Patnagarh - The Sakala

ଦୁଇ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ
ବଲାଙ୍ଗୀର: ପ୍ରସ୍ତାବିତ ବଲାଙ୍ଗୀର ନୂଆପଡ଼ା ଭାୟା ପାଟଣାଗଡ଼ ରେଳ ଲାଇନ ପ୍ରକଳ୍ପ ସର୍ଭେକୁ ମଞ୍ଜୁରୀ ମିଳିସାରିଛି। କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ସଂଗଠନ ଉଦବେଗ ପ୍ରକାଶ କରିବା ସହ ବନ୍ଦ ଡାକରା ଦେଇଥିଲେ। ଏନେଇ ପୁଣିଥରେ ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍‌ ଦାବିରେ ପାଟଣାଗଡ଼ ସିଟିଜେନ ଫୋରମ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପାଟଣାଗଡ, ଖପ୍ରାଖୋଲ ଓ ଲାଠୋର ତିନୋଟି ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଦୋକାନ, ବଜାର ବିଭିନ୍ନ ଅନୁଷ୍ଠାନ ସହ ଅଖ ଚକ ବନ୍ଦ ରହିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।

୨୦୧୪ ମସିହାରୁ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ଓ ରେଳ ଲାଇନ ପାଇଁ ଜମି ଚିହ୍ନଟ ସରିଥିବାବେଳେ ୮୦ ପ୍ରତିଶତ ସରକାରୀ ଜମି ଓ ୨୦ ପ୍ରତିଶତ ବେସରକାରୀ ଜମି ରହିଛି। ଏହି ରେଳ ଲାଇନର ଦୂରତା ୧୦୦ କିମି ଥିବାବେଳେ କେନ୍ଦ୍ରର ଉଦାସୀନତା ଯୋଗୁ ପାଟଣାଗଡ଼ ବାସୀଙ୍କ ରେଳ ସ୍ଵପ୍ନ ସାକାର ହୋଇପାରୁନାହିଁ। ବିଭିନ୍ନ ସମୟରେ ଏନେଇ ଦାବି ହୋଇଥିଲା ଆନ୍ଦୋଳନ ବି ହୋଇଛି କିନ୍ତୁ କେନ୍ଦ୍ର ସରକାର ଉଦାସୀନତା ଯୋଗୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରି ନାହିଁ ।

ପାଟଣାଗଡ଼ରେ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ଜନସଭା; ବିରୋଧୀଙ୍କୁ ଟାର୍ଗେଟ କଲେ, ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଦେଲେ ଆହ୍ବାନ
ପାଟଣାଗଡ଼: ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ଜନସଭା । ସାମିଲ ହେଲେ ହଜାର ହଜାର ଲୋକ । ମଞ୍ଚରୁ ବିରୋଧୀ ଦଳ ଓ ସେମାନଙ୍କ ମିଛ ପ୍ରତିଶ୍ରୁତିକୁ ଟାର୍ଗେଟ କରିବା ସହ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ଜୟ ମା’ ସମଲେଈ ଓ ଜୟ ମା’ ପାଟଣେଶ୍ବରୀ କହି ସମ୍ବୋଧନ ଆରମ୍ଭ କରିଥିଲେ ପାଣ୍ଡିଆନ । ବିଜେଡି ସମର୍ଥନରେ ଜନ ସମୁଦ୍ର ଦେଖି ବିରୋଧୀ ରାଗୁଥିବା କହିଥିଲେ । ଏହାପରେ ନବୀନ ସରକାର କରିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଅବଗତ କରିବା ସହ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଆହ୍ବାନ ଦେଇଥିଲେ ।

ଏହି ଅବସରରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପାଣ୍ଡିଆନ । କେନ୍ଦ୍ରୀୟ ନେତା ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ପ୍ରଚାରକୁ କଟାକ୍ଷ କରିଛନ୍ତି ପାଣ୍ଡିଆନ । କହିଛନ୍ତି, ଛତିଶଗଡ଼, ଆସାମ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ବି ଘନ ଘନ ପ୍ରଚାର କରୁଛନ୍ତି । ନିର୍ବାଚନ ଆସିଥିବାରୁ ଏମାନଙ୍କ ଦେଖା ମିଳୁଛି । ନିର୍ବାଚନ ସରିଗଲେ, ଏମାନଙ୍କୁ ଆଉ ଦେଖିବାକୁ ମିଳିବନି । ଏହି ନେତାମାନେ ଓଡ଼ିଶା କେଉଁଠି ଜାଣନ୍ତି ନାହିଁ । ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେତେ ଭଲ ପାଆନ୍ତି ଜାଣନ୍ତି ନାହିଁ । ନିର୍ବାଚନ ବେଳେ ବିରୋଧୀ ନେତା ଟୁରିଷ୍ଟ ଭଳି ଆସିବେ, ମିଛ ପ୍ରତିଶ୍ରୁତି ଦେବେ । ନିର୍ବାଚନ ସରିଯିବା ପରେ ଏମାନଙ୍କ ଆଉ ଦେଖା ମିଳିବ ନାହିଁ ।

ଆଗକୁ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବା କଥା ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଛି । ଏମାନେ ବି ମାଗଣା ବିଜୁଳି ଦେବେ କହୁଛନ୍ତି । କହୁଛନ୍ତି ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଅ, ତା’ପରେ ଯାଇ ମାଗଣାରେ ବିଜୁଳି ମିଳିବ । ଏମାନେ ଦିନରେ ଓଡ଼ିଶାବାସୀଙ୍କୁ ଲଣ୍ଠନ ଦେଖାଉଛନ୍ତି ।

ଦରଦାମ ଓ ଏମଏସପିକୁ ନେଇ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ୨୦୧୪ରେ କହିଥିଲେ ଚାଷୀ ଭାଇଙ୍କ ଏମଏସପିକୁ ଦୁଇଗୁଣା କରିବେ । ହେଲେ ଆଣିଯାଏଁ ହେଲାନି । କହିଥିଲେ, ଏଲପିଜି ଦର କମ ହେବ । ପେଟ୍ରୋଲ, ଜିଜେଲ ଦର କମିବ । ହେଲେ ଆପଣ ଚିନ୍ତା କରନ୍ତୁ, ଏସବୁ ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି । ଏମାନଙ୍କ ପରି ମିଛ ପ୍ରତିଶ୍ରୁତି ଦିଅନ୍ତି ନାହିଁ । ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ସେବା କରିବାକୁ ରାଜନୀତିକୁ ଆସିଛନ୍ତି, ତାଙ୍କୁ ଆଶୀର୍ବାଦ କରନ୍ତୁ ।’

ସେ କହିଥିଲେ, ‘୨୦୧୯ରେ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇଥିଲେ । ସେ ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ବହୁତ କାମ କରିଛନ୍ତି । ଅଞ୍ଚଳରେ ପିଇବା ପାଣି ସୁବିଧା ହୋଇଛି, ଜଳସେଚନ ବ୍ୟବସ୍ଥା ହୋଇଛି । ହସ୍ପିଟାଲ ବିଲ୍ଡିଂ କରାଉଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାମ କରୁଛନ୍ତି । ସେହିପରି ଏଥର ବିଧାୟକଙ୍କ ସହ ସାଂସଦ ପ୍ରାର୍ଥୀଙ୍କୁ ବି ଶଙ୍ଖ ଚିହ୍ନରେ ମୋହର ମାରି ବିଜୟୀ କରାଇବେ । ଅଞ୍ଚଳରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଉଭୟ ଜିତିଲେ କାମ ଦୁଇଗୁଣା ହେବ, ଉନ୍ନତୀ ଦୁଇଗୁଣା ହେବ ।’

ଆଗକୁ ସେ କହିଛନ୍ତି, ‘ଅଞ୍ଚଳରେ ସମସ୍ତ ସ୍କୁଲର ରୂପାନ୍ତରଣ ହୋଇଛି । କଲେଜ ରୂପାନ୍ତରଣ ହୋଇଛି । ହରିଶଙ୍କର ମନ୍ଦିରର ରୂପାନ୍ତରଣ ହୋଇଛି । ପାଇପାସ୍ ରୋଡ ପାଇଁ ୧୪୦ କୋଟି ଟଙ୍କା ମଞ୍ଜୁର ହୋଇଛି । ବେଲପଡ଼ା ଏନଏସିରେ ପରିଣତ ହୋଇଛି । ଏସବୁ ନବୀନ ବାବୁ କରିଛନ୍ତି । ଏଥର ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ ସାଂସଦ ଓ ବିଧାୟକ ଉଭୟଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଜୟୀ କରନ୍ତୁ ।’

ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆପଣମାନଙ୍କ ପାଇଁ ୩ଟି ଦସ୍ତଖତ କରିବେ ବୋଲି କହିଛନ୍ତି ପାଣ୍ଡିଆନ । ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ ଛାଡ । ଜୁଲାଇରୁ ଆଉ ଆସିବନି ବିଜୁଳି ବିଲ । ପାଟଣାଗଡ଼ ଅଞ୍ଚଳର ୯୦ ପ୍ରତିଶତ ଲୋକଙ୍କୁ ଜୁଲାଇ ମାସରୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବନି ।

ନବୀନଙ୍କ ଦ୍ବିତୀୟ ଦସ୍ତଖତ ହେବ, ନବୀନ କାର୍ଡ । ବିଏସକେଓ୍ବାଇରୁ ବଞ୍ଚିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ଦସ୍ତଖତ ଆଣିବ ଖୁସି । ବିଏସକେଓ୍ବାଇ କାର୍ଡ ନଥିବା ସମସ୍ତ ଲୋକ ନବୀନ କାର୍ଡରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜ ପରିବାର ବୋଲି ଭାବିଥାନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ନବୀନଙ୍କ ପ୍ରଥମ ପ୍ରାଥମିକତା ।

ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମାଆ ମାନଙ୍କ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଦସ୍ତଖତ ପରେ ମିଶନ ଶକ୍ତି ମାଆମାନଙ୍କୁ ଆଉ ବାର୍ଦ୍ଧକ୍ୟ କଥା ଚିନ୍ତା କରିବାକୁ ପଡ଼ିବନି । ମାଆମାନେ ପାଇବେ ପେନସନ୍ । ଆଉ ସେମାନଙ୍କୁ କହା ଉପରେ ନିର୍ଭର କରିବାକୁ ପଡିବନି । ଏହି ସବୁ ଦସ୍ତଖତ ଓଡ଼ିଶାକୁ ରୂପାନ୍ତର କରିବ ଓ ଆପଣଙ୍କ ମୁହଁରେ ହସ ଫୁଟାଇବ ବୋଲି କହିଛନ୍ତି ପାଣ୍ଡିଆନ ।

ସାମ୍ୱାଦିକ ହେବେ ପାର୍ସଲ ବୋମା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଜେଲ୍‌ରେ ଦେଲେ ସାମ୍ବାଦିକତା ପରୀକ୍ଷା
ବଲାଙ୍ଗୀର: ପୁଣି ଥରେ ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଏଥର କିନ୍ତୁ ସେ ହତ୍ୟାକାଣ୍ଡ ପାଇଁ ନୁହେଁ, ଜେଲ୍‌ରେ ରହି ସାମ୍ବାଦିକ ହେବାକୁ ଇଚ୍ଛା କରିଛନ୍ତି। କେବଳ ଇଚ୍ଛା କରିନାହାନ୍ତି ତାହାକୁ ସାକାର କରିବାକୁ ପାଠ ପଢିବା ସହ ପରୀକ୍ଷା ମଧ୍ୟ ଦେଇଛନ୍ତି।

ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିବା ପୁଞ୍ଜିଲାଲ ମେହେର ଜେଲ ଭିତରେ ସାମ୍ବାଦିକତା ପରୀକ୍ଷା ଦେଇଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ନାଁ ଲେଖାଇ ସ୍ନାତକୋତ୍ତର ପାଠ ପଢୁଥିଲେ ପୁଞ୍ଜିଲାଲ। ଆଉ ଏବେ ତାଙ୍କ ପାଇଁ ଜିଲ୍ଲା କାରାଗାରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଅଧିକାରୀ ଓ କର୍ମଚାରୀମାନେ ଜେଲ ଭିତରକୁ ଯାଇ ପରୀକ୍ଷା ତଦାରଖ କରିଥିଲେ। ଏହା ଥିଲା ପୁଞ୍ଜିଲାଲଙ୍କ ପ୍ରଥମ ସେମିଷ୍ଟାର ପରୀକ୍ଷା। ଏହାପରେ ସେ ଆଉ ୩ ଟି ସେମିଷ୍ଟାର ପରୀକ୍ଷା ଦେବେ, ଆଉ ଦୁଇ ବର୍ଷ ପରେ ସାମ୍ବାକିତା କୋର୍ସରେ ଉତୀର୍ଣ୍ଣ ହେବେ।

ସୂଚନାଯୋଗ୍ୟ  ଅଧ୍ୟାପକରୁ ଅପରାଧୀ ହୋଇଥିଲେ ପୁଞ୍ଜିଲାଲ। ସେ ପଠାଇଥିବା ପାର୍ସଲ ବୋମା ବସ୍ଫୋରଣରେ ପାଟଣାଗଡ଼ ଭୋଳାନାଥ ପଡାର ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ଆଉ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୌମ୍ୟଙ୍କ ପତ୍ନୀ। ଏହି ମାମଲାରେ ପୁଞ୍ଜିଲାଲ୍‌ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି।

ଦୀର୍ଘ ୫ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲା ଜେଲ୍ ଭିତରେ ବିଚାରଧୀନ କଏଦୀ ଭାବେ ଅଛନ୍ତି ପୁଞ୍ଜିଲାଲ। ପ୍ରଥମେ ପ୍ରଥମେ ଜେଲ୍ କର୍ତ୍ତୃପକ୍ଷ ଓ ପୁଲିସକୁ ନାକେଦମ କରୁଥିବା ପୁଞ୍ଜିଲାଲ ଏବେ କିନ୍ତୁ ନିଜ ସେଲ୍ ଭିତରେ ରହି ଦିନ ତମାମ୍ ଚୁପ୍ ଚାପ୍ ପଢୁଛନ୍ତି । ମଝି ମଝିରେ କଣ ଗୁଡାଏ ଲେଖି ପକାଉଛନ୍ତି । ଶନିବାର ଜେଲ୍ ଭିତରେ ରହି ସାମ୍ବାଦିକତାର ସ୍ନାତକୋତ୍ତର ପ୍ରଥମ ସେମିଷ୍ଟାର ପ୍ରଥମ ପେପରର ପରୀକ୍ଷା ମଧ୍ୟ ଦେଇଛନ୍ତି। ପରୀକ୍ଷକ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଧରି ଠିକ ଦିନ ଦୁଇଟାରେ ଜେଲ୍ ଭିତରକୁ ପ୍ରବେଶ କଲେ ଓ ୩ଘଣ୍ଟା ଧରି ଉତ୍ତର ଖାତାରେ ପୁଞ୍ଜିଲାଲ ପରୀକ୍ଷକଙ୍କ ଉପସ୍ଥିତିରେ ପରୀକ୍ଷା ଦେଇଥିବା ଜେଲ୍ କର୍ତ୍ତୃପକ୍ଷ ଓ ପରୀକ୍ଷକ କହିଛନ୍ତି ।

କୌଣସି କାରଣବଶତଃ ଜେଲରେ ଥିବା ଅନ୍ତେବାସୀଙ୍କୁ ନିଜ ଜୀବନ କୁ ସୁଧାରିବା ପାଇଁ ଜେଲ୍ ସଂସ୍କାର ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । ଏହି କ୍ରମରେ ବଲାଙ୍ଗୀର ଜେଲ୍ ରେ ୨୦୧୮ ମସିହାରୁ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲର ଗତିବିଧି ଲକ୍ଷ୍ୟ କରିବା ପରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ମୁତାବକ ସେ ସ୍ନାତକୋତ୍ତର ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ । ପ୍ରଥମେ ଓକିଲାତି କିମ୍ବା ସାମ୍ବାଦିକତା ପଢିବାର ଇଚ୍ଛା ପ୍ରକାଶ କରିଥିଲେ ଓ ଜେଲ୍ କର୍ତ୍ତୃପକ୍ଷ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ସାମ୍ବାଦିକତାରେ ନାଁ ଲେଖାଇଥିଲେ । ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ଖର୍ଚ୍ଚ ବହନ କରିବା ସହ ଖାତା କଲମ, ପେନସିଲ୍ ଆଦି ଯୋଗାଇ ଦେଇଥିଲେ । ଗତକାଲି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ପ୍ରଥମ ସେମିଷ୍ଟାରର ପ୍ରଥମ ପେପର ପରୀକ୍ଷା ଦେଇଥିଲେ ପୁଞ୍ଜିଲାଲ୍ ।

ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା: ୪ ବର୍ଷ ପରେ ପୁଞ୍ଜିଲାଲ ମେହେର ବିରୋଧରେ ଚାର୍ଜଫ୍ରେମ
ପାଟଣାଗଡ଼: ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରା ଯାଇଥିଲା। କୋର୍ଟରେ ହାଜର ହେବା ପରେ ଚାର୍ଜଫ୍ରେମ କରାଯାଇଥିବା ଜଣାପଡିଛି।

ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରା ଯାଇଥିଲା। ଘଟଣା ସମ୍ପର୍କରେ ପୂର୍ବରୁ ପୁଲିସ/ କ୍ରାଇମବ୍ରାଞ୍ଚ ଶତାଧିକ ଫର୍ଦର ଏକ ଚାର୍ଜସିଟ ଦାଖଲ କରିଥିଲା। ଘଟଣାର ଦୀର୍ଘ ୪ ବର୍ଷ ପରେ କୋର୍ଟରେ ଚାର୍ଜଫ୍ରେମ ହୋଇଥିବା ଜଣାପଡିଛି। ଏହି ମାମଲାରେ ଧାରା ୩୦୨, ୩୦୭, ୨୦୧ ଏବଂ ଏକ୍ସପ୍ଲୋସିଭ ଆକ୍ଟ ୩, ୪ ଅନୁଯାୟୀ ଚାର୍ଜଫ୍ରେମ କରା ଯାଇଥିବା ଜଣାପଡିଛି। ଚାର୍ଜଫ୍ରେମ ହେବା ସହିତ ଏହି ମାମଲାର ସାକ୍ଷ ପ୍ରମାଣ ପାଇଁ ଆସନ୍ତା ୨୪ ତାରିଖକୁ ଧାର୍ଯ୍ୟ ହୋଇଥିବା ନେଇ ସରକାରୀ ଓକିଲ ଆଶିଷ ଚନ୍ଦନଙ୍କ ଠାରୁ ଜଣାପଡିଛି। ଅପର ପକ୍ଷରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ କରା ଯାଇଥିବା ଚାର୍ଜସିଟ୍ ର ଏକ କପି ପ୍ରଦାନ ପାଇଁ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ଆବେଦନ କରିଥିବାବେଳେ ସେ ସମୟରେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଥିଲେ। ପରେ ଏହାକୁ ନେଇ ପୁଣି କୋର୍ଟରେ ଆବେଦନ କରିଥିଲେ। ଏହା ପରେ ସିଡି ଏକ ବନ୍ଦ ଲଫାପାରେ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସିଡିକୁ ପୁଞ୍ଜିଲାଲ ଗ୍ରହଣ କରି କିଛି ଦିନ ରଖି ପୁଣି କୋର୍ଟକୁ ଫେରାଇ ଦେଇଥିବା ନେଇ ମଧ୍ଯ ସରକାରୀ ଓକିଲ ଶ୍ରୀ ଚନ୍ଦନ କହିଛନ୍ତି।

ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା କୁ ନେଇ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ଚାର୍ଜସିଟ ଦାଖଲ କରା ଯାଇଥିଲା। ଦୀର୍ଘ ଦିନ ପରେ ଏହାର ଚାର୍ଜଫ୍ରେମ ହୋଇଥିବା ଜଣାପଡିଛି।

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ପାଟଣାଗଡ଼: ପାରିବାରିକ କଳହର କରୁଣ ପରିଣତି । ସୈତାନ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ହୋଇଛି ଅଭିଯୋଗ । ପାଟଣାଗଡ଼ ସହରଠାରୁ ୨୩ କି.ମି ଦୂରରେ ଥିବା ଲରମ୍ଭା ଥାନା ଅନ୍ତର୍ଗତ ଭରତବାହଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି। ଗତ ରାତିରେ ସ୍ବାମୀ ପଞ୍ଚୁ ନାଏକ ତାର ସ୍ତ୍ରୀ ଅମ୍ବିକା ଓରଫ ଲିପି ନାଏକକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ଯା କରିଥିବା ନେଇ ଲରମ୍ଭା ଥାନାରେ ଅଭିଯାଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତ ରାତ୍ରି ପ୍ରାୟ ୮ଟା ସମୟରେ ସ୍ବାମୀ-ସ୍ତ୍ରୀ ମଧ୍ଯରେ କୌଣସି ବିଷୟକୁ ନେଇ ବଚସା ହେବା ସହ ଜୋର ପାଟିତୁଣ୍ଡ ଶୁଣିବାକୁ ମିଳିଥିବା ପଡୋଶୀ ମାନେ କହିଛନ୍ତି। ସ୍ଥାନୀୟ ଲୋକେ ଘରକୁ ପ୍ରବେଶ କରି ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର କବାଟ ପାଖରେ ଅମ୍ବିକା ପଡି ରହିଥିଲେ। ଘଟଣା ସ୍ଥଳରୁ ପଞ୍ଚୁ ଫେରାର ହୋଇ ଯାଇଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇ ଥିଲେ।

ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଧୁମୁଣ୍ଡି ପଞ୍ଚାୟତ ମଘାମରା ଗ୍ରାମରେ ଗାଁ ଦାଣ୍ଡରେ ଯୁବକଙ୍କୁ ମାରାଣାସ୍ତ୍ର ଧରି ତିନି ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ତାଙ୍କ ସ୍ତ୍ରୀ ସାଦ ନାଗଙ୍କୁ ଲୁହା ଛଡ଼ରେ ବାଡେଇ ଥିଲେ। ପାଟଣାଗଡ ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ଆଇଆଇସି ଅନନ୍ତ ପଧାନ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ହସ୍ପିଟାଲକୁ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ବାମୀ-ସ୍ତ୍ରୀଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକଙ୍କଠାରୁ ଜଣାପଡିଛି । ଏନେଇ ପାଟଣାଗଡ଼ ଥାନାରେ ଏକ ମମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଆଇଆଇସି ଶ୍ରୀ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି ।

ପରିବାରବର୍ଗଙ୍କ ଅଭିଯୋଗ ଅନୁସାରେ, ମଘାମରା ଗ୍ରାମର ଚିନ୍ତା ନାଗଙ୍କ ପୁଅ ଯୁଗଳ ନାଗ ଓ ତାଙ୍କ ସମ୍ପକୀୟ ବିଦୁ ନାଗଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ୧୨ ବର୍ଷ ପୂର୍ବେ ଚିନ୍ତା ନାଗଙ୍କ ପରିବାର ୪ ଏକର ରୟତି ଜମି ସହିତ ଲାଗି ରହିଥିବା ସରକାରୀ ଜମି ଦଖଲ କରି ଚାଷ କରି ଆସୁଥିଲେ । ଚିନ୍ତାଙ୍କ କାକା ଦୀନବନ୍ଧୁ ଚାଷ କରୁଥିବା ପୈତୃକ ସମ୍ପତ୍ତିକୁ ସେହି ଗ୍ରାମର ବିଦୁନାଗଙ୍କୁ ଉକ୍ତ ଚାଷ ଜମି ବିକ୍ରି କରି ଦେଇଥିଲେ । ସେହି ୪ ଏକର ଚାଷ ଜମିକୁ ଲାଗି ରହିଥିବା ବଳକା ସରକାରୀ ଜମି ଉପରେ ଚାଷ କରିଆସୁଥିଲେ । କିଛି ମାସ ତଳେ ସରକାରୀ ଜମି ଉପରେ ବିଦୁନାଗ ଆପତ୍ତି ଜାହିର କରିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଦୁଇ ପରିବାରଙ୍କ ଗଣ୍ଡଗୋଳକୁ ନେଇ କିଛି ମାସ ତଳେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସେହି ସମୟରେ ଥିବା ଥାନା ଅଧିକାରୀ ଓ କେନ୍ଦୂମୁଣ୍ଡି ଆର୍ ଆଇ ଙ୍କ ଉପସ୍ଥିତିରେ ଜମି ମପା ହୋଇଥିଲା । ସରକାରୀ ଜମି ଉପରେ ଚିନ୍ତାଙ୍କ ପରିବାର ଚାଷ କରିବା ପାଇଁ ଅନୁମତି ଦେଇଥିବା ଚିନ୍ତା ନାଗ କହିଛନ୍ତି । ଉକ୍ତ ସରକାରୀ ଜମି ଉପରେ ଚିନ୍ତା ଚାଷ କରିବାରୁ ବିଦୁ ନାଗ ବିରୋଧ କରି ଆସୁଥିଲା ।

ଆଜି ସକାଳ ୮ ଟାରେ ସମୟରେ ଯୁଗଳ ନାଗ ମିସ୍ତ୍ରୀ କାମ କରିବାକୁ ପାଟଣାଗଡ଼ ଅଭିମୁଖେ ବାହାରୁ ଥିବା ବେଳେ ବିଦୁ ନାଗ, ଶୁକ ନାଗ, ସୁନୀଲ ନାଗ ଗାଁ ଦାଣ୍ଡରେ ଅଟକାଇ ମାରାଣାସ୍ତ୍ର ଧରି ଅତର୍କିତ ଭାବରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ସେ ସମୟରେ ଯୁଗଳଙ୍କ ସ୍ତ୍ରୀ ସାଦ ନାଗ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଲୁହା ଛଡ଼ରେ ପିଟିଥିଲେ । ପାଟଣାଗଡ଼ ଥାନା କେସ ନଂ ୧୬୧/୨୧ ରେ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଖବର ସଂଗ୍ରହ ହେବା ପର୍ୟ୍ଯନ୍ତ ତିନି ଜଣ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଥିବା ଆଇଆଇସି ଅନନ୍ତ ପଧାନଙ୍କ ଠାରୁ ଜଣାପଡିଛି।

ଦୁଇ କିମି ରାସ୍ତାରେ ଶତାଧିକ ଖାଲ
ପାଟଣାଗଡ଼ : ରାସ୍ତାଘାଟର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ଅନୁଦାନ ଯୋଗାଇ ଦେଉଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ରାସ୍ତାର ଚିତ୍ର ବଦଳୁନାହିଁ। ଫଳରେ ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି ପାଟଣାଗଡ଼ ବ୍ଲକ ସାଲେପାଲି ପଞ୍ଚାୟତର ନିଲିଜିବାହାଲ ଗ୍ରାମରୁ ବୁଦାମୁଣ୍ଡାକୁ ସଂଯୋଗ କରୁଥିବା ମାଟି ରାସ୍ତାରେ। ନିଲିଜିବାହାଲ ଓ ଆଖପାଖ ଅଞ୍ଚଳ ୧୨ ଖଣ୍ଡ ଗାଁ ଲୋକେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ଟିଏ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଦୀର୍ଘବର୍ଷରୁ ଜଣାଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ। ଅଞ୍ଚଳବାସୀଙ୍କ କହିବା ଅନୁସାରେ, ପାଟଣାଗଡ଼ ବ୍ଲକ ଓ ବେଲପଡ଼ା ବ୍ଲକ ସୀମାରେଖାରେ ଥିବା ବୁଦାମୁଣ୍ଡାରୁ ନିଲଜିବାହାଲ ରାଜସ୍ୱ ଗ୍ରାମ୍ୟ ପର୍ଯ୍ୟନ୍ତ ୪ କି.ମି ମାଟି ରାସ୍ତା ରହିଛି।

ନିଲହିବାହାଲ ଗ୍ରାମରୁ ବୁଦାମଣ୍ଡା ପର୍ଯ୍ୟନ୍ତ ରାସ୍ତାର ମାଟି ସଂମ୍ପ୍ରସାରଣ କାମ ପାଖାପାଖି ୨ ବର୍ଷତଳେ ହୋଇଥିଲା। ହେଲେ ବୁଦାମୁଣ୍ଡାରୁ ନିଲଜିବାହାଲର ଦୁଇ କିଲୋମିଟର ମାଟି ରାସ୍ତା ଦୀର୍ଘଦିନରୁ ହୋଇଥିବାବେଳେ ପକ୍କା ସଡ଼କ ହୋଇନଥିବାରୁ ଶୋଚନୀୟ ଅବସ୍ଥାରେ ପଡ଼ିରହିଛିା ଖଲିଆ, ବାବିଜୁରି, ଧାତୁକ ମଲିକମୁଣ୍ଡା, ଯୋଗୀମୁଣ୍ଡା, ଯାମବାହାଲ, ଚକାମାଲ, ତୁର୍ଲାମାଲ, ସାନକନଙ୍ଗାପାଲି, ବାଲିପଟା ଏବଂ ନିଲଜିବାହାଲର ଅଞ୍ଚଳବାସୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ନିଲଜିବାହାଲରୁ ବୁଦାମଣ୍ଡା ୪ କିମି ଦେଇ ଆଉ ସେଇଠୁ ୬ କିମି ଗଲାପରେ କପାଣି ଛକଠାରେ ମୁଖ୍ୟ ରାସ୍ତାକୁ ସଂଯୋଗ କରିଥାଏ। ଏହି ରାସ୍ତାଟି କପାଣି ଗ୍ରାମଦେଇ ବେଳପଡ଼ା ବ୍ଲକକୁ ସଂଯୋଗ କରୁଥିବାବେଳେ ଏହି ରାସ୍ତା ଦେଇ କଣ୍ଟାବାଞ୍ଜିକୁ ଯିବା ଆସିବା ପାଇଁ ଅଞ୍ଚଳର ଲୋକଙ୍କୁ ପାଖ ପଡ଼ିଥାଏ।

ତେଣୁ ଯେତେ ଅସୁବିଧା ହେଲେ ମଧ୍ୟ ଏହି ଦୁଇ କିଲୋମିଟର ଖାଲ ଢ଼ିପ ଦେଇ ବହୁ ଅସୁବିଦାରେ ଯିବା ଆସିବା କରନ୍ତି। ଏହି ରାସ୍ତାର ମଧ୍ୟଭାଗରେ ଏକ ଛୋଟ ପୋଲ ରହିଛି। ପୋଲ ଉପରେ ବର୍ଷ ଦିନରେ ବନ୍ୟାଜଳ ପ୍ରବାହିତ ହେବାଫଳରେ ରାସ୍ତାଟି ବିଚ୍ଛିନ୍ନ ହୋଇଥାଏ। ଏନେଇ ଗ୍ରାମବାସୀ ଅନେକଥର ଗ୍ରାମସଭାରେ ଏହି ସମସ୍ୟା ନେଇ ପ୍ରସ୍ତାବ ଆଗତ କରିଥିଲେ ମଧ୍ୟ ସରପଞ୍ଚ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ଏହାସହ ଜିଲ୍ଲା ଓ ବ୍ଲକ ପ୍ରଶାସନ କର୍ତ୍ତୃପକ୍ଷ ଏହି ସମସ୍ୟା ବିଷୟରେ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷପ ନେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପକ୍କା ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।