Ganesh Chaturthi - The Sakala
ଭାରତୀୟ ସଂସ୍କୃତିରେ ବିଘ୍ନରାଜ ବିନାୟକ ସର୍ବ ପୂଜ୍ୟ ଗଣ ଦେବତାର ଆସନ ଅଳଙ୍କୃତ କରି ଶ୍ରୀଗଣେଶ ନାମରେ ଖ୍ୟାତ ହୋଇଛନ୍ତି। ଭାରତୀୟ ଧର୍ମ ଧାରାରେ ବୈଦିକ କାଳରୁ ଶ୍ରୀଗଣପତିଙ୍କ ଉପାସନାର ଉନ୍ମେଷ ଘଟିଥିବା ଜଣାଯାଏ। ବୈଦିକ ମନ୍ତ୍ରରେ ଗଣପତିଙ୍କୁ ସର୍ବ ସିଦ୍ଧଦାତା, ସର୍ବ ମଙ୍ଗଳମୟ ରୂପେ ଅଭିହିତ କରାଯାଇଛି। ସେ ବୈଦିକ ଦେବତା ଅଗ୍ରପୂଜ୍ୟ ବିଘ୍ନ ବିନାଶକାରୀ ବିନାୟକ। ସେ ବକ୍ରତୁଣ୍ଡ ଓ ସର୍ବ କାର୍ଯ୍ୟ ସିଦ୍ଧିଦାତା ଗଣେଶ ଭାବରେ ଆରାଧିତ ହୋଇ ଆସୁଛନ୍ତି। ଆଦି ଦେବତା ଭାେବ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହ‌ନ କରାଯାଏ । ଗଜାନନଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ବିବାହ ହେଉ କି ବ୍ରତ ଘର କି ଘର ପ୍ରତିଷ୍ଠା ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ପୂଜା କରାଯିବା ବିଧି ରହିଛି। ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଗଣେଶ ପୂଜା ସର୍ବଭାରତୀୟ ପୂଜା ଭାବରେ ପ୍ରସିଦ୍ଧି ଲାଭ କରି ଆସିଛି। ଶ୍ରୀଗଣେଶ ବିଦ୍ୟାଦାତା ଓ ସିଦ୍ଧି ଦାତା ଭାବେ ବିଦ୍ୟାର୍ଥୀମାନଙ୍କ ଦ୍ବାରା ପୂଜିତ ହୋଇଥାନ୍ତି। ଖାସ୍‌ ସେଥିପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳନ କରାଯାଏ। ସମସ୍ତ ପ୍ରକାର ଫଳ, ଚୁଡା ଘଷା, ବେସନ ସେଉ, ବୁନ୍ଦି ଗଣେଶଙ୍କୁ ଭୋଗ ରୂପେ ଅର୍ପଣ କରାଗଲେ ବି ମୋଦକ ଓ ରାଶିଲଡ଼ୁ ତାଙ୍କର ପ୍ରିୟ ଭୋଗ। ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ହୋଇଥିବାବେଳେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଗଣେଶ ପୂଜା ପ୍ରସିଦ୍ଧ ।
ଶିବ ପୁରାଣ ଅନୁଯାୟୀ, ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବଦାନ ଦେଲେ। ପାର୍ବତୀ ତାଙ୍କୁ ଦ୍ୱାର ଜଗାଇ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ୍‌ ସେହି ସମୟରେ ମହାଦେବ ସେଠାକୁ ଆସି ଭିତରକୁ ପ୍ରବେଶ କରିବାରୁ ବାଳକ ଗଣେଶ ନିଜ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ। ମହାଦେବ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଗଣେଶଙ୍କ ଶିରଚ୍ଛେଦନ କଲେ। ପରେ ପାର୍ବତୀଙ୍କ ନିକଟରୁ ଶ୍ରୀଗଣେଶଙ୍କ ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି। ଏହା ଦେଖି ମାତା ପାର୍ବତୀ ଅଧୀର ହୋଇ ପଡ଼ିଥିଲେ। ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ । ସୃଷ୍ଟିକୁ ଧ୍ବଂସ କରି ଦେବାକୁ କହିଥିଲେ। ପାର୍ବତୀଙ୍କୁ ସୃଷ୍ଟି କର୍ତ୍ତା ବ୍ରହ୍ମା ବୁଝାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ସମ୍ମୁଖରେ ପାର୍ବତୀ ଦୁଇଟି ସର୍ତ୍ତ ରଖିଥିଲେ । ପ୍ରଥମେ ଗଣେଶଙ୍କୁ ଜୀବ ଦାନ ଦିଆଯିବ ଅନ୍ୟଟି ସେ ଅଗ୍ରପୂଜ୍ୟ ହେବେ। ଏଥିରେ ବ୍ରହ୍ମା ରାଜି ହୋଇଥିଲେ। ଅପରପକ୍ଷରେ ଶିବ ଗଣେଶଙ୍କୁ ଜୀବଦାନ ଦେବା ପାଇଁ ତାଙ୍କ ଅନୁଚରଙ୍କୁ ପଠାଇ ଯେଉଁ ପ୍ରାଣୀକୁ ପ୍ରଥମେ ଦେଖିବ ଯିଏକି ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୋଇଥିବ ତା’ର ଶିର ଛେଦନ କରି ନେଇ ଆସିବ ବୋଲି କହିଥିଲେ। ଶିବଦୂତ ଏକ ହାତୀ ମୁଣ୍ଡ ଆଣି ଆସିଥିଲେ। ବିଘ୍ନେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡଟିକୁ ଲଗାଇ ତାଙ୍କୁ ଜୀବନ୍ୟାସ ପ୍ରଦାନ କରାଯାଇଥିଲା । ଏହାପରେ ସେ ଗଜାନନ ନାମରେ ନାମିତ ହୋଇଥିଲେ ଓ ଅଗ୍ରପୂଜ୍ୟ ଭାବେ ପୂଜା ପାଇଥିଲେ। ପୌରାଣିକ ମତେ, ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ପିଲା ଖଡ଼ି ଧରିବା (ଅକ୍ଷର ଲେଖା ଶିଖିବା) ଆରମ୍ଭ କରନ୍ତି। ସମୂହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାମଣ୍ଡପମାନଙ୍କରେ ଆୟୋଜିତ ହୁଏ। ଭକ୍ତି ସହକାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କଲେ ମାନବର ସମସ୍ତ ଆଶା ଆକାଂକ୍ଷା ପ୍ରଭୁଙ୍କ ଦ୍ବାରା ପୂର୍ଣ୍ଣ ହୋଇଥାଏ ବୋଲି ଭାରତୀୟ ଜନମାନସରେ ବିଶ୍ବାସ ରହିଛି।
ଧରାପୃଷ୍ଠରେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ
ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ବିଶେଷକରି ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ଚତୁର୍ଥୀ ମହାଆଡ଼ମ୍ବରରେ ପାଳନ କରାଯାଏ।ଶାସ୍ତ୍ର ଅନୁସାରେ, ଭଗବାନ ଶ୍ରୀଗଣେଶ ବିଦ୍ୟା ଓ ବୁଦ୍ଧି ଦାତା, ବିଘ୍ନ ବିନାଶକ ଓ ମଙ୍ଗଳକାରୀ। କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ହିନ୍ଦୁ ଘରର ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଖୋଜାପଡ଼େ ଅଗ୍ରପୂଜ୍ୟ ବକ୍ରତୁଣ୍ଡଙ୍କୁ,କାରଣ ପୁରାଣ ମତ ଦିଏ ସେ ଅଗ୍ରପୂଜ୍ୟ ଏବଂ ଗଣମାନଙ୍କର ସେନାପତି ଓ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କୁ ଆରାଧନା କରିବାଦ୍ବାରା ସେ କାର୍ଯ୍ୟ ବିନା ବାଧାବିଘ୍ନରେ ସୁଚାରୁରୂପେ ସମ୍ପାଦନ ହୋଇଥାଏ। ତାଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।
ଶିବ ପୁରାଣ ଅନୁଯାୟୀ, ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବଦାନ ଦେଲେ। ପାର୍ବତୀ ଗଣେଶଙ୍କୁ ଦ୍ୱାର ଜଗାଇ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ୍‌ ସେହି ସମୟରେ ମହାଦେବ ସେଠାକୁ ଆସି ଭିତରକୁ ପ୍ରବେଶ କରିବାରୁ ବାଳକ ଗଣେଶ ନିଜ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ। ମହାଦେବ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଗଣେଶଙ୍କ ଶିରଚ୍ଛେଦନ କଲେ। ପରେ ପାର୍ବତୀଙ୍କ ନିକଟରୁ ଶ୍ରୀଗଣେଶଙ୍କ ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି। ଏହା ଦେଖି ମାତା ପାର୍ବତୀ ଅଧୀର ହୋଇ ପଡିଥିଲେ। ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ। ସୃଷ୍ଟିକୁ ଧ୍ବଂସ କରି ଦେବାକୁ କହିଥିଲେ। ପାର୍ବତୀଙ୍କୁ ସୃଷ୍ଟି କର୍ତ୍ତା ବ୍ରହ୍ମା ବୁଝାଇବାକୁ ଚେଷ୍ଟା କରିଥିଲେ । ତାଙ୍କ ସମ୍ମୁଖରେ ପାର୍ବତୀ ଦୁଇଟି ସର୍ତ୍ତ ରଖିଥିଲେ। ପ୍ରଥମେ ଗଣେଶଙ୍କୁ ଜୀବଦାନ ଦିଆଯିବ ଏବଂ ଅନ୍ୟଟି ସେ ଅଗ୍ରପୂଜ୍ୟ ହେବେ । ଏଥିରେ ବ୍ରହ୍ମା ରାଜି ହୋଇଥିଲେ। ଅପରପକ୍ଷରେ ଶିବ ଗଣେଶଙ୍କୁ ଜୀବଦାନ ଦେବା ପାଇଁ ତାଙ୍କ ଅନୁଚରଙ୍କୁ ପଠାଇ ଯେଉଁ ପ୍ରାଣୀକୁ ପ୍ରଥମେ ଦେଖିବ, ଯିଏକି ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୋଇଥିବ ତା’ର ଶିର ଛେଦନ କରି ନେଇ ଆସିବ ବୋଲି କହିଥିଲେ। ଶିବଦୂତ ଏକ ହାତୀ ମୁଣ୍ଡ ଆଣି ଆସିଥିଲେ। ଗଣେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡଟିକୁ ଲଗାଇ ତାଙ୍କୁ ଜୀବନ୍ୟାସ ପ୍ରଦାନ କରାଯାଇଥିଲା। ଏହାପରେ ସେ ଗଜାନନ ନାମରେ ନାମିତ ହୋଇଥିଲେ ଓ ଅଗ୍ରପୂଜ୍ୟ ଭାବେ ପୂଜା ପାଇଥିଲେ । ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, କଦଳୀ ଆଦି ଭୋଗ ଲାଗି ହୋଇଥାଏ ।
ଗଣେଶଙ୍କର ଅନେକ ନାମ ଅଛି, କିନ୍ତୁ ୧୨ଟି ନାମ ପ୍ରସିଦ୍ଧ : ସୁମୁଖ, ଏକଦନ୍ତ, କପିଳ, ଗଜକର୍ଣ୍ଣକ, ଲମ୍ବୋଦର, ବିକଟ, ବିଘ୍ନନାଶକ, ବିନାୟକ, ଧୂମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର ଓ ଗଜାନନ। ଗଣେଶ ଚତୁର୍ଥୀ ଦିନ ପିଲା ଖଡ଼ି ଧରିବା ଆରମ୍ଭ କରନ୍ତି। ସମୂହ ଖଡ଼ିଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାମଣ୍ଡପମାନଙ୍କରେ ଆୟୋଜିତ ହୁଏ। ଏହି ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ସରିବା ପରେ ବଟ ଗଣେଶ, ନୃତ୍ୟ ଗଣପତି, ଭଣ୍ଡ ଗଣେଶଙ୍କ ମନ୍ଦିରରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇଥାଏ। ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ବେହେରା କରଣମାନଙ୍କ ମାଦଳାପାଞ୍ଜି ରଖା ଯାଇ ତହିଁ ଉପରେ ପତନି ଓ ପୁଷ୍ପମାଲ୍ୟ ଲାଗି ପୂର୍ବକ ଶୀତଳ ଭୋଗ ଓ ବନ୍ଦାପନା ସରିବା ପରେ ପ୍ରଶାସନ ପକ୍ଷରୁ ଯୋଗାଇଥିବା ୨୨ଟି ନଡ଼ିଆ ଉକ୍ତ ବେହେରା କରଣମାନେ ଭାଙ୍ଗିଥାନ୍ତି ଓ ଏହାକୁ ପ୍ରସାଦ ରୂପେ ସେବନ ମଧ୍ୟ କରାଯାଇଥାଏ।
ନିଜ ରାଶି ଅନୁଯାୟୀ କରନ୍ତୁ ଗଣେଶ ପୂଜା
ବିଘ୍ନହର୍ତ୍ତା ଶ୍ରୀଗଣେଶ ଅଗ୍ରପୂଜ୍ୟ। ତାଙ୍କୁ ଆରାଧନା କରିବା ଦ୍ବାରା ଜୀବନରେ ଆସୁଥିବା ସବୁ ବାଧାବିଘ୍ନ ଦୂରେଇ ଯାଇଥାଏ। ଶ୍ରୀଗଣେଶଙ୍କ ପୂଜାରେ ମନ୍ଦାର, ଦୂର୍ବା, ମୋଦକ, ଲଡ଼ୁ ଇତ୍ୟାଦି ମୁଖ୍ୟ ଏବଂ ମିଷ୍ଟାନ୍ନ ଭୋଗ କରିବା ଦ୍ବାରା ବିଶେଷ କୃପାଲାଭ ହୋଇଥାଏ। ଆଶିଷ ପାଇବା ପାଇଁ ତଥା ସବୁ ମନସ୍କାମନା ଶୀଘ୍ର ପୂର୍ଣ୍ଣ ପାଇଁ ନିଜ ନିଜର ରାଶି ଅନୁସାରେ ଶ୍ରୀଗଣେଶଙ୍କ କେଉଁ ରୂପକୁ ଆରାଧନା କରିବେ ଏବଂ କେଉଁ ଭୋଗ ସମର୍ପଣ କରିବେ, ତାହା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ।
* ମେଷ ରାଶିର ବ୍ୟକ୍ତିମାନେ ବକ୍ରତୁଣ୍ଡ ସ୍ବରୂପକୁ ପୂଜା କରିବା କରିବା ସହିତ ଭୋଗରେ ଗୁଡ଼ର ବ୍ୟବହାର କରିବା ଉଚିତ।
* ବୃଷ ରାଶିର ଜାତକମାନେ ଶ୍ରୀଗଣେଶଙ୍କ ବିନାୟକ ରୂପକୁ ପୂଜାର୍ଚ୍ଚନା କରିବା ଶୁଭ ହୋଇଥାଏ ଏବଂ ମିଶ୍ରି ଭୋଗ କରନ୍ତୁ।
* ମିଥୁନ ରାଶିର ବ୍ୟକ୍ତି ଶ୍ରୀଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଉପାସନା କରିବା ଉଚିତ ଏବଂ ମୁଗରେ ତିଆରି ଭୋଗ ସହିତ ମୋଦକ ଅର୍ପଣ କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୁଏ।
* କର୍କଟ ରାଶିର ଲୋକମାନେ ବକ୍ରତୁଣ୍ଡ ସ୍ବରୂପକୁ ପୂଜା କରିବା ସହିତ ମିଶ୍ରି ଭୋଗ ସହିତ ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ।
* ସିଂହ ରାଶିର ବ୍ୟକ୍ତି ଶ୍ରୀଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଉପାସନା କରିବା ସହିତ ବେସନ ଓ ମୋତିଚୁର ଲଡ଼ୁ ଭୋଗ ଲଗାନ୍ତୁ।
* କନ୍ୟା ରାଶିର ବ୍ୟକ୍ତିମାନେ ମଧ୍ୟ ମିଳିତ ଭାବେ ଶ୍ରୀଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଉପାସନା କରିବା ଦ୍ବାରା ଶୁଭଫଳ ପ୍ରାପ୍ତ ହୁଏ। କ୍ଷୀରୀ ଭୋଗ ଲଗାନ୍ତୁ।
* ତୁଳା ରାଶିର ବ୍ୟକ୍ତି ବକ୍ରତୁଣ୍ଡ ରୂପକୁ ପୂଜା କରିବା ସହିତ ନଡ଼ିଆ ଲଡ଼ୁ ଭୋଗ ଲଗାଇବା ଦ୍ବାରା ଶୁଭ ହୋଇଥାଏ।
* ବିଛା ରାଶିର ଲୋକମାନେ ଶ୍ବେତାର୍କ ଗଣେଶଙ୍କୁ ପୂଜା କରିବା ସହିତ ଲାଲ୍‌ ରଙ୍ଗର ଫୁଲ ଏବଂ ମୋତିଚୁର ଲଡ଼ୁ ଭୋଗ ଲଗାନ୍ତୁ।
* ଧନୁ ରାଶିର ବ୍ୟକ୍ତି ଲକ୍ଷ୍ମୀ-ଗଣେଶଙ୍କ ଉପାସନା କରିବା ସହିତ ବେସନ ଲଡ଼ୁ ଭୋଗ ଲଗାଇବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରେ।
* ମକର ରାଶିର ଜାତକ ଶକ୍ତି ବିନାୟକଙ୍କ ଆରାଧନା ସହ ମୋଦକ ଓ ଅଳେଇଚ ଭୋଗ ଲଗାନ୍ତୁ।
* କୁମ୍ଭ ରାଶିର ବ୍ୟକ୍ତିମାନେ ମଧ୍ୟ ଶକ୍ତି ବିନାୟକଙ୍କ ପୂଜା କରିବା ସହିତ ବେସନ ଲଡ଼ୁ ଭୋଗ ଚଢ଼ାନ୍ତୁ।
* ମୀନ ରାଶିର ବ୍ୟକ୍ତି ହରିଦ୍ରା ଗଣେଶଙ୍କ ପୂଜା କରିବା ସହିତ ଲଡ଼ୁ ଭୋଗ ଓ ମହୁ ଅର୍ପଣ କରିବ ଦ୍ବରା ଶୁଭ ଫଳ ପ୍ରାପ୍ତ କରିଥାନ୍ତି।
ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ, ରାଜନୀତିକ ମହଲ ସରଗରମ
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଦେଖାଯାଇଥିବା ଉଷ୍ମତା ଏବେ ଆହୁରି ବଢିଛି। ବିଶେଷତଃ ଅପ୍ରତ୍ୟାଶିତ ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ଆସନ୍ତା ୧୮ ତାରିଖରୁ ଡକାଯାଇଥିବା ସ୍ବତନ୍ତ୍ର ଅଧିବେଶନକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ଏହି ଉଷ୍ମତା ଦେଖାଯାଇଛି। ୨୦୨୪ ନିର୍ବାଚନକୁ ନେଇ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ମୁମ୍ବାଇଠାରେ ଆୟୋଜିତ ବୈଠକରେ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦିଆଯାଇଥିଲା। କିନ୍ତୁ ଏହାର ଠିକ୍‌ ପରେ ପରେ କେନ୍ଦ୍ର ସରକାର ସ୍ବତନ୍ତ୍ର ଅଧିବେଶନକୁ ନେଇ ଘୋଷଣା କରିବା ପରେ ସବୁ ବିରୋଧୀ ଦଳ ପୁଣିଥରେ ବିଜେପି ସରକାରକୁ ନିଶାଣ କରିବା ଆରମ୍ଭ କରିଦେଇଛନ୍ତି। ଏହାପରେ ପରେ ପୁଣି ଆଉ କିଛି ବିଷୟକୁ ନେଇ ରାଜନୀତିକ ବାଦବିବାଦ ଆରମ୍ଭ ହୋଇଛି।
ଡିଏମକେ ମନ୍ତ୍ରୀ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ସନାତନ ଧର୍ମ ବିରୋଧରେ ବୟାନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷ ହୋଇ ନଥିବା ବେଳେ ଦେଶର ନାମ ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ କରିବା ପ୍ରସଙ୍ଗ ମଧ୍ୟ ଏବେ ରାଜନୀତିକ ମହଲକୁ ଆହୁରି ସରଗରମ କରିଛି। ଆଗାମୀ ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ନେଇ ସମ୍ବିଧାନରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ଆଣିପାରନ୍ତି ବୋଲି ସମ୍ଭାବନା ରହିଥିବାରୁ ବିରୋଧୀ ପକ୍ଷ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ସେହିପରି ସନାତନ ପ୍ରସଙ୍ଗକୁ ନେଇ ଶାସକ ଗୋଷ୍ଠୀ  ମଧ୍ୟ ବିରୋଧୀଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମୁହଁ ଖୋଲି ନଥିଲା ବେଳେ ବୁଧବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସନାତନ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଉତ୍ତର ଦେବାକୁ କହିବା ରାଜନୀତିକ ମହଲକୁ ଆହୁରି ଉଷ୍ମ କରିଛି। ଅନ୍ୟପକ୍ଷରେ ଶାସକ ଦଳକୁ ଘେରିବାକୁ ବିରୋଧୀ ଦରଦାମ ବୃଦ୍ଧି, ମଣିପୁର ହିଂସା, ଚୀନ୍‌ ସୀମା ବିବାଦ ଭଳି ୯ଟି ପ୍ରସଙ୍ଗ ଉତ୍‌ଥାପନ କରିବେ ବୋଲି ସୂଚନା ମିଳିଛି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏନେଇ ବୁଦବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୀବା ସହିତ ଏହି ୯ଟି ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା କରିବାକୁ ଦାବି କରିଛନ୍ତି। ସ୍ବତନ୍ତ୍ର ଅଧିବେଶନରେ ୨୪ଟି ଦଳ ଏକାଠି ହେବେ ବୋଲି କୁହାଯାଇଛି।
ଭାରତରେ ପ୍ରତିଟି କୋଣରେ ଶ୍ରୀଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ। ଏହି ସବୁ ମନ୍ଦିରରେ ଗଣପତିଙ୍କ ଆରାଧନା ବର୍ଷ ତମାମ କରାଯାଏ। ତେବେ, ଦେଶରେ ଏଭଳି ଏକ ମନ୍ଦିର ଅଛି, ଯାହା କେବଳ ଗଣେଶ ଚତୁର୍ଥୀ ଦିନ ହିଁ ଖୋଲିଥାଏ। ଶ୍ରୀଗଣେଶଙ୍କର ଏହି ଅନନ୍ୟ ମନ୍ଦିରଟି ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ, ଯାହାକି ଉଚ୍ଛିଷ୍ଟ ଗଣପତି ମନ୍ଦିର ଭାବରେ ଖ୍ୟାତ। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ, ଏହା କେବଳ ବର୍ଷକୁ ୧୨ ଘଣ୍ଟା ପାଇଁ ଖୋଲିଥାଏ। ଗଣେଶ ଚତୁର୍ଥୀ ଦିନ ପ୍ରାତଃ ୬ ଘଟିକାରୁ ସନ୍ଧ୍ୟା ୬ ଟା ସମୟ ପର୍ଯ୍ୟନ୍ତ ଏହି ମନ୍ଦିରରେ ଗଣପତିଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ। କେବଳ ସେତିକି ନୁହେଁ, ଏହି ମନ୍ଦିର କପାଟ ଖୋଲିବା ପୂର୍ବରୁ, ଯଜ୍ଞକୁଣ୍ଡରେ ଦଶ ହଜାର ଆହୁତି ଅର୍ପଣ କରାଯାଏ। ଗଣେଶ ଚତୁର୍ଥୀ ଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥା’ନ୍ତି। କୁହାଯାଏ ଯେ, ଯେଉଁମାନଙ୍କର ବିବାହରେ ବାଧା ଉପୁଜୁଛି, ସେମାନେ ବପ୍ପାଙ୍କ ପ୍ରିୟ ଦୂବ ଓ ସିନ୍ଦୂର ଅର୍ପଣ କରିବା ଦ୍ବାରା ବିବାହ ଶୀଘ୍ର ହୋଇଯାଇଥାଏ। ଏହାବ୍ୟତୀତ, ଯେଉଁମାନଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖାଦେଇଥାଏ, ସେମାନେ ଏପରି କରିବା ଦ୍ବାରା ଶୁଭ ଫଳ ମିଳିଥାଏ। ପାଟିରେ ପାନ, ଗୁଆ, ଗୁଜୁରାତି ଆଦି ରଖି ଉଚ୍ଛିଷ୍ଟ ଗଣେଶଙ୍କୁ ଦର୍ଶନ କରିବାର ନିୟମ ରହିଛି।
ଏଥର ପୁଷ୍ପା ଗଣେଶର ଚାହିଦା
ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଓହ୍ଲାଇବେ ଗଣପତି ବାପ୍ପା। ଏଥିପାଇଁ ଗଣେଶ ମୂର୍ତ୍ତି ପ୍ରସ୍ତୁତି ଜୋର୍‍ ଧରିଛି। ମୂର୍ତ୍ତି ତିଆରି ପାଇଁ କାରିଗରମାନେ ମଧ୍ୟ ଖୁବ୍‍ ତତ୍ପର ହୋଇପଡ଼ିଛନ୍ତି। ଦୁଇବର୍ଷ ଧରି ମହାମାରୀ ଲାଗି ରହିଥିବାରୁ ଏବର୍ଷ ମୂର୍ତ୍ତି ବିକ୍ରି ନେଇ ଆଶା ଭରିଛନ୍ତି କାରିଗର। ରାତି ଦିନ ଏକକରି କାରିଗର ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ। ଛଣପଟ ବନ୍ଧାଯାଇ ତା ଉପରେ ମାଟି ଲେପ କାମ ବହୁ ପୂର୍ବରୁ ସରିଛି। ତା’ ଉପରେ ଖଡ଼ି କାମ ସରିବା ପରେ ମୂର୍ତ୍ତିଗୁଡ଼ିକରେ ରଙ୍ଗଦିଆ କାମ ହେବ। ବିଭିନ୍ନ ଡିଜାଇନ୍‍ର ସିଂହାସନରେ ବିରାଜିବେ ଗଜାନନ। ଏଥିସହ ମୂଷାମାନେ ଗଜାନନଙ୍କୁ ଉଡ଼ାଇ ନେବା ଭଳି ମୂର୍ତ୍ତିର ଦୃଶ୍ୟ ଦର୍ଶକଙ୍କ ପାଇଁ ଅନ୍ୟ ଆକର୍ଷଣ ପାଲଟିବ।
ଏହାସହିତ ରହିଛି ମୟୁର ସିଂହାସନରେ ଗଜାନନ, କୃଷ୍ଣଭାବ ମୂର୍ତ୍ତିରେ ଗଜାନନ, ବମ୍ବେ ମଡେଲ ଗଜାନନ ଏବଂ ବିଭିନ୍ନ ଜନ୍ତୁଙ୍କ ଉପରେ ବିରାଜିଥିବା ଗଜାନନ। ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବିଭିନ୍ନ ସ୍ଥାନରେ ଏବେ ଚାଲିଛି। ପୁରୁଣା ଭୁବନେଶ୍ୱର, ଜୟଦେବ ବିହାର, ଖଣ୍ଡଗିରି ଆଦି ସ୍ଥାନରେ ଗଣେଶଙ୍କ ମୂର୍ତ୍ତି ତିଆରି କରାଯାଉଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମୂର୍ତ୍ତି ନିର୍ମାଣ ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗରୁ କାରିଗରମାନେ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି। ଏହାସହିତ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନଜରରେ ରଖି ମୂର୍ତ୍ତି ନିର୍ମାଣ କରାଯାଇଥାଏ ବୋଲି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଆଗକୁ ଗଣେଶ ପୂଜା ଆସୁଥିବାରୁ ମୂର୍ତ୍ତି ଗଢ଼ିବାରେ ଲାଗିପଡ଼ିଛନ୍ତି କାରିଗର।
ଗତବର୍ଷ ଆରମ୍ଭ କରିଦେଇଥିଲେ ମୂର୍ତ୍ତି ଗଢ଼ିବା, ମାତ୍ର କିଛି ବି ବିକ୍ରି ହୋଇ ନ ପାରିବାରୁ କ୍ଷତି ସହିଥିଲେ। ଗତବର୍ଷ ବଡ଼ ବଡ଼ ମୂର୍ତ୍ତି ପରିବର୍ତ୍ତେ ମୂର୍ତ୍ତିକାର ଛୋଟ ମୂର୍ତ୍ତି ନିର୍ମାଣ କରିଥିଲେ। କିନ୍ତୁ ଚଳିତବର୍ଷ ବଡ଼ବଡ଼ ମୂର୍ତ୍ତି ତିଆରି ଆରମ୍ଭ କରିଦେଇଛନ୍ତି। ସେହିପରି ସ୍କୁଲ, କଲେଜ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ନେଇ କୌଣସି ନିଷ୍ପତ୍ତି ହୋଇ ନ ଥିବାରୁ ତଥାପି ଦ୍ୱନ୍ଦ୍ୱରେ ଅଛନ୍ତି ମୂର୍ତ୍ତିକାର। ଆଗକୁ ଖୁଦୁରୁକୁଣି, ଦୁର୍ଗାପୂଜା ଆସୁଥିବାରୁ, ମୂର୍ତ୍ତି ତିଆରି ଏବଂ ବିକ୍ରି ପାଇଁ କାରିଗର ଲାଗିପଡ଼ିଛନ୍ତି। ସେହିପରି ଏବର୍ଷ ୧୦ଫୁଟ୍‍, ୨୦ଫୁଟ୍‍ ଓ ୫୦ଫୁଟ୍‍ର ଥିମ୍‍ ଗଣେଶ ତିଆରି ଚାଲିଛି। ଏମିତିକି ପୁଷ୍ପା ଗଣେଶ ଅଧିକ ଚାହିଦାରେ ରହିଛି ବୋଲି ମୂର୍ତ୍ତିକାର ଶ୍ରୀପତି ରଣା କହିଛନ୍ତି।
ପବିତ୍ର ଗଜାନନଙ୍କ ପୂଜାରେ ପୁର ପଲ୍ଲୀ ଉତ୍ସବ ମୁଖର
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍ଥାନରେ ବିଘ୍ନରାଜ ଗଣେଶଙ୍କ ପୂଜା ପାଳିତ ହୋଇଛି। କରୋନା ମହାମାରୀ ଯୋଗୁଁ ସରକାରୀ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବରରେ ପୂଜା ହୋଇଛି। ବିଦ୍ଯାଳୟମାନଙ୍କରେ ଶିକ୍ଷାର୍ଥୀ, ଅଭିଭାବାକ, ପରିଚାଳକ କମିଟି ସଭ୍ଯ ଏବଂ କିଛି ଜାଗାରେ କେବଳ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଗଣେଶଙ୍କୁ ପୂଜାର୍ଚ୍ଚନା କରିଛନ୍ତି।
ସମ୍ପୃକ୍ତ ବ୍ଲକର ସିଆଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ଥ ଓରାଗ୍ରାମ କିଷାନ ସେବା ଯୁବ ସଙ୍ଗଠନ, ଅଣୁଆ ବିନାୟକ କ୍ଲବ, ଗୋପାଳପୁର ନେତାଜୀ କ୍ଲବ , ରତାମାଟି ମହାବୀର କ୍ଲବ, ମୋରଡା, ମାଲୁଦ ରାଜାବଜାର, ଆଜାଦହିନ୍ଦ କ୍ଲବ ପ୍ରଭୃତି ପ୍ରାୟ ସମସ୍ତ ଗ୍ରାମର ଯୁବ ସଙ୍ଗଠନ ଗୁଡିକରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।
ବିଦ୍ଯାଳୟରେ ଶିକ୍ଷାର୍ଥୀଙ୍କୁ ପୂଜାରେ ଯୋଗଦେବା ପାଇଁ ବାରଣ ହୋଇଥିବାରୁ କିଛି ସ୍ଥାନରେ ଶିକ୍ଷାର୍ଥୀମାନେ ମିଶି ପୂଜା କରିଥିବା ଦେଖିବାକୁ ମିଳିଛି।
ପାର୍ବଣ ପାଇଁ ଗାଇଡଲାଇନ: କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି, ଭକ୍ତଙ୍କୁ ବାରଣ
ଭୁବନେଶ୍ୱର: ପାର୍ବଣ  ପାଇଁ  ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି ।
ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇ ପାରିବ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆୟୋଜକ ଅନୁମତି ନେବେ । ଭିଡ଼ ଏଡ଼ାଇବା ପାଇ ପୂଜା ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ । ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ଗୋଟିଏ ସମୟରେ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ମଣ୍ଡପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି ।
ସେହିପରୁ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି ଦିଆଯାଇଛି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ହୋଇପାରିବ ପୂଜା ।
କୌଣସି ବିସର୍ଜନରେ ଶୋଭାଯାତ୍ରା ହୋଇପାରିବ ନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷ ତିଆରି କରିଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ପାର୍ବଣ ବେଳେ କୌଣସି ସଂଗୀତ କିମ୍ବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ୟ୍ୟକ୍ରମ ହେବ ନାହିଁ । କେହି ଆଇନର ଉଲ୍ଲଂଘନ କଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଏସଆରସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।