insomnia - The Sakala

ଅନିଦ୍ରା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ ଉପଚାର
ଅନିଦ୍ରାକୁ ଡାକ୍ତରୀ ଭାଷାରେ ଇନ୍‌ସୋମନିଆ କୁହାଯାଏ। ଲକ୍ଷଣ ଓ ନିଦର ସମୟ ଅନୁଯାୟୀ ଅନିଦ୍ରା ବିଭିନ୍ନ ପ୍ରକାର ହୋଇଥାଏ। ମୁଖ୍ୟତଃ କୌଣସି କାରଣ ପାଇଁ ଅତ୍ୟଧିକ ଚାପଗ୍ରସ୍ତ ହେଲେ ବା ଚିନ୍ତା କରିବା ଦ୍ବାରା ଅନିଦ୍ରା ସମସ୍ୟା ଦେଖାଯାଏ। ଏହା ବ୍ୟତୀତ ସନ୍ଧ୍ୟା ସମୟରେ ଅଧିକ ଭୋଜନ, ଅନିୟମିତ ସମୟରେ ଶୋଇବା, ମାନସିକ ବିକାର, ଅତ୍ୟଧିକ ଔଷଧର ସେବନ ଓ ଅତ୍ୟଧିକ ଚାହା କିମ୍ବା କଫି ପିଇବାର ଅଭ୍ୟାସ ଥିଲେ ଅନିଦ୍ରା ସମସ୍ୟା ସୃଷ୍ଟି ହୁଏ। ଖୁବ୍ ଶୀଘ୍ର ଏହାର ଉପଚାର କରାଇନେବା ଜରୁରୀ। ଅନ୍ୟଥା ଅନିଦ୍ରା ଯୋଗୁଁ ଆହୁରି ଅନେକ ପ୍ରକାରର ରୋଗ ମାଡ଼ିବସେ। ତେବେ ଅନିଦ୍ରା ଦୂର କରିବାର କିଛି ଉପାୟ ହେଉଛି –

ଏଲୋପାଥି

ପ୍ରଥମ ପର୍ଯ୍ୟାୟରେ ହିଁ ଅନିଦ୍ରାର ଉପଚାର କରାଇନେବା ଉଚିତ। ନଚେତ୍ ଏହା କ୍ରୋନିକ୍ ଡିଜିଜ୍‌ରେ ପରିଣତ ହୋଇଥାଏ। ଡାକ୍ତରଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇନେବା ଉଚିତ। ଡାକ୍ତରୀ ରିପୋର୍ଟ ଆସିବା ପରେ ଔଷଧ ସେବନ କରିବା ଆବଶ୍ୟକ। ଅନିଦ୍ରା ପାଇଁ ଏଲୋପାଥିରେ ଆଲ୍‌ପ୍ରାଜୋଲାମ୍‌, ଡାଇଜେପାମ୍, ଜୋଲ୍‌ପିଡେମ୍‌, ପ୍ରୋମେଥାଜାଇନ୍, ଇଷ୍ଟାଜୋଲମ୍ ଓ ଡାଇଫେନ୍‌ହାଇଡ୍ରାମାଇନ୍ ଭଳି ଔଷଧ ରହିଛି। କିନ୍ତୁ ଏସବୁ ଔଷଧ ଡାକ୍ତରଙ୍କ ବିନା ପରାମର୍ଶରେ ଖାଇବା ଉଚିତ ନୁହେଁ। କାରଣ ଏସବୁ ଔଷଧ ରୋଗୀର ଲକ୍ଷଣ ଅନୁଯାୟୀ ଦିଆଯାଏ। ଔଷଧ ବ୍ୟତୀତ ସକାଳେ ଓ ସନ୍ଧ୍ୟାରେ ପ୍ରାୟ ୧ ଘଣ୍ଟା ଚାଲିବା କିମ୍ବା କିଛି ବ୍ୟାୟାମ କରିବା ଉଚିତ। କାରଣ ଶାରୀରିକ ପରିଶ୍ରମ ଯୋଗୁଁ ସ୍ବାସ୍ଥ୍ୟ ଠିକ୍ ରହେ ଏବଂ ନିଦ ଭଲ ହୋଇଥାଏ।

ହୋମିଓପାଥି

ଅନିଦ୍ରା ଦୂର କରିବା ପାଇଁ ନାକ୍ସଭୋମିକା, ଆର୍ସେନିକ୍ ଆଲବମ୍, ଷ୍ଟାଫି ସାଗ୍ରିଆ, କୋଫିଆ କ୍ରୁଡ଼ା, ପାସି ଫ୍ଲୋରା, କାଲିଫୋସ୍, ଅକୋନାଇଟ୍ ଓ ସାଲିସିଆ ଭଳି ଆହୁରି ଅନେକ ପ୍ରକାର ଔଷଧ ରହିଛି। କିନ୍ତୁ ପ୍ରତ୍ୟେକ ଔଷଧ ରୋଗୀର ଲକ୍ଷଣ ଦେଖି ଦିଆଯାଏ। କାରଣ ଅନିଦ୍ରାର ମଧ୍ୟ ଭିନ୍ନ ଭିନ୍ନ ଓ ବିଶେଷ ଲକ୍ଷଣ ରହିଛି। ତେଣୁ ଦକ୍ଷ ହୋମିଓପାଥି ଡାକ୍ତରଙ୍କ ସହ ସାକ୍ଷାତ କରି ପରାମର୍ଶ ନେବା ପରେ ହିଁ କୌଣସି ହୋମିଓପାଥି ଔଷଧ ଗ୍ରହଣ କରନ୍ତୁ। ଅନେକ ପ୍ରକାର ଔଷଧ ରହିଛି।

ଯୋଗ ଓ ପ୍ରାଣାୟାମ

ସୁସ୍ଥ ମନ ଓ ନିରୋଗ ସ୍ବାସ୍ଥ୍ୟ ପାଇଁ ଯୋଗ ଓ ପ୍ରାଣାୟାମର ଉପଯୋଗୀତା ସବୁଠାରୁ ଶ୍ରେୟସ୍କର। ଯୋଗରେ ୭ଟି ପ୍ରାଣାୟାମ ରହିଛି। ସେସବୁ ମଧ୍ୟରୁ ଅନିଦ୍ରା ରୋଗ ଭୋଗୁଥÒବା ବ୍ୟକ୍ତି ମାତ୍ର ଦୁଇଟି ପ୍ରାଣାୟାମ କରିବା ଉଚିତ। ଯଥା, ଅନୁଲୋମ-ବିଲୋମ ଓ ଭ୍ରମରି। ଏହାଦ୍ବାରା ସେମାନେ ବିଶେଷ ସୁଫଳ ଲାଭ କରିଥାନ୍ତି। ଭୋରୁ ଉଠିବା ପରେ ଏହି ପ୍ରାଣାୟାମ କରିବା ଦ୍ବାରା ଅଧÒକ ଲାଭ ମିଳିଥାଏ। ଏହା ବ୍ୟତୀତ ଯୋଗର ଅନ୍ୟ ଅଙ୍ଗ ହେଉଛି ଆସନ। ତେବେ ଅନିଦ୍ରା ଦୂର କରିବା ପାଇଁ ଶବାସନ ସବୁଠାରୁ ଫଳପ୍ରଦ। ପ୍ରାଣାୟାମ ଓ ଶବାସନ ଦ୍ବାରା ମାନସିକ ଶାନ୍ତି ମିଳିଥାଏ, ମସ୍ତିଷ୍କ ଶାନ୍ତ ହେବା ଦ୍ବାରା ଅନିଦ୍ରା ଦୂର ହୁଏ। ଅନିଦ୍ରା ଜନିତ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବା କ୍ଷେତ୍ରରେ ମଧ୍ୟ ଏହା ସହାୟକ।

ପ୍ରସବ ପରେ ନିଦ ନହେଲେ ସୃଷ୍ଟି ହେବ ଏହି ସମସ୍ୟା
ଯେଉଁମାନେ ପ୍ରଥମ ମାତୃତ୍ବ ଲାଭ କରନ୍ତି ସେମାନଙ୍କ ନିକଟରେ ସାଧାରଣତଃ ନିଦ୍ରାହୀନତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ବାରା ଅନେକ ରୋଗ ମାଡ଼ି ବସିଥାଏ। ନିକଟରେ ଏହାକୁ ନେଇ ୟୁନିଭର୍ସସିଟି ଅଫ୍‌ କାଲିଫର୍ଣ୍ଣିଆ ଲସ୍‌ ଏଞ୍ଜେଲସ୍‌ (ୟୁସିଏଲ୍‌ଏ)ର ବୈଜ୍ଞାନିକମାନେ ଏ ସମ୍ପର୍କିତ ଗବେଷଣା କରିଛନ୍ତି। ଗବେଷଣା ଅନୁଯାୟୀ ପ୍ରସବ ପରେ ଯେଉଁମାନେ କମ୍‌ ଶୋଇଥାନ୍ତି ସେମାନଙ୍କୁ ଖୁବ୍‌ଶୀଘ୍ର ବୃଦ୍ଧାବସ୍ଥା ଗ୍ରାସ କରେ। ଏ ସମ୍ବନ୍ଧରେ ସ୍ଲିପ୍‌ ହେଲ୍‌ଥ ଜର୍ନାଲରେ ପ୍ରକାଶିତ ହୋଇଛି। ୨୩ରୁ ୪୫ ବର୍ଷର ୩୩ ମା’ଙ୍କ ଠାରେ ଏହି ଅଧ୍ୟୟନ କରାଯାଇଥିଲା। ଗର୍ଭାବସ୍ଥା ଏବଂ ସନ୍ତାନ ପ୍ରସବ ହେବାର ଏକ ବର୍ଷ ପରେ ମହିଳାଙ୍କ ରକ୍ତ ନମୁନା ଡିଏନ୍‌ଏର ବିଶ୍ଳେଷଣ କରାଯାଇ ଏଥିରୁ ବାସ୍ତବିକ ବୟସ ଏବଂ ଜୈବିକ ବୟସରେ ଫରକ ଦେଖୀବାକୁ ମିଳିଥିଲା।

ଏଥିରୁ ସ୍ପଷ୍ଟ ଜଣାପଡ଼ିଥିଲା ଯେ, ଯେଉଁ ମହିଳାମାନେ ପ୍ରସବର ଏକ ବର୍ଷ ମଧ୍ୟରେ ପାଖାପାଖୀ ଛଅରୁ ସାତମାସ ୭ରୁ ୮ଘଣ୍ଟାରୁ କମ୍‌ ଶୋଇଛନ୍ତି ଏବଂ ଯେଉଁମାନେ ଏହି ସମୟ ତୁଳନାରେ ଅଧିକ ଶୋଇଛନ୍ତି ସେମାନଙ୍କ ମଧ୍ୟରୁ କମ୍‌ ଶୋଇଥିବା ମହିଳାଙ୍କ ବୟସ ତିନିରୁ ୭ବର୍ଷ ଅଧÒକ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ କମ୍‌ ସମୟ ଶୋଇଥିବା ମହିଳାଙ୍କ ଶ୍ବେତ ରକ୍ତକଣିକା ଅର୍ଥାତ୍‌ ଡବ୍ଲ୍ୟୁବିସିରେ ଟେଲୋମିୟର ଆକାର ମଧ୍ୟ କ୍ଷୁଦ୍ର ରହିଛି। ଗୁରୁତ୍ବପୂର୍ଣ୍ଣ କଥା ଯେ, ଟେେଲାମିୟର ଛୋଟ ହେବା ଯୋଗୁଁ ବ୍ୟକ୍ତିଙ୍କୁ ସହଜରେ କର୍କଟ, ହୃଦ୍‌ରୋଗ ପରି ରୋଗ ସୃଷ୍ଟି ହୋଇଥାଏ। ଏପରିକି ଏହି ଗବେଷଣାର ମୁଖ୍ୟ ଲେଖÒକା ଜୁଡିଓ କେରୋଲ ଏବଂ ୟୁସିଏଲ୍‌ଏର ମନୋବୈଜ୍ଞାନିକ ପ୍ରଫେସର ଜର୍ଜ ଏଫ୍‌ ସୋଲେମୋନ୍‌ କୁହନ୍ତି ଯେ, ପ୍ରସବ ପରେ ମା’ମାନଙ୍କ କମ୍‌ ଶୋଇବା ପ୍ରଭାବ ଦୀର୍ଘ ସମୟ ଯାଏଁ ରହିଥାଏ। ଏନେଇ ଏହି ଗବେଷଣାରେ ସାମିଲ ଥିବା ବୈଜ୍ଞାନିକ ମତ ଦିଅନ୍ତି ଯେ, ସୁସ୍ଥ ଜୀବନଯାପନ ପାଇଁ ଖାଦ୍ୟପେୟ ଓ ଶାରୀରିକ ପରିଶ୍ରମ ଯେଭଳି ଆବଶ୍ୟକ; ସେହିପରି ନିଦ ମଧ୍ୟ ଆବଶ୍ୟକ।  ତେଣୁ ଦିନରେ  ଯେତେେବେଳ ପିଲା ଶୋଇଯାଉଛନ୍ତି ସେହି ସମୟରେ ମା’ ଶୋଇବା ଜରୁରୀ।