Acid Attack - The Sakala

ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ
ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବରଙ୍କୁ ଭଲ ପାଉଥିବା ଜଣେ ପଡ଼ୋଶୀ ଯୁବତୀ ଇର୍ଷାନ୍ୱିତ ହୋଇ ବିବାହର ଠିକ୍ ପୂର୍ବରୁ କନ୍ୟା ଉପରକୁ ଏସିଡ୍ ମାଡ଼ କରିଛନ୍ତି। ଏହି ଏସିଡ୍ ଆକ୍ରମଣରେ ୨୧ ବର୍ଷୀୟା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ଦିଲ୍ଲୀର ଜିଟିବି (GTB) ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମେହେନ୍ଦୀ ପ୍ରସ୍ତୁତି ବେଳେ ଆକ୍ରମଣ

ପୋଲିସର ସୂଚନାନୁସାରେ, ଏହି ଘଟଣା ଦିଲ୍ଲୀର ଇନ୍ଦିରା ବିହାର ଅଞ୍ଚଳରେ ଘଟିଛି। ଆସନ୍ତା ରବିବାର ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖରେ ପୀଡ଼ିତାଙ୍କର ବିବାହ ହେବାର ଥିଲା। ଘରେ ବିବାହର ମାହୋଲ ଥିବା ବେଳେ ପୀଡ଼ିତା ନିଜର ମେହେନ୍ଦୀ ଉତ୍ସବ ପାଇଁ ପ୍ରସ୍ତୁତି କରୁଥିଲେ। ଠିକ୍ ଏହି ସମୟରେ ୨୬ ବର୍ଷୀୟା ଅଭିଯୁକ୍ତ ଯୁବତୀ ଜଣକ ସେଠାରେ ପହଞ୍ଚି ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସ୍ପଷ୍ଟ କରିଛନ୍ତି।

ପ୍ରେମ ଓ ଇର୍ଷାରୁ ବର୍ବରତା

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଯୁବତୀ ଜଣକ ପୀଡ଼ିତାଙ୍କ ପଡ଼ୋଶୀ ଅଟନ୍ତି ଏବଂ ସେ ବିବାହ ହେବାକୁ ଥିବା ବରଙ୍କ ସହିତ ସମ୍ପର୍କରେ ଥିଲେ। ବର ଅନ୍ୟତ୍ର ବିବାହ କରୁଥିବା ଦେଖି ସେ ଇର୍ଷାରେ ଏଭଳି ବର୍ବର କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତ ପାଠପଢ଼ାରେ ମେଧାବୀ ଥିଲେ। ଅଭିଯୁକ୍ତ ଜଣକ ନିକଟରେ ଏକ ଶିକ୍ଷକତା ପରୀକ୍ଷା ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ। ପୀଡ଼ିତାଙ୍କ ପରିବାରରେ ୫ ଭଉଣୀ ଏବଂ ଜଣେ ଭାଇ ଥିବା ଜଣେ ପଡ଼ୋଶୀ ସୂଚନା ଦେଇଛନ୍ତି।

ପୋଲିସର କାର୍ଯ୍ୟାନୁଷ୍ଠାନ

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଅସନ୍ତୋଷର ଛାୟା ଖେଳିଯାଇଛି। ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ ଦୋଷୀ ବିରୋଧରେ କଠୋର ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାକୁ ନେଇ ଗୋକଲପୁରୀ ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୨୪(୧) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏକ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ପ୍ରମାଣ ସଂଗ୍ରହ କରିଛି। ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ଅଟକ ରଖିବା ସହ ପରବର୍ତ୍ତୀ ତଦନ୍ତ ଜାରି ରଖିଛି।

ଆଜମେର କୋର୍ଟଙ୍କ ବଡ଼ ରାୟ: ମା' ଓ ଝିଅ ଉପରେ ଏସିଡ୍ ଆକ୍ରମଣ କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡ
ରାଜସ୍ଥାନର ଚିତ୍ତୋରଗଡ଼ରେ ଜଣେ ୧୨ ବର୍ଷର ନାବାଳିକା ଏବଂ ତାଙ୍କ ମା'ଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିବା ଦୋଷୀକୁ ଆଜମେର ମହିଳା ନିର୍ଯାତନା ଅଦାଲତ ଏକ ଐତିହାସିକ ଦଣ୍ଡ ଶୁଣାଇଛନ୍ତି। ବିଚାରପତି ଉତ୍ତମା ମାଥୁର ଏହି ମାମଲାର ବିଚାର କରି ଦୋଷୀ ମହମ୍ମଦ ଇସମାଇଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨ ଲକ୍ଷ ଟଙ୍କାର ଆର୍ଥିକ ଜୋରିମାନା ଲଗାଇଛନ୍ତି।

କ'ଣ ଥିଲା ପୂରା ଘଟଣା?

ଗତବର୍ଷ ପୀଡ଼ିତା ଏବଂ ତାଙ୍କ ୧୨ ବର୍ଷର ଝିଅ ଆଜମେରରୁ ଚିତ୍ତୋରଗଡ଼ ଯାଇଥିଲେ। ସକାଳ ସମୟରେ ସେମାନେ ଚିତ୍ତୋରଗଡ଼ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ଏକ ନିକଟରେ ଥିବା ବେଳେ ମଧ୍ୟପ୍ରଦେଶ ଇନ୍ଦୋରର ବାସିନ୍ଦା ଅଭିଯୁକ୍ତ ମହମ୍ମଦ ଇସମାଇଲ ନାବାଳିକା ଉପରକୁ ଏସିଡ୍ ଫିଙ୍ଗିଥିଲା। ନିଜ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ଅଭିଯୁକ୍ତ ମା'ଙ୍କ ଉପରେ ମଧ୍ୟ ଏସିଡ୍ ଆକ୍ରମଣ କରିଥିଲା। ଏହି ବର୍ବର ଆକ୍ରମଣ ଯୋଗୁଁ ନାବାଳିକା ଜଣକ ନିଜର ଦୃଷ୍ଟିଶକ୍ତି ସବୁଦିନ ପାଇଁ ହରାଇ ବସିଥିଲେ।

ସିସିଟିଭି ଫୁଟେଜ୍‌ରୁ ଧରାପଡ଼ିଲା ଅଭିଯୁକ୍ତ

ଏହି ଘଟଣାର ପରଦିନ ହିଁ ପୋଲିସ ସିସିଟିଭି ଫୁଟେଜ୍ ଏବଂ ଅଭୟ କମାଣ୍ଡ ସେଣ୍ଟରର ସହାୟତାରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା। ସ୍ୱତନ୍ତ୍ର ସରକାରୀ ଓକିଲ ନରେଶ କୁମାର ଧୂତଙ୍କ ସୂଚନା ଅନୁଯାୟୀ, ଅଦାଲତରେ ଦୋଷ ପ୍ରମାଣିତ କରିବା ପାଇଁ ଅଭିଯୋଗକାରୀଙ୍କ ପକ୍ଷରୁ ୧୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବା ସହ ୫୭ଟି ପ୍ରାମାଣିକ ଦସ୍ତାବିଜ୍ କୋର୍ଟରେ ଉପସ୍ଥାପନ କରାଯାଇଥିଲା।

କୋର୍ଟଙ୍କ କଡ଼ା ଟିପ୍ପଣୀ ଏବଂ କ୍ଷତିପୂରଣ ନିର୍ଦ୍ଦେଶ

ସଜା ଶୁଣାଇବା ବେଳେ କୋର୍ଟ ଅତ୍ୟନ୍ତ କଡ଼ା ଟିପ୍ପଣୀ ଦେଇ କହିଛନ୍ତି ଯେ ଏସିଡ୍ ଆକ୍ରମଣ କେବଳ ଶରୀରକୁ ଜାଳିନଥାଏ, ବରଂ ପୀଡ଼ିତାଙ୍କ ଭବିଷ୍ୟତ, ତାଙ୍କ ସ୍ୱପ୍ନ ଏବଂ ପୂରା ପରିବାରର ଖୁସିକୁ ମଧ୍ୟ ପାଉଁଶ କରିଦେଇଥାଏ। ପୀଡ଼ିତାଙ୍କର ଏଭଳି ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ଅଦାଲତ ଆଜମେର ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ସେମାନଙ୍କର ଉପଯୁକ୍ତ ଚିକିତ୍ସା ଏବଂ ଥଇଥାନ ନିମନ୍ତେ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସୁପାରିଶ କରିଛନ୍ତି。

କାନପୁରରେ ଅଭାବନୀୟ ଘଟଣା: ପତ୍ନୀଙ୍କ ଅବୈଧ ସମ୍ପର୍କ ସନ୍ଦେହରେ ସମ୍ପର୍କୀୟଙ୍କ ଉପରେ ଏସିଡ୍ ମାଡ଼ କଲା ସ୍ୱାମୀ
ଉତ୍ତରପ୍ରଦେଶର କାନପୁରସ୍ଥିତ ଜାଜମାଉ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କ ଅବୈଧ ସମ୍ପର୍କକୁ ନେଇ ସନ୍ଦେହ କରିବା ପରେ ଗୁଲଫାମ୍ ନାମକ ଜଣେ ବ୍ୟକ୍ତି ନିଜର ସମ୍ପର୍କୀୟ ଶାହିଦ୍ଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କରିଛନ୍ତି। ସନ୍ଦେହର ବଶବର୍ତ୍ତୀ ହୋଇ ଅଭିଯୁକ୍ତ ଜଣକ ଏଭଳି ଏକ ଅମାନବୀୟ କାଣ୍ଡ ଭିଆଇଛନ୍ତି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ବ୍ଲେଡ୍‌ରେ ହାଣିବା ପରେ ଫିଙ୍ଗିଲା ଏସିଡ୍

ସୂଚନା ଅନୁଯାୟୀ, ଗୁଲଫାମ୍ ନିଜ ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ। ମାତ୍ର ସମ୍ପର୍କୀୟ ଶାହିଦ୍ଙ୍କ ସହ ପତ୍ନୀଙ୍କ ଅବୈଧ ସମ୍ପର୍କ ଥିବା ନେଇ ସେ ସନ୍ଦେହ କରୁଥିଲେ। ଏହି ସନ୍ଦେହ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ସେ ପ୍ରତିଶୋଧ ପରାୟଣ ହୋଇଉଠିଥିଲେ। ଘଟଣା ଦିନ ଗୁଲଫାମ୍ ପ୍ରଥମେ ଶାହିଦ୍ଙ୍କ ଉପରେ ଏକ ବ୍ଲେଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହାପରେ ସେ ତାଙ୍କୁ ରାସ୍ତା ମଝିରେ ଗୋଡ଼ାଇ ଗୋଡ଼ାଇ ତାଙ୍କ ଉପରେ ଏସିଡ୍ (ତେଜାବ) ଫିଙ୍ଗିଥିଲେ। ଏହି ଏସିଡ୍ ମାଡ଼ ଯୋଗୁଁ ଆହତଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି।

ପୋଲିସ ଦ୍ୱାରା ଅଭିଯୁକ୍ତ ଗିରଫ

ରାସ୍ତା ଉପରେ ଏହି ଅଭାବନୀୟ ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଶାହିଦ୍ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହା ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତ ଗୁଲଫାମ୍ଙ୍କୁ ଗିରଫ କରିଛି ଏବଂ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ବଲିଆରେ ଭୟଙ୍କର କାଣ୍ଡ: ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ପ୍ରେମିକ, ଏସିଡ୍ ଢାଳି ହତ୍ୟା କଲେ ପ୍ରେମିକା
ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳା ନିଜର ପୂର୍ବତନ ପ୍ରେମିକକୁ ହତ୍ୟା କରିବା ସହ ତାଙ୍କ ମୁହଁରେ ଏସିଡ୍ ଢାଳି ପରିଚୟ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାର ପର୍ଦ୍ଦାଫାଶ କରି ମୁଖ୍ୟ ଅଭିଯୁକ୍ତ ମହିଳା ଓ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିଛି।

୧୦ ଫେବୃଆରୀରେ ମିଳିଥିଲା ଅଜଣା ମୃତଦେହ

ଗତ ଫେବୃଆରୀ ୧୦ ତାରିଖରେ ରସଡ଼ା ଥାନା ଅନ୍ତର୍ଗତ ଲୋହଟା ଗାଁରେ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମୁହଁକୁ ଏସିଡ୍ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଜଳାଇ ଦିଆଯାଇଥିବାରୁ ତାଙ୍କର ପରିଚୟ ମିଳିବା କଷ୍ଟକର ହୋଇପଡିଥିଲା। ତେବେ ପୋଲିସର ନିରନ୍ତର ତଦନ୍ତ ପରେ ମୃତକଙ୍କ ପରିଚୟ ପଙ୍କଜ ଗୁପ୍ତା ବୋଲି ଜଣାପଡିଥିଲା।

ବ୍ଲାକମେଲିଂରୁ ମୁକ୍ତି ପାଇବାକୁ ହତ୍ୟା ଷଡଯନ୍ତ୍ର

ପୋଲିସ ସୂଚନା ଅନୁଯାୟୀ, ମୃତକ ପଙ୍କଜ ଗୁପ୍ତା ଏବଂ ଅଭିଯୁକ୍ତ ମହିଳାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। ମହିଳାଙ୍କ ବିବାହ ପରେ ମଧ୍ୟ ପଙ୍କଜ ତାଙ୍କ ପାଖରେ ଥିବା କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ ମହିଳାଙ୍କୁ ବ୍ଲାକମେଲ୍ କରୁଥିଲେ। ସେ ମହିଳାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ, ଯାହାକୁ ନେଇ ମହିଳା ଜଣକ ଅତିଷ୍ଠ ହୋଇପଡିଥିଲେ।

ପରିବାର ସହ ମିଶି କଲେ ହତ୍ୟା

ବ୍ଲାକମେଲିଂରେ ଅତିଷ୍ଠ ହୋଇ ମହିଳା ଜଣକ ନିଜ ଭାଇ ଓ ଭାଉଜଙ୍କ ସହ ମିଶି ପଙ୍କଜଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ, ସେମାନେ ପଙ୍କଜଙ୍କୁ ଦେଖା କରିବା ବାହାନାରେ ଡାକିଥିଲେ ଏବଂ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା ପରେ ପରିଚୟ ଲୁଚାଇବା ପାଇଁ ମୃତଦେହର ମୁହଁ ଉପରେ ଏସିଡ୍ ଢାଳି ଦେଇଥିଲେ। ପୋଲିସ ବର୍ତ୍ତମାନ ଏହି ଘଟଣାରେ ସମ୍ପୃକ୍ତ ମହିଳା ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏକତରଫା ପ୍ରେମର କରୁଣ ପରିଣତି: ପ୍ରେମରେ ବିଫଳ ପରେ ନାବାଳିକା ପ୍ରେମିକାକୁ ଏସିଡ ମାଡ କଲା ପ୍ରେମିକ
ବାଙ୍ଗାଲୁର:  ଏକତରଫା ପ୍ରେମର କରୁଣ ପରିଣତି, ସ୍ୱାର୍ଥ ହାସଲ ନହେବାରୁ ସଇତାନ ସାଜିଲା ପ୍ରେମିକ। ଆଉ କ୍ଷଣିକରେ ଛାରଖାର କରିଦେଲା ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖୁଥିବା ନାବାଳିକା ପ୍ରେମିକାର ଜୀବନ। କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର କଡବା ଅଂଚଳରୁ ଆସିଛି ଏଭଳି ଛାତିଥରା ଖବର। ସୋମବାର ଯୁକ୍ତ ଦୁଇର ୩ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ କରିଛି ଜଣେ ଯୁବକ। ଘଟଣାସ୍ଥଳରେ ୩ ଛାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି।

ସୂଚନା ଅନୁଯାୟୀ, କଡବା ସରକାରୀ କଲେଜରେ ଯୁକ୍ତ ଦୁଇ ପରିକ୍ଷା ପାଇଁ ନିଜ ସହପାଠୀଙ୍କ ସହ ପ୍ରସ୍ତୁତି କରୁଥିଲେ ୧୭ ବର୍ଷୀୟା ପୀଡିତା। ଠିକ୍‌ ଏତିକି ବେଳେ ଅବିନ ନାମକ ଜଣେ ୨୩ ବର୍ଷୀୟ ଯୁବକ ପୂର୍ବ ଯୋଜନା ଅନୁଯାୟୀ ମୁଣ୍ଡରେ ଟୋପି ଏବଂ ମୁହଁରେ ମାସ୍କ ଲଗାଇ କଲେଜ ପରିସରକୁ ପଶିଥିଲା। ଆଉ କେହି କିଛି ବୁଝିବା ଆଗରୁ ଛାତ୍ରୀଙ୍କ ମୁହଁକୁ ଟାର୍ଗେଟ କରି ଏସିଡ୍‌ ମାଡ କରି ଦୌଡିଥିଲା। ଘଟଣାରେ ଜଣେ ଛାତ୍ରୀଙ୍କ ମୁହଁ ଜଳି ଯାଇଥିବା ବେଳେ ନିକଟରେ ଥିବା ଅନ୍ୟ ଦୁଇ ଜଣ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି। ସେପଟେ ଅଭିଯୁକ୍ତ ଛାତ୍ର ଅବିନକୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ।

ଦକ୍ଷିଣ କନ୍ନଡ ଏସପି.ସିବି ରସ୍ୟନାଥଙ୍କ ସୂଚନା ମୁତାବକ, ଅଭିଯୁକ୍ତ ଅବିନଙ୍କ ଘର କେରଳରେ ହୋଇଥିବା ବେଳେ ସେ ଜଣେ ଏମବିଏ ଛାତ୍ର। ଅବିନ ପୀଡିତଙ୍କୁ ଏକତରଫା ପ୍ରେମ କରୁଥିଲା ଆଉ ବିଫଳ ହେବାପରେ ଏଭଳି କାଣ୍ଡ ଘଟାଇଛି। ତେବେ ଏହି ପୀଡିତାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟ ଦୁଇ ଛାତ୍ରୀ ସାମାନ୍‌ୟ ଆହତ ହୋଇଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଦକ୍ଷିଣ କନ୍ନଡ ଏସପି।

୧୪ ବର୍ଷ ପରେ ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ମାମଲାରେ ଆସିଲା ରାୟ : ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ
ଜଗତସିଂହପୁର : ୧୪ ବର୍ଷ ପରେ ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ମାମଲାରେ ଆସିଲା ରାୟ। ଏସିଡ୍ ମାଡ଼ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି। ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଜିଲ୍ଲା ଦୌରାଜଜ୍ (ମହିଳା କୋର୍ଟ) । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।  ୨୦୦୯ ଏପ୍ରିଲ ୧୮ ତାରିଖ ଦିନ ଘଟିଥିଲା ଏକ ଚାଞ୍ଚଲ୍ୟକର ଘଟଣା ।

ସୂଚନାଯୋଗ୍ୟ ଜଗତସିଂହପୁର ତିର୍ତ୍ତୋଲ ଥାନାର କନକପୁରର ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ ନିବେଦନ କରିଥିଲେ ଯବାନ ସନ୍ତୋଷ ବେଦାନ୍ତ । କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ପ୍ରମୋଦିନୀ । ଏହା ଶୁଣି ସନ୍ତୋଷ ରାଗିଯାଇଥିଲା । ଆଉ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା । ୨୦୦୯ ମସିହା ଏପ୍ରିଲ ୧୮ ଦିନ ପ୍ରମୋଦିନୀ ଘରକୁ ଫେରିବା ରାସ୍ତାରେ ସହଯୋଗୀ ରମେଶ ଦଳସିଂରାୟ ସହ ମିଶି ସନ୍ତୋଷ ତାଙ୍କ ଉପରକୁ ଏସିଡ୍‌ ପକାଇଥିଲେ । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଏସିଡ୍‌ ମାଡ଼ ଦ୍ୱାରା ଶରୀରରୁ ୮୦ ପ୍ରତିଶତ ଜଳିଯାଇଥିଲା । ଆଉ ବିକୃତ ହୋଇଯାଇଥିଲା ପ୍ରମୋଦିନୀଙ୍କ ଚେହେରା । ପରେ କଟକ ବଡ଼ ମେଡିକାଲରେ ଦୀର୍ଘ ୨ ବର୍ଷ ଚିକିତ୍ସା ପରେ ବି ପ୍ରମୋଦିନୀଙ୍କ ପୂର୍ବ ଚେହେରା ଫେରିପାରିନଥିଲା ।

୨୦୦୯ରେ ଏହି ଘଟଣା ଘଟିଥିବା ବେଳେ ୨୦୧୨ ମସିହାରେ ଐହି କେସ୍‌କୁ ବନ୍ଦ କରି ଦିଆଯାଇଥିଲା। ତିନି ବର୍ଷ ପରେ ପ୍ରମାଣ ଅଭାବରୁ ମାମଲାକୁ ବନ୍ଦ କରିଦେଇଥିଲା ପୁଲିସ। କିନ୍ତୁ ହାର୍‌ ମାନିନଥିଲେ ପ୍ରମୋଦିନୀ । ଦୋଷୀଙ୍କ ଦଣ୍ଡ ଦେବାକୁ ଲଢିଲେ କେସ୍‌। ୨୦୧୮ ମସିହାରେ ଏହି ମାମଲାକୁ ପୁଣିଥରେ ଆରମ୍ଭ କରାଯାଇଥିଲା। ଆରମ୍ଭର କିଛି ଦିନ ମଧ୍ୟରେ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତଙ୍କୁ କୋଲକତା ଓ ବିଶ୍ୱଜିତ ଦଳସିଂ ରାୟଙ୍କୁ ବାଲୁଗାଁରୁ ଗିରଫ କରାଯାଇଥିଲା। ଏହାପରେ ତିର୍ତ୍ତୋଲ ପୁଲିସ ସନ୍ତୋଷଙ୍କୁ ରିମାଣ୍ଡରେ  ଆଣି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଯେଉଁଥିରେ ସନ୍ତୋଷ ନିଜର ସବୁ ଦୋଷ ସ୍ୱୀକାର କରି ନେଇଥିଲା। ଏହି ଘଟଣାରେ ୨ ଜଣ ପୁଲିସ୍ ଅଧିକାରୀଙ୍କୁ ବି ନିଲମ୍ବିତ କରାଯାଇଥିଲା।

ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ : ଯୁବତୀଙ୍କ ଉପରେ ଏସିଡ୍‍ ଫିଙ୍ଗି ଫେରାର୍‍
ଭୁବନେଶ୍ୱର : ‘ତୁ ଏକ ମୋର। ଆଉ କାହାର ନୁହେଁ। ଯଦି ମନା କରିବୁ କାହାରିକୁ ଆଉ ମୁହଁ ଦେଖାଇପାରିବୁନି’। ଏକତରଫା ପ୍ରେମ କରି ବିଫଳ ହେବା ପରେ ଯୁବତୀଙ୍କୁ ଏଭଳି ଧମକ ଦେଇଥିଲା ଜଣେ ହତାସିଆ ପ୍ରେମିକ। ଶେଷରେ ନିରାଶ ହେବାରୁ ଯୁବତୀଙ୍କ ଉପରୁ ଏସିଡ୍‍ ଫିଙ୍ଗିଛନ୍ତି ପ୍ରେମରେ ଭାଙ୍ଗିପଡ଼ିଥିବା ଯୁବକ। ଏଭଳି ଘଟଣା ଘଟିଛି ଧଉଳି ଥାନା ଅଧୀନ ବାଲିଆପଡ଼ା ଗାଁରେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବାଲିଆପଡ଼ାର ଜଣେ ଯୁବତୀଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଯୁବତୀ ବାରଣ କରିବା ପରେ ହତାଶିଆ ପ୍ରେମିକ ସବୁବେଳେ ଯୁବତୀଙ୍କୁ ହଇରାଣ ହରକତ କରୁଥିଲେ।

ଆଜି ପୁଣି ଆସି ଯୁବତୀଙ୍କୁ ପ୍ରେମ ନିବେଦନ କରିବା ପରେ ସେ ମନା କରିଦେଇଥିଲେ। ଏହାପରେ ପ୍ରେମିକ ତାଙ୍କୁ ଧମକଚମକ ଦେଇ ପଳାଇଥିଲା। ତେବେ ଅପରାହ୍ଣରେ ଯୁବତୀ ଏକୁଟିଆ ଛିଡ଼ା ହୋଇଥିବା ବେଳେ ଯୁବକ ଆସି ତାଙ୍କ ଉପରକୁ ଏସିଡ୍‍ ଫୋପାଡି ଦେଇଥିଲେ। ତାଙ୍କ ଦେହର କିଛି ଅଂଶ ପୋଡ଼ିଯିବା ସହ ଗୁରୁତର ଆହତ ହୋଇଥିଲେ। ରୁପାଲିଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ସେପଟେ ଏସିଡ୍‍ ଫିଙ୍ଗି ହତାସିଆ ପ୍ରେମିକ ଫେରାର୍‍ ହୋଇଯାଇଛି। ଏନେଇ ଥାନାରେ ଅଭିଯୋଗ କରିବା ପରେ ଧଉଳି ଥାନା ପୁଲିସ ତଦନ୍ତ କରୁଛି।