State Cabinet Meeting - The Sakala

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବସିବ। ସନ୍ଧ୍ଯା ୭ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିବାକୁ ଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ।

କ୍ଯାବିନେଟ ପରେ ପରେ ମନ୍ତ୍ରିପରିଷଦ ବୈଠକ ବସିବ। ଏଥିରେ କାମଚଲା ବଜେଟକୁ ମଞ୍ଜୁରୀ ମିଳିବ। ଆସନ୍ତା ୫ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ।

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଆସିପାରେ ୧୨ରୁ ଊର୍ଦ୍ଧ୍ବ ପ୍ରସ୍ତାବ
ଭୁବନେଶ୍ୱର: ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍‌‌ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ୧୨ରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ଫୋକସରେ ରାଜ୍ୟର ଚାଷୀକୂଳ ରହି ଆସିଥିବା ବେଳେ କୃଷକଙ୍କୁ କିଭଳି ଅଧିକ ସଶକ୍ତ କରାଯିବ ସେନେଇ ବିଭାଗ ପକ୍ଷରୁ ହେବାକୁ ଥିବା ମିଶନକୁ ପୂରଣ କରିବାପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିପାରେ। ଏହାସହିତ ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଲାଗି ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅଣାଯିବ। ଦକ୍ଷତା ବିକାଶ ବିଭାଗର କ୍ୟାଡର ପୁନର୍ଗଠନ ସମ୍ପର୍କିତ ପ୍ରସ୍ତାବ ଆସିବା ସହ ବିଭାଗ ଅଧିନରେ ନୂଆ ପଦ ସୃଷ୍ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିପାରେ। ସେହିପରି ଆଇଟି, ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତାବମାନ ଆସିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

୬ ଲେନ୍ ବିଶିଷ୍ଟ କଟକ ରିଙ୍ଗରୋଡ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ, ଆହୁରି ୧୦ବର୍ଷ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା
ଭୁବନେଶ୍ବର : ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅପରାହ୍ନ ୫ଟା ୩୦ରେ ବୈଠକ ବସିଥିଲା।  ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ କୃଷି, ଶିଳ୍ପ, ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ ଓ ରାଜସ୍ବ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ରହିଛି।

ଆଜି କ୍ୟାବିନେଟ ବୈଠକରେ ଅନୁମୋଦନ ପାଇଥିବା ପ୍ରସ୍ତାବ ମଧ୍ୟରେ କଟକ ରିଙ୍ଗରୋଡ୍‌କୁ ୬ ଲେନ୍‌ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ୬ ଲେନ୍ ବିଶିଷ୍ଟ କଟକ ରିଙ୍ଗ ରୋଡ୍ ଆହୁତ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ ଆହୁରି ୧୦ବର୍ଷ ପାଇଁ ଓଡ଼ିଶା ରହିବ ଭାରତୀୟ ହକି ଟିମର ପ୍ରାୟୋଜକ । ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ୍ ପାଇଁ ପ୍ରାୟୋଜକ ରହିବ ଓଡ଼ିଶା । ଏ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

ସେହିପରି ଓଡ଼ିଶା ଇଭି ପଲିସି-୨୦୨୧ର ସଂଶୋଧନ,ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଓ ଓବିସି କମିଶନ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଖୁବଶୀଘ୍ର ଓଡ଼ିଶା ସ୍ବତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ଆସିବ ସ୍ବତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩ । ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିନିୟମରେ ଆସିବ ସଂଶୋଧନ । ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ, ଜିପିଏଫ୍ ଅଧିନିୟମ-୧୯୩୮ର ସଂଶୋଧନ, ଅବକାରୀ ମନ୍ତ୍ରାଳୟରେ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ସେହିପରି ଅବକାରୀ ସବଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆସିବାକୁ ଥିବାବେଳେ ପୂର୍ବରୁ ଥିବା ନିଯୁକ୍ତି ଅଧିନିୟମ ଅକାମୀ ହେବ ।

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ବଜେଟ ଚିଠା ପ୍ରସ୍ତାବ ଉପରେ ବାଜିବ ମୋହର
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯିବ। ରାଜ୍ୟରେ ବିତ୍ତୀୟ ଅବସ୍ଥା ବେଶ୍‌‌ ଉତ୍ତମ ସ୍ଥିତିରେ ଥିବାବେଳେ ଆର୍ଥିକ ପରିଚାଳନା ଶୃଙ୍ଖଳିତ ରହିଛି। ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହଠାରୁ ଆରମ୍ଭ କରି ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହ ପରିମାଣ ବୃୃଦ୍ଧି ପାଇଛି। ସେହିପରି ରାଜ୍ୟ ସରକାର ବର୍ତ୍ତମାନ ଭିତ୍ତିଭୂମି ବିକାଶ ଏବଂ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ଏହା ଚଳିତ ବର୍ଷ ବଜେଟ ବ୍ୟୟବରାଦରେ ଅଧିକ ମାତ୍ରାରେ ପ୍ରତିଫଳିତ ହୋଇପାରେ। ଏହି ପ୍ରରିପେକ୍ଷୀରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଗତବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇପାରେ। ଏବର୍ଷର ବଜେଟ ଆକାର ୨.୨୪ ଲକ୍ଷ କୋଟି ଟଙ୍କାକୁ ଟପିପାରେ ବୋଲି ତଥ୍ୟାଭିଜ୍ଞ ମହଲ ଆଶା ପୋଷଣ କରିଛି।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଚଳିତ ମାସ ୨୪ ତରିଖରେ ଉପସ୍ଥାପିତ ହେବ। ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ପାଇଁ ଚଳିତ ବଜେଟରେ ସରକାର କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। ଏଥିପାଇଁ ବଜେଟରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ନିଶ୍ଚିତ ଭାବେ ବୃଦ୍ଧି ପାଇବ। ସେହିପରି ରାଜ୍ୟ ସରକାର ନିଜ ଫ୍ଲାଗ୍‌‌ସିପ୍‌‌ ଯୋଜନା ଯଥା ବିଏସ୍‌‌କେୱାଇ, କାଳିଆ ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରିବାର ସମ୍ଭାବନା ରହିଛି। ବିଗତ କିଛି ବର୍ଷ ଧରି ରାଜ୍ୟ ସରକାର ନିଜ ବଜେଟର ଆକାର ପ୍ରାୟ ୧୦ରୁ ୧୫ ପ୍ରତିଶତ ଯାଏଁ ବୃଦ୍ଧି କରି ଆସୁଛନ୍ତି। ତେଣୁ ଉପରୋକ୍ତ ସମସ୍ତ ବିଷୟକୁ ବିଚାରକୁ ନେଲେ ରାଜ୍ୟ ବଜେଟର ଆକାର ୨.୨୪ ଲକ୍ଷ କୋଟି ଟଙ୍କା ଟପିବା ନେଇ ଆଶା କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟର ବିତ୍ତୀୟ ପରିଚାଳନା ବେଶ୍‌‌ ଶୃଙ୍ଖଳିତ ଥିବା ବେଳେ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଛି। ଗତ ଜାନୁଆରୀ ସୁଦ୍ଧା ରାଜ୍ୟରେ ନିଜସ୍ୱ ଟିକରୁ ରାଜସ୍ୱ ସଂଗ୍ରହ ଗତ ବର୍ଷ ଜାନୁଆରୀ ତୁଳନାରେ ୧୩.୫୦ ପ୍ରତିଶତ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ନିଜସ୍ୱ ଟିକସରୁ ମିଳୁଥିବା ରାଜସ୍ୱ ମଧ୍ୟରୁ ବାଣିଜ୍ୟିକ ଟିକସ ଆଦାୟ ପରିମାଣ ପ୍ରାୟ ୧୫.୦୨ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଅବକାରୀ ରାଜସ୍ୱ ଆଦାୟ ମଧ୍ୟ ଚଳିତ ଆର୍ଥିକ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୨୧.୧୮ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ମୋଟ ନିଜସ୍ୱ ଟିକସ ଏବଂ ଅଣଟିକସ ରାଜସ୍ୱ ବାବଦରେ ଚଳିତ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୭୧୩୧୫.୭୩ କୋଟି ଟଙ୍କା ଆଦାୟ ହୋଇଛି, ଯାହା ପୂର୍ବବର୍ଷର ଜାନୁଆରୀ ମାସ ତୁଳନାରେ ଅଧିକ। ଓଡ଼ିଶା ବର୍ତ୍ତମାନ ରାଜସ୍ୱ ବଳକା ରାଜ୍ୟ ହୋଇଥିବା ବେଳେ ଋଣ କ୍ଷେତ୍ରରେ ମଧ୍ୟ ବେଶ୍‌‌ ପୋଷଣୀାୟ ସ୍ଥିତିରେ ରହିଛି। ଏସବୁ ମାନଦଣ୍ଡକୁ ବିଚାରକୁ ନେଲେ ନିଜର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ହାତ ଖୋଲିଦେଇ ପାରନ୍ତି।

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର
ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ସନ୍ଧ୍ୟା ୫ଟା ୩୦ ମିନିଟ୍‍ରେ ବସିବ। ଚଳିତ ବର୍ଷର ଏହା ଶେଷ କ୍ୟାବିନେଟ୍‍ ହୋଇପାରେ ବୋଲି କୁହାଯାଉଛି। ଏହି ବୈଠକରେ ଏକାଧିକ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଜଳସମ୍ପଦ, ଆଇନ, ଶିଳ୍ପ, ଏମଏସଏମଇ, ସାଧାରଣ ପ୍ରଶାସନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପୂର୍ବରୁ ଥିବା କେତେକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସୃଷ୍ଟି ହେଲା ୧୨୫ ଓଏଏସ୍ ପଦବୀ, ଭେଟେନାରୀ ସର୍ଭିସ ରୁଲର ସଂଶୋଧନକୁ ମଞ୍ଜୁରୀ
ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମୋଟ ୬ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯାଇଛି। ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ୨ ଜଣ ଡେପୁଟି କଲେକ୍ଟର ରହିବେ। ସେହିପରି ପ୍ରତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ଜଣେ ଡେପୁଟି କଲେକ୍ଟର ପଦବି ସୃଷ୍ଟି କରାଯାଇଛି। ନୂଆ ୧୨୫ ସୃଷ୍ଟି କରାଯିବା ପରେ ରାଜ୍ୟରେ ଓଏଏସ୍‌ ପଦବି ସଂଖ୍ୟା ୧୩୧୩କୁ ବୃଦ୍ଧି ପାଇଛି।

State Cabinet Committee meeting held under the Chairmanship of Hon’ble CM Sri Naveen Patnaik today took 6 imp decisions pertaining to @farddept, Law, @rdmodisha, @OdishaWater and @PWD_Odisha.

Click the link to watch: https://t.co/sGLiga1779 pic.twitter.com/0coK3ILvhn

— I & PR Department, Odisha (@IPR_Odisha) October 21, 2022

ଅନ୍ୟପଟେ କ୍ୟାବିନେଟ ବୈଠକରେ ଭେଟେରିନାରୀ ସର୍ଭିସ ରୁଲରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଆଗକୁ ସାକ୍ଷାତକାର ହଟାଇ କେବଳ ଲିଖିତ ପରୀକ୍ଷା ଓପିଏସସି ମାଧ୍ୟମରେ କରାଯିବ । ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପାଇଁ କେବଳ ଲିଖିତ ପରୀକ୍ଷା ହେବ । ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ବିତୀୟ ବିଚାରବିଭାଗୀୟ ବେତନ କମିଶନଙ୍କ ସୁପାରିସ ଅନୁସାରେ ଦରମା ମିଳିବ । ଏଥିଲାଗି ୯୩କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବେ ରାଜ୍ୟ ସରକାର । ପାଣି ପଞ୍ଚାୟତ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ପାଣି ପଞ୍ଚାୟତରେ ମେଗା ଉଠାଜଳସେଚନକୁ ମିଶାଇଦିଆଯିବାକୁ ନିଷ୍ପତ୍ତି ହୋଇଛି । ହିତାଧିକାରୀଙ୍କ ସ୍ତ୍ରୀ ବି ପାଣି ପଞ୍ଚାୟତରେ ସାମିଲ ହେବେ । ପାଣି ପଞ୍ଚାୟତର ଅବଧି ୩ବର୍ଷରୁ ୫ବର୍ଷକୁ ବୃଦ୍ଧିକୁ ଅନୁମୋଦନ କରିଛି କ୍ୟାବିନେଟ ।

Cabinet approved the Amendment of Pani Panchayat Act for inclusion of Mega lift irrigation projects in it and inclusion of the spouses of the members of landowners in the Pani Panchayats for enhancing women participation and Pay Revision of the Judicial officers etc.

— I & PR Department, Odisha (@IPR_Odisha) October 21, 2022

ସେହିପରି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗଞ୍ଜାମ କାଳିପଲ୍ଲୀ ମଉଜାରେ ୨୦୬ ଏକର ଜମି ମାଲିକଙ୍କୁ ଫେରାଯିବ । ଟାଟା ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ୨୦ ବର୍ଷ ତଳେ ହୋଇଥିଲା ଜମି ଅଧିଗ୍ରହଣ ହୋଇଥିଲା । ଏବେ ଏହାକୁ ଫେରାଇ ଦିଆଯିବ । ଫଳରେ ସେହି ଅଞ୍ଚଳରେ ଶିଳ୍ପାନୁକୂଳ ବାତାବରଣ ବିକଶିତ ହୋଇପାରିବ ।

୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ, ୪ଟି ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡରକୁ ମଞ୍ଜୁରୀ
ଭୁବନେଶ୍ୱର: ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରୁ ଚୁକ୍ତଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରି ନୂଆ ପ୍ରାବଧାନ କରିବାର ପ୍ରସ୍ତାବ ସମେତ ୪ଟି ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡର ଓ କମ୍ବାଇନଡ୍ ଟେକନିକାଲ ସର୍ଭିସ ରିକ୍ୟୁଟ୍‌ମେଂଟ୍ ପରୀକ୍ଷା ରୁଲସ-୨୦୨୨ ଆଦି ମୋଟ ୯ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

୪ଟି ଜିଲ୍ଲାରେ ୧୫୫୩ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ନୟାଗଡ଼, କଳାହାଣ୍ଡି, ବରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଏସବୁ ମେଗା ପାନୀୟ ଜଳ ପ୍ରକଳ୍ପ ହେବ । କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକ ଥୁଆମୂଳ ରାମପୁର ଓ କୋକସରା ବ୍ଲକର ମୋଟ ୩୬ଟି ପଂଚାୟତର ୧୫୫ଟି ଗାଁରେ ବାସ କରୁଥିବା ୧.୨୬ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୨୪୮.୯୧କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ଏହାସହ ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର( ଜୁନିୟର ଆସିଷ୍ଟାଣ୍ଟ, ଏଏସଓ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମାବଳୀ-୨୦୧୯ର ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏସବୁ ବ୍ୟତୀତ ରାଜ୍ୟ କ୍ୟାବିନେଟ୍ ଆଜି କୋଭିଡ୍ ସମୟରେ ବନ୍ଦ ଥିବା ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଓ ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ରର ୨୦୨୦ ମାର୍ଚ୍ଚରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ୮ ମାସର ଘରଭଡ଼ାକୁ ଛାଡ଼ କରିବା ନିମନ୍ତେ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେହିପରି ଓଡ଼ିଶା ଗ୍ରୁପ-ବି, ସି, ଡି ପଦବୀ(ଉଚ୍ଛଦ ଓ ସ୍ୱତନ୍ତ୍ର ପ୍ରାବଧାନ)-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଆଜି ରାଜ୍ୟ କ୍ୟାବିନେଟ୍‍ ବୈଠକ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗୁରୁବାର ଅପରାହ୍ନ ୫ଟା ୩୦ ମିନିଟ୍‍ରେ ରାଜ୍ୟ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରାୟ ୨୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ, ତୃଣମୂଳ ପ୍ରଶାସନକୁ ଅଧିକ ମଜଭୁତ୍‍ କରିବା, ବିଭିନ୍ନ କ୍ୟାଡର ରୁଲ୍‍ ସଂଶୋଧନ ଏବଂ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଅର୍ଥ, ପୂର୍ତ୍ତ, ଜଳସେଚନ ଇତ୍ୟାଦି ବିଭାଗ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି।

ଆସନ୍ତା ୨୨ରେ ରାଜ୍ୟ କ୍ୟାବିନେଟ, ୧୦ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍‍ ବୈଠକ ବସିବାକୁ ଯାଉଛି। ସେହିଦିନ ଅପରାହ୍ନ ୫ଟା ୩୦ ମିନିଟ୍‍ ରେ କ୍ୟାବିନେଟ୍‍ ବୈଠକ ବସିବ ବୋଲି ଜଣାପଡ଼ିଛି। ବୈଠକରେ କାର୍ଯ୍ୟସୂଚୀ ନେଇ କୌଣସି ସୂଚନା ମିଳିନାହିଁ। ୨୨ ତାରିଖରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ । ପଞ୍ଚାୟତିରାଜ, ପାନୀୟଜଳ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ।ରାଜଧାନୀରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନ ଏବଂ ଜିଲ୍ଲାରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ ଆଭାସୀ ମାଧ୍ୟମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ୪ ଜିଲ୍ଲାରେ ହେବ ବାତ୍ୟା ନିରୋଧୀ ଲୁଣାବନ୍ଧ
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକରେ ୧୭ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ସନ୍ଧ୍ୟା ୫.୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା କ୍ୟାବିନେଟ ବୈଠକ। ଏହି ବୈଠକରେ ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ କରାଯିବା କୁ ନିଷ୍ପତ୍ତି ହୋଇଥିବା ବେଳେ ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଞ୍ଜୁରୀ ମିଳିଛି।

ଏଥି ସହିତ କ୍ୟାବିନେଟ୍‌ ବୈଠକରେ ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଞ୍ଜୁରୀ ମିଳିଛି। ସଂପ୍ରସାରିତ ହେବ ମିଲେଟ ମିଶନ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ ମିଶନର ବିକାଶ ହେବ। ସେହିପରି କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଓଏମସି ସହ କଳିଙ୍ଗ ଆଇରନ ଓ୍ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି।

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ, ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର
ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଅପରାହ୍ଣ ୫ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ।  ହେବାକୁ ଥିବା ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ।

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ହେବ ଆଲୋଚନା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରାଯିବ। ବିଧାନସଭାର ମୌସୁମୀ ଅଧିବେଶନ ଜାରି ରହିଥିବାରୁ ୧୦ଟା ସମୟରେ ବୈଠକ ଡକାଯାଇଛି। ଅଧିବେଶନ ଜାରି ରହିଥିବାରୁ କାର୍ଯ୍ୟସୂଚୀ ତଥା ଏଜେଣ୍ଡା ସମ୍ପର୍କରେ ସାର୍ବଜନୀନ କରାଯାଇନାହିଁ। କରୋନା କଟକଣାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ବୈଠକ ହେବାର ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଆଭାସୀ ମାଧ୍ୟମରେ ଯୋଡି ହେବେ ବୋଲି ଜଣାପଡ଼ିଛି। ମନ୍ତ୍ରୀମାନେ ନିଜ ଅଫିସ କିମ୍ବା ଲୋକସେବା ଭବନରୁ ଆଭାସୀ ମାଧ୍ୟମ ଜରିଆରେ ଯୋଡି ହେବେ। ସେହିପରି ବିଭାଗୀୟ ଅଧିକାରୀମାନେ ଲୋକସେବା ଭବନରୁ ଯୋଡି ହେବେ ବୋଲି ଜଣାପଡ଼ିଛି। ବିଧାନସଭା ଜାରି ରହିଥିବାରୁ ମଙ୍ଗଳବାର କ୍ୟାବିନେଟ୍‍ ବୈଠକ ପରେ ଗଣମାଧ୍ୟମକୁ ମଧ୍ୟ ଆନୁଷ୍ଠାନିକ ଭାବେ ଅବଗତ କରାଯିବ ନାହିଁ ବୋଲି ଜଣାପଡ଼ିଛି।