Nasal Vaccine - The Sakala
ଜାନୁଆରୀ ୨୬ରେ ଲଞ୍ଚ ହେବ ଭାରତରେ ତିଆରି ପ୍ରଥମ କୋଭିଡ୍‌ ନାଜାଲ ଭ୍ୟାକସିନ
ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବିଶ୍ଵର ପ୍ରଥମ ନାଜାଲ୍ କୋଭିଡ୍ ଟିକା । ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍ ଟିକା INCOVACC କୁ ଲଞ୍ଚ କରିବ। ଏନେଇ ଭୋପାଳରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ (ଆଇଆଇଏସ୍‌ଏଫ୍‌)ରେ କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ଏହି ଟିକାକୁ ନାକ ଜରିଆରେ ନିଆଯିବ ।
ଭୋପାଳରେ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଇଲ୍ଲା ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଗଣତନ୍ତ୍ର ଦିବସରେ ଏହି ନାଜାଲ ଟିକାକୁ ଲଞ୍ଚ କରାଯିବ । ସେ କହିଛନ୍ତି ଯେ, ଗାଈଙ୍କ ଦେହରେ ଦେଖା ଯାଉଥିବାର ଲୁମ୍ଫି ଚର୍ମ ରୋଗର ମୁକାବିଲା ପାଇଁ Lumpi-ProVacInd କୁ ଆସନ୍ତା ମାସରେ ଲଞ୍ଚ କରାଯିବ। ଏହାପୂର୍ବରୁ କରୋନାର ମୁକାବିଲା ପାଇଁ ନାଜାଲ ଟିକାର ଶୁଭାରମ୍ଭ ହେବ।
ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନର ନାମ iNCOVACC ରହିଛି । ଏହାର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ। ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି। ତେବେ ହସପିଟାଲ ପକ୍ଷରୁ ସେମାନଙ୍କର ଅତିରିକ୍ତ ଚାର୍ଜ ମିଶାଇ ପାରନ୍ତି । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ।
ନୂଆଦିଲ୍ଲୀ: କିଛି ଦିନର ଅନ୍ତରାଳରେ ପୁଣିଥରେ ମହାମାରୀ କରୋନା ସଂକ୍ରମଣର ବିସ୍ଫୋରଣକୁ ଦେଖି ସତର୍କ ହୋଇପଡିଛନ୍ତି ଭାରତ ସରକାର। ନିକଟରେ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ ‘INCOVACC’ କୁ ଦେଶରେ ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର । ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର ୨ ବୁନ୍ଦା ନାକରେ ପକାଯିବ । ଏହି ଟିକାକୁ ସରକାରଙ୍କ ମଞ୍ଜୁରି ମିଳିବା ପରେ ଏବେ ଏହାର ମୂଲ୍ୟ ଘୋଷଣା କରାଯାଇଛି । ଏହି ନାଜାଲ୍ ଟିକାର ଗୋଟିଏ ଡୋଜର ମୂଲ୍ୟ ୮୦୦ ଟଙ୍କା ରଖାଯାଇଛି । ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି ।
ଆଇଏମଏ ସେକ୍ରେଟାରୀ ଅନିଲ ଗୋୟଲଙ୍କ କହିବା ମୁତାବକ, ଏହି ନାଜାଲ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବୀ । ଏହାକୁ କୌଣସି କଷ୍ଟରେ ଲୋକେ ଗ୍ରହଣ କରିପାରିବେ । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍‌ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ। ଟ୍ରାଏଲ୍ ସମୟରେ ଟିକା ନେଉଥିବା ଲୋକଙ୍କ ଦେହରେ ନାଜାଲ ଭ୍ୟାକସିନ୍ ଆଣ୍ଟିବଡି ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।
ଭାରତରେ ନାଜାଲ ଭ୍ୟାକ୍ସିନ ବ୍ୟବହାରକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ବିଶ୍ୱରେ କୋଭିଡ୍‌  ସଂକ୍ରମଣ ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି। ଏହାରି ଭିତରେ ଭାରତରେ ନାଜାଲ ଭ୍ୟାକ୍ସିନ ବ୍ୟବହାରକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ। ଇଞ୍ଜେକ୍‌ସନ୍‌ରେ ଦିଆଯାଉଥିବା ଭ୍ୟାକ୍ସିନ୍‌ ତୁଳନାରେ ନାଜାଲ ଟିକା ଭଲ ବୋଲି ବିବେଚନା କରାଯାଉଛି । ବିଶେଷଜ୍ଞ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନାଜାଲ ଭାକ୍ସିନ୍‌ ନଷ୍ଟ ହେବାର ସମ୍ଭାବନା ମଧ୍ୟ କମ୍‌ ବୋଲି ବିଶେଷଜ୍ଞ କମିଟି କହିଛି ।  ଭାରତ ବାୟୋଟେକର ଏହି ନାଜାଲ ଭାକ୍ସିନ୍‌ ପ୍ରଥମେ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଏହାକୁ ମଧ୍ୟ କୋ ୱିନ ଆପରେ ସ୍ଥାନୀତ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି।
ନାଜାଲ ଟିକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି
ନୂଆଦିଲ୍ଲୀ: ନାଜାଲ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନେଇ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆ) । ଭାରତ ବାୟୋଟେକ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ୍‌(ବିଆଇଆର୍‌ଏସି) ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରୋନା ପ୍ରତିରୋଧୀ ନାଜାଲ ଟିକା ‘ବିବିଭି୧୫୪’ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି ମିଳିଛି । ଏହି ଟିକା ନେବା ପରେ ଶରୀରରେ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଉନଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡ଼ିଛି । ଏହି ପର୍ଯ୍ୟାୟରେ ୧୮-୬୦ ବର୍ଷ ବ୍ୟକ୍ତିଙ୍କ ଠାରେ ଏହାର ପରୀକ୍ଷା କରାଯାଇଥିଲା । ତେଣୁ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ  ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଅନୁମତି ଦେଇଛନ୍ତି । ପଶୁଙ୍କ ଠାରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ଅଧିକ ପରିମାଣର ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଅପରପକ୍ଷରେ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ୱରୁପ କହିଛନ୍ତି ଯେ, ଆମେ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଭ୍ୟାକ୍ସିନ ବିକଶିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ । ଗତ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଭ୍ୟାକ୍ସିନ୍ ଡ୍ରାଇଭରେ ଏଯାବତ୍ ୫୨ କୋଟ ଲୋକଙ୍କୁ କରୋନା ଟିକା ଦିଆଯାଇ ସାରିଛି ।