Hansal Mehta - The Sakala

ସୁଶାନ୍ତଙ୍କ ମୃତ୍ୟୁ ପରେ ବି ‘ପ୍ରେମ’ ଉପରୁ ଉଠିନି ଭରସା, ଅଭିନୟକୁ ଫେରିବା ନେଇ ବଡ଼ କଥା କହିଲେ ରିୟା
ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଅଭିନୟ ଜଗତକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ୨୦୨୦ ଜୁନ୍ ମାସରେ ଅଭିନେତା ତଥା ତାଙ୍କ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟାଙ୍କୁ ଅନେକ ଆଇନଗତ ଏବଂ ସାମାଜିକ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ଏହି ଘଟଣା ପରେ ସେ ଦୀର୍ଘ ସମୟ ଧରି ଫିଲ୍ମ ଏବଂ ସିରିଜ୍ ଦୁନିଆରୁ ଦୂରେଇ ରହିଥିଲେ। ନିକଟରେ ଏକ ସାକ୍ଷାତକାରରେ ରିୟା ସେହି କଠିନ ସମୟ ଏବଂ ନିଜର ମାନସିକ ସ୍ଥିତି ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।

'ପ୍ରେମ' ଉପରେ ଏବେ ବି ଅଛି ବିଶ୍ୱାସ

ରିୟା କହିଛନ୍ତି ଯେ ସେ ଏକ ସମୟରେ ଭାବି ନେଇଥିଲେ ଯେ ତାଙ୍କ ଅଭିନୟ କ୍ୟାରିଅର୍ ବୋଧହୁଏ ଶେଷ ହୋଇଯାଇଛି। ସେ କହିଛନ୍ତି, "ଦୀର୍ଘ ଏକ ଦଶନ୍ଧି ଧରି ମୁଁ ଯେଉଁ ସ୍ୱପ୍ନ ପାଇଁ କାମ କରିଥିଲି, ତାକୁ ଛାଡିବା ମୋ ପାଇଁ ସହଜ ନଥିଲା। ଏଥିପାଇଁ ମୋତେ ଅନେକ ଥେରାପି ସେସନ୍ ନେବାକୁ ପଡିଥିଲା।" ତେବେ ଏତେ ସବୁ କଷ୍ଟ ସତ୍ତ୍ୱେ ସେ ନିଜ ମନରେ ତିକ୍ତତା ରଖିନାହାନ୍ତି ବୋଲି କହିଛନ୍ତି। ରିୟା ଆହୁରି ମଧ୍ୟ କହିଛନ୍ତି, "ଥେରାପି ମୋ ଜୀବନ ବଞ୍ଚାଇଛି। ଜୀବନ ମୋତେ ଯେଉଁଠିକି ବି ନେଉ, ମୁଁ କେବେବି ହାରିବି ନାହିଁ। ମୁଁ ଆଜି ବି ପ୍ରେମ ଉପରେ ବିଶ୍ୱାସ କରେ, ଏହା ସୁନ୍ଦର ଏବଂ ଶକ୍ତିଶାଳୀ।"

ହଂସଲ ମେହେଟ୍ଟାଙ୍କ ସିରିଜ୍ ଜରିଆରେ କମବ୍ୟାକ୍

ରିୟା ଖୁବଶୀଘ୍ର ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେଟ୍ଟାଙ୍କ ଆଗାମୀ ସିରିଜ୍ ଜରିଆରେ ପରଦାକୁ ଫେରୁଛନ୍ତି। ତେବେ ପ୍ରଥମେ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ସ୍ୱୀକାର କରିଛନ୍ତି। କିନ୍ତୁ ହଂସଲ ସାର୍ ଏବଂ ଲେଖକଙ୍କ ବୁଝାଇବା ପରେ ସେ ରାଜି ହୋଇଥିଲେ। ସେ କହିଛନ୍ତି ଯେ ଗତ ସାତ ବର୍ଷ ମଧ୍ୟରେ ଅନେକ କିଛି ବଦଳି ଯାଇଛି, କିନ୍ତୁ ସେଟକୁ ଫେରିବା ପରେ ସେ ପୁଣି ସହଜ ଅନୁଭବ କରୁଛନ୍ତି।

ବନ୍ଧୁମାନଙ୍କ ଅବଦାନ

ନିଜର କଠିନ ସମୟରେ ସାଙ୍ଗମାନଙ୍କ ସହଯୋଗ ବିଷୟରେ କହିବା ବେଳେ ରିୟା ଭାବପ୍ରବଣ ହୋଇପଡିଥିଲେ। ସେ ବିଶେଷ ଭାବରେ ଗାୟିକା-ଅଭିନେତ୍ରୀ ଶିବାନୀ ଦାଣ୍ଡେକରଙ୍କ ନାମ ନେଇଥିଲେ, ଯିଏ ଭଉଣୀ ପରି ତାଙ୍କ ସାଥୀରେ ଛିଡା ହୋଇଥିଲେ। ରିୟା କହିଛନ୍ତି ଯେ ମୋତେ ସମର୍ଥନ କରିବା ଯୋଗୁଁ ଶିବାନୀଙ୍କୁ ମଧ୍ୟ କ୍ୟାରିୟରରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ରିୟା ଶେଷରେ କହିଛନ୍ତି, "ଗୋଟିଏ ପଟେ ମୁଁ ମଣିଷର ସବୁଠାରୁ ଖରାପ ରୂପ ଦେଖିଛି, କିନ୍ତୁ ଅନ୍ୟ ପଟେ ମାନବିକତାର ସବୁଠାରୁ ସୁନ୍ଦର ରୂପ ମଧ୍ୟ ଅନୁଭବ କରିଛି।"

ପ୍ରଯୋଜନାରେ ହାତ ମାରିଲେ କରିନା
ବଲିଉଡ୍‌ରେ ନିଜ ଅଭିନୟ  ପରାକାଷ୍ଠା ଦେଖାଇ ଅଗଣିତ ପ୍ରଶଂସକଙ୍କ ବାହାବା ସାଉଁଟିଛନ୍ତି ଅଭିନେତ୍ରୀ କରିନା କପୁର। ଅନେକ ବଲିଉଡ୍‌ ଫିଲ୍ମରେ ଚୁଲ୍‌ବୁଲି ନାୟିକା ଭାବେ ଦେଖାଯାଇଥିବା ବେବୋ (କରିନା) ଏବେ ଆଉ ପାଦେ ଆଗକୁ ଯାଇ ପ୍ରଯୋଜନା ଦୁନିଆରେ ପାଦ ଥାପିବାକୁ ମନ ବଳାଇଛନ୍ତି। ଫିଲ୍ମ ପ୍ରଯୋଜନା ଲାଗି କାମ ଆରମ୍ଭ କରିଦେଇଥିବା ଖବରକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ପ୍ରଯୋଜିକା ଏକତା କପୁର ଏବଂ ନିର୍ଦ୍ଦେଶକ ହଁସଲ ମେହତାଙ୍କ ସହିତ ଇନ୍‌ଷ୍ଟାଗ୍ରାମରେ କରିନା ନିକଟରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ କରିନାଙ୍କର କ୍ୟାପସନ୍‌ ରହିଛି ଯେ, ‘ନ୍ୟୁ ବିଗ୍‌ନିଂସ୍‌’। ତୈମୁର୍‌ ଜନ୍ମ ହେବା ପରେ ‘ବୀରେ ଦ ୱେଡିଂ’ କରିନାଙ୍କ ପ୍ରଥମ ଫିଲ୍ମ ଥିଲା।

ସେହିଭଳି  ଦ୍ବିତୀୟ ସନ୍ତାନ ଜନ୍ମ ପରେ ଏହି ଫିଲ୍ମ ମାଧ୍ୟମରେ କରିନା ପରଦାକୁ ଫେରିବେ। ସଂଯୋଗ କ୍ରମେ ଦୁଇ ଦୁଇଥର ମା’ ହେବା ପରେ କରିନା ଏକତା କପୁରଙ୍କ ଫିଲ୍ମରୁ ହିଁ ଅଭିନୟ ଜଗତକୁ ଫେରିଛନ୍ତି। ତେବେ ଏକତାଙ୍କ ସହିତ ଫିଲ୍ମ ନିର୍ମାଣ କରିବାକୁ ନେଇ ସେ  ବେଶ୍‌ ଉତ୍ସାହିତ ଥିବା କଥା କହିଛନ୍ତି। ଏହାସହିତ ହଁସଲଙ୍କ ପ୍ରତ୍ୟେକ ଫିଲ୍ମର କରିନା ବଡ଼ ପ୍ରଶଂସକ ବୋଲି ସେ  ସ୍ବୀକାର କରିଛନ୍ତି। ସେହିଭଳି କରିନା ବହୁମୁଖୀ ପ୍ରତିଭାର ଅଧିକାରିଣୀ ବୋଲି ଏକତା ମତ ରଖୀଛନ୍ତି । ପୂର୍ବରୁ ଆମେ ଏକାଠି ‘ବୀରେ ଦ ୱେଡିଂ’ରେ କାମ କରିଥିଲୁ। ଯାହାକି ଜଣେ ନାୟିକାଙ୍କ ପାଇଁ ସବୁଠୁ ବଡ଼ ହିଟ୍‌ ଫିଲ୍ମ।  କେବଳ ପ୍ରଯୋଜନା କ୍ଷେତ୍ରରେ  ନୁହେଁ, ଏବେ କରିନାଙ୍କ ହାତରେ ରହିଛି ବଲିଉଡ୍‌ର ଅନେକ ବଡ଼ ବଡ଼ ପ୍ରୋଜେକ୍ଟ। ଖୁବ୍‌ଶୀଘ୍ର ସେ   ‘ଲାଲ୍‌ ସିଂହ ଚଢ଼ା’ରେ ଅମିର ଖାନ୍‌ଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ଫ’ର ହିନ୍ଦୀ ରିମେକ୍‌।