Nuclear War - The Sakala
ନୂଆଦିଲ୍ଲୀ: ଏପ୍ରିଲ ୨୨ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପ୍ରାୟ ପରିସ୍ଥିତି ସୃଷ୍ଟି ହୋଇଛି। ପହଲଗାମ୍‌ ପର୍ଯ୍ୟଟକ ଆକ୍ରମଣ ଘଟଣାରେ କଶ୍ମୀରରେ ସକ୍ରିୟ ରହିଥିବା ‘ ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟ’ ନିଜକୁ ଦାୟୀ କରିଥିଲା। ଏହି ସଂଗଠନ ପାକିସ୍ତାନର ଲସ୍କର ଆତଙ୍କୀ ସଂଗଠନ ସହିତ କାର୍ଯ୍ୟ କରୁଥିବାରୁ ଆକ୍ରମଣ ଘଟଣା ପଛରେ ପାକିସ୍ତାନର ହାତ ରହିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଭାରତ ସରକାରଙ୍କ ପକ୍ଷରୁ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ରଦ୍ଦ କରାଯିବା ସହିତ ପାକିସ୍ତାନ ବିରୋଧରେ ଅନ୍ୟାନ୍ୟ ୫ଟି ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏତିକିରେ ବି କଥା ଶେଷ ହୋଇ ନାହିଁ। ପାକିସ୍ତାନର ଆତଙ୍କବାଦ ଇଲାକାକୁ ଧୂଳିସାତ୍‌ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଙ୍କାର ଦେବା ପରେ ଏବେ ପାକିସ୍ତାନ ବିରୋଧରେ ଯୁଦ୍ଧ ଆଶଙ୍କା ବଢିଛି। ସେପଟେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ହୁଙ୍କାର ଦେବାକୁ ପଛାଇ ନାହିଁ। ଯଦି ଭାରତ କିଛି ପଦକ୍ଷେପ ନେବ ତେବେ ପାକିସ୍ତାନ କ’ଣ ଚୁପ୍‌ ହୋଇ ବସିବ କି ବୋଲି ସେଠାକାର ବହୁ ନେତା ପ୍ରଶ୍ନ କରିଛନ୍ତି। ଏପରିକି ଘୋରୀ,ସାହିନ ଏବଂ ଗଜନଭି ଭଳି ୧୩୦ ପରମାଣୁ ଅସ୍ତ୍ରକୁ ପାକିସ୍ତାନ କ’ଣ ପ୍ରଦର୍ଶନ ପାଇଁ ରଖିଛି କି ବୋଲି ପାକିସ୍ତାନ ରେଳମନ୍ତ୍ରୀ ହାନିଫ୍‌ ଆବାସୀ ଭାରତକୁ ଧମକ ଦେଇ କହିଛନ୍ତି।
ତେବେ ଭାରତ –ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଏହାର ପରିଣତି ଦ୍ବିତୀୟ ବିଶ୍ବଯୁଦ୍ଧ ଠାରୁ ଭୟଙ୍କର ହେବ ବୋଲି ଏବେ ସାମରିକ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି। ‘ଫେଡେରସନ ଅଫ୍‌ ଆମେରିକାନ ସାଇଣ୍ଟିଷ୍ଟ’ର ବୈଜ୍ଞାନିକମାନେ କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ପ୍ରାୟ ସମାନ ସଂଖ୍ୟକ ପରମାଣୁ ଅସ୍ତ୍ର ରହିଛି। ପାକିସ୍ତାନ ନିକଟରେ ୧୭୦ ପରମାଣୁ ଅସ୍ତ୍ର ରହିଥିଲା ବେଳେ ଭାରତ ନିକଟରେ ୧୮୦ ପରମାଣୁ ଅସ୍ତ୍ର ରହିଛି। ଯଦିଓ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା କମ୍‌ ରହିଛି, ତଥାପି କୌଣସି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ପରିଣତି ଅତ୍ୟନ୍ତ ଭୟଙ୍କର ହେବ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ପରିଣତିକୁ ବଳିଯିବ ବୋଲି ସେମାନେ କହିଛନ୍ତି।
ସେହିପରି ୟୁନିଭର୍ସିଟି ଅଫ୍‌ କଲୋରାଡୋର ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ସପ୍ତାହକ ମଧ୍ୟରେ ଅନ୍ୟୂନ ୭ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ। ଏହାପରେ ପରମାଣୁ ଅସ୍ତ୍ର ପ୍ରାୟୋଗରେ ପ୍ରାୟ ୮୦ ବିଲିୟନ ପାଉଣ୍ଡ କଳାଧୂଆଁ ସୃଷ୍ଟି ହେବ ଯାହାକି ବାୟୁମଣ୍ଡଳକୁ ଭାରୀ ମାତ୍ରାରେ ପ୍ରଭାବିତ କରିବ। ସ୍ଥିତି ଏଭଳି ହେବ ଯେ, ମାସ ମାସ ଧରି ଧରା ପୃଷ୍ଠରେ ସୂର୍ଯ୍ୟକିରଣ ପଡ଼ିବ ନାହିଁ ଏବଂ ତାପମାତ୍ରା ଅହେତୁକ ଭାବେ ହ୍ରାସ ପାଇବ। ଯାହା ପୁଣି ଏକ ବରଫ ଯୁଗ ସୃଷ୍ଟି କରିବ। ଏଭଳି ସ୍ଥିତିରେ ୫୦ରୁ ୧୨୫ ନିୟୁତ ଲୋକଙ୍କ ମୃତ୍ୟୁ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।
ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ପ୍ରସ୍ତୁତି ! ନ୍ୟୁକ୍ଲିଅର୍ ଯୁଦ୍ଧ ଡ୍ରିଲ ପାଇଁ ଆଦେଶ ଦେଲେ ପୁଟିନ୍
ନୂଆଦିଲ୍ଲୀ: ଋଷ- ୟୁକ୍ରେନ ଯୁଦ୍ଧକୁ ହେଲାଣି ୨୫ ଦିନ ହେଲେ କିଛି ସମାଧାନର ସୂତ୍ର ବାହାରିବା ବଦଳରେ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନର ଅନେକ ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଛି । ଋଷ ୟୁକ୍ରେନ ସହର ମାରିୟୁପୋଲକୁ ଚାରିପଟୁ ଘେରିବା ସହ ଘନ ଘନ ମିଶାଇଲ ଓ ବୋମା ମାଡ଼ କରୁଛି । ଏହିମଧ୍ୟରେ ବ୍ରିଟେନର ଏକ ଗଣମାଧୟମ ରିପୋର୍ଟ ଅନୁସାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସଙ୍କେତ ଦେଲେଣି । ପୁଟିନ ପରମାଣୁ ଯୁଦ୍ଧ ପାଇଁ ଅଭ୍ୟାସ କରୁଛନ୍ତି । ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜ ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବେରିଆ ପଠାଇଦେଇଥିବା ମଧ୍ୟ ଖବର ଶୁଣିବାକୁ ମିଳୁଛି ।
ଉଭୟ ଯୁଦ୍ଧ ଓ ଶାନ୍ତି ଆଲୋଚନା ସମାନ ଭାବେ ଚାଲିଥିବା ବେଳେ ୟୁକ୍ରେନ୍‌ ଉପରେ ଅତ୍ୟାଧୁନିକ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା କଥା ରୁଷ୍‌ ଦାବି କରିଛି । ପୁଟିନ୍‌ କ୍ରମଶଃ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବାର ଆଭାସ ପାଇ କ୍ରେମ୍‌ଲିନ୍‌ ସରକାରୀ ଅଧିକାରୀମାନେ ବିସ୍ମିତ ତଥା ବିବ୍ରତ ହୋଇପଡ଼ିଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି ।
ସୂଚନା ଅନୁସାରେ, ଆଣବିକ ଯୁଦ୍ଧରେ ଲୋକାମାନଙ୍କୁ କିଭଳି ସ୍ଥାନାନ୍ତରଣ କରାଯାଇପାରିବ ସେନେଇ ଅଭ୍ୟାସ କରାଯଆଉଥିବା ନିଜେ ପୁଟିନ୍‌ କ୍ରେମ୍‌ଲିନ୍‌ର ବରିଷ୍ଠ ରାଜନୀତିଜ୍ଞମାନଙ୍କୁ କହିଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ଆକ୍ରମଣରୁ ସୁରକ୍ଷା ଦେବାକୁ ପୁଟିନ୍ ନିଜ ପରିବାରକୁ ସାଇବେରିଆର ଏକ ଗୁପ୍ତ ବଙ୍କରକୁ ପଠାଇଦେଇଛନ୍ତି । ଏହି ବଙ୍କର ଏକ ପାହାଡଆ ଇଲାକରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା କୁହାଯାଉଛି ।
ପରମାଣୁ ଯୁଦ୍ଧର ୭୬ ବର୍ଷ ପୂର୍ତ୍ତି ପାଳନ କଲେ ନାଗାସାକିବାସୀ
ଟୋକିଓ : ପ୍ରାୟ ୭୬ ବର୍ଷ ତଳେ  ଜାପାନର ନାଗାସାକି ସହର ଉପରେ ପଡ଼ିଥିବା ବିଧ୍ବସଂକାରୀ ପରମାଣୁ ବୋମାର  ଭୟାବହତାକୁ ମନେ ପକାଇ  ସମଗ୍ର ବିଶ୍ବକୁ ପରମାଣୁ ଅସ୍ତ୍ରଶସ୍ତ୍ରରୁ ମୁକ୍ତ କରିବାକୁ ନାଗାସାକିବାସୀ ଆହ୍ବାନ ଦେଇଛନ୍ତି। ଆମେରିକା, ରୁଷିଆ ଏବଂ ଜାପାନ ଭଳି ବିଶ୍ବର ପ୍ରତିଷ୍ଠିତ ତଥା ଶକ୍ତିଶାଳୀ ରାଷ୍ଟ୍ରମାନେ ଏଦିଗରେ ଶକ୍ତ ଭୂମିକା ଗ୍ରହଣ କରିବା ଉଚିତ ବୋଲି  ସୋମବାର ନାଗାସାକି  ଶାନ୍ତି ପାର୍କରେ ଅନୁଷ୍ଠିତ ପରମାଣୁ ଯୁଦ୍ଧର ୭୬ ବର୍ଷ ପୂର୍ତ୍ତି ପାଳନ ଅବସରରେ ଗୁରୁତ୍ବ ଦିଆଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ନାଗାସାକି ମେୟର କହିଛନ୍ତି ଯେ, ଜାପାନ ଆମେରିକା ଛାୟା ତଳେ ନ ରହି ମୁଖ୍ୟତଃ ଉତ୍ତର ପୂର୍ବ ଏସିଆକୁ ପରମାଣୁ ଅସ୍ତ୍ରଶସ୍ତ୍ର ମୁକ୍ତ କରିବାକୁ ଉଦ୍ୟମ କରିବା ଉଚିତ।
ବିଶ୍ବ ସମାଜକୁ  ପରମାଣୁ ଅସ୍ତ୍ରଶସ୍ତ୍ର ମୁକ୍ତ କରିବା ନେଇ ଆମେରିକା ପ୍ରତିଶ୍ରୁତି ଦେଇଥିଲେ ହେଁ ଏଯାବତ୍‌ ଏଦିଗରେ ସେଭଳି କିଛି ହୋଇ ନାହିଁ। କିନ୍ତୁ ଆମେରିକା ଏବଂ ରୁଷିଆ ଭଳି ଶକ୍ତିଶାଳୀ ରାଷ୍ଟ୍ର ଏଦିଗରେ ଶକ୍ତ ଆଭିମୁଖ୍ୟ ରଖୀ ବିଶ୍ବ ସମାଜକୁ ପରମାଣୁ ଅସ୍ତଶସ୍ତ୍ର ଭୟବହତାରୁ ମୁକ୍ତ କରିବା ଉଚିତ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଆମେରିକା ଜାପାନର ହିରୋସୀମା ସହର ଉପରେ ବିଶ୍ବର ପ୍ରଥମ ପରମାଣୁ ବୋମା ପ୍ରୟୋଗ କରିଥିଲା ବେଳେ ଏଥିରେ ପ୍ରାୟ  ୧ ଲକ୍ଷ ୪୦  ହଜାର ଲୋକ ପ୍ରାଣ ହରାଇଥିଲେ। ଏହାର ଠିକ୍‌ ତିନି ଦିନ ପରେ ଅଗଷ୍ଟ ୯ ତାରିଖରେ ପୁଣିଥରେ ନାଗାସାକି  ସହର ଉପରେ ଆମେରିକା ବୋମା ବର୍ଷଣ କରିବାରୁ ଏହି ସହରର ପ୍ରାୟ ୭୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।