dussehra - The Sakala

କଟକରେ ଦଶହରା ନେଇ ବ୍ୟାପକ ବ୍ୟବସ୍ଥା: ପୂଜା ଓ ଭସାଣ ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ
କଟକ: ଆସନ୍ତାକାଲି ଠାରୁ ଦୁର୍ଗାପୂଜା ଆରମ୍ଭ ହେଉ ଥିବା ବେଳେ ପୂଜା ତଥା ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଏ ନେଇ ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ଏକ ପୁଲିସ ବ୍ରିଫିଙ୍ଗର ଆୟୋଜନ କରାଯାଇ ଥିଲା । ଏହି ବ୍ରିଫିଙ୍ଗରେ ପୁଲିସ କମିଶନରଙ୍କ ସହ କଟକ ଡିସିପି, ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଦଶହରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ କର୍ମଚାରୀମାନେ ଯୋଗ ଦେଇଥିଲେ।

ଏହି ବ୍ରିଫିଙ୍ଗରେ ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ ସହରରେ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ, ୬୩୬ ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ୍ବ କନେଷ୍ଟବଳ, ୧୪୦ ଜଣ ହାବିଲଦାର, ୩୫୦ ସବ ଇନେସ୍ପେକ୍ଟର, ୫୦ରୁ ଉର୍ଦ୍ଧ୍ବ ଇନିସପେକଟର, ୩୪ ଜଣ DSP, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆ ଯାଇଛି । ଏହା ସହିତ ୬ ଶହ ସିସିଟିଭିକୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ସହରର ୩୨ଟି ସ୍ଥାନରେ ପୁଲିସ ଏଡ଼ ପୋଷ୍ଟ କରାଯାଇଛି।

ବିଶେଷକରି ସୁନା ଓ ରୁପା ମେଢ ମଣ୍ଡପ ଗୁଡିକରେ ସଶସ୍ତ୍ର ପୁଲିସ ମୁତୟନ ସହ ପୂଜା ମଣ୍ଡପର କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା । ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମଣ୍ଡପ ତଥା ମଣ୍ଡପ ବାହାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ।

ବର୍ଷାରେ ଭିଜିବ ଦଶହରା ବଜାର, ନବମୀ ଓ ଦଶମୀ ଦିନ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ବର୍ଷାରେ ଭିଜିବ ଦଶହରା । ପୂଜା ବଜାରକୁ ପାଣିଚିଆ ଓ ଫିକା କରିବ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ନେଇ ଆଶଙ୍କା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କାଲିଠୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଅକ୍ଟୋବର ୩ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ। ଏହା ଆନ୍ଧ୍ର ଉପକୂଳର କ୍ରମଶଃ ନିକଟତର ହୋଇ ୬ ତାରିଖରେ ଗୁଜୁରାଟ ଆଡ଼କୁ ଯିବ। ଏହାର ପ୍ରଭାବରେ ଅକ୍ଟୋବର ୨ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ହାଲୁକାରୁ ସ୍ୱଳ୍ପ (୫-୨୦ମିମି) ବର୍ଷା ହେବ। ୩ ତାରିଖରେ ବର୍ଷା ବଢ଼଼ିବ । ୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ପୁରୀ, ଜଗତସିଂହପୁର, ଗଞ୍ଜାମ ଏବଂ କନ୍ଧମାଳକୁ ସତର୍କତା ଜାରି କରାଯାଇଥିବା ବେଳେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୪-୬ ପର୍ଯ୍ୟନ୍ତ ଉପକୂଳରେ ଗଞ୍ଜାମରୁ ବାଲେଶ୍ୱର ମଧ୍ୟମରୁ ଭାରି ବର୍ଷା ହେବ। ସେହିପରି ସୀମାନ୍ତବର୍ତ୍ତି ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ଏବଂ ବାକି ଆଭ୍ୟନ୍ତରୀଣରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ନବମୀ ଓ ଦଶମୀରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।

ଦେବୀଙ୍କ ଗଳାରେ ଶୋଭାପାଉଛି ୪ କୋଟିର ଟଙ୍କା ମାଳ
ତେଲେଙ୍ଗାନା କନ୍ୟାକା ପରମେଶ୍ବରୀ ମନ୍ଦିରରେ ଦେବୀଙ୍କ ଗଳାରେ ଫୁଲ ମାଳ ପରିବର୍ତ୍ତେ ଶୋଭାପାଉଛି ଟଙ୍କା ମାଳ। ଆର୍ଯ୍ୟ ବ୍ୟାସ ସଂଘମ ନାମକ ଏକ ବ୍ୟବସାୟିକ ସଂଗଠନ ପକ୍ଷରୁ ଏହିଭଳି ଏକ ନିଆରା ମାଳ ଦେବୀଙ୍କୁ ଅର୍ପଣ କରାଯାଇଛି। ତେବେ ଦେବୀଙ୍କ ବେକରେ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନୋଟର ହାର ନବରାତ୍ରିର ପଞ୍ଚମ ଦିନରେ ଦେଖିବାକୁ ମିଳିଥିଲା । ଏହି ଦିନ ମନ୍ଦିରରେ ଦେବୀଙ୍କୁ ‘ମହାଲକ୍ଷ୍ମୀ’ଙ୍କ ଅବତାରରେ ପୂଜା କରାଯାଏ । କେବଳ ଦେବୀ ନୁହଁନ୍ତି, ପୂରା ମନ୍ଦିରକୁ ମଧ୍ୟ ଏହି ଅବସରରେ ଟଙ୍କାରେ ସୁନ୍ଦର ଭାବେ ସଜା ଯାଇଥିଲା। ଉକ୍ତ ଟଙ୍କା ମାଳରେ ୫୦୦, ୧୦୦ ଓ ୨୦ ଟଙ୍କିଆ ନୋଟ୍ ସାମିଲ ଥିଲା । ଅବଶ୍ୟ ଟଙ୍କା ଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମନ୍ଦିର ସେହିଦିନ ରାତିରେ ଏ ସବୁ ଟଙ୍କା ଫେରସ୍ତ କରିଛନ୍ତି। ଉକ୍ତ ମନ୍ଦିରକୁ ପ୍ରଥମଥର ପାଇଁ ଟଙ୍କାରେ ସଜାଯାଇ ନାହିଁ, ବରଂ ଗତବର୍ଷ ୧.୧ କୋଟି ଟଙ୍କାରେ ମାଳ ତିଆରି କରାଯାଇ ଠାକୁରାଣୀ ଓ ମନ୍ଦିରକୁ ସଜାଯାଇଥିଲା। ଅବଶ୍ୟ ଗତବର୍ଷ ତୁଳନାରେ ଚଳିତବର୍ଷ ଟଙ୍କାର ପରିମାଣ ବୃଦ୍ଧି ପାଇ ୪ କୋଟିରେ ପହଞ୍ଚିଛି ।

ଆସନ୍ତାକାଲି ଦଶହରା ଉପଲକ୍ଷେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ:ଆସନ୍ତାକାଲି ଦଶହରା ଉପଲକ୍ଷେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଭକ୍ତ। ଦଶହରାରେ ଶ୍ରୀଜୀଉଙ୍କ ସୁନାବେଶ କରାଯିବ । ସେହିଭଳି ୧୬ ତାରିଖ ଶନିବାର ଦିନ ଗୋଷାଣି ଭଷାଣିକୁ ନେଇ ଦିନ ୧୨ରୁ ବନ୍ଦ ରହିବ ଶ୍ରୀମନ୍ଦିର । ଭଷାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସଂଶୋଧିତ ଏସଓପି ଅନୁସାରେ କାର୍ତ୍ତିକ ମାସରେ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ମନ୍ଦିର। ପ୍ରତି ରବିବାର ବନ୍ଦ ରହିବ ଜଗା ଦର୍ଶନ। ଏହିଦିନ ମନ୍ଦିରକୁ ସାନିଟାଇଜ୍ କରାଯିବ। କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ। କୋଭିଡ଼ କଟକଣାକୁ ନେଇ ଆଗରୁ ଯେଉଁ ଗାଇଡ଼ଲାଇନ ଜାରି ହୋଇଥିଲା ତାହା ବଳବତର ରହିବ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ପୂଜା ପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

ପାର୍ବଣ ପାଇଁ ଗାଇଡଲାଇନ: କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି, ଭକ୍ତଙ୍କୁ ବାରଣ
ଭୁବନେଶ୍ୱର: ପାର୍ବଣ  ପାଇଁ  ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି ।

ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇ ପାରିବ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆୟୋଜକ ଅନୁମତି ନେବେ । ଭିଡ଼ ଏଡ଼ାଇବା ପାଇ ପୂଜା ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ । ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ଗୋଟିଏ ସମୟରେ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ମଣ୍ଡପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି ।

ସେହିପରୁ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି ଦିଆଯାଇଛି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ହୋଇପାରିବ ପୂଜା ।

କୌଣସି ବିସର୍ଜନରେ ଶୋଭାଯାତ୍ରା ହୋଇପାରିବ ନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷ ତିଆରି କରିଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ପାର୍ବଣ ବେଳେ କୌଣସି ସଂଗୀତ କିମ୍ବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ୟ୍ୟକ୍ରମ ହେବ ନାହିଁ । କେହି ଆଇନର ଉଲ୍ଲଂଘନ କଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଏସଆରସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।