Human Rights - The Sakala

ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ
ଛତିଶଗଡ଼ର ବଳରାମପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାକାର ଏକ ପଞ୍ଚାୟତ ଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ପରିବାର ବିରୋଧରେ ଏକ ଅମାନବୀୟ ନିଷ୍ପତ୍ତି ଶୁଣାଇଛି। ପଞ୍ଚାୟତ ପକ୍ଷରୁ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ସମାଜରୁ ବାସନ୍ଦ ବା ଏକଘରକିଆ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ସମାଜକୁ ଫେରିବା ପାଇଁ ପଞ୍ଚାୟତ ପକ୍ଷରୁ ଅତ୍ୟନ୍ତ ଅପମାନଜନକ ସର୍ତ୍ତ ମଧ୍ୟ ରଖାଯାଇଛି।

ଅପମାନଜନକ ସର୍ତ୍ତ ଓ ଦଣ୍ଡ ବିଧାନ

ମିଳିଥିବା ସୂଚନା ଅନୁଯାୟୀ, ୱାଡ୍ରଫନଗର ବିକାଶଖଣ୍ଡ ଅନ୍ତର୍ଗତ ଏକ ଗାଁରେ ସରପଞ୍ଚ ଏହି ତୋଗଲକି ଫରମାନ ଜାରି କରିଛନ୍ତି। ଅଭିଯୋଗ ହୋଇଛି ଯେ, ସରପଞ୍ଚ ପୀଡ଼ିତାଙ୍କ ପରିବାର ସାମନାରେ କିଛି ଅଜବ ସର୍ତ୍ତ ରଖିଛନ୍ତି। ଯଦି ପରିବାର ଲୋକେ ନିଜର "ଭୁଲ" ସ୍ୱୀକାର କରନ୍ତି, ତେବେ ସେମାନଙ୍କୁ ପୂରା ଗାଁ ଲୋକଙ୍କ ଗୋଡ଼ ଧୋଇ ସେହି ପାଣିରେ ଗାଧୋଇବାକୁ ପଡ଼ିବ। ଏହା ବ୍ୟତୀତ ଦଣ୍ଡ ସ୍ୱରୂପ ପୂରା ସମାଜକୁ ଖାସି ମାଂସ ଓ ମଦର ଭୋଜି ଦେବାକୁ ମଧ୍ୟ କୁହାଯାଇଛି। ଏହି ନିଷ୍ପତ୍ତି ପରେ ପରିବାରକୁ ଗାଁର ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ ଉତ୍ସବ ଏବଂ ସାମୁଦାୟିକ ଗତିବିଧିରୁ ଦୂରେଇ ରହିବାକୁ ବାଧ୍ୟ କରାଯାଇଛି।

ନ୍ୟାୟ ମାଗିବାରୁ ମିଳିଲା ଦଣ୍ଡ

ଘଟଣାଟି ବସନ୍ତପୁର ଥାନା ଅଞ୍ଚଳର। ସୂଚନା ମୁତାବକ, ଗାଁର ଜଣେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିଲା ଏବଂ ସେ ବର୍ତ୍ତମାନ ଗର୍ଭବତୀ ଥିବା କୁହାଯାଉଛି। ଯେତେବେଳେ ପୀଡ଼ିତାଙ୍କ ପରିବାର ପୋଲିସରେ ଅଭିଯୋଗ କରି ଅଭିଯୁକ୍ତ ବିରୋଧରେ ଏଫଆଇଆର (FIR) ଦାୟର କଲେ, ସେତେବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଜେଲ ପଠାଇଥିଲା। କିନ୍ତୁ ଏହାପରେ ଗାଁରେ ପଞ୍ଚାୟତ ବସିଥିଲା। ପଞ୍ଚାୟତରେ ସରପଞ୍ଚ ଓ କିଛି ଗ୍ରାମବାସୀ ଓଲଟା ପୀଡ଼ିତାଙ୍କ ପରିବାରକୁ ଦୋଷୀ ସାବ୍ୟସ୍ତ କରି ଏଭଳି ସାମାଜିକ ଦଣ୍ଡ ଶୁଣାଇଥିଲେ।

ବର୍ତ୍ତମାନ ପୀଡ଼ିତା ଓ ତାଙ୍କ ପରିବାର ଏହି ଘଟଣା ନେଇ ଏସଡିଓପି (SDOP) କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ସେମାନେ ପ୍ରଶାସନ ନିକଟରେ ନ୍ୟାୟ ଭିକ୍ଷା କରିବା ସହ ଅଭିଯୁକ୍ତ ଓ ପଞ୍ଚାୟତର ଏଭଳି ବେଆଇନ ନିଷ୍ପତ୍ତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଇରାନରେ ଜଳୁଛି ପ୍ରତିବାଦର ନିଆଁ: ୨୫୦୦ରୁ ଊର୍ଦ୍ଧ୍ୱ ମୃତ, ଟ୍ରମ୍ପ ଓ ନେତାନ୍ୟାହୁଙ୍କୁ ‘ହତ୍ୟାକାରୀ’ କହିଲା ଇରାନ
ନୂଆଦିଲ୍ଲୀ: ଇରାନରେ ଚାଲିଥିବା ସରକାର ବିରୋଧୀ ଆନ୍ଦୋଳନ ଏବେ ଭୟଙ୍କର ରୂପ ଧାରଣ କରିଛି। ଦେଶର ବିଭିନ୍ନ ସହରରେ ପୋଲିସ୍ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି। ଆମେରିକାର ମାନବାଧିକାର ସଂସ୍ଥା ‘ହ୍ୟୁମାନ୍ ରାଇଟ୍ସ ଆକ୍ଟିଭିଷ୍ଟ୍‌ ନିୟୁଜ୍ ଏଜେନ୍ସି’ର ରିପୋର୍ଟ ଅନୁଯାୟୀ, ବୁଧବାର ସକାଳ ସୁଦ୍ଧା ଇରାନରେ ମୃତ୍ୟୁସଂଖ୍ୟା ୨,୫୭୧ ରେ ପହଞ୍ଚିଛି। ଗତ କିଛି ଦଶନ୍ଧି ମଧ୍ୟରେ ଇରାନରେ ହୋଇଥିବା ଏହା ସବୁଠାରୁ ବଡ଼ ନରସଂହାର ଏବଂ ୧୯୭୯ର ଇସଲାମିକ୍ ବିପ୍ଳବ ସମୟର ଅରାଜକତାକୁ ମନେ ପକାଇ ଦେଉଛି।

ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ମଧ୍ୟ ଇରାନ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ। ଇରାନର ସୁପ୍ରିମ୍ ନ୍ୟାସନାଲ୍ ସିକ୍ୟୁରିଟି କାଉନସିଲର ସେକ୍ରେଟେରୀ ଅଲି ଲାରିଜାନି ଆମେରିକା ଓ ଇସ୍ରାଏଲକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଇରାନବାସୀଙ୍କ ମୃତ୍ୟୁ ପାଇଁ ମୁଖ୍ୟତଃ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦାୟୀ। ଅନ୍ୟପକ୍ଷରେ, ଇରାନର ସରକାରୀ ଟିଭି ଚ୍ୟାନେଲ୍ ପ୍ରଥମ ଥର ପାଇଁ ମୃତ୍ୟୁ ଖବରକୁ ସ୍ୱୀକାର କରି ଦେଶରେ ଅନେକ ଲୋକ ଶହୀଦ ହୋଇଥିବା କହିଛି।

ଡିସେମ୍ବର ଶେଷ ଆଡକୁ ଅର୍ଥନୀତିର ଦୁର୍ବଳ ଅବସ୍ଥାକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ସମ୍ପୂର୍ଣ୍ଣ ରାଜନୈତିକ ରୂପ ନେଇଛି। ରାଜଧାନୀ ତେହେରାନରେ ଲୋକମାନେ ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ କାମନା କରି ନାରାବାଜି କରୁଛନ୍ତି, ଯାହା ଇରାନରେ ଏକ ଗୁରୁତର ଅପରାଧ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଦର୍ଶନକାରୀଙ୍କୁ ସମର୍ଥନ ଜଣାଇ ସେମାନଙ୍କୁ "ଦେଶଭକ୍ତ" ବୋଲି ସମ୍ବୋଧନ କରିଛନ୍ତି ଏବଂ ହତ୍ୟାକାଣ୍ଡ ନରୋକିବା ପର୍ଯ୍ୟନ୍ତ ଇରାନ ଅଧିକାରୀଙ୍କ ସହ ଆଲୋଚନା ବନ୍ଦ କରିବାକୁ ଘୋଷଣା କରିଛନ୍ତି।

ପ୍ରାୟ ୫ ଦିନ ପରେ ଇରାନରେ ଫୋନ୍ ସେବା ସ୍ୱାଭାବିକ ହେବା ପରେ ସେଠାକାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ତେହେରାନରେ ସରକାରୀ କୋଠା ଓ ଏଟିଏମ୍ ଜଳିଯାଇଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକେ ଏବେ ଆମେରିକାର ସାମରିକ ଆକ୍ରମଣ ଆଶଙ୍କାରେ ଭୟଭୀତ ଅଛନ୍ତି। ଯୁବବର୍ଗ ହତାଶ ଥିଲେ ମଧ୍ୟ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ବାଂଲାଦେଶରେ ପୁଣି ବଢୁଛି ରାଜନୈତିକ ଅସ୍ଥିରତା, ସେନା ହାତକୁ ଚାଲିଯିବ କି କ୍ଷମତା !
ଢାକା : ୨୦୨୪ରେ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଅନ୍ତରୀଣ ସରକାର ମୁଖ୍ୟ ଭାବେ ନୋବେଲ ବିଜେତା ମହମ୍ମଦ ୟୁନୁସ୍ ଦାୟିତ୍ବ ନେଇଥିଲେ। ହସିନା ପଦ ଛାଡିବା ପୂର୍ବରୁ ପ୍ରାୟ ୪ ମାସ ଧରି ବାଂଲାଦେଶରେ ଲାଗି ରହିଥିବା ହିଂସା ଏବଂ ଅସ୍ଥିରତା ବନ୍ଦ ହେବା ସହିତ ସାନି ନିର୍ବାଚନ କରାଯାଇ ରାଜନୈତିକ ସ୍ଥିରତା ଅଣାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଇତିମଧ୍ୟରେ ୮ ମାସ ବିତିଥିଲେ ମଧ୍ୟ ବାଂଲାଦେଶ ସ୍ଥିତିରେ ସେଭଳି କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ନାହିଁ। ବରଂ ବେଳକୁ ବେଳ ସ୍ଥିତି ଆହୁରି ସଙ୍ଗିନ ହେବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ, କୌଣସି ମୁହୂର୍ତ୍ତରେ ସେନା ହାତକୁ କ୍ଷମତା ଚାଲିଯିବାର ଆଶଙ୍କାକୁ ବି ଏଡାଇ ଦିଆଯାଇ ପାରୁନାହିଁ।

ବର୍ତ୍ତମାନ ଢାକାରେ ବିଭିନ୍ନ କଠୋରବାଦୀ ଇସ୍‌ଲାମିକ ସଙ୍ଗଠନ ପକ୍ଷରୁ ଭାରତ ବିରୋଧୀ ବିକ୍ଷୋଭ ଓ ଶୋଭାଯାତ୍ରାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା ବେଳେ ସେନା ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଗୋଟିଏ ପକ୍ଷରେ ସେନା ବିରୋଧରେ ଛାତ୍ର ନେତା ନାହିଦ ଇସଲାମଙ୍କ ନବଗଠିତ ନ୍ୟାସନାଲ ସିଟିଜେନ ପାର୍ଟି (ଏନସିପି)ଗମ୍ଭୀର ଅଭିଯୋଗ ଆଣିଛି। ଶେଖ ହାସିନାଙ୍କ ଦଳ ଆୱାମୀ ଲିଗ୍ ନୂଆ ନାମକରଣ କରାଯାଇ ଏହି ଦଳକୁ ପୁଣି ବାଂଲାଦେଶ ରାଜନୀତିରେ ସକ୍ରିୟ କରିବାକୁ ସେନା ପ୍ରସ୍ତାବ ଦେଇଥିବା ଦଳୀୟ ନେତା ଅଭିଯୋଗ କରିଛନ୍ତି। ଆୱାମୀ ଲିଗ୍‌କୁ ପୁଣି କ୍ଷମତାକୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି ବୋଲି ନାହିଦ କହିଛନ୍ତି।

କେବଳ ସେତିକି ନୁହେଁ , ଭାରତ ସହାୟତାରେ ସେନା ବାଂଲାଦେଶରେ ଭିନ୍ନ କାର୍ଯ୍ୟକ୍ରମ ଚଳାଇଛି ବୋଲି ଦଳ କହିଛି। ଏହା ବ୍ୟତୀତ ପାଲେଷ୍ଟାଇନରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଭାରତରେ ମୁସଲମାନଙ୍କ ଉପରେ ଆକ୍ରମଣକୁ ନିନ୍ଦା କରି କେତେକ ଗୋଷ୍ଠୀ ହିଂସା ଭିଆଇବା ପାଇଁ ମସୁଧା କରୁଥିବା ଜଣାପଡ଼ିବା ପରେ ଢାକା ସମେତ ଅନ୍ୟ କେତେକ ପ୍ରମୁଖ ସହରରେ ସେନା ହାଇଆଲର୍ଟରେ ରହିଛି। କେବଳ ସେତିକି ନୁହେଁ, ସେନା ବିରୋଧରେ ମଧ୍ୟ ଖୋଲାଖୋଲି ଭାବେ ଆନ୍ଦୋଳନ କରିବାକୁ କିଛି ଗୋଷ୍ଠୀ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ସଭର ସ୍ଥିତ ବାଂଲାଦେଶ ସେନାର ସବୁଠୁ ଶକ୍ତିଶାଳୀ ଡିଭିଜନକୁ ଢାକାରେ ମୁତୟନ କରାଯାଇଛି। ସେନା ପକ୍ଷରୁ ଢାକାର ବିଭିନ୍ନ ରାସ୍ତା ଓ ଗଳିକନ୍ଦିରେ ପାଟ୍ରୋଲିଂ ବୃଦ୍ଧି କରାଯାଇଥିଲା ବେଳେ ବିଭିନ୍ନ ସଂଗଠନର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିବା କୁହାଯାଇଛି। ଅନ୍ୟପକ୍ଷରେ ମେଡିକାଲ ସେବା ଏବଂ ବିଦ୍ୟୁତ୍‌ ଶକ୍ତି ପାଇଁ ବାଂଲାଦେଶ ସର୍ବାଧିକ ଭାବେ ଭାରତ ଉପରେ ନିର୍ଭର କରୁଥିବାରୁ ବାଂଲାଦେଶ ସେନା ମୁଖ୍ୟ ମାପିଚୁପି ଭାରତ ବିରୋଧୀ କାର୍ଯ୍ୟକଳାପକୁ ନେଇ ପଦକ୍ଷେପ ଗ୍ରହଣ କରୁଥÒବା କୁହାଯାଉଛି। ଏଭଳି ସ୍ଥିତିରେ ବାଂଲାଦେଶ ପୁଣି ରାଜନୈତିକ ଅସ୍ଥିରତା ଭିତରକୁ ଟାଣି ହୋଇଯିବାର ଆଶଙ୍କା ବଢାଇଛି।

ପୁଲିସର ଚରିତ୍ରକୁ ନେଇ ସିଜେଆଇଙ୍କ ବଡ଼ ଟିପ୍ପଣୀ: ଥାନାରେ ମାନବାଧିକାର ବିପଦର ଭୟ ସବୁଠାରୁ ଅଧିକ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ ଭି ରମଣ ପୁଲିସ୍‌ର ଚରିତ୍ରକୁ ନେଇ ରବିବାର ବଡ଼ ଟିପ୍ପଣୀ ଦେଇଛନ୍ତି। ଥାନାରେ ମାନବାଧିକାର ଉଲ୍ଲଘଂନର ଭୟ ସର୍ବାଧିକ ରହିଥିବା ବେଳେ ଏବେ ବି ସାରା ଦେଶରେ ହାଜତଜନିତ ନିର୍ଯାତନା ଏବଂ ଅତ୍ୟାଚାର ବଳବତ୍ତର ରହିଛି। ଏପରିକି ସମ୍ମାନୀୟ ଶ୍ରେଣୀର ବ୍ୟକ୍ତି ବିଶେଷ ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହାନ୍ତି। ଦେଶର ସର୍ବାଧିକ ଥାନାରେ ପୁଲିସ୍‌ର ଏଭଳି କାର୍ଯ୍ୟ ଜାରି ରହିଥିଲା ବେଳେ ଏହା ମାନବିକ ଅଧିକାର ପ୍ରତି ବିପଦ ବୋଲି ଜଷ୍ଟିସ୍‌ ରମଣ କହିଛନ୍ତି।

ରବିବାର ନ୍ୟାସନାଲ ଲିଗାଲ ସର୍ଭିସେସ୍‌ ଅଥରଟି ଅଫ୍‌ ଇଣ୍ଡିଆ (ଏନଏଏଲଏସଏ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ରମଣ କହିଛନ୍ତି ଯେ, ଆମ ସମାଜରେ ଥାନାରେ ଅଟକ ରହିଥିବା ଲୋକଙ୍କ ପ୍ରତି ପୁଲିସ୍‌ର ବ୍ୟବହାର ଏବଂ ଅତ୍ୟାଚାର ଏବେ ମଧ୍ୟ ଜାରି ରହିଛି। ଏପରିକି ସମ୍ମାନୀୟ ଶ୍ରେଣୀର ଲୋକଙ୍କ ପ୍ରତି ମଧ୍ୟ ପୁଲିସ୍‌ ‘ ଥାର୍ଡ ଡିଗ୍ରୀ’ ଲାଗୁ କରୁଥିବା ନିକଟରେ ବିଭିନ୍ନ ରିପୋର୍ଟରୁ ଜାଣିବାକୁ ମିଳିଛି। ଥାନାରେ ଅଟକ କିମ୍ବା ବିଚାର ବିଭାଗୀୟ ହାଜତରେ ରହିବା ବେଳେ ଲୋକଙ୍କ ମାନବାଧିକାର ରକ୍ଷା କରିବା ନେଇ ସାମ୍ବିଧାନିକ ବ୍ୟବସ୍ଥା ରହିଛି ଏବଂ ଏଥିନେଇ ଗ୍ୟାରେଣ୍ଟି ମଧ୍ୟ ଦିଆଯାଇଛି। ହେଲେ ସ୍ଥଳ ବିଶେଷରେ ଜଣେ ଆଇନ ବିଶେଷଜ୍ଞଙ୍କ ଦ୍ବାରା ପୁଲିସ୍‌ ନିକଟରେ କୌଣସି ମାମଲାର ସଠିକ୍‌ ଉପସ୍ଥାପନ କରାଯାଇପାରୁ ନଥିବାରୁ ଜଣଙ୍କୁ ଗିରଫ କିମ୍ବା ଅଟକ ରଖାଯାଉଛି ବୋଲି ଜଷ୍ଟିସ୍‌ ରମଣ କହିଛନ୍ତି। ହେଲେ କୌଣସି ମାମଲାରେ ସୁବିଧା ରହିଥିବା ଜଣେ ଲୋକ ଏବଂ ଜଣେ ଅସୁରକ୍ଷିତ ଲୋକକୁ ନ୍ୟାୟ ଦେବା କ୍ଷେତ୍ରରେ ଯେଉଁ ଦୂରତ୍ବ ରହିଛି ତାହାକୁ ଦୂର କରାଯିବା ଉଚିତ।

ପୁଲିସ୍‌ର ମାତ୍ରାଧିକ ଅତ୍ୟାଚାର କିମ୍ବା ଦୁର୍ବବ୍ୟହାରକୁ ରୋକିବା ନେଇ ଯେଉଁସବୁ ସାମ୍ବିଧାନିକ ବ୍ୟବସ୍ଥା ରହିଛି ଏବଂ ମାଗଣା ଆଇନ ସେବା ଉପଲବ୍ଧ କରାଯାଉଛି ତାହା ସମସ୍ତ ଥାନାରେ ବିସ୍ତାର ଭାବେ ଲେଖାଯିବା ସହିତ ବାହାରେ ମଧ୍ୟ ବୋର୍ଡରେ ସୂଚିତ କରାଯିବା ଉଚିତ ବୋଲି ରମଣ କହିଛନ୍ତି। ଆମ ଦେଶରେ ସାମାଜିକ ଏବଂ ଆର୍ଥିକ ସ୍ତରରେ ବିବିଧତା ରହିଛି। ହେଲେ କାହାରିକୁ ନ୍ୟାୟ ଦିଆଯିବା କ୍ଷେତ୍ରରେ ଏହା ପ୍ରତିବନ୍ଧକ ହେବା ଉଚିତ ନୁହେଁ। ଦେଶବାସୀଙ୍କୁ ନ୍ୟାୟ ଦେବା ନେଇ ନ୍ୟାୟପାଳିକା ବ୍ୟବସ୍ଥା ରହିଛି ଏବଂ ପ୍ରତ୍ୟେକ ସ୍ତରରେ ଏହାକୁ ନିଶ୍ଚିତ କରାଯିବା ଉଚିତ ବୋଲି ଜଷ୍ଟିସ ରମଣ କହିଛନ୍ତି।