World Elephant Day - The Sakala

ଆଜି ବିଶ୍ବ ହସ୍ତୀ ଦିବସ: ଅନାଥ ବବ୍‌ଲୁ ଏବେ ଶିମିଳିପାଳର ଜାଗ୍ରତ ପ୍ରହରୀ
ବାରିପଦା: ସାରା ବିଶ୍ୱରେ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ହାତୀ ସଂରକ୍ଷଣ ଓ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶ୍ବ ହସ୍ତୀ ଦିବସ ଅବସରରେ ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ବବଲୁ କୁମକୀ ହାତୀଙ୍କ ଜୀବନ କାହାଣୀ ଏକ ବିଶେଷ ଅର୍ଥ ରଖେ। ଏହା କେବଳ ଏକ ହାତୀଛୁଆର ଉଦ୍ଧାର ନୁହେଁ, ବରଂ ମନୁଷ୍ୟର ଯତ୍ନ, ଧୈର୍ଯ୍ୟ ଓ ପ୍ରକୃତି ପ୍ରତି ଭଲପାଇବାର ଏକ ଉଜ୍ଜ୍ୱଳ ଉଦାହରଣ।

୨୦୧୪ ମସିହା ଡିସେମ୍ବରରେ ଶିମିଳିପାଳର ଘନ ଜଙ୍ଗଲରେ ଏକ ଛୋଟ ହାତୀଛୁଆ ଏକ ଗର୍ତ୍ତରେ ପଡ଼ିଯାଇଥିଲା। ସେ ସମୟରେ ସେ ଅତି ଛୋଟ ଥିଲା ଓ ତା’ର ମା’ କିମ୍ବା ଦଳ ଠାରୁ ବିଛିନ୍ନ ହୋଇଯାଇଥିଲା। ବନବିଭାଗ ଉଦ୍ଧାର କରି ପୁନର୍ବାର ହାତୀପଲ ସହିତ ଯିବାକୁ ଯୋଜନା କରି ବିଫଳ ହୋଇଥିଲା। କାରଣ ମଣିଷ ଛୁଇଁ ଥିବା ସଦସ୍ୟକୁ ହାତୀମାନେ ଗ୍ରହଣ କରିନଥାନ୍ତି । ସମ୍ପୂର୍ଣ୍ଣ ଅନାଥ ଓ ଅସହାୟ ଅବସ୍ଥାରେ ଥିବା ଏହି ଛୁଆକୁ ତତ୍କାଳୀନ ଡୁକୁରା ରେଞ୍ଜର ବଟକୃଷ୍ଣ ପାଢୀଙ୍କ ପ୍ରଚେଷ୍ଟାରେ ବନ ବିଭାଗର କର୍ମଚାରୀମାନେ ତା’ର ଲାଳନପାଳନ ଦାୟିତ୍ୱ ନେଇ ନାମ ରଖିଥିଲେ ବବଲୁ।

ବବଲୁଙ୍କୁ ବଞ୍ଚାଇବା ଓ ବଢ଼ାଇବା ପାଇଁ ବନ ବିଭାଗ ବିଶେଷ ବ୍ୟବସ୍ଥା କରିଥିଲା। ତା’ଙ୍କ ପାଇଁ ଏକ ବିଶେଷ ଆଶ୍ରୟ ସ୍ଥଳୀ ତିଆରି କରାଯାଇଥିଲା, ଯେଉଁଠି ସେ ସୁରକ୍ଷିତ ଭାବେ ବଢ଼ିପାରିବ। ଏହି ସମୟରେ ନିଜର ଶାବକ ଲକ୍ଷ୍ମୀକୁ ହରାଇ ଶିମିଳିପାଳରେ  ବନ୍ଦୀ ପ୍ରାୟ ଜୀବନ କାଟୁଥିବା ମା’ ହାତୀ ଶୋଭା ତା’ଙ୍କ ପାଳିତ ମା’ ଭାବେ ଦାୟିତ୍ୱ ନେଇଥିଲେ। ଶୋଭା ବବଲୁଙ୍କୁ ନିଜ ସନ୍ତାନ ପରି ଯତ୍ନ ନେଇଥିଲେ। ଏକ ମାହୁତ ମଧ୍ୟ ତା’ଙ୍କ ଦୈନନ୍ଦିନ ଯତ୍ନ ଓ ଦେଖାଶୁଣା କରୁଥିଲେ। ବନ କର୍ମଚାରୀମାନେ ହାତରେ ତା’ଙ୍କୁ ଖାଦ୍ୟ ଦେଉଥିଲେ, ସ୍ୱାସ୍ଥ୍ୟ ଯାଞ୍ଚ କରୁଥିଲେ ଓ ତା’ଙ୍କୁ ଶାରୀରିକ ଓ ମାନସିକ ଭାବେ ଶକ୍ତିଶାଳୀ କରିବାକୁ ଚେଷ୍ଟା କରୁଥିଲେ।

ଧୀରେ ଧୀରେ ବବଲୁ ବଡ଼ ହେବାକୁ ଲାଗିଲା। ତା’ଙ୍କୁ କେବଳ ବଞ୍ଚାଇବା ନୁହେଁ, ବରଂ ଭବିଷ୍ୟତରେ ବନ୍ୟ ପରିବେଶକୁ ଫେରାଇବା ପାଇଁ ମଧ୍ୟ ପ୍ରସ୍ତୁତ କରାଯାଉଥିଲା। ଏଥିପାଇଁ ତା’ଙ୍କୁ କୁମକୀ ହାତୀ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା। କୁମକୀ ହାତୀମାନେ ସାଧାରଣତଃ ବନ୍ୟ ହାତୀଙ୍କୁ ନିୟନ୍ତ୍ରଣ କରିବା, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ଓ ମନୁଷ୍ୟ-ହାତୀ ସଂଘର୍ଷ କମାଇବାରେ ବ୍ୟବହୃତ ହୁଅନ୍ତି। ବବଲୁଙ୍କୁ ଏହି ଦିଗରେ ତାଲିମ ଦେଇ କର୍ତ୍ତୃପକ୍ଷ ତା’ଙ୍କୁ ଧୀରେ ଧୀରେ ବନ୍ୟ ଜୀବନ ପାଇଁ ପ୍ରସ୍ତୁତ କରିଥିଲେ।

ଆଜି ବବଲୁକୁ ୧୩ବର୍ଷ । ଶିମିଳିପାଳର ଏକ ପରିଚିତ ନାମ। ସେ ଜେନାବିଲରେ ବନବିଭାଗର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ ନିଭାଉଛି । ତା ଜୀବନର ଋଣ ସେ ସୁଜୁଛି।  ତା’ର କାହାଣୀ ଦର୍ଶାଏ ଯେ ଯଦି ଠିକ୍ ସମୟରେ ଯତ୍ନ ଓ ସୁରକ୍ଷା ମିଳେ, ତେବେ ଏକ ଅନାଥ ହାତୀଛୁଆ ମଧ୍ୟ ବଞ୍ଚିପାରେ ଓ ଉପଯୋଗୀ ଭୂମିକା ନେଇପାରେ। ବିଶ୍ୱ ହସ୍ତୀ ଦିବସରେ ବବଲୁଙ୍କ ଏହି ଯାତ୍ରା ଆମକୁ ମନେ ପକାଏ ଯେ ହାତୀମାନେ ଆମ ପରିବେଶର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେମାନଙ୍କ ସୁରକ୍ଷା, ବାସସ୍ଥାନ ସଂରକ୍ଷଣ ଓ ମନୁଷ୍ୟ-ହାତୀ ସହଅସ୍ତିତ୍ୱ ପାଇଁ ଆମ ସମସ୍ତଙ୍କ ଦାୟିତ୍ୱ ରହିଛି।

ବବଲୁ ଓ ଶୋଭାଙ୍କ ଏହି ବନ୍ଧନ ତଥା ବନ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଶିମିଳିପାଳର ଏକ ଗର୍ବର କାହାଣୀ ଭାବେ ରହିଛି। ତେବେ ଇତି ମଧ୍ୟରେ ଶୋଭାର ମୃତ୍ୟୁ ହୋଇଥିବା ବେଳେ ବବଲୁ ସହିତ ରାଜକୁମାର ଓ ଶିବାନୀ ଅନ୍ୟ ଦୁଇ କୁମକୀ ହାତୀ ସାଙ୍ଗ ଦେଉଛନ୍ତି । ଆଗାମୀ ଦିନରେ ବବଲୁ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ସ୍ମୃତିକୁ ଜୀବିତ ରଖିବାକୁ ବନ୍ୟପ୍ରାଣୀ ପ୍ରେମୀ ତଥା ବିଶେଷଜ୍ଞ ଭାନୁମିତ୍ର ଆଚାର୍ଯ୍ୟ ସରକାରଙ୍କୁ ପ୍ରସ୍ତାବ ରଖିଛନ୍ତି ।

ଆଜି ବିଶ୍ୱ ହସ୍ତୀ ଦିବସ; ଓଡ଼ିଶା ଦନ୍ତାଙ୍କୁ ପେଟ ଚିନ୍ତା, ଓଡ଼ିଶା ଦନ୍ତାଙ୍କୁ ପେଟ ଚିନ୍ତା
ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ଅନୁପାତରେ ହାତୀମାନଙ୍କ ସଂଖ୍ୟା ସମାନୁପାତିକ ରହିଛି। ମାତ୍ର ଦିନକୁ ଦିନ ହାତୀ-ମଣିଷ ଲଢେ଼ଇ ଓ କ୍ଷୟକ୍ଷତି ବିଶେଷଜ୍ଞଙ୍କୁ ଅଧିକ ଚିନ୍ତିତ କରିଛି। ହାତୀ-ମଣିଷ ଲଢେ଼ଇ ଯୋଗୁଁ ପ୍ରତି ବର୍ଷ ଶତାଧିକ ଲୋକଙ୍କ ଜୀବନ ଯାଉଛି। ବର୍ତ୍ତମାନ ରାଜ୍ୟର ପ୍ରାୟ ସବୁ ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଉପଯୋଗୀ ସାମଗ୍ରୀର ଅଭାବ ରହିଥିବା ଜଣାପଡ଼ିଛି। ଯାହାଫଳରେ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଜନବସତୀ ମୁହାଁ ହେଉଛନ୍ତି ଓ ହାତୀ-ମଣିଷ ଲଢେ଼ଇ ବୃଦ୍ଧି ପାଉଛି। ସାଧାରଣତଃ ଗୋଟିଏ ହାତୀ ଦିନକୁ ୧ କୁଇଣ୍ଟାଲ୍‌ରୁ ଦେଢ଼ କୁଇଣ୍ଟାଲର ଖାଦ୍ୟ ଓ ୨୦୦-୨୫୦ ଲିଟର ପାଣି ଆବଶ୍ୟକ କରିଥାଏ। ମାତ୍ର ଜଙ୍ଗଲରେ ହାତୀମାନଙ୍କୁ ଏତେ ପରିମାଣରେ ଆଉ ଖାଦ୍ୟ ପଦାର୍ଥ ମିଳିପାରୁ ନ ଥିବାରୁ ସେମାନେ ଜଙ୍ଗଲରୁ ବାହାରି ଆସୁଛନ୍ତି ଓ କ୍ଷେତ କିମ୍ବା ଜନବସତି ମୁହାଁ ହେଉଛନ୍ତି। ଏହି ସମୟରେ ହାତୀ-ମଣିଷଙ୍କ ମଧ୍ୟରେ ଘମାଘୋଟ୍‌ ଲଢେ଼ଇ ହେଉଛି ଓ ଏଥିରେ ଲୋକଙ୍କ ଜୀବନ ଯାଉଛି। ହାତୀମାନେ ମୁଖ୍ୟତଃ ଶିଆଳି, ଡିମ୍ବିରି, କୁମ୍ଭୀ, ତାଳ, ଆମ୍ବ ଓ ପଣସ ଭଳି ଖାଦ୍ୟ ଖାଉଥିବା ବେଳେ ବାଉଁଶକୁ ପ୍ରମୁଖ ଖାଦ୍ୟ ଭାବେ ଖାଇଥାନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ବ୍ୟାପକ ବାଉଁଶ ମିଳୁଥିଲା। ହେଲେ ଏବେ ଜଙ୍ଗଲରେ ହାତୀଙ୍କୁ ଖାଇବା ପାଇଁ ଆବଶ୍ୟକୀୟ ପରିମାଣରେ ବାଉଁଶ ବି ମିଳୁ ନଥିବା ଅଭିଯୋଗ ହୋଇଛି। ଯାହାପାଇଁ ହାତୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟାଭାବ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ହାତୀଙ୍କ ଖାଦ୍ୟାଭାବ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଯେହେତୁ ଧାନ ଚାଷ ସମୟରେ ହାତୀମାନେ କ୍ଷେତ ମୁହାଁ ହେଉଛନ୍ତି, ତେଣୁ ଜଙ୍ଗଲ ମଧ୍ୟରେ ଥିବା ଖାଲି ସ୍ଥାନଗୁଡ଼ିକରେ ଧାନ ଚାଷ କରିବାକୁ ମୁଖ୍ୟମନ୍ତ୍ରୀ ଜଙ୍ଗଲ ବିଭାଗକୁ ପରାମର୍ଶ ଦେଇଛନ୍ତି। ଏହା କେତେ ଫଳପ୍ରଦ ହେବ ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ରାଜ୍ୟରେ ଯେତିକି ହାତୀ ରହିବା କଥା ସେହି ତୁଳନାରେ ହାତୀଙ୍କ ସଂଖ୍ୟା ଅଧିକ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୂର୍ବତନ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଯେତିକି ହାତୀ ରହିବା କଥା, ତାହାର ସଂଖ୍ୟା ଅଧିକ ରହିଛି। ଏହାସହିତ ହାତୀମାନଙ୍କର ଯେଉଁ କରିଡ଼ର ଥିଲା, ତାହା ପ୍ରଭାବିତ ହୋଇଥିବାରୁ ହାତୀମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ହାତୀଙ୍କ ଜନ୍ମହାର ରୋକିବା ଉପରେ ବିଶେଷଜ୍ଞ ପ୍ରାଧାନ୍ୟ ଦେଉଛନ୍ତି। ଏଥିପାଇଁ ଇଂଜେକ୍ସନ ସହିତ କିଛି କିଛି ସ୍ଥାନରେ କ୍ୟାମ୍ପ କରି ଯୁବ ହାତୀମାନଙ୍କୁ ରଖିଦେବା ଆବଶ୍ୟକ। ଏହା ବ୍ୟତୀତ କରିଡୋରର ପୁନରୁଦ୍ଧାର ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଶ୍ରୀ ନନ୍ଦ କହିଛନ୍ତି। ସୂଚନା ଥାଉ କି ୨୦୨୪ ହାତୀ ଗଣନା ଅନୁଯାୟୀ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନଖଣ୍ଡରେ ୨,୦୯୮ ହାତୀ ରହିଛନ୍ତି। ୨୦୧୭ରେ ଏହି ସଂଖ୍ୟା ୧,୯୩୮ ରହିଥିଲା। ନୂଆ ଗଣତିରେ ୧,୦୩୦ ମାଈ, ୪୭୪ ପୁରୁଷ ଏବଂ ୫୯୪ ଛୁଆ ହାତୀ ଚିହ୍ନଟ ହୋଇଛନ୍ତି। ଏନ୍‌ସିଏଫ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଥିଲା ଯେ ଓଡ଼ିଶାର ଜଙ୍ଗଲର ୧୭୦୦-୧୮୦୦ ହାତୀ ରହି ପାରିବେ।

ଆଜି ବିଶ୍ବ ହସ୍ତୀ ଦିବସ
ପୃଥିବୀ ସ୍ଥଳଭାଗରେ ଦେଖାଯାଉଥିବା ସର୍ବବୃହତ୍ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ହାତୀ। ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ବ ହସ୍ତୀ ଦିବସ ଭାବେ’ ପାଳନ କରାଯାଉଛି। ଏହିଦିନ ହାତୀଙ୍କ ସୁରକ୍ଷା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ୨୦୧୨ରୁ ଏହି ଦିବସ ପାଳନ ଆରମ୍ଭ ହୋଇଛି। ୱାର୍ଲ୍ଡ ୱାଇଡ୍ ଫଣ୍ଡ୍‌ ଫର୍ ନେଚର (ଡବ୍ଲୁଡବ୍ଲୁଏଫ୍‌)ଅନୁସାରେ ୪,୪୦,୦୦୦ ହାତୀ ଜୀବିତ ଅଛନ୍ତି ଏବଂ ଶିକାରୀମାନେ ପ୍ରତିବର୍ଷ ୧୫ ହଜାର ହାତୀଙ୍କ ଶିକାର କରିଥା’ନ୍ତି। ଏଭଳି ସ୍ଥିତିରେ ଯଦି ହାତୀଙ୍କ ସୁରକ୍ଷା କରା ନ ଯିବ, ତେେବ ଆଗାମୀ ଦିନରେ ସେମାନଙ୍କ ସଂଖ୍ୟା ବିଲୁପ୍ତ ହେବା ଆଶଙ୍କା ଯଥେଷ୍ଟ ବେଶି। ସେହିପରି ଏସୀୟ ହାତୀ ମଧ୍ୟ ସଙ୍କଟାପନ୍ନ ସ୍ଥିତିରେ ଅଛନ୍ତି। ପ୍ରାଚୀନ ଭାରତରେ ଏହାକୁ ସେନାରେ ବ୍ୟବହାର କରାଯାଉଥିଲା। ଏମାନଙ୍କୁ ଧାର୍ମିକ ଶୋଭାଯାତ୍ରାରେ ମଧ୍ୟ ସାମିଲ କରାଯାଏ। ଅନ୍ୟପକ୍ଷରେ ହାତୀବଂଶ ପ୍ରତି ବିପଦ ସାଜିଛି ଅବୈଧ ଶିକାର, ଜଙ୍ଗଲ ସମ୍ପଦ ନଷ୍ଟ ଏବଂ ହାତୀ ମଣିଷ ବିବାଦ। ଏହା ବାଦ୍ ବିଦ୍ୟୁତ୍‌ ଆଘାତ ତଥା ଟ୍ରେନ୍‌ ଦୁର୍ଘଟଣା ଯୋଗୁଁ ମଧ୍ୟ ଅନେକ ହାତୀ ପ୍ରାଣ ହରାଉଛନ୍ତି। ଏଣୁ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ସମସ୍ତଙ୍କୁ ଯତ୍ନବାନ ହେବା ଆବଶ୍ୟକ।

ହାତୀ ପାଇଁ ଦିନଟିଏ : ବିଶ୍ବ ହସ୍ତୀ ଦିବସ
ଆଜି ବିଶ୍ବ ହସ୍ତୀ ଦିବସ। ହାତୀମାନଙ୍କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ୨୦୧୨ରୁ  ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ବ ହସ୍ତୀ ଦିବସ’ ରୂପେ ପାଳନ କରାଯାଉଛି। ମଣିଷ ତା’ର ସ୍ବାର୍ଥ ପାଇଁ କଳକାରଖାନା ଗଢିବା ଉଦ୍ଦେଶ୍ୟରେ କିମ୍ବା ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ଜଙ୍ଗଲ ସଫା କରି ଚାଲିଛି। ଏହାର ଫଳ ସ୍ବରୂପ ଜଙ୍ଗଲରେ ରହୁଥିବା ହାତୀମାନେ ଏବେ ସହରମୁହାଁ । ଫଳରେ ଅନେକ ସମୟରେ ହାତୀ-ମଣିଷ ଲଢେଇ ଦେଖାଯାଉଛି। ଏକଦା ମଣିଷ ସମାଜର ଏକ ଉତ୍ତମ ବନ୍ଧୁ ରହି ଆସିଥିବା ହାତୀ ବର୍ତ୍ତମାନ ଶତ୍ରୁ ପ୍ରାୟ ପାଲଟିଯାଇଛି। କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ କ୍ଷତିଗ୍ରସ୍ତ ହେଉଛି ଗରିବ ଚାଷୀର ଭାତ ହାଣ୍ଡି। ଓଡ଼ିଆ ସଂସ୍କୃତି ପରମ୍ପରାରେ ହାତୀର ସ୍ଥାନ ସ୍ବତନ୍ତ୍ର।

ହାତୀକୁ ଓଡ଼ିଆରେ ‘‘ଗଜ’’ ଏବଂ ‘‘ଗଜରାଜ’’ ବୋଲି କୁହନ୍ତି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ  ହାତୀ ବା ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାର ପ୍ରମୁଖ ପର୍ବ ରଜରେ ଗାଁରୁ ସହର ସବୁଠି ଝିଅମାନେ ଦୋଳିରେ ଝୁଲି ଗୀତ ଗାଇଥାନ୍ତି ‘ବନସ୍ତେ ଡାକିଲା ଗଜ’ । ଆଜି କିନ୍ତୁ ଓଡ଼ିଶା ପ୍ରସିଦ୍ଧ ହାତୀ ଅପମୃତ୍ୟୁ ପାଇଁ । କେତେବେଳେ ଟ୍ରେନ ଚକ ତଳେ ତ କେତେବେଳେ ବିଦ୍ୟୁତ୍‌ ତାର ତଳେ ତ ଆଉ କେତେବେଳେ ହାତୀ ଦାନ୍ତ ପାଇଁ ଚାଲିଯାଉଛି ଏମାନଙ୍କ ଜୀବନ ଅକାଳରେ । ଜଙ୍ଗଲ କ୍ଷୟ, ବେଆଇନ ବ୍ଲାଷ୍ଟିଂ, ଶିକାରୀଙ୍କ ପ୍ରାଦ୍ୟୁଭାବ, ଆଉ ହାତୀ ମଣିଷର ବିବାଦ ଏହାର ମୁଖ୍ୟ କାରଣ ।

ତେବେ ଆଗକୁ ହାତୀ ବଂଶ କିପରି ବୃଦ୍ଧି ପାଇବ , ସେଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଅନେକ ପ୍ରାଣୀ ଗବେଷକ ମତ ଦିଅନ୍ତି। ବିଶ୍ବ  ହସ୍ତୀ ଦିବସ ଅବସରରେ ଓଡ଼ିଶାର ପୂର୍ବ ହୃତଗୌରବ ଏହି ହସ୍ତୀଙ୍କ ପରିଚୟ ଫେରାଇ ଆଣିବା ସମସ୍ତଙ୍କର ଲକ୍ଷ୍ୟହେବା ଉଚିତ୍‌ । ଭୁବନେଶ୍ବରସ୍ଥିତ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପ୍ରତିବର୍ଷ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଏ। ନନ୍ଦନକାନନରେ ଥିବା ହାତୀମାନଙ୍କୁ ଗାଧୋଇପାଧୋଇ ବିଭିନ୍ନ ସୁସ୍ବାଦୁ ଫଳ ଖାଇବାକୁ ଦିଆଯାଏ। ବିଶ୍ବ ହସ୍ତୀ ଦିବସ   ଅବସରରେ ନନ୍ଦନକାନନ ପରିସରରେ ହାତୀ ସୁରକ୍ଷା ବାର୍ତ୍ତାକୁ ନେଇ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଏ।