CJI - The Sakala

ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ
କଟକ: ଆସନ୍ତା ୧୪ ତାରିଖ (ରବିବାର) ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କଟକ ଆସିବେ। ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉକ୍ତ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରେ ସେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କଟକ ସହିଦ ଭବନଠାରେ ଆୟୋଜିତ ହେବାକୁ ଥିବା ଏକ ଆଲୋଚନାଚକ୍ରରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବାର୍‌ ଆସୋସିଏସନ୍‌ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍‌ର ସଭାପତି ମନୋଜ ମିଶ୍ର ଓ ସମ୍ପାଦକ ଅଭିଜିତ ପଟ୍ଟନାୟକ ଏ ସଂପର୍କରେ ସୂଚନା ଦେଇଛନ୍ତି। ‘ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି’ ଶୀର୍ଷକ ବିଷୟବସ୍ତୁ ଉପରେ ଉଦ୍‌ବୋଧନ ଦେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଏହି କାର୍ଯ୍ୟକ୍ରମ ଅବସରରେ ୫୦ ବର୍ଷରୁ ଅଧିକ ସମୟ ଧରି ଓକିଲାତିରେ ନିୟୋଜିତ ଥିବା ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ବାର୍‌ କାଉନସିଲ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ବାର୍‌ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଗରିବଙ୍କ ପାଇଁ ଅଧରାତି ପର୍ଯ୍ୟନ୍ତ ଚାଲିବ ସୁପ୍ରିମକୋର୍ଟ: ସିଜେଆଇ
ନୂଆଦିଲ୍ଲୀ: ଗରିବଙ୍କୁ ନ୍ୟାୟ ଦେବାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ। ଏଭଳି ଲୋକଙ୍କ ପାଇଁ ସୁପ୍ରିମକୋର୍ଟରେ ଅଧ ରାତି ପର୍ଯ୍ୟନ୍ତ ବସିପାରିବି ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି। ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ସହ ଏକ ମାମଲାର ଶୁଣାଣି କରୁଥିବା ସମୟରେ ସିଜେଆଇ ଏହି ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ ମୋ କୋର୍ଟରେ କୌଣସି ଡ୍ରାମା ଚାଲିବ ନାହିଁ। ବ୍ୟୟବହୁଳ ମାମଲାକୁ ଧନୀ ଲୋକ ହିଁ ଲଢ଼ିଥାନ୍ତି। କହିବାକୁ ଚାହୁଁଛି ଯେ ସବୁଠାରୁ ଗରିବ ଏବଂ ଅନ୍ତିମ ପର୍ଯ୍ୟାୟର ବ୍ୟକ୍ତି ପାଇଁ ମୁଁ ଏଠାରେ ରହିଛି। ଆବଶ୍ୟକ ପଡ଼ିଲେ ତାଙ୍କ ପାଇଁ ରାତି ଅଧ ପର୍ଯ୍ୟନ୍ତ ବସିପାରିବି। ତିଲକ ସିଂହ ଡାଙ୍ଗି ନାମକ ବ୍ୟକ୍ତି କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କ ବିରୋଧରେ ଏହି ମାମଲା ଦାଏର କରିଥିଲେ। ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି। ହରିୟାଣା ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରୁ ଆସୁଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ଗତ ୨୪ ତାରିଖରେ ଭାରତର ୫୩ ତମ ସିଜେଆଇ ହୋଇଥିଲେ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ
ନୂଆଦିଲ୍ଲୀ: ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଦେଶର ୫୩ତମ CJI ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ନୂଆ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୭ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ CJI ରହିବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ।

ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହ ଏଥର ଥିଲା ସଂପୂର୍ଣ୍ଣ ଭିନ୍ନ । ଉତ୍ସବରେ ୬ଟି ଦେଶର ପ୍ରଧାନ ବିଚାରପତି, ଜଜ୍ ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ୬ଟି ଦେଶର ପ୍ରଧାନ ବିଚାରପତି ଏବଂ ବିଚାରପତିମାନେ ମଧ୍ୟ ଉପସ୍ଥିତ ଥିଲେ ।

୧୦ ଫେବୃଆରୀ ୧୯୬୨ରେ ହରିୟାଣାର ହିସାର ଜିଲାର ପେଟୱାର ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ସେ ଗାଁ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ୧୯୮୧ ମସିହାରେ ହିସାରର ସରକାରୀ ପିଜି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ତାଙ୍କର ଆଇନ (ଏଲଏଲ.ବି.) ସମାପ୍ତ କରିଥିଲେ। ସେହି ବର୍ଷ ସେ ହିସାରର ଜିଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ୧୯୮୫ ମସିହାରେ ସେ ଚଣ୍ଡିଗଡ଼ର ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅଭ୍ୟାସ ଆରମ୍ଭ କରିଥିଲେ।

ଆଗାମୀ CJIଙ୍କ ପାଇଁ ଗଲା ପ୍ରସ୍ତାବ, ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି...
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ ନଭେମ୍ବର ୨୩ ତାରିଖରେ ତାଙ୍କ ପଦବୀରୁ ଅବସର ନେଉଛନ୍ତି।

ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ମୁଖ୍ୟ ବିଚାରପତିଙ୍କ ପରେ ସବୁଠାରୁ ବରିଷ୍ଠ ବିଚାରପତି ଏବଂ ଭାରତୀୟ ନ୍ୟାୟପାଳିକାର ନେତୃତ୍ୱ ନେବା ପାଇଁ ପରବର୍ତ୍ତୀ ସ୍ଥାନରେ ଅଛନ୍ତି। ତାଙ୍କ ନିଯୁକ୍ତି ପରେ, ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଏବଂ ଫେବୃଆରୀ ୯, ୨୦୨୭ ପର୍ଯ୍ୟନ୍ତ ପ୍ରାୟ ୧୫ ମାସ ପାଇଁ ଏହି ପଦବୀରେ ରହିବେ।

୧୦ ଫେବୃଆରୀ ୧୯୬୨ରେ ହିସାର ଜିଲାର ପେଟୱାର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟକାନ୍ତ ତାଙ୍କ ଶୈଶବ ସାଧାରଣ ପରିସ୍ଥିତିରେ ବିତାଇଥିଲେ।
ସେ ଗାଁ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ୧୯୮୧ ମସିହାରେ ହିସାରର ସରକାରୀ ପିଜି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ତାଙ୍କର ଆଇନ (ଏଲଏଲ.ବି.) ସମାପ୍ତ କରିଥିଲେ। ସେହି ବର୍ଷ ସେ ହିସାରର ଜିଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ୧୯୮୫ ମସିହାରେ ସେ ଚଣ୍ଡିଗଡ଼ର ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅଭ୍ୟାସ ଆରମ୍ଭ କରିଥିଲେ।

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବି.ଆର. ଗଭାଇ, ମେ ୧୪ରେ ନେବେ ଶପଥ
ନୂଆଦିଲ୍ଲୀ : ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତାମାସରେ ଶେଷ ହେବ। ତେବେ ଏହା ପୂର୍ବରୁ କିଏ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ତାହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟର ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ବି.ଆର. ଗଭାଇଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା କେନ୍ଦ୍ର ଆଇନମନ୍ତ୍ରଣାଳୟକୁ ଏନେଇ ଚିଠି ଲେଖିଛନ୍ତି ।

ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ତଥା ଅଭିଜ୍ଞ ହେଉଛନ୍ତି ଜଷ୍ଟିସ୍ ବି.ଆର. ଗଭାଇ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମେ ୧୩ ତାରିଖରେ ଅବସର ନେବା ପରେ ଜଷ୍ଟିସ୍ ବି.ଆର. ଗଭାଇ ମେ ୧୪ ରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ଛଅ ମାସ ରହିବ। ସେ ୨୦୨୫ ନଭେମ୍ବରରେ ଅବସର ନେବେ।

ମହାରାଷ୍ଟ୍ରର ଅମରାବତୀରୁ ଜନ୍ମଗ୍ରହଣ କରି, ଜଷ୍ଟିସ୍ ବି.ଆର. ଗଭାଇ ୧୯୮୫ ମସିହାରେ ବାର୍‌ରେ ଯୋଗ ଦେଇଥିଲେ । ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଏବଂ ମହାରାଷ୍ଟ୍ର ହାଇକୋର୍ଟର ବିଚାରପତି ବାରିଷ୍ଟର ରାଜା ଭୋଁସଲେଙ୍କ ସହିତ କାମ କରିଥିଲେ। ତା’ପରେ ସେ ୧୯୮୭ ରୁ ୧୯୯୦ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ ସ୍ୱାଧୀନ ଭାବରେ ଅଭ୍ୟାସ କରିଥିଲେ। ଏହା ପରେ, ସେ ମୁଖ୍ୟତଃ ସାମ୍ବିଧାନିକ ଆଇନ ଏବଂ ପ୍ରଶାସନିକ ଆଇନ ସମ୍ବନ୍ଧୀୟ ମାମଲାରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଅଭ୍ୟାସ କରିଥିଲେ। ଅଗଷ୍ଟ ୧୯୯୨ ରେ ତାଙ୍କୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ସହାୟକ ସରକାରୀ ଓକିଲ ଏବଂ ଅତିରିକ୍ତ ସରକାରୀ ଓକିଲ ଭାବରେ ନିଯୁକ୍ତ କରାଯାଇଥିଲା। ୨୦୦୦ ରେ ତାଙ୍କୁ ନାଗପୁର ବେଞ୍ଚ ପାଇଁ ସରକାରୀ ଓକିଲ ଏବଂ ପବ୍ଲିକ ପ୍ରସିକ୍ୟୁଟର ଭାବରେ ନିଯୁକ୍ତ ପାଇଥିଲେ।। ଜଷ୍ଟିସ୍ ଗଭାଇ ୨୦୦୩ ରେ ହାଇକୋର୍ଟର ଅତିରିକ୍ତ ବିଚାରପତି ଏବଂ ୨୦୦୫ ରେ ସ୍ଥାୟୀ ବିଚାରପତି ହୋଇଥିଲେ। ତାଙ୍କୁ ୨୦୧୯ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ। ସୁପ୍ରିମ କୋର୍ଟରେ ବିଚାରପତି ଭାବରେ, ଜଷ୍ଟିସ୍ ଗଭାଇ ଅନେକ ଐତିହାସିକ ନିଷ୍ପତ୍ତିର ଅଂଶ ହୋଇଛନ୍ତି। ଏଥିରେ କେନ୍ଦ୍ରର ୨୦୧୬ ବିମୁଦ୍ରାକରଣ ନିଷ୍ପତ୍ତିକୁ ସମର୍ଥନ କରିବା ଏବଂ ନିର୍ବାଚନୀ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିବା ଶୀର୍ଷ ଅଦାଲତର ରାୟ ଅନ୍ତର୍ଭୁକ୍ତ।

ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ ଅଭିଯୋଗ, ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି
ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି। ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ୨୧ ବିଚାରପତିଙ୍କ ଚିଠି। ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରାଯାଉଥିବା କହି ଉଦବେଗ ପ୍ରକାଶ ସହ କିଛି ତତ୍ତ୍ଵ ଏଭଳି କରୁଥିବା ଅଭିଯୋଗ ହୋଇଛି । ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର ଚାରିଜଣ ପୂର୍ବତନ ବିଚାରପତି ଅଛନ୍ତି ।

ଚିଠିରେ କୁହାଯାଇଛି ଯେ, ଯେଉଁମାନେ ଏପରି କରୁଛନ୍ତି ସେମାନେ ନ୍ୟାୟପାଳିକାକୁ ଦୁର୍ବଳ କରିବା ଏବଂ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଏବଂ ବ୍ୟକ୍ତିଗତ ଲାଭ ପାଇଁ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ଚାପ ପକାଇ ନ୍ୟାୟପାଳିକା ଛବିକୁ ଖରାପ କରିବାକୁ ଉଦ୍ୟମ କରାଯାଉଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଅବସରପ୍ରାପ୍ତ ବିଚାରପତିମାନେ ଏହି ଘଟଣାଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଦେଇନାହାଁନ୍ତି। ତେବେ ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ଶାସକ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ ଏହି ଚିଠି ଲେଖାଯାଇଛି।

ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି, CJI ୟୁୟୁ ଲଳିତ କଲେ ସୁପାରିଶ
ନୂଆଦିଲ୍ଲୀ: ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ହେବେ ପରବର୍ତ୍ତୀ CJI। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ। ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ । ନିଜ ଉତ୍ତରାଧିକାରୀ ଭାବେ ଚନ୍ଦ୍ରଚୂଡ଼ଙ୍କ ନାଁ ପ୍ରସ୍ତାବ ଦେଲେ CJI ୟୁୟୁ ଲଳିତ ।

ଏହା ପୂର୍ବରୁ ଆରମ୍ଭ ହୋଇଛି ନୂତନ ବିଚାରପତି ନିଯୁକ୍ତି ପ୍ରକ୍ରିୟା । ଏଥିଯୋଗୁ ସୁପ୍ରିମକୋର୍ଟର ନୂଆ ଉତ୍ତରାଧିକାରୀ ଚୟନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନର ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଆଇନ୍ ମନ୍ତ୍ରଣାଳୟକୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାମ ସୁପାରିସ କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ସେ ଆଗାମୀ ଦୁଇ ବର୍ଷ ପାଇଁ ପ୍ରଧାନ ବିଚାରପତି ଦାୟିତ୍ବରେ ରହିବେ । ନଭେମ୍ବର ୯ ତାରିଖରେ ପ୍ରଧାନବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼ ।

ଦେଶର ପ୍ରିଣ୍ଟ ମିଡିଆ କିଛି ମାତ୍ରାରେ ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁଛି, କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମ ତା’ର ଉତ୍ତର ଦାୟୀତ୍ୱ ଭୁଲି ଯାଇଛି : ପ୍ରଧାନ ବିଚାରପତି ରମନ୍ନା
ନୂଆଦିଲ୍ଲୀ : କିଛିଦିନ ତଳେ ସରକାରଙ୍କ ଉପରେ ବର୍ଷିଥିବା ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି ରମନ୍ନା ଆଜି ପୁଣି ଗଣମାଧ୍ୟମ ଉପରେ ବର୍ଷିଛନ୍ତି । ସୁପ୍ରିମ କୋର୍ଟର ମୁ୍ଖ୍ୟ ବିଚାରପତି ଜଷ୍ଟିସ ଏନ୍.ଭି ରମନ୍ନା ଏକ ଦିବସୀୟ ଗସ୍ତରେ ଝାଡଖଣ୍ଡରେ ପହଞ୍ଚିଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରିବା ବେଳେ ଦେଶର ଗଣମାଧ୍ୟମ ଉପରେ ବର୍ଷିଛନ୍ତି।ବିଭିନ୍ନ ଜାତୀୟ ଗଣମାଧ୍ୟମରେ ହେଉଥିବା ବିତର୍କଙ୍କୁ କଙ୍ଗାରୁ କୋର୍ଟ ସହ ତୁଳନା କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା। ଟିଭି ବିତର୍କଗୁଡ଼ିକ କଙ୍ଗାରୁ କୋର୍ଟ ଓ ସୋଶାଲ ମିଡିଆ ଦେଶକୁ ବହୁ ପଛକୁ ନେଇ ଯାଉଛି। ସେମାନେ (ମିଡିଆ) ପକ୍ଷପାତୀ, ତଥ୍ୟହୀନ ଓ ଉଦ୍ଦେଶ୍ୟ ମୂଳକ ପ୍ରଚାର କରୁଥିବା ଜଷ୍ଟିସ ରମନ୍ନା କହିବା ସହ ଗଣମାଧ୍ୟମ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି କି, “ଆମେ ଦେଖିବାକୁ ପାଉଛୁ କି ଗଣମାଧ୍ୟମ ଦେଶରେ କଙ୍ଗାରୁ କୋର୍ଟ ଚଳାଇଛି, ଫଳରେ ଏଭଳି ଖବର ଦେଖିବା ପରେ ଅନୁଭବି ବିଚାରପତିମାନେ ବି ଦ୍ୱନ୍ଦରେ ପଡିଯାଉଛନ୍ତି କି କେଉଁଟି ଠିକ୍ ଓ କେଉଁଟି ଭୂଲ” । ଏହାସହ ସେ କହିଛନ୍ତି କି, ନ୍ୟାୟ ମାମଲାରେ ଗଣମାଧ୍ୟମ ଭୂଲ ସୂଚନା ଓ କାର୍ଯ୍ୟକ୍ରମ ଚଳାଇବା ଦେଶ ପାଇଁ କ୍ଷତିକାରକ । କେବଳ ଏତିକି ନୁହେଁ ମୁଖ୍ୟ ବିଚାର ପତି କହିଛନ୍ତି କି ଆମେ ଆମ ଦାୟୀତ୍ୱରୁ ପଳାୟନ କରିପାରିବା ନାହିଁ । ହେଲେ ଗଣମାଧ୍ୟମର ଏଭଳି ପ୍ରବୃତ୍ତି ଆମକୁ ଦୁଇପାଦ ପଛକୁ ଫେରାଇ ନେଉଛି । ଏବେ ବି ପ୍ରିଣ୍ଟ ମିଡିଆ କିଛି ମାତ୍ରାରେ ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁଛି। କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମ କୌଣସି ପ୍ରକାରର ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁନାହିଁ। ସୋଶାଲ ମିଡିଆରେ ଏହା ଆହୁରି ଖରାପ ବୋଲି ସେ କହିଛନ୍ତି।

ମୁଖ୍ୟ ବିଚାରପତି ଏନ୍.ଭି ରମନ୍ନା ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ଜାତୀୟ ଗଣମାଧ୍ୟମ ହିନ୍ଦୁ-ମୁସଲିମ ଉପରେ ନିୟମିତ ବିତର୍କ କରିବା ସହ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ମୁଖପାତ୍ର ଭାବେ କାମ କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସିଛି। ସେହିପରି ସୋଶାଲ ମିଡିଆରେ ଯିଏ ଯାହା ପାରିଲା ଲେଖୁଛନ୍ତି କିମ୍ବା ନିଜକୁ ଫାଇଦା ଦେଲା ଭଳି ମିଛ କଥାର ପ୍ରଚାର ମଧ୍ୟ କରୁଛନ୍ତି। ଏହାବାଦ ଅଭଦ୍ର ଟିପ୍ପଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ବୟାନକୁ କିଛି ଲୋକ ସମାଲୋଚନା କରି ବିଚାରପତିମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜଷ୍ଟିସ ରମନ୍ନା ଏପରି ମତ ରଖିଥିବା କୁହାଯାଉଛି। ରାଞ୍ଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି, “ସୋଶାଲ ମିଡିଆରେ ବିଚାରପତିମାନଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ପ୍ରଚାର କରାଯାଉଛି। ବିଚାରପତିମାନେ ତୁରନ୍ତ ଏହା ଉପରେ ପ୍ରତିକ୍ରିୟା ଦେଇ ନ ପାରନ୍ତି। ଦୟାକରି ଏହାକୁ ଦୁର୍ବଳତା କିମ୍ବା ଅସହାୟତା ଭାବେ କେହି ବିଚାରକୁ ନିଅନ୍ତୁ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ମାମଲା ସମାଧାନ କରିବାରେ ଗଣମାଧ୍ୟମ ବିଚାର ମାର୍ଗଦର୍ଶନକାରୀ ନୁହନ୍ତି। ଆମେ ଦେଖୁଛୁ, ଅଭିଜ୍ଞ ବିଚାରପତିମାନେ ସାମଧାନ କରିବାକୁ କଷ୍ଟକର ମଣୁଥିବା ମାମଲାଗୁଡ଼ିକ ଉପରେ ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଳାଉଛି।ନୂଆ ଗଣମାଧ୍ୟମ ଉପକରଣଗୁଡ଼ିକର ବ୍ୟାପକ ପ୍ରସାରଣ କ୍ଷମତା ଥିଲେ ବି ସେ ସବୁ ଠିକ୍‌ ଓ ଭୁଲ୍‌, ଭଲ ଓ ମନ୍ଦ, ପ୍ରକୃତ ଓ ନକଲି ମଧ୍ୟରେ ପ୍ରଭେଦ ଜାଣିବାର ସାମର୍ଥ୍ୟ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।ଗଣମାଧ୍ୟମରେ ପ୍ରସାରିତ ପକ୍ଷପାତ ମତାମତ ଗଣତନ୍ତ୍ରକୁ ଦୁର୍ବଳ କରିବା ସହ ଶାସନ ବ୍ୟବସ୍ଥାର କ୍ଷତି କରୁଛି। ଏଥିଯୋଗୁଁ ବିଚାର ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ନିଜ ସୀମା ଓ ଦାୟିତ୍ବ ଉଲ୍ଲଂଘନ କରି ଗଣମାଧ୍ୟମ ଆମ ଗଣତନ୍ତ୍ରକୁ ଦୁଇପାଦ ପଛକୁ ହଟାଇ ନେଉଛି ବୋଲି ସେ କହିଛନ୍ତି।

ଅନୁସନ୍ଧାନମୂଳକ ସାମ୍ବାଦିକତା ଉଭାନ ହୋଇଯାଇଛି- ସିଜେଆଇ
ନୂଆଦିଲ୍ଲୀ: ଭାରତୀୟ ଗଣମାଧ୍ୟମରେ ଏବେ ଅନୁସନ୍ଧାନମୂଳକ ସାମ୍ବାଦିକତା ଏକପ୍ରକାର ଉଭାନ ହୋଇଯାଇଛି ବୋଲି ପ୍ରଧାନବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି। ପୂର୍ବରୁ ସମାଜରେ ଘଟୁଥିବା ବିଭିନ୍ନ କେଳେଙ୍କାରୀ କିମ୍ବା ଘୋଟାଲାକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ବହୁ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇ ଆସୁଥିଲେ ହେଁ ଏବେ ସେଭଳି ରିପୋର୍ଟ ପ୍ରକାଶ ପାଇବା ବନ୍ଦ ହୋଇଯାଇଛି ବୋଲି ଜଷ୍ଟିସ ରମଣା କହିଛନ୍ତି ।

ଭର୍ଚୁଆଲ ମାଧ୍ୟମରେ ଏକ ପୁସ୍ତକର ଉନ୍ମୋଚନ କରିବା ଅବସରରେ ସେ କହିଛନ୍ତି ଯେ, ଆମର ବୟସ ବଢିଚାଲି ଥିବା ବେଳେ କୌଣସି ଦୁର୍ନୀତି କିମ୍ବା ଘୋଟାଲା ସମ୍ପର୍କରେ ଜାଣିବାର ସୂହା ମଧ୍ୟ ବଢିଥାଏ। କିନ୍ତୁ ଆଜିକାଲି ଏଭଳି ଖବର ପ୍ରକାଶ ପାଇବା ଆଦୌ ଦେଖାଯାଉ ନାହିଁ । ଏମିତି କାଁଭାଁ କିଛି ସମ୍ବାଦପତ୍ରକୁ ଛାଡି ଦେଲେ ଅନ୍ୟ କୌଣସିଥରେ ଏ ସମ୍ପର୍କରେ ଖବର ପ୍ରକାଶ ପାଉନାହିଁ ବୋଲି ଜଷ୍ଟିସ ରମଣା କହିଛନ୍ତି। ସେହିପରି ନ୍ୟାୟପାଳିକା ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ବିଚାରପତି ପଦବୀ ରହିବା ସପକ୍ଷରେ ମଧ୍ୟ ସେ ନିଜର ମତ ଦୋହରାଇଛନ୍ତି। ସାମ୍ବିଧାନିକ କୋର୍ଟଗୁଡ଼ିକରେ ମହିଳାମାନଙ୍କ ଲାଗି ୫୦ ପ୍ରତିଶତ ବିଚାରପତି ପଦ ସଂରକ୍ଷଣ ରଖାଯିବା ପ୍ରସଙ୍ଗରେ ସେ କଲେଜିୟମ ସଦସ୍ୟଙ୍କ ସହ କଥା ହେବେ ବୋଲି କହିଛନ୍ତି।

ପୁଲିସର ଚରିତ୍ରକୁ ନେଇ ସିଜେଆଇଙ୍କ ବଡ଼ ଟିପ୍ପଣୀ: ଥାନାରେ ମାନବାଧିକାର ବିପଦର ଭୟ ସବୁଠାରୁ ଅଧିକ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ ଭି ରମଣ ପୁଲିସ୍‌ର ଚରିତ୍ରକୁ ନେଇ ରବିବାର ବଡ଼ ଟିପ୍ପଣୀ ଦେଇଛନ୍ତି। ଥାନାରେ ମାନବାଧିକାର ଉଲ୍ଲଘଂନର ଭୟ ସର୍ବାଧିକ ରହିଥିବା ବେଳେ ଏବେ ବି ସାରା ଦେଶରେ ହାଜତଜନିତ ନିର୍ଯାତନା ଏବଂ ଅତ୍ୟାଚାର ବଳବତ୍ତର ରହିଛି। ଏପରିକି ସମ୍ମାନୀୟ ଶ୍ରେଣୀର ବ୍ୟକ୍ତି ବିଶେଷ ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହାନ୍ତି। ଦେଶର ସର୍ବାଧିକ ଥାନାରେ ପୁଲିସ୍‌ର ଏଭଳି କାର୍ଯ୍ୟ ଜାରି ରହିଥିଲା ବେଳେ ଏହା ମାନବିକ ଅଧିକାର ପ୍ରତି ବିପଦ ବୋଲି ଜଷ୍ଟିସ୍‌ ରମଣ କହିଛନ୍ତି।

ରବିବାର ନ୍ୟାସନାଲ ଲିଗାଲ ସର୍ଭିସେସ୍‌ ଅଥରଟି ଅଫ୍‌ ଇଣ୍ଡିଆ (ଏନଏଏଲଏସଏ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ରମଣ କହିଛନ୍ତି ଯେ, ଆମ ସମାଜରେ ଥାନାରେ ଅଟକ ରହିଥିବା ଲୋକଙ୍କ ପ୍ରତି ପୁଲିସ୍‌ର ବ୍ୟବହାର ଏବଂ ଅତ୍ୟାଚାର ଏବେ ମଧ୍ୟ ଜାରି ରହିଛି। ଏପରିକି ସମ୍ମାନୀୟ ଶ୍ରେଣୀର ଲୋକଙ୍କ ପ୍ରତି ମଧ୍ୟ ପୁଲିସ୍‌ ‘ ଥାର୍ଡ ଡିଗ୍ରୀ’ ଲାଗୁ କରୁଥିବା ନିକଟରେ ବିଭିନ୍ନ ରିପୋର୍ଟରୁ ଜାଣିବାକୁ ମିଳିଛି। ଥାନାରେ ଅଟକ କିମ୍ବା ବିଚାର ବିଭାଗୀୟ ହାଜତରେ ରହିବା ବେଳେ ଲୋକଙ୍କ ମାନବାଧିକାର ରକ୍ଷା କରିବା ନେଇ ସାମ୍ବିଧାନିକ ବ୍ୟବସ୍ଥା ରହିଛି ଏବଂ ଏଥିନେଇ ଗ୍ୟାରେଣ୍ଟି ମଧ୍ୟ ଦିଆଯାଇଛି। ହେଲେ ସ୍ଥଳ ବିଶେଷରେ ଜଣେ ଆଇନ ବିଶେଷଜ୍ଞଙ୍କ ଦ୍ବାରା ପୁଲିସ୍‌ ନିକଟରେ କୌଣସି ମାମଲାର ସଠିକ୍‌ ଉପସ୍ଥାପନ କରାଯାଇପାରୁ ନଥିବାରୁ ଜଣଙ୍କୁ ଗିରଫ କିମ୍ବା ଅଟକ ରଖାଯାଉଛି ବୋଲି ଜଷ୍ଟିସ୍‌ ରମଣ କହିଛନ୍ତି। ହେଲେ କୌଣସି ମାମଲାରେ ସୁବିଧା ରହିଥିବା ଜଣେ ଲୋକ ଏବଂ ଜଣେ ଅସୁରକ୍ଷିତ ଲୋକକୁ ନ୍ୟାୟ ଦେବା କ୍ଷେତ୍ରରେ ଯେଉଁ ଦୂରତ୍ବ ରହିଛି ତାହାକୁ ଦୂର କରାଯିବା ଉଚିତ।

ପୁଲିସ୍‌ର ମାତ୍ରାଧିକ ଅତ୍ୟାଚାର କିମ୍ବା ଦୁର୍ବବ୍ୟହାରକୁ ରୋକିବା ନେଇ ଯେଉଁସବୁ ସାମ୍ବିଧାନିକ ବ୍ୟବସ୍ଥା ରହିଛି ଏବଂ ମାଗଣା ଆଇନ ସେବା ଉପଲବ୍ଧ କରାଯାଉଛି ତାହା ସମସ୍ତ ଥାନାରେ ବିସ୍ତାର ଭାବେ ଲେଖାଯିବା ସହିତ ବାହାରେ ମଧ୍ୟ ବୋର୍ଡରେ ସୂଚିତ କରାଯିବା ଉଚିତ ବୋଲି ରମଣ କହିଛନ୍ତି। ଆମ ଦେଶରେ ସାମାଜିକ ଏବଂ ଆର୍ଥିକ ସ୍ତରରେ ବିବିଧତା ରହିଛି। ହେଲେ କାହାରିକୁ ନ୍ୟାୟ ଦିଆଯିବା କ୍ଷେତ୍ରରେ ଏହା ପ୍ରତିବନ୍ଧକ ହେବା ଉଚିତ ନୁହେଁ। ଦେଶବାସୀଙ୍କୁ ନ୍ୟାୟ ଦେବା ନେଇ ନ୍ୟାୟପାଳିକା ବ୍ୟବସ୍ଥା ରହିଛି ଏବଂ ପ୍ରତ୍ୟେକ ସ୍ତରରେ ଏହାକୁ ନିଶ୍ଚିତ କରାଯିବା ଉଚିତ ବୋଲି ଜଷ୍ଟିସ ରମଣ କହିଛନ୍ତି।