balipatna - The Sakala

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ; କହିଲେ, 'ସ୍ଥାନୀୟ ଲୋକେ ଆସିଲେ ବୋଲି ଆଜି ବଞ୍ଚିଛି'
ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା । ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଛନ୍ତି ଅସଦାଚରଣର ଅଭିଯୋଗ କରିଥିବା ଯୁବତୀ। ସେ କହିଛନ୍ତି କି, ମୋତେ ଓ ମୋ ସାଙ୍ଗକୁ ଅସଦାଚରଣ କରିଥିଲେ ୨ ଯୁବକ । ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି। ତା'ପରେ ଆମ ଗାଡିକୁ ପଛରୁ ଆସି ଧକ୍କା ଦେଲେ, ଆମେ ପଡିଗଲୁ। ରାସ୍ତା ଉପରେ ପଡିଥିବା ବେଳେ ଆମକୁ ମାଡ଼ ମାରିଲେ। ବେକକୁ ଚିପି ଦେବା ସହ ଡ୍ରେସ୍ ଚିରି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଯୋଗୁଁ ଆମେ ବଞ୍ଚିଗଲୁ। ଏହି ଘଟଣାରେ ସ୍ଥାନୀୟ ଲୋକଙ୍କୁ ଗିରଫ କରିବା ଭୁଲ୍ ବୋଲି କହିଛନ୍ତି ଯୁବତୀ ଜଣକ ।

ସୂଚନାଯୋଗ୍ୟ, ଗୁରୁବାର ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଅମାନୁଷିକ ଭାବେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କ ହାତ ଗୋଡ଼କୁ ବାନ୍ଧି ପିଟି ପିଟି ହତ୍ୟା କରିଥିଲେ ଉତ୍ୟକ୍ତ ସ୍ଥାନୀୟ ଲୋକେ । ଅନ୍ୟ ଜଣେ ମଧ୍ୟ ଏହି ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିବା ସମୟରେ ହିଁ ଏତେବଡ ଅଘଟଣ ଘଟିଥିଲା । ମୃତ ଯୁବକ ହେଲେ ଓଲଟପୁର ଥାନା ମୌଜପୁରର ସୌମ୍ୟରଞ୍ଜନ ସ୍ପାଇଁ। ସେ ଜିଆର୍‌ପିରେ କନ୍‌ଷ୍ଟେବଲ ଭାବେ କାମ କରନ୍ତି। ଏହି ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି।

ଗରମ ପେଜ ପଡି ୫ ବର୍ଷର ଶିଶୁ ଗୁରୁତର, ସଂକଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ବାଲିପାଟଣା: ତତଲା ପେଜ ଉପରେ ଢାଳି ହୋଇ ଯିବାରୁ ଜଣେ ୫ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଏହି ଗ୍ରାମର ମଣ୍ଟୁ ଭୋଇଙ୍କ ୫ ବର୍ଷର ପୁଅ ଆଜି ସକାଳୁ ଘରେ ଖେଳୁଥିଲେ । ମାଆ ଭାତ ରାନ୍ଧି ପେଜ ଗାଳି ଢାଳିବାକୁ ନେଉଥିବା ବେଳେ ଅଜାଣତରେ ଶିଶୁ ଜଣଙ୍କ ଦୌଡ଼ି ପେଜ କରେଇରେ ମାଡ଼ ହୋଇ ତଳେ ପଡ଼ି ଯାଇଥିଲେ । ମହିଳାଙ୍କ ହାତରୁ ଗରମ ପେଜ କରେଇ ଖସି ଶିଶୁ ଉପରେ ଢାଳି ହୋଇଯାଇଥିଲା । ତୁରନ୍ତ ଶିଶୁକୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର ହୋଇଛି ଶିଶୁଟି । ପେଜ ଢାଳି ଶିଶୁର ପିଠି, କାନ୍ଧ, ପେଟ, ହାତ ସହ ଶରୀରର ବିଭିନ୍ନ ସ୍ଥାନ ସିଝି ଯାଇଛି । ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସୂଚନା ଅନୁସାରେ ପିଲାଟି ଶରୀରର ୪୦ ଶତକଡା ପୋଡି ଯାଇଛି ବୋଲି ଜଣାପଡିଛି ।

ପାରିବାରିକ ଅଶାନ୍ତି ନେଲା ଯୁବକଙ୍କ ଜୀବନ, ଘରେ କେହି ନ ଥିବା ବେଳେ ଝୁଲି ପଡିଲେ ଚିକୁନ୍
ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ବିଶ୍ୱଜିତ ଦାସ ଓରଫ ଚିକୁ ( ୩୦ ) ଘର ଭିତରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ବାପା ଓ ମାଆ ତୀର୍ଥ ରେ ଯାଇଥିଲେ । ଚିକୁନଙ୍କ ପତ୍ନୀ ବାପଘରକୁ ଚାଲି ଯାଇଥିଲେ । ଘରେ କେହି ନ ଥିବା ବେଳେ ଯୁବକ ନିଜ ଶୋଇବା ଘର ଫ୍ୟାନରେ ମହିଳାଙ୍କ ଶାଢ଼ୀକୁ ବେକରେ ଗୁଡ଼ାଇ ଝୁଲି ପଡିଥିଲେ । ଆଜି ସକାଳୁ ପଡୋଶୀ ଚିକୁନଙ୍କୁ କବାଟ ବାଡେଇ ଉଠେଇବା ବେଳେ ଘର ଭିତରୁ ଶବ୍ଦ ଶୁଣା ଯାଇ ନ ଥିଲା । କବାଟ ଭାଙ୍ଗିବା ପରେ ସେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଖବର ପାଇ ପରିବାର ଲୋକେ ଗାଁରେ ପହଁଞ୍ଚବା ପରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି ।

ଚିକୁ ୨୦୨୩ରେ ବିବାହ କରିଥିଲେ । ତାଙ୍କର ଗୋଟିଏ ଦେଢ଼ ବର୍ଷର ପୁଅ ଅଛି । ଚିକୁନ ବାପା, ମାଆଙ୍କ ଏମାତ୍ର ପୁଅ ଥିଲେ । ପୁଅର ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି । ଚିକୁନ ଭୁବନେଶ୍ୱର ସ୍ଥିତ କୃଷି ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିଲେ । ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ପାରିବାରିକ ଅଶାନ୍ତି ଯୁବକଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି ।

ବନ୍ଦ ଘରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର କାଜ ନିକଟରେ ଥିବା ମଇଁଷି ଫାର୍ମରୁ ମିଳିଛି ମୃତଦେହ । ୨ ମୃତକ ମଇଁଷି ଫାର୍ମର କର୍ମଚାରୀ ବୋଲି ଜଣାପଡ଼ିଛି । ମୃତକ ହେଉଛନ୍ତି ସୁଶାନ୍ତ ଦାସ ଓ ଜଗବଂଧୁୁ ବେହେରା । ଖବର ପାଇ ଘଟଣା ସ୍ଥଳରେ ବାଲିପାଟଣା ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ ହୋଇଛି ।

ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ଉଭୟଙ୍କର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ବାତବରଣ ଖେଳିଯାଇଛି ।

ଗାଧୋଇବାବେଳେ କୁଆଖାଇରେ ବୁଡ଼ିଗଲେ ୪ ସାଙ୍ଗ; ୨ ମୃତ, ଆଉ ୨ଜଣ ଏବେ ବି ନିଖୋଜ
ବାଲିପାଟଣା: ଗାଧୋଇବା ହେଲା କାଳ । କୁଆଖାଇ ନଦୀରେ ବୁଡ଼ିଗଲେ ୪ ସାଙ୍ଗ । ନଦୀରେ ବୁଡ଼ି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବଳହାର ନିକଟ କୁଆଖାଇ ନଦୀରେ ଘଟିଛି ଏହି ଅଘଟଣ । ଭୁବନେଶ୍ୱରରୁ ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଥିଲେ । ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି।

ମୃତ୍ୟୁବରଣ କରିଥିବା ଦୁଇ ଜଣ ହେଲେ କଟକର ଆର୍ଯ୍ୟନ ଏବଂ ଜାମସେଦପୁରର ଅଭିନାଶ। ନିଖୋଜ ୨ ଜଣ ହେଲେ ବାଲେଶ୍ୱରର ରୋହିତ ଏବଂ ଅନ୍ୟ ଜଣେ କଟକର ପ୍ରତୀକ । ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।

ବଡ଼ ଭାଇ ପେଟରେ ବୋତଲ ଭାଙ୍ଗି ପୂରାଇ ଦେଲା ସାନ ଭାଇ, ଡାକ୍ତରଖାନାରେ ମୃତ
ବାଲିପାଟଣା: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବଡ଼ ଭାଇ ପେଟରେ ବୋତଲ ଭାଙ୍ଗି ପୂରାଇ ଦେଲା ସାନ ଭାଇ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ଉପକଣ୍ଠ ବାଲିପାଟଣା ମୁକୁନ୍ଦଦାଶପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବାଲିପାଟଣା ଥାନା ମୁକୁନ୍ଦଦାଶପୁର ଗ୍ରାମର ଜଗୁ ଭୋଇ । ଆକ୍ରମଣକାରୀ ସାନ ଭାଇ ରାଜା ଭୋଇକୁ ପୁଲିସ ଘରୁ ଉଠାଇ ନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଜଗୁ ମଦ ପିଇ ଘରେ ହଙ୍ଗାମା କରିଥିଲା। ଏହାକୁ ନେଇ ସାନ ଭାଇ ରାଜା ସହ ତାଙ୍କର ବଚସା ପରେ ମାରପିଟ୍ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ଜଗୁ ପେଟରେ ଏକ ମଦ ବୋତଲ ଭାଙ୍ଗି ପୂରାଇ ଦେଇଥିଲେ ରାଜା। ଆକ୍ରମଣରେ ଜଗୁ ପେଟର ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଏବଂ ପରେ କଟକ ଏସ୍‌ସିବିକୁ ସ୍ଥାନାନର କରାଯାଇଥିଲା। ଆଜି ସକାଳୁ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଖବର ପାଇବା ପରେ ବାଲିପାଟଣା ପୋଲିସ ସାନଭାଇ ରାଜାକୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖିଛି ।

ଇଣ୍ଡିଆ ବୁକ୍‍ ଅଫ୍‌ ରେକର୍ଡରେ ଓଡ଼ିଶାର ୩ ବର୍ଷୀୟ ବିସ୍ମୟ ବାଳକ ଦିବ୍ୟାଂଶୁ
ବାଲିପାଟଣା: ବିଚକ୍ଷଣ ସ୍ମରଣ ଶକ୍ତିର ଅଧିକାରୀ ଦିବ୍ୟାଂଶୁ। ମାତ୍ର ୩ ବର୍ଷ ବୟସରଙ୍କ ଅସାଧାରଣ ପ୍ରତିଭା ଆଣିଦେଇଛି ସଫଳତା। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ଦିବ୍ୟାଂଶୁ। ଦିବ୍ୟାଂଶୁ ହେଉଛନ୍ତି ବାଲିପାଟଣା ବ୍ଲକ ବନମାଳିପୁର ଦିୱାନ୍‍ପାଟଣା ମଠସାହି ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଏବଂ ଅନ୍ନପୂର୍ଣ୍ଣା ସାହୁଙ୍କ ପୁତ୍ର। ବାପା ଜଣେ ବ୍ୟବସାୟୀ ଏବଂ ମାମା ଗୃହିଣୀ। ବହିରୁ ଛବି ଦେଖି ବିଭିନ୍ନ ପ୍ରକାର ପଶୁପକ୍ଷୀ ଓ ପନିପରିବାର ଇଂରାଜୀରେ ନାମ କହି ପାରୁଛନ୍ତି ଦିବ୍ୟାଂଶୁ। ୨୮ ରାଜ୍ୟର ନାମ କହିବା ସହ ସେମାନଙ୍କର ରାଜଧାନୀର ନାମ ନିର୍ଭୁଲ ଭାବେ କହୁଛନ୍ତି। ଇନ୍ଦ୍ରଧନୁର ସାତ ରଙ୍ଗ, ରାଇମ୍ସ, ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗର ନାମ, ଜାତୀୟ ଚିହ୍ନ ଚିହ୍ନିବା ସହ ଇଂରାଜୀରେ କହିବା ସହ ପଣିକିଆ ମଧ୍ୟ ବୋଲି ପାରୁଛନ୍ତି ଏହି କୁନି ବିସ୍ମୟ ବାଳକ।

ପରିବାର ଲୋକଙ୍କ କହିବାନୁଯାୟୀ ଦିବ୍ୟାଂଶୁଙ୍କୁ ଯେତେବେଳେ ୨ ବର୍ଷ ସେବେଠାରୁ ତାଙ୍କର ଏହି ପ୍ରତିଭାକୁ ଚିହ୍ନିପାରିଥିଲେ ମାମା ଅନ୍ନପୂର୍ଣ୍ଣା। ଦିବ୍ୟାଂଶୁଙ୍କ ବଡ଼ଭାଇ ପାଠ ପଢ଼଼ିବା ବେଳେ ଦିବ୍ୟାଂଶୁ ସେହି ପାଠ ସବୁକୁ ମନେ ରଖିପାରୁଥିଲେ। ମା’ ଠାକୁରଙ୍କ ପାଖରେ ପ୍ରାର୍ଥନା ଏବଂ ଶ୍ଳୋକ ବୋଲିବା ବେଳେ ଦିବ୍ୟାଂଶୁ ତାହାକୁ ଶୁଣି ମନେରଖି ପରବର୍ତ୍ତୀ ସମୟରେ ଉଚ୍ଚାରଣ କରୁଥିଲେ। ୧ ବର୍ଷରେ ଯେତେବେଳେ ଦିବ୍ୟାଂଶୁ କଥା କହିବା ଆରମ୍ଭ କରିଥିଲେ ସେବେଠାରୁ ତାଙ୍କର ପ୍ରତିଭା ସମ୍ପର୍କରେ ଜଣା ପଡୁଥିଲା। ଦିବ୍ୟାଂଶୁ ସର୍ବଦା ମୋବାଇଲ୍‍ ଦେଖିବା ଠାରୁ ଦୂରେଇ ରହୁଥିଲେ। ତାଙ୍କର ଏହି ସବୁ ପ୍ରତିଭା ଜାଣିବା ପରେ ତାଙ୍କ ମାମା ଅନ୍ନପୂର୍ଣ୍ଣା ଦିବ୍ୟାଂଶୁଙ୍କୁ ବିଭିନ୍ନ ପ୍ରକାର ଛବି ଦେଖାଇ ଇଂରାଜୀରେ ନାମ ଶିଖାଇଥିଲେ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼
ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ବାଲିପାଟଣା ଥାନା ସରିପୁର ଛକ ନିକଟରେ ରାସ୍ତାରେ ସାଂସଦଙ୍କ ଗାଡିକୁ ଅଣ୍ଡା ମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି ।

ସୂଚନା ଅନୁସାରେ, ବନମାଳିପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଯାଉଥିବା ବେଳେ ବାଲିପାଟଣା ସରିପୁର ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଛାତ୍ର କଂଗ୍ରେସ କର୍ମୀ ହଠାତ ଅଣ୍ଡାମାଡ଼ କରିଥିଲେ । ଏହାସହ କଳାପତାକା ପ୍ରଦର୍ଶନ କରି ବିଜେପି ବିରୋଧୀ ସ୍ଲୋଗାନ ଦେଇଥିଲେ ।

ଗୋଟିଏ କ୍ଲିକ୍ ରେ ଯୁବତୀଙ୍କ ଆକାଉଣ୍ଟଟରୁ ସାଇବର ଠକ ଲୁଟିନେଲା ୧୨ ହଜାର ୭ ଶହ ଟଙ୍କା
ବାଲିପାଟଣା: ମୋବାଇଲ୍‌ ରେ ଗୋଟିଏ କ୍ଲିକ୍ ରେ କଟିଗଲା ୧୨ ହଜାର ୭ ଶହ ଟଙ୍କା । ଏହିପରି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ଯୁବତୀ ପ୍ରିତି ପରିମିତା ସାହୁ । ପ୍ରିତିଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଏକ ଫେକ କଲ କରି ପ୍ରିତି ରିୱାର୍ଡ଼ ଜିତିଥିବା ସହ ଏହି ଫୋନ୍ କଲ୍ ଟି ଫୋନ୍ ପେ କଷ୍ଟମର କେୟାରରୁ କରା ଯାଇଥିବା ବ୍ୟକ୍ତି ଜଣକ କହିଥିଲେ । ପ୍ରିତି ସେହି ଲିଙ୍କ ରେ କ୍ଲିଲି କରିବା ମାତ୍ରେ ହିଁ ଆକାଉଣ୍ଟଟରୁ ୧୨ ହଜାର ୭ ଶହ ଟଙ୍କା କଟିଯାଇଥିଲା । ଏ ନେଇ ପ୍ରିତି ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟିଉସନ୍ କରି ସଂଚୟ କରିଥିବା ଟଙ୍କା ନିମିଷକରେ ଚାଲି ଯାଇଥିଲା । ସାଇବର ଲୁଟେରାମାନେ ଏହିିଭଳ ଲୁଟ୍ କରୁୁଥିବା ବେଳେ ପୋଲିସ୍ ଲୋକ ମାନଙ୍କୁ ସଚେତନ କରୁଛି ।

ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼
ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼। ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ମାଡ ମାରିଛନ୍ତି ଦୁଇଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ମାଡରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ଆହାତ ହୋଇଛନ୍ତି। ମାଡ ମାରିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ସମୟରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ମେଡିକାଲରେ ରୋଗୀ ଚିକିତ୍ସା କରୁଥିଲେ। ଏହି ସମୟରେ ଅଠାନ୍ତର ଗ୍ରାମର ଚିତରଞ୍ଜ ବେହେରାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ମେଡିକାଲ ଆସିଥିଲେ। ଡାକ୍ତର ରତିରଞ୍ଜନ ଏକ ଇଂଜେକ୍‌ସନ୍ ଦେବାପାଇଁ ପ୍ରେସକ୍ରାଇବ୍ କରିଥିଲେ। କାର୍ଯ୍ୟରତ ନର୍ସ ସିଲା ସାହୁ ଇଂଜେକ୍ସନ୍ ଦେବାକୁ ଆସିବା ଭିତରେ କାହିଁକି ବିଳମ୍ବ ହେଉଛି ବୋଲି ଚିତରଞ୍ଜ ଏବଂ ତାଙ୍କର ଜଣେ ସହଯୋଗୀ ପାଟିତୁଣ୍ଡ କରିଥିଲେ। ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବା ବେଳେ ସେମାନେ ଡାକ୍ତର ରତିରଂଜନ, ନର୍ସ ସିଲା ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିଲେ। ଦୁର୍ବୃତ୍ତଙ୍କ ମାଡରେ ତିନିଜଣ ଆହାତ ହୋଇଛନ୍ତି। ମାଡ ମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁଇ ଦୁର୍ବୃତ୍ତ। ସେପଟେ ଘଟଣା ସ୍ଥଳପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।

ନାବାଳିକାକୁ ଅକଥନୀୟ ନିର୍ଯାତନା ଦେଇ ସାବତ ମାଆ ଓ ବାପା ଗିରଫ
ବାଲିପାଟଣା : ବାରହଳ ଗ୍ରାମରେ ନାବାଳିକାକୁ ବାପା ଅକଥନୀୟ ନିର୍ଯାତନା ଦେବା ନେଇ ବାଲିପାଟଣା ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ। ଏ ନେଇ କେସ ନମ୍ବର -୧୬୮ରେ ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି। ଏହା କିଛି ସମାଜସେବୀଙ୍କ ଦୃଷ୍ଟିକୁ ଆସିବା ପରେ ଗତକାଲି ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାଇଲ୍ଡଲାଇନ୍ ପକ୍ଷରୁ ଡାକ୍ତରଖାନାରେ ସମସ୍ତ ଆବଶ୍ୟକୀୟ ଯତ୍ନ, ଔଷଧ ଏବଂ ଖାଦ୍ୟ ଯୋଗାଇ ଦେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଜି ଅଭିଯୁକ୍ତ ବାପା ସହ ସାବତ ମାଆଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ବାରହଳ ଗ୍ରାମର ବେଲାଲ୍‍ ଖାନ୍‍ ପିପିଲିର ରିଜୁଆନ୍‍ ପୱିନ୍‍କୁ ୨୦୧୩ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଶାଶୁଘର ଲୋକଙ୍କ ନିର୍ଯାତନାରେ ବିବାହର ଦେଢବର୍ଷ ପରେ ରିଜୁଆନ୍‍ ବାପ ଘରକୁ ଚାଲିଯାଇଥିଲେ। ପରେ ୨୦୨୦ ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ପରବର୍ତ୍ତୀ ସମୟରେ ବେଲାଲ ଆଉଏକ ବିବାହ କରିଥିଲେ। କିନ୍ତୁ ତାଙ୍କର ପ୍ରଥମ ପତ୍ନୀର ନାବାଳିକା ଝିଅ ତାଙ୍କ ପାଖରେ ରହିଯାଇଥିଲା। ନିଜର ପ୍ରଥମ ପତ୍ନୀର ଝିଅକୁ ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ ବେଲାଲ। ନାବାଳିକାକୁ ତତଲା ଲୁହା ରଡ୍‍ରେ ଚେଙ୍କ ଦେବା, ଗରମ ପେଜରେ ହାତ ବୁଡ଼ାଇବା, ଘରେ ବାନ୍ଧି ପକାଇବା, ମାଡ଼ ମାରିବା ଭଳି ଲୋମଟାଙ୍କୁରା ଅତ୍ୟାଚାର କରିଆସୁଥିଲେ ସାବତ ମାଆ, ବାପା ଏବଂ ତାର ପରିବାର ଲୋକ। ଖାଇବାକୁ ପିଇବାକୁ ନ ଦେବାରୁ ସାତ ବର୍ଷର ନାବାଳିକାର ଓଜନ ମାତ୍ର ସାତ କିଲୋଗ୍ରାମ ରହିଛି ବୋଲି ଅଭିଯୋଗ ହୋଇଛି।

ଖବର ପାଇ ରିଜୁଆନ୍‍ ସ୍ୱେଚ୍ଛାସେବୀ ନାବାଳିକାକୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ଚାଇଲ୍ଡ ଲାଇନ୍‍ ନିର୍ଦ୍ଦେଶକ ବେଣୁଧର ସେନାପତି, ସଂଯୋଜିକା ରୁଲିନା ପାତ୍ର ଏହି ଘଟଣାକୁ ଭୁବନେଶ୍ୱର ଡିସିପି, ଚେୟାରପରସନ୍‍ ଓଏସ୍‍ସିପିସିଆର, ଡିସିପିଓ, ଖୋର୍ଦ୍ଧା, ଚାଇଲ୍ଡ ୱେଲ୍‍ଫେୟାର କମିଟି, ଖୋର୍ଦ୍ଧାଙ୍କ ଦୃଷ୍ଟି ଆକର୍ଷଣ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‍ କରିଛନ୍ତି। ଏ ବାବଦରେ ଚାଇଲ୍ଡଲାଇନ୍‍ର ବେଣୁଧର ସେନାପତି କହିଛନ୍ତି ଏହାକୁ ମିଶାଇ ଏଭଳି ଘଟଣା ୩ ଥର ଦେଖିବାକୁ ମିଳିଛି। ରୁଗ୍‍ଣ ମାନସିକତା ଯୋଗୁଁ ବାପା ମା’ ପିଲାକୁ ଏଭଳି ଅତ୍ୟାଚାର କରୁଥିବା ବେଳେ ଆଉ କିଛି ସମୟରେ ପାରିପାରିବ କଳହ ବି ଦାୟୀ ହୋଇଥାଏ। ହେଲେ ଏତେ ଛୋଟ ପିଲାକୁ ଶିକୁଳିରେ ବାନ୍ଧି ଦୀର୍ଘଦିନ ଧରି ନିର୍ଯାତନା ଦେବା ଏକ ରୁଗ୍‍ଣ ମାନସିକତାର ଲକ୍ଷଣ ବୋଲି ସେ କହିଛନ୍ତି ।

ମାଙ୍କଡ ଡେଇଁପଡ଼ିବାରୁ ମହିଳା ମୃତ
ବାଲିପାଟଣା : ମୃତ୍ୟୁ କେତେବେଳେ ଆସେ ଏକଥା କେହି କହି ପାରିବେ ନାହିଁ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲିପାଟଣା ବ୍ଲକ ଗାରେଡ଼ି ପାଞ୍ଚଣ ଗ୍ରାମରେ। ସୁଚନା ଅନୁସାରେ ରବିବାର ଅପରାହ୍ନରେ ଗାରେଡି ପାଞ୍ଚଣ ଗ୍ରାମରେ ଅବସ୍ଥିତ ଶ୍ରୀ ବୁଦ୍ଧନାଥ ମନ୍ଦିର ପରିସରରେ ଥିବା ଏକ କଦମ୍ବ ବୃକ୍ଷ ତଳେ କିଛି ମହିଳା ବସିଥିଲା ବେଳେ ଗଛରେ ବସି ଥିବା କିଛି ମାଙ୍କଡ଼ ଡିଆଁ ଡେଇଁ ହେବାରୁ କଦମ୍ବ ଗଛର ଡାଳ ଭାଙ୍ଗି ଉମାମଣୀ ଦାସ (୬୦ ବର୍ଷ) ଙ୍କ ମୁଣ୍ଡରେ ପଡ଼ିଥିଲା ଫଳରେ ତାଙ୍କ ମୁଣ୍ଡ ତଳେ ପଡିଥିବା ପଥରରେ ଛେଚି ହୋଇ ଯାଇଥିଲା ଓ ଗଭୀର ଆଘାତ ଲାଗିଥିଲା । ଯଥାଶୀଘ୍ର ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।