Afghan Situation - The Sakala

ଆଫଗାନିସ୍ତାନରେ ଭୟଙ୍କର ଖାଦ୍ୟ ସଙ୍କଟ; ଖାଦ୍ୟ ପାଇଁ ନିଜ ଝିଅ ଏବଂ କିଡ୍‌ନୀ ବିକ୍ରି କରୁଛନ୍ତି ଲୋକେ
କାବୁଲ(ଏଜେନ୍ସି): ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ତାଲିବାନର ଆଫଗାନିସ୍ତାନ ଦଖଲ ପରଠାରୁ ଏହା ଅଧିକ ବିଗିଡି ଯାଇଛି। ଦେଶରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଥିବାରୁ ଲୋକେ ଜୀବନଯାପନ ପାଇଁ ସଂଘର୍ଷ କରୁଛନ୍ତି। ଅନେକ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଲୋକଙ୍କୁ ଦିନକୁ ଥରୁଟିଏ ବି ଖାଇବାକୁ ମିଳୁନାହିଁ। ଶିଶୁ ଅତି କଷ୍ଟରେ ଜୀବନଯାପନ କରୁଛନ୍ତି। ଭୋକର ଜ୍ବାଳାରେ ସେମାନଙ୍କୁ ନିଦ ହେଉନାହିଁ। ଏଥିଯୋଗୁଁ ଲୋକେ ବାଧ୍ୟ ହୋଇ ପିଲାଙ୍କୁ ନିଦ ବଟିକା ଖୁଆଇ ଶୁଆଉଛନ୍ତି। ଅନେକ ଲୋକେ ଖାଦ୍ୟ ପାଇଁ ନିଜ ଝିଅ ଏବଂ କିଡ୍‌ନୀ ବିକ୍ରି କରୁଛନ୍ତି। ତାଲିବାନ ଲୋକଙ୍କୁ ଏବଂ ସେମାନଙ୍କ ଅଧିକାରକୁ ଅଣଦେଖା କରିବାରେ ଲାଗିଛି। ତାଲିବାନ କବ୍‌ଜା ପରଠାରୁ ଦେଶକୁ ବିଦେଶୀ ସହାୟତା ମିଳିପାରୁନାହିଁ।

ଆଫଗନିସ୍ତାନର ତୃତୀୟ ବୃହତ ସହର ହେରାତ୍‌ର ମାଟି ଘରେ ଅନେକ ଲୋକଙ୍କୁ ଖାଇବାକୁ ମିଳୁନାହିଁ। ସ୍ଥାନୀୟ ଅଧିବାସୀଙ୍କ ଅନୁୟାୟୀ ଖାଦ୍ୟ ମିଲୁ ନ ଥିବାରୁ ମାସକୁ ଅଧିକାଂଶ ଦିନ ଭୋକ ଉପାସରେ ରହିବାକୁ ପଡୁଛି। ପିଲାଛୁଆ ଭୋକରେ ଆଉଟପାଉଟୁ ହେଉଛନ୍ତି। ସାରାରାତି ଶୋଇ ନ ପାରି କାନ୍ଦୁଛନ୍ତି। ଫଳରେ ସେମାନେ ନିଦ ଔଷଧ ଦେଇ ପିଲାଙ୍କୁ ଶୁଆଉଛନ୍ତି। ଗୁଲାନ ହଜରତ ନିଜର ବର୍ଷକର ଶିଶୁକୁ ମଧ୍ୟ ଏହି ଔଷଧ ଖାଇବାକୁ ଦେଉଛନ୍ତି। ତେବେ ଡାକ୍ତରଙ୍କ ଅନୁଯାୟୀ ଅବସାଦଗ୍ରସ୍ତ ବ୍ୟକ୍ତିଙ୍କୁ ଏହି ଔଷଧ ଖାଇବାକୁ ଦିଆଯାଇଥାଏ। ଏହାକୁ ନିୟମିତ ଖାଇବାକୁ ଦିଆଯାଇପାରିବ ନାହିଁ। ସବୁବେଳେ ଖାଇଲେ ଲିଭର ଖରାପ ହେବାର ସମ୍ଭାବନା ରହିଛି।

ରିପୋର୍ଟ ଅନୁଯାୟୀ ଖାଦ୍ୟ ସଙ୍କଟ ଯୋଗୁଁ ବିବାହ ନାମରେ କମ୍‌ ବୟସର ଶିଶୁକନ୍ୟାଙ୍କୁ ବିକ୍ରି କରାଯାଉଛି। ୫୦ ହଜାରରୁ ୨ ଲକ୍ଷ ଟଙ୍କାରେ ଝିଅଙ୍କୁ ବିକାଯାଉଛି। ପାହିମାଙ୍କ ଅନୁଯାୟୀ ତାଙ୍କ ପତି ୬ ବର୍ଷ ଏବଂ ଦେଢ଼ ବର୍ଷର ଝିଅକୁ ୩୩୫୦ ଡଲାର (ପ୍ରାୟ ୨.୫ ଲକ୍ଷ ଟଙ୍କା)ରେ ବିକି ଦେଇଛନ୍ତି। ଏହି ଅର୍ଥ ମଧ୍ୟ ଏକାଥରକେ ଦିଆଯାଉନାହିଁ। ଏହି ସବୁ ସମସ୍ୟାରୁ ତାଲିବାନ ହାତ ପୋଛି ନେଇଛି। ଅଧିକାରୀଙ୍କ ଅନୁଯାୟୀ ଏଥିପାଇଁ ସରକାର ନୁହେଁ, ଖରାପ ଅର୍ଥବ୍ୟବସ୍ଥା ଦାୟୀ। ଆମେରିକା ବିଦେଶରେ ଥିବା ଅର୍ଥ ଦେଉ ନ ଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

ତାଲିବାନୀ କ୍ରୂରତାରେ ସପ୍ତାହକରେ ବଦଳିଗଲା ସାମାଜିକ ସ୍ଥିତି; କଫିନ୍‌ରେ ଯୁବତୀଙ୍କୁ ନିଆଯାଇ କରାଯାଉଛି ଯୌନଦାସୀ
କାବୁଲ: ମାତ୍ର ସପ୍ତାହକ ମଧ୍ୟରେ ଆଫଗାନିସ୍ତାନର ସାମାଜିକ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। କାବୁଲ ଦଖଲ କରି ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ସଂଗଠନ ହାତକୁ ଯିବା ପରେ ଏଠାରେ ସବୁକିଛିରେ ପରିବର୍ତ୍ତନ ଘଟିଛି। ବିଗତ ୨୦ ବର୍ଷ ଧରି ଶିକ୍ଷା ,ସଂସ୍କାର ଏବଂ ବିକାଶ ଆଡକୁ ମୁହାଁଇଥିବା ଆଫଗାନିସ୍ତାନ ପୁଣିଥରେ ତାଲିବାନର ସେହି କ୍ରୁର ଏବଂ କଠୋର ଯୁଗକୁ ଫେରିଆସିଛି। ସବୁଠାରୁ ଚିନ୍ତାଜନକ ହୋଇପଡ଼ିଛି ସାଧାରଣ ଆଫଗାନବାସୀଙ୍କ ଜୀବନଧାରଣ। ତାଲିବାନ କ୍ରୁରତାରେ ଏଠାକାର ଅଧିବାସୀ ଏଭଳି ଅତିଷ୍ଠ ହୋଇପଡ଼ିଛନ୍ତି ଯେ ସେମାନେ ବଞ୍ଚିବା ଠାରୁ ମୃତ୍ୟୁକୁ ହିଁ ଶ୍ରେୟ ମନେ କରୁଛନ୍ତି। ଏଠାକାର ନର୍କ ଜୀବନଯାପନ ତୁଳନାରେ ସେମାନେ ନିଜର ଭିଟାମାଟି ଛାଡିବାକୁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି। ଏପରିକି ଆମେରିକା ଓ ବ୍ରିଟେନକୁ ଯାଉଥିବା ବିମାନର ଛାତ ଓ ଡେଣା ଉପରେ ବସି ଆଫଗାନିସ୍ତାନରୁ ପଳାଇବାକୁ ଚେଷ୍ଟା କରୁଛନ୍ତି। କେବଳ ସେତିକି ନୁହେଁ, ଜନ୍ମ ଦେଇଥିବା ମାଆ ନିଜ ପିଲାଙ୍କୁ ଆମେରିକୀୟ ସେନା ହାତରେ ଫୋପାଡି ଦେଇ ଚାଲିଯିବାର ଦୃଶ୍ୟ ମଧ୍ୟ ସାରା ବିଶ୍ବସମାଜକୁ ହତଚକିତ କରିଦେଇଛି। ଏଭଳି ମହିଳାମାନଙ୍କ ଅନୁରୋଧ ରକ୍ଷା କରି ଆମେରିକା ସେନା ବର୍ତ୍ତମାନ ସୁଦ୍ଧା ୧୮୩ ଶିଶୁଙ୍କୁ ଗ୍ରହଣ କରିସାରିଥିବା ଜଣାପଡ଼ିଛି। ଦିନକୁ ଦିନ ତାଲିବାନୀ କ୍ରୁରତା ବଢି ଚାଲଇଥିବା ବେଳେ କଥା କଥାକେ ଲୋକଙ୍କୁ ଗୁଳି କରାଯାଉଛି।

ବୁର୍ଖା ନପିନ୍ଧିବା କିମ୍ବା ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ ଲୋକଙ୍କୁ ଗୁଳି କରି ତାଲିବାନ ସେନା ହତ୍ୟା କରୁଥିବା ବେଳେ ଏବେ ଆହୁରି ଅନେକ ଜଘନ୍ୟ ଘଟଣା ପଦକୁ ଆସିଛି। ଉତ୍ତର ଆଫଗାନିସ୍ତାନରେ ତାଲିବାନୀ ସେନା ପାଇଁ ସୁସ୍ବାଦୁ ରୋଷେଇ କରିନଥିବା ଜଣେ ମହିଳାଙ୍କୁ ତାଲିବାନ ନିଆଁ ଲଗାଇ ପୋଡି ଦେଇଛି। କେବଳ ସେତିକି ନୁହେଁ, ଆଫଗାନ୍‌ ମହିଳାମାନଙ୍କୁ ତାଲିବାନ ସେନା କଫିନ୍‌ରେ ଭର୍ତ୍ତି କରି ପଡୋଶୀ ରାଷ୍ଟ୍ରମାନଙ୍କୁ ପଠାଇ ଯୌନଦାସ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ କରୁଛି ବୋଲି ଆଫଗାନିସ୍ତାନ ଛାଡି ଆମେରିକା ପଳାଇଥିବା ଏଠାକାର ଜଷର ଆଇନଜୀବୀ ନଜଲା ଆୟୁବି କହିଛନ୍ତି।

ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବା ଏବଂ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା ନେଇ ତାଲିବାନ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେ ସବୁକିଛି ଓଲଟା ବୋଲି ସେ କହିଛନ୍ତି। ଆମେରିକାର ଏକ ଗଣମାଧ୍ୟମକୁ ସୂଚନା ଦେଇ ଆୟୁବି କହିଛନ୍ତି ଯେ, ଦେଶର ବିଭିନ୍ନ ପ୍ରାନ୍ତରରେ ତାଲିବାନ ଯୋଦ୍ଧାଙ୍କୁ ମହିଳାମାନେ ରୋଷେଇ କରି ସୁସ୍ବାଦ ଖାଦ୍ୟ ଦେବାକୁ ବାଧ୍ୟ କରାଯାଉଛି। ଏହାବ୍ୟତୀତ କମ୍‌ ବୟସ୍କା ଯୁବତୀମାନଙ୍କୁ ସେମାନଙ୍କ ସହ ବିବାହ କରିବାକୁ ମଧ୍ୟ ବାଧ୍ୟ କରାଯାଉଛି। ପୂର୍ବରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ସେମାନଙ୍କ କାର୍ଯ୍ୟରୁ ବିରତ କରାଯାଇଛି ଏବଂ କେତେକ ସ୍ଥଳରେ ହତ୍ୟା କରାଯାଉଛି ବୋଲି ସେ କହିଛନ୍ତି।

ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ: ଆଫଗାନିସ୍ତାନ ଦଖଲ ପରେ ଭାରତ ସହ ସମସ୍ତ ରପ୍ତାନୀ ଆମଦାନୀ ବନ୍ଦ କଲା ତାଲିବାନ
ଆଫଗାନିସ୍ତାନ: ଆଫଗାନିସ୍ତାନ କବଜା ପରେ ତାଲିବାନର ଉଗ୍ରରୂପ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ ସୃଷ୍ଟି କରିଛି ତାଲିବାନ । ଭାରତ ସହ ଚାଲିଥିବା ସମସ୍ତ ରପ୍ତାନୀ ଆମଦାନୀକୁ ବନ୍ଦ କରିଦେଇଛି ତାଲିବାନ । ଭାରତୀୟ ରପ୍ତାନୀ ମହାସଂଘ ସଂଗଠନର ସୂଚନା ଅନୁସାରେ, ତାଲିବାନ ପାକିସ୍ତାନ ମାର୍ଗ ଦେଇ ସମସ୍ତ ମାଲ ପରିବହନକୁ ବନ୍ଦ କରି ଦେଇଛି। ଯାହାର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ପଡ଼ିଛି । ବିଶେଷକରି ଡ୍ରାଏ ଫୁଡ୍ସର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବା ନେଇ ସମ୍ଭାବନା ଦେଖା ଦେଇଛି ।

ବ୍ୟବସାୟ କ୍ଷେତ୍ରରେ ଆଫଗାନିସ୍ତାନର ସବୁଠାରୁ ବଡ ପାର୍ଟନର ହେଉଛି ଭାରତ । ପାକିସ୍ତାନ ଦେଇ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆମଦାନୀ, ରପ୍ତାନୀ ହୋଇଥାଏ । ହେଲେ ଏବେ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାର୍ଗୋ ଉପରେ ରୋକ ଲାଗାଇଛି । ଯାହାଫଳରେ ଆମଦାନୀ ରପ୍ତାନୀରେ ବାଧା ସୃଷ୍ଟି ହୋଇଛି ।

ପରିବହନ ବନ୍ଦ ହେବାରୁ ଭାରତ ବ୍ୟାପକ କ୍ଷତିର ସାମ୍ନା କରିବା ଭଳି ଆଶଙ୍କା ସୃଷ୍ଟି ହୋଇଛି । ଭାରତ ଆଫଗାନକୁ ଚିନି, ଔଷଧ, ବିଭିନ୍ନ ପ୍ରକାରର କପଡ଼ା, ଚା’, କଫି, ମସଲା ଆଦି ରପ୍ତାନୀ କରିଥାଏ । ସେହିପରି ଭାରତ ବିଶେଷକରି ଡ଼୍ରାଏଫୁଡ୍ସ ପାଇଁ ଆଫଗାନିସ୍ତାନ ଉପରେ ନିର୍ଭର କରେ । ପିଆଜ ଓ ବିଭିନ୍ନ ପ୍ରକାରର ଚକଲେଟ ମଧ୍ୟ ଆଫଗାନରୁ ଆମଦାନୀ ହୋଇଥାଏ । ତାଲିବାନ ଆଫଗାନକୁ କବଜା କରିବା ପରେ ଏସବୁ କାରବାର ଠପ ହୋଇଯାଇଛି ।

ଟଙ୍କା ଭର୍ତ୍ତି ୪ଟି କାର୍ ଏବଂ ହେଲିକପ୍ଟର ନେଇ ଫେରାର ହୋଇଗଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି
କାବୁଲ: ଦେଶର ଜନତାଙ୍କୁ ବିପଦ ମୁହଁକୁ ଠେଲି ଦେଇ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି ରବିବାର ନଗଦ ଟଙ୍କା ଭର୍ତ୍ତି ହୋଇଥିବା ଚାରୋଟି କାର୍ ଏବଂ ହେଲିକପ୍ଟର ନେଇ ଦେଶ ଛାଡି ରାଜଧାନୀ କାବୁଲରୁ ପଳାୟନ କରିଛନ୍ତି । ଋଷ ଦୂତାବାସ ପ୍ରବକ୍ତା ନିକିତା ଇସ୍‌ଚୋକେଙ୍କ ସୂଚନା ଅନୁଯାୟୀ, ଚାରୋଟି କାରରେ ଟଙ୍କା ଭର୍ତ୍ତି ହୋଇଥିଲା । ସେ ଆହୁରି କିଛି ନଗଦ ଟଙ୍କା ଅନ୍ୟ ଏକ ହେଲିକପ୍ଟରରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସବୁତକ ଟଙ୍କା ଭର୍ତ୍ତି ହୋଇପାରିନଥିଲା । ଏଣୁ କିଛି ଟଙ୍କା ରୋଡ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏ ନେଇ ଋଷ ଖବର ସରବରାହ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

କାବୁଲକୁ ନିଜ କବ୍‌ଜାକୁ ନେଇ ସାରିଛି ଆଫଗାନିସ୍ତାନ । ଆଉ ଏହା ପରେ ଆଫଗାନିସ୍ତାନର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଯାଇଛି । ଏବେ ଗାନିଙ୍କ ଠିକଣା ସମ୍ପର୍କରେ ସ୍ପଷ୍ଟ ହୋଇପାରିନି । ମିଳିଥିବା ସୂଚନା ମୁତାବକ ଘନିଙ୍କ ହେଲିକପ୍ଟରକୁ ତାଜକିସ୍ତାନରେ ଅବତରଣ ଅନୁମତି ନ ମିଳିବା ପରେ ଏବେ ସେ ଓମାନ୍‌ରେ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ସେ ଯୁକ୍ତ ରାଷ୍ଟ୍ର ଆମେରିକା ଯିବା ନେଇ ପ୍ରସ୍ତୁତ ହେଉଛନ୍ତି ।

ରକ୍ତପାତକୁ ଏଡ଼ାଇବା ପାଇଁ ସେ ଦେଶ ଛାଡ଼ିଥିବା ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି । ଅନ୍ୟପକ୍ଷରେ କାବୁଲକୁ ନିଜ ଅକ୍ତଆରକୁ ନେବା ପରେ ତାଲିବାନୀ ନେତାଙ୍କୁ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଥିଲା ।

ତେବେ ଆଫଗାନିସ୍ତାନ ରାଜଧାନୀକୁ କବ୍‌ଜାକୁ ନେବା ପରେ ଏବେ ସବୁଠି ଆତଙ୍କର ମହୋଲ ଦେଖିବାକୁ ମିଳିଛି । ବଡ଼ ବଡ଼ ଛକମାନଙ୍କରେ ତାଲିବାନୀ ସୈନ୍ୟ ମୁତୟନ ହୋଇଛନ୍ତି। ଯାତାୟତ କରୁଥିବା ଯାନବାହନକୁ ତନଖି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଯୁଦ୍ଧ ଶେଷ ନେଇ ତାଲିବାନ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ, ନିଜ ଦେଶରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ସାଧାରଣ ଜନତା । କାବୁଲ ଛାଡ଼ି ଅନ୍ୟତ୍ର ପଳାୟନ ନେଇ ଜୀବନକୁ ବାଜି ଲଗାଉଛନ୍ତି ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

ଭିଡିଓଟି କାବୁଲର ହାମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର । ଯେଉଁଠାରେ କାବୁଲ ଛାଡ଼ି ପଳାୟନ କରିବାକୁ ଜନ ସମୁଦ୍ର ଦେଖିବାକୁ ମିଳିଛି । ସ୍ଥିତି ଏପରି ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଯେକୌଣସି ଉପାୟରେ କାବୁଲ ଛାଡ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛଘୁଞ୍ଚା ଦେଉନାହାନ୍ତି ।

ଭାଙ୍ଗୁଛି ଆଫଗାନିସ୍ତାନ: କାନ୍ଦାହାର ପରେ ଆଉ ଏକ ଅଞ୍ଚଳ କବଜା କଲା ତାଲିବାନ
କାବୁଲ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଫଗାନିସ୍ତାନ ପରିସ୍ଥିତି। ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ପ୍ରମୁଖ ସହର କବ୍‌ଜା କରିବାରେ ଲାଗିଛି ତାଲିବାନ୍ । ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରକୁ ନିଜ କବ୍‌ଜାକୁ ନେବା ସହ ତାଲିବାନ ଏବେ ଲଶ୍କର ଗାକୁ ନିଜ ନିୟନ୍ତ୍ରଣକୁ ନେଇଛି। ସେହିପରି ହେରାଟ ଏୟାରପୋର୍ଟକୁ ମଧ୍ୟ କବଜା କରିବାରେ ସଫଳ ହୋଇଛି ତାଲିବାନ। ସେଠାରୁ ସାଧାରଣ ଜନତା ଓ ସରକାରୀ ଅଧିକାରୀଙ୍କୁ ସ୍ଥାନାନ୍ତର କରିିବାକୁ ଅନୁମତି ଦେଇଛି ତାଲିବାନ୍ ।କାନ୍ଦାହାର ସମେତ ପ୍ରାୟ ଅଧିକାଂଶ ପ୍ରମୁଖ ସହର ଏବେ ତାଲିବାନ୍ କବ୍‌ଜାକୁ ଆସିଥିବା ବେଳେ କେବଳ ରାଜଧାନୀ କାବୁଲ ଏବଂ ଅନ୍ୟ କିଛି ଉପାନ୍ତ ଅଞ୍ଚଳ ହିଁ ବାକି ରହିଛି ।

ଦେଶର ପ୍ରାୟ ସବୁ ଅଞ୍ଚଳରେ ନିୟନ୍ତ୍ରଣ ହରାଇଛନ୍ତି ଆଫଗାନିସ୍ତାନ ସରକାର । ତାଲିବାନ ଗତ ୮ ଦିନରେ ଯେଉଁଭଳି ଗୋଟିଏ ପରେ ଗୋଟିଏ ସହର ଓ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଛି ତାହା ଆଫଗାନ୍ ସରକାର ଏବଂ ଏହାର ଆମେରିକୀୟ ସମର୍ଥକଙ୍କୁ ସ୍ତବ୍ଧ କରିଦେଇଛି ।

ନିର୍ବାଚିତ ସରକାର ଦେଶ ଉପରୁ ନିଜର ଅସ୍ତିତ୍ୱ ହରାଇ ଚାଲିଛନ୍ତି। ଆଫଗାନିସ୍ତାନର ସୈନ୍ୟମାନେ ଆଉ ତାଲିବାନ ସହ ଯୁଦ୍ଧ କରିବାକୁ ସମର୍ଥ ହେଉ ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ତାଲିବାନର ସଂଗଠିତ ଆକ୍ରମଣକୁ ଦେଖି ଆଫଗାନ ସେନା ଛତ୍ରଭଙ୍ଗ ଦେଉଛନ୍ତି।

ଅନେକ ସ୍ଥାନରେ ସୈନିକମାନେ ତାଲିବାନ ସହ ହାତ ମିଳାଇ ଆତଙ୍କବାଦୀ ହୋଇଯାଉଥିବା ନଜରକୁ ଆସିଛି। ଏପରି ମୁହୂର୍ତ୍ତରେ ଆଉ କାବୁଲ୍ ସୁରକ୍ଷିତ ନୁହେଁ ବୋଲି ସ୍ପଷ୍ଟ କରିସାରିଲାଣି ଯୁକ୍ତରାଷ୍ଟ୍ର ଆମେରିକା। ଏପରି କ୍ଷେତ୍ରରେ ଆଫଗାନିସ୍ତାନରେ ଥିବା ଆମେରିକାର ସୈନିକ ଏବଂ ନାଗରିକଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ଆଣିବା ଆମେରିକା ପାଇଁ ଏକ ଆହ୍ୱାନ ପାଲଟିଛି। ଏହି ମାସ ଶେଷ ସୁଦ୍ଧା ସୈନିକ ପ୍ରତ୍ୟାହାର ଶେଷ କରିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ଆଫଗାନିସ୍ଥାନରେ ଥିବା ନିଜର ଦୂତାବାସରୁ କର୍ମଚାରୀ ଓ ସୈନିକଙ୍କୁ ପ୍ରତ୍ୟାହାର କରିବା ପାଇଁ ଆଜି ୪ ହଜାର ସୈନିକଙ୍କ ସମେତ ୩ ହଜାର ଜଳ ଜାହାଜ ପ୍ରେରଣ କରିଛି।

ସେନା ଦୁର୍ବଳ ହେବାରୁ ଆଫଗାନିସ୍ତାନକୁ ଭାରତ ଦେଇଥିବା ଯୁଦ୍ଧ ବିମାନ MI-24 କୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ। ତାଲିବାନ ଆତଙ୍କୀ MI-24 ଆଗରେ ଠିଆ ହୋଇ ଫଟୋ ସେୟାର କରିଛନ୍ତି । ୨୦୧୯ ରେ ଭାରତ ଆଫଗାନିସ୍ତାନକୁ ଏହି ହେଲିକାପ୍ଟର ଗିଫ୍ଟ ଦେଇଥିଲା ।