ୍ତି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଯେଉଁ ଦଳ ଶ୍ରୀ ସାମନ୍ତରାୟଙ୍କୁ ଦଳ ଓ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲା । ସାମାନ୍ୟ ବ୍ୟକ୍ତିଗତ ଓ ବ୍ୟବସାୟିକ ସ୍ୱାର୍ଥ ହାସଲ ପାଇଁ ସେ ଦଳରୁ ଇସ୍ତଫା ଦେଇ ବିଜେପି ମୁହାଁ ହୋଇଛନ୍ତି ।

ଡ. ମହାନ୍ତି ଆହୁରି କହିଥିଲେ ଯେ, ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଦେବାଶିଷଙ୍କୁ ଦଳୀୟ ସଂଗଠନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀର ଦାୟିତ୍ୱ ସହ ରାଜ୍ୟସଭା ସାଂସଦ ଭାବେ ପଠାଇଥିଲେ । ପାଞ୍ଚ ପାଞ୍ଚ ଥର ଟିକେଟ ଦେଇ ୩ ଥର ବିଧାୟକ ହୋଇଥିଲେ ଏବଂ ଓଟିଡିସିର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । କଟକ ଜିଲ୍ଲାର ସଭାପତି କରିଥିଲେ । ଦଳରୁ ସେ ଆଉ କ’ଣ ଅଧିକ ଆଶା କରୁଥିଲେ, ତାହା ପ୍ରକାଶ କଲେ ଭଲ ହୁଅନ୍ତା । କ୍ଷମତାରେ ଥିଲା ବେଳେ ସମସ୍ତ ଫାଇଦା ହାସଲ କରି ବିରୋଧୀ ଦଳ ଥିଲା ବେଳେ ଦଳର ହାତ ଛାଡି ଶ୍ରୀ ସାମନ୍ତରାୟ କାହିଁକି ବିଜେପି ମୁହାଁ ହୋଉଛନ୍ତି, ତାହା କଟକବାସୀ ବିଚାର କରିବେ । ବ୍ୟବସାୟିକ ଓ ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ ଶ୍ରୀ ସାମନ୍ତରାୟ ଦଳରୁ ଇସ୍ତଫା ଦେବା ଦ୍ୱାରା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ତୃଣମୂଳ ସ୍ତରରେ ନବୀନ ବାବୁଙ୍କ ନେତୃତ୍ୱରେ କାମ କରୁଛନ୍ତି । ସମସ୍ତେ ଜାଣିଛନ୍ତି ଦଳ ଏତେ ସବୁ ଦେବା ସତ୍ତ୍ୱେ ଗତ ଦୁଇ ବର୍ଷ ଧରି ଶ୍ରୀ ସାମନ୍ତରାୟ ଦଳୀୟ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିଲେ ।

କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନକୁ ବିଜେଡିର କଟାକ୍ଷ: ସୁଶାସନ ନୁହେଁ; ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରାଥମିକତା ହୋଇଛି
ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ବିଜେପି ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବିଜୁ ଜନତା ଦଳ କଟାକ୍ଷ କରିଛି। ରାଜ୍ୟକୁ ସୁଶାସନ ପ୍ରଦାନ କରିବାରେ ସମସ୍ତ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସରକାର କେବଳ ନିଜ ବିଫଳତା ଉପରୁ ନଜର ହଟାଇବା ପାଇଁ ଏହିଭଳି ହୀନ ପଦକ୍ଷେପ ନେଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି।

ଗୁରୁବାର ଜାରି ପ୍ରେସ୍‌ ବିଜ୍ଞପ୍ତିରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଡବଲ ଇଞ୍ଜିନ, ଡବଲ ବିକାଶର ନାରା ଦେଇ ଓ ରାଜ୍ୟବାସୀଙ୍କୁ ଅନେକ ମିଛ ପ୍ରତିଶ୍ରୁତି ଦେଇ ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିଲା। କିନ୍ତୁ କେବଳ ପ୍ରତିଶ୍ରୁତି ରକ୍ଷା କରିବାରେ ନୁହେଁ; ବରଂ ସୁଶାସନ ଦେବାରେ ମଧ୍ୟ ରାଜ୍ୟ ବିଜେପି ସରକାର ଗତ ୧୯ ମାସରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ କାର୍ଯ୍ୟ କେବଳ ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ହୋଇ ରହିଯାଇଛି। କ୍ଷମତାକୁ ଆସିବା ପରେ, ନବୀନଙ୍କ ସମୟରେ ଚାଲିଥିବା ଲୋକପ୍ରିୟ ଯୋଜନାଗୁଡିକର ନାମ ପରିବର୍ତ୍ତନ କରିଥିଲେ। ସରକାରଙ୍କ ସେହି ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନ ଧାରା ଏବେ ବି ଜାରି ରହିଛି। କୌଣସି ଯୋଜନାର ବା ସ୍ଥାନର ନାମ ପରିବର୍ତ୍ତନ ବା ବନାନ ପରିବର୍ତ୍ତନ କରିବାରେ କିଛି ଅସୁବିଧା ନାହିଁ; କିନ୍ତୁ ଏହା ସରକାରଙ୍କ ପ୍ରାଥମିକତା ନ ହେଉ। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀଙ୍କୁ ସୁରକ୍ଷା ପ୍ରଦାନ, ଚାଷୀଙ୍କୁ ନ୍ୟାୟ ପ୍ରଦାନ, ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜ୍ୟର ସାମୂହିକ ବିକାଶ ଇତ୍ୟାଦି ପ୍ରସଙ୍ଗ ସରକାରଙ୍କ ପ୍ରାଥମିକତା ହେଉ। ରାଜ୍ୟ ବିଜେପି ସରକାର ଏସବୁ ପ୍ରତି ଧ୍ୟାନ ନଦେଲେ, ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ହିସାବରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଡ. ମହାନ୍ତି କହିଛନ୍ତି।

ଡଃ ମହାନ୍ତି ଆହୁରି କହିଛନ୍ତି ଯେ ରାଜ୍ୟରେ ନାରୀ ସୁରକ୍ଷା ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ଧାନ କିଣାରେ ରାଜ୍ୟର ଚାଷୀମାନଙ୍କୁ ନ୍ୟାୟ ନ ମିଳିବାରୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ଦେବେ ବୋଲି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି। ନିଯୁକ୍ତି ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳୁଛି। ଗତ ୧୯ ମାସରେ ୨୦ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି, ଯେଉଁଥିପାଇଁ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷାଗୁଡିକ ବାତିଲ କରାଯାଇଛି। ପୁଲିସ ଏସ୍‌ଆଇ ନିଯୁକ୍ତି ବେଳେ କିଭଳି ଭାବେ ଚାକିରି ବିକ୍ରି କରିବା ପାଇଁ ଉଦ୍ୟମ କରାଯାଇଥିଲା, ତାହା ରାଜ୍ୟବାସୀ ଦେଖିଛନ୍ତି। ସରକାରଙ୍କ ଅପାରଗତା ପ୍ରସଙ୍ଗ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ସରକାରଙ୍କ ତୋଗଲକୀ ନିଷ୍ପତ୍ତି ଏବେ ରାଜ୍ୟବାସୀଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ରାଜ୍ୟ ସରକାର ନିଜ ବଜେଟରେ ନିର୍ଦ୍ଧାରିତ କରିଥିବା ଅର୍ଥର ୪୦ ପ୍ରତିଶତ ଏବେ ସୁଦ୍ଧା ଖର୍ଚ୍ଚ କରିପାରିଛନ୍ତି, ଯାହା ସରକାରଙ୍କ ଅପାରଗତାର ଜ୍ୱଳନ୍ତ ଉଦାହରଣ। ସର୍ବୋପରି ଗତ ୧୯ ମାସରେ ରାଜ୍ୟର ବିକାଶ ଠପ୍‌ ହୋଇଛି ବୋଲି ଡଃ ମହାନ୍ତି କହିଛନ୍ତି।

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି ବାଲି ଓ ଅନ୍ୟ ଖଣିଜ ସମ୍ପଦ ଚୋରି: ବିଜେଡି
ଭୁବନେଶ୍ୱର: ରାଜ୍ୟରେ ବାଲି, ମୋରମ ଓ ପଥର ଚୋରି ବ୍ୟାପକ ହୋଇଥିବା ବେଳେ ଏଥିରେ ସରକାରୀ ଦଳର ନେତା କର୍ମୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ନିକଟରେ ଗଞ୍ଜାମ ଜିଲ୍ଲାରେ ଇଡି ରେଡ୍ରେ ଖଣି ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ, ରାଜ୍ୟର ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର ପାଇଁ ବିଜେଡି ଦାବି କରିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ବାଲି ଚୋରି, ଖଣି ଚୋରି ଅହେତୁକ ବୃଦ୍ଧି ପାଇଛି । ଏହି ଚୋରି ସରକାରୀ ଦଳର ପ୍ରୋତ୍ସାହନରେ ହେଉଛି ବୋଲି ବିଜେଡି ଅଭିଯୋଗ କରିଆସୁଛି । ସରକାରଙ୍କ ପ୍ରୋତ୍ସାହନରେ ହେଉଥିବା ଚୋରିର ଫଳସ୍ୱରୂପ ଲଘୁ ଖଣିଜ ସମ୍ପଦର ରାଜସ୍ୱ ୨୦୨୩-୨୪ରେ ୧୪୮୫ କୋଟି ଥିଲାବେଳେ ୨୦୨୪-୨୫ରେ ଏହା ୬୦୦ କୋଟି ଟଙ୍କାକୁ ଖସି ଆସିଛି । ସେହିପରି ଗୁରୁ ଖଣିଜ ସମ୍ପଦରେ ୫୦,୦୦୦ କୋଟି ଟଙ୍କାରୁ ୩୪,୦୦୦ କୋଟି ଟଙ୍କାକୁ ଖସି ଆସିଛି । ଏହି ରାଜସ୍ୱ ହାନୀ ରାଜ୍ୟ ଆର୍ଥିକ ସ୍ଥିତି ପାଇଁ ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ଏହାଛଡା ବାଲି ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ଚୋରି ଯୋଗୁଁ ବାଲି ଇତ୍ୟାଦିର ଦର ଅହେତୁକ ବୃଦ୍ଧି ପାଇଛି । ଏହି କାରଣରୁ ସଡ଼କ ସୁରକ୍ଷା ବିପର୍ଯ୍ୟସ୍ତ ହେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହେଉଛି ।

ଡ଼ ମହାନ୍ତି କହିଥିଲେ, ଏହି ଚୋରି ସମ୍ପର୍କରେ ବିଜୁ ଜନତା ଦଳ ତରଫରୁ ବାରମ୍ୱାର ଅବଗତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଆସୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି । ନିକଟରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ଇଡି ରେଡ୍ରେ, ଖଣି ମନ୍ତ୍ରୀଙ୍କ ପ୍ରତିନିଧି ନିଜେ ଚୋରିରେ ସମ୍ପୃକ୍ତ ବୋଲି ସ୍ପଷ୍ଟ ହେବାପରେ ଖଣିମନ୍ତ୍ରୀ ବିଭୁତି ଜେନାଙ୍କ ମୁଖା ଖୋଲି ଯାଇଛି । ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ଦସ୍ତଖତରେ ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ, ଶ୍ରୀ ସୁନୀଲ ପାତ୍ର ଖଣି, ପୋଲିସ ଓ କୋର୍ଟ ବିଭାଗରେ ତାଙ୍କର ପ୍ରତିନିଧିର ମାନ୍ୟତା ଦେଇଥିଲେ । ଶ୍ରୀ ସୁନୀଲ ପାତ୍ରଙ୍କ ବାଲି ଚୋରିରେ ସମ୍ପୃକ୍ତି ଇଡି ରେଡ୍ରେ ସ୍ପଷ୍ଟ ହେବା ପରେ, ଏହି ଚୋରିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ସିଧାସଳଖ ରହିଛି ବୋଲି ସ୍ପଷ୍ଟ ହୋଇଛି । ଅପରପକ୍ଷରେ ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ଭୂମିକା ବିଷୟରେ ସଫେଇ ଦେବାକୁ ଯାଇ ଯିଏ ବାଲି ଚୋରିରେ ସମ୍ପୃକ୍ତି ହେବ, ତା ଘରେ ଇଡି ପସିବ ବୋଲି ମନ୍ତବ୍ୟ ଦେଇଛନ୍ତି । ମନ୍ତ୍ରୀଙ୍କ ମନ୍ତବ୍ୟ ଚୋର ଧରାପଡିଗଲା ପରେ ନିଜେ ଚୋର ଚୋର ଚିକ୍ରାର କରି ନିଜେ ଚୋର ନୁହେଁ ବୋଲି କହିବାକୁ ଚେଷ୍ଟା କଲା ପରି ହୋଇଛି, ଯାହାକୁ ରାଜ୍ୟବାସୀ ବେଶ ଭଲ ଭାବେ ବୁଝି ପାରୁଛନ୍ତି । ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜେ ଏହି ଚୋରିରେ ସମ୍ପୃକ୍ତି ଅଛନ୍ତି ବୋଲି ସ୍ପଷ୍ଟ ହୋଇଯାଇଥିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ବିଜେଡି ଦାବି କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସୁଶାସନ କଥା କହୁଛନ୍ତି, ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି, ଯଦି ସତ୍ସାହସ ଅଛି ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ନିଜ ଦକ୍ଷତାର ପରିଚୟ ଦିଅନ୍ତୁ ।

ବିଜେପି ଓଡ଼ିଶାରେ ଶାସନ ଭାର ଗ୍ରହଣ କରିବା ଦିନଠୁ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି: ବିଜେଡି
ଭୁବନେଶ୍ୱର: ଆଜି ରାଜ୍ୟରେ ପୂର୍ବାହ୍ନରେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ବିଭିନ୍ନ କୋର୍ଟକୁ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ରାଜ୍ୟରେ ବିଭିନ୍ନ କୋର୍ଟକୁ ଏହି ବୋମା ଧମକ ଦର୍ଶାଉଛି ଗୃହ ବିଭାଗ ଅସହାୟ ହୋଇଯାଇଛି । ବିଜେପି ଦଳ ଓଡ଼ିଶାରେ ଶାସନ ଭାର ଗ୍ରହଣ କରିବା ଦିନଠୁ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜେଡି ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଓଡିଶା ଇତିହାସରେ ପ୍ରଥମ ଘଟଣା, କଟକ, ସମ୍ୱଲପୁର ଓ ଦେବଗଡ଼ କୋର୍ଟରେ ବୋମାର ଆତଙ୍କ । କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ । କିଛି ସମୟ ମଧ୍ୟରେ କୋର୍ଟ ପରିସରରେ ବିସ୍ଫୋରଣ ହେବା ନେଇ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିଲେ । ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ କାର୍ଯ୍ୟ ବନ୍ଦ ସହ କୋର୍ଟ ପରିସର ଛାଡିବାକୁ ନିଦେ୍ର୍ଦଶ ଦିଆଯାଇଛି । ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଛନ୍ତି । ସେହିପରି କଟକରେ ହାଇଆଲର୍ଟ ମଧ୍ୟ ଜାରି କରାଯାଇଛି ।

ଆମ ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକ ସମେତ ବିଚାରପତି, ଓକିଲ, ମକଦ୍ଦମାକାରୀ, କୋର୍ଟ କର୍ମଚାରୀ ତଥା ସାଧାରଣ ଲୋକଙ୍କ ସୁରକ୍ଷା ସର୍ବୋପରି । ଭାରପ୍ରାପ୍ତ ଅଧିକାରୀମାନେ ମିଳିଥିବା ଧମକର ତ୍ୱରିତ, ପୁଙ୍ଖାନୁପୁଙ୍ଖ ଏବଂ ଉପଯୁକ୍ତ ଯାଞ୍ଚ କରନ୍ତୁ । ଧମକ କେଉଁଠୁ ଆସିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ଠାବ କରି ଏହାର ନିଷ୍କର୍ଷ ସର୍ବସମ୍ମୁଖକୁ ଆଣନ୍ତୁ ବୋଲି ବିଜେଡି ଦାବି କରିଛି ।

ରାଜ୍ୟରେ ଭୟର ବାତାବରଣ ସୃଷ୍ଟିହେଇଛି । ଅପରାଧୀ ମାନେ ବିଜେପି ସରକାରକୁ ଡରିବା ତ ଦୂରର କଥା ଓଲଟା ଇ-ମେଲ ଧମକ ଦେଇଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ ରାଜ୍ୟର ଜଣେ ସାମ୍ୱାଦିକଙ୍କୁ ଏଭଳି ଇ-ମେଲ ଜରିଆରେ ଧମକ ଦିଆଯାଇଥିଲା । ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କି ଏ ସଂପର୍କରେ ସ୍ପଷ୍ଟତା ଦେଲେ ନାହିଁ । ଏଥିରୁ ସ୍ପଷ୍ଟ ବାରି ହେଉଛି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ଗୃହ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି ।

ଡ. ମହାନ୍ତି ଆହୁରି ମଧ୍ୟ କହିଥିଲେ ଯେ, ପୋଲିସ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇ ପଡିଛନ୍ତି । ନିକଟରେ ଡିଜିପି ବିଜେଡି ପ୍ରତିନିଧିଙ୍କୁ ଭେଟିବାକୁ ଅସହଜ ମନେ କରିଥିଲେ । ଏଥିପାଇଁ ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ ହେବା ଦରକାର । ଭୟର ବାତାବରଣ ଦୂର କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ସାଧାରଣ ଜୀବନଯାପନକୁ ସ୍ୱାଭାବିକ କରନ୍ତୁ ।

୧୮ ମାସରେ ବିଜେପି ସରକାରଙ୍କ ବିଫଳତା ଶିଖର ଛୁଇଁଛି: ବିଜେଡି
ଭୁବନେଶ୍ୱର: ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ‘୫-ଟି’ ସ୍କୁଲ ନାମରେ ଦୁର୍ନୀତି ହୋଇଥିବା ଟିପ୍ପଣୀକୁ ତୀବ୍ର ସମାଲୋଚନା କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ସରକାର ନିଜର ବିଫଳତାକୁ ଲୁଚାଇବାକୁ ଯାଇ ବାରମ୍ୱାର ପୂର୍ବ ସରକାରଙ୍କ ନାମରେ ମିଛ ଅଭିଯୋଗ କରୁଛନ୍ତି। ମୋହନ ସରକାରଙ୍କ ଏହି ମିଛ ପ୍ରୋପାଗଣ୍ଡାକୁ ରାଜ୍ୟବାସୀ ବୁଝିସାରିଛନ୍ତି ବୋଲି ବିଜେଡି କହିଛି।

ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ଗତ ୧୮ ମାସର ଶାସନରେ ସମସ୍ତ କ୍ଷେତ୍ରରେ, ବିଜେପି ସରକାରଙ୍କ ବିଫଳତା ଶିଖର ଛୁଇଁଛି। ବଡ଼ ବଡ଼ କଥା କହି ଓ ପୂର୍ବ ସରକାରଙ୍କ ନାରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣି ବିଜେପି ଲୋକଙ୍କୁ ପ୍ରଭାବିତ ସହ କ୍ଷମତା ଦଖଲ କରିଥିଲା। ହେଲେ ବିଜେପି ସରକାରଙ୍କ ଅପାରଗପଣିଆ ଓ ବିଫଳତା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ରାଜ୍ୟକୁ ଏକ ନମ୍ୱର କରିବ ବୋଲି ଦାବି କରି କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ଏବେ ଅପାରଗତାରେ ଦେଶରେ ଏକ ନମ୍ୱର ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ବଜେଟରେ ବିଭିନ୍ନ ବିଭାଗ ପାଇଁ ନିର୍ଦ୍ଧାରିତ ଅର୍ଥରୁ ଅଧିକାଂଶ ବିଭାଗରେ ଚାଳିଶ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇ ପାରୁନାହିଁ ।  ରାଜ୍ୟ ସରକାରଙ୍କ ତୋଗଲକି ନିଷ୍ପତ୍ତି ଯୋଗୁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଓଡ଼ିଶାକୁ କେନ୍ଦ୍ର ଅନୁଦାନ ୧୮.୧୯ ପ୍ରତିଶତ କମିଛି।  ରାଜ୍ୟରେ ଲଘୁ ଓ ଗୁରୁ ଖଣିଜ ସମ୍ପଦରେ ବିଜେପି ସରକାରଙ୍କ ସମୟରେ ବ୍ୟାପକ ଚୋରି ବୃଦ୍ଧି କାରଣରୁ ଲଘୁ ଖଣିଜ ସମ୍ପଦରେ ରାଜସ୍ୱ ୧୮୮୫ କୋଟିରୁ ୬୦୦ କୋଟି ଟଙ୍କାକୁ ଖସି ଆସିଛି । ଗୁରୁ ଖଣିଜ ସମ୍ପଦରେ ରାଜସ୍ୱ ୫୦, ୦୦୦ କୋଟି ଟଙ୍କାରୁ ୩୪, ୦୦୦ କୋଟି ଟଙ୍କାକୁ ହ୍ରାସ ପାଇଛି। ମହିଳାମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କୃଷକମାନେ ନ୍ୟାୟ ନପାଇ ଏବେ ରାଜରାସ୍ତାରେ ରହିଛନ୍ତି।

ରାଜ୍ୟ ସରକାରଙ୍କ ବିଫଳତା ଶିଖର ଛୁଇଁଥିବା ବେଳେ ମୁଖ୍ୟମନ୍ତ୍ରୀ ଲମ୍ୱା ଭାଷଣ ମାରୁଛନ୍ତି ଓ ପୂର୍ବ ସରକାରଙ୍କ ନାମରେ ମିଥ୍ୟା ଆରୋପ କରୁଛନ୍ତି । କ୍ଷମତାକୁ ଆସିବାର ୧୮ ମାସ ବିତି ଯାଇଥିଲେ ମଧ୍ୟ କୌଣସି ଗୋଟିଏ ବି ଦୁର୍ନୀତିକୁ ସାମ୍ନାକୁ ଆଣିବାରେ ସରକାର ସକ୍ଷମ ହୋଇ ନାହାନ୍ତି। କିନ୍ତୁ ବାରମ୍ୱାର ମିଥ୍ୟା ଆରୋପ ଲୋକଙ୍କ ଆଗରେ ଗପି ଚାଲିଛନ୍ତି। ଗୋଟିଏ ପଟେ ୫-ଟି ନାଁରେ ଦୁର୍ନୀତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି, ଅପର ପକ୍ଷରେ ଉକ୍ରର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଆକର୍ଷିତ କରିବା ପାଇଁ ଓଡ଼ିଶାରେ ୫-ଟି ଭଳି ସୁଦୃଢ ବ୍ୟବସ୍ଥା ରହିଛି ବୋଲି ରାଜ୍ୟ ବିଜେପି ସରକାର ଲିଖିତ ଭାବେ ଦେଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ମିଛ କହି ଭୂଆଁ ବୁଲାଉଛନ୍ତି ଯୋଗାଣମନ୍ତ୍ରୀ: ବିଜେଡି
ଭୁବନେଶ୍ୱର: ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ମିଛ ତଥ୍ୟର ସାହାର ନେଉଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ଧାନ କ୍ରୟର ବାସ୍ତବ ଚିତ୍ରକୁ ଲୁଚାଇ ସାଧାରଣ ଚାଷୀଙ୍କୁ ବିଜେପି ସରକାର ଭ୍ରମିତ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। କେବଳ ସେତିକି ନୁହେଁ ପଲ୍ୟୁୁସନ ସାର୍ଟିଫିକେଟ ଆଳରେ ଜନସାଧାରଣଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଛି ବୋଲି ଦଳ କହିଛି।

ବୁଧବାର ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡଃ ଲେନିନ୍‌ ମହାନ୍ତି କହିଛନ୍ତି ଯେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟର ଚାଷୀମାନଙ୍କୁ ଧାନ ସଂଗ୍ରହ ବାବଦରେ ମିଛ ତଥ୍ୟ ଦେଇ ଭୂଆଁ ବୁଲାଉଛନ୍ତି। ବର୍ତ୍ତମାନ ରାଜ୍ୟରେ ୫୮ ହଜାର ୨୬୦ ଜଣ ଚାଷୀ, ୨ ଲକ୍ଷ ୬୫ ହଜାର ୯୦୬  ଟନ ଧାନ ଦେଇଥିଲା ବେଳେ ଯୋଗାଣ ମନ୍ତ୍ରୀ ମିଛ ତଥ୍ୟ ଦେଇ ନିଜ ପିଠି ନିଜେ ଥାପୁଡେଇଛନ୍ତି। ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଚାଷୀ ୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ବିକ୍ରୟ କରିଛନ୍ତି। ଏହାକୁ ଡାହା ମିଛ । ରାଜ୍ୟରେ ଧାନ ସଂଗ୍ରହର ବ୍ୟବସ୍ଥା ସଂପୂର୍ଣ୍ଣ ଅବ୍ୟବସ୍ଥିତ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ମୁଠେ ମଧ୍ୟ ଧାନ ଉଠି ନାହିଁ। ଏମିତିକି ବହୁ ଜିଲ୍ଲାରେ ମଣ୍ଡି ମଧ୍ୟ ଖୋଲିନି। ଏଥିରୁ ରାଜ୍ୟ ସରକାରଙ୍କର ଚାଷୀ ମାରଣା ନୀତି ସ୍ପଷ୍ଟ ବାରି ହେଉଛି। ସମସ୍ତ ଧାନ ନ ଉଠିଲେ ଆଗାମୀ ଦିନରେ ବିଜେଡି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ରାଜ୍ୟ ସରକାର ଦେବାଳିଆ ସ୍ଥିତିରେ ପହଞ୍ଚିଛନ୍ତି ଓ ଅର୍ଥ ଉପାର୍ଜନ ପାଇଁ ପଲୁ୍‌୍ୟସନ ସାର୍ଟିଫିଟେକକୁ ଏକ ମାଧ୍ୟମ କରିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ପଲ୍ୟୁସନ ସାର୍ଟିଫିକେଟ ବିନା ପେଟ୍ରୋଲ ନ ମିଳିବା ଏବଂ ବକେୟା ଥିଲେ ପଲ୍ୟୁସନ ସାର୍ଟିଫିକେଟ ନମିଳିବା ସରକାରଙ୍କ ଦ୍ୱାରା ତୁରନ୍ତ ନିର୍ଦ୍ଦେର୍ଶ ହେବା ଦ୍ୱାରା ସାଧାରଣ ଜନତା ଶାରୀରିକ ଓ ମାନସିକ ଭାବେ ନାହିଁ ନଥିବା ନିର୍ଯାତନାର ଶିକାର ହେଉଛନ୍ତି। ରାଜ୍ୟରେ ବହୁ କମ୍‌ ସଂଖ୍ୟକ ପଲୁ୍‌୍ୟସନ ସାର୍ଟିଫିକେଟ କେନ୍ଦ୍ର ଥିବାରୁ ସାର୍ଟିଫିକେଟ କରିବା ପାଇଁ ସାଧାରଣ ଜନତା ଭିଡ ଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଲୁ୍‌୍ୟସନ ସାର୍ଟିଫିକେଟ କରିବା ପାଇଁ ୬ ମାସରୁ ଅଧିକ ସମୟସୀମା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି; କାହିଁକି କରାଯାଇଛି ଏଭଳି ବ୍ୟବସ୍ଥା...
ଭୁବନେଶ୍ୱର: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ଅଲଗା ଘର ପ୍ରସଙ୍ଗରେ ବର୍ଷିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି , ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଏଭଳି ବାସଭବନ ନେଇ ନାହାନ୍ତି । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି । ଯାହାର ଅର୍ଥ ଓଡ଼ିଶା ତହବିଲରୁ ଯାଉଛି , ଯାହା ଦ୍ୱାରା ଓଡ଼ିଶାର କ୍ଷତି ହେବ ।

ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଘର ନେଇ ନଥିବାବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କର କ'ଣ ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ କରିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥାଏ ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ବଦଳରେ ସେହି ଘରେ ମୁତୟନ ହେବେ ଓଡ଼ିଶା ପୋଲିସ । ୨୬ରୁ ଅଧିକ କନଷ୍ଟେବଳ, ବୁଲେଟ ପ୍ରୁଫ ଗାଡି ରହିବ । ଏଥିପାଇଁ ଓଡ଼ିଶା ତହବିଲରୁ କରଦାତାଙ୍କ ଟଙ୍କା ଦିଆଯିବ । ଭାଷା ଭିତ୍ତିରେ ଓଡ଼ିଶା ଗଠନ ପରଠାରୁ ଏହା କେବେ ଘଟି ନଥିଲା ବୋଲି ବିଜେଡି କହିଛି । ଓଡ଼ିଶା ପୋଲିସକୁ ନେଇ ସେଠାରେ କଣ ଲୁଚାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ? ପତିଆରା ଜାହିର ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି କଟାକ୍ଷ କରିଛି ବିଜେଡି ।

ସେ ଆହୁରି ମଧ୍ୟ କହିଛନ୍ତି, ଏକ ଦାମୀ ହୋଟେଲରୁ ୧୦୦ରୁ ଅଧିକ ମିଲ ପ୍ରତ୍ୟେକ ଦିନ ଆସୁଛି ଏବଂ ତାହା ଲୋକସେବା ଭବନର ୪୦୦ ମିଟର ପରିଧି ଭିତରେ ବ୍ୟବହାର ହେଉଛି । ଗୋଟିଏ ଲେଖାଏଁ ମିଲର ମୂଲ୍ୟ  ୪୦୦୦ ଟଙ୍କା । ସେହିପରି ଆର୍ସେଲର-ମିତ୍ତଲ ଆସିଲେ ଭଲ । ହେଲେ ଶାସକ ଦଳର କିଏ ସେ ଲୋକ ଯିଏ କେନ୍ଦୁଝରର ଏହି ପ୍ରକଳ୍ପ ଅଞ୍ଚଳ ପାଖରେ ଜମି କିଣିଲେ ? ଜୟସ୍ବାଲ କିଏ ? ସେ କେମିତି ସୁପର ମୁଖ୍ୟମନ୍ତ୍ରୀ ହେଲା ? ଏହାର ଉତ୍ତର ଦାବି କରିଛି ବିଜେଡି ।

ଉପକୂଳ ରାଜପଥ ଶେଷ ନ ହେବା ଯାଏଁ ଚୁପ୍‌ ବସିବୁନି: ବିଜେଡି
ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ଓଡ଼ିଶା ଉପକୂଳ ରାଜପଥ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିଛି। ଏହି ପ୍ରକଳ୍ପ ଯେ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ରୂପ ନ ନେଇଛି, ସେ ପର୍ଯ୍ୟନ୍ତ ବିଜେଡି ନିରବ ବସିବ ନାହିଁ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତି କହିଛନ୍ତି।

ଏକ ପ୍ରେସ୍‌ ବିଜ୍ଞପ୍ତିରେ ଡ. ମହାନ୍ତି କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଶିଳ୍ପର ବିକାଶ, ଅର୍ଥନୈତିକ କାରବାର ବୃଦ୍ଧି ଏବଂ ପରିବର୍ତ୍ତିତ ଜଳବାୟୁ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ କରିବା ଲକ୍ଷ୍ୟରେ ବିଜେଡି ସରକାର ଉପକୂଳ ରାଜପଥ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ଆସୁଥିଲା। ତେବେ ୧୦ ବର୍ଷରୁ ଅଧିକ ସମୟ ହେଲା ଏହି ପ୍ରକଳ୍ପ କେବଳ ସରକାରୀ ନାଲି ଫିତା ଭିତରେ ଚାପି ହୋଇ ରହିଛି। ଶେଷ ମୁହୂର୍ତ୍ତରେ ଏହାର ଟେଣ୍ଡର ବାତିଲ, ପ୍ରଶାସନିକ ଅପାରଗତା ଏବଂ ମନଇଚ୍ଛା ଚାରି ଲେନ୍‌ ରାସ୍ତାକୁ ଦୁଇ ଲେନରେ ସୀମିତ ରଖିବା ପାଇଁ ଅପଚେଷ୍ଟା ଉପକୂଳ ରାଜପଥ ପ୍ରକଳ୍ପରେ ଗୁରୁତର ବାଧା ସୃଷ୍ଟି କରିଛି। ତେବେ ବିଳମ୍ୱରେ ହେଲେ ମଧ୍ୟ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିବା ଆମ ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ବିଷୟ। ଡ. ମହାନ୍ତି ଆହୁରି କହିଛନ୍ତି ଯେ ଉପକୂଳ ରାଜପଥ ନିର୍ମାଣ, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଉପକୂଳ ଜିଲାର ସୁରକ୍ଷା, ପର୍ଯ୍ୟଟନ ଓ ଆର୍ଥିକ ବିକାଶ (ବିଶେଷକରି ପୁରୀ-କାକଟପୁର, ଏରସମା) ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଜରୁରୀ। ବିପର୍ଯ୍ୟୟ ସମୟରେ ଶୂନ୍ୟ ଜୀବନ ହାନୀ ଲକ୍ଷ୍ୟ ପୂରଣ କରିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅବିଚାରିତ ଭାବେ ଏହି ପ୍ରକଳ୍ପକୁ ଦୁର୍ବଳ କରିବା ଦ୍ୱାରା ପରିବେଶ, ସାମାଜିକ ଓ ଆର୍ଥିକ ବିକାଶର ଗତିରୋଧ କରିବ। ତେଣୁ ଯେ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ନିଜର ପୂର୍ଣ୍ଣ କ୍ଷମତା ନ ଫେରିଛି, ସେ ପର୍ଯ୍ୟନ୍ତ ବିଜେଡି ଚୁପ୍‌ ବସିବ ନାହିଁ ବୋଲି ଡ. ମହାନ୍ତି ଦୃଢ଼ତାର ସହ କହିଛନ୍ତି।