Guinness Book of World Records - The Sakala

ଘଣ୍ଟାଏରେ ସର୍ବାଧିକ ହାତଲେଖା ଚିଠା ଫେସବୁକ୍‌‌ରେ ଅପ୍‌ଲୋଡ୍‌‌ କରି ଗିନିଜ୍‌‌ ବୁକ୍‌‌ ଅଫ୍‌‌ ୱାଲ୍ଡ ରେକର୍ଡ ସୃଷ୍ଟିକଲେ ଓଡିଶାର ଛାତ୍ରଛାତ୍ରୀ
ଭୁବନେଶ୍ୱର: ଘଣ୍ଟାକ ମଧ୍ୟରେ ଫେସବୁକ୍‌ରେ ସର୍ବାଧିକ ହାତଲେଖା ଚିଠା ଅପଲୋଡ୍‌ କରି ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଗିନିଜ୍‌‌ ବୁକ୍‌‌ ଅଫ୍‌‌ ୱାର୍ଲଡ୍‌ ରେକର୍ଡ ସୃଷ୍ଟି କରିଛନ୍ତି। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ସାହିତ୍ୟ ସୃଜନୀ କ୍ଲବ୍‌‌ରେ ରଚନା କରିଥିବା ‘ମୋ କଥା ମୋ କାହାଣୀ’ ପୁସ୍ତକର ତଥ୍ୟକୁ ଅପଲୋଡ୍‌ କରିଛନ୍ତି। ଶୁକ୍ରବାର ଦିନ ୧୨ଟାରୁ ୧ଟା ମଧ୍ୟରେ ଫେସ୍‌‌ବୁକ୍‌‌ରେ ଅପଲୋଡ୍‌‌ କରି ସର୍ବକାଳୀନ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ୫୪୦୮ଟି ପୁସ୍ତକର ହସ୍ତଲିଖିତ ତଥ୍ୟ ୨୦୨୧ ମସିହା ନଭେମ୍ୱର ୧ ତାରିଖରେ ଅନଲାଇନରେ ଅପଲୋଡ କରି ନମାମୀ ଗଙ୍ଗେ ଏହି ରେକର୍ଡର ଅଧିକାରୀ ହୋଇଥିଲା। ଶୁକ୍ରବାର ଏହାର ପ୍ରାୟ ୪ ଗୁଣାରୁ ଅଧିକ ହାତଲେଖା ଅପଲୋଡ୍‌‌ ହୋଇଛି।

ଛାତ୍ରଛାତ୍ରୀଙ୍କ ଭାଷା ସାହିତ୍ୟ ଓ ସୃଜନଶୀଳତାର ବିକାଶ ପାଇଁ ସାହିତ୍ୟ ସୃଜନୀ ଶିକ୍ଷାର୍ଥୀ କ୍ଲବ୍‌‌ ମାଧ୍ୟମରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୃଜନାତ୍ମକ ଗଳ୍ପ ଏବଂ କବିତା ଆଦି ରଚନା କରିଛନ୍ତି। ମାତ୍ର ଏକ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ସର୍ବାଧିକ ପୁସ୍ତକର ତଥ୍ୟକୁ ହାତରେ ଲେଖି ଫେସ୍‌‌ବୁକ୍‌‌ରେ ଅପଲୋଡ୍‌‌ କରିଛନ୍ତି। ପୂର୍ବ ରେକର୍ଡର ୪ଗୁଣା ଅଧିକ ହାତଲେଖା ଅପଲୋଡ୍‌‌ କରିଛନ୍ତି। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକ ସମୟରେ ଅପଲୋଡ୍‌ କରୁଥିବାରୁ କିଛି ସମୟ ପାଇଁ ଫେସବୁକ୍‌ରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଏଥିଯୋଗୁଁ ଅପଲୋଡ୍‌‌ ହୋଇଥିବା ସମୁଦାୟ ହାତଲେଖା ଚିଠା ସଂଖ୍ୟା ଜଣାପଡ଼ିନାହିଁ। ମାତ୍ର ସର୍ବନିମ୍ନ ସଂଖ୍ୟାକୁ ବିବେଚନା କରି ଗିନିଜ ବୁକ୍‌ ଅଫ୍‌‌ ୱାର୍ଲଡ୍‌ ରେକର୍ଡର ଅଧିକାରୀ ଏହି ରେକର୍ଡ ଘୋଷଣା କରିଛନ୍ତି। ମୋ ସ୍କୁଲ ଉଦ୍ୟମରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ରେକର୍ଡ ସୃଷ୍ଟି କରାଯାଇଥିବା ଜଣାଯାଇଛି।

ଗିନିଜ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ ନିଶା, ଗୋଟିଏ ଆଙ୍ଗୁଠିରେ ୩ ଘଣ୍ଟା ହକି ଷ୍ଟିକ ବାଲାନ୍ସ
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ଜାମୁଟଝୁଲା ଗାଁର ରାଜ ଗୋପାଳ ଭୋଇ ବିଶ୍ବରେ ସବୁଠାରୁ ବେଶୀ ସମୟ ଗୋଟିଏ ଆଙ୍ଗୁଠିରେ ୩ ଘଣ୍ଟା ୩୫ ମିନିଟ୍ ହକି ଷ୍ଟିକ ବାଲାନ୍ସ କରି ଗିନିଜ୍ ୱାର୍ଲଡ୍ ରେକର୍ଡ ପାଇଁ ପ୍ରୟାସ କରିଛନ୍ତି। ଗୁରୁବାର ସ୍ଥାନୀୟ ହରିଭବନ ଠାରେ ସେ ଏହା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗିନିଜ୍ ୱାର୍ଲଡ୍ ରେକର୍ଡ ଗାଇଡ୍‌ଲାଇନ ଅନୁସାରେ ଟାଇମ କିପର ଭାବରେ ବୈଷ୍ଣବ କବାଟ ଏବଂ ଅର୍ଜୁନ ଜାନୀ, ସାକ୍ଷୀ ପ୍ରମାଣ ପାଇଁ ଘନ ସତନାମୀ ଏବଂ ଦୋଳ ନେତ୍ର ମାଝି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସତ୍ୟପୀର ପଧାନ ପରିଚାଳନା କରିଥିଲେ। ରାଜଗୋପାଳ କହିଛନ୍ତି, ସତ୍ୟପୀରଙ୍କର ଦ୍ବିତୀୟ ଗିନିଜ ୱାର୍ଲଡ୍ ରେକର୍ଡ ଦେଖି ତାଙ୍କଠୁ ଅନୁପ୍ରେରିତ ହୋଇ ମୋ ମନରେ ରେକର୍ଡ କରିବା ପାଇଁ ଇଛା ହୋଇଥିଲା । ତାପରେ ହକି ଷ୍ଟିକ ବାଲାନ୍ସରେ ରେକର୍ଡ କରିବି ବୋଲି ସ୍ଥିର କଲି। ଦେଢ଼ ବର୍ଷ ହେଲା ମୁଁ ଅଭ୍ୟାସ କରି ଆସୁଛି ବୋଲି କହିଛନ୍ତି । ପୂର୍ବରୁ କର୍ଣ୍ଣାଟକ ରାଜ୍ୟର ହିମାଂଶୁ ଗୁପ୍ତାଙ୍କ ନାମରେ ଏହି ରେକର୍ଡ ରହିଥିଲା। ସେ ୨ ଘଣ୍ଟା ୨୨ ମିନିଟ ୨୨ ସେକଣ୍ଡ ବାଲାନ୍ସ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼ାଇ, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର , ବରିଷ୍ଠ କ୍ରୀଡ଼ାବିତ ବିଜୟ ବଂଶଲ, ସନ୍ତୋଷ ଅଗ୍ରୱାଲ, ଅଚ୍ୟୁତ ସାହୁ, କେଦାର କବାଟ, ନିଲକମାଲ ସାହୁ, ଶୁଭେନ୍ଦ୍ର ମହାନ୍ତି, ସତ୍ୟବ୍ରତ ମିଶ୍ର, ଚିନ୍ମୟ ଯୋଶୀ, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହି ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣି ଥିବାରୁ ଶୁଭେଚ୍ଛା ଜଣାଇଥିଲେ।