Share Market - The Sakala

ଷ୍ଟକ୍ ବ୍ରୋକରଙ୍କ ପାଇଁ ବ୍ୟାଙ୍କ ଋଣ ନିୟମ କଡ଼ାକଡ଼ି କଲା RBI; ଏପ୍ରିଲ୍ ୧ରୁ ଲାଗୁ ହେବ ନୂଆ ଗାଇଡଲାଇନ୍
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟକ୍ ବ୍ରୋକର ଏବଂ ଅନ୍ୟାନ୍ୟ କ୍ୟାପିଟାଲ ମାର୍କେଟ୍ ମଧ୍ୟସ୍ଥିଙ୍କୁ ଦିଆଯାଉଥିବା ବ୍ୟାଙ୍କ ଋଣ ଉପରେ ନିୟମ କଡ଼ାକଡ଼ି କରିଛି। ଆର୍ଥିକ ସ୍ଥିରତା ବଜାୟ ରଖିବା ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବିପଦ ହ୍ରାସ କରିବା ଲକ୍ଷ୍ୟରେ ଆରବିଆଇ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ନୂତନ ନିୟମ ଆସନ୍ତା ଏପ୍ରିଲ୍ ୧ ତାରିଖରୁ ଲାଗୁ ହେବ।

ବାଧ୍ୟତାମୂଳକ ହେଲା ୧୦୦% କୋଲାଟେରାଲ୍

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ତ୍ତମାନ ବ୍ୟାଙ୍କଗୁଡିକ ଷ୍ଟକ୍ ବ୍ରୋକରମାନଙ୍କୁ କେବଳ 'ସମ୍ପୂର୍ଣ୍ଣ ସୁରକ୍ଷିତ' (Fully Secured) ଭିତ୍ତିରେ ଋଣ ପ୍ରଦାନ କରିପାରିବେ। ଅର୍ଥାତ୍, ବ୍ରୋକରମାନଙ୍କୁ ଋଣ ନେବା ପାଇଁ ଋଣ ପରିମାଣର ସମାନ ମୂଲ୍ୟର ବନ୍ଧକ ବା କୋଲାଟେରାଲ୍ (Collateral) ଦେବାକୁ ପଡ଼ିବ। ଏହି କୋଲାଟେରାଲ୍ ନଗଦ ଟଙ୍କା, ସରକାରୀ ସିକ୍ୟୁରିଟି, କିମ୍ବା ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତି ଆକାରରେ ହୋଇପାରେ। ତେବେ, ଏକ ବର୍ଷ ପର୍ଯ୍ୟନ୍ତ ମିଆଦ ଥିବା କମର୍ସିଆଲ୍ ପେପର୍ ଏବଂ ନନ୍-କନଭର୍ଟିବଲ୍ ଡିବେଞ୍ଚରକୁ ବନ୍ଧକ ଭାବରେ ଗ୍ରହଣ କରାଯିବ ନାହିଁ।

ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ନୂଆ ସର୍ତ୍ତ

ବ୍ରୋକରମାନଙ୍କ ତରଫରୁ ବ୍ୟାଙ୍କ ଗ୍ୟାରେଣ୍ଟି ଜାରି କରିବା କ୍ଷେତ୍ରରେ ମଧ୍ୟ ଆରବିଆଇ ନିୟମ ପରିବର୍ତ୍ତନ କରିଛି। ଏଣିକି ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଅତିକମରେ ୫୦% କୋଲାଟେରାଲ୍ ରହିବା ଆବଶ୍ୟକ, ଯେଉଁଥିରୁ ସର୍ବନିମ୍ନ ୨୫% ନଗଦ ଆକାରରେ ରହିବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଏହି ନିୟମ ଏତେ କଡ଼ାକଡ଼ି ନଥିଲା।

ପ୍ରୋପ୍ରାଇଟୋରୀ ଟ୍ରେଡିଂ ଉପରେ କଟକଣା

ଏହା ବ୍ୟତୀତ, ଆରବିଆଇ ସ୍ପଷ୍ଟ କରିଛି ଯେ ବ୍ୟାଙ୍କଗୁଡିକ ବ୍ରୋକରମାନଙ୍କୁ ସେମାନଙ୍କ ନିଜସ୍ୱ ଟ୍ରେଡିଂ (Proprietary Trading) ପାଇଁ ପାଣ୍ଠି ଯୋଗାଇ ପାରିବେ ନାହିଁ। କେବଳ ନିର୍ଦ୍ଦିଷ୍ଟ କ୍ଷେତ୍ର ଯଥା ମାର୍କେଟ୍ ମେକିଂ ଏବଂ ଡେବ୍ଟ ୱେରହାଉସିଂ ପାଇଁ କିଛିଟା ରିହାତି ମିଳିବ। ଯଦି କୋଲାଟେରାଲର ମୂଲ୍ୟ ହ୍ରାସ ପାଏ, ତେବେ ବ୍ୟାଙ୍କଗୁଡିକ ତୁରନ୍ତ ଅତିରିକ୍ତ ଅର୍ଥ ଦାବି (Margin Call) କରିବା ପାଇଁ ଚୁକ୍ତିରେ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫେବ୍ରୁଆରୀ ପହିଲାରେ ବଜେଟ: ବଜେଟ ଦିନ ଖୋଲା ରହିବ ସେୟାର ବଜାର, ନିତିଦିନିଆ ଭଳି ହେବ ଟ୍ରେଡିଂ
ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିବର୍ଷର ସାଧାରଣ ବେଜଟ ଆସନ୍ତା ଫେବୃଆରୀ ପହିଲାରେ ସଂସଦରେ ଆଗତ ହେବ। ତେବେ ବଜେଟ ଦିନ ଅର୍ଥାତ୍‌ ଶନିବାର ଦିନ ଷ୍ଟକ୍ ବଜାର ଖୋଲା ରହିବ। ତେଣୁ କେନ୍ଦ୍ରୀୟ ବଜେଟ ହେତୁ ସେହି ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଖୋଲା ରହିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦିନ ୮ମ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ।

ସାଧାରଣ ବାଣିଜ୍ୟ ପାଇଁ ଉଭୟ ଏକ୍ସଚେଞ୍ଜ ସକାଳ ୯ଟା ୧୫ଟାରୁ ଅପରାହ୍ନ ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରହିବ। ଫେବୃଆରୀ ପହିଲାରେ ସକାଳ ଅଧିବେଶନରେ କାରବାର ପାଇଁ କମୋଡିଟି ଡେରିଭେଟିଭ୍ ସେଗମେଣ୍ଟ ମଧ୍ୟ ଖୋଲା ରହିବ। ଏଠାରେ ସୂଚନାଯୋଗ୍ୟ ଯେ, ଭାରତରେ ଷ୍ଟକ୍ ଏକ୍ସଚେଞ୍ଜ ସାଧାରଣତଃ ଶନିବାର ଏବଂ ରବିବାର ବନ୍ଦ ହୋଇଥାଏ। ଅବଶ୍ୟ, ବିଶେଷ ଦିନରେ, ଏହି ଦିନରେ ସ୍ୱତନ୍ତ୍ର ବାଣିଜ୍ୟ ଅଧିବେଶନ ଆୟୋଜିତ ହୋଇଥାଏ। ଏହା ପୂର୍ବରୁ ମଧ୍ୟ ବଜେଟ୍ ଦିନ ଶନିବାର ବଜାର କାରବାର ଖୋଲାରହିଥିଲା। ଏହାପୂର୍ବରୁ, ୨୦୨୦ ଫେବୃଆରୀ ପହିଲାରେ ବଜେଟ୍ ଦିନ ଶନିବାର ଥିଲା, ଯେଉଁ ଦିନ ଷ୍ଟକ୍ ବଜାର ଖୋଲା ଥିଲା। ଏହାସହିତ ୨୦୧୫ ଫେବୃଆରୀ ୨୮ ରେ ବଜେଟ ପାଇଁ ବଜାର ଶନିବାର ଦିନ ଖୋଲା ରଖାଯାଇଥିଲା।

ସେୟାର ବଜାରରେ ନିବେଶ ନାଁରେ ଠକେଇ ମାମଲା: ୬ ସାଇବର ଲୁଟେରା ଗିରଫ
ଭୁବନେଶ୍ୱର: ସେୟାର ବଜାର ଟ୍ରେଡିଂ ନାଁରେ ଠକେଇ ମାମଲାରେ ୬ ସାଇବର ଠକ ଗିରଫ । ତାମିଲନାଡ଼ୁ ଓ ଗୁଜରାଟରୁ ୬ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅଧିକ ଆୟ ଲୋଭ ଦେଖାଇ ଅନଲାଇନ୍ ନିବେଶ ପାଇଁ ପ୍ରବର୍ତ୍ତାଉଥିଲେ ଏହି ଠକ। ହ୍ୱାଟ୍ସଆପ୍‌ରେ ‘GSQT’ ଓ ‘IBGINON’ ନାଁରେ ଖୋଲିଥିଲେ ଟ୍ରେଡିଂ ଗ୍ରୁପ୍ । ଗିରଫ ୬ ସାଇବର ଲୁଟେରା ଦେଶବ୍ୟାପୀ ଏଭଳି ସ୍କାମ୍‌ରେ ସମ୍ପୃକ୍ତ ସୂଚନା । ଗିରଫ ଅଭିଯୁକ୍ତମାନେ ହେଲେ ତାମିଲନାଡୁର ଅରୁଣ ସାଜୁ, ସେନୁ ଆର ଓ ଭାସୁ ଜେ ଏବଂ ଗୁଜୁରାଟର ଜାମିନ କୁକଡେଜା ମେଘରାଜଭାଇ,ବ୍ରଜେଶ ଦୟାଭାଇ ସାଥିଆ ଏବଂ ଉଦୟ ରମେଶଭାଇ।

ଭୁବନେଶ୍ବରର ଜଣେ ବାସିନ୍ଦା ସେୟାର ବଜାର କାରବାରରେ ଆଗ୍ରହ ଥିବାରୁ ସେ ସୋସିଆଲ ମିଡିଆରେ ନିବେଶର ସୁଯୋଗ ଖୋଜିଥିଲେ। ଏହାର ସୁଯୋଗ ନେଇ ସାଇବର ଲୁଟୋମାନେ ସେୟାର ବଜାରରେ ନିବେଶ ପାଇଁ ହ୍ବାଟ୍ସ ଆପ୍ ଲିଙ୍କ ମାଧ୍ୟମରେ ତାଙ୍କୁ ପ୍ରଲୋଭନ ଦେଖାଇଥିଲେ । ପରବର୍ତ୍ତି ସମୟରେ ସାଇବର ଲୁଟେରା ତାଙ୍କ ଠାରୁ ୭୧.୯୫ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଠକେଇର ଶିକାର ହୋଇଥିବା ସମ୍ପୃକ୍ତ ବ୍ୟକ୍ତି ଜାଣିବା ପରେ ଏ ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ।

ଶେୟାର ବଜାରକୁ ପ୍ରଭାବିତ କରିପାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ
ମୁମ୍ବାଇ(ଏଜେନ୍ସି): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଭାରୀ ମାତ୍ରାରେ ବିଜୟ ହାସଲ କରିଥିବା ବେଳେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। କିନ୍ତୁ ବିଜେପିର ପରାଜୟ କେବଳ ରାଜନୀତିକ ସମୀକରଣ ନୁହେଁ, ବରଂ ଦେଶର ପୁଞ୍ଜି ବଜାର ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରି ଦେଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପରେ ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ନିର୍ବାଚନ ହେବାକୁ ରହିଛି। କିନ୍ତୁ କର୍ଣ୍ଣାଟକ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇବା ସହିତ ଏହିସବୁ ରାଜ୍ୟ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ରହିଛି। ତେଣୁ ଆଗାମୀ ଦିନରେ ଦେଶର ଶେୟାର ବଜାରରେ ଏହାର ପ୍ରଭାବ ପଡ଼ିବ ବୋଲି ଶେୟାର ବଜାର ବିଶେଷଜ୍ଞମାନେ କହିଛନ୍ତି। ଆସନ୍ତା ସୋମବାର ଶେୟାର ବଜାର କାରବାରରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ ବୋଲି ମଧ୍ୟ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକ ସମେତ ଆଗାମୀ ଦିନରେ ହେବାକୁ ଥିବା ଉପରୋକ୍ତ ରାଜ୍ୟ ଗୁଡିକର ନିର୍ବାଚନ ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ବିଶେଷକରି କେନ୍ଦ୍ରରେ କ୍ଷମତାରେ ରହିଥିବା ବିଜେପି ପାଇଁ ଏହାସବୁ ଠାରୁ ଗୁରୁତ୍ବପୂର୍ଣ୍ଣ।କାରଣ ଶାସକ ଦଳ ଭାବେ ଏହି ଦଳର ଫଳାଫଳକୁ ନେଇ ନିବେଶକାରୀ ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି। ଏହି ଦୃଷ୍ଟିରୁ କର୍ଣ୍ଣାଟକ ପାଇଁ ମଧ୍ୟ ବିଜେପିର ସ୍ଥିତି ଗୁରୁତ୍ବପୂର୍ଣ୍ଣ ରହିଥିଲା। କିନ୍ତୁ ଯେଉଁ ଫଳାଫଳ ଆସିଲା ତଦ୍ବାରା ଆଗାମୀ ଦିନରେ ଶେୟାର ବଜାର ପ୍ରତି ପୁଞ୍ଜି ନିବେଶକାରୀଙ୍କ ମନୋଭାବ କିଭଳି ରହିବ ତାହାକୁ ନେଇ ଆଶଙ୍କା ବଢିଛି।

ଭାରତୀୟ ସେୟାର ବଜାରରେ ନୂଆ ରେକର୍ଡ: ୫୫ ହଜାର ଅତିକ୍ରମ କଲା ସେନସେକ୍ସ
ମୁମ୍ବାଇ: ଭାରତୀୟ ସେୟାର ମାର୍କେଟରେ ନୂଆ ରେକର୍ଡ କରିଛି ସେନସେକ୍ସ । ପ୍ରଥମ ଥର ପାଇଁ ୫୫ ହଜାର ଅତିକ୍ରମ କରିଛି ସେନସେକ୍ସ । ଯାହା ଫଳରେ ଷ୍ଟକ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ନିଫ୍ଟି ବି ପାର୍ ହୋଇଛି ୧୬ ହଜାର ୪୦୦ ।

ବିଏସଇ ଓ ନିଫ୍ଟିରେ ଏହି ଉଲ୍ଲେଖନୀୟ ବୃଦ୍ଧି ଯୋଗୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଖେଳିଛି । ଆଜି ଷ୍ଟକମାର୍କେଟ ଖୋଲିବା ମାତ୍ରେ ବଡ ବଡ କମ୍ପାନୀଙ୍କ ସେୟାର କିଣାବିକା ଜୋର ଧରିଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଜଗତ ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୬.୨୬ ପ୍ରତିଶତ ଥିବାବେଳେ ଜୁଲାଇରେ ଏହି ହାର ୫.୫୯ ପ୍ରତିଶତକୁ ଖସିଥିଲା ।

ଫଳସ୍ୱରୂପ ଷ୍ଟକ ବଜାରରେ ସୂଚକାଙ୍କ ବୃଦ୍ଧି ପରିଲକ୍ଷିତ ହୋଇଛି । କରୋନା ସଂକଟ ସତ୍ୱେ ଷ୍ଟକ ମାର୍କେଟର ଏହି ଅଭିବୃଦ୍ଧି ଅର୍ଥନୀତି ଲାଗି ଶୁଭ ସୂଚନା ପ୍ରଦାନ କରିଛି । ଆଜି ବିଭିନ୍ନ ବ୍ୟାଙ୍କ ସମେତ ଷ୍ଟିଲ, ମେଡିସିନ, ମୋବାଇଲ ସେବାପ୍ରଦାନକାରୀ କମ୍ପାନୀଙ୍କ ସେୟାର ଅଧିକ କିଣାବିକା ହୋଇଥିବା ସୂଚନା ମିଳିଛି ।