Crypto Wallet - The Sakala

କ୍ରିପ୍ଟୋ ନିବେଶକଙ୍କୁ ଝଟକା : ଏକ ସପ୍ତାହରେ ବୁଡିଲା ୨୨ ଲକ୍ଷ କୋଟି
ନୂଆଦିଲ୍ଲୀ : କ୍ରିପ୍ଟୋ ବଜାରରେ ଝଡ। ଏକ ସପ୍ତାହରେ ନିବେଶକଙ୍କର ବୁଡିଲା ୨୨ ଲକ୍ଷ କୋଟି ଟଙ୍କା। ପରିସ୍ଥିତି ଏମିତି ହୋଇଛି ଶ୍ରେଷ୍ଠ କ୍ରିପ୍ଟୋ ମୁଦ୍ରା କୁହାଯାଉଥିବା ବିଟ୍‌ କଏନ୍‌ ମୂଲ୍ୟ ୧୯୦୦୦ ଡଲାର ତଳକୁ ଖସିଛି। ୨୦୨୦ ଡିସେମ୍ୱର ପରେ ବିଟକଏନ ନିଜର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏପରିକି ବିଶ୍ବର ଟପ୍ ୧୦ କ୍ରିପ୍ଟୋ ମୁଦ୍ରା ମୂଲ୍ୟରେ ବୃହତ୍‌ ହ୍ରାସ ଦେଖିବାକୁ ମିଳିଛି। ଦ୍ୱିତୀୟ ସବୁଠୁ ବଡ଼ କ୍ରିପ୍ଟୋକରେନ୍ସି ଇଥେରିୟମ  ମଧ୍ୟ ୧୦୦୦ ଡଲାର ତଳେ ପହଞ୍ଚିଛି।

ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋ କରେନ୍ସି ମୂଲ୍ୟ ଏତେ ଦ୍ରୁତ ଭାବରେ ହ୍ରାସ ପାଇଛି ଯେ ଏହାର ମୂଲ୍ୟ ସର୍ବକାଳୀନ ରେକର୍ଡ ଭାବେ ଅଧାରୁ କମ୍ ହୋଇଯାଇଛି। ଏହା ବ୍ୟତୀତ ଇଥେରିୟମ୍, ବିନାନ୍ସ, ଆଭାଲାଞ୍ଚ, ପୋଲକାଡୋଟ ସହିତ ପ୍ରାୟ ସମସ୍ତ କ୍ରିପ୍ଟୋକରେନ୍ସିର ମୂଲ୍ୟ ହ୍ରାସ ପାଇଛି। ସ୍ଥିତି ଏପରି ହୋଇଛି ଯେ ଗୋଟିଏ ସପ୍ତାହରରେ କ୍ରିପ୍ଟୋକରେନ୍ସିର ମୋଟ ବଜାର ପୁଞ୍ଜି ଏକ ଲକ୍ଷ କୋଟି ଡଲାର ତଳେ ପହଞ୍ଚିଛି । ଜାନୁଆରୀ ୧୦ରେ କ୍ରିପ୍ଟୋ ବଜାର ଭେଲ୍ୟୁ ୧.୮୭ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଶନିବାର ୮୮ ହଜାର କୋଟି ଡଲାରରେ ପହଞ୍ଚିଛି। ଏବେ ବିଟକଏନର ମୂଲ୍ୟ ୧୦ ପ୍ରତିଶତ ହ୍ରାସ ହୋଇ ୧୯,୦୪୦ ଡଲାର ରହିଛି । କଏନମାର୍କେଟ କ୍ୟାପର ପରିସଂଖ୍ୟାନ ଅନୁସାରେ, ଆଜି ଏହାର ମୂଲ୍ୟ ୧୮,୯୦୫ ଡଲାର ଯାଏଁ ତଳକୁ ଖସିଥିଲା। ଇଥୋରିୟମର ମୂଲ୍ୟ ୧୦ ପ୍ରତିଶତ ହ୍ରାସ ହୋଇ ୯୯୨ ଡଲାରରେ ପହଞ୍ଚିଛି।

ବିଟକଏନ୍‌ରେ ରେକର୍ଡ ହ୍ରାସ

ଗତ ୨୪ ଘଣ୍ଟା ମଧ୍ୟରେ ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟକଏନ୍ ନଅ ପ୍ରତିଶତ ହ୍ରାସ ପାଇଛି ଏବଂ ଏବେ ଏହାର ମୂଲ୍ୟ ୧,୫୩,୫୮୪ ଟଙ୍କା ହ୍ରାସ ହୋଇ ୧୬,୦୯,୧୮୮ ଟଙ୍କା ରହିଛି । ଏହି ମୂଲ୍ୟରେ, ବିଟକଏନ୍ ର ବଜାର ପୁଞ୍ଜି  ମଧ୍ୟ ୩୧.୪ ଟ୍ରିଲିୟନ ଡଲାରକୁ ଖସି ଆସିଛି।  ଏହା ବ୍ୟତୀତ, ବିଟକଏନ୍ ପରେ ଦ୍ୱିତୀୟ ପସନ୍ଦିତ କ୍ରିପ୍ଟୋକରେନ୍ସିର ଇଥେରିୟମ ମୂଲ୍ୟ ମଧ୍ୟ ୯.୨୩ ପ୍ରତିଶତ ହ୍ରାସ ପାଇଛି ଏବଂ ଏହା ୮,୪୯୯ ଟଙ୍କା ହ୍ରାସ ପାଇ ୮୩,୬୧୮ ଟଙ୍କା ହୋଇଛି। ଏହା ସହିତ ଏହାର ମାର୍କେଟ କ୍ୟାପ୍ ମଧ୍ୟ ୧୦.୫ ଟ୍ରିଲିୟନ୍ କୁ ଖସି ଆସିଛି । ସୂଚନାଯୋଗ୍ୟ ଯେ ବିଗତ ଦିନରୁ କ୍ରମାଗତ ହ୍ରାସ ମଧ୍ୟରେ କ୍ରମାଗତ ଲାଭରେ କାରବାର କରୁଥିବା ଟେଥର ମୁଦ୍ରା ବର୍ତ୍ତମାନ ହ୍ରାସ ପାଇଛି ଏବଂ ଏହା ୮୩.୪୩ ଟଙ୍କାକୁ ହ୍ରାସ ପାଇଛି।

ଗୋଟିଏ ସପ୍ତାହରେ ୨୨ ଲକ୍ଷ କୋଟି ଟଙ୍କା ବୁଡ଼ିଗଲା

କ୍ରିପ୍ଟୋ ବଜାରରେ ଏହି ବିରାଟ ପତନ ନିବେଶକମାନଙ୍କ ନିଦ ହରାଇଦେଇଛି।  ଅଧିକାଂଶ କ୍ରିପ୍ଟୋକ୍ୟୁରେନ୍ସିର ମୂଲ୍ୟ ଏହି ସପ୍ତାହରେ ହ୍ରାସ ପାଇଛି । କେବଳ ଗତ ସାତ ଦିନ ମଧ୍ୟରେ ଯେଉଁମାନେ କ୍ରିପ୍ଟୋକରେନ୍ସି ବଜାରରେ ବିନିଯୋଗ କରୁଛନ୍ତି ସେମାନେ ୨୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଏହି ସପ୍ତାହ କେବଳ କ୍ରିପ୍ଟୋ ବଜାର ପାଇଁ ନୁହେଁ ବରଂ ଷ୍ଟକ୍ ମାର୍କେଟ ଏବଂ ଆମେରିକାରୁ ଭାରତୀୟ ବଜାର ପର୍ଯ୍ୟନ୍ତ ନିବେଶକମାନେ ମଧ୍ୟ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି । ବିଟକଏନ ଏବଂ ଇଥୋରିୟମ ନିଜର ସର୍ବୋଚ୍ଚ ସ୍ତରରୁ ଏତେ ତଳକୁ ଖସିସାରିଛି ଯେ ନିକଟ ଭବିଷ୍ୟତରେ ଏଥିରେ ସୁଧାର ହେବାର ସମ୍ଭାବନା କମ ରହିଛି।

କ୍ରିପ୍ଟୋକରେନ୍ସି ଉପରେ ଟିକସ ଲାଗୁ କରିବା ଅର୍ଥ ନୁହେଁ ଏହା ଆଇନଗତ ଭାବେ ବୈଧ : ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ଭାରତରେ କଣ ହେବ କ୍ରିପ୍ଟୋକରେନ୍ସିର ଭାଗ୍ୟ। ଏହାକୁ ନେଇ ବହୁ ଚର୍ଚ୍ଚା ଆଲୋଚନା ଜାରି ରହିଛି। ଚଳିତ ୨୦୨୨ ବଜେଟରେ କେନ୍ଦ୍ର ସରକାର ଭାରତରେ କ୍ରିପ୍ଟୋକରେନ୍ସି ଆୟ ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରିବା ପରେ ସମସ୍ତେ ଭାବି ଥିଲେ ଯେ କେନ୍ଦ୍ର ସରକାର ଦେଶରେ କ୍ରିପ୍ଟୋକରେନ୍ସିକୁ ଆଇନଗତ ଭାବେ ସିକୃତି ଦେବେ । କିନ୍ତୁ ଆଜି ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ୨୦୨୨ ବଜେଟ୍ ଉପରେ ଆଲୋଚନା କରିବାବେଳେ କ୍ରିପ୍ଟୋକରେନ୍ସି ଉପରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ କ୍ରିପ୍ଟୋକ୍ୟୁରେନ୍ସି କାରବାରରୁ ଉତ୍ପନ୍ନ ଲାଭ ଉପରେ ଟିକସ ଆଦାୟ କରିବା ସରକାରଙ୍କ ଅଧିକାର। କିନ୍ତୁ ଏହାକୁ ସମ୍ପୁର୍ଣ୍ଣ ସିକୃତି ଦିଆଯାଇନାର୍ହି। ବର୍ତ୍ତମାନ ସରକାର କ୍ରିପ୍ଟୋକରେନ୍ସିକୁ ନେଇ କଣ କରାଯିବ ତାହା ବିଚାର ବିମର୍ଶ କରୁଛନ୍ତି। ନିଷେଧ କରିବା ନିଷ୍ପତ୍ତି ବିଚାର ବିମର୍ଶ ଆଧାରରେ ନିଆଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି।

ସୀତାରମଣ ରାଜ୍ୟସଭାରେ ଉତ୍ତର ଦେଇ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କ୍ରିପ୍ଟୋକ୍ୟୁରେନ୍ସିକୁ ଆଇନଗତ ସିକୃତି ଦିଆଯାଉଛି ନା ଏହାକୁ ନିଷେଧ କରାଯାଇଛି। ଏହାକୁ ନିଷେଧ କରିବା ପାଇଁ ଅନ୍ତିମ ନିଷ୍ପତ୍ତି ବିଚର ବିମର୍ଶ କରାଯାଇ ଘୋଷଣା କରାଯିବ।କ୍ରିପ୍ଟୋକରେନ୍ସିରୁ ଲାଭ ଉପରେ ଟିକସ ଦେବା ବିଷୟରେ ସେ କହିଛନ୍ତି ଯେ କ୍ରିପ୍ଟୋକ୍ୟୁରେନ୍ସି କାରବାରରୁ ଉତ୍ପନ୍ନ ଲାଭ ଉପରେ ଟିକସ ଆଦାୟ କରିବା ସରକାରଙ୍କ ଅଧିକାର। ଟ୍ୟାକ୍ସ ଲାଗୁ କରିବା ଅର୍ଥ ନୁହେଁ ଯେ ଏହା ଆଇନଗତ ସିକୃତ ହୋଇଛି। ଏହାକୁ ବୈଧ କରିବା କିମ୍ବା ନକରିବା ଏକ ଭିନ୍ନ ପ୍ରଶ୍ନ । କିନ୍ତୁ ଆମେ ଟିକସ ଲାଗୁ କରିଛୁ କାରଣ ଏହା ସରକାରଙ୍କ ଅଧୀନରେ ଅଛି।

ବାସ୍ତବରେ କ୍ରିପ୍ଟୋକରେନ୍ସି ଉପରେ ଟିକସ ଲାଗୁ ପରେ ଏହାକୁ ସରକାର ଆଇନଗତ ସିକୃତି ବିଷୟରେ ବିରୋଧୀଦଳଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଡ କଥା କହିଛନ୍ତି। ସୂଚନାଯୋଗ୍ୟ ଯେ ଫେବୃଆରୀ ୧ ରେ ସଂସଦରେ ୨୦୨୨ ବଜେଟ୍ ଉପସ୍ଥାପନ କରିବାବେଳେ ସୀତାରାମଣ କ୍ରିପ୍ଟୋକରେନ୍ସିରୁ ଲାଭ ଉପରେ ୩୦ ପ୍ରତିଶତ ଟିକସ ଲାଗୁ କରିବାକୁ ଘୋଷଣା କରିଥିଲେ। ଏହା ସହିତ ଅର୍ଥମନ୍ତ୍ରୀ କହିଥିଲେ ଯେ କେବଳ ଆରବିଆଇ ଦ୍ୱାରା ପ୍ରକାଶିତ ‘ଡିଜିଟାଲ୍ ଟଙ୍କା’ ଦେଶରେ ଏକ ଡିଜିଟାଲ୍ ମୁଦ୍ରା ଭାବେ ମାନ୍ୟତା ପାଇବ ବୋଲି କହିଥିଲେ।

କ୍ରିପ୍ଟୋକରେନ୍ସି ଭାରତୀୟ ଅର୍ଥନୀତି ପାଇଁ ବିପଦ

ଗତକାଲି ଆରବିଆଇ ମୁଦ୍ରା ନୀତି ଘୋଷଣା ଅବସରରେ କ୍ରିପ୍ଟୋକରେନ୍ସି ଭାରତୀୟ ଅର୍ଥନୀତି ପାଇଁ ବିପଦ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। କ୍ରିପ୍ଟୋକରେନ୍ସି ଆମର ଅର୍ଥନୀତି ଏବଂ ବ୍ୟାପକ ଆର୍ଥିକ ସ୍ଥିରତା ପାଇଁ ବିପଦ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।ଗଣମାଧ୍ୟମ ସହ କଥା ହୋଇ ଶକ୍ତିକାନ୍ତ ଦାସ କରିଛନ୍ତି, ‘କ୍ରିପ୍ଟୋକରେନ୍ସିକୁ ନେଇ ଆରବିଆଇର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଘରୋଇ କ୍ରିପ୍ଟୋକରେନ୍ସି ଆମ ଅର୍ଥନୀତି ଏବଂ ବ୍ୟାପକ ଆର୍ଥିକ ସ୍ଥିରତା ପାଇଁ ଏକ ବଡ଼ ବିପଦ’। ଏହାସହ ସେ କହିଛନ୍ତି, ‘କ୍ରିପ୍ଟୋକରେନ୍ସିରେ ନିବେଶକାରୀ ଧ୍ୟାନ ରଖିବା ଜରୁରୀ ଯେ, ସେମାନେ ନିଜ ବିପଦରେ ନିଜ ଅର୍ଥ ନିବେଶ କରୁଛନ୍ତି । ନିବେଶକଙ୍କୁ ଏହା ଅବଗତ କରାଇବା ଆମର କର୍ତ୍ତବ୍ୟ । ନିବେଶକ ଧ୍ୟାନ ରଖିବା ଜରୁରୀ ଯେ, ଏପରି ସମ୍ପତ୍ତିର କୌଣସି ଆଧାର ନଥାଏ’।

ଏହାଛଡା କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଡିଜିଟାଲ ମୁଦ୍ରା ଉପର ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ମତ ରଖିଛି । ଆରବିଆଇ ଡେପୁଟୀ ଗଭର୍ଣ୍ଣର ରବି ଶଙ୍କର କହିଛନ୍ତି, ଏହି ଡିଜିଟାଲ ମୁଦ୍ରା ସାମାନ୍ୟ, ଏବଂ ଫିଜିକଲ ଟଙ୍କା ପରି ହେବ।ଏହାସହ ଆରବିଆଇର ଡେପୁଟୀ ଗଭର୍ଣ୍ଣର, ଡିଜିଟାଲ ମୁଦ୍ରା ଏବଂ କ୍ରିପ୍ଟୋକରେନ୍ସିକୁ ନେଇ ଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର କରିଛନ୍ତି । ସେ କହିଛନ୍ତି, ସାଧାରଣ ନୋଟକୁ ଯେପରି ପର୍ସରେ ରଖାଯାଏ, ସେହିପରି ଡିଜିଟାଲ ମୁଦ୍ରାକୁ ମୋବାଇଲ ଫୋନରେ ରଖାଯାଇପାରିବ । ଡିଜିଟାଲ ମୁଦ୍ରା ଏବଂ କ୍ରିପ୍ଟୋକରେନ୍ସି ମଧ୍ୟରେ ଭିନ୍ନତା ଏହା ଯେ ଡିଜିଟାଲ ମୁଦ୍ରା ଆରବିଆଇ ଦ୍ୱାରା ଜାରି କରାଯିବ।

ପିଜା ହେଉ କି କଫି, ଏବେ ଆପଣ ବିଟକଏନ୍ ରେ କରିପାରିବେ ସପିଂ, ଭାରତର ସର୍ବ ପୁରାତନ କ୍ରିପ୍ଟୋ ୱାଲେଟ୍ ଆରମ୍ଭ କଲା ଏହି ସୁବିଧା
ଭାରତର ସର୍ବ ପୁରାତନ କ୍ରିପ୍ଟୋ ୱାଲେଟ୍, ୟୁନୋକଏନ୍ ( unocoin ) ଲୋକଙ୍କ ପାଇଁ ଏକ ନୂତନ ବୈଶିଷ୍ଟ୍ୟ ଆଣିଛି । ଭାରତରେ ଗ୍ରାହକଙ୍କ ପାଇଁ କମ୍ପାନୀ ଏକ ବଡ ଘୋଷଣା କରିଛି। ଗ୍ରାହକମାନେ ବର୍ତ୍ତମାନ ବିଟକଏନ୍ ମାଧ୍ୟମରେ ଦୈନିକ ବ୍ୟବହାରକାରୀ ସାମଗ୍ରୀ ଯେପରି କି ପିଜା, ଆଇସ୍କ୍ରିମ୍ ଏବଂ କଫି କିଣିବାକୁ ସକ୍ଷମ ହେବେ। ଦୁନିଆର ସବୁଠୁ ବଡ ଏବଂ ଲୋକପ୍ରିୟ କ୍ରିପ୍ଟୋକରେନ୍ସି, ବିଟକଏନ୍ କୁ ବ୍ୟବହାର କରି ଆପଣ ଏହି ଜିନିଷଗୁଡିକ କିଣିପାରିବେ ।

ଭାଉଚର ମାଧ୍ୟମରେ କିଣିବାକୁ ପଡିବ

ଏହି ସୁବିଧା ଅଧୀନରେ ଆପଣଙ୍କୁ ବିଟକଏନ୍ ରୁ ଭାଉଚର୍ କିଣିବାକୁ ପଡିବ ଏବଂ ତାପରେ ଆପଣ ଏହି ଭାଉଚର ଗୁଡ଼ିକରୁ ସାମଗ୍ରୀ କିଣିବାକୁ ସକ୍ଷମ ହେବେ । ୟୁନୋକଏନ୍ ବ୍ୟବହାରକାରୀମାନେ ୯୦ ପ୍ରକାର ବ୍ରାଣ୍ଡ୍ ଉପରେ ଉପହାର ଭାଉଚର ବ୍ୟବହାର କରିବାକୁ ସକ୍ଷମ ହେବେ । ଭାଉଚର କିଣିବା ପାଇଁ କମ୍ପାନୀ ୧୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବିଟକଏନ୍ ପରିସର ସ୍ଥିର କରିଛି।

ଭାଉଚର୍ କିପରି କିଣିବେ?

ଯଦି ଆପଣ ବିଟକଏନ୍ ରେ ବିନିଯୋଗ କରିଛନ୍ତି ଏବଂ ଭାଉଚର୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୟୁନୋକଏନ୍ ଆପ୍ କୁ ଲଗ୍ଇନ୍ କରିବାକୁ ପଡିବ ଯେଉଁଠାରେ ଆପଣଙ୍କୁ BTC ପୃଷ୍ଠାକୁ ଯିବାକୁ ପଡିବ ଏବଂ ‘ମୋର’ ବିଭାଗରେ ‘ଶପ’ ବଟନ୍ କ୍ଲିକ୍ କରିବାକୁ ପଡିବ । ଏଠାରେ ଆପଣ ସମସ୍ତ ବ୍ରାଣ୍ଡ୍ ବିଷୟରେ ସୂଚନା ପାଇବେ ଯେଉଁଥି ପାଇଁ ଭାଉଚର କ୍ରୟ କରାଯାଇପାରିବ । ତା’ ପରେ ସେହି ବ୍ରାଣ୍ଡ୍କୁ ବାଛନ୍ତୁ ଯାହା ଆପଣ କିଣିବାକୁ ଚାହୁଁଛନ୍ତି ଏବଂ ଆପ୍ସରେ ଭାଉଚରର ମୂଲ୍ୟ ପ୍ରବେଶ କରିବାକୁ ପଡିବ । ଭାଉଚର କିଣିବା ପରେ ଏହାର ପରିମାଣ କ୍ରିପ୍ଟୋ ୱାଲେଟରୁ କଟାଯିବ । ପରିଶେଷରେ ଉପଭୋକ୍ତା ଏକ ଭାଉଚର କୋଡ୍ ପାଇବେ, ଯାହା ବ୍ରାଣ୍ଡ୍ରୁ କ୍ରୟ କରିବାରେ ବ୍ୟବହୃତ ହୋଇପାରିବ ।

ମନେରଖନ୍ତୁ,

ବିଟକଏନ୍ ଧାରକମାନଙ୍କୁ ଏଥିପାଇଁ ୟୁନୋକଏନ୍ ସହିତ ଏକ ଯାଞ୍ଚ ପ୍ରକ୍ରିୟା ଦେଇ ଯିବାକୁ ପଡିବ । ଡିଜିଟାଲ୍ ମୁଦ୍ରା ସହିତ ଗ୍ରାହକ ଜିନିଷ କିଣିବାର ଲାଭ କେବଳ KYC ଭେରୀଫାଏଡ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। କହି ରଖୁ କି ଦେଶରେ ଆଠ ବର୍ଷ ପୂର୍ବେ ୨୦୧୩ ରେ ୟୁନୋକଏନ୍ ଆରମ୍ଭ ହୋଇଥିଲା ।