Crime Branch - The Sakala

ଓଡ଼ିଶା ପୋଲିସ-NFSU ମଧ୍ୟରେ ୫ ବର୍ଷିଆ MoU ସ୍ୱାକ୍ଷରିତ: ସାଇବର ଅପରାଧ ତଦନ୍ତ ହେବ ସୁଦୃଢ଼
ଭୁବନେଶ୍ୱର: ସାଇବର ଅପରାଧ ତଦନ୍ତ କ୍ଷମତା ବୃଦ୍ଧି, ଡିଜିଟାଲ୍ ଫରେନ୍ସିକ୍ କୌଶଳକୁ ସୁଦୃଢ଼ କରିବା ଏବଂ ପୋଲିସିଂରେ ବୈଜ୍ଞାନିକ ପଦ୍ଧତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସର ସିଆଇଡି-କ୍ରାଇମ୍ ବ୍ରାଞ୍ଚ ଏବଂ ଭୁବନେଶ୍ୱରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସ ୟୁନିଭରସିଟି (NFSU) ମଧ୍ୟରେ ଏକ ୫ ବର୍ଷିଆ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ପୋଲିସର ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କ ଉପସ୍ଥିତିରେ କ୍ରାଇମ୍ ବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ଏବଂ ଏନଏଫଏସୟୁ କ୍ୟାମ୍ପସ ନିର୍ଦ୍ଦେଶକ ଡକ୍ଟର ପୂର୍ବୀ ପୋଖରିଆଲ୍ ଏହି ଏମଓୟୁରେ ସ୍ୱାକ୍ଷର କରିଥିଲେ।

ଏହି ଏମଓୟୁ ସ୍ୱାକ୍ଷର ପରେ ଡିଜିପି ଖୁରାନିଆ ପୋଲିସ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ “ସାଇବର କ୍ରାଇମ୍ ଇନଭେଷ୍ଟିଗେସନ୍ ଆଣ୍ଡ ଡିଜିଟାଲ୍ ଫରେନ୍ସିକ୍ସ” ନାମକ ଏକ ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏହି ଅବସରକୁ ଓଡ଼ିଶା ପୋଲିସର ଆଧୁନିକୀକରଣ ଦିଗରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରି ଡିଜିପି କହିଛନ୍ତି ଯେ, ଏହି ଭାଗିଦାରୀ ରାଜ୍ୟରେ ସାଇବର ପୋଲିସିଂକୁ ମଜବୁତ କରିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ଯୋଗାଇବ।

ବର୍ତ୍ତମାନ ସମୟରେ ଅପରାଧର ରୂପରେଖ ଦ୍ରୁତ ଗତିରେ ବଦଳୁଥିବା ବେଳେ ପ୍ରାୟ ପ୍ରତ୍ୟେକ ଅପରାଧିକ ତଦନ୍ତରେ ଡିଜିଟାଲ୍ ପ୍ରମାଣ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଡିଜିପି ଖୁରାନିଆ କହିଛନ୍ତି ଯେ, ମ୍ୟୁଲ୍ ଆକାଉଣ୍ଟ ଜାଲିଆତି, ଅନଲାଇନ୍ ବିନିଯୋଗ ଠକେଇ ଏବଂ “ଡିଜିଟାଲ୍ ଆରେଷ୍ଟ” ଭଳି ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ନୂତନ ଅପରାଧିକ ଆଇନ ଅଧୀନରେ ବୈଜ୍ଞାନିକ ତଦନ୍ତ ଏବଂ ଫରେନ୍ସିକ୍ ବିଶ୍ଳେଷଣର ଗୁରୁତ୍ୱ ଅଧିକ ବଢ଼ିଯାଇଛି। ସାଇବର ଅପରାଧକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, ସମଗ୍ର ଓଡ଼ିଶାରେ ୨୦ଟି ନୂତନ ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା ପ୍ରତିଷ୍ଠା କରାଯାଇଛି। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ଥାନାକୁ ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ଆଧୁନିକ ହାର୍ଡୱେର ଏବଂ ସଫ୍ଟୱେର ଯୋଗାଇ ଦିଆଯାଇଛି। କିନ୍ତୁ ଏହି ସବୁ ଜ୍ଞାନକୌଶଳର ଉପଯୁକ୍ତ ବ୍ୟବହାର ପାଇଁ ସ୍ୱତନ୍ତ୍ର ତାଲିମ ଆବଶ୍ୟକ।

ଏନଏଫଏସୟୁ ସହ ସ୍ୱାକ୍ଷରିତ ଏମଓୟୁ କେବଳ ତାଲିମ ମଧ୍ୟରେ ସୀମିତ ନୁହେଁ। ଏହା ଅପରାଧ ସ୍ଥଳ ପରିଚାଳନା, ଉଚ୍ଚଶିକ୍ଷା, ମିଳିତ ଗବେଷଣା, ଫରେନ୍ସିକ୍ ଭିତ୍ତିଭୂମିର ବିକାଶ ଏବଂ ବୈଷୟିକ ପରାମର୍ଶ ଭଳି କ୍ଷେତ୍ରକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ। କ୍ରାଇମ୍ ବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୨୦୨୭ ସୁଦ୍ଧା ୩୪ଟି ପୋଲିସ ଜିଲ୍ଲା ଏବଂ କ୍ରାଇମ୍ ବ୍ରାଞ୍ଚର ମୋଟ ୪୮୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ୧୬ଟି ବ୍ୟାଚରେ ତାଲିମ ଦିଆଯିବ। ପ୍ରତ୍ୟେକ ବ୍ୟାଚରେ କନେଷ୍ଟବଳରୁ ଆରମ୍ଭ କରି ଡିଏସପି ପାହ୍ୟା ପର୍ଯ୍ୟନ୍ତ ୩୦ ଜଣ ପ୍ରତିଯୋଗୀ ସାମିଲ ହେବେ।

୬ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଏନଏଫଏସୟୁ ଠାରେ ୫ ଦିନର ଶ୍ରେଣୀଗୃହ ଓ ଲାବୋରେଟୋରୀ ଭିତ୍ତିକ ଅଧିବେଶନ ସାମିଲ ଥିବାବେଳେ ସାଇବର କମ୍ପ୍ଲେକ୍ସରେ ଗୋଟିଏ ଦିନର ବ୍ୟବହାରିକ ତାଲିମ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଏସଏଫଏସଏଲ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ ବାଲା, ଆଇଜି (କ୍ରାଇମ୍) ଡକ୍ଟର ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଏନଏଫଏସୟୁ ସହଯୋଗୀ ପ୍ରାଧ୍ୟାପକ ଡକ୍ଟର ବିଶ୍ୱ କଲ୍ୟାଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କଲା STF; ୩ ଗିରଫ, ୩.୮୬ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର: ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କଲା STF । ଏହି ଘଟଣାରେ ଏସ୍‌ଟିଏଫ୍ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩.୮୬ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତମାନେ ଓଡ଼ିଶାରୁ ରାଜସ୍ଥାନକୁ ଗଞ୍ଜେଇ କାରବାର କରୁଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୮ ତାରିଖ, ୨୦୨୬ ଦିନ ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ନିକଟରେ ଏକ ଆଇଚର କଣ୍ଟେନର ଯାଞ୍ଚ ବେଳେ ଏସ୍‌ଟିଏଫ୍ ୨୨୭.୪୦୦ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଗଞ୍ଜେଇ ଗଜପତି ଜିଲ୍ଲାର ଅଡବା ଅଞ୍ଚଳରୁ ରାଜସ୍ଥାନକୁ ଚାଲାଣ ହେଉଥିଲା। ଏହି ଘଟଣାରେ ଏସ୍‌ଟିଏଫ୍ କେସ୍ ନମ୍ବର ୦୮/୨୦୨୬ (ଏନଡିପିଏସ ଆକ୍ଟ) ରୁଜୁ କରି ଅଧିକ ଖୋଳତାଡ଼ କରୁଥିଲା। ଏହି ତଦନ୍ତର ଫଳସ୍ୱରୂପ ରାକେଟ୍‌ର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳତା ମିଳିଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲାର ଶିବରାମ ବିଶ୍ଵାଳ (୩୮), ଶିବରାମ ପାତ୍ର (୩୩) ଏବଂ ବ୍ରହ୍ମପୁରର କାଣା ମିଟୁ ଓରଫ ମନୋରଞ୍ଜନ ସାବତ (୪୯)। ତଦନ୍ତରୁ ଜଣାପଡିଛି ଯେ, ଏହି ତିନି ଜଣ ଅଭିଯୁକ୍ତ ଗଞ୍ଜେଇ ସଂଗ୍ରହ, ଲୁଚାଇ ରଖିବା ଏବଂ ଅନ୍ୟ ରାଜ୍ୟକୁ ଚାଲାଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ।

ଅଭିଯୁକ୍ତ ଶିବରାମ ବିଶ୍ଵାଳଙ୍କ ଘରେ ଚଢ଼ାଉ କରି ଏସ୍‌ଟିଏଫ୍ ଟିମ୍ ନଗଦ ୩.୮୬ ଲକ୍ଷ ଟଙ୍କା, ମୋବାଇଲ ଫୋନ ଏବଂ ବେଆଇନ ନିଶା କାରବାର ସହ ଜଡିତ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ କରିଛି। ଏସ୍‌ଟିଏଫ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, କାଣା ମିଟୁ ନାମରେ ପୂର୍ବରୁ ଧରାକୋଟ ଏବଂ ବ୍ରହ୍ମପୁର ଟାଉନ୍ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ସେହିପରି ଶିବରାମ ବିଶ୍ଵାଳଙ୍କ ନାମରେ ମଧ୍ୟ ମହାରାଷ୍ଟ୍ରରେ ଏକ ଏନଡିପିଏସ (NDPS) ମାମଲା ରହିଥିବା ଜଣାପଡ଼ିଛି।

ଗିରଫ ଅଭିଯୁକ୍ତମାନଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ ଏବଂ ସେମାନଙ୍କର ବ୍ୟାପକ ନେଟୱାର୍କ, ଆର୍ଥିକ କାରବାର ତଥା ମୁଖ୍ୟ ଫାଇଦା ନେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଆଦାୟ ପାଇଁ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍ ପ୍ରୟାସ କରିବ। ଏହା ସହିତ ଅଭିଯୁକ୍ତମାନଙ୍କ ସମ୍ପତ୍ତିର ଆର୍ଥିକ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।

ରାଜ୍ୟ ବାହାରେ ସକ୍ରିୟ ଥିବା ଏନଡିପିଏସ ଅପରାଧୀଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଏସ୍‌ଟିଏଫ୍ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ବିଭିନ୍ନ ରାଜ୍ୟର କ୍ରାଇମ୍ ବ୍ରାଞ୍ଚ ସହ ସମନ୍ୱୟ ରକ୍ଷା କରାଯାଇ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଛି।

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା । ଆସିଲା ସୌମ୍ୟଙ୍କ ସାଙ୍ଗ ଓମ୍‌ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ଓମ୍ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ । ଏବେ ବି ଆହୁରି ୫ରୁ ୬ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଚାର୍ଜସିଟ ଦାଖଲ ହେବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଫେରାର ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ।

ଗତ ମେ ୭ ତାରିଖରେ ବାଲିଅନ୍ତାର ରାମଚନ୍ଦ୍ରପୁରରେ ଅଭାବନୀୟ ଘଟଣା ଘଟିଥିଲା । ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଏବଂ ତାଙ୍କ ବନ୍ଧୁ ଓମ୍ ପ୍ରକାଶ ରାଉତ ବାଇକରେ ଯାଉଥିବା ବେଳେ ଏକ ସ୍କୁଟିରେ ଯାଉଥିବା ଦୁଇଜଣ ଯୁବତୀଙ୍କ ସହ ଧକ୍କା ହୋଇଥିଲା । ଯୁବତୀ ଦ୍ୱୟ ସୌମ୍ୟଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମର ଅଭିଯୋଗ ଆଣିଥିଲେ । ଏହାପରେ ପ୍ରାୟ ୪୦ ରୁ ୫୦ ଜଣ ଉତ୍ତ୍ୟକ୍ତ ଲୋକଙ୍କର ଏକ ଗୋଷ୍ଠୀ ସୌମ୍ୟଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ ।

ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ମାମଲା: ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ମାମଲାରେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ । ମନୋଜ ପାଢ଼ୀଙ୍କୁ ଗିରଫ କରି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ପ୍ରକାଶନରେ ହୋଇଥିବା ଅନିୟମିତତା ମାମଲାରେ କ୍ରାଇମବ୍ରାଞ୍ଚ ମଙ୍ଗଳବାର ଦିନ ପୂର୍ବତନ ଏସସିଇଆରଟି (SCERT) ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି।

ତଦନ୍ତକାରୀ ସଂସ୍ଥା ପକ୍ଷରୁ ପ୍ରଥମେ ତାଙ୍କୁ ଅଟକ ରଖାଯାଇଥିଲା। ପରେ ପଚରାଉଚରା ଏବଂ ପ୍ରମାଣ ସଂଗ୍ରହ ପରେ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ରାଜ୍ୟବ୍ୟାପୀ ସ୍କୁଲ ପାଠ୍ୟପୁସ୍ତକ ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନରେ ହୋଇଥିବା ବ୍ୟାପକ ଅନିୟମିତତା ନେଇ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ କରିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା।

ବର୍ତ୍ତମାନର ଏସସିଇଆରଟି (SCERT) ନିର୍ଦ୍ଦେଶକ ମଧୁସ୍ମିତା ସାହୁଙ୍କ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୬(୫), ୨୦୧, ୩(୫) ଏବଂ ୬୧(୨) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ଏସପିଙ୍କ ତତ୍ତ୍ୱାବଧାନରେ ଡିଏସପି ନରେନ୍ଦ୍ର କୁମାର ବେହେରା ତଦନ୍ତକାରୀ ଅଧିକାରୀ ଭାବରେ ଏହି ଘଟଣାର ତଦନ୍ତ କରୁଛନ୍ତି।

ପାଠ୍ୟପୁସ୍ତକରେ ଥିବା ବ୍ୟାପକ ତ୍ରୁଟିକୁ ଦର୍ଶାଇ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏକ ରିପୋର୍ଟରୁ ଏହି ମାମଲାର ସୂତ୍ରପାତ ହୋଇଥିଲା। ଗତ ମାସରେ ବିଭିନ୍ନ ବିଷୟର ପାଠ୍ୟପୁସ୍ତକରେ ୧,୬୭୮ଟି ତଥ୍ୟଗତ, ମୁଦ୍ରଣ ଏବଂ ଅନ୍ୟାନ୍ୟ ତ୍ରୁଟି ଧରାପଡ଼ିବା ପରେ ସରକାର ଉନ୍ନୟନ କମିଶନର ଡିକେ ସିଂହଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରିଥିଲେ।

କମିଟିର ରିପୋର୍ଟ ଆଧାରରେ ରାଜ୍ୟ ସରକାର ମନୋଜ ପାଢ଼ୀଙ୍କ ସମେତ ଏସସିଇଆରଟି (SCERT)ର ଅନ୍ୟ ତିନିଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିଥିଲେ। ପାଠ୍ୟପୁସ୍ତକର ଅନୁମୋଦନ ଏବଂ ମୁଦ୍ରଣ ପ୍ରକ୍ରିୟାରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀଙ୍କ ଭୂମିକାକୁ ନେଇ କ୍ରାଇମବ୍ରାଞ୍ଚ ଏବେ ତଦନ୍ତ ଜାରି ରଖିଛି।

ବାଲିଅନ୍ତା ବର୍ବର କାଣ୍ଡ: କ୍ରାଇମବ୍ରାଞ୍ଚ ହାତରେ ସୌମ୍ୟ ହତ୍ୟା ମାମଲାର ଆଉ ଜଣେ ମୁଖ୍ୟ ଅଭିଯୁକ୍ତ
ଭୁବନେଶ୍ୱର: ବାଲିଅନ୍ତା ବର୍ବର କାଣ୍ଡ  ଓ ଭିଡ଼ ହିଂସା ମାମଲା । ବାଲିଅନ୍ତାର ଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଆଉ ଏକ ବଡ଼ ସଫଳତା । ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଜଣକ ହେଲା ଅଶୋକ ଜେନା ଓରଫ ଗେଡ଼ । ଅଶୋକର ଘର କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱରଗଡା । ବୟସ ୪୫ ବର୍ଷ। ପଟିଆ ସ୍ଥିତ ହୋଟେଲ 'ରିଗାଲ ଷ୍ଟେ'ରେ ଲୁଚିଥିବା ବେଳେ କାବୁ କରିଛି କ୍ରାଇମବ୍ରାଞ୍ଚ। ଗିରଫ ପରେ ସାମ୍ନାକୁ ଆସିଛି ଅଭିଯୁକ୍ତର ବର୍ବର କାରନାମା ।

ତଦନ୍ତରୁ ଜଣାପଡ଼ିଛି ଯେ, ସୋମ୍ୟଙ୍କୁ ନିର୍ମମ ଭାବେ ମାଡ଼ ମାରାଯାଉଥିବା ସମୟରେ ଅଭିଯୁକ୍ତଙ୍କୁ ଅନେକ ଥର ତାଗିଦ୍ କରାଯାଇଥିଲା । ଏଭଳି ମାଡ଼ ମାରିଲେ ଫସିବ ବୋଲି ସତର୍କ କରାଯାଇଥିଲେ ମଧ୍ୟ ସେ କାହାର କଥା ଶୁଣିନଥିଲା । ବରଂ ଗାଳିଗୁଲଜ କରି ଅଧିକ ଉତ୍ତ୍ୟକ୍ତ ହୋଇ ସୋମ୍ୟଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିଚାଲିଥିଲା ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ସେ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ାଉ କରି ତାକୁ ଗିରଫ କରିଥିଲା । ସୋମ୍ୟ ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଏବେବି ଉତ୍ତେଜନା ଲାଗି ରହିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଏହି ଘଟଣାରେ ସମୁଦାୟ ୧୭ ଜଣଙ୍କୁ ଗିରଫ କରିଛି । ପୂର୍ବରୁ କମିଶନରେଟ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଅନ୍ୟ ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ୪୮ ବର୍ଷୀୟ ବିନୋଦ ବେହେରା ଗିରଫ। ବିନୋଦ ଘର କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁର ହୋଇଥିବା ବେଳେ ସତ୍ୟନଗରରେ ସେ ରହୁଥିଲା । ଏହି କେସରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ପୂର୍ବରୁ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ମୁଖ୍ୟ ଅଭିଯୁକ୍ତମାନେ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଥିଲା । କମିଶନରେଟ ପୋଲିସ ଏହି ଘଟଣାରେ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ୫ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଥାନା ଓ କ୍ରାଇମସ୍ପଟକୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ। ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ ଏଭିଡ଼େନ୍ସ ଜରିଆରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ। ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆହୁରି ୨୦ ରୁ ଉର୍ଦ୍ଧ୍ବ ଲୋକ ସମ୍ପୃକ୍ତି ଥିବା ଜଣାପଡିବା ପରେ ଜିଲ୍ଲା ବାହାରେ ଚଢ଼ାଉ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଭାଇରାଲ ଭିଡିଓ ଆଧାରରେ ତଦନ୍ତ ଚାଲିଥିବା ବେଳେ ବିଭିନ୍ନ ଦିଗକୁ ଦୃଷ୍ଟି ଦିଆଯାଉଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

ମିରଟରେ ବଡ଼ ଧରଣର ଜିଏସଟି ଠକେଇ ପର୍ଦ୍ଦାଫାସ: ୭୦ କୋଟିର ନକଲି ବିଲ୍, ପଞ୍ଜାବରୁ ୨ ଗିରଫ
ଉତ୍ତରପ୍ରଦେଶର ମିରଟ କ୍ରାଇମ ବ୍ରାଞ୍ଚ ଏକ ବଡ଼ ଧରଣର ଜିଏସଟି (GST) ଠକେଇର ପର୍ଦ୍ଦାଫାସ କରିଛି। ନକଲି କମ୍ପାନୀ ଜରିଆରେ ପ୍ରାୟ ୭୦ କୋଟି ଟଙ୍କାର ନକଲି କାରବାର ଦେଖାଇ ସରକାରଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଅଭିଯୋଗରେ ପୋଲିସ ପଞ୍ଜାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଟିକସ ଚୋରିର ଏକ ସଂଗଠିତ ନେଟୱାର୍କ ବିଷୟରେ ଜଣାପଡିଛି।

୭୦ କୋଟିର ନକଲି କାରବାର ଓ ୭ କୋଟିର ଠକେଇ

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ନକଲି ଫାର୍ମ ବା କମ୍ପାନୀ ସୃଷ୍ଟି କରି କାଗଜପତ୍ରରେ ପ୍ରାୟ ୭୦ କୋଟି ଟଙ୍କାର ନକଲି କାରବାର ଦେଖାଇଥିଲେ। ବାସ୍ତବରେ କୌଣସି ସାମଗ୍ରୀ କିଣାବିକା ନହୋଇ କେବଳ ବିଲ୍ ପ୍ରସ୍ତୁତ କରାଯାଇଥିଲା। ଏହି ନକଲି ବିଲ୍ ଜରିଆରେ ସେମାନେ ସରକାରଙ୍କଠାରୁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ITC) ବାବଦରେ ପ୍ରାୟ ୭ କୋଟି ଟଙ୍କା ହଡ଼ପ କରିଥିଲେ। ଏହି ଠକେଇ ଯୋଗୁଁ ସରକାରୀ ରାଜସ୍ୱର ବିପୁଳ କ୍ଷତି ଘଟିଛି।

ପଞ୍ଜାବରୁ ଦୁଇ ଅଭିଯୁକ୍ତ ଗିରଫ

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପଞ୍ଜାବର ଫତେଗଡ ସାହିବ ନିବାସୀ ଗୁରଦୀପ ସିଂ ଏବଂ ଧର୍ମେନ୍ଦ୍ର କୁମାର। ମିରଟ ପୋଲିସ ଗୁପ୍ତ ସୂଚନା ଆଧାରରେ ପଞ୍ଜାବର ମଣ୍ଡି ଗୋବିନ୍ଦଗଡ ସ୍ଥିତ ଅମଲୋହ ରୋଡ ଅଫିସରେ ଚଢାଉ କରି ଉଭୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ଦୁଇଟି ଲାପଟପ୍ ଏବଂ ଚାରୋଟି ମୋବାଇଲ୍ ଫୋନ୍ ଜବତ କରିଛି, ଯାହା ଏହି ଠକେଇରେ ବ୍ୟବହୃତ ହେଉଥିଲା।

ପୋଲିସର ବୟାନ

ମିରଟ ପୋଲିସ ଅଧିକାରୀ (ସିଓ) ସୁଚିତା ସିଂହଙ୍କ ସୂଚନା ମୁତାବକ, ବହସୁମା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଜଣାପଡିଥିଲା ଯେ ଅଭିଯୁକ୍ତମାନେ ଏକ ସୁଚିନ୍ତିତ ଷଡଯନ୍ତ୍ର ମାଧ୍ୟମରେ ନକଲି କମ୍ପାନୀ ଖୋଲି ଏହି ଠକେଇ ଚଳାଇଥିଲେ। ପ୍ରାଥମିକ ତଦନ୍ତରୁ ପ୍ରାୟ ୬୯ କୋଟି ୯୯ ଲକ୍ଷ ଟଙ୍କାର ନକଲି କାରବାର ହୋଇଥିବା ଜଣାପଡିଛି। ବର୍ତ୍ତମାନ ପୋଲିସ ଏହି ନେଟୱାର୍କରେ ସାମିଲ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ବିଷୟରେ ଅଧିକ ତଦନ୍ତ କରୁଛି।

STF ପଞ୍ଝାରେ ନକଲି ସୂଚନା ଅଧିକାର କର୍ମୀ, ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଠକୁଥିଲା କୋଟି କୋଟି ଟଙ୍କା
ଭୁବନେଶ୍ବର: ବନ୍ଧା ହେଲେ ନକଲି ସୂଚନା ଅଧିକାର କର୍ମୀ । ନିଜକୁ ସୂଚନା ଅଧିକାର କର୍ମୀ ବୋଲି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରିବା ସହ ଚାକିରି ଆଶାୟୀ, କ୍ରଶର ଲାଇସେନ୍ସ, ମଦ ଲାଇସେନ୍ସ, ବଦଳି ଓ ଚାକିରି ଦେବାକୁ କହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମାଷ୍ଟର ମାଇଣ୍ଡ ଠକ କିଶୋର ମିଶ୍ରକୁ ଆଜି ଏସଟିଏଫ ଗିରଫ କରିଛି । କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । ଅଭିଯୁକ୍ତ ନିକଟରୁ ନକଲି ଆଇଡେଣ୍ଟିଟି କାର୍ଡ ସମେତ ଅନ୍ୟ କାଗଜ ଜବତ କରିଛି STF । ୨ ରୁ ୩ ବର୍ଷ ଧରି କିଶୋର ମିଶ୍ର ଏହି କାରନାମା କରୁଥିବାବେଳେ ତାଙ୍କର ଆକାଉଣ୍ଟରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଥିବାର ଜଣାପଡିଛି ।

ଅଭିଯୁକ୍ତ କିଶୋର ମିଶ୍ରଙ୍କୁ ଗିରଫ ପରେ କୋରାପୁଟ ଏସଡିଜେଏମରେ ହାଜର କରାଯାଇଥିଲା । କିଶୋରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ସହ ଗ୍ୟାଙ୍ଗରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯିବ ।

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପାଇଁ ଏଫ୍‌ବିଆଇକୁ ସହାୟତା ମଗାଯାଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ଦିବଂଗତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପାଇଁ ଏଫ୍‌ବିଆଇକୁ ସହାୟତା ମଗାଯାଇଥିଲା । ଏ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । ସିଧାସଳଖ ଭାବେ ଏଫବିଆଇ ସହ ଯୋଗାଯୋଗ ସମ୍ଭବ ନୁହେଁ । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ଲୋଡାଯାଇଛି । ନବ ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ମଗାଯାଇନଥିଲା ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏଭଳି ଖବର ଭିତ୍ତିହୀନ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି। ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କ୍ରାଇମବ୍ରାଞ୍ଚ ଶନିବାର ସ୍ପଷ୍ଟ କରିଛି।

ଫେବ୍ରୁଆରୀ ୨୨ରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା ଗୃହ ବିଭାଗ । ୧୮୭/ସି/୨୨.୦୨.୨୦୨୩ ନମ୍ବର ଚିଠିରେ କେନ୍ଦ୍ରକୁ ଅନୁରୋଧ କରିଥିବା ଜଣାପଡ଼ିଛି । ଏ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । କିଛି ଗଣମାଧ୍ୟମରେ ପ୍ରସାରିତ ଖବରକୁ ମିଛ କହିବା ସହ ଅସମର୍ଥିତ ଖବର ପ୍ରସାରଣ ନକରିବାକୁ କ୍ରାଇମବ୍ରାଞ୍ଚ ଅନୁରୋଧ କରିଛି ।

ନବ ଦାସଙ୍କୁ ଗୁଳିମାଡ଼ ଘଟଣା: ହତ୍ୟାକାରୀ ଗୋପାଳଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ବର: ନବ ଦାସଙ୍କ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ । ନବଦାସଙ୍କ ହତ୍ୟାକାରୀ ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେଇଛି। ଜଳେଶ୍ୱରପୁର ଘରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ସତ୍ୟନାରାୟଣଙ୍କୁ ଜେରାର କିଛି ଘଣ୍ଟା ପରେ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ତେବେ ଗୋପାଳର ଭାଇଙ୍କୁ କ୍ରାଇମବ୍ରାଞ୍ଚ କୁଆଡ଼େ ନେଇଛି ଜଣାପଡ଼ିନି ।

ସୂଚନା ଅନୁଯୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତଭା ଭାର ନେଇ ତଦନ୍ତ କରୁଛି। ଏହି କ୍ରମରେ ଏଏସଆଇ ଗୋପାଳ ଦାସଙ୍କ ଭାଇଙ୍କ ହୋଟେଲରେ ପହଞ୍ଚି ତନାଘନା କ୍ରାଇମବ୍ରାଞ୍ଚ ଟିମ୍‌ ଚଳାଇଥିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଝାରସୁଗୁଡ଼ା ବ୍ରଜରାଜନଗରରେ ଥିବା ଗୋପାଳ ଦାସଙ୍କ ଭାଇଙ୍କ ହୋଟେଲରେ ପହଞ୍ଚି ତଦନ୍ତ କରିଥିଲେ। ଏଡିଜିଙ୍କ ସହିତ ସ୍ଥାନୀୟ ପୁଲିସ ଟିମ୍ ତାଙ୍କୁ ତଦନ୍ତରେ ସହଯୋଗ କରିଥିଲେ।

ନବ ଦାସଙ୍କୁ ଗୁଳିମାଡ଼ କରାଯାଇଥିବା ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଲାଗି ଉପସ୍ଥିତ ଅଛନ୍ତି। କ୍ରାଇମସ୍ପଟରେ ଥ୍ରି-ଡି ଡିଜିଟାଲ ସ୍କାନର ଲଗାଯାଇଛି। ଆଜି ପୁଣି ଗୋଟାଏ ଖୋକା ମିଳିଛି। ପୂର୍ବରୁ ଘଟଣାସ୍ଥଳରୁ ଗୋଟିଏ ଖାଲି ଖୋକା ଏବଂ ଅନ୍ୟ ତଥ୍ୟ ପ୍ରମାଣ ଜବତ କରାଯାଇଛି। ଏହି ଟିମ୍ ୯ ଏମଏମ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଏକ ମୋବାଇଲ୍ ଫୋନ ଜବତ କରିଛି। ବନ୍ଧୁକ ଓ ଗୁଳିର ବାଲାଷ୍ଟିକ ପରୀକ୍ଷା ଏବଂ ମତ ପାଇଁ ଫରେନସିକ ଲାବରୋଟୋରିକୁ ପଠାଯାଇଛି।

ତେଣେ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ଆସି ପହଞ୍ଚିଥିବା ଜଣାଯାଇଛି। ଏହି ଟିମ୍ ଏ ଏସ ଆଇ ଗୋପାଳଙ୍କ ପତ୍ନୀଙ୍କୁ ଜେରା କରୁଥିବାର ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଗୋପାଳଙ୍କ ଜଳେଶ୍ୱରଖଣ୍ଡି ସ୍ଥିତ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଗୋପାଳଙ୍କ ସ୍ତ୍ରୀ ଓ ପିଲାଙ୍କୁ ଗୋପାଳଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ।

ମାନସ ସ୍ବାଇଁ ହତ୍ୟା ମାମଲା : ଖୋଲିବ ମେମୋରି ଚିପ୍‌ ରହସ୍ୟ, ସତ ଜାଣିବାକୁ ଆସନ୍ତାକାଲି ଶର୍ମିଷ୍ଠା ଓ ଝୁନାଙ୍କ ପଲିଗ୍ରାଫ୍‌ ଟେଷ୍ଟ କରିପାରେ କ୍ରାଇମବ୍ରାଞ୍ଚ
ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ଆଜି ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ। ଶର୍ମିଷ୍ଠାଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇଙ୍କୁ ମଧ୍ୟ ପୁଣି ରିମାଣ୍ଡରେ ନେବାକୁ ଅନୁମତି ପାଇଛି କ୍ରାଇମ୍‌ବ୍ରାଞ୍ଚ। ଚାନ୍ଦବାଲି ଜେଏମଏଫସି କୋର୍ଟ ଉଭୟଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ସେହିଭଳି ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଜେଲ ପଠାଇଛନ୍ତି କୋର୍ଟ ।

ମାନସ ମୃତ୍ୟୁ ମାମଲାରେ ଖୋଳତାଡ ପାଇଁ ୪ ଅଭିଯୁକ୍ତଙ୍କୁ ଆଉ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କୋର୍ଟ ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ଆବେଦନକୁ ଅନୁମତି ଦେଇଛନ୍ତି ।ରିମାଣ୍ଡରେ ଆଣି କ୍ରାଇମବ୍ରଞ୍ଚ ଅନେକ ଦିଗକୁ ନେଇ ପଚରାଉଚରା କରିବ । ଯାଞ୍ଚ ବେଳେ ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଞ୍ଜନଙ୍କ ଡାଏରୀକୁ ନେଇ ତଦନ୍ତ କରାଯିବ । ଗତକାଲି ରିମାଣ୍ଡର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଂଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଥିଲା । ଏହି ଡାଏରୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି । କ୍ରାଇମବ୍ରାଞ୍ଚ ହାତରେ କିଛି ସୁରାଗ୍ ମିଳିଥିବା କୁହାଯାଉଛି । ଯାହାର ତଦନ୍ତ ପାଇଁ ପୁଣି ଥରେ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ

ଅନ୍ୟପଟେ ଯେଉଁଥି ପାଇଁ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟିଲା ସେହି ମେମୋରି ଚିପ୍‌ କୁଆଡେ ଗଲା ତାହାକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଅଧିକ ତନାଘନା କରୁଛି। କ୍ୟାମେରାମ୍ୟାନ ମାନସ ସ୍ବାଇଁକୁ ହତ୍ୟା କରିଥିବା ନେଇ ଅଭିଯୁକ୍ତମାନେ ଜେରା ସୟମରେ ମାନିଥିବା ବେଳେ ମେମୋରି ଚିପ୍‌ କୁଆଡେ ଗଲା ତାହା କହୁନାହାନ୍ତି। କ୍ରାଇମବ୍ରାଞ୍ଚ ଜେରା ସମୟରେ ମେମୋରି ଚିପ୍‌ ନେଇ ଜାଣିବାକୁ ଚାହିଁଥିଲେ ମଧ୍ୟ ମୁହଁ ଖୋଲିନାହିଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଏଣୁ ପୁଲିସ ରିମାଣ୍ଡରେ ଥିବା ଶର୍ମିଷ୍ଠା ଓ ଝୁନାଙ୍କ ପଲିଗ୍ରାଫ ଟେଷ୍ଟ କରିପାରେ । ଆସନ୍ତାକାଲି ଉଭୟଙ୍କ ପଲିଗ୍ରାଫ୍‌ ଟେଷ୍ଟ ହୋଇପାରେ।ମେମୋରି ଚିପ୍‌ ସମ୍ପର୍କରେ ଜାଣିବାକୁ କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍‌ ଟେଷ୍ଟ କରିବ।

ଭାଲେଣ୍ଟାଇନ୍ ସପ୍ତାହ ପାଇଁ ସତର୍କ କରାଇଲା କ୍ରାଇମ୍‌ବ୍ରାଞ୍ଚ୍‌
ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍‌ ୱିକ୍। ସମୟ ସହ ବଢିଛି ମୋବାଇଲର ବ୍ଯବାହାର ।  ସୋସିଆଲ ମିଡିଆରେ ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା କହିବା ସହ ଅନଲାଇନରେ ଉଭୟ ଉଭୟଙ୍କୁ ଗିଫ୍ଟ ଦେଇଥାନ୍ତି । ଫଳରେ ଅନଲାଇନ କାରବାର ବଢିଥାଏ । ଅନଲାଇନ କାରବାର ସମୟରେ ସାଇବର ଠକେଇ ଆଶଙ୍କା ରହିଛି। ଏ ନେଇ ସତର୍କ କରାଇଛି କ୍ରାଇମ୍‌ବ୍ରାଞ୍ଚ୍‌। କୌଣସି ସମୟରେ ଆପଣଙ୍କୁ ସାଇବର ଠକ ମାନେ ଚୂନ ଲଗାଇପାରନ୍ତି। ଠକ ମାନେ ଚାତକ ଭଳି ଚାହିଁ ରହିଛନ୍ତି। ସାଇବର ଠକେଇ ଆଶଙ୍କା କରି ସତର୍କ କରାଇଛି କ୍ରାଇମ୍‌ବ୍ରାଞ୍ଚ୍‌ । ଅଜଣା କଲ୍ ଓ ଗିଫ୍ଟ ଆଦି ନେବା ଓ ଦେବାରେ ସତର୍କ ରହିବାକୁ ପରାମର୍ଶ ଦେଇଛି କ୍ରାଇମ୍‌ବ୍ରାଞ୍ଚ୍‌।