Kali Puja - The Sakala
ଭଦ୍ରକ: ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ସାତ ଦିନରେ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’। କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଦର୍ଶନ ଦେଉଥିବା ବେଳେ ଅନ୍ୟ ସମସ୍ତ ଦିନ ଶାନ୍ତ ରୂପରେ ଦର୍ଶନ ଦିଅନ୍ତି।
ମା’ କାଳୀଙ୍କ କଥା ଆସିଲେ ସବୁବେଳେ ମନରେ ଆସେ ଉଗ୍ରରୂପାଙ୍କ ବିଷୟରେ । ଗଳାରେ ନରମୁଣ୍ଡ ମାଳୀ, ଲାଲ ରଙ୍ଗର ଜିହ୍ୱା ଆଉ ବଡ଼ ବଡ଼ ଚକ୍ଷୁର କଥା। କିନ୍ତୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ କ୍ଷେତ୍ରରେ ଏସବୁ କଥା ଅଲଗା । ଏଠାରେ ମା’ ବର୍ଷ ତମାମ ଶାନ୍ତ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶର ଗୋଟିଏ ଦିନ ଉଗ୍ରରୂପା ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ।
ଗୁରୁବାର ଠାରୁ ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆରମ୍ଭ ହୋଇଛି। ସାଳନ୍ଦୀ ନଦୀର ଆହାରପଦା ଘାଟରୁ ଆରମ୍ଭ ହୋଇଛି ମାନସିକ କଳସ ଶୋଭଯାତ୍ରା। ପ୍ରଥମ ଦିନରେ ମାଆ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଶୁକ୍ରବାର ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ପରେ ପରେ ରାଜ ରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଜଗଦ୍ଧାତ୍ରୀ ବେଶ, ମହାସରସ୍ୱତୀ ବେଶ ଓ ଶେଷ ଦିନରେ ମହଲଷ୍ମୀ ବେଶରେ ଦର୍ଶନ ଦେବେ ମାଆ। ପ୍ରତ୍ୟେକ ଦିନ ଆୟୋଜିତ ହେଉଥିବା ବେଶରେ ସ୍ୱତନ୍ତ୍ରତା ରହିଛି। ଅନ୍ତିମ ଦିବସରେ ପାଳନ ହେବ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଦିବସ । ସପ୍ତଦିବସୀୟ ପୂଜା ପାଇଁ ମା’ ଭଦ୍ରକାଳୀଙ୍କ ପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି
ଶେଷ ପର୍ଯ୍ୟାୟରେ କାଳୀପୂଜା ପ୍ରସ୍ତୁତି: ୧୦ ଦିନରେ ୧୦ ବେଶରେ ଦର୍ଶନ ଦେବେ ମା’ କାଳୀ
ଭୁବନେଶ୍ୱର: ଆଉ ମାତ୍ର ୨ଦିନ ପରେ ପୂଜା ପାଇବେ ମା’ କାଳୀ। ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହରର ଦେବପୀଠ ଓ ପୂଜା ମଣ୍ଡପଗୁଡ଼ିକ ରଙ୍ଗୀନ ଆଲୋକମାଳାରେ ଝଲସିଲାଣି। ଲାଇଟ୍‌‌ ଗେଟ୍‌‌ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ରାସ୍ତାଘାଟ ବି ସଜ୍ଜା ଆରମ୍ଭ ହୋଇଛି। ବରମୁଣ୍ଡା କାଳୀ ମନ୍ଦିର, ସତ୍ୟନଗର କାଳୀ ମନ୍ଦିର, ଗଜପତି ନଗର ଦକ୍ଷିଣକାଳୀ ମନ୍ଦିର, ଆନନ୍ଦବଜାର କାଳୀମନ୍ଦିର ସହ ବିଭିନ୍ନ ପୂଜାମଣ୍ଡପରେ ପ୍ରତିବର୍ଷ ମା’ କାଳୀ ପୂଜା ପାଉଥିବା ବେଳେ ଏଥର ମଧ୍ୟ ଏହି ସ୍ଥାନଗୁଡ଼ିକରେ ପୂଜା ପାଇବେ ମା’। ସତ୍ୟନଗର, ବରମୁଣ୍ଡା ଓ ଗଜପତିନଗରସ୍ଥିତ ଦେବୀଙ୍କ ପୀଠରେ ୧୨ ତାରିଖ ରାତିରୁ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ।
ସତ୍ୟନଗର କାଳୀ ପୀଠରେ ମା’ଦଶ ମହାବିଦ୍ୟା ବେଶରେ ଭୂଷିତ ହୋଇ ଦର୍ଶନ ଦେବେ। ୧୨ଟି ରାଶି ଅନୁଯାୟୀ ମା’ ପ୍ରତିଦିନ ଦର୍ଶନ ଦେବେ। ଏହାସହ ୧୦ ଦିନରେ ୧୦ଟି ବେଶ ଦେଖିବେ ଶ୍ରଦ୍ଧାଳୁ। ତେବେ ଦୀପାବଳିରେ ମା’ ମହାକାଳୀ ବେଶରେ ଦର୍ଶନ ଦେବେ। ଏହି ଦିନରେ ଶ୍ରଦ୍ଧାଳୁମାନେ ମାନସିକ ପୂରଣ ପାଇଁ ଅଖଣ୍ଡ ଦୀପ ଜାଳି ପୀଠରେ ବସିବେ ବୋଲି ପୂଜା କମିଟିର ସମ୍ପାଦକ ଅଶୋକ ସ୍ୱାଇଁ କହିଛନ୍ତି। ସେହିପରି ସହିଦ୍‌‌ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ମା’ କାଳୀଙ୍କ ପୂଜାବିଧି ଅନୁଯାୟୀ ଚଣ୍ଡୀପାଠ, ହୋମ ଓ ପରମ୍ପରା ଅନୁଯାୟୀ ପାଣିକଖାରୁ ବଳି ଦିଆଯିବ। ଏହାସହ ୟୁନିଟ୍‌‌ ୬ସ୍ଥିତ ମା’ ରକ୍ଷାକାଳୀଙ୍କ ପୀଠରେ ମା’ଙ୍କର ବତିଶ ଉପଚାର ପୂଜା କରାଯିବ। ସକାଳୁ ବରୁଣ ପୂଜା କରାଯିବା ପରେ ସୂର୍ଯ୍ୟପୂଜା, ଗାୟତ୍ରୀ ପୂଜା କରାଯିବ। ପରେ ମା’ଙ୍କ ନିକଟରେ ମଧ୍ୟାହ୍ନ ଆଳତି କରାଯାଇ ଠିଆ ପହୁଡ଼ କରାଯିବ। ଏହା ପରେ ଶୃଙ୍ଗାର କରାଯିବ। ଅର୍ଦ୍ଧରାତ୍ରରେ ଯୋଗିନୀ ପୂଜା, ଯଜ୍ଞ, ବଳିଦାନ ଓ ୧୦୦୮ ବଳିଦାନ କରାଯିବ। ଏହାପରେ ମା’ଙ୍କ ପୂର୍ଣ୍ଣାହୂତି କରାଯାଇ ବିସର୍ଜନ କରାଯିବ। ସମାନ ଭାବେ ପ୍ରତିବର୍ଷ ଭଳି ଏଥର ମଧ୍ୟ ବରମୁଣ୍ଡାସ୍ଥିତ ଦକ୍ଷିଣକାଳୀ ଠାକୁରାଣୀଙ୍କ ପୀଠରେ ମହାକାଳୀ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା ସମିତି ସଭ୍ୟ ଓ ବରମୁଣ୍ଡା ଗ୍ରାମବାସୀଙ୍କ ସହଯୋଗରେ ଅଧିବାସ, ଅଙ୍କୁରାରୋପଣ ଓ କଳସ ଶୋଭାଯାତ୍ରା କରାଯିବ। କାଳୀପୂଜା ପୂର୍ବଦିନ ପାର୍ଶ୍ୱ ଦେବଦେବୀଙ୍କ ପୂଜା ଓ ୨୪ରେ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ବିଭିନ୍ନ ପୂଜାମଣ୍ଡପରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ସହ ଭକ୍ତମାନଙ୍କ ଗହଳିକୁ ନିୟନ୍ତ୍ରଣ କରାଯିବାକୁ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୁଲିସ କର୍ମଚାରୀ ଉପସ୍ଥିତ ରହିବେ। ବିଭିନ୍ନ ପୂଜା ମଣ୍ଡପ ପରିସରରେ ଫୁଡଷ୍ଟଲ ସାଙ୍ଗକୁ ମୀନାବଜାର, ରାମଦୋଳିର ମଜା ନେବେ ଶ୍ରଦ୍ଧାଳୁ।
ସରିଲା ଭଦ୍ରକର ପ୍ରସିଦ୍ଧ କାଳୀପୂଜା: ବିଧି ରକ୍ଷା ପାଇଁ ଭଷଣାରେ ପାରମ୍ପରିକ ବାଦ୍ୟ ବଜାଇବାକୁ ଅନୁମତି
ଭଦ୍ରକ: ଆଜି ସରୁଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ଏଥର ତିନି ଦିନରେ ସରିଛି କାଳୀପୂଜା । ପୂର୍ବରୁ ଦଶ ଦିନ ଧରି ପାଳିତ ହୁଏ ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା କାଳୀଙ୍କୁ ଆଜି ମେଲାଣି ଦିଆଯାଉଛି । ପୂଜା କମିଟି ଗୁଡିକ ମା’ଙ୍କୁ ବିସର୍ଜନ କରିଛନ୍ତି ।
ତେବେ ଭସାଣି ଶୋଭାଯାତ୍ରାରେ ସୀମିତ ସଂଖ୍ୟକ କର୍ମକର୍ତ୍ତାକୁ ନେଇ ଭଷାଣ ଆୟୋଜିତ ହୋଇଛି । ବିଧି ରକ୍ଷା ପାଇଁ ପାରମ୍ପରିକ ବାଦ୍ୟ ବଜାଇ ମା କାଳୀଙ୍କୁ ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ଦିଆଯାଇଛି ।
ପାର୍ବଣ ପାଇଁ ଗାଇଡଲାଇନ: କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି, ଭକ୍ତଙ୍କୁ ବାରଣ
ଭୁବନେଶ୍ୱର: ପାର୍ବଣ  ପାଇଁ  ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି ।
ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇ ପାରିବ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆୟୋଜକ ଅନୁମତି ନେବେ । ଭିଡ଼ ଏଡ଼ାଇବା ପାଇ ପୂଜା ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ । ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ଗୋଟିଏ ସମୟରେ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ମଣ୍ଡପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି ।
ସେହିପରୁ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି ଦିଆଯାଇଛି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ହୋଇପାରିବ ପୂଜା ।
କୌଣସି ବିସର୍ଜନରେ ଶୋଭାଯାତ୍ରା ହୋଇପାରିବ ନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷ ତିଆରି କରିଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ପାର୍ବଣ ବେଳେ କୌଣସି ସଂଗୀତ କିମ୍ବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ୟ୍ୟକ୍ରମ ହେବ ନାହିଁ । କେହି ଆଇନର ଉଲ୍ଲଂଘନ କଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଏସଆରସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।