Heart Attacks - The Sakala

ଏହି ଲୋକଙ୍କୁ ଅଧିକ ହୋଇଥାଏ ହୃଦ୍‌ଘାତ
ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି। ହୃଦ୍‌ଘାତ ଯୋଗୁଁ ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କର ଦେହାନ୍ତ ହୋଇଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରିନାହାଁନ୍ତି। ତେବେ ଯୁବକମାନଙ୍କ ମଧ୍ୟରେ ବଢ଼ୁଥିବା ହୃଦ୍‌ଘାତ ସମସ୍ୟା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଖରାପ ଜୀବନଶୈଳୀଙ୍କୁ ଦାୟୀ କରିଛନ୍ତି। ଦିଲ୍ଲୀର ଫୋଟିସ୍ ହସ୍ପିଟାଲର ଡ.ତପନ ଘୋଷ, ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସହିତ ହୃଦ୍‌ଘାତ ସମସ୍ୟା ଜଡ଼ିତ ବୋଲି କହିଛନ୍ତି। ଡ. ଘୋଷ କୁହନ୍ତି, ପର୍ସନାଲିଟି ‘ଏ’ ଲୋକଙ୍କୁ ଅଧିକ ହୃଦ୍‌ଘାତ ହୋଇଥାଏ। ଏଭଳି ବ୍ୟକ୍ତିମାନେ ସବୁବେଳେ ଆଗରେ ରହିବାକୁ ଇଚ୍ଛା କରନ୍ତି।

ଏମାନେ ସବୁବେଳେ ନିଜକୁ ପ୍ରଥମ ସ୍ଥାନରେ ରଖିବାକୁ ପସନ୍ଦ କରନ୍ତି। ଏଭଳି ବ୍ୟକ୍ତିବିଶେଷଙ୍କୁ ହୃଦ୍‌ଘାତ ହେବାର ଆଶଙ୍କା ଅଧିକ। ସିଦ୍ଧାର୍ଥ ବିଗ୍‌ବସ୍‌ ସିଜିନ୍‌-୧୩ର ବିଜେତା ଥିଲେ । ତାଙ୍କ ବ୍ୟକ୍ତିତ୍ଵ ବେଶ୍ ପ୍ରଭାବଶାଳୀ ଥିଲା। ଶୋ’ର ପ୍ରଥମ ଦିନରୁ ସେ ସମସ୍ତଙ୍କୁ ପଛରେ ପକାଇ ଆଗରେ ରହିବାକୁ ଚାହୁଁଥିଲେ। ଭାରତରେ ପ୍ରତିଦିନ ହୃଦ୍‌ରୋଗ କାରଣରୁ ୪୦ ବର୍ଷରୁ କମ୍ ବୟସର ୯୦୦ ଲୋକଙ୍କର ମୃତ୍ୟୁ ହୋଇଥାଏ। ଏସମ୍ପର୍କରେ ହୃଦ୍‌ରୋଗ ବିଶେଷଜ୍ଞମାନଙ୍କର ମତ ହେଲା ଯେ, ହୃଦ୍‌ଘାତ ଯୋଗୁଁ ତୁରନ୍ତ ହେଉଥିବା ମୃତ୍ୟୁକୁ ‘ସଡନ୍ କାର୍ଡିଆକ୍ ଡେଥ୍’ କୁହାଯାଏ । ଏଥିରେ ଏକ ଘଣ୍ଟା ମଧ୍ୟରେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ। ଏହାର ପ୍ରମୁଖ କାରଣ ହେଉଛି ମଧୁମେହ, ଧୂମପାନ ଏବଂ ଖରାପ ଜୀବନଶୈଳୀ ।

ଏହାବାଦ୍ ଯେଉଁମାନେ ଟେକ୍ନୋଲୋଜି ସହିତ ଅଧିକ ଜଡ଼ିତ ସେମାନଙ୍କୁ ମଧ୍ଯ ହୃଦଘାତ ଆଶଙ୍କା ଅଧିକ । ଭିଟାମିନ୍ ଡି’ର ଅଭାବ, ଅନିଦ୍ରା ଯୋଗୁଁ ମଧ୍ୟ ହୃଦ୍‌ଘାତ ଆଶଙ୍କା ଅଧିକ ଥାଏ। ଏପରିକି ଯେଉଁମାନେ ୬ ଘଣ୍ଟାରୁ କମ୍ ଏବଂ ୯ ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି, ସେମାନଙ୍କୁ ମଧ୍ୟ ହୃଦ୍‌ଘାତ୍ ହେବା ଆଶଙ୍କା ଅଧିକ। ନିଦ୍ରା, ବ୍ୟାୟାମ, ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟର ଅଭାବ ମଧ୍ୟ ହୃଦ୍‌ଘାତ ଆଶଙ୍କାକୁ ବଢାଇ ଦେଇଥାଏ। ଏହାବାଦ୍ ସହରରେ ରହୁଥିବା ଲୋକେ ଗ୍ରାମାଞ୍ଚଳର ଲୋକଙ୍କ ଭଳି ଜୀବନ ଜିଇଁବା ଆବଶ୍ୟକ | ସଠିକ୍ ଜୀବନଶୈଳୀ ଯୋଗୁଁ ଗ୍ଲାଇସେମିକ୍ ଡିସଚାର୍ଜ କମ୍ ହୋଇଥାଏ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖେ ଏବଂ ମଧୁମେହକୁ ମଧ୍ୟ ରୋକିଥାଏ।

ବୁଢ଼ିଆଣୀ ବିଷରୁ ହେବ ହୃଦ୍‌ଘାତ ଚିକିତ୍ସା
ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ବିପଜ୍ଜନକ ବୁଢିଆଣୀ ବିଷରୁ ହୃଦଘାତ ଚିକିତ୍ସା ହୋଇପାରେ। ଫନେଲ ୱେବ ବୁଢିଆଣୀର ବିଷରୁ ହୃଦଘାତ ପରେ ହୃଦୟରେ ହେଉଥିବା କ୍ଷତିକୁ ରୋକିବା ପାଇଁ କଣିକା ମିଳିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହା ସାହାଯ୍ୟରେ ହୃଦୟ ପ୍ରତିରୋପଣ କରିଥିବା ରୋଗୀଙ୍କ ଜୀବନ କାଳ ମଧ୍ୟ ବୃଦ୍ଧି କରାଯାଇପାରିବ। କ୍ବିନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିର ଡ. ନାଥାନ ପଲପନ୍ତ, ପ୍ର. ଗ୍ଲେନ କିଙ୍ଗ ଏବଂ ଭିକ୍ଟର ଚାଙ୍ଗ କାର୍ଡିଆକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ପ୍ରଫେସର ପିଟର ମ୍ୟାକଡୋନାଲ୍ଡ ମିଳିତ ଭାବେ ଏହି ଚିକିତ୍ସାର ସନ୍ଧାନ କରିଛନ୍ତି। ନାଥାନଙ୍କ ଅନୁଯାୟୀ ବୁଢିଆଣୀ ବିଷରେ ଏଚଆଇୱାନଏ ନାମକ ପ୍ରୋଟିନ ରହିଛି। ଏହା ହୃଦୟରୁ ବାହାରୁଥିବା ମୃତ୍ୟୁ ସଙ୍କେତ(ଡେଥ୍ ସିଗନାଲ)କୁ ରୋକିବାକୁ ସକ୍ଷମ ହୋଇଥାଏ।

ଏହା ଦ୍ବାରା କୋଷିକା ଗୁଡିକରୁ ମୃତ୍ୟୁକୁ ରୋକା ଯାଇପାରିବ। ଏହି ବିଷର ପ୍ରଭାବରେ କୋଷିକାଗୁଡିକରେ ସୁଧାର ଆସିଥାଏ। ଏ ପର୍ଯ୍ୟନ୍ତ ହୃଦଘାତ ପରେ ହେଉଥିବା କ୍ଷତିକୁ ରୋକିବା ପାଇଁ କୌଣସି ଔଷଧ ପ୍ରସ୍ତୁତ କରାଯାଇନାହିଁ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ଔଷଧ ବିଶ୍ବର ଲକ୍ଷ ଲକ୍ଷ ରୋଗୀଙ୍କୁ ଆଶ୍ବସ୍ତି ପ୍ରଦାନ କରିବ। ଏହା ସହିତ ଏଚଆଇୱାନଏ ପ୍ରୋଟିନ ସାହାଯ୍ୟରେ ହୃଦୟର କୋଷିକାଗୁଡିକୁ ଠିକ କରିହେବ। ଫଳରେ ହୃଦୟ ପ୍ରତିରୋପଣ ସଫଳ ହେବାର ସମ୍ଭାବନା ବୃଦ୍ଧିପାଇବ। ଗ୍ଲେନ କିଙ୍ଗଙ୍କୁ ଫନଲ ୱେବ ବୁଢିଆଣୀର ବିଷରୁ ଏକ ପ୍ରୋଟିନ ମିଳିଥିଲା। ଗବେଷଣାରୁ ଜଣାପଡିଥିଲା ଯେ ଏହା ବ୍ରେନ ଷ୍ଟ୍ରୋକ ପରେ ଆରୋଗ୍ୟ ହେବାରେ ସାହାଯ୍ୟ କରିଥାଏ।

ଷ୍ଟ୍ରୋକର ୮ ଘଣ୍ଟା ପରେ ଜଣେ ରୋଗୀଙ୍କୁ ଏହି ପ୍ରୋଟିନ ଦିଆଯିବାରୁ ମସ୍ତିଷ୍କରେ ହୋଇଥିବା କ୍ଷତିରୁ ଶୀଘ୍ର ଆରୋଗ୍ୟ ହେଉଥିବା ଦେଖିବାକୁ ମିଳିଥିଲା। ପରେ ହୃଦୟ କୋଷିକା ଗୁଡିକୁ ଠିକ କରିବା ପାଇଁ ଗବେଷଣା ଆରମ୍ଭ ହୋଇଥିଲା। କାରଣ ମସ୍ତିଷ୍କ ଭଳି ହୃଦୟ ମଧ୍ୟ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହାର ରକ୍ତ ପ୍ରଭାବ ବାଧା ସୃଷ୍ଟି ଏବଂ ଅମ୍ଳଜାନ ଯୋଗାଣ ପ୍ରଭାବିତ ହେଲେ ସିଧାସଳଖ ରୋଗୀଙ୍କ ଉପରେ ପ୍ରଭାବ ପଡିଥାଏ। ଗବେଷକଙ୍କ ଅନୁଯାୟୀ ଏହି ପ୍ରୋଟିନରୁ ତିଆରି ହୋଇଥିବା ଔଷଧକୁ ଜରିରୀକାଳୀନ କ୍ଷେତ୍ରରେ ବ୍ୟବହାର କରିହେବ। ହୃଦଘାତ ଯୋଗୁଁ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥାଏ। ଏଭଳି ସ୍ଥିତିରେ ଆମ୍ବୁଲାନ୍ସରେ ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରେ। ଏହା ଦ୍ବାରା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବ ନାହିଁ। ଏହି ଔଷଧ ଗ୍ରାମାଞ୍ଚଳ ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହେବ। କାରଣ ଗ୍ରାମାଞ୍ଚଳରେ ରହୁଥିବା ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିବାକୁ ଅଧିକ ସମୟ ଲାଗିଥାଏ। ହୃଦଘାତରେ ଗୋଟିଏ ସେକେଣ୍ଡ ମଧ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଥାଏ।