rakshabandhan2021 - The Sakala

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ଓ ଭଉଣୀ ମଧ୍ୟରେ ଥିବା ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରାକ୍ଷୀ
ନୂଆଦିଲ୍ଲୀ : ସମଗ୍ର ଦେଶରେ ଆଜି ରକ୍ଷାବନ୍ଧନର ପର୍ବ ପାଳନ କରାଯାଉଛି । ଏହାକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ । ଭାଇ ଓ ଭଉଣୀମାନଙ୍କର ସ୍ନେହ ଓ ପବିତ୍ର ସଂପର୍କର ତଥା ବନ୍ଧନର ପର୍ବ ଭାବେ ଏହା ଦେଶବ୍ୟାପୀ ପାଳନ କରାଯାଉଛି । ଆଜିର ଦିନରେ ଭଉଣୀମାନେ ରଙ୍ଗବେରଙ୍ଗର ରାକ୍ଷୀ ଭାଇମାନଙ୍କର ହାତରେ ବାନ୍ଧି ସେମାନଙ୍କର ଦୀର୍ଘଜୀବନ କାମନା କରିଥାନ୍ତି। ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସବୁବେଳେ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଉପହାର ପ୍ରଦାନ କରିଥାନ୍ତି। ଏହି ପର୍ବକୁ ଶହ ଶହ ବର୍ଷଧରି ସାମାଜିକ ସୌହାର୍ଦ୍ଦ୍ୟର ବଡ଼ ଉଦାହରଣ ଭାବେ ବିବେଚନା କରାଯାଉଛି ।

ରକ୍ଷାବନ୍ଧନର ପର୍ବ ଭାଇ-ଭଉଣୀଙ୍କର ପବିତ୍ର ସମ୍ପର୍କକୁ ଆହୁରି ମଧ୍ୟ ମଜଭୂତ କରି ଦେଇଥାଏ। ରାକ୍ଷୀ ହେଉଛି ଏକ ରେଶମୀ ସୂତା ମାତ୍ର ଏହା ଭାଇଭଉଣୀ ସମ୍ପର୍କର ଏକ ମଜଭୂତ ଚିହ୍ନ। ଏହି ଡ଼ୋର ଦ୍ୱାରା ହିଁ ଭାଇଟିଏ ନିଜ ଭଉଣୀପ୍ରତି ରକ୍ଷା ବଚନ ଦେଇଥାଏ।

ବିଭିନ୍ନ ଧାର୍ମୀକ ଓ ଆଧ୍ୟାତ୍ମିକ ପରମ୍ପରା ଅନୁସାରେ ମଧ୍ୟ ଏହି ପର୍ବ ପାଳନ କରାଯାଉଛି। ଶ୍ରୀକ୍ଷେତ୍ର ପୁରୀରେ ଦେବୀ ସୁଭଦ୍ରା ନିଜର ଦୁଇ ଭାଇ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ଜନ୍ମଦିନ ମଧ୍ୟ ଆଜି ପାଳନ କରାଯାଉଛି।

ରାକ୍ଷୀରେ ପ୍ଲାଷ୍ଟିକ୍‍ ସଚେତନତା, ମନ ଜିଣୁଛି ବିହନରେ ପ୍ରସ୍ତୁତ ରାକ୍ଷୀ
ଭୁବନେଶ୍ୱର: ଏଥର ରାକ୍ଷୀ ପୂର୍ଣ୍ଣିମା ପାଇଁ ପ୍ଲାଷ୍ଟିକ୍‍ମୁକ୍ତ ପରିବେଶ ଅନୁକୂଳ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଚୌଧୁରୀ ଜ୍ୟୋସ୍ନା ଦାସ। କରୋନା ପାଇଁ ଅବସର ସମୟରେ ତିଆରି କରୁଥିବା ଏହି ରାକ୍ଷୀ ଗ୍ରାହକଙ୍କୁ ବହୁ ମାତ୍ରାରେ ଆକୃଷ୍ଟ କରୁଛି। କଳିଙ୍ଗନଗରରେ ରହୁଥିବା ଜ୍ୟୋତ୍ସ୍ନା କୌଣସି ଚାଇନା ସାମଗ୍ରୀ ମଧ୍ୟ ବ୍ୟବହାର କରୁ ନାହାନ୍ତି। କେବଳ ଅମୃତଭଣ୍ଡା ମଞ୍ଜି, ଧାନ, ଚାଉଳ, ଝୋଟ, ସୂତୁଲି, କଉଡ଼ି, ଶଙ୍ଖ ଆଦି ସାମୁଦ୍ରିକ ଜିନିଷର ବ୍ୟବହାର କରୁଛନ୍ତି। ପ୍ରତିବର୍ଷ ବିଭିନ୍ନ ଜରି କିମ୍ବା ପ୍ଲାଷ୍ଟିକ୍‍ ବ୍ୟବହାରରେ ଟନ୍‍ଟନ୍‍ ରାକ୍ଷୀ ପରିବେଶ ପାଇଁ ବିପଦ ସାଜିଥିବାରୁ ଏଭଳି ପ୍ରାକୃତିକ ସାମଗ୍ରୀରେ ରାକ୍ଷୀ ପ୍ରସ୍ତୁତ କରିବାକୁ ପଦକ୍ଷେପ ନେଇଥିବା କହିଛନ୍ତି ଜ୍ୟୋତ୍ସ୍ନା। ଏହି ରାକ୍ଷୀର ଦାମ୍‍ ୫୦ଟଙ୍କାରୁ ଆରମ୍ଭ ହୋଇ ୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ରାକ୍ଷୀର ଉପହାର ବାକ୍ସ ମଧ୍ୟ ପ୍ରାକୃତିକ ସାମଗ୍ରୀରେ ପ୍ରସ୍ତୁତ କରୁଛନ୍ତି। ହାତ ତିଆରି ହଳଦୀ, ଚନ୍ଦନ, ଚକୋଲେଟ୍‍ ସହ ସୂତୁଲିରେ ଆକର୍ଷଣୀୟ ପ୍ୟାକ୍‍ିଂ କରାଯାଉଛି। ଚଳିତ ବର୍ଷ ୫ଶହ ରାକ୍ଷୀ ପ୍ରସ୍ତୁତ କରିଥିବା କହିଛନ୍ତି ଜ୍ୟୋତ୍ସ୍ନା।

ରାକ୍ଷୀରେ ପୁରାଣ ଛାପ

ସେହିପରି ରାଜଧାନୀର ଜଣେ ପଟ୍ଟଚିତ୍ର ଶିଳ୍ପୀ ନିଆରା ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ଏଥିରେ ପ୍ରାକୃତିକ ରଙ୍ଗ ଏବଂ କାଗଜ ବ୍ୟବହାର ହୋଇଛି। ଯେଉଁଥିରେ ଶଙ୍ଖ, ଚକ୍ର, ଗଦା, ଧନୁ ଆଦି ପୁରାଣ, ଶାସ୍ତ୍ର ସମ୍ପର୍କିର୍ତ ଚିତ୍ର ରହିଛି। ଭଳି ରାକ୍ଷୀ ପ୍ରସ୍ତୁତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିବା ଶିଳ୍ପୀ ହେଉଛନ୍ତି ଆଶିଷ କୁମାର। ଆଶିଷଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର ରାକ୍ଷୀ ଓଡ଼ିଶା ସମେତ ବେଙ୍ଗାଲୁର, ଓଡ଼ିଶା, ନୂଆଦିଲ୍ଲୀ, କର୍ଣ୍ଣାଟକ, ହାଇଦରାବାଦର ଗ୍ରାହକମାନେ ବେଶ୍‍ ପସନ୍ଦ କରିଛନ୍ତି। କେବଳ ଦେଶ ନୁହେଁ ବରଂ ଦେଶ ବାହାରେ ମଧ୍ୟ ଆଶିଷଙ୍କ ରାକ୍ଷୀର ଚାହିଦା ରହିଛି। ଆମେରିକା, ଇଂଲଣ୍ଡରେ ଥିବା ପ୍ରବାସୀ ମାନେ ଓଡ଼ିଶାରେ ରହୁଥିବା ସେମାନଙ୍କ ପରିବାର ପାଇଁ ଆଶିଷଙ୍କ ଠାରୁ ଅନଲାଇନ୍‍ ମାଧ୍ୟମରେ ରାକ୍ଷୀ ଅର୍ଡର କରିଥିବା ସେ କହିଛନ୍ତି। ଏହି ପଟ୍ଟଚିତ୍ର ରାକ୍ଷୀର ଦାମ୍‍ ୫୦ଟଙ୍କାରୁ ଆରମ୍ଭ ହୋଇ ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାସହ ଏକ ପୁଡ଼ିଆରେ ଆବଶ୍ୟକ ସାମଗ୍ରୀ ମଧ୍ୟ ରହିଛି। ଗୋଟିଏ ରାକ୍ଷୀ ତିଆରି କରିବାକୁ ଆଶିଷଙ୍କୁ ପ୍ରାୟ ୧ଘଣ୍ଟା ସମୟ ଲାଗିଥାଏ। ଏ ସମ୍ପର୍କରେ ଆଶିଷ କହିଛନ୍ତି ଯେ, ଜଣେ ଶିଳ୍ପୀ ସର୍ବଦା ନୂତନ ସୃଷ୍ଟି କରିବାକୁ ଚାହେଁ। ତେଣୁ ଏଭଳି ଏକ ପ୍ରୟାସ ଆରମ୍ଭ କରିଥିବା ସେ କହିଛନ୍ତି।

ଏଥିସହ ଧଳାଧାନ, କଳାଧାନ, ନାଲିଧାନ, ବାଜରା, ସୂର୍ଯ୍ୟମୁଖୀ, କଖାରୁ, ଚାରମଗଜ ଇତ୍ୟାଦି ବିହନ ସହ ତୁଳା, କାଠି, କାଗଜ, ନଡ଼ା, ସୂତା ଆଦିକୁ ବ୍ୟବହାର କରି ପରିବେଶକୁ ସୁହାଇଲା ଭଳି ଅର୍ଥାତ୍‍ (ଇକୋ-ଫ୍ରେଣ୍ଡଲି) ଶସ୍ତା ସ୍ୱଦେଶୀ ରାଖୀ ପ୍ରସ୍ତୁତ କରାଯାଇଛି। ପୋଖରୀପୁଟ୍‍ର ଅନସୂୟା ସାହୁ ଏହି ରାକ୍ଷୀ ତିଆରିରେ ଲାଗି ପଡ଼ିଛନ୍ତି। ବିଭିନ୍ନ ପ୍ରକାର ବିହନ, ତୁଳା, କାଠିରେ ପ୍ରସ୍ତୁତ ଭଳିକି ଭଳି ଆକର୍ଷଣୀୟ ସୁନ୍ଦର ରାକ୍ଷୀ ତିଆରି କରି ଏଗୁଡ଼ିକ ରାଜଧାନୀର ପୋଖରୀପୁଟ, ପଟିଆ, ଶୈଳଶ୍ରୀ ବିହାର, ଜଟଣୀ ଇତ୍ୟାଦି ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଛି। ଗତବର୍ଷ କରୋନା ସମୟରୁ ଆରମ୍ଭ ହୋଇଥିବା ଏହି ସ୍ୱଦେଶୀ ମିଶନ୍‍ ଚଳିତବର୍ଷ ମନକୁ ଛୁଇଁଲା ପରି ୯୦ ପ୍ରକାର ରଙ୍ଗର ସୂତାକୁ ରାକ୍ଷୀ ତିଆରିରେ ବ୍ୟବହାର କରାଯାଇଛି। ୨ମାସ ମଧ୍ୟରେ ପାଖାପାଖି ୧ହଜାରରୁ ଊର୍ଦ୍ଧ୍ବ ରାଖୀ ତିଆରି କରି ବିକ୍ରି କରିଛନ୍ତି ଅନସୂୟା। ସ୍ୱଦେଶୀ ଓ ପରିବେଶକୁ ସୁହାଇଲା ଭଳି ସାମଗ୍ରୀର ବ୍ୟବହାର ପାଇଁ ଏକ ନୀରବ ଆନ୍ଦୋଳନ ଗଢି ତୋଳିବାର ଆଭିମୁଖ୍ୟ ସହ ଏ ରାଖୀ ମାଟି ସହ ମଣିଷର ସବୁଜିମାର ସମ୍ପର୍କ ଯୋଡ଼ିବାର ଏକ ପ୍ରୟାସ ବୋଲି ଅନୁସୂୟା କହିଛନ୍ତି। ଆସନ୍ତା ବର୍ଷକୁ ଏହି ସ୍ୱଦେଶୀ ପରିବେଶ ଅନୁକୂଳ ରାକ୍ଷୀ ଭାରତର କୋଣ ଅନୁକୋଣରେ ସୁଲଭ ମୂଲ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବାର ଶ୍ରୀମତୀ ସାହୁ ଲକ୍ଷ୍ୟ ରଖିଛନ୍ତି। ଆତ୍ମନିର୍ଭର ଭାରତ ଯୋଜାନରେ ଆର୍ଥିକ ସହଯୋଗ ମିିଳିଲେ ଅନେକ ମହିଳା ଘରେ ରହି ଜୀବିକା ଉପାର୍ଜନ କରିପାରିବେ ବୋଲି ସେ କହିଛନ୍ତି।

ଆସୁଛି ରାକ୍ଷୀ ପୂର୍ଣ୍ଣିମା: ଭାଇ ପାଇଁ ରାଶି ଅନୁସାରେ ବାଛନ୍ତୁ ରାକ୍ଷୀର ରଙ୍ଗ
ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ, ଭଉଣୀର ସ୍ନେହ ଓ ଶ୍ରଦ୍ଧାର ପର୍ବ। ଏହି ପବିତ୍ର ପର୍ବଟିକୁ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ,  ମୁଣ୍ଡରେ ଚନ୍ଦନ ଓ ଲାଲ ରଙ୍ଗର ଟିକା ଲଗାଇଥାଏ ଓ ମିଠା ଖୁଆଇଥାଏ। ଭାଇଟି ମଧ୍ୟ ଉପଯୁକ୍ତ ଉପହାର ଦେଇ ସାରା ଜୀବନ ନିଜ ଭଉଣୀର ରକ୍ଷା କରିଥାଏ। ଭଉଣୀ ନିଜ ଭାଇର ଦୀର୍ଘାୟୁ କାମନା କରିଥାଏ। ଏହି ପର୍ବଟିକୁ ସମସ୍ତ ହିନ୍ଦୁ ମାନେ ଖୁବ ଆଡ଼ମ୍ବର ସହ ପାଳନ କରିଥାଆନ୍ତି।  ଏହି ଦିନ ଘରେ ବହୁ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏହି ପର୍ବ ସ୍ନେହ, ପ୍ରେମ, ପବିତ୍ରତା , ସମ୍ମାନ ଆଦିର ସନ୍ଦେଶ ଦେଇଥାଏ। ଏହି ରାକ୍ଷୀରେ ଭଉଣୀର ଭଲ ପାଇବା ,ମଙ୍ଗଳ କାମନା ଜଡ଼ିତ ହୋଇଥାଏ ଯାହା ଏହି ସଂପର୍କକୁ ସୁଦୃଢ଼ କରି ଦେଇଥାଏ।

କେଉଁ ରାଶି ପାଇଁ  କେଉଁ ରଙ୍ଗର ରାକ୍ଷୀ ପିନ୍ଧିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଭାଇର ଆୟୁ ବୃଦ୍ଧି ଓ ଉନ୍ନତି ହୋଇଥାଏ। ଜାଣନ୍ତୁ …

ରାଶି ଅନୁସାରେ ରାକ୍ଷୀର ରଙ୍ଗ

ମେଷ, ସିଂହ ରାଶି – ଲାଲ ରଙ୍ଗ

ବିଛା  ରାଶି- ଗୋଲାପୀ ରଙ୍ଗ

ବୃଷଭ, ତୁଳା ରାଶି  – ଧଳା କିମ୍ବା ପାଉଁଶିଆ ରଙ୍ଗ

ମିଥୁନ ରାଶି – ସବୁଜ ରଙ୍ଗ

କନ୍ୟା ରାଶି- କମଳା ରଙ୍ଗ

କର୍କଟ , ଧନୁ, ମୀନ ରାଶି – ହଳଦିଆ ରଙ୍ଗ

ମକର , କୁମ୍ଭ ରାଶି – ନୀଳ ରଙ୍ଗ

ସ୍ବାବଲମ୍ବୀ ହେଉଛନ୍ତି ମହିଳା: ନିଜେ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି ରାକ୍ଷୀ, ମନମୋହୁଛି ସବାଇ ଘାସ ଓ ମାଟିରେ ପ୍ରସ୍ତୁତ ସ୍ବତନ୍ତ୍ର ବନ୍ଦାପନା ଥାଳି
ବାଲେଶ୍ଵର: ଆଉ ଦିନ କେଇଟା ରାକ୍ଷୀ ପୂର୍ଣ୍ଣିମା। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବର ସହରର ଆଇଟିଆଇ ଛକ, ଷ୍ଟେସନ ଛକ, ଫାଣ୍ଡି ଛକ, ସିନେମା ଛକ, ବିବେକାନନ୍ଦ ମାର୍ଗ ଆଦି ଛକରେ ରାକ୍ଷୀ ଦୋକାନର ପସରା ମେଲିଗଲାଣି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତି ଦୋକାନରେ ରହିଛି ରକମ ରକମର ରାକ୍ଷୀ। କିନ୍ତୁ ସହରରେ ପ୍ରଥମଥର ମହିଳାଙ୍କ ନିଆରା ରାକ୍ଷୀ ଦୋକାନ ଖୋଲିଛି। ଯେଉଁଠି ଗ୍ରାହକଙ୍କ ଗହଳି ବେଶ ଜମୁଛି। ନିଆରା ରାକ୍ଷୀ ଦୋକାନରେ ରହିଛି ଭଳି କି ଭଳି ନୂଆ ରାକ୍ଷୀ। କେବଳ ଖାଲି ରାକ୍ଷୀ ନୁହେଁ ରାକ୍ଷୀ ସହ ସ୍ବତନ୍ତ୍ର ବନ୍ଦାପନା ଥାଳି ମଧ୍ୟ ରହିଛି। ସବୁଠୁ ବଡ କଥା ହେଉଛି ଦୋକାନରେ ଥିବା ରାକ୍ଷୀଗୁଡ଼ିକ ମହିଳାମାନେ କଲିକତା କିମ୍ବା ଦିଲ୍ଲୀରୁ ଆଣି ବିକ୍ରି କରୁନାହାନ୍ତି ବରଂ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ନିଜେ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ପ୍ରଥମଥର ପାଇଁ ଏଭଳି ରାକ୍ଷୀ ପ୍ରସ୍ତୁତିର ନିଆରା ପ୍ରୟାସ କରିଛନ୍ତି ବାଲେଶ୍ବରର ମହିଳା। ଯାହାର ଚାହିଦା ଢ଼େର ଅଧିକ ରହିଥିବା ଦେଖିବକୁ ମିଳିଛି।

ଜିଲ୍ଲାର ୧୨ ହଜାରରୁ ଅଧିକ ମହିଳା ବିଭିନ୍ନ ବ୍ଲକରେ ରାକ୍ଷୀ ତିଆରି କରୁଛନ୍ତି। ଏନେଇ ମହିଳାଙ୍କୁ ତାଲିମ ଦତଆଯାଇଥିବା ବେଳେ ସଦର ବ୍ଲକରେ ଥିବା ପ୍ରାୟ ଦୁଇ ଶହ ମହିଳା ୟୁଟ୍ୟୁବ୍ ଦେଖି ରାକ୍ଷୀ ତିଆରି କରୁଛନ୍ତି। ମହିଳାମାନେ ଅର୍ଗାନିକ୍ ରଙ୍ଗ ବ୍ୟବହାର କରି ସବାଇ,ଝୋଟ, ବେବି, ମେକ୍ରୋମ୍(ମଲମଲ ସୂତା), ଧାନ, ଉଲେନ୍ ଆଦିରେ ରାକ୍ଷୀ ତିଆରି କରୁଛନ୍ତି। ଯାହାର ୧୦ ରୁ ଆାମ୍ଭ କରି ୩୦ ଟଙ୍କା ମଧ୍ୟରେ ରହିଛି। ରାକ୍ଷୀ ପାଇଁ ସ୍ବତନ୍ତ୍ର ବନ୍ଦାପନା ଥାଳି ମଧ୍ୟ ରହିଛି। ଯେଉଁ ଥାଳିରେ ରାକ୍ଷୀ, ମାଟି ଦୀପ, ଚକୋଲେଟ୍ ଓ ଗଣେଶଙ୍କ ମୂର୍ତ୍ତି ପ୍ୟାକ୍ ହୋଇ ରହିଛି। ଯାହାର ମୂଲ୍ୟ ଶହେ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ପରର୍ଯ୍ଯନ୍ତ ରହିଛି। ଔପଦାରେ ମହିଳାମାନେ ମାଟିରେ ଅର୍ଥାତ ଟେରାକୋଟାରେ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ ବନ୍ଦାପନା ଥାଳି, ବାଲିଆପଳରେ ସବାଇ ଘାରୁ ବନ୍ଦାପନା ଥାଳି, ସଦର ବ୍ଲକ କଷିପଦାରେ ମଲମଲ ସୂତା ଓ ଉଲ୍ ରେ ରାକ୍ଷୀ, ସୋର ଓ ବାହାନାଗରେ ଝୋଟରେ ରାକ୍ଷୀ, ବାମପଦାରେ ଜଉକଣ୍ଢେଇ, ପଞ୍ଚଲିଙ୍ଗେଶ୍ବରରେ ଧାନରେ ରାକ୍ଷୀ କାମ କରୁଛନ୍ତି ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା। ତେବେ ମାଟିିରେ ପ୍ରସ୍ତୁତ ବନ୍ଦାପନା ଥାଳି ପରେ ରୁୁୁଟି ତିଆରି ତାଓ୍ବା ଭାବେ ବ୍ୟବହାର କରିହେବ। କଲିକତା ଓ ଦିଲ୍ଲୀରୁ ରାକ୍ଷୀ ପାଇଁ ସମସ୍ତ ସାମଗ୍ରୀ ଆଣି ମହିଳାମାନେ ତିଆରି କରୁଛନ୍ତି। ବାଲେଶ୍ବର ସହରରେ ବିବେକାନନ୍ଦ ମାର୍ଗରେ ଏକ ଦୋକାନ ରହିଛି। ବହୁ କମ ଦର ସୁନ୍ଦର ରାକ୍ଷୀ ମିଳିୁଥିବର ଯୋଗୁଁ ଗ୍ରାହକମାନେ ବେଶ ଆଗ୍ରହର ସହ କିଣୁଛନ୍ତି।।ତେବେ ଏସବୁ କାମ ପାଇଁ ଓରମାସ୍ ତରଫରୁ ମହିଳାମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।