Smart Card to BSKY - The Sakala
ବିଏସ୍‌କେୱାଇ କାର୍ଡ ନବୀକରଣ ନାଁରେ ଠକୁଛନ୍ତି ଦଲାଲ୍‌, ନଜର ରଖିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟର ପ୍ରତ୍ୟେକ ଗରିବ ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ସେବାରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ରାଜ୍ୟ। ତେବେ କିଛି ଅସାଧୁ ତଥା ଖଳ ପ୍ରବୃତିର ଲୋକ ଏହି ମହତ୍ୱାକାଂକ୍ଷୀ ଯୋଜନାରୁ ଅନୈତିକ ଫାଇଦା ଉଠାଇବାକୁ ପଛାଉ ନାହାନ୍ତି ।  ଏପରିସ୍ଥଳେ ଜନସଚେତନତା ସୃଷ୍ଟି କରି ବିଏସ୍‌କେୱାଇକୁ ଦୁର୍ନୀତି ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଆଜି ବିଭାଗୀୟ ଶାସନ ସଚିବ ଶାଲିନି ପଣ୍ଡିତ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଆରକ୍ଷୀ ଅଧିକ୍ଷକ, ସିଡିଏମ୍‌ଓ/ପିଏଚ୍‌ଓଙ୍କୁ ପତ୍ର ଲେଖି କହିଛନ୍ତି, ବିଏସ୍‌କେୱାଇ ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଆର୍ଥିକ ସ୍ତରରେ ଦୁର୍ବଳ ପରିବାର ତଥା ମହିଳାମାନଙ୍କ ପାଇଁ ଏହା କୌଣସି ବରଦାନ ଠାରୁ କମ୍‌ ନୁହେଁ । ଘରୋଇ ଡାକ୍ତରଖାନାରେ ୯୬.୫ ଲକ୍ଷ ହିତାଧିକାରୀ ପରିବାରର ପୁରୁଷ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଇଛି । ତେବେ ଗତ କିଛି ଦିନ ହେଲା ବିଏସ୍‌କେୱାଇରେ ଜାଲିଆତି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଖବର ଆସୁଛି । ଏଥିପ୍ରତି ଆମ ସମସ୍ତଙ୍କୁ ସଜାଗ ରହିବା ଆବଶ୍ୟକ । ବିଏସ୍‌କେୱାଇ କାର୍ଡ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ଏପରି ଠକେଇ କାରବାରକୁ ରୋକାଯାଇ ପାରିବ।
ବିଏସ୍‌କେୱାଇ କାର୍ଡ ଆପେ ଆପେ ନବୀକରଣ ହୋଇଥାଏ,ପ୍ରତିବର୍ଷ ସେପ୍ଟେମ୍ବର ୧ରେ ସ୍ୱୟଂକୃତ ଭାବେ କାର୍ଡ ନବୀକରଣ ହୁଏ
ହିତାଧିକାରୀ ଏହାକୁ ନବୀକରଣ କରିବା କିମ୍ବା ରିଚାର୍ଜ କରିବା ଆବଶ୍ୟକ ନାହିଁ
ନବୀକରଣ ପାଇଁ ହିତାଧିକାରୀଙ୍କୁ କୌଣସି କାର୍ଯ୍ୟାଳୟକୁ ଧାଇଁବା ଆବଶ୍ୟକ ନାହିଁ କିମ୍ବା ଟଙ୍କା ଦେବା ଜରୁରୀ ନୁହେଁ
ସମସ୍ତ ରାସନକାର୍ଡଧାରୀମାନଙ୍କର ବିଏସକେୱାଇ କାର୍ଡ ନଥିଲେ ମଧ୍ୟ ସେମାନେ ବିଏସକେୱାଇ ଯୋଜନାରେ ପଞ୍ଜିକୃତ ଘରୋଇ ହସ୍ପିଟାଲଗୁଡ଼ିକରେ ସମସ୍ତ ଚିକିତ୍ସା ସୁବିଧା ପାଇବା ପାଇଁ ଯୋଗ୍ୟ
ସମସ୍ତ ହିତାଧିକାରୀମାନଙ୍କଠାରୁ ଫୋନ୍ ମାଧ୍ୟମରେ ମତାମତ ନିଆଯାଉଥିବାରୁ ହସ୍ପିଟାଲରେ ପଞ୍ଜିକରଣ ସମୟରେ ନିଜର ସଠିକ୍ ଫୋନ୍ ନମ୍ବର ଦେବାକୁ ପରାମର୍ଶ ଦିଆଯାଇଛି
ବିଏସକେୱାଇ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରେ ବିଏସକେୱାଇ କାର୍ଡ ସ୍ୱତଃ ରିଚାର୍ଜ ହୋଇଥାଏ ।
ତେଣୁ ଏ ସମ୍ପର୍କରେ ସମସ୍ତ ବିଏସ୍‌କେୱାର କ୍ଷେତ୍ର କର୍ମଚାରୀ ତଥା ହିତାଧିକାରୀଙ୍କୁ ଅବଗତ କରାଇବା ପାଇଁ ଆପଣମାନେ ପଦକ୍ଷେପ ନିଅନ୍ତୁ । ଯାହା ଫଳରେ ଅସାମାଜିକ ବ୍ୟକ୍ତି କାର୍ଡ ନବୀକରଣ ନାମରେ ହିତାଧିକାରୀଙ୍କୁ ଶୋଷଣ କରିବା ପାଇଁ ସୁଯୋଗ ପାଇବେ ନାହିଁ । ଏଥିପାଇଁ ପ୍ରଚାର ପତ୍ର ତଥା ଜନସୂଚନା ବ୍ୟବସ୍ଥା ବ୍ୟହାର କରି ଲୋକଙ୍କୁ କାର୍ଡ ନବୀକରଣ ସମ୍ପର୍କରେ ଅବଗତ କରାଇବା ପାଇଁ ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।
ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗ, ୨ ଗିରଫ
ଭୁବନେଶ୍ବର: ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗ। ସାଲେପୁର ଘରୋଇ ହସ୍ପିଟାଲର ୨ଜଣ ଅଧିକାରୀଙ୍କୁ ଗିରଫ କଲା ମଧୁପାଟଣା ପୁଲିସ । ଘଟଣାରେ ସମ୍ପୃକ୍ତ ଜେମ କେୟାର ହସ୍ପିଟାଲ ମାଲିକ ଡାକ୍ତର ଚିନ୍ମୟ ସାହୁ ସମେତ ୩ଜଣ ଫେରାର ହୋଇ ଯାଇଛନ୍ତି ।
ଡାକ୍ତର ଚିନ୍ମୟ ସାଲେପୁର ଶୋଭା ନର୍ସିହୋମରେ କୁନି ପାତ୍ରଙ୍କ କାର୍ଡ ସ୍ୱାବ କରି ଜେମ କେୟାରରେ ଷ୍ଟୋନ ଅପରେସନ କରାଇଥିଲେ । ଡିସଚାର୍ଜ ପରେ ରୋଗୀ ଅସହ୍ୟ ଯନ୍ତ୍ରଣା ପାଇଁ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ୬ ମାର୍ଚ୍ଚ ରାତିରେ କୁନିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମଧୁପାଟଣା ଥାନାରେ ଏତଲା ହୋଇଥଲା ।
BSKY ରେ ଅନ୍ତର୍ଭୁକ୍ତ ହେଲା ରାଜ୍ୟ ବାହାରେ ଥିବା ୧୦୩ ସୁପର ସ୍ପେସାଲିଟି ହସ୍ପିଟାଲ୍
ଭୁବନେଶ୍ୱର:  ‘‘ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’’ର ସଫଳ ରୂପାୟନ ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବି.ଏସ୍.କେ.ୱାଇ) ଅନ୍ତର୍ଭୁକ୍ତ କରିଛନ୍ତି ।
ଓଡ଼ିଶା ହେଲ୍ଥ୍ ଆସୁରାନ୍ସ୍ ସୋସାଇଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବି.ଏସ୍.କେ.ୱାଇ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।
ସୋସାଇଟି ସଭାକକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ବି.ଏସ୍.କେ.ୱାଇ କାର୍ଯ୍ୟନ୍ୱୟନ ସମ୍ବନ୍ଧିତ ବିଭିନ୍ନ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷାକରି ଡାକ୍ତର ବୃନ୍ଦା ଡି. ତାଲିକା ଅନ୍ତର୍ଭୁକ୍ତ ହସ୍-ପିଟାଲ୍ମାନେ ଚିକିତ୍ସା ବାବଦରେ ଦେଇଥିବା ବିଲ୍ ଗୁଡ଼ିକର ପୈଠ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ଲାଇନ୍ରେ ଆସୁଥିବା ବିଲ୍ଗୁଡ଼ିକୁ ଦୈନନ୍ଦିନ ଭିତ୍ତିରେ ନିରୀକ୍ଷଣ କରି ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ନୋଡାଲ୍ ଅଫିସର ମାନଙ୍କୁ ପରାମର୍ଶ ଦେଇଥିଲେ। ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟବାହାରେ ଥିବା ଉଚ୍ଚମାନର ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବି.ଏସ୍.କେ.ୱାଇ ତାଲିକା ଅନ୍ତର୍ଭୁକ୍ତ କାଯାଇଛି । ଏଗୁଡ଼ିକ ମଧ୍ୟରେ ତାମିଲ୍ନାଡ଼ୁର ଖ୍ରୀଷ୍ଟିଆନ୍ ମେଡ଼ିକାଲ କଲେଜ, ବେଙ୍ଗାଲୁରୁର ଶ୍ରୀ ଶଙ୍କରା କ୍ୟାନ୍ସର ଫାଉଣ୍ଡେସନ୍, କଲିକତାର ଟାଟା ମେଡିକାଲ୍ ସେଣ୍ଟର, ଭାଇଜାକ୍ ଓ ସଙ୍ଗୁରରେ ଥିବା ହୋମି ବାବା କ୍ୟାନ୍ସର ପ୍ରତିଷ୍ଠାନ, ବାରଣାସୀର ଏଚ୍. ବି. କ୍ୟାନ୍ସର ହସ୍ପିଟାଲ୍ ଏବଂ ମହାନାନା ପଣ୍ଡିତ ମଦନ ମୋହନ ମାଲବ୍ୟ କର୍କଟ କେନ୍ଦ୍ର, ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ୍ ଏବଂ କର୍କଟ ଚିକିତ୍ସା ଗବେଷଣଶ ଓ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ହସ୍ପିଟାଲ୍ ଆଦି ଅନ୍ତର୍ଭୁକ୍ତ। ଚେନ୍ନାଇ, ଦିଲ୍ଲୀ, ଡେହେରାଡୁନ୍, ଭାସୀ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ଅମ୍ରିତସର, ଫରିଦାବାଦ୍, ଗୁର୍ଗାଁଓ, ଯାଜପୁର, ନଇଡା, ଲୁଧିଆନା, ନୂଆଦିଲ୍ଲୀ, ପଞ୍ଜାବ ଆଦି ସ୍ଥାନରେ ପ୍ରତିଷ୍ଠିତ ଫୋର୍ଟିସ୍ ଗ୍ରୁପ୍ ର ୨୪ଟି ହସ୍ପିଟାଲ୍କୁ ମଧ୍ୟ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି ।
ସେହିପରି ବେଙ୍ଗାଲୁରୁ ମୁମ୍ବାଇ, ରାୟପୁର, କୋଲକାତା ଏବଂ ଜାମ୍ସେଦ୍ପୁର ରେ ଥିବା ନାରାୟଣ ହୃଦୟାଳୟର ୭ଟି ସୁପର ସ୍ପେସାଲିଟି ହାର୍ଟ ହସ୍ପିଟାଲ୍ କୁ ଚଳିତବର୍ଷ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି । ଓ.ଏସ୍.ଟି.ଏଫ୍ ଗ୍ରୁପ୍ ର ୧୩ ଟି ହସ୍ପିଟାଲ୍ ମଧ୍ୟ ବି.ଏସ୍.କେ.ୱାଇ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମଧ୍ୟରୁ ବିଶାଖାପାଟନାମରେ ୭ଟି, ରାୟପୁରରେ ୩ଟି ଏବଂ ସୁରାଟରେ ୩ଟି ହସ୍ପିଟାଲ୍ କାର୍ଯ୍ୟକରୁଛି ।
ଏହାଛଡ଼ା ବିଶାଖାପାଟନମ୍ର ଏ.ଏନ୍.ହସ୍ପିଟାଲ୍, କୁଇନ୍ସ୍ ଆର୍.ଏନ୍.ଆଇ. ହସ୍ପିଟାଲ୍, ସାଗର ଦୁର୍ଗା ହସ୍ପିଟାଲ୍, ବିଜେଥା ହସ୍ପିଟାଲ୍, ଏମ୍.ବି.ମଲ୍ଟି ସ୍ପେସାଲିଟି ହସ୍ପିଟାଲ୍, କିମ୍ସ୍ ଆଇକନ୍ ହସ୍ପିଟାଲ୍, ଜି.ଜେ. ହସ୍ପିଟାଲ୍, ଜିଗ୍ଲ୍ସ୍ ଆଣ୍ଡ ଓମ୍ନି ମହିଳା ଓ ଶିଶୁ ହସ୍ପିଟାଲ୍, ଗୀତମ୍ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ, ଆୟୁଷ୍ମାନ୍ ହସ୍ପିଟାଲ୍ ଏବଂ ମେଡିକଭର ହସ୍ପିଟାଲ୍ ଆଦିକୁ ବି.ଏସ୍.କେ.ୱାଇ ତାଲିକାଭୁକ୍ତ କରାଯାଇଛି ।
ସେହିପରି ରାୟପୁରସ୍ଥିତ ୨୧ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍, ସୁରାଟ୍ସ୍ଥିତ ୨ ଟି, ଶିରକାକୁଲମ୍ର ୨ଟି, କୋଲକାତାର ୧ଟି, ମଦୁରାଇର ୧ ଟି, ହାଇଦ୍ରାବାଦର ୧ଟି, ଛତିଶଗଡ଼ର ୧ଟି, ରାଇଗଡ଼ର ୧ ଟି, ଦ୍ୱାରକାନଗରର ବଟି, ବିଜିଆନଗରମ୍ର ୨ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ତାଲିକା ଭୁକ୍ତ କରାଯାଇଛି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଚଳିତ ବର୍ଷ ନଭେମ୍ବର ମାସରେ ଏହିସବୁ ହସ୍ପିଟାଲ୍ରେ ୪୫୦୦ ଜଣ ଓଡ଼ିଆ ଲୋକ ଦେୟ ମୁକ୍ତ ଚିକିତ୍ସା ପାଇଛନ୍ତି । ଏଥିପାଇଁ ରାଜ୍ୟସରକାର ୧୧.୨୬ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି । ଜନୁଆରୀ ରୁ ନଭେମ୍ବର ମାସ ମଧ୍ୟରେ ସମୁଦାୟ ୨୮,୦୦୦ ଓଡ଼ିଆଙ୍କର ବାହାର ରାଜ୍ୟର ହସ୍ପିଟାଲ୍ ମାନଙ୍କରେ ମାଗଣା ଚିକିତ୍ସା ବାବଦରେ ରାଜ୍ୟ ସରକାର ପ୍ରାୟ ୩୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି ବୋଲି ସୋସାଇଟିର ଆର୍ଥିକ ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ ଜଣାଇଥିଲେ।
ରୋଗୀ ଏବଂ ତାଙ୍କର ନିକଟ ସଂପର୍କୀୟ ମାନଙ୍କଠାରୁ ମିଳିଥିବା ମତାମତରୁ ଜଣାପଡ଼ିଛି ଯେ ପ୍ରାୟ ୯୮ % ଭାଗ ରୋଗୀଙ୍କୁ ଏହିସବୁ ହସ୍ପିଟାଲ୍ରେ ନିୟୋଜିତ ସ୍ୱାସ୍ଥ୍ୟ ସହାୟକମାନେ ସିଧାସଳଖ ସାହାଯ୍ୟ କରିଥିଲେ । ପ୍ରାୟ ୯୮% ରୋଗୀ ଏହି ମାଗଣା ଓ ଉତ୍ତମ ମାନର ଚିକିତ୍ସା ପାଇଁ ସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ଭୁବନେଶ୍ବର : ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅନନ୍ୟ ନେତୃତ୍ୱ ଦ୍ୱାରା ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ପ୍ରଦାନ କରିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ଯୟ ପରିଚାଳନା, କ୍ରୀଡ଼ାର ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ହୋଇଛି।ଶିକ୍ଷା ହେଉ କି ସ୍ବାସ୍ଥ୍ଯ ଅବା କୃଷି, ଏସବୁର ବିକାଶ ଦିଗରେ ଏବେ ସବୁଠି ଆଗରେ ଓଡ଼ିଶା । ରାଜ୍ଯ ସରକାରଙ୍କ ଜନହିତକାରୀ ଯୋଜନାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ନବୀନଙ୍କ ବିଭିନ୍ନ ଜନହିତକର ଯୋଜନା ବିଶ୍ବ ସ୍ତରରେ ମଧ୍ୟ ପ୍ରଶଂସିତ ହେବାରେ ଲାଗିଛି।
କିଛି ଦିନତଳେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇଥିଲା ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି)। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥି ପାଇଁ ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଯୋଗଦେବାକୁ ନିମନ୍ତ୍ରଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଯାଇ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ଗତ ଓଡ଼ିଶା ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କିପରି ଉଲ୍ଲେଖନୀୟ ସଫଳତା ହାସଲ କରିଛି ତାହା ସମଗ୍ର ବିଶ୍ବ ଆଗରେ କହିଥିଲେ । ଏଥି ସହିତ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରି ଏବଂ ଜଳବାୟୁ ଅନୁକୂଳ ଜୀବିକା ସୃଷ୍ଟି ନିମନ୍ତେ ବିକାଶମୂଳକ କାର୍ଯ୍ୟ କରି ଓଡ଼ିଶା ଧୀରେ ଧୀରେ ନିରନ୍ତର ଓ ସମନ୍ବିତ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି କରୁଛି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି।
With the blessings of @Naveen_Odisha , visiting Berlin, Germany to attend the World Health Summit being organised by the @WHO on the invitation of @UNITE_MPNetwork . Plan to present @BskyOdisha as a possible global standard for Universal Health Care & Heath for All. @bjd_odisha pic.twitter.com/9EWEDSirIw
— Dr. Amar Patnaik (@Amar4Odisha) October 15, 2022
ଅନ୍ୟପଟେ ଏବେ ରାଜ୍ୟ ସରକାରଙ୍କ ଆଉ ଏକ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଶୁଣିବ ସମଗ୍ର ବିଶ୍ବ। ତାହା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼। ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ହେଉଥିବା ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ସମଗ୍ର ବିଶ୍ବ ଶୁଣିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାହାଣୀ। ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଓ ସାର୍ବଜନିନ ସ୍ବାସ୍ଥ୍ୟ ଚିକତ୍ସା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ  ଯୋଜନା କିପରି ଏକ ମାଇଲ ଖୁଣ୍ଟ ଭାବେ ଉଭା ହୋଇଛି  ଏବଂ ରାଜ୍ୟର ପ୍ରତ୍ୟେକ ଗରିବୀ ପରିବାର ସ୍ବାସ୍ଥ୍ୟ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କିପରି ସଞ୍ଜିବନୀ ସାଜିଛି ତାହା ବିଶ୍ବବାସୀଙ୍କ ଆଗରେ ଉପସ୍ଥାପନ କରିବେ ସାଂସଦ ଅମର ପଟ୍ଟନାୟକ।
ସୂଚନାଯୋଗ୍ୟ ଜର୍ମାନୀର ବର୍ଲିନରେ ୧୬ରୁ ୧୮ ଅକ୍ଟୋବର ଅନୁଷ୍ଠିତ ହେଉଛି ବିଶ୍ବସ୍ବାସ୍ଥ୍ୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଓଡ଼ିଶାରୁ ସାଂସଦ ଅମର ଶତପଥି ଯୋଗଦେଇଛନ୍ତି । ରାଜ୍ୟରେ ସାଧାରଣ ଗରିବୀ ଏବଂ ଦିନ ମଜୁରିଆ ଲୋକଟି କିଭଳି ବିଏସକେୱାଇ ଦ୍ୱାରା ଉପକୃତ ହେଉଛି । କିଭଳି ଏହା ସାଧାରଣ ଲୋକଟି ପାଇଁ ସଞ୍ଜିବନୀ ସାଜିଛି ସେ ବିଷୟରେ ଉଲ୍ଲେଖ କରିବେ ସାଂସଦ ଅମର ପଟ୍ଟନାୟକ ।
ସ୍ମାର୍ଟ ହେଲ୍‌ଥ କାର୍ଡ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିଛି, ଏହା ଦ୍ବାରା ଗରିବ ଲୋକମାନେ ପ୍ରକୃତରେ ସଶକ୍ତ ହୋଇପାରିବେ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର :  ସାରା ରାଜ୍ୟରେ ସମସ୍ତ ଗରିବ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାପାଇଁ ସରକାର ଆରମ୍ଭ କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ସେବାରେ ସାମିଲ ହୋଇଛି ଜଗତସିଂପୁର ଜିଲ୍ଲା। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।  ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ସୁବିଧା ପାଇବେ । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ। ଏହାଦ୍ବାରା ଗରିବ ଲୋକମାନେ ପ୍ରକୃତରେ ସଶକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
ମୁଖ୍ୟମନ୍ତ୍ରୀ ଜଗତସିଂହପୁରରେ ଅଧିଷ୍ଠାତ୍ରୀ ଦେବୀ ମା ସାରଳାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି। ଜିଲ୍ଲାର ଗ୍ରାମାଂଚଳରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ଏବଂ ଏହା କୃଷି, ଶିଳ୍ପ ସବୁ କ୍ଷେତ୍ରରେ ଉନ୍ନତ । ଅନେକ ସରକାରୀ ଯୋଜନା ଏଠାରେ ସଫଳ ଭାବରେ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ବହୁତ ଭଲ କାମ ହେଉଛି ।
ମୁଖ୍ୟମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ BSKY Smart Health Card ରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜଗତସିଂହପୁରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦର୍ଶୀ କାର୍ଯ୍ୟକ୍ରମ ଯୋଗୁ ଓଡିଶା ଆଜି ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିଛି ବୋଲି ସେମାନେ କହିଥିଲେ । ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଡି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।
ଆସନ୍ତାକାଲି କଟକ ଓ ଖୋର୍ଦ୍ଧାରେ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ୧୦ଟା ୪୫ରେ କଟକ ଯାଇ ସ୍ବାସ୍ଥ୍ୟ ଓ ବିକାଶର ନୂଆ କାହାଣୀ ଲେଖିବେ ମୁଖ୍ୟମନ୍ତ୍ରୀ। ଉପର ବାଲିଯାତ୍ରା ପଡିଆରେ ଆୟୋଜିତ କାର୍ଯ୍ଯକ୍ରମରେ ଯୋଗଦେଇ ଈଝକଣ ସ୍ମାର୍ଟକାର୍ଡ ବଣ୍ଟନ କରିବେ ନବୀନ । ଏହା ସହିତ କଟକ ଜିଲ୍ଲାବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ।
ପରେ ୧୧ଟା ୪୦ରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ ସହିତ ବିଭିନ୍ନ ଜନହିତକର କାର୍ଯ୍ଯର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କଟକରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ।
ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଅନିଲ: ବଞ୍ଚିବାର ଆଶା ଦେଖାଇଲା ବିଏସକେୱାଇ
ଭବାନୀପାଟଣା: ଦୀର୍ଘ ୬ ବର୍ଷ ହେବ ଏକ ଦୁର୍ଘଟଣାର ଶିକାର ହୋଇ ମେରୁଦଣ୍ଡ ହାଡ଼ ଭାଙ୍ଗିଯିବାରୁ ଦୁର୍ବିସହ ଜୀବନ ବିତାଉଥିଲେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ଅନିଲ ଶିଖା(୩୦)। ଶାରୀରିକ କଷ୍ଟ, ପରିବାରର ଦାରିଦ୍ର୍ୟତା ଏବଂ ମାନସିକ ଦୁଶ୍ଚିନ୍ତା ଯୋଗୁଁ ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଅନିଲ। ତେବେ ଅନିଲଙ୍କ ଏଭଳି ଦଶା ଜଣାପଡ଼ିବା ପରେ କଳାହାଣ୍ଡି ସିଡିଏମ୍‍ଓ ଅଫିସ୍‍ରୁ କର୍ମଚାରୀ ଯାଇ ଅନିଲଙ୍କ ନିକଟରେ ପହଞ୍ଚିଥିଲେ। ଦୀର୍ଘ ୬ବର୍ଷର ଚିକିତ୍ସା ଜନିତ ସମସ୍ତ ରିପୋର୍ଟକୁ ଆଧାର କରି ବିଏସକେୱାଇ ଜରିଆରେ ଚିକିତ୍ସା ସେବା ଯୋଗାଇବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାର୍ଟ ହେଲ୍‍ଥ କାର୍ଡ ଦ୍ୱାରା ଜିଲ୍ଲା ତଥା ରାଜ୍ୟ ବାହାରେ ଅନିଲଙ୍କ ଚିକିତ୍ସା ସୁବିଧା ଏକ ପ୍ରକାରର ନୂଆ ଆଶାର କିରଣ ସୃଷ୍ଟି କରିଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତାପ କୁମାର ବେହେରା ଅନିଲଙ୍କ ସୁସ୍ଥହେବା ଦାୟିତ୍ୱ ନିଆଯିବ ଏବଂ ତାଙ୍କ ପାଇଁ ସମସ୍ତ ପ୍ରକାରର ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି।
ପ୍ରକାଶ ଯେ, ୨୦୧୫ ମସିହା ଅକ୍ଟୋବର ୧୦ତାରିଖରେ ଭବାନୀପାଟଣାରେ ଅନିଲ ଶିଖା ଏକ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ତାଙ୍କର ଚେତା ନ ଥିଲା। ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିବା ଯୋଗୁଁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ପୁର୍ନବାର ଅକ୍ଟୋବର ୧୫ରେ ବୁର୍ଲାରୁ ଏସ୍‍ସିବି କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତା’ପରେ ଆୟୁସ ହସ୍ପିଟାଲ ଓ ଓଲଟପୁର ଠାରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ। ସାଙ୍ଗରେ ଥିଲେ ବଡ଼ଭାଇ ରାଜ ଶିଖା। ଅନିଲଙ୍କ ଚିକିତ୍ସା ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଥିବାରୁ ରାଜଶିଖାଙ୍କ ସ୍ଥିତି ଅସମ୍ଭାଳ ହେବା ଯୋଗୁଁ ନିଜେ ସେ ଭାରସାମ୍ୟ ହରାଇ ବସିଲେ। ଫଳରେ ତାଙ୍କର ସ୍ନାୟୁବିକ ରୋଗ ଆରମ୍ଭ ହେଲା। ସବୁଚେଷ୍ଟା ସତ୍ତ୍ବେ ଅନିଲ ସୁସ୍ଥ ନ ହେବାରୁ ୨୦୧୬ ଜାନୁଆରୀରେ ନିଜ ଗ୍ରାମକୁ ଫେରିବାକୁ ବାଧ୍ୟ ହୋଇଥିଲେ। ପରିବାର ସମ୍ଭାଳୁଥିବା ବାପା ଯଦୁବନ ଶିଖା ଓ ମା’ କୌଶଲ୍ୟା ଶିଖା ମଧ୍ୟ ଭାଙ୍ଗି ପଡ଼ିଥିଲେ। ସମସ୍ତ ଜମି ବନ୍ଧକ ରଖିବା ସହ ସୁନା ଗହଣା, ଏପରିକି ବଡ଼ ପୁଅ ରାଜକୁ ବାହା କରିବା ପାଇଁ ସଞ୍ଚୟ କରିଥିବା ସୁନା ଗହଣା ଓ ଟଙ୍କା ମଧ୍ୟ ଅନିଲଙ୍କ ଚିକିତ୍ସାବେଳେ ଖର୍ଚ୍ଚ ହୋଇଯାଇଥିଲା। ଦୈନିକ ମୂଲ ଲାଗିଲେ ଘରେ ଚୁଲି ଲାଗୁଥିଲା। ଅନେକ ସମୟରେ ପରିବାର ଲୋକଙ୍କୁ ଭୋକରେ ବି ରହିବାକୁ ପଡୁଥିଲା। ଅନିଲଙ୍କୁ ବିକଳାଙ୍ଗ ଭତ୍ତା ଭାବେ ୭୦୦ଟଙ୍କା ମିଳୁଥିବାବେଳେ ବାପା ଯଦୁବନଙ୍କ ଭତ୍ତା ଟଙ୍କାରେ ଘର ଚଳିବା ସହ ଅନିଲଙ୍କ ଚିକିତ୍ସା ସମ୍ଭବ ହେଉ ନ ଥିଲା। ବାପା, ମା’ଙ୍କ କଷ୍ଟ, ବଡ଼ ଭାଇ ଅବିବାହିତ ହୋଇ ରହିଯିବା, ନିଜେ ଖଟିଆରେ ବର୍ଷ ବର୍ଷ ଧରି ପଡ଼ି ରହିବା ଅପେକ୍ଷା ମୃତ୍ୟୁବରଣ କରି ପରିବାର ବୋଝ ହାଲକା କରିବାକୁ ଅନିଲ ଭାବି ନେଇଥିଲେ। ତେଣୁ ଇଚ୍ଛାମୃତ୍ୟୁ ପାଇଁ ଗତ ୧୮ ତାରିଖରେ ଅନିଲ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ସମେତ ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟର ମୁଖ୍ୟ ବିଚାର ପତିଙ୍କୁ ଚିଠି ମାଧ୍ୟମରେ ଆବେଦନ କରିଥିଲେ। ହେଲେ ଗତ ୮ଦିନ ପୂର୍ବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ପାଇବା ପରେ ତାଙ୍କ ମନରେ ପରିବର୍ତ୍ତନ ଆସିଥିବା ଅନିଲ କହିଛନ୍ତି କରିଛନ୍ତି। ‘ଯଦି ମୁଁ ସୁସ୍ଥ ହେବାର ସୁଯୋଗ ସୃଷ୍ଟି ହୁଏ ତେବେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିବା ଦରଖାସ୍ତକୁ ପ୍ରତ୍ୟାହାର କରିନେବି’ ବୋଲି ଅନିଲ କହିଛନ୍ତି।
ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହେଲା କନ୍ଧମାଳ: ମୁଖ୍ଯମନ୍ତ୍ରୀ ବାଣ୍ଟିଲେ BSKY, ଉପକୃତ ହେଲେ ୧ ଲକ୍ଷ ୬୭ ହଜାର ହିତାଧିକାରୀ
ଫୁଲବାଣୀ: କନ୍ଧମାଳ ଲେଖିଲା ବିକାଶ ନୂଆ କାହାଣୀ । ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୁଲବାଣୀ ଗସ୍ତ କରିବା ସହ କନ୍ଧମାଳ ଜିଲ୍ଲାରେ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀ BSKY ସ୍ମାର୍ଟକାର୍ଡରେ ଯୋଡ଼ି ହୋଇଛନ୍ତି ।
ଏଥିସହ ଜିଲ୍ଲାର ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ମିନି ଷ୍ଟାଡିୟମରେ ପହଞ୍ଚିବା ସହ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ BSKY ସ୍ମାର୍ଟକାର୍ଡ । ପରେ ପରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ । ଯଦ୍ୱାରା ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ଉପାନ୍ତରୁ ବିକାଶର ଦ୍ୱାର ଦେଶରେ ପହଁଚିବ ।
ସେହିପରି ମୁଖ୍ୟମନ୍ତ୍ରୀ ଉଦବୋଧନ ପ୍ରଦାନ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଭଳି ଏକ ଜନମଙ୍ଗଳକାରୀ କାର୍ଡକୁ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରିଥିବା ଯୋଜନାର ସଫଳ ରୂପାୟନ ବିଷୟରେ ବାର୍ତ୍ତା ରଖିଥିଲେ ମୁଖ୍ୟମନ୍ତ୍ରୀ । କନ୍ଧମାଳ ଜିଲ୍ଲା ଆଗାମୀ ଦିନରେ ଏକ ପ୍ରଗତିଶୀଳ ଜିଲ୍ଲାରେ ପରିଣତ ହେବ । ସାଧାରଣ ଲୋକଙ୍କ ଜୀବନଯାପନ ପକ୍ରିୟାରେ ପରିବର୍ତ୍ତନ ହୋଇଛି । କନ୍ଧମାଳ ହଳଦୀ ସମଗ୍ର ବିଶ୍ୱରେ ପରିଚୟକୁ ପ୍ରତିପାଦିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକୀରୀ ସଭିଏଁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡରେ ଚିକିତ୍ସା ହୋଇପାରିବେ । ସାଧାରଣ ଗରିବୀ ଲୋକଟିଏ ଯେପରି ଉନ୍ନତ ଚିକିତ୍ସା ପାଇ ପାରିବ, ତାହା ହିଁ ସରକାରର ମୁଖ୍ୟ ଲକ୍ଷ୍ୟ । ସ୍ୱାସ୍ଥ୍ୟ ପାଇଁ ଜମି, ଅଳଙ୍କାର ଆଦି ବିକ୍ରୟ କରିବାକୁ ପଡ଼ୁଥିଲା । ତାହା ମୁଖ୍ୟମନ୍ତ୍ରୀଙ୍କୁ ବ୍ୟଥିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ଏଭଳି ଏକ ଅଭିନବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସରକାର ପହଁଚାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମଞ୍ଚରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଉପସ୍ଥିତ ରହିବା ସହ ସାଧାରଣ ଲୋକଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ସେପଟେ ସ୍ଥାନୀୟ ବିଧାୟକ ତଥା ଫୁଲବାଣୀ ବିଧାୟକ ଅଙ୍ଗଦ କଅଁର ଏବଂ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ସଭାରେ ଉପସ୍ଥିତ ରହିଛନ୍ତି । ସୁରକ୍ଷାକୁ ନଜରରେ ରଖି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ସ୍ବାସ୍ଥ୍ଯ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ: ୩୦ ଲକ୍ଷରୁ ଉର୍ଦ୍ଧ୍ବ ପରିବାରରେ ପହଞ୍ଚିଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ
ଭୁବନେଶ୍ୱର: ଘରେ ଘରେ ପହଞ୍ଚିଛି ସ୍ବାସ୍ଥ୍ଯ ସେବା। ନବୀନଙ୍କ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଏବେ ଓଡ଼ିଶାର ୩୦ ଲକ୍ଷରୁ ଉର୍ଦ୍ଧ୍ବ ପରିବାରରେ ପହଁଚିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଓଡ଼ିଶା ମଖ୍ୟମନ୍ତ୍ରୀ ନେଇଥିବା ଶୀର୍ଷ ନିଷ୍ପତ୍ତି ଏବେ ଶ୍ରେଷ୍ଠ ଖବର ପାଲଟିଛି । ଅର୍ଥାତ ମାତ୍ର ସଂକ୍ଷିପ୍ତ ସମୟ ମଧ୍ୟରେ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଅର୍ଥାତ BSKY ବର୍ତ୍ତମାନ ୩୦ ପରିବାରକୁ ବଣ୍ଟନ କରାଯାଇ ସାରିଛି । ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବିତରଣ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
“ପ୍ରତ୍ୟେକ ଜୀବନ ମୂଲ୍ୟବାନ”ର ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ଓଡ଼ିଶାର ସମସ୍ତ ଗିରିବୀ ଲୋକେ ଉନ୍ନତ ମାନର ସ୍ୱାସ୍ଥ୍ୟ ସୁବିଧା ପାଇବା ନେଇ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ଏହି ବୈପ୍ଲବିକ ଯୋଜନା । ଯେଉଁଥିରେ ମହିଳା ମାନେ ୧୦ ଲକ୍ଷ ପର୍ଯ୍ଯନ୍ତ ଚିକିତ୍ସା ସୁବିଧା ପାଇପାରିବେ। ଏବଂ ପୁରୁଷ ମାନେ ୫ ଲକ୍ଷ ପର୍ଯ୍ଯନ୍ତ ସ୍ୱାସ୍ଥ୍ୟ ସୁବିଧା ବା ଚିକିତ୍ସା ଖର୍ଚ୍ଚର ସୁବିଧା ନେଇପାରିବେ ।
Happy to share that #BijuSwasthyaKalyanYojana Smart Card Kits have been distributed to more than 30 lakh families in 11 districts. Every life is precious to us. I am sure the #BSKY cards will offer huge relief to people while availing quality healthcare. #SusthaOdisha pic.twitter.com/ufbtzm9MT8
— Naveen Patnaik (@Naveen_Odisha) November 17, 2021
ରାଜ୍ୟ ସରକାର ପ୍ରଥମେ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଉପାନ୍ତ ଅଞ୍ଚଳ କୁହାଯାଉଥିବା ମାଲକାନଗିରିରୁ ଆରମ୍ଭ କରିଥିଲେ । ଏହି କାର୍ଡରେ କେବଳ ରାଜ୍ୟ ନୁହେଁ ବଂର ରାଜ୍ୟ ବାହାରେ ମଧ୍ୟ ୨୦୦ଟି ଉନ୍ନତ ଓ ଦାମୀ ମେଡିକାଲ ରହିଛି । ହିତାଧିକାରୀ ମାନେ ଚିକିତ୍ସା ପାଇଁ କୌଣସି ସ୍ଥାନରେ ମଧ୍ୟ ଏହାର ସୁବିଧା ଉଠାଇପାରିବେ । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଉଦେଶ୍ୟ ବର୍ତ୍ତମାନ ୧୧ଟି ଜିଲ୍ଲାରେ ପହଁଚି ସାରିଛି । ଯଦ୍ୱାରା ୩୦ ଲକ୍ଷ ପରିବାରଙ୍କ ପାଖରେ ପହଁଚିସାରିଛି ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ।
ନୂଆପଡ଼ାରେ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସେବାର ନୂଆ ଅଧ୍ୟାୟ, ସ୍ମାର୍ଟ କାର୍ଡ ବିତରଣ ସହ ୪୭୯ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ-ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଭିଡିଓ କନଫରେସିଂରେ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଭର୍ଚୁଆଲ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୬୪୩ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ପ୍ରଦାନ କରିବା ସହ ଗ୍ରାମଞ୍ଚରେରେ ୧ଲକ୍ଷ ୬୩ ହଜାର ୭୦୬ ଜଣ ଓ ସହରାଞ୍ଚଳରେ ୮ ହଜାର ୯୩୪ ଜଣଙ୍କୁ ସ୍ମାର୍ଟ କାର୍ଟ ଦିଆଯିବ। ତାସହ ଜିଲ୍ଲାର ବିକାଶ ପାଇଁ ୪୭୯ କୋଟି ୮୯ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ନୂଆ ପରିଚୟ ନେଇ ଆଗକୁ ଯାଉଛି ନୂଆପଡା । ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନୂଆ ଭାବରେ କାର୍ଯ୍ୟକାରୀ କରାଯାଉଛି । ଦେଶର ବଡ଼ ବଡ଼ ହସପିଟାଲରେ ଚିକିତ୍ସିତ ହୋଇପାରିବେ ଲୋକେ । ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ । ମୋ ପାଇଁ ପ୍ରତ୍ୟେକ ଟି ଜୀବନ ମୂଲ୍ୟବାନ, ଚିକିତ୍ସା ନପାଇ କେହି ମୃତ୍ୟୁ ମୁଖରେ ପଡ଼ିଲେ ମୋତେ ଦୁଃଖ ଲାଗେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଚାଷ କ୍ଷେତ୍ରରେ ନୂଆପଡା ନୂଆ ପରିଚୟ ପାଇଛି । ଜିଲ୍ଲାର ୮୦ ପ୍ରତିଶତ ପରିବାରଙ୍କ ନିକଟରେ ପିଇବା ପାଣି ପହଞ୍ଚିଛି । ସବୁ ଗାଁ ସବୁ ପଡ଼ାକୁ ପିଇବା ପାଣି ଯୋଗାଣ ଜାରି ରହିଛି । ଏବେ ବିକାଶର ଧାରାରେ ନୂଆପଡା ଯୋଡି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ ।
https://t.co/XbWv76nhiS
— Naveen Patnaik (@Naveen_Odisha) November 8, 2021
ଏହି ସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢ଼ୋଲକିଆ ଉପସ୍ଥିତ ଉପସ୍ଥିତ ରହି ୧୦ ଜଣ ମହିଳାଙ୍କୁ ସ୍ମାର୍ଟ କାର୍ଡ ବିତରଣ କରାଯାଇଛି। ନୂଆପଡା ଜିଲ୍ଲାରେ ଆଜି ୩ଟି ଏନ୍ଏ‌ସି ୫ ବ୍ଲକରେ ସ୍ମାର୍ଟ କାଡ ବିତରଣରେ ନୂଆପଡ଼ା ବ୍ଳକ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଗାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନାଥ ସାରକା ଉପସ୍ଥିତ ରହି ଉଦଘାଟନ କରିବେ। ସେହିପରି ସିନାପାଲି ବ୍ଳକରେ ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବୋଡ଼େନ ବ୍ଳକରେ ସ୍କୁଲ ଓ ଗଣଶିକ୍ଷକ ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ, କୋମନା ବ୍ଳକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଖଡ଼ିଆଳ ଏନ୍ଏ‌ସିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ଖରିଆର ରୋଡ଼ ଏନଏସିରେ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ରହି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ସ୍ମାର୍ଟ କାର୍ଡ ବିତିରଣ କରିଥିଲେ।
ସୂଚନାଯୋଗ୍ୟ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ । ଏହି ନୂଆ ବ୍ୟବସ୍ଥାରେ ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡିବନି । କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ । ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ।
କଳାହାଣ୍ଡିବାସୀଙ୍କୁ ୯୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବା ସହ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଉପକୃତ ହେବ ଲକ୍ଷ ଲକ୍ଷ ଗରିବ ଲୋକେ । କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ନିଜ ହାତରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୯୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ।
ଜୟ ମାଆ ମାଣିକେଶ୍ବରୀରୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ଯରେ ନିଜ ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ୯୦୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରି ବହୁତ ଖୁସି ଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।
କଳାହାଣ୍ଡିର ପ୍ରତି ଗାଁରେ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ୨୫୦୦ କୋଟି ଟଙ୍କାର କାମ ଚାଲିଛି । ଗତ ଜୁନରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଅପର ଇନ୍ଦ୍ରାବତୀ ଲିଫ୍ଟ କେନାଲର ଶୁଭାରମ୍ଭ କରିଥିଲେ । ଏବେ ୬୮ ପ୍ରତିଶତ ଜମିକୁ ଜଳଯୋଗାଣ ହୋଇପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଧାନ ଉତ୍ପାଦନରେ କଳାହାଣ୍ଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଜିଲ୍ଲାରେ ଧାନ ଉତ୍ପାଦନ ୭୬ ଲକ୍ଷ ଟନରେ ପହଞ୍ଚିଛି । ମାଛ ଉତ୍ପାଦନରେ କଳାହାଣ୍ଡି ଜାତୀୟ ପୁରସ୍କାର ପାଇଛି । କପା ଉତ୍ପାଦନରେ ମଧ୍ୟ କଳାହାଣ୍ଡି ପୂରା ରାଜ୍ୟରେ ସମସ୍ତଙ୍କଠାରୁ ଆଗରେ ରହିଛି । ବିଜୁ ଏକ୍ସପ୍ରେସ ହେଉ କି ଭବାନରପାଟଣା ବାଇପାସ କିମ୍ବା ଭବାନୀପାଟଣା-ରାୟଗଡ଼ା ରାସ୍ତା କାମ ଓ ଗ୍ରୀଡ଼ ସବଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମରେ କଳାହାଣ୍ଡି ସଫଳତାର ସହ ଆଗେଇ ଚାଲିଛି ।’
ସେ ଆହୁରି କହିଛନ୍ତି, ‘ମିଶନ ଶକ୍ତିରେ କଳାହାଣ୍ଡିର ମାଆମାନେ ବହୁତ ଭଲ କାମ କରୁଛନ୍ତି । କଳାହାଣ୍ଡି ଆଜି ଏକ ଶିକ୍ଷା ହବ୍ ହୋଇପାରିଛି । କଳାହାଣ୍ଡି ୟୁନିଭର୍ସିଟି, କଳାହାଣ୍ଡି ଇଂଜିନିୟରିଂ କଲେଜ, ସରକାରୀ ଏଗ୍ରିକଳଚର କଲେଜ ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ।’
ଆଜି କଳାହାଣ୍ଡି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେଲା । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଏହି କାର୍ଡ ଦିଆଯିବ । ରାଜ୍ୟର ସାଢେ ୩ କୋଟି ଲୋକ ଏଥିରୁ ଉପକୃତ ହେବ । ପୁରୁଷମାନଙ୍କ ପାଇଁ ୫ ଲକ୍ଷ ଓ ମାଆମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଅର୍ଥାଭାବରୁ ଆଉ କେହି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେନି । ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ଅର୍ଥରେ ଘରର ଉନ୍ନତି କରିପାରେବ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସ୍ମାର୍ଟ କାର୍ଡ୍ ଦ୍ୱାରା କଳାହାଣ୍ଡିରେ ସାଢେ ୪ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଏହି କାର୍ଡ ଦେଖାଇ ବିନା ଟଙ୍କାରେ ଚିକିତ୍ସା ସୁବିଧା ପାଇପାରିବେ ।
ଉଜୁଡ଼ା ସଂସାର ସଜାଡ଼ିଲା ବିଏସକେୱାଇ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଝିଅ ଲକ୍ଷ୍ମୀପ୍ରିୟା
ଭୁବନେଶ୍ୱର: ଚିକିତ୍ସା ପାଇଁ କେହି ପିଲାମାନଙ୍କ ପାଠ ବନ୍ଦ କରିବେ ନାହିଁ। ଘରଦ୍ୱାର ବନ୍ଧା ପକାଇବେ ନାହିଁ କି ଗହଣା ବିକିବେ ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାନ୍ତର୍ଗତ ସ୍ମାର୍ଟ ହେଲ୍‍ଥ କାର୍ଡ଼ ଯୋଗେ ମିଳିବ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅଭିନବ ଯୋଜନା ରାଜ୍ୟର ଅନେକ ପରିବାର ମୁହଁରେ ହସ ଖେଳାଇଛି। ସୁନ୍ଦରଗଡ଼଼ରୁ ମାଲକାନଗିରି, ବଲାଙ୍ଗିରରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ଅଳ୍ପ ଦିନ ମଧ୍ୟରେ ଉପକୃତ ହୋଇଛନ୍ତି। ଏବେ ଅନୁରୂପ ଏକ ଖବର ଆସିଛି କଟକ ଜିଲ୍ଲାରୁ। କଟକର ଲକ୍ଷ୍ମୀପ୍ରିୟା ପୂଜାରୀ ନାମକ ଜଣେ ଯୁବତୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିନା ମୂଲ୍ୟରେ ଚିକିତ୍ସା ସୁଯୋଗ ପାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଲକ୍ଷ୍ମୀପ୍ରିୟାଙ୍କ ଘର କଟକ ଜିଲ୍ଲାରେ। କୌଣସି କାରଣରୁ ତାଙ୍କ ମା’ଙ୍କର ପ୍ଲାଷ୍ଟିକ୍‍ ସର୍ଜରୀର ଆବଶ୍ୟକତା ପଡ଼ିଥିଲା। ଏଥିପାଇଁ ସେ ବିଭିନ୍ନ ଘରୋଇ ଡ଼ାକ୍ତରଖାନା ସହ ଯୋଗାଯୋଗ କରିଥିଲେ। ମାତ୍ର ଏଥିପାଇଁ ବିପୁଳ ଅର୍ଥ ଆବଶ୍ୟକ ଥିବା ଡ଼ାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏତେ ଟଙ୍କା ଯୋଗାଡ଼ କରିବା ଲକ୍ଷ୍ମୀପ୍ରିୟାଙ୍କ ପାଇଁ ସମ୍ଭବ ନ ଥିଲା। ତେବେ ଏହି ଅସମୟରେ ସାହା ହୋଇଥିଲା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଯୋଜନାର ହିତାଧିକାରୀ ଭାବରେ ସେ ଟାଙ୍ଗିସ୍ଥିତ ପଦ୍ମିନୀ କେୟାର ହସପିଟାଲର ପ୍ଲାଷ୍ଟିକ୍‍ ସର୍ଜରୀ ବିଭାଗରେ ତାଙ୍କ ମା’ଙ୍କ ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ତାଙ୍କ ମା ଏବେ ସୁସ୍ଥ ଅନୁଭବ କରୁଛନ୍ତି। ଏଥିପାଇଁ ଲକ୍ଷ୍ମୀପ୍ରିୟା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ଲକ୍ଷ୍ମୀପ୍ରିୟାଙ୍କ ଏହି କୃତଜ୍ଞତାକୁ ଟ୍ୱିଟ୍‍ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସଫଳ ଓ ବିନାମୂଲ୍ୟରେ ଚିକିତ୍ସା ପାଇବାରେ ଲକ୍ଷ୍ମୀପ୍ରିୟାଙ୍କ ପରିବାର ନୁହନ୍ତି; ରାଜ୍ୟର କୋଟିକୋଟି ଲୋକ ଉପକୃତ ହେଉଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କର ମାଗଣା ଚିକିତ୍ସା କରାଯାଉଛି। ସରକାରୀ ଓ ଘରୋଇ ଡ଼ାକ୍ତରଖାନାରେ ବିନା ମୂଲ୍ୟରେ ଉନ୍ନତ ଚିକିତ୍ସା ସୁବିଧା ମିଳିପାରୁଛି। ଏଥିରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିବାବେଳେ ମହିଳାମାନଙ୍କ ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।