Tata Group - The Sakala
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କଲା ଟାଟା ଗୃପ୍ । ଏନେଇ ଟାଟା ଗୃପ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଆହତଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପ୍ରତିଶୃତି ଦେଇଛି ଟାଟା ଗୃପ୍ । କ୍ଷତିଗ୍ରସ୍ତ ମେଡିକାଲ କଲେଜ କୋଠା ସଜାଡ଼ିବାକୁ ମଧ୍ୟ ପ୍ରତିଶୃତି ଦେଇଛି ।
ଅନ୍ୟପଟେ ଆଜି ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବୋଇଂ ୭୮୭-୮ ଡ୍ରିମଲାଇନର୍ ବିମାନ (AI171) ଉଡ଼ାଣ ଭରିବାର କିଛି ମିନିଟ୍ ପରେ ମେଘାନୀ ନଗର ନିକଟସ୍ଥ ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଥିଲେ ୨୪୨ ଜଣ ଲୋକ। କୁହାଯାଉଛି ଏହି ଦୁର୍ଘଟଣାରେ ମାତ୍ର ଜଣେ ଯାତ୍ରୀ ଜୀବିତ ଅଛନ୍ତି। ଏହାସହ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।
ରୋଷେଇ ଘରେ ପୁଣି ମହଙ୍ଗା ମାଡ : ବଢୁଛି ହରଡ଼ ଡାଲି ଦର, ଆଗକୁ ବଢିବ ଲୁଣ
ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ଫଳରେ ହସ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ରୋଜଗାର ବୃଦ୍ଧି ପାଉନଥିଲା ବେଳେ ଦରଦାମର ଏପରି ବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏହାରି ମଧ୍ୟରେ ରୋଷେଇରେ ବ୍ୟବହୃତ ଟାଟା ଲୁଣ ର ଦର କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘ ବର୍ଷରୁ ଭାରତୀୟଙ୍କ ରୋଷେଇରେ ଜରୁରୀ ଏହି ଲୁଣ ଏବେ ମହଙ୍ଗା ହେବାକୁ ଯାଉଛି। ତାଜା ରିପୋର୍ଟ ଅନୁସାରେ କମ୍ପାନୀ ବାଧ୍ୟ ହୋଇ ଲୁଣ ଦର ବୃଦ୍ଧି କରୁଛନ୍ତି। ଟାଟା କଞ୍ଜ୍ୟୁମର ପ୍ରଡକ୍ଟର ସିଇଓ ସୁନୀଲ ଡିସୁଜା ଏହି ସୂଚନା ଦେଇଛନ୍ତି।
ଟାଟା କଞ୍ଜ୍ୟୁମର ପ୍ରଡକ୍ଟର ସିଇଓ ସୁନୀଲ ଡିସୁଜା କହିଛନ୍ତି ଯେ ମୂଲ୍ୟ ବୃଦ୍ଧିରେ କମ୍ପାନୀ କିଛି ବୋଝ ଗ୍ରାହକଙ୍କ କାନ୍ଧରେ ରଖିବାକୁ ବାଧ୍ୟ ହେଉଛି।ଡିସୁଜାଙ୍କ ଅନୁସାରେ ଲୁଣର ମୁଖ୍ୟ କାରକ ବ୍ରାଇନ ଏନର୍ଜୀ ଯୋଗୁ ମୂଲ୍ୟ ବୃଦ୍ଧି କରିବାକୁ ପଡୁଛି। ଏଥିରେ ବ୍ରାଇନ ଦର ସ୍ଥିର ଥିଲେବି ଏନର୍ଜୀ ମୂଲ୍ୟ ବୃଦ୍ଧି ଲୁଣ ଦର ବୃଦ୍ଧି ଲାଗି ବାଧ୍ୟ କରୁଛି। କମ୍ପାନୀ କେବଳ ମାର୍ଜିନ ବଞ୍ଚାଇବା ଲାଗି ଏହି ମୂଲ୍ୟ ବୃଦ୍ଧି କରୁଥିବା ସିଇଓ କହିଛନ୍ତି। ଦେଶର ପ୍ରାୟ ପ୍ରତ୍ୟେକଙ୍କ ଘରେ ବ୍ୟବହାରରେ ଆସୁଥିବା ଟାଟା ଲୁଣ ଦର କେବେ ବୃଦ୍ଧି ହେବ ଓ କେତେ ବୃଦ୍ଧି ହେବ ସେ ନେଇ ଡିସୁଜା କିଛି କହି ନାହାନ୍ତି। ହେଲେ ଟାଟା ଲୁଣର ସବୁଠୁ ଛୋଟ ପ୍ୟାକେଟର ମୂଲ୍ୟ ୨୫ ଟଙ୍କା ପଡୁଛି। ଏଥିରୁ ମୂଲ୍ୟ ବୃଦ୍ଧି ହେଲେ ଲୋକଙ୍କ ପକେଟ ଉପରେ ବୋଝ ବଢିବା ଏକପ୍ରକାର ନିଶ୍ଚିତ।
ଅନ୍ୟପଟେ ଦେଶରେ ହରଡ଼ ଡାଲି ଦର ଗତ କିଛି ସପ୍ତାହ ହେଲା ବଢିଚାଲିଥିବାରୁ କେନ୍ଦ୍ର ସରକାର ଚିନ୍ତିତ ହୋଇପଡ଼ିଛନ୍ତି । ବିଶେଷକରି କେତେକ ଜମାଖୋର ବ୍ୟବସାୟୀ ହରଡର କୃତ୍ରିମ ଅଭାବ ସୃଷ୍ଟି କରି ଦର ବଢାଇବାକୁ ଯୋଜନା କରୁଥିବା ସୂଚନା ମିଳିବା ପରେ ସରକାର ଚିନ୍ତିତ ହୋଇଯାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଷ୍ଟକ ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧିନରେ ବ୍ୟବସାୟୀମାନେ ନିଜ ନିଜର ଷ୍ଟକ ଦର୍ଶାଇବାକୁ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଏବର୍ଷ ପ୍ରବଳ ବର୍ଷା ଯୋଗୁଁ ଦେଶର ପ୍ରମୁଖ ହରଡ଼ ଉତ୍ପାଦନକାରୀ ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଖରିଫ ହରଡ଼ ଚାଷ ପ୍ରଭାବିତ ହୋଇଛି । ଏଥିପାଇଁ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି । ଫଳରେ ଗତ ଜୁଲାଇ ମଧ୍ୟ ଭାଗରୁ ଏପର୍ଯ୍ୟନ୍ତ ଦେଶରେ ହରଡ଼ ଡାଲି ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ମୁଦ୍ରାସ୍ପିତୀ ସମସ୍ୟାକୁ ନେଇ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ହରଡ଼ ଡାଲିର ମୂଲ୍ୟବୃଦ୍ଧି ସ୍ଥିତିକୁ ଜଟିଳ କରିବାର ଆଶଙ୍କା ରହିଛି ।
ଶେଷରେ ବିଧିବଦ୍ଧ ଭାବେ ଏୟାର ଇଣ୍ଡିଆର ମାଲିକାନା ହାତେଇଲା ଟାଟା ଗ୍ରୁପ୍
ନୂଆଦିଲ୍ଲୀ: ଶେଷରେ ଆଜି ବିଧିବଦ୍ଧ ଭାବେ ଟାଟା ଗ୍ରୁପ୍ ପାଖକୁ ଫେରିଛି ଏୟାର ଇଣ୍ଡିଆ। ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଏବଂ ସରକାରଙ୍କୁ ପୂର୍ଣ୍ଣ ରାଶି ପୈଠ କଲାପରେ ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛି ଟାଟା ଗ୍ରୁପ୍ । ଏବେ ଏୟାର ଇଣ୍ଡିଆର ସମସ୍ତ ପରିଚାଳନା ଦାୟିତ୍ୱ ତା’ର ନୂଆ ମହାରାଜା ଟାଟା ଗ୍ରୁପ ଅଧିନକୁ ଆସିଛି। ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନ କହିଛନ୍ତି ଯେ ଏୟାର ଇଣ୍ଡିଆକୁ ଫେରି ପାଇ ଆମେ ବହୁତ ଖୁସି। ଏହାକୁ ଏକ ବିଶ୍ୱ ସ୍ତରୀୟ ଏୟାରଲାଇନରେ ପରିଣତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଔପଚାରିକ ହସ୍ତାନ୍ତର ପୂର୍ବରୁ ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର ଇଣ୍ଡିଆକୁ ସାମିଲ କରାଯାଇ ଏହାର ସଫଳ ନିଲାମ କରାଯାଇଛି।
ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର ୧୮,୦୦୦ କୋଟି ଟଙ୍କାରେ ଏୟାର ଇଣ୍ଡିଆର ବିକ୍ରି ପାଇଁ ଟାଟା ସନ୍ସ ସହ ରାଜିନାମା କରିଥିଲେ। କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ପରେ ଏୟାର ଇଣ୍ଡିଆର ମାଲିକାନା ଟାଟା ଗ୍ରୁପ୍‌ ହାତକୁ ଫେରିଛି। ସରକାରଙ୍କୁ ୨୭୦୦ କୋଟି ଟଙ୍କା ନଗଦ ଦେବ ଏବଂ ଏୟାର ଲାଇନ୍ ଉପରେ ଥିବା ୧୫,୩୦୦ କୋଟି ଟଙ୍କା ବକେୟା ପରିଶୋଧ କରିବା ନେଇ ଚୁକ୍ତି ହୋଇଥିଲା।
ଟାଟା ହେଲା ଆଇପିଏଲର ନୂଆ ସ୍ପନଶର
ନୂଆଦିଲ୍ଲୀ: ଟାଟା କମ୍ପାନୀ ଆଇପିଏଲର ନୂତନ ଟାଇଟଲ ସ୍ପନଶର ହୋଇଛି । ମଙ୍ଗଳବାର ଚୀନର ଭିଭୋ କମ୍ପାନୀ ଏଥିରୁ ଓହରିଯିବା ପରେ ପରବର୍ତ୍ତି ୨ଟି ସିଜନ ପାଇଁ ଟାଟାକୁ ଏହି ଅଧିକାର ପ୍ରଦାନ କରାଯାଇଛି । ଫଳରେ ଆଗାମୀ ସଂସ୍କରଣକୁ ଟାଟା ଆଇପିଏଲ କୁହାଯିବ। ୨୦୧୮ରେ ଭିଭୋ ବାର୍ଷିକ ୪୪୦ କୋଟି ଟଙ୍କାରେ ଟାଇଟଲ ସ୍ପନଶରଶିପ ହାଇଥିଲା । ଭାରତ-ଚୀନ ବିବାଦ ଯୋଗୁଁ ପରେ ଏହି ଚୁକ୍ତିରୁ ଓହରି ଯାଇଥିଲା ଏବଂ ଡ୍ରିମ ୧୧କୁ ଏହି ରାଇଟ୍ସ ମିଳିଥିଲା । ମଙ୍ଗଳବାର ଭିଭୋ ସ୍ପନଶରଶିପରୁ ଓହରିବା ପାଇଁ ଅନୁରୋଧ କରିଥିଲା ଏବଂ ବିସିସିଆଇ ଏହାକୁ ଗ୍ରହଣ କରିଥିଲା ।
‘କୋରାପୁଟ କଫି’ଚାଷୀଙ୍କୁ ମୁଖ୍ଯମନ୍ତ୍ରୀଙ୍କ ପ୍ରଶଂସା: ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବ ଟାଟା କମ୍ପାନୀ; ବଜାୟ ରହିବ ସ୍ୱତନ୍ତ୍ରତା, ବଢ଼ିବ ଚାହିଦା
ଭୁବନେଶ୍ୱର: ଆଦିବାସୀ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇଛି ‘କୋରାପୁଟ କଫି’ । ନିଜ ସ୍ୱତନ୍ତ୍ରତା ଯୋଗୁଁ ଏହାର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଚାଷ କରି ଆଦିବାସୀ ସମ୍ପ୍ରଦାୟ ଚାଷୀମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ଯାହାର ଏକ ଉଦାହରଣ ହେଉଛନ୍ତି କସମପଦର ଗାଁର ସୁଲୋଚନା ଖର । ସେ ଟିଡିସିସିଓଏଲକୁ କମ୍ପାନୀକୁ ୨୦୦ କେ.ଜି କଫି ଫଳ ବିକ୍ରି କରି ସଫଳ ଚାଷୀ ହୋଇପାରିଛନ୍ତି । ଯାହାଙ୍କ ବିଷୟରେ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏଥିସହ ଆଉ ଏକ ଖୁସିର ବିଷୟ ହେଉଛି, ‘କୋରାପୁଟ କଫି’ର ସ୍ୱତନ୍ତ୍ରତାକୁ ବଜାୟ ରଖି @TataCompanies ଏହାର ବିକ୍ରି ଆରମ୍ଭ କରିବାକୁ ଯାଉଛି। କୋରାପୁଟର କଫି ଚାଷୀଙ୍କ ପାଇଁ ଏହା ଏକ ନୂଆ ଆଶାର କିରଣ। କୋଭିଡ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ। #OdishaCares pic.twitter.com/kiZ9bOeohg
— Naveen Patnaik (@Naveen_Odisha) August 8, 2021
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କୋରାପୁଟ କଫି’ର ଲୋକପ୍ରିୟତା ବଜାୟ ରଖିବାରେ କସମପଦର ଗାଁର ସୁଲୋଚନା ଖରଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ସେ ଟିଡକଲ୍‌କୁ ୨୦୦ରୁ ଊର୍ଦ୍ଧ୍ଵ କେଜି କଫି ଫଳ ବିକ୍ରି କରି ​ସଫଳ ଚାଷୀ ହୋଇପାରିଛନ୍ତି। ‘କୋରାପୁଟ କଫି’ର ଆଦୃତି ଆଦିବାସୀ ଚାଷୀଙ୍କ ଆର୍ଥିକ-ସାମାଜିକ ସ୍ଥିତିକୁ ଆହୁରି ସୁଦୃଢ କରିଥିବା ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । ଏଥିସହିତ ‘କୋରାପୁଟ କଫି’ର ସ୍ୱତନ୍ତ୍ରତାକୁ ବଜାୟ ରଖି ଟାଟା କମ୍ପାନୀ ଏହାର ବିକ୍ରି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ରେ ସୂଚିତ କରିଛନ୍ତି । କୋଭିଡ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, କୋରାପୁଟର ଥଣ୍ଡା ଜଳବାୟୁ ପାଇଁ ଏଠାରେ କଫି ଚାଷ ଭଲ ହୋଇଥାଏ। କଫି ଚାଷ ପାଇଁ କୋରାପୁଟର ଏକ ସ୍ୱତନ୍ତ୍ର ପରିଚୟ ରହିଥିଲେ ମଧ୍ୟ ଏଠାରେ ପ୍ରକ୍ରିୟାକରଣ ୟୁନିଟ ନ ଥିବାରୁ କଫି ଚାଷୀମାନେ ଅସୁବିଧାରେ ପଡୁଥିଲେ। ଜିଲ୍ଲାରେ ପାଖାପାଖି ୩ ହଜାର ହେକ୍ଟର ଜମିରେ କଫି ଚାଷ କରାଯାଉଥିଲାବେଳେ କୋରାପୁଟରୁ ବର୍ଷକୁ ପ୍ରାୟ ୫୫୦ ମେଟ୍ରିକ ଟନ କଫି ମଞ୍ଜି ମିଳୁଛି। ଆଗରୁ ଚାଷୀମାନେ ଏହା ବାହାରକୁ ରପ୍ତାନୀ କରୁଥିଲେ। ଏଠାରୁ ମୁଖ୍ୟତଃ ଆନ୍ଧ୍ର ଓ କର୍ଣ୍ଣାଟକକୁ କଫି ବିକ୍ରି କରା ଯାଉଥିଲାବେଳେ ସେମାନେ ନିଜ ନାମରେ ବ୍ରାଣ୍ଡିଂ କରି କଫି ବିକ୍ରି କରୁଥିଲେ। ଫଳରେ କୋରାପୁଟ କଫି ଏହାର ଅସ୍ତିତ୍ୱ ହରାଉଥିଲା। ଚାଷୀଙ୍କ ସମସ୍ୟା ଦୂର କରିବା ସହ ନିଜ ପାଇଁ ପରିଚୟ ତିଆରି କରିବା ଲକ୍ଷ୍ୟ ନେଇ ରାଜ୍ୟର ପ୍ରଥମ କଫି ପ୍ରକିୟାକରଣ ୟୁନିଟ୍‌ ଉଦ୍‌ଘାଟନ କରିଥିଲେ ।
ଜୁନ ୨୦୨୧ ସୁଦ୍ଧା ୩୦,୦୦୦ ପରିବାରକୁ ୪୬,୦୦୦ ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି। ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ‘ଲକ୍ଷ୍ମୀପୁର’, ‘କାଶିପୁର’, ‘ଦସମନ୍ତପୁର’, ‘ନନ୍ଦପୁର’, ‘ଲମଟାପୁଟ’, ‘କୋରାପୁଟ’ ଓ ‘ପଟ୍ଟାଙ୍ଗି’ ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮,୭୯୦ କେଜି କଫି ଚେରୀ ସଂଗ୍ରହ କରିଛି। ୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତ ବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା ରଖାଯାଇଛି।