Kareena Kapoor - The Sakala

ସଙ୍କଟ ସମୟରେ କାହାକୁ ମନେ ପକାନ୍ତି ମଲାଇକା ଅରୋରା? 'ଦି ରାଇଟ୍ ଆଙ୍ଗେଲ୍' ଶୋ'ରେ କଲେ ଖୁଲାସା
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲାଇକା ଅରୋରା ଦୀର୍ଘ ୩୦ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ନିଜର ଦୃଢ଼ ମନୋବଳ ଯୋଗୁଁ ସେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ଜୀବନର ସଙ୍କଟ ସମୟରେ କାହାକୁ ପ୍ରଥମେ ମନେ ପକାନ୍ତି, ସେ ବିଷୟରେ ଖୁଲାସା କରିଛନ୍ତି।

ମଲାଇକାଙ୍କ ସପୋର୍ଟ ସିଷ୍ଟମ୍

ମଲାଇକା କହିଛନ୍ତି ଯେ, କୌଣସି ସମସ୍ୟା ବା ସଙ୍କଟ ଆସିଲେ ସେ ସବୁଠାରୁ ପ୍ରଥମେ ନିଜ ପରିବାର ଏବଂ ନିଜର 'ଗାର୍ଲ ଗ୍ୟାଙ୍ଗ'କୁ ଫୋନ୍ କରନ୍ତି। ମଲାଇକାଙ୍କ ଏହି ଖାସ୍ ଗ୍ୟାଙ୍ଗରେ ତାଙ୍କ ଭଉଣୀ ଅମୃତା ଅରୋରା, ଅଭିନେତ୍ରୀ କରୀନା କପୁର ଖାନ ଏବଂ କରିସ୍ମା କପୁର ଅଛନ୍ତି। ମଲାଇକା କହିଛନ୍ତି, "ଏମିତି କିଛି ଲୋକ ଅଛନ୍ତି ଯାହାଙ୍କୁ ମୁଁ ସଙ୍କଟ ସମୟରେ ଖୋଜିଥାଏ। ପରିବାର ତ ସବୁବେଳେ ପ୍ରଥମେ ଆସେ। ଏହାଛଡ଼ା ମୋର ସାଙ୍ଗମାନେ ମଧ୍ୟ ମାତ୍ର ଗୋଟିଏ ଫୋନ୍ କଲ୍ ଦୂରରେ ଥାଆନ୍ତି। ଆମେ କେବେ କଥା ନହେଲେ ମଧ୍ୟ ସର୍ବଦା ପରସ୍ପରର ସାଥ୍ ଦେଇଥାଉ।"

ବିଗ୍ ବି ଏବଂ ଶାହରୁଖଙ୍କ ବଡ଼ ଫ୍ୟାନ୍

ଏହି ଶୋ'ରେ ନିଜର ପ୍ରିୟ ଅଭିନେତାଙ୍କ ବିଷୟରେ ମଧ୍ୟ ମଲାଇକା କହିଛନ୍ତି। ସେ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ବଲିଉଡର ବାଦଶାହା ଶାହରୁଖ ଖାନଙ୍କର ବହୁତ ବଡ଼ ପ୍ରଶଂସକ ବୋଲି ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, "ମୁଁ ପିଲାଦିନୁ ଶ୍ରୀଯୁକ୍ତ ଅମିତାଭ ବଚ୍ଚନଙ୍କ ଫିଲ୍ମ ଦେଖି ବଡ଼ ହୋଇଛି ଏବଂ ତାଙ୍କ ଫିଲ୍ମଗୁଡ଼ିକୁ ବାରମ୍ବାର ଦେଖିବାକୁ ଭଲ ପାଏ। ସେହିପରି ମୁଁ ଶାହରୁଖ ଖାନଙ୍କର ମଧ୍ୟ ବହୁତ ବଡ଼ ଫ୍ୟାନ୍।" ସୂଚନାଯୋଗ୍ୟ ଯେ, ମଲାଇକା ଶାହରୁଖଙ୍କ ସହ ଲୋକପ୍ରିୟ ଗୀତ 'ଛୟାଁ ଛୟାଁ'ରେ ଏକାଠି କାମ କରିଥିଲେ।

କରିନାଙ୍କ ୧୦ ଫ୍ଲପ୍ ମୁଭି
ବଲିଉଡ ନାୟିକା କରିନା କପୁର ଖାନ୍ ଇତିମଧ୍ୟରେ ୪୧ ବର୍ଷ ବୟସରେ ପାଦ ଦେଇଛନ୍ତି। ସେ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ ଦଶଟି ଫ୍ଲପ୍ ଫିଲ୍ମ ତାଙ୍କ କ୍ୟାରିୟରକୁ ବେଶ୍ ପ୍ରଭାବିତ କରିଛି। ଅନେକ ଆଶା ଓ ଭରସା ନେଇ କରିନା ସେଥିରେ ପ୍ରତିଭା ପ୍ରଦର୍ଶନ କରିଥିଲେ। ମାତ୍ର ଏହି ଚିତ୍ରଗୁଡ଼ିକ ବକ୍ସ ଅଫିସରେ ସଫଳ ହୋଇ ପାରି ନ ଥିଲା । ସେଇ ଫିଲ୍ମଗୁଡ଼ିକ ସମ୍ପର୍କରେ ଆସନ୍ତୁ ଜାଣିବା…..

ଦୋସ୍ତି -ଫ୍ରେଣ୍ଡସ ଫର୍ ଏଭର

ଏହି ଚିତ୍ରରେ ଅକ୍ଷୟ କୁମାର, ବବି ଦେଓଲ, ଲାରା ଦତ୍ତ, ଜୁହି ଚାୱଲା ପ୍ରମୁଖ ଅଭିନୟ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ସେତେଟା ବ୍ୟବସାୟ କରିପାରି ନ ଥିଲା । ତା’ସହ ଦର୍ଶକ ମଧ୍ୟ ଏହି ଫିଲ୍ମରୁ ମୁହଁ ଫେରାଇ ନେଇଥିଲେ।

ଫିଦା

କରିନାଙ୍କ ଫ୍ଲପ୍ ଫିଲ୍ମ ମଧ୍ୟରୁ ଏହା ହେଉଛି ଅନ୍ୟତମ। ପୂର୍ବତନ ବୟଫ୍ରେଣ୍ଡ ସାହିଦ କପୁରଙ୍କ ସହ ଏହି ଚିତ୍ରରେ କରିନା ନଜର ଆସିଥିଲେ । ଏଥିରେ ଫରଦିନ ଖାନ୍ ବି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଉକ୍ତ ଫିଲ୍ମରେ କରିନାଙ୍କ ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିପାରି ନ ଥିଲା ।

ଗୋରୀ ତେରେ ପ୍ୟାର୍ ମେଁ

ପୁନିତ୍‌ ମାଲହୋତ୍ରାଙ୍କ ନିର୍ଦେଶନାରେ ଏହି ଚିତ୍ର ପ୍ରସ୍ତୁତ ହୋଇଥିଲା। ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ଇମରାନ ଖାନ୍ ଓ କରିନା। ବକ୍ସ ଅଫିସ୍‌ରେ ଏହି ଚିତ୍ର ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରଥମ ସପ୍ତାହରୁ ହିଁ ପ୍ରେକ୍ଷାଳୟରୁ ଉଠିଯାଇଥିଲା ଏହି ଚଳଚ୍ଚିତ୍ର।

ହିରୋଇନ୍

ମଧୁର ଭଣ୍ଡାରକରଙ୍କ ନିର୍ଦେଶନାରେ ପ୍ରସ୍ତୁତ ‘ହିରୋଇନ’ରେ କରିନାଙ୍କ ସହ ଅର୍ଜୁନ ରାମପାଲ ଓ ରଣଦୀପ ହୁଡା ଅଭିନୟ କରିଥିଲେ। ଏହା ମଧ୍ୟ ବକ୍ସ ଅଫିସ୍‌ରେ ଆଶାନୁରୂପକ ବ୍ୟବସାୟ କରିପାରି ନ ଥିଲା ।

ଜିନା ସିର୍ଫ ମେରେ ଲିଏ

୨୦୦୨ରେ ଏହି ଚିତ୍ର ପ୍ରେକ୍ଷାଳୟକୁ ଆସିଥିଲା। ଏଥିରେ କରିନାଙ୍କ ବିପକ୍ଷରେ ତୁଷାର କପୁର ଅଭିନୟ କରିଥିଲେ। ଚିତ୍ରଟି କରିନାଙ୍କ ଫ୍ଲପ୍ ଫିଲ୍ମ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ ।

କ୍ଯୁଁକି

ଏହି ଚିତ୍ରରେ ସୁପରଷ୍ଟାର୍ ସଲମାନ୍‌ ଖାନ୍‌ଙ୍କ ସହ କରିନା ନଜର ଆସିଥିଲେ। ଏଥିରେ କରିନାଙ୍କ ଭୂମିକା ଥିଲା ଜଣେ ଡାକ୍ତରର। ଯଦିଓ ଚରିତ୍ରଟି ବେଶ୍ ଦମ୍‌ଦାର ଥିଲା, ତଥାପି ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା ଏହି ଫିଲ୍ମ ।

ମେଁ ପ୍ରେମ୍ କି ଦିୱାନି ହୁଁ

ମେଁ ପ୍ରେମ୍ କି ଦିୱାନି ହୁଁ ଏହି ଚିତ୍ରରେ ପ୍ରେମ ସହ ପାରିବାରିକ ଆବେଗ ପ୍ରତିଫଳିତ ହୋଇଥିଲା । ଦୁଇ ନାୟକ ହ୍ରିତିକ ରୋଶନ ଓ ଅଭିଷେକ ବଚ୍ଚନ ଏଥିରେ କରିନାଙ୍କ ସହ ଅଭିନୟ କରିଥିଲେ । ହେଲେ ଚିତ୍ରଟି ଦର୍ଶକଙ୍କୁ ଛୁଇଁପାରି ନ ଥିଲା ।

ରିଫ୍ଯୁଜ

ଏହି ଚିତ୍ର ଜରିଆରେ କରିନା ବଲିଉଡରେ କ୍ୟାରିୟର ଆରମ୍ଭ ଥିଲେ । ଏଥିରେ ଅଭିଷେକ ବଚ୍ଚନଙ୍କ ସହ ସେ ଅଭିନୟ କରିଥିଲେ । ଫିଲ୍ମଟି ଫ୍ଲପ୍ ହୋଇ ଥିଲେ ମଧ୍ୟ ବଲିଉଡକୁ ଦୁଇ ନୂଆ କଳାକାର କିନ୍ତୁ ମିଳିଥିଲେ।

ତଶନ

ସୈଫ ଅଲ୍ଲୀ ଖାନ୍, ଅକ୍ଷୟ କୁମାର ପ୍ରମୁଖଙ୍କ ସହ ଏହି ଚିତ୍ରରେ କରିନା ଅନ୍ୟତମ ଆକର୍ଷଣ ସାଜିଥିଲେ । ତେବେ ଫିଲ୍ମଟି ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଏହି ଚିତ୍ରରରୁ ହିଁ କରିନା ଓ ସୈଫ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା ।

ୟାଦେଁ

ଏହି ଚିତ୍ରରେ ହ୍ରିତିକ୍ ରୋଶନ ଓ ଜ୍ୟାକି ଶ୍ରଫ୍‌ଙ୍କ ସହ କରିନା ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଭଲ କାହାଣୀ, ସଙ୍ଗୀତ ଥିଲେ ବି ଫିଲ୍ମଟି ସବୁବର୍ଗର ଦର୍ଶକଙ୍କୁ ପ୍ରଭାବିତ କରିପାରି ନ ଥିଲା ।

‘ସୀତା’ ଭୂମିକା ପାଇଁ ୧୨ କୋଟି
ବଲିଉଡ୍ ଅଭିନେତ୍ରୀ କରିନା କପୁର ‘ସୀତା’ ଭୂମିକା ପାଇଁ ଏବେ ସାମାଜିକ ଗଣମାଧ୍ୟମରେ  ବେଶ୍‌ ଚର୍ଚ୍ଚାରେ । ‘ରାମାୟଣ’ ପୃଷ୍ଠଭୂମି ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ଏବଂ ଏଥିରେ ସୀତା ଭାବେ କରିନା ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଅନେକ ଏଥିପାଇଁ କରିନାଙ୍କୁ ଟ୍ରୋଲ କରିଥିଲେ। କରିନା ଜଣେ ମୁସଲିମ୍‌ଙ୍କୁ ବିବାହ କରିଥିବାରୁ ସେ ଏହି ଭୂମିକା କରିପାରିବେ ନାହିଁ ବୋଲି ଅନେକ ୟୁଜର୍ସ କହିଥିଲେ।  କେବଳ ସେତିକି ନୁହେଁ, କରିନା ଏହି ଭୂମିକା ପାଇଁ ତାଙ୍କର ପାରିଶ୍ରମିକ ବୃଦ୍ଧି କରିଥିବା ସହ ଏଥିପାଇଁ ସେ ୧୨ କୋଟି ଟଙ୍କା ନେବେ ବୋଲି  ମଧ୍ୟ ଖବର ପ୍ରକାଶ ପାଇଥିଲା। ଅବଶ୍ୟ ପାରିଶ୍ରମିକ ପ୍ରସଙ୍ଗ ଉପରେ ତାପସୀ ପନ୍ନୁ, ପୂଜା ହେଗ୍‌ଡେ, ପ୍ରିୟାମଣି ଆଦି ଅଭିନେତ୍ରୀମାନେ କରିନାଙ୍କ ସମର୍ଥନରେ ବାହାରିଥିଲେ।

ଏହି ଅଭିନେତ୍ରୀମାନେ କହିଥିଲେ ଯେ, ଦୀର୍ଘଦିନରୁ ଇଣ୍ଡଷ୍ଟ୍ରୀରେ ଅଭିନେତା ଓ ଅଭିନେତ୍ରୀଙ୍କ ପାରିଶ୍ରମିକକୁ ନେଇ ତର୍କ ଚାଲିଛି। କରିନାଙ୍କ ପାରିଶ୍ରମିକ ବୃଦ୍ଧିକୁ ନେଇ ଲୋକଙ୍କର କଟୁ ମନ୍ତବ୍ୟ ଏୟା ପ୍ରମାଣ କରୁଛି ଯେ, ସମାଜ ନାରୀ ଓ ପୁରୁଷଙ୍କୁ ନେଇ ଭିନ୍ନଭିନ୍ନ ମାନସିକତା ରଖୁଛି। ଏବେ ଏହି ବିବାଦ ଉପରେ ନିଜେ କରିନା ମୁହଁ ଖୋଲିଛନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ କରିନାଙ୍କୁ ଏହି ପ୍ରସଙ୍ଗ ଉପରେ ପଚରାଯିବାରୁ ସେ ବହୁତ କମ୍‌ କଥାରେ ବହୁତ କିଛି କହି ଦେଇଥିଲେ। ଯେତେବେଳେ କରିନାଙ୍କୁ ପଚାରାଗଲା ଆପଣ ସୀତା ରୋଲ୍‌ ପାଇଁ ୧୨ କୋଟି ଟଙ୍କା ନେଉଛନ୍ତି? ଏହି ଖବର କ’ଣ ଗୁଜବ ବୋଲି ପଚାରାଯିବାରୁ କରିନା ‘ହଁ’ ‘ହଁ’ କହି ସେହିକଥାରୁ ଓହରି ଯାଇଥିଲେ। କରିନାଙ୍କ ଏପରି କଥାରୁ ଜଣାପଡୁଛି ଯେ, ନା ସେ  ସୀତା ରୋଲ୍‌ରେ ନଜର ଆସିବେ ନା ସେଥÒପାଇଁ ୧୨ କୋଟି ଟଙ୍କା ନେଉଛନ୍ତି।

ପ୍ରଯୋଜନାରେ ହାତ ମାରିଲେ କରିନା
ବଲିଉଡ୍‌ରେ ନିଜ ଅଭିନୟ  ପରାକାଷ୍ଠା ଦେଖାଇ ଅଗଣିତ ପ୍ରଶଂସକଙ୍କ ବାହାବା ସାଉଁଟିଛନ୍ତି ଅଭିନେତ୍ରୀ କରିନା କପୁର। ଅନେକ ବଲିଉଡ୍‌ ଫିଲ୍ମରେ ଚୁଲ୍‌ବୁଲି ନାୟିକା ଭାବେ ଦେଖାଯାଇଥିବା ବେବୋ (କରିନା) ଏବେ ଆଉ ପାଦେ ଆଗକୁ ଯାଇ ପ୍ରଯୋଜନା ଦୁନିଆରେ ପାଦ ଥାପିବାକୁ ମନ ବଳାଇଛନ୍ତି। ଫିଲ୍ମ ପ୍ରଯୋଜନା ଲାଗି କାମ ଆରମ୍ଭ କରିଦେଇଥିବା ଖବରକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ପ୍ରଯୋଜିକା ଏକତା କପୁର ଏବଂ ନିର୍ଦ୍ଦେଶକ ହଁସଲ ମେହତାଙ୍କ ସହିତ ଇନ୍‌ଷ୍ଟାଗ୍ରାମରେ କରିନା ନିକଟରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ କରିନାଙ୍କର କ୍ୟାପସନ୍‌ ରହିଛି ଯେ, ‘ନ୍ୟୁ ବିଗ୍‌ନିଂସ୍‌’। ତୈମୁର୍‌ ଜନ୍ମ ହେବା ପରେ ‘ବୀରେ ଦ ୱେଡିଂ’ କରିନାଙ୍କ ପ୍ରଥମ ଫିଲ୍ମ ଥିଲା।

ସେହିଭଳି  ଦ୍ବିତୀୟ ସନ୍ତାନ ଜନ୍ମ ପରେ ଏହି ଫିଲ୍ମ ମାଧ୍ୟମରେ କରିନା ପରଦାକୁ ଫେରିବେ। ସଂଯୋଗ କ୍ରମେ ଦୁଇ ଦୁଇଥର ମା’ ହେବା ପରେ କରିନା ଏକତା କପୁରଙ୍କ ଫିଲ୍ମରୁ ହିଁ ଅଭିନୟ ଜଗତକୁ ଫେରିଛନ୍ତି। ତେବେ ଏକତାଙ୍କ ସହିତ ଫିଲ୍ମ ନିର୍ମାଣ କରିବାକୁ ନେଇ ସେ  ବେଶ୍‌ ଉତ୍ସାହିତ ଥିବା କଥା କହିଛନ୍ତି। ଏହାସହିତ ହଁସଲଙ୍କ ପ୍ରତ୍ୟେକ ଫିଲ୍ମର କରିନା ବଡ଼ ପ୍ରଶଂସକ ବୋଲି ସେ  ସ୍ବୀକାର କରିଛନ୍ତି। ସେହିଭଳି କରିନା ବହୁମୁଖୀ ପ୍ରତିଭାର ଅଧିକାରିଣୀ ବୋଲି ଏକତା ମତ ରଖୀଛନ୍ତି । ପୂର୍ବରୁ ଆମେ ଏକାଠି ‘ବୀରେ ଦ ୱେଡିଂ’ରେ କାମ କରିଥିଲୁ। ଯାହାକି ଜଣେ ନାୟିକାଙ୍କ ପାଇଁ ସବୁଠୁ ବଡ଼ ହିଟ୍‌ ଫିଲ୍ମ।  କେବଳ ପ୍ରଯୋଜନା କ୍ଷେତ୍ରରେ  ନୁହେଁ, ଏବେ କରିନାଙ୍କ ହାତରେ ରହିଛି ବଲିଉଡ୍‌ର ଅନେକ ବଡ଼ ବଡ଼ ପ୍ରୋଜେକ୍ଟ। ଖୁବ୍‌ଶୀଘ୍ର ସେ   ‘ଲାଲ୍‌ ସିଂହ ଚଢ଼ା’ରେ ଅମିର ଖାନ୍‌ଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ଫ’ର ହିନ୍ଦୀ ରିମେକ୍‌।