World Organ Donation Day - The Sakala
ଆଜି ବିଶ୍ୱ ଅଙ୍ଗଦାନ ଦିବସ: ନୂଆ ଜୀବନ ଦେଉଛି ମୃତକଙ୍କ ଅଙ୍ଗ
ଭୁବନେଶ୍ୱର: ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ସତ୍ତ୍ବେ ମଣିଷର ଅଙ୍ଗ ତିଆରି କରିବାରେ ଚିକିତ୍ସା ବିଜ୍ଞାନ ସଫଳ ହୋଇନାହିଁ। କିନ୍ତୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ, ଅନ୍ୟ ଶରୀରରୁ (ଜୀବିତ କିମ୍ବା ମୃତ) ଅଙ୍ଗ ସଂଗ୍ରହ ଓ ପ୍ରତିରୋପଣ ଜରିଆରେ ଚିକିତ୍ସା ବିଜ୍ଞାନ ଅନେକ ବାଟ ଆଗେଇ ଯାଇଛି। ଚିକିତ୍ସା ବିଜ୍ଞାନରେ ଅଙ୍ଗଦାନ ଏକ ନୂଆ କ୍ଷେତ୍ର, ଯେଉଁଠି ମୃତ୍ୟୁ ପରେ ଗୋଟିଏ ମଣିଷର ହୃଦୟ, ଫୁସ୍‌‌ଫୁସ୍‌‌, ବୃକ୍‌‌କ, ଯକୃତ, ଆଖି ମୂଲ୍ୟବାନ୍‌ ଅଙ୍ଗକୁ ଅନ୍ୟ ଲୋକଙ୍କ ଦେହରେ ପ୍ରତିରୋପଣ କରାଯାଉଛି। ଏହାଦ୍ବାରା ବହୁ ଲୋକ ନୂଆ ଜୀବନ ପାଉଛନ୍ତି। କିନ୍ତୁ ଏ ଦିଗରେ ଅନେକ ପ୍ରତିବନ୍ଧକ ରହିଛି। ସେସବୁର ପ୍ରତିକାର କରାଯାଇପାରିଲେ ଅଙ୍ଗଦାନ ମାନବ ସଭ୍ୟତାରେ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିପାରିବ। ଅଙ୍ଗଦାନର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ୧୩ ତାରିଖରେ ‘ବିଶ୍ୱ ଅଙ୍ଗ ଦାନ ଦିବସ’ ପାଳନ କରାଯାଉଛି।
ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହରାଇ ପ୍ରତିବର୍ଷ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ବର୍ଷକୁ ପ୍ରାୟ ୨ଲକ୍ଷ ଲୋକେ ଯକୃତ ହରାଇବାରେ ମୃତ୍ୟୁବରଣ କରୁଥିବା ବେଳେ ପ୍ରାୟ ୫୦ ହଜାର ଲୋକେ ହୃଦ୍‌‌ଘାତରେ ପ୍ରାଣ ହରାଉଛନ୍ତି। ସେହିପରି କିଡ୍‌‌ନୀ, ଅଗ୍ନାଶୟ, ଫୁସଫୁସ୍‌, ଅମାଶୟ ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହରାଇ ଅନେକଙ୍କ ପ୍ରାଣ ଯାଉଛି। କିନ୍ତୁ ଏହି ସବୁ ଅଙ୍ଗ ଆବଶ୍ୟକତା ଅନୁସାରେ ପ୍ରତିରୋପଣ ହୋଇପାରୁନାହିଁ। ଅଙ୍ଗଦାନ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା କରାଯାଉଛି। ଏ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ବହୁ ଆଗରେ ରହିଛି। ଓଡ଼ିଶାରେ ଅଙ୍ଗଦାତାଙ୍କ ମରଶରୀରକୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବା ସହ ଅଙ୍ଗଦାନ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ‘ସୂରଜ ସମ୍ମାନ’ ପ୍ରଦାନ ଆରମ୍ଭ କରିଥିଲେ। ଏହି ସମ୍ମାନ ଭାରତରେ ପ୍ରଥମ। କିନ୍ତୁ ଏଥିପାଇଁ ଏବେ ବି ସଚେତନତାର ଅଭାବ ରହିଛି।
ଜଣେ ବ୍ୟକ୍ତିଙ୍କର ମସ୍ତିଷ୍କମୃତ୍ୟୁ (ବ୍ରେନ୍‌‌ ଡେଡ୍‌‌) ହେବା ପରେ ଏକ ଗୋଲଡେନ୍‌‌ ପିରିୟଡ୍‌ ରହିଥାଏ। ଏହି ସମୟ ଅବଧି ମଧ୍ୟରେ ମରଶରୀରରୁ ଅଙ୍ଗ କଢ଼ାଯାଇ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥାଏ। କିନ୍ତୁ ଏହି ସୁବର୍ଣ୍ଣ ସମୟଟି ପ୍ରତି ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ହାତରେ ରହିଥିବା ବେଳେ ସେମାନେ ଏହାକୁ ପାଳନ କରୁନଥିବା କୁହାଯାଉଛି। ପ୍ରତି ହସ୍ପିଟାଲରେ ଆଇସିୟୁରେ ବ୍ରେନ୍‌‌ ଡେଡ୍‌‌ ଚିହ୍ନଟ ପାଇଁ ୪ ଜଣିଆ କମିଟି ରହିଥାନ୍ତି। ସେମାନେ ଏ ସମ୍ପର୍କରେ ଘୋଷଣା କରିଥାନ୍ତି। ପରେ ମୃତକଙ୍କ ପରିବାରଲୋକଙ୍କୁ ଅଙ୍ଗଦାନ ପାଇଁ ପ୍ରସ୍ତାବ ଦିଆଯାଇ ଏକ ଫର୍ମ ପୂରଣ କରାଯାଇଥାଏ। ରୋଗୀର ବ୍ରେନ୍‌‌ ଡେଡ୍‌‌ ହେବାପରର ଗୋଲଡେନ୍‌‌ ପିରିୟଡ୍‌‌ ଅବଧି ଏବଂ ଗ୍ରିନ୍‌‌ କରିଡର ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ରେନ୍‌‌ ଡେଡ୍‌‌ ସମୟକୁ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଘୋଷଣା କରୁନଥିବାରୁ ଏହି ପ୍ରକ୍ରିୟା ବିଳମ୍ବ ହୋଇ ମୃତ ବ୍ୟକ୍ତିଙ୍କ ଅଙ୍ଗ ପ୍ରତ୍ୟାରୋପଣ ହୋଇପାରୁ ନଥିବା କୁହାଯାଉଛି।
ସୂଚନା ଅନୁସାରେ, ଅଙ୍ଗ ପ୍ରତିରୋପଣ ନିମନ୍ତେ ରାଜ୍ୟରେ ମୋଟ୍‌‌ ୧୨ଟି ହସ୍ପିଟାଲକୁ ସରକାରୀ ସ୍ୱୀକୃତି ମିଳିଥିବା ବେଳେ ସେଥିମଧ୍ୟରୁ ଭୁବନେଶ୍ୱରରେ ୧୧ଟି ଏବଂ କଟକରେ ଗୋଟିଏ ରହିଛି। ସେହିପରି ଟିସୁ ପ୍ରତିରୋପଣ ନିମନ୍ତେ ଭୁବନେଶ୍ୱର ୨ଟି ହସ୍ପିଟାଲକୁ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇଛି। ୨୦୧୯ ମସିହାରେ ଓଡ଼ିଶାରେ ‘ଓଡ଼ିଶା ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତିରୋପଣ ସଂଗଠନ’ (ସୋଟୋ) ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ଅଙ୍ଗ ହରାଇଥିବା ଅନେକ ବ୍ୟକ୍ତି ଅଙ୍ଗ ପାଇଁ ନୂଆ ଜୀବନ ପାଇ ପାରିଛନ୍ତି। ଏଥିପାଇଁ ଆବଦନକାରୀଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିଥାଏ। ଏହାପରେ(ନୋଟୋ)(ନ୍ୟାସନାଲ ଅରଗାନ୍‌‌ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅରଗାନାଇଜେସନ୍‌‌) ନିୟମ ଅନୁସାରେ, ରୋଗୀଙ୍କ ସ୍ଥିତି, ବ୍ଲଡଗ୍ରୁପ୍‌‌ ଏବଂ ଅନ୍ୟନ ପରୀକ୍ଷା କରାଯାଇ ଅଙ୍ଗ ପ୍ରତ୍ୟାରୋପଣ କରାଯାଇଥାଏ।
ପ୍ରତିବର୍ଷ ପ୍ରାୟ ୮୦ଜଣ ଲୋକେ ଅଙ୍ଗ ପ୍ରତିରୋପଣ କରୁଥିବା ବେଳେ ଏପର୍ଯ୍ୟନ୍ତ ୧୭ଜଣ ଅଙ୍ଗଦାନ କରିଥିବା ଜଣାପଡ଼ିଛି। କେବଳ ୨୦୨୪ ମସିହା ଅଗଷ୍ଟ ମାସ ସୁଦ୍ଧା ୯ଜଣ ଅଙ୍ଗଦାନ କରିଛନ୍ତି। ସେଥିମଧ୍ୟରେ ୪ଜଣ ଶିଶୁ ମଧ୍ୟ ରହିଥିବା ବେଳେ ଚଳିତ ବର୍ଷବ୧୦ ଜଣଙ୍କୁ ‘ସୂରଜ ସମ୍ମାନ’ ପ୍ରଦାନ କରାଯିବ ବୋଲି ସୋଟୋ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଭାରତ ଶରୀର ଓ ଅଙ୍ଗଦାନ ସମିତି, ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟ କହିଛନ୍ତି ଯେ ସେ ପ୍ରଥମେ ଓଡ଼ିଶାରେ ୨୦୧୨ ମସିହାରୁ ଭାରତ ଶରୀର ଅଙ୍ଗଦାନ ସମିତି ମାଧ୍ୟମରେ ସଚେତନତା ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଲୋକେ ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିସାରିଛନ୍ତି। ଏହାସହ ଅନଲାଇନ୍‌‌ (angadanna.com) ମାଧ୍ୟମରେ ମଧ୍ୟ ପଞ୍ଜୀକରଣ ସୁବିଧା ରହିଛି। କିନ୍ତୁ ସରକାର କେବଳ ମେଟ୍ରୋ ସିଟି କଟକ ଏବଂ ଭୁବନେଶ୍ୱର ମଧ୍ୟରେ ଅଙ୍ଗ ପ୍ରତ୍ୟାରୋପଣ ସୁବିଧା କରିଥିବା ବେଳେ ସମସ୍ତ ଅଙ୍ଗ ପ୍ରତ୍ୟାରୋପଣ ସୁବିଧା ଏପର୍ଯ୍ୟନ୍ତ ହୋଇ ପାରିନଥିବାରୁ ବାହାର ରାଜ୍ୟର ହସ୍ପିଟାଲକୁ ନିର୍ଭର କରିବାକୁ ପଡ଼ୁଛି। ଏହାସହ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସୁବିଧା ଯୋଗାଇଦେବା ଉଚିତ। କାରଣ ବିଭିନ୍ନ ଜିଲ୍ଲାରେ ପ୍ରତିଦିନ ଅନେକ ଲୋକେ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିଲେ ବି ସେମାନଙ୍କ ଅଙ୍ଗଦାନ କିମ୍ବା ପ୍ରତ୍ୟାରୋପଣ କରାଯାଇପାରୁ ନାହିଁ। ଏଥିପାଇଁ ସରକାରୀ ଭିତ୍ତିଭୂମିର ଆବଶ୍ୟକତା ଅତ୍ୟନ୍ତ ଜରୁରୀ।
ଆଜି ବିଶ୍ବ ଅଙ୍ଗଦାନ ଦିବସ; ଅଙ୍ଗଦାନକୁ ପ୍ରୋତ୍ସାହନ ଦେଇ ବଞ୍ଚାନ୍ତୁ ଅନ୍ୟର ଜୀବନ
ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖକୁ ‘ବିଶ୍ବ ଅଙ୍ଗଦାନ ଦିବସ’ ଭାବେ ପାଳନ କରାଯାଉଛି। ଏହା ଉଦ୍ଦେଶ୍ୟ ହେଉଛି ଅଙ୍ଗଦାନ ସମ୍ପର୍କରେ ଥିବା ଭୁଲ୍‌ ଧାରଣାକୁ ଜନମାନସରୁ ହଟାଇବା ଏବଂ ଅଙ୍ଗଦାନକୁ ପ୍ରୋତ୍ସାହନ ଦେଇ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା। ତେବେ ଭାରତରେ ଅଙ୍ଗଦାନ ଦିବସ ସ୍ବତନ୍ତ୍ର ଭାବେ ନଭେମ୍ବର ୨୭ ତାରିଖରେ ପାଳନ କରାଯାଏ। ଅଙ୍ଗଦାନ କରିବା ପାଇଁ ସ୍ବତନ୍ତ୍ର ଆଇନ ମଧ୍ୟ ଅଛି।
ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ବାରା ଜଣେ ବ୍ୟକ୍ତିର ନିର୍ଦ୍ଦିଷ୍ଟ ଅଙ୍ଗପ୍ରତ୍ୟଙ୍ଗ ଅନ୍ୟ ବ୍ୟକ୍ତିର ଶରୀରରେ ପ୍ରତ୍ୟାରୋପଣ କରିଯାଇପାରୁଛି। ଜଣେ ବ୍ୟକ୍ତିର ମୃତ୍ୟୁ ପରେ, ତା’ର ବିଭିନ୍ନ ଅଙ୍ଗ ଅନ୍ୟ କେଉଁ ଜୀବିତ ବ୍ୟକ୍ତିର ଜୀବନ ବଞ୍ଚାଇପାରିବ। କିନ୍ତୁ ଅଙ୍ଗଦାନ ସମ୍ପର୍କିତ କିଛି ଅନ୍ଧବିଶ୍ବାସ ରହିଛି, ଯେଉଁଥିପାଇଁ ଲୋକମାନେ ଅଙ୍ଗଦାନ କରିବା କ୍ଷେତ୍ରରେ ସେତେଟା ଆଗ୍ରହ ଦେଖାଉନାହାନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରତିବର୍ଷ ଭାରତରେ ଅଙ୍ଗ କ୍ଷତିଗ୍ରସ୍ତ କାରଣରୁ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ବ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଅଙ୍ଗଦାନର ଅଭାବ ଏହାର ମୁଖ୍ୟ କାରଣ। ଜଣେ ଅଙ୍ଗଦାତା ତା’ର ବିଭିନ୍ନ ଅଙ୍ଗଦାନ ଦ୍ବାରା ୮ ଜଣ ଲୋକଙ୍କ ଜୀବନ ବଞ୍ଚାଇପାରିବ। ତେଣୁ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରି ଅନ୍ୟ କାହାର ଜୀବନ ବଞ୍ଚାଇବା ପାଇଁ ‘ଅଙ୍ଗଦାନ ଦିବସ’ ପାଳନ କରାଯାଉଛି। ଏଥିରେ ସ୍ବଇଚ୍ଛାରେ ଅଙ୍ଗଦାନ କରିବାର ଗୁରୁତ୍ବ ଏବଂ ମହତ୍ତ୍ବ ଉପରେ ପ୍ରାଧାନ୍ୟ ଦିଆଯାଇଥାଏ।
ଅଙ୍ଗଦାନର ଇତିହାସ
ପ୍ରଥମଥର ୧୯୫୪ ମସିହାରେ ଆମେରିକାରେ ସଫଳ ଅଙ୍ଗ ପ୍ରତ୍ୟାରୋପଣ କରାଯାଇଥିଲା। ଯାଆଁଳା ଭାଇ ରୋନାଲ୍ଡ ଓ ରିଚାର୍ଡଙ୍କ ମଧ୍ୟରେ ସଫଳ କିଡ୍‌ନୀ ପ୍ରତ୍ୟାରୋପଣ ପାଇଁ ଫିଜିଓଲୋଜି ଓ ମେଡିସନ୍‌ ବିଭାଗର ଡାକ୍ତର ଜୋସେଫ୍‌ ମୁରେଙ୍କୁ ୧୯୯୦ରେ ନୋବେଲ୍‌ ପୁରସ୍କାର ମିଳିଥିଲା।
କିଭଳି କରିବେ ଅଙ୍ଗଦାନ
ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଅଙ୍ଗଦାନ କରିପାରିବେ। କିନ୍ତୁ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ଥÒବା ଆବଶ୍ୟକ। ତାଙ୍କର କ୍ୟାନସର୍‌, ଏଚ୍‌ଆଇଭି, ହୃଦ୍‌ରୋଗ କିମ୍ବା ଅନ୍ୟ କୌଣସି ଜଟିଳ ରୋଗ ହୋଇନଥିବା ଦରକାର। ୧୮ରୁ ୬୫ ବର୍ଷ ବୟସ ଭିତରେ ସ୍ବଇଚ୍ଛାରେ ଅଙ୍ଗଦାନ କରାଯାଇପାରିବ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ସଠିକ୍‌ ତଥ୍ୟ ଦେଇ ନିଜର ସହମତି ଦର୍ଶାଇବା ଜରୁରି ଅଟେ। ଭାରତୀୟ ଆଇନ ଅନୁସାରେ କିଛି ସର୍ତ୍ତ ମାନିବାକୁ ପଡ଼େ।
କେଉଁସବୁ ଅଙ୍ଗ ଦାନ କରିହେବ
ହାର୍ଟ, ହାର୍ଟ ଭଲ୍‌ବ, ଫୁସ୍‌ଫୁସ୍‌, କିଡ୍‌ନୀ, ଲିଭର୍‌, କର୍ନିଆ, ଆଖି ଓ କେତେକ ସ୍ଥାନରେ ଅସ୍ଥି ଓ ରକ୍ତବାହୀ ନଳୀକୁ ମଧ୍ୟ ପ୍ରତ୍ୟାରୋପଣ କରାଯାଇପାରୁଛି। ଅଙ୍ଗଦାନ ଓ ପ୍ରତ୍ୟାରୋପଣ କରିବା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟ ସ୍ଥିର ହୋଇଛି। ଲିଭର୍‌କୁ ୬ ଘଣ୍ଟା, କିଡ୍‌ନୀକୁ ୧୨ ଘଣ୍ଟା, ପେଙ୍କ୍ରିୟାଜ୍‌କୁ ୨୪ ଘଣ୍ଟା ଓ ହାର୍ଟକୁ ୪ ଘଣ୍ଟା ଭିତରେ ପ୍ରତ୍ୟାରୋପଣ କରିବାକୁ ହୋଇଥାଏ। ପ୍ରାକୃତିକ ମୃତ୍ୟୁ ପରେ ସଙ୍ଗେ ସଙ୍ଗେ ମୃତକର ଶରୀରରୁ ହାର୍ଟ ଭଲ୍‌ବ, ହାଡ଼, ଶିରାପ୍ରଶିରା, ତ୍ବଚା ଓ କର୍ଣ୍ଣିଆକୁ ବାହାର କରି ଅନ୍ୟ କାହାର ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିବ। ମେଡିକାଲ୍‌ ସାଇନ୍ସର ବିକାଶ ଯୋଗୁଁ ଏବେ ମସ୍ତିଷ୍କ ଦାନ ମଧ୍ୟ ସମ୍ଭବ ହୋଇପାରୁଛି। ବ୍ରେନ୍‌ ଡେଡ୍‌ ହୋଇଯିବା ପରେ, ଉକ୍ତ ବ୍ରେନ୍‌ର ଟିସ୍ୟୁକୁ ସର୍ଜରୀ ଦ୍ବାରା ବାହାର କରି ନ୍ୟୁରୋଲୋଜିକାଲ୍‌, ନ୍ୟୁରୋଡାଇଭର୍ସିଟି ଓ ମସ୍ତିଷ୍କର ବିଭିନ୍ନ କାର୍ଯ୍ୟକ୍ଷମ ପ୍ରଣାଳୀ ସମ୍ପର୍କିତ ଗବେଷଣା ପାଇଁ ବ୍ୟବହାର କରାଯାଉଛି। ସେହିସବୁ ଗବେଷଣା ଦ୍ବାରା ନୂତନ ଚିକିତ୍ସା ପ୍ରଣାଳୀ ବିକଶିତ ହୋଇ ଅନ୍ୟମାନଙ୍କର ଜୀବନ ରକ୍ଷା ହୋଇପାରୁଛି।
ଅଙ୍ଗଦାନର ପ୍ରକାରଭେଦ
ଅଙ୍ଗଦାନ ଦୁଇପ୍ରକାର। ଜୀବିତ ଅଙ୍ଗଦାନ ଓ ମୃତକ ଅଙ୍ଗଦାନ। ଜୀବିତ ଅଙ୍ଗଦାନ ହେଉଛି ଜଣେ ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ଅଙ୍ଗଦାନ କରିବା। ଜଣେ ବ୍ୟକ୍ତିର ଗୋଟିଏ କିଡ୍‌ନୀକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତ୍ୟାରୋପଣ କରିବାକୁ ଜୀବିତ ଅଙ୍ଗଦାନ କୁହାଯାଏ। କିନ୍ତୁ ମୃତକ ଅଙ୍ଗଦାନ ହେଉଛି ଜଣେ ବ୍ୟକ୍ତିର ମୃତ୍ୟୁ ପରେ, ଉକ୍ତ ବ୍ୟକ୍ତିର ଇଚ୍ଛାପତ୍ର (ଫର୍ମ) ଅନୁଯାୟୀ କୌଣସି ଅଙ୍ଗକୁ ଅନ୍ୟ କାହାର ଶରୀରରେ ପ୍ରତ୍ୟାରୋପଣ କରି ନୂତନ ଜୀବନ ପ୍ରଦାନ କରିବା। ତେଣୁ ଜୀବନ ରକ୍ଷାକାରୀ ରକ୍ତଦାନ ଭଳି ଅଙ୍ଗଦାନ ମଧ୍ୟ ଏକ ମହତକାର୍ଯ୍ୟ ବୋଲି ସମସ୍ତେ ବିଚାର କରି ଏ କ୍ଷେତ୍ରରେ ଆଗେଇ ଆସିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଜ୍ଞାନୀମାନେ ମତ ଦେଉଛନ୍ତି।
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଭାଟପଡା ବାସିନ୍ଦା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପରିବାର ସଦସ୍ୟଙ୍କ ଉଲ୍ଲେଖନୀୟ ଅବଦାନକୁ ମାନ୍ୟତା ଦେବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଆଜି ବିଶ୍ୱ ଅଙ୍ଗଦାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନଙ୍କ ପତ୍ନୀ ରେଣୁଙ୍କୁ “ସୁରଜ ସମ୍ମାନ’ରେ ସମ୍ମାନିତ କରିବା ସହ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି। ସ୍ୱର୍ଗତ ବିପିନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୋରସିଂ ଗ୍ରାମ ପଞ୍ଚାୟତ ଭାଟପଡା ବାସିନ୍ଦା ଅଟନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କର ହୃତପିଣ୍ଡ, ଦୁଇଟି ଆଖି, କିଡ୍ନୀ, ଲିଭର ଭଳି ୬ଟି ଅଙ୍ଗକୁ ସୁରତସ୍ଥିତ କିରଣ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ରୋଗୀମାନଙ୍କୁ ମାର୍ଚ୍ଚ ୨୦ ତାରିଖରେ ପ୍ରତିରୋପଣ କରାଯାଇଥିଲା। ଏହିପରି କାର୍ଯ୍ୟ ନିମନ୍ତେ ସ୍ୱର୍ଗତ ବିପିନ, ତାଙ୍କ ପତ୍ନୀ ଓ ପରିବାର ସମସ୍ତ ସଦସ୍ୟ ଧନ୍ୟବାଦର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ ପ୍ରଶଂସା କରିଛନ୍ତି। ଆଜିର ଏହି ୨ୟ “ସୁରଜ ସମ୍ମାନ’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ବିପିନଙ୍କ ପରିବାରକୁ କୃତଜ୍ଞତା ଜଣାଇବା ସହ ସମସ୍ତ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ଏପରି ଦୟାବାନ କାର୍ଯ୍ୟ ରକ୍ତଦାନ ଓ ଚକ୍ଷୁଦାନ ଯେପରି ଦିଆଯାଏ ସେପରି ମନୁଷ୍ୟର ପ୍ରତ୍ୟେକ ଅଙ୍ଗଦାନ କଲେ ଅନ୍ୟଲୋକଙ୍କ ନିମନ୍ତେ ଜୀବନ ରକ୍ଷା କାର୍ଯ୍ୟରେ ଆସିପାରିବ। ଏଣୁ ଏଭଳି ମହତ୍ କାର୍ଯ୍ୟ ପାଇଁ ଆଗାମୀ ଦିନରେ ଅଙ୍ଗଦାନ କରିବା ନିମନ୍ତେ ସହୃଦୟ ବ୍ୟକ୍ତି ଅଙ୍ଗଦାନ କରିବା ନିମନ୍ତେ ଆଗଭର ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି।
ଏହି ଅବସରରେ ରେଣୁ ପ୍ରଧାନ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲପାଳ ଅମୀୟ କୁମାର ସାହୁଙ୍କ ଉପସ୍ଥିତିରେ ଉକ୍ତ ସହାୟତା ରାଶିର ଚେକ୍ ସ୍ୱର୍ଗତ ବିପିନଙ୍କ ପତ୍ନୀ ରେଣୁଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୋରସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପାଞ୍ଜଳୀ ପ୍ରଧାନ, ଯୁବ ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତ ସ୍ୱାଇଁ ଉପସ୍ଥିତ ଥିଲେ ।
ସୂଚନାନୁସାରେ, ୨୦୧୯ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୂରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କିଡନି, ଲିଭର, ହାର୍ଟ ଏବଂ ଦୁଇ ଆଖି ଦାନ କରିଥିଲେ। ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି ଯେ କି ଅଙ୍ଗଦାନ କରି ୬ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିଥିଲେ। ସେ ଦିନ ହିଁ ସୁରଜଙ୍କ ସ୍ମୃତିରେ “ସୁରଜ ସମ୍ମାନ’ ନାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସୂରଜ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ଆଜି ସୂର୍ଯ୍ୟଙ୍କ ପରି ଅନ୍ୟମାନଙ୍କ ଜୀବନ ଜଗତକୁ ଆଲୋକିତ କରି ଚାଲିଛି । ସେବେ ଠାରୁ ଅନେକ ପରିବାର ଏଭଳି ଅଙ୍ଗଦାନ କରିବା ଦିଗରେ ଆଗେଇ ଆସିଛନ୍ତି । ଗତବର୍ଷ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏନ୍ଏସିର ସ୍ୱର୍ଗତା ପ୍ରିୟଙ୍କା ରାଣୀ ପାତ୍ରଙ୍କ ସମେତ ରାଜ୍ୟର ୩ଜଣ ବ୍ୟକ୍ତି ଅଙ୍ଗଦାନ କରିଥିଲେ । ସେମାନଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରାଯିବା ସହ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।