hariyana - The Sakala
ହରିୟାଣା ରେଜଲ୍ଟ: ଜୁଲନା ଆସନରୁ କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗଟ୍‌ ବିଜୟୀ
ହରିଆଣା: ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଛନ୍ତି କଂଗ୍ରେସର ଭିନେଶ ଫୋଗଟ୍‌। ସେ ୬ ହଜାର ୧୫ ଭୋଟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଯୋଗେଶ ବୈରାଗୀଙ୍କୁ ପରାସ୍ତ କରିଛନ୍ତି। ଭିନେଶ ଫୋଗଟଙ୍କୁ ମୋଟ ୬୫ ହଜାର ୦୮୦ ଭୋଟ ମିଳିଥିବା ବେଳେ ବିଜେପିର ଯୋଗେଶ ବୈରାଗୀଙ୍କୁ ୫୯ ହଜାର ୦୬୫ ଭୋଟ୍ ମିଳିଛି।ଏଥିସହ ଜୁଲନାରେ ବିଜୟ ହେଇଛନ୍ତି କୁସ୍ତି ଯୋଦ୍ଧା ତଥା ଅଲମ୍ପିକ୍‌ ‌ତାରକା ଭିନେଶ ଫୋଗଟ୍‌।
ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନମଣ୍ଡଳୀ ଏକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଭାବରେ ଉଭା ହୋଇଥିଲା। ଭିନେଶ ପ୍ରଥମ ଥର ପାଇଁ ଏହି ଆସନରୁ ତାଙ୍କର ନିର୍ବାଚନୀ ଡେବ୍ୟୁ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଗତ ସେପ୍ଟେମ୍ବରରେ କଂଗ୍ରେସରେ ଯୋଗ ଦେଇଥିଲେ ଭିନେଶ ଫୋଗଟ୍‌। ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପୂର୍ବରୁ ରେଳ ଚାକିରିରୁ ଇସ୍ତଫା ଦେଇଥିଲେ।
ଜିନ୍ଦ ଜିଲ୍ଲାରେ ଅବସ୍ଥିତ ଏହି ଆସନଟିରୁ ଅଲମ୍ପିକ ଖେଳାଳି ଓ କୁସ୍ତି ଯୋଦ୍ଧା ଭିନେଶ ଲଢ଼ିବା ପରଠାରୁ ଏହା ବିଶେଷ ଧ୍ୟାନକୁ ଆସିଥିଲା। ପୂର୍ବତନ ବାଣିଜ୍ୟିକ ପାଇଲଟ୍ ତଥା ବିଜେପିର କ୍ୟାପଟେନ ଯୋଗେଶ ବୈରାଗୀଙ୍କଠାରୁ ଫୋଗେଟ୍ କଡ଼ା ପ୍ରତିନ୍ଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଥିଲେ।
ନୂଆଦିଲ୍ଲୀ: ସକାଳୁ ହରିୟାଣାରେ କଂଗ୍ରେସ ଆଗରେ ରହିଥିବା ବେଳେ ଏବେ ଟ୍ରେଣ୍ଡ୍‌ ପରିବର୍ତ୍ତନ ହୋଇଛି। କଂଗ୍ରେସ ତୁଳନାରେ ବିଜେପି ରାଜ୍ୟରେ ଅଧିକ ଆସନରେ ଆଗୁଆ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୪୭ଟି ଟିରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ ୩୬ ରେ ଆଗୁଆ ରହିଛି।
ଗଣନା ଆରମ୍ଭ ହେବା ପୂର୍ବରୁ ମଧ୍ୟ ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଉତ୍ସବ ଆରମ୍ଭ ହୋଇଥିବାବେଳେ ଦଳ ସମର୍ଥକମାନେ ଢୋଲ ବଜାଇ ନାଚୁଥିବାର ଦେଖିବାକୁ ମିଳିଥିଲା। ସେପଟେ ହରିଆଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।
ଆସନ୍ତାକାଲିଠୁ କ୍ଷୀର ଲିଟର ୧୦୦ ଟଙ୍କା
ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେବ । ଗୋଟିଏ ପଟେ ଲଗାତର ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ିଛିନ୍ତି । କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ, ଛୋଟ ଠାରୁ ବଡ଼ ବଡ଼ ବେପାରୀଙ୍କ ଉପରେ ମଧ୍ୟ ତୈଳଦର ବୃଦ୍ଧିର ପ୍ରଭାବ ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣାର ହିସାରରେ ଥିବା ଖାପ୍ ପଞ୍ଚାୟତ କ୍ଷୀର ଦର ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛି ।
ମାର୍ଚ୍ଚ ୧ ଅର୍ଥାତ୍ ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଦାମ ଓଡ଼ିଶାରେ ନୁହେଁ ବରଂ ହରିୟାଣାରେ ଲାଗୁ ହୋଇଛି । ପଞ୍ଚାୟତ ନୂଆ କୃଷି ଆଇନ୍ ଓ ତୈଳ ଦର ବୃଦ୍ଧି ବିରୋଧରେ କ୍ଷୀର ଦର ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି। ଦିନକ ତଳେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ କ୍ଷୀର ଲିଟର୍ ପିଛା ୧୦୦ ଟଙ୍କାରେ ବିକ୍ରି ହେବା ଟ୍ରେଣ୍ଡ କରୁଥିଲା ।
ଏ ନେଇ ପଞ୍ଚାୟତ ପକ୍ଷରୁ କୁହାଯାଇଛି, ‘ଆମେ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଡାଏରୀ ଚାଷୀଙ୍କୁ ଅନୁରୋଧ କରୁଛୁ ଯେ ସେମାନେ କେବଳ ସରକାରୀ କୋଅପରେଟିଭ୍ ସୋସାଇଟିକୁ ମଧ୍ୟ ଏହି ଦରରେ କ୍ଷୀର ବିକ୍ରି କରନ୍ତୁ। ତେବେ ଗରିବ ଲୋକଙ୍କୁ କ୍ଷୀର ଦେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଅର୍ଥାତ୍ ଗରିବଙ୍କୁ ପୁରୁଣା ଦରରେ କ୍ଷୀର ବିକ୍ରି କରାଯିବ।’
ଏହା ପୂର୍ବରୁ ସିଂଘୁ ବର୍ଡରରେ ଆନ୍ଦୋଳନ କରୁଥିବା ଚାଷୀ ନେତା କହିଛନ୍ତି, ‘ଡିଜେଲ ଦର ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀଙ୍କୁ ଘେରିବାକୁ ପ୍ରୟାସ କରୁଛନ୍ତି। ସରକାରଙ୍କୁ କାଉଣ୍ଟର କରିବା ପାଇଁ ଆମେ କ୍ଷୀର ଦରକୁ ଦ୍ୱିଗୁଣିତ କରିଛୁ।’ ଏପରିକି ଯଦି ଚାଷୀଙ୍କ କଥା ନଶୁଣନ୍ତି, ତାହେଲେ ଆଗାମୀ ଦିନରେ ପରିବା ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।ଟ୍ୱିଟରରେ ମାର୍ଚ୍ଚ ୧ ତାରିଖରୁ କ୍ଷୀର ଦର ଲିଟର ପିଛା ୧୦୦ ଟଙ୍କା ହ୍ୟାଶଟ୍ୟାଗ୍ ସହ ଟ୍ୱିଟ୍ କରୁଥିବା କିଛି ଲୋକେ ପଚାରୁଛନ୍ତି ଯେ ଯଦି ଲୋକେ ୧୦୦ ଟଙ୍କାରେ ଲିଟର ପେଟ୍ରୋଲ କିଣିପାରୁଛନ୍ତି, ତାହେଲେ କ୍ଷୀର କାହିଁକି ନୁହେଁ।