lung cancer - The Sakala

ସବୁଠାରୁ ବିପଜ୍ଜନକ କ୍ୟାନ୍ସର କେଉଁଟି? କେତେ ରହିଛି ବଞ୍ଚିବାର ଆଶା, ଜାଣନ୍ତୁ ଡାକ୍ତରଙ୍କ ମତ
କ୍ୟାନ୍ସର ବା କର୍କଟ ରୋଗର ନାଁ ଶୁଣିଲେ ହିଁ ଲୋକଙ୍କ ମନରେ ଛନକା ପଶିଯାଏ। ତେବେ ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହ ବର୍ତ୍ତମାନ ଅନେକ କ୍ଷେତ୍ରରେ କ୍ୟାନ୍ସରର ସଫଳ ଚିକିତ୍ସା ସମ୍ଭବ ହୋଇପାରୁଛି। କିନ୍ତୁ ଆପଣ ଜାଣନ୍ତି କି, କ୍ୟାନ୍ସର ମଧ୍ୟରେ ସବୁଠାରୁ ବିପଜ୍ଜନକ କ୍ୟାନ୍ସର କେଉଁଟି? ଏବଂ ଏଥିରେ ରୋଗୀ ବଞ୍ଚିବାର ସମ୍ଭାବନା କେତେ ଥାଏ? ବିଶେଷଜ୍ଞଙ୍କ ମତରେ, କର୍କଟ ରୋଗର ଭୟାବହତା ଏହାର 'ଷ୍ଟେଜ୍' ବା ପର୍ଯ୍ୟାୟ ଉପରେ ନିର୍ଭର କରେ, ତଥାପି କିଛି ନିର୍ଦ୍ଦିଷ୍ଟ କ୍ୟାନ୍ସରକୁ ଅତ୍ୟନ୍ତ ଘାତକ ବୋଲି ବିବେଚନା କରାଯାଏ।

ସବୁଠାରୁ ବିପଜ୍ଜନକ କ୍ୟାନ୍ସର କେଉଁଟି?

ଡାକ୍ତରଙ୍କ ମତରେ, ପାନକ୍ରିଏଟିକ୍ କ୍ୟାନ୍ସର (Pancreatic Cancer) ବା ଅଗ୍ନାଶୟ କର୍କଟକୁ ସବୁଠାରୁ ବିପଜ୍ଜନକ ବୋଲି ଧରାଯାଏ। ଏହାକୁ ଅନେକ ସମୟରେ "ସାଇଲେଣ୍ଟ କିଲର" ମଧ୍ୟ କୁହାଯାଏ। କାରଣ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ସହଜରେ ଜଣାପଡ଼େ ନାହିଁ। ଯେତେବେଳେ ରୋଗୀ ପାଖରେ ଲକ୍ଷଣ ଦେଖାଯାଏ, ସେତେବେଳକୁ କ୍ୟାନ୍ସର ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପି ସାରିଥାଏ। ଏହି କାରଣରୁ ଏହାର ଚିକିତ୍ସା କଷ୍ଟକର ହୋଇପଡ଼େ।

ବଞ୍ଚିବାର ସମ୍ଭାବନା କେତେ?

କ୍ୟାନ୍ସରର ପ୍ରକାର ଏବଂ ଏହା କେଉଁ ଷ୍ଟେଜରେ ଚିହ୍ନଟ ହେଉଛି, ତାହା ଉପରେ ରୋଗୀର ବଞ୍ଚିବା ସମ୍ଭାବନା ନିର୍ଭର କରେ। ରିପୋର୍ଟ ଅନୁଯାୟୀ:

* ପାନକ୍ରିଏଟିକ୍ କ୍ୟାନ୍ସର: ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ହାର (Survival Rate) ଖୁବ୍ କମ୍, ଯାହା ପ୍ରାୟ ୫% ରୁ ୧୦% ମଧ୍ୟରେ ରହିଥାଏ।

* ଫୁସଫୁସ କ୍ୟାନ୍ସର: ଭାରତରେ ଫୁସଫୁସ କ୍ୟାନ୍ସର ମଧ୍ୟ ଖୁବ୍ ଘାତକ ସାବ୍ୟସ୍ତ ହୋଇଥାଏ, ଯେଉଁଥିରେ ବଞ୍ଚିବାର ହାର ୧୫% ରୁ କମ୍ ଥାଏ।

* ମୁଖ ଗହ୍ଵର କ୍ୟାନ୍ସର: ଯଦି ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହୁଏ, ତେବେ ବଞ୍ଚିବାର ସମ୍ଭାବନା ୮୦%ରୁ ଅଧିକ ଥାଏ। କିନ୍ତୁ ବିଳମ୍ବରେ ଚିହ୍ନଟ ହେଲେ ଏହା ୩୦%କୁ ଖସିଆସେ।

ଠିକ୍ ସମୟରେ ଚିକିତ୍ସା ଜରୁରୀ

ଡାକ୍ତରମାନେ ପରାମର୍ଶ ଦିଅନ୍ତି ଯେ, କ୍ୟାନ୍ସରକୁ ମାତ୍ ଦେବା ପାଇଁ 'ଅର୍ଲି ଡିଟେକ୍ସନ୍' ବା ପ୍ରାରମ୍ଭିକ ଚିହ୍ନଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ପ୍ରଥମ କିମ୍ବା ଦ୍ୱିତୀୟ ଷ୍ଟେଜରେ ରୋଗ ଚିହ୍ନଟ ହୁଏ, ତେବେ ରୋଗୀ ସୁସ୍ଥ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଶରୀରରେ କୌଣସି ଅସ୍ୱାଭାବିକ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍।

ଜାଣନ୍ତୁ ଫୁସ୍‌ଫୁସ୍ କ୍ୟାନ୍‌ସର କ’ଣ , ଏହାର ଲକ୍ଷଣ ଓ ପ୍ରତିକାର
ପ୍ରଥମେ ଆମେ ଜାଣିବାକୁ ହେବ କ୍ୟାନ୍‌ସର କ’ଣ। କ୍ୟାନ୍‌ସରର ଅର୍ଥ ହେଉଛି ଅନିୟନ୍ତ୍ରିତ ଏବଂ ଅସ୍ବାଭାବିକ (ଅନ୍‌କଣ୍ଟ୍ରୋଲ୍‌ଡ ଆଣ୍ଡ୍‌ ଆବନର୍‌ମାଲ୍‌ ଗ୍ରୋଥ୍‌ ଅଫ୍ ସେଲ୍‌) ଭାବେ ଶରୀରର କୋଷିକାଗୁଡ଼ିକରେ ବୃଦ୍ଧି ହେବା। ତେବେ ଏହି ପ୍ରକ୍ରିୟାରେ ଫୁସ୍‌ଫୁସ୍ ବା ଲଙ୍ଗ୍‌ସରେ ରହିଥିବା କୋଷିକାଗୁଡ଼ିକର ଅନିୟନ୍ତ୍ରିତ ଓ ଅସ୍ବାଭାବିକ ଭାବେ ବୃଦ୍ଧି ହେଲେ ଲଙ୍ଗ୍‌ସ ବା ଫୁସ୍‌ଫୁସ୍‌ କ୍ୟାନ୍‌ସର ହୋଇଥାଏ।

ଫୁସ୍‌ଫୁସ୍‌ କ୍ୟାନ୍‌ସର କ’ଣ

ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ବିଶେଷ ଭାବେ ଫୁସ୍‌ଫୁସ୍‌ର ମୁଖ୍ୟ ଦୁଇଟି ଅଂଶ ସଂକ୍ରମିତ ହୁଏ। ଗୋଟିଏ ହେଉଛି ଏୟାର୍‌ ପାଇପ୍ ବା ଏୟାର୍ ୱେଜ୍ ଏବଂ ଅନ୍ୟଟି ହେଉଛି ଲଙ୍ଗ୍‌ସ ପାରେନକାଇମା। ଏୟାର୍‌ ପାଇପ୍ ଦ୍ବାରା ଶ୍ବାସ ଶରୀର ଭିତରକୁ ଯାଇଥାଏ ଏବଂ ଲଙ୍ଗସ୍‌ ପାରେନ୍‌କାଇମାରେ ଅମ୍ଳଜାନ ସୃଷ୍ଟି ହୋଇ ରକ୍ତରେ ମିଶେ। ତେଣୁ ଏହି ଦୁଇଟି ଅଂଶରେ କୋଷିକାଗୁଡ଼ିକ ଅସ୍ବାଭାବିକ ଭାବେ ବୃଦ୍ଧି ହେଲେ ଲଙ୍ଗ୍‌ସ କ୍ୟାନ୍‌ସର ହୋଇଥାଏ। ଏହି କ୍ୟାନ୍‌ସର ଦ୍ବାରା ଫୁସ୍‌ଫୁସ୍‌ର ସ୍ବାଭାବିକ କ୍ରିୟାରେ ବାଧା ସୃଷ୍ଟି ହୁଏ। ଭବିଷ୍ୟତରେ ମଧ୍ୟ ସାଧାରଣ କୋଷର ବିକାଶରେ ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ।

ଲକ୍ଷଣ

ଫୁସ୍‌ଫୁସ୍‌ କ୍ୟାନ୍‌ସରର କିଛି ଲକ୍ଷଣ ଅନ୍ୟ ରୋଗର ସାଧାରଣ ଲକ୍ଷଣ ପରି ମନେ ହେଉଥିଲେ ମଧ୍ୟ ଏଥିରେ ଅନେକ ବିଶେଷତ୍ବ ରହିଛି। ଯଥା- କାଶ, ଥଣ୍ଡା, ଜ୍ବରରେ ମଧ୍ୟ କାଶ ହୋଇଥାଏ। କିନ୍ତୁ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ଯେଉଁ କାଶ ହୁଏ, ତାହା ଥରେ ଆରମ୍ଭ ହେଲେ ଅଧିକ ସମୟ ପର୍ଯ୍ୟନ୍ତ ହୋଇଥାଏ ଏବଂ ଏହା ଅଧିକ ଦିନ ପର୍ଯ୍ୟନ୍ତ ରହେ। ଏହାକୁ ସାଧାରଣତଃ ଲହରା କାଶ ବୋଲି କୁହାଯାଏ। ଶୁଖିଲା କାଶ ମଧ୍ୟ ହୋଇଥାଏ। କାଶରେ ରକ୍ତ ପଡ଼ିବା ଏବଂ କର୍କଶ ଶବ୍ଦର କାଶ ହେବା ଆଦି ଫୁସ୍‌ଫୁସ୍ କ୍ୟାନ୍‌ସରର ଲକ୍ଷଣ। ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରେ ଏଭଳି କାଶ ଦେଖାଗଲେ ଫୁସ୍ଫୁସ କର୍କଟ ହୋଇଥାଇପାରେ ​‌ବୋଲି ସନ୍ଦେହ କରାଯାଏ।

ଧଇଁସଇଁ ବା ଅଣନିଃଶ୍ବାସୀ ଲାଗିବା

ଫୁସ୍‌ଫୁସ୍ କ୍ୟାନ୍‌ସର ଯୋଗୁଁ ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀରେ ଅନେକ କିଛି ପରିବର୍ତ୍ତନ ଆସେ। ସାଧାରଣରତଃ ସର୍ଦ୍ଦି ହେଲେ, ଆଜ୍‌ମା ବଢ଼ିଗଲେ କିମ୍ବା ଅନ୍ୟ ଶ୍ବାସଜନିତରୋଗ ହେଲେ ନିଃଶ୍ବାସ ପ୍ରଶ୍ବାସରେ କଷ୍ଟ ହୁଏ। ହାଲିଆ ବା ଧଇଁସଇଁ ଲାଗେ। କିନ୍ତୁ ସର୍ଦ୍ଦି ନଥାଇ କୌଣସି କାମରେ ଧଇଁସଇଁ ଲାଗିଲେ, ତାହା ଫୁସ୍‌ଫୁସ୍‌ କ୍ୟାନ୍‌ସରର ଏକ ଲକ୍ଷଣ ବୋଲି ଧରାଯାଏ। ଫୁସ୍‌ଫୁସ୍‌ କ୍ୟାନ୍‌ସର ରୋଗୀ ସାଧାରଣ କାମ କଲେ ମଧ୍ୟ ଧଇଁସଇଁ ବା ହାଲିଆ ହେବା ଭଳି ମନେ କରନ୍ତି। ଏହି କ୍ଷେତ୍ରରେ ଯଥାଶୀଘ୍ର ସ୍ବାସ୍ଥ୍ୟ ପରୀକ୍ଷା କରାଇନେବା ଉଚିତ।

ନିଃଶ୍ବାସ-ପ୍ରଶ୍ବାସ ସମୟରେ ହୁଇସିଲ୍‌ ବାଜିବା ଭଳି ଶବ୍ଦ ହେବା

ଏହି ଲକ୍ଷଣ ଆଜ୍‌ମା ବା ଆଲର୍ଜି ରୋଗୀଙ୍କଠାରେ ମଧ୍ୟ ଥାଏ। କିନ୍ତୁ ଯଦି କୌଣସି ବ୍ୟକ୍ତି ଉକ୍ତ ଦୁଇଟି ରୋଗରେ ପୀଡ଼ିତ ନାହାନ୍ତି, କିନ୍ତୁ ନିଃଶ୍ବାସ-ପ୍ରଶ୍ବାସ ସମୟରେ ହୁଇସିଲ୍‌ ବାଜିବା ଭଳି ଶବ୍ଦ ହେଉଛି, ତେବେ ଏହା ଫୁସ୍‌ଫୁସ୍‌ କ୍ୟାନ୍‌ସରର ଏକ ଲକ୍ଷଣ ହୋଇପାରେ।

ବାରମ୍ବାର ଛାତି ସଂକ୍ରମଣ – (ରିପିଟେଡ୍‌ ଚେଷ୍ଟ୍‌ ଇନ୍‌ଫେକ୍‌ସନ୍)

ଫୁସ୍‌ଫୁସ୍ କ୍ୟାନ୍‌ସରରେ ଆକ୍ରାନ୍ତ ବ୍ୟକ୍ତିଙ୍କର ବାରମ୍ବାର ଫୁସ୍‌ଫୁସ୍ ସଂକ୍ରମଣ ହୁଏ। ଏହାକୁ ରିପିଟେଡ୍‌ ଚେଷ୍ଟ ଇନ୍‌ଫେକ୍‌ସନ୍‌ କୁହାଯାଏ। ବେକ ପାଖରେ ଥÒବା ଗ୍ରନ୍ଥିଗୁଡ଼ିକ ଫୁଲିଯାଏ, କିନ୍ତୁ କଷ୍ଟ ହୁଏନାହିଁ। ଏହାକୁ ରିକରିଙ୍ଗ୍ ଇନ୍‌ଫେକସନ୍ କୁହାଯାଏ।

ଶରୀରରେ ଯନ୍ତ୍ରଣା

ଫୁସ୍‌ଫୁସ୍ କ୍ୟାନ୍‌ସର ହେଲେ ଛାତିରେ, ପିଠିରେ ଓ କାନ୍ଧରେ ଯନ୍ତ୍ରଣା ଅନୁଭୂତ ହୁଏ। କ୍ୟାନ୍‌ସର ଛାତିର ହାଡ଼ଗୁଡ଼ିକୁ ସଂକ୍ରମିତ ହେଲେ ଏହି ଯନ୍ତ୍ରଣା ଲାଗି ରହେ। ରାତିରେ ଶୋଇବା ସମୟରେ ଏବଂ ଶରୀର ଚଳପ୍ରଚଳ ହେଲେ ଏହି ଯନ୍ତ୍ରଣା ଅଧିକ ଜଣାପଡ଼େ। ଏହାକୁ କୁହାଯାଏ ଡଲ୍‌ ଆକିଙ୍ଗ୍ ପେନ୍।

ଶରୀରର ଓଜନ ହ୍ରାସ ହେବା ଏବଂ ଦୁର୍ବଳ ଲାଗିବା

ଡାଇବେଟିସ୍‌, ଟିବି ବା ଅନ୍ୟ କୌଣସି ବଡ଼ ରୋଗରେ ଶରୀରର ଓଜନ କମିଯାଇଥାଏ। କିନ୍ତୁ ଯଦି କିଛି ରୋଗ ନଥାଇ ଶରୀରର ଓଜନ କମିଯାଉଛି ଏବଂ ଦୁର୍ବଳ ଲାଗୁଛି, ତେବେ ଏହା ଫୁସ୍‌ଫୁସ୍‌ କ୍ୟାନ୍‌ସରର ଆଉ ଏକ ଲକ୍ଷଣ ହୋଇପାରେ।

ଫୁସ୍‌ଫୁସ୍ କ୍ୟାନ୍‌ସରର କାରଣ ପ୍ରାୟତଃ ଅଧିକ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଫୁସ୍‌ଫୁସ୍ କ୍ୟାନ୍‌ସର ହେବାର ଅଧିକ ଆଶଙ୍କା ରହିଛି। କିନ୍ତୁ ସବୁ ସ୍ମୋକର୍‌ଙ୍କୁ ଫୁସ୍‌ଫୁସ୍ କ୍ୟାନ୍‌ସର ହେବନାହିଁ। କହିବା ଅର୍ଥ ହେଉଛି ଫୁସ୍‌ଫୁସ୍‌ କ୍ୟାନ୍‌ସର ରୋଗୀଙ୍କ ମଧ୍ୟରୁ ୮୦ ରୁ ୯୦ ପ୍ରତିଶତ ରୋଗୀଙ୍କ କେସ୍‌ ହିଷ୍ଟୋରୀ ଧୂମପାନର ସୂଚନା ଦେଇଥାଏ। ତେଣୁ ଫୁସ୍‌ଫୁସ୍‌ କ୍ୟାନ୍‌ସର ଗୋଟିଏ କାରଣ ହେଉଛି ଧୂମପାନ।

ପାସିଭ୍‌ ସ୍ମୋକିଙ୍ଗ୍‌, ସେକେଣ୍ଡ୍‌ ହ୍ୟାଣ୍ଡ୍‌ ସ୍ମୋକିଙ୍ଗ୍‌ ବା ପରୋକ୍ଷ ଧୂମପାନ ମଧ୍ୟ ଏହାର ଅନ୍ୟ ଏକ କାରଣ ହୋଇାରେ। ପରୋକ୍ଷ ଧୂମପାନର ଅର୍ଥ ହେଉଛି – ଘରେ କୌଣସି ବ୍ୟକ୍ତି ଧୂମପାନ କରୁଛନ୍ତି ଏବଂ ଏହାଦ୍ବାରା ପରିବାରର ଅନ୍ୟ ସଦସ୍ୟ ପ୍ରଭାବିତ ହେଉଛନ୍ତି।

ସାଙ୍ଗସାଥୀଙ୍କ ମେଳରେ କିମ୍ବା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଯାନରେ ଯାତ୍ରା କରିବା ସମୟରେ ପାସିଭ୍ ସ୍ମୋକିଙ୍ଗ୍‌ର ପ୍ରଭାବ ଅଧିକ ଥାଏ।

ବାୟୁ ପ୍ରଦୂଷଣ ଓ ରାଡନ୍‌ ଏକ୍ସପୋଜର୍‌ ମଧ୍ୟ ଫୁସ୍‌ଫୁସ୍‌ କ୍ୟାନ୍‌ସର ପାଇଁ ଏକ ବଡ଼ ବିପଦ। ବିଭିନ୍ନ ପ୍ରକାର ତମ୍ବାଖୁ ପ୍ରସ୍ତୁତି କାରଖାନା, ରସାୟନିକ କାରଖାନା କିମ୍ବା ତୈଳ ବିଶୋଧନାଗାରରେ ଅଧÒକ ସମୟ ଧରି କାମ କରିବା ଦ୍ବାରା ଫୁସ୍‌ଫୁସ୍ କ୍ୟାନ୍‌ସର ହୋଇପାରେ। ଏହାକୁ ୱାର୍କପ୍ଲେସ୍ ଏସ୍କପୋଜର୍‌ କୁହାଯାଏ।

ବଂଶାନୁକ୍ରମିକ ଦୁଇଟି ଜିନ୍‌ ମଧ୍ୟ ଫୁସ୍‌ଫୁସ୍‌ କ୍ୟାନ୍‌ସର ପାଇଁ ଦାୟୀ। ବଂଶାନୁକ୍ରମିକ ଅନୁଯାୟୀ ଯଦି ଶରୀରରେ ଅଙ୍କୋ ଜିନ୍‌ ଓ ଟ୍ୟୁମର୍‌ ସପ୍ରେସନ୍ ଜିନ୍‌ରେ ପରିବର୍ତ୍ତନ ଫୁସ୍‌ଫୁସ୍‌ କ୍ୟାନ୍‌ସର ଆଶଙ୍କାକୁ ବଢ଼ାଇ ଦେଇଥାଏ।

ପ୍ରତିକାର

ଏହାର ପ୍ରତିକାର ସ୍ବରୂପ ଆମକୁ କିଛି ଉପାୟ ଅବଲମ୍ବନ କରିବାକୁ ହେବ। ଯଥା –

ନିଜେ ଧୂମପାନ କରନ୍ତୁ ନାହିଁ ଓ ଧୂମପାନ କରୁଥିବା ବ୍ୟକ୍ତିଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।

ନିଜର କାର୍ଯ୍ୟକ୍ଷେତ୍ରରେ ଥିବା ସ୍ବାସ୍ଥ୍ୟପ୍ରଦ ନିୟମାବଳୀକୁ ମାନିବା ଏବଂ ବିଭିନ୍ନ ପ୍ରକାର ରାସାୟନିକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ସେଫ୍‌ଟି ଗାଇଡ୍‌ଲାଇନ୍‌କୁ ଅନୁସରଣ କରିବା। ଏହାକୁ କାର୍‌ସିନୋଜେନ୍ସ କୁହାଯାଏ। ଏହାର ଅର୍ଥ ହେଉଛି – କ୍ୟାନ୍‌ସର କଜିଙ୍ଗ୍ ସବ୍‌ଷ୍ଟାନ୍‌ସେସ୍। ସରଳ ଭାଷାରେ କହିବାକୁ ଗଲେ‌, କ୍ୟାନ୍‌ସର ସୃଷ୍ଟି କରୁଥିବା ପଦାର୍ଥର ସିଧାସଳଖ ସଂସ୍ପର୍ଶରେ ନ ଆସିବା ପାଇଁ ଯେଉଁ ସବୁ ନିୟମାବଳୀ ରହିଛି, ତାହାର କଡ଼ାକଡ଼ି ପାଳନ କରନ୍ତୁ।

ଚିକିତ୍ସାଠାରୁ ସତର୍କତା ସବୁେବଳେ ଶ୍ରେୟସ୍କର। ତେବେ ଫୁସ୍‌ଫୁସ୍‌ କ୍ୟାନ୍‌ସର ନହେବା ପାଇଁ ସତର୍କ ବାଣୀ ହେଉଛି- ଡୁନଟ୍‌ ସ୍ମୋକ୍‌ ଆଣ୍ଡ୍‌ କୁଇଟ୍‌ ସ୍ମୋକିଙ୍ଗ୍‌। ଏହା ସହିତ ନିଜ ଶରୀର ପ୍ରତି ଯତ୍ନ ନିଅନ୍ତୁ ଏବଂ କୌଣସି ସ୍ବାସ୍ଥ୍ୟ ସମସ୍ୟାକୁ ମାମୁଲି କହି ଏଡ଼ାଇ ଦିଅନ୍ତୁ ନାହିଁ। ଡାକ୍ତରଙ୍କ ସହ ପରାମର୍ଶ କରି ପ୍ରଥମ ପର୍ଯ୍ୟାୟରେ ହିଁ ରୋଗର ନିଦାନ କରାଇନେବା ଆବଶ୍ୟକ।