Sensex - The Sakala
ସେୟାର ବଜାରରେ ହାହାକାର: ଗୋଟିଏ ଦିନରେ ନିବେଶକ ହରାଇଲେ ୭ ଲକ୍ଷ କୋଟି, ଜାଣନ୍ତୁ କାରଣ
ବିଗତ ତିନି ଦିନର କ୍ରମାଗତ ଅଭିବୃଦ୍ଧି ପରେ ଗୁରୁବାର ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଛି। କାରବାର ଶେଷ ବେଳକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ସେନ୍‌ସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ନିଫ୍ଟି ରେଡ୍ ମାର୍କରେ ବନ୍ଦ ହୋଇଛି। ଏହି ଅଚାନକ ହ୍ରାସ ଯୋଗୁଁ ନିବେଶକମାନଙ୍କର ପ୍ରାୟ ୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି।
କେତେ ଖସିଲା ସେନ୍‌ସେକ୍ସ ଓ ନିଫ୍ଟି?
ବଜାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସ ୧,୨୩୬ ପଏଣ୍ଟ ହ୍ରାସ ପାଇ ୮୨,୪୯୮ ସ୍ତରରେ ପହଞ୍ଚିଥିବା ବେଳେ, ନିଫ୍ଟି-୫୦ ୩୬୫ ପଏଣ୍ଟ ଖସି ୨୫,୪୫୪ ସ୍ତରରେ ବନ୍ଦ ହୋଇଛି। ବ୍ୟାଙ୍କିଙ୍ଗ୍, ମେଟାଲ୍, ଅଟୋ ଏବଂ ଏଫଏମସିଜି (FMCG) ସେକ୍ଟରରେ ସର୍ବାଧିକ ବିକ୍ରି ଦେଖିବାକୁ ମିଳିଥିଲା।
ବଜାର ଖସିବାର ମୁଖ୍ୟ କାରଣ
ବଜାର ବିଶେଷଜ୍ଞଙ୍କ ମତରେ ଏହି ହ୍ରାସ ପଛରେ ମୁଖ୍ୟତଃ ତିନୋଟି ବଡ଼ କାରଣ ରହିଛି:
୧. ମୁନାଫା ଅସୁଲି (Profit Booking): ଗତ ତିନି ଦିନ ଧରି ବଜାରରେ ଲଗାତାର ବୃଦ୍ଧି ଘଟିଥିଲା। ତେଣୁ ଉଚ୍ଚ ସ୍ତରରେ ପହଞ୍ଚିବା ପରେ ନିବେଶକମାନେ ଲାଭ ସୁରକ୍ଷିତ କରିବା ପାଇଁ ସେୟାର ବିକ୍ରି କରିଥିଲେ।
୨. ଆମେରିକା-ଇରାନ ଉତ୍ତେଜନା: ଆନ୍ତର୍ଜାତୀୟ ସ୍ତରରେ ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ବିଶ୍ୱ ବଜାରରେ ନକାରାତ୍ମକ ପ୍ରଭାବ ପଡ଼ିଛି।
୩. ଅଶୋଧିତ ତୈଳ ଦର ବୃଦ୍ଧି: ଯୁଦ୍ଧ ଆଶଙ୍କା ଯୋଗୁଁ ଅଶୋଧିତ ତୈଳ (Crude Oil) ଦର ବୃଦ୍ଧି ପାଇଛି, ଯାହା ଭାରତୀୟ ଅର୍ଥନୀତି ଏବଂ ବଜାର ଉପରେ ଚାପ ସୃଷ୍ଟି କରିଛି।
ପ୍ରମୁଖ ସେୟାରର ସ୍ଥିତି
ଆଜିର କାରବାରରେ Trent, M&M, Bharat Electronics (BEL) ଏବଂ UltraTech Cement ଭଳି ବଡ଼ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟରେ ବଡ଼ ହ୍ରାସ ଘଟିଛି। ଅନ୍ୟପକ୍ଷରେ, Infosys ଏବଂ TCS ଭଳି କିଛି ଆଇଟି ସେୟାର ସାମାନ୍ୟ ବୃଦ୍ଧି ସହ କାରବାର ଶେଷ କରିଛନ୍ତି।
ନୂଆଦିଲ୍ଲୀ: ୨୦୨୪ରେ ଭାରତୀୟ ବଜାରରେ ଉତ୍ସାହ ଧାରା ଜାରି ରହିଛି। ଘରୋଇ ଇକ୍ବିଟି ବଜାର ସାରା ବିଶ୍ବରେ ବର୍ତ୍ତମାନ ତାର ଦବ୍‌ଦବା ଜାରି ରଖିଛି। ଏଥିରେ ପଛରେ ପଡିଛି ସୁନା ବଜାର। ଉଭୟରୁ ନିବେଶକ କମାଉଛନ୍ତି ଭରପୂର ଲାଭ। ତେବେ ୨୦୨୪ରେ ସୁନା ଅପେକ୍ଷା ଘରୋଇ ସେୟାର ବଜାର ଅର୍ଥାତ୍‌ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଇଛି। ଯଦି ଆମେ ବିଗତ ୨୦ ବର୍ଷର ତଥ୍ୟକୁ ବିଚାରକୁ ନେବା ତାହେଲେ ଜଣାପଡିବ ଯେ, ଏହି ସମୟ ମଧ୍ୟରେ ସୁନା ମୂଲ୍ୟରେ ୧୧୫୦% ଏବଂ ସେନ୍‌ସେକ୍ସ ୧୨୫୦% ବୃଦ୍ଧି ଘଟିଛି। ବର୍ତ୍ତମାନ ଘରୋଇ ବଜାରରେ ଉଭୟ ସେନ୍‌ସେକ୍ସ ଏବଂ ସୁନା ମୂଲ୍ୟରେ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୭୩,୪୦୦ ଟଙ୍କାରେ ପହଞ୍ଚିଥିବାବେଳେ ସେନ୍‌ସେକ୍ସ ୭୫,୦୩୮ ପଏଣ୍ଟ ସ୍ତର ଛୁଇଁଛି।
ଭାରତୀୟ ସେୟାର ବଜାରର ଦୁଇଟି ଯାକ ଇଣ୍ଡେକ୍ସ ସେନ୍‌ସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ଆର୍ଥିକବର୍ଷ ୨୦୨୩-୨୪ରେ ସୁନା ଅପେକ୍ଷା ନିବେଶକଙ୍କୁ ବେଶ ଭଲ ରିଟର୍ଣ୍ଣ ଦେଇଛି। ଦେଶର ଆର୍ଥକି ସ୍ଥିତି ବେଶ ମଜଭୁତ ରହିଥିବା ଯୋଗୁ ଗତ ଆର୍ଥିକବର୍ଷରେ ବଜାରକୁ ବହୁତ ବିଦେଶୀ ନିବେଶ ଆସିଥିଲା। ଉଭୟ ବିଦେଶୀ ଏବଂ ଘରୋଇ ନିବେଶକମାନେ ବଜାରରେ କ୍ରମାଗତ ଭାବେ କିଣାବିକା ଜାରି ରଖିବା ଫଳରେ ସେନ୍‌ସେକ୍ସ ଆର୍ଥିକବର୍ଷ ୨୦୨୩-୨୪ରେ ସର୍ବକାଳନ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ୨୦୨୩-୨୪ରେ ସେନ୍‌ସେକ୍ସ ନିବେଶକଙ୍କୁ ଯଥାକ୍ରମେ ୨୨% ଏବଂ ୨୯% ରିଟର୍ଣ୍ଣ ଦେଇଥିଲା। ତେବେ ଏହି ସମୟରେ ଏମ୍‌ସିଏକ୍ସ ଗୋଲ୍ଡ ଏବଂ ଇଣ୍ଟରନ୍ୟାସନାଲ ଗୋଲ୍ଡ ଯଥାକ୍ରମେ ୧୨.୫ ପ୍ରତିଶତ ଏବଂ ୧୩.୨ ପ୍ରତିଶତ ରିଟର୍ଣ୍ଣ ଦେଇଛି। ୨୦୨୩-୨୪ ଆର୍ଥିକବର୍ଷରେ ସେନ୍‌ସେକ୍ସ ନିବେଶକଙ୍କୁ ପାଖାପାଖି ଦୁଇ ଗୁଣ ଅଧିକ ରିଟର୍ଣ୍ଣ ଦେଇଛି। ଅପରପକ୍ଷେ କ୍ରମାଗତ ଭାବେ ୭ମ ବର୍ଷ ପାଇଁ ଏମ୍‌ସିଏକ୍ସ ଗୋଲ୍ଡ ଏହାର ନିବେଶକଙ୍କୁ ସକାରାତ୍ମକ ଲାଭ ଦେଇଛି। ସେହିପରି ଇଣ୍ଟରନ୍ୟାସନାଲ ଗୋଲ୍ଡ ମଧ୍ୟ ନିବେଶକାରୀଙ୍କୁ କ୍ରମାଗତ ଭାବେ ୪ର୍ଥ ଥର ପାଇଁ ସକାରାତ୍ମକ ରିଟର୍ଣ୍ଣ ପ୍ରଦାନ କରିଛି। ଏ ସମ୍ପର୍କରେ ୱେଲ୍‌ଥ ମିଲ୍ସ ସିକ୍ୟୁରିଟିଜ୍‌ର ଇକ୍ବିଟି ଷ୍ଟ୍ରୋଟେଜୀର ନିର୍ଦ୍ଦେଶକ କ୍ରାନ୍ତି ବୈଥିନୀ କହିଛନ୍ତି ଯେ, ଭାରତର ମଜଭୂତ ଆର୍ଥିକ ଅଭିବୃଦ୍ଧି ଏବଂ ଆର୍ଥିକ ଉତ୍ପାଦରେ ବଢ଼ୁଥିବା ରୁଚି କାରଣରୁ ବର୍ତ୍ତମାନ ସୁନା ଇକ୍ବିଟିଠାରୁ ପଛରେ ପଡିଯାଇଛି। ଶେୟାର ବଜାରରେ ବୃଦ୍ଧି କାରଣରୁ ନିବେଶକମାନେ ସୁନା ଏବଂ ରିଅଲ ଇଷ୍ଟେଟ୍‌ ଭଳି ଫିଜିକାଲ ସମ୍ପତ୍ତି ସ୍ଥାନରେ ସେୟାର ଭଳି ଆର୍ଥିକ ସମ୍ପତ୍ତିରେ ନିବେଶ ପ୍ରତି ଆଗ୍ରହ ଦେଖାଉଛନ୍ତି। ସୁନା ତୁଳନାରେ ସେୟାର ବଜାରରେ ନିବେଶ ଅଧିକ ବିପଦପୂର୍ଣ୍ଣ। ତଥାପି ଷ୍ଟକ୍‌ କାରବାରୁ ମିଳୁଥିବା ଅତ୍ୟଧିକ ରିଟର୍ଣ୍ଣ ନିବେଶକଙ୍କୁ ଅଧିକ ମାତ୍ରାରେ ନିବେଶ କରିବାକୁ ପ୍ରୋତ୍ସାହିତ କରୁଛି।
ଏପ୍ରିଲରେ ଷ୍ଟକ୍ ବଜାର କାରବାର ଜମିଲା
ମୁମ୍ବାଇ: ଏପ୍ରିଲ୍ ମାସ ନିବେଶକଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। କ୍ରମାଗତ ଭାବେ କିଛି ମାସ ହେବ ହ୍ରାସ ପରେ ଏପ୍ରିଲରେ  ଟ୍ରାକ୍‌କୁ ଫେରିଛି ଷ୍ଟକ୍‌ ବଜାର। ଏପ୍ରିଲ ମାସର ଶେଷ କାରବାର ଦିବସରେ ଷ୍ଟକ୍ ବଜାରରେ ବେଶ ଉତ୍ସାହ ଦେଖୀବାକୁ ମିଳିଛି। ତେବେ ସମ୍ପୂର୍ଣ୍ଣ ଏପ୍ରିଲ ମାସରେ ସେନ୍‌ସେକ୍ସରେ ୨୧୨୦.୯୨ ପଏଣ୍ଟ ବୃଦ୍ଧି ହୋଇଛି। କ୍ରମାଗତ ଭାବେ ୫ କାରବାର ଦିବସରେ ସେନ୍‌ସେକ୍ସରେ ୧୫୧୬ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ନିବେଶକମାନେ ୧୩.୫୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ଶୁକ୍ରବାର କାରବାରରେ ମଧ୍ୟରେ ସେନ୍‌ସେକ୍ସରେ ୪୬୩ ପଏଣ୍ଟ ବୃଦ୍ଧି ଘଟି ଶେଷରେ ସଚକାଙ୍କ ୬୧,୦୦୦ ପଏଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି।
ଶୁକ୍ରବାର କାରବାର ଶେଷ ବେଳକୁ ସେନସେକ୍ସରେ ୪୬୩ (୪୬୩.୦୬)ପଏଣ୍ଟ ବା ୦.୭୬%  ବୃଦ୍ଧି ହୋଇ ୬୧,୧୧୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟିରେ ୧୪୯.୯୫ ପଏଣ୍ଟରେ କାରବାର ଶେଷ ହୋଇଛି। ଗତ ୫ କାରବାର ଦିବସରେ  ନିଫ୍ଟିରେ ୪୪୧  ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷେ ଗତ ୫ କାରବାର ଦିବସରେ ସେନ୍‌ସେକ୍ସରେ ୨.୫୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ ୱିପ୍ରୋ, ନେସ୍‌ଲେ, ଆଇଟିସି ଏବଂ ଏଲ୍ଆଣ୍ଡଟି ଆଦି କମ୍ପାନୀ ଷ୍ଟକ୍ ବଜାରରେ ଢ଼େର ଲାଭ କମାଇଛନ୍ତି। ସମସ୍ତ ଷ୍ଟକ୍‌ର ମୂଲ୍ୟରେ ୨ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମିଳିଥିବା ଜଣାଯାଇଛି।
ଅନ୍ୟପକ୍ଷରେ, ଏକ୍ସିସ୍ ବ୍ୟାଙ୍କ, ଏଚ୍‌ସିଏଲ୍ ଟେକ୍, ଟାଇଟାନ୍, ବଜାଜ୍‌ ଫିନ୍‌ସର୍ଭ ଏବଂ ଏସିଆନ୍‌ ପେଣ୍ଟସ୍ ଅଧିକ କ୍ଷତି ସହିଛି। ସମ୍ପୂର୍ଣ୍ଣ ଏପ୍ରିଲ ମାସରେ ସେନ୍‌ସେକ୍ସରେ ୨୧୨୦.୯୨ ପଏଣ୍ଟ ବୃଦ୍ଧିର ଅର୍ଥ ହେଉଛି କଥିତ ମାସରେ ସେନ୍‌ସେକ୍ସ ୩.୫୯ ପ୍ରତିଶତ ପର୍ଯ୍ୟନ୍ତ ପୁନରୁଦ୍ଧାର କରିଛି। ଏହି ସମୟରେ ନିଫ୍ଟି ମଧ୍ୟ ୧୮,୦୦୦ ପଏଣ୍ଟ ମାର୍କ ଅତିକ୍ରମ କରିଛି। କବେଳ ଏପ୍ରିଲ୍ ମାସରେ ନିଫ୍ଟିରେ ୭୦୫.୨୫ ପଏଣ୍ଟ୍ର ବୃଦ୍ଧି ଘଟିଛି। ଏହାର ଫଳସ୍ବରୂପ ଏପ୍ରିଲରେ  ନିବେଶକମାନେ ୧୩.୫୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି।
ଭାରତୀୟ ସେୟାର ବଜାରରେ ନୂଆ ରେକର୍ଡ: ୫୫ ହଜାର ଅତିକ୍ରମ କଲା ସେନସେକ୍ସ
ମୁମ୍ବାଇ: ଭାରତୀୟ ସେୟାର ମାର୍କେଟରେ ନୂଆ ରେକର୍ଡ କରିଛି ସେନସେକ୍ସ । ପ୍ରଥମ ଥର ପାଇଁ ୫୫ ହଜାର ଅତିକ୍ରମ କରିଛି ସେନସେକ୍ସ । ଯାହା ଫଳରେ ଷ୍ଟକ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ନିଫ୍ଟି ବି ପାର୍ ହୋଇଛି ୧୬ ହଜାର ୪୦୦ ।
ବିଏସଇ ଓ ନିଫ୍ଟିରେ ଏହି ଉଲ୍ଲେଖନୀୟ ବୃଦ୍ଧି ଯୋଗୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଖେଳିଛି । ଆଜି ଷ୍ଟକମାର୍କେଟ ଖୋଲିବା ମାତ୍ରେ ବଡ ବଡ କମ୍ପାନୀଙ୍କ ସେୟାର କିଣାବିକା ଜୋର ଧରିଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଜଗତ ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୬.୨୬ ପ୍ରତିଶତ ଥିବାବେଳେ ଜୁଲାଇରେ ଏହି ହାର ୫.୫୯ ପ୍ରତିଶତକୁ ଖସିଥିଲା ।
ଫଳସ୍ୱରୂପ ଷ୍ଟକ ବଜାରରେ ସୂଚକାଙ୍କ ବୃଦ୍ଧି ପରିଲକ୍ଷିତ ହୋଇଛି । କରୋନା ସଂକଟ ସତ୍ୱେ ଷ୍ଟକ ମାର୍କେଟର ଏହି ଅଭିବୃଦ୍ଧି ଅର୍ଥନୀତି ଲାଗି ଶୁଭ ସୂଚନା ପ୍ରଦାନ କରିଛି । ଆଜି ବିଭିନ୍ନ ବ୍ୟାଙ୍କ ସମେତ ଷ୍ଟିଲ, ମେଡିସିନ, ମୋବାଇଲ ସେବାପ୍ରଦାନକାରୀ କମ୍ପାନୀଙ୍କ ସେୟାର ଅଧିକ କିଣାବିକା ହୋଇଥିବା ସୂଚନା ମିଳିଛି ।