Shree Mandir - The Sakala
ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କୁ ସ୍ୱାଗତ ଲାଗି ଅପେକ୍ଷାରତ ନରେନ୍ଦ୍ର ସରୋବର। ନନ୍ଦା ଓ ଭଦ୍ରା ଜଳକ୍ରୀଡ଼ା କରାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ପଥ ଚାହିଁ ରହିଛନ୍ତି।
ମହାପ୍ରଭୁଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ (ଶ୍ରୀଲୋକନାଥ, ଶ୍ରୀଯମେଶ୍ୱର, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ୱର ଓ ଶ୍ରୀନୀଳକଣ୍ଠେଶ୍ୱର) ଜଳକ୍ରୀଡ଼ା କରିବେ। ତେଣୁ, ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଜଳକ୍ରୀଡ଼ା ଦେଖିବା ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତି, ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣୀଘର ଭୋଗ କରାଯାଇ ଅପରାହ୍‌ଣ ୧ଟାରୁ ସାଢ଼େ ୨ଟା ମଧ୍ୟରେ ଯାତଭୋଗ ଓ ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ) ସରିବ। ଅପରାହ୍‌ଣ ୩ଟାରେ ଦ୍ୱାଦଶ ଯାତ୍ରା ବନ୍ଦାପନା ପରେ ଅପରାହ୍‌ଣ ସାଢ଼େ ୩ଟାରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏବଂ ପଞ୍ଚମହାଦେବ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ। ଚାପ ଖେଳି ସାରି ରାତି ୧୦ଟାରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିବା ଲାଗି ନିଷ୍ପତ୍ତି ହୋଇଛି। ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ଚନ୍ଦନ ମଣ୍ଡପକୁ ରଙ୍ଗ କରାଯାଇଛି। ଚନ୍ଦନ ଚକଡ଼ାକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ନନ୍ଦା ଓ ଭଦ୍ରା ଚାପ ଏବଂ ବୈଜୟନ୍ତୀ ଡଙ୍ଗାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସୋମବାର ଚାପରେ କନା ପଡ଼ିବ ଓ ହଂସ ଲଗାଯିବ।
ସେହିପରି ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ମହାପ୍ରଭୁ ଚନ୍ଦନ ପୁଷ୍ପରିଣୀକୁ ଯିବା ଏବଂ ପୁଷ୍କରିଣୀ ନିକଟରେ ଶାନ୍ତିଶୃଙ୍ଖଳା ପାଇଁ ୫ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବେ। ଜଣେ ଅତିରିକ୍ତ ଏସ୍‌ପି, ୫ଜଣ ଡିଏସ୍‌ପି, ୮ଜଣ ଇନ୍ସପେକ୍ଟର୍‌ ଓ ୨୦ ଜଣ ଏଏସ୍‌ଆଇ/ଏସ୍‌ଆଇଙ୍କ ସମେତ ୫୮ ଜଣ ହୋମ୍‌ଗାର୍ଡ ଉପସ୍ଥିତ ରହିବେ। ସେହିପରି ଭିଡ଼ର ସୁଯୋଗ ନେଇ ଲୁଟେରାମାନେ ଲୁଟ୍‌ପାଟ୍‌, ପକେଟ୍‌ମାର କରିବା ସମ୍ଭାବନା ରହିଛି। ଏଥିପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରିଛି ପୁଲିସ।
ଆଜିଠୁ ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି, ତିନିଦିନ ଧରି ଚାଲିବ
ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦେବ ଦୀପାବଳି ଉତ୍ସବ। ଏହା ତିନିଦିନ ଧରି ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ, ମାର୍ଗଶୀର ଅମାବାସ୍ୟା ଓ ମାର୍ଗଶୀର ଶୁକ୍ଳ ପ୍ରତିପଦାରେ ପାଳନ କରାଯିବ। ପ୍ରଥମ ଦିନ ମାର୍ଗଶୀର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ କଶ୍ୟପ ଓ ଅଦିତିଙ୍କ ଉଦ୍ଦେଶ୍ୟରେ, ଦ୍ୱିତୀୟ ଦିନ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ,ତୃତୀୟଦିନ ମାର୍ଗଶୀର ଶୁକ୍ଳ ପ୍ରତିପଦା ବସୁଦେବ-ଦେବକୀ, ନନ୍ଦ-ଯଶୋଦା ଓ ଇନ୍ଦ୍ରଦ୍ୟୁମ୍ନ-ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରାଦ୍ଧ ଓ ଦୀପଦାନ କରିଥାନ୍ତି। ଏହି ତିନିଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରୁଥିବା ସହ ଆଜି ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ । ତେଣୁ ଏହାକୁ ଦେବ ଦୀପାବଳି କୁହାଯାଏ ।
ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେଇଥାନ୍ତି । ସନ୍ଧ୍ୟାଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି । ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ ,ଶ୍ରୀବଳଭଦ୍ର ୧୪ହାତ ଓ ଦେବୀ ସୁଭଦ୍ରା ୧୨ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି । ଶ୍ରାଦ୍ଧ ବେଶରେ ଠାକୁରମାନେ ତଡଗୀ, ନଳୀଭୂଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳୀ, ଆଡକାନି, ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।
ଆସୁଛି କି ମହାବିପତ୍ତି ! ଭାଙ୍ଗିଗଲା ଶ୍ରୀମନ୍ଦିରରେ ପତିତପାବନ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ
ପୁରୀ: ଶ୍ରୀମନ୍ଦିର ନୀଳଚକ୍ରରେ ଧ୍ୱଜା ପରିବର୍ତ୍ତନ ବେଳେ ଘଟିଛି ଅଭାବନୀୟ ଘଟଣା। ପତିତପାବନ ବାନା ବନ୍ଧା ଯାଇଥିବା ବାଉଁଶ ଭାଙ୍ଗି ଯାଇଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ନାନା ପ୍ରକାର ଚର୍ଚ୍ଚା, ଆଲୋଚନା ହେଉଛି। କେହିକେହି ଏହାକୁ ଅଶୁଭ ସଂକେତ କହୁଥିବା ବେଳେ ଆଉ କେହି ରାଷ୍ଟ୍ର ପାଇଁ ବିପଦର ସୂଚକ ବୋଲି ଆଲୋଚନା କରୁଛନ୍ତି। ତେବେ ବାଉଁଶ ଭାଙ୍ଗିବା କୌଣସି ପ୍ରକାର ଅଘଟଣ କିମ୍ବା ଅଶୁଭ ସଂକେତ ନୁହେଁ ବୋଲି ମତ ଦେଇଛନ୍ତି ଚୁନରା ସେବକ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।
ନୀଳଚକ୍ରରେ ଉଡ଼ୁଥିବା ଧ୍ୱଜାକୁ ପତିତପାବନ ବାନା କୁହାଯାଏ। ପ୍ରତିଦିନ ଅପରାହ୍ଣରେ ଏହି ବାନା ପରିବର୍ତ୍ତନ ହୋଇଥାଏ। ଅର୍ଥାତ୍‌ ପୂର୍ବ ବାନା ଓଲାଗି ହୋଇ ନୂତନ ଧ୍ୱଜା ଉଡ଼ାଯାଏ। ଚୁନରା ସେବକ ଏହି ବାନା ବାନ୍ଧିଥାନ୍ତି। ନୀଳଚକ୍ର ସଂଲଗ୍ନ ବାଉଁଶର ଅଗ୍ରଭାଗରେ ଏବେ ୧୪ହାତିଆ ବାନା ବନ୍ଧା ଯାଉଛି। ଶୁକ୍ରବାର ଅପରାହ୍ଣରେ ବାନା ବନ୍ଧାଯିବା ପରେ ହଠାତ୍‌ ସେହି ବାଉଁଶ ବା ଧ୍ୱଜାଦଣ୍ଡ ଭାଙ୍ଗି ଯାଇଥିଲା। ସେଠାରେ ଥିବା ଚୁନରା ସେବକ ବାଉଁଶର ଭଙ୍ଗା ଅଂଶକୁ ବାଦ୍‌ ଦେଇ ବଳକା ଅଂଶରେ ବାନା ବାନ୍ଧିଛନ୍ତି। କିନ୍ତୁ ଏହାଦ୍ବାରା ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି କହିଛନ୍ତି ଚୁନରା ସେବକ ଡ. ଶରତ ଚନ୍ଦ୍ର ମହାନ୍ତି।
ଡ. ମହାନ୍ତିଙ୍କ ସୂଚନା ଅନୁଯାୟୀ, ବାଉଁଶ ଭାଙ୍ଗିବା କୌଣସି ନୂଆ କଥା ନୁହେଁ। ସେହିପରି କୌଣସି ପ୍ରକାର ଅଶୁଭ ବା ଅଘଟଣର ସଂକେତ ମଧ୍ୟ ନୁହେଁ। ପ୍ରତି ୨/୩ ମାସରେ ବାଉଁଶ ବଦଳାଯାଏ। କିନ୍ତୁ ଏହି ବାଉଁଶଟି ପ୍ରାୟ ଦେଢ଼ବର୍ଷ ହେବ ବଦଳା ଯାଇନାହିଁ। ଫଳରେ ବର୍ଷା, ଖରା, କାକର ଖାଇବା ସହ ଲୁଣି ହାୱା ବି ବାଜୁଛି। ତେଣୁ ବାଉଁଶଟି ଦୁର୍ବଳ ହେବା ସ୍ୱାଭାବିକ। ଏଥିପାଇଁ ବାଉଁଶଟି ଭାଙ୍ଗି ଯାଇଥାଇପାରେ। ତେବେ ଏକ ନୂଆ ବାଉଁଶ ଆସିବ। ଏହାର ଗଣ୍ଠି, ମୂଳ ଏବଂ ଅଗ୍ର ଭାଗରୁ କିଛି କଟାଯିବ। ମା’ ବିମଳାଙ୍କ ମାଳ, ମାହାର୍ଦ୍ଦ ଲଗାଯାଇ ଏହାକୁ ମାର୍ଜନା କରାଯିବା ପରେ ମନ୍ଦିର ଚୂଡ଼ାକୁ ନିଆଯାଇ ପତିତପାବନ ବାନା ବନ୍ଧାଯିବ। ପୂର୍ବରୁ ୧୫୧ ହାତିଆ ବାନା ବନ୍ଧା ଯାଉଥିଲା। ହେଲେ ନୀଳଚକ୍ରରେ ଏହାର ପ୍ରଭାବ ପଡ଼ିବାରୁ ଏଏସ୍‌ଆଇର ପରାମର୍ଶକ୍ରମେ ଏବେ ନୀଳଚକ୍ର ଅଗ୍ରଭାଗରେ ୧୪ ହାତିଆ ବାନା ବନ୍ଧା ଯାଉଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ପତିତପାବନ ବାନା ବନ୍ଧାଯାଉଥିବା ବାଉଁଶ ବା ଧ୍ୱଜା ଦଣ୍ଡ ଭାଙ୍ଗିବା କୌଣସି ପ୍ରକାର ଅଶୁଭ ନୁହେଁ। ଖରା, ବର୍ଷା ଏବଂ ଲୁଣି ପବନ ମାଡ଼ ଖାଉଥିବା ଗୋଟିଏ ବାଉଁଶର ସ୍ଥାୟିତ୍ୱ କେତେଦିନ ତାହା ବି ଭାବିବା ଦରକାର। ଯଦି ଆଗୁଆ ଚିନ୍ତା କରାଯାଇଥାନ୍ତା ତେବେ ଆଜି ଏଭଳି ସ୍ଥିତି ବା ଚର୍ଚ୍ଚା ହୋଇ ନ ଥା’ନ୍ତା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଶ୍ରଦ୍ଧାଳୁଙ୍କର ଧ୍ୱଜା ବାଉଁଶରେ ବନ୍ଧା ଯାଇଥିଲା ସେ ବ୍ୟକ୍ତିଙ୍କ ମନରେ ଶଙ୍କା ଉପୁଜିବା ସ୍ୱାଭାବିକ। ତେଣୁ ଏ ପରିସ୍ଥିତି ପର୍ଯ୍ୟନ୍ତ ଯିବା ଉଚିତ୍‌ ନ ଥିଲା। ପ୍ରଶାସନ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଦରକାର।
ଆଇଏଏସ୍ ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର: ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ୍ ଅଫିସର ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ । ବର୍ତ୍ତମାନର ଦାୟିତ୍ୱ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଆଇନ୍ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ୧୯୯୬ ମସିହାର ଏହି ଆଇଏଏସ୍ ଅଫିସର ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱରେ ରହିସାରିଛନ୍ତି । ଆଉ ଏବେ ତାଙ୍କୁ ପୁଣିଥରେ ସେହି ସମାନ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।
ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ, ତଦାରଖ କରିବ ୧୫ ଜଣିଆ ଟିମ୍‌
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଆରମ୍ଭ ହେଲା ଲେଜର ସ୍କାନିଂ । ଏଥିପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ଏଏସଆଇର ବୈଷୟିକ ଟିମ । ASI ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକଙ୍କ ନେତୃତ୍ବରେ ୧୫ ଜଣିଆ ଟିମ୍‌ ରତ୍ନଭଣ୍ଡାରର ଲେଜର ସ୍କାନିଂରେ ନିୟୋଜିତ ହେବେ । ସ୍କାନିଂ ପାଇଁ ମୁମ୍ବାଇର ସେନଜେନ କମ୍ପାନୀରୁ ଆସିଛନ୍ତି ୩ ଜଣ ଇଞ୍ଜିନିଅର । 3D ଫର୍ମାଟରେ ଏହି ସ୍କାନିଂ କରାଯିବ । ଟିମରେ ସାମିଲ ଅଛନ୍ତି ଫଟୋଗ୍ରାଫିକ ସଦସ୍ୟ। ସମ୍ପୂର୍ଣ୍ଣ ରତ୍ନଭଣ୍ଡାରର ଲେଜର ସ୍କାନିଂ କରି ଡକ୍ୟୁମେଣ୍ଟେସନ କରିବ ଟିମ୍ । ପ୍ରଥମେ ବାହାର ରତ୍ନଭଣ୍ଡାର ସ୍କାନିଂ ହେବ, ପରେ ମୁଖ୍ୟ ମନ୍ଦିର ସହ ଅନ୍ୟାନ୍ୟ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିରର ସ୍କାନିଂ କରାଯିବ ।
ସ୍କାନିଂ ସମୟରେ ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନହେବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ। 3D ଫର୍ମାଟରେ ଏହି ସ୍କାନିଙ୍ଗ କରାଯିବ। ଯେଉଁ ଥିରେ ପ୍ରକୃତରେ କଣ ସମସ୍ୟା ରହିଛି ତାହା ସଠିକ ଭାବେ ଜଣାପଡିବ। ତେବେ ଇଞ୍ଜିନିଅର ମାନଙ୍କ ସହ ଏଏସ୍‌‌ଆଇ ଅଫିସିଆଲ, ଶ୍ରୀମନ୍ଦିର ପ୍ରଶାସନର ଇଞ୍ଜିନିଅର ଓ ଅଧିକାରୀଙ୍କ ସମେତ ସେବାୟତ ପ୍ରତିନିଧି ରହିଛନ୍ତି।
ଆଜି ପଞ୍ଚୁକ ବ୍ରତର ତୃତୀୟ ଦିନ; ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ
ପୁରୀ: ଆଜି ପଞ୍ଚୁକର ତୃତୀୟ ଦିନ। କାର୍ତ୍ତିକ ମାସ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି। ଏହି ବେଶରେ ଠାକୁର ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶ କରିଥାନ୍ତି। ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ଦର୍ଶନ କଲେ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ବାୟୋ ଟଏଲେଟ, ବ୍ୟାରିକେଡରେ ବିଶୁଦ୍ଧ ପିଇବା ପାଣି ବ୍ୟବସ୍ଥା ହୋଇଛି । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ହେଲପ ଡେସ୍କ ଓ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଛି ।
ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନବେଳେ ଅସୁସ୍ଥ ହୋଇପଡିଲେ ଭକ୍ତ, ଡାକ୍ତରଖାନାରେ ମୃତ୍ୟୁ
ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିବାବେଳେ ଅଣନିଶ୍ୱାସୀ ହୋଇ ଟଳିପଡିଲେ ଜଣେ ଶ୍ରଦ୍ଧାଳୁ । ମୃତକ ଜଣକ ହେଲେ ରାଜସ୍ଥାନର ଅମ୍ବାଲାଲ ଭୋଇ( ୪୮) । ପରିବାର ସହ ଦର୍ଶନ କରିବାକୁ ଆସିଥିବା ବେଳେ ସ୍ନାନମଣ୍ଡପ ନିକଟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ପୁଲିସ ଅମ୍ବାଲାଲଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅମ୍ବାଲାଲଙ୍କ ସହ ତାଙ୍କ ପତ୍ନୀ ଓ ପରିବାରର ଅନ୍ଯ ସଦସ୍ଯ ଥିଲେ। ଅମ୍ବାଲାଲ ଏଲଆଇସିରେ ଏଲଡିସି ଭାବେ କାର୍ଯ୍ୟ କରୁଥିଲେ । ସିଂହଦ୍ୱାର ଥାନା ପୁଲିସ ଡାକ୍ତରଖାନାରୁ ଶବ ଜବତ କରିଛି।
ଏହାସହିତ ଅନ୍ୟ ଦୁଇ ଜଣ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁରୀରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।
ଆଜି ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି
ପୁରୀ: ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଏକ ମାସ ମା ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ପରମ୍ପରା ଥିବାରୁ ମାସକ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି।
ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢେଇ ନଦା , ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ବିଭିନ୍ନ ପ୍ରକାର ବ୍ୟଞ୍ଜନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ଲାଗି କରାଯାଇଛି। ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନିତୀ ବଢିବା ପରେ ପହିଲି ଭୋଗ ଲାଗି କରାଯାଏ।
ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ତଦାରଖ କଲେ 5T ସଚିବ
ପୁରୀ: ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍ । ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରକଳ୍ପ ନିର୍ମାଣ ସ୍ଥଳ ବୁଲି ଦେଖିବା ସହ ସମୀକ୍ଷା ମଧ୍ୟ କରିଛନ୍ତି ସଚିବ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଉନ୍ନତି ମୂଳକ ପ୍ରକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରମୁଖ ପ୍ରକଳ୍ପ ହୋଇଥିବା ବେଳେ, କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ଜାରି ରହିଥିବା ଡ୍ରେନ ଓ ରାସ୍ତା ଆଦିର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଭୁବନେଶ୍ବର ଫେରିଛନ୍ତି 5T ସଚିବ ।
ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା; ସିଂହଦ୍ଵାର ଥାନାରେ ଏତଲା
ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ.ଚନ୍ଦ୍ର ଶେଖର ରାଓ ଏହି ଏତଲା ଦେଇଛନ୍ତି। ଆକାଶ ଚୌଧୁରୀ ନାମକ ଜଣେ ଯୁବକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ଜଗମୋହନ ଭିତରକାଠ ନିକଟରୁ ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ିଛି।
ଭାଇରାଲ ହୋଇଥିବା ଫୋଟୋଗୁଡିକ ଗର୍ଭ ଗୃହ ଭିତରର ହୋଇଥିବା ବେଳେ, କିଭଳି ଓ କେଉଁ ପଡିସ୍ଥିତିରେ ଏହା ଭାଇରାଲ ହେଲା ତା’ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଛି ଦାବି ହୋଇଛି । ଏଭଳି ସମ୍ବେଦନଶୀଳ ଫଟୋ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏହି ଘଟଣାକୁ ନେଇ ଗତକାଲି ଶ୍ରୀମନ୍ଦିର ଏକାଦଶୀ ସେବା ସଂଘ ପକ୍ଷରୁ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ଥାନାରେ ଅଭିଯୋଗ କରାଯାଇଥିଲା ।
ପୁରୀ: ଆସନ୍ତାକାଲି ଧର୍ମମାସ କାର୍ତ୍ତିକର ଅନ୍ତିମ ଦିବସ ସହ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡୁଛି । ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । କାର୍ତ୍ତିକ ପୁର୍ଣିମା ଅବସରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାଜାଧିରାଜ ବେଶ ବା ସୁନାବେଶ । ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବଦିନ ଅର୍ଥାତ୍‍ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ପରେ ୧୨ଟା ୪୫ରେ ରୋଷହୋମ, ୨ଟାରେ ସୂର୍ଯ୍ୟପୂଜା, ୨ଟା ୩୦ରେ ଦ୍ୱାରପାଳ ପୂଜା ଓ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ସେହିପରି ରାତି ୩ଟାରେ ଗୋପାଳ ବଲ୍ଲଭ, ୩ଟା ୨୦ରୁ ୪ଟା ୨୦ ସକାଳ ଧୂପ, ଭୋର ୪ଟା ୪୫ରେ ବାଳଧୂପ ଓ ଭୋଗମଣ୍ଡପ ଉଠିବ, ୫ଟା ୧୦ରେ ବାଳଧୂପ ଶେଷ ପରେ ଭୋର ୫ଟା ୫୦ରେ ଭୋଗମଣ୍ଡପ ଶେଷ ହୋଇ ନୀତି ଅଟକିବ।
ତେବେ ୫:୫୪ ମିନିଟ ପରଠାରୁ ପାକ ତ୍ୟାଗ ନିଷେଧ ହୋଇଥିବାରୁ ଦେବ ନୀତି ବନ୍ଦ କରାଯାଇ ଶ୍ରୀଜୀଉ ମାନଙ୍କ ଦର୍ଶନ ବ୍ୟବସ୍ଥା ଜାରି ରହିବ । ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦେବ ନିତୀ ଆରମ୍ଭ କରାଯିବ । ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନିତୀ ଆଦି କରାଯିବ । ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡ ପରେ ଗ୍ରହଣ ସର୍ବମୋକ୍ଷ ହେବା କ୍ଷଣି ଘର ଓ ଅନ୍ୟାନ୍ୟ ଦେବାଳୟରେ ପୂଜା ହୋଇପାରିବ । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ରାତ୍ର ପହଡ଼ ଠାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ପଞ୍ଚୁକର ତୃତୀୟ ଦିନରେ ଆଜି ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ପୁରୀ: ଆଜି ପଞ୍ଚୁକର ତୃତୀୟ ଦିନ ଓ କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁ ଅତ୍ୟନ୍ତ ଚିତାକର୍ଷକ ତିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ଏହି ବେଶ କରିଥାନ୍ତି। ଏହି ବେଶରେ ଠାକୁର ମାନେ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି ।
ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ । କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ। ପଞ୍ଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନକରି ନିଜକୁ ସୌଭାଗ୍ୟ ମଣିଥାନ୍ତି ।
ଆଡ଼କିଆ ବା ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ଏହି କି ଯେ , ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସା ନଯାଇ ଆଡ଼ବାଗରେ ଖୋସା ଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ । ଏହି ସୁନାକିଆ ଗୁଡିକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ସୋଲ, କନା, ବେତ , ଜମ୍ବୁରା, କଇଁଥ ଅଠାରେ ନିର୍ମିତ ଚୂଳରେ ଖୋସା ଯାଏ।ଚୂଳର ଶେଷରେ ଲଗାଯାଏ ସୁନାର ଚନ୍ଦ୍ରିକା । ସୁଭଦ୍ରାଙ୍କୁ ମଧ୍ୟ ଏହି ବେଶରେ ଗୋଟିଏ ସୁନା ଚନ୍ଦ୍ରିକାଦ୍ୱାରା ଶୋଭିତ କରାଯାଏ । ମାତ୍ର ତାଙ୍କ ମସ୍ତକରେ ଚୂଳ ଲାଗି କରା ନଯାଇ ସୁନା କିରୀଟ ଲଗାଯାଏ । ସବୁ ଠାକୁରମାନଙ୍କର ମୂଖର ଉପର ପାର୍ଶ୍ୱରେ ଦୁଇଟି ଲେଖାଏଁ କାଡ଼କାନି ଲଗାଯାଇ ଥାଏ । ଏହି ବେଶରେ ଘାଗଡା ମାଳି , ବରକୋଳି ମାଳି , ପଦ୍ମମାଳି,ଗିନିମାଳି, ପଦକ ମାଳି ପିନ୍ଧା ଯାଏ । ଏହା ବ୍ୟତିତ ମହାପ୍ରଭୁଙ୍କ ଅନ୍ୟାନ୍ୟ ଅଳଙ୍କାର , ମାଳି,ଶ୍ରୀପୟର ,ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଏ । ଜଗନ୍ନାଥ, ବଳଭଦ୍ରଙ୍କୁ ଲୁଗାକଛା ମାରି ପିନ୍ଧାଇ ଦିଆଯାଏ ।
ମହନ୍ତ ମହାରାଜ ରାମ ଜୟନ୍ତୀ ଦାସଙ୍କଦ୍ୱାରା ଏହି ବେଶର ପ୍ରଚଳନ ହୋଇଥିଲା । ଏହି ବେଶରେ ଶ୍ରୀଜୀଉମାନଙ୍କ ଶ୍ରୀମସ୍ତକରେ ସୋଲ, କନା, ବେତ, ଜମ୍ବୁରା ଓ କଇଁଥ ଅଠାରେ ତିଆରି ହୋଇଥିବା ଚୁଳ ଲଗାଯାଏ । ଏହି ଚୁଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡ଼ବାଗରେ ଖୋସାଯାଇଥିବା ବେଳେ ଶୀର୍ଷଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଖୋସାଯାଇଥାଏ ।