BSKY - The Sakala
ରୋଗୀଙ୍କ ପାଇଁ ଅଭିଶାପ ପାଲଟିଛି ‘ଆୟୁଷ୍ମାନ’; ଝିଅର ମୃତ୍ୟୁ ହେଲେ ଦାୟୀ ରହିବେ ସରକାର: ପରିବାର
ଭୁବନେଶ୍ୱର: ଆୟୁଷ୍ମାନ କାର୍ଡକୁ ନେଇ ପ୍ରତିଦିନ ବଢ଼ିବାରେ ଲାଗିଛି ଅଭିଯୋଗ। ପୂର୍ବରୁ ବିଏସ୍‌କେୱାଇରେ ବିନା ଦ୍ୱିଧାରେ ଚିକିତ୍ସା ପାଉଥିବା ଗରିବ ରୋଗୀମାନଙ୍କ ପାଇଁ ବିଜେପି ସରକାରଙ୍କ ‘ଆୟୁଷ୍ମାନ’ ଅଭିଶାପ ପାଲଟିଛି। ଚିକିତ୍ସା ସୁବିଧାସୁଯୋଗରୁ ବଞ୍ଚିତ ରୋଗୀମାନେ ଏବେ ନବୀନ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଏସ୍‌କେୱାଇକୁ ଝୁରୁଛନ୍ତି। କୋରାପୁଟ, ରାୟଗଡ଼ାର ରୋଗୀମାନେ ବିଶାଖାପାଟଣାରେ ଚିକିତ୍ସା ନ ପାଇ ହନ୍ତସନ୍ତ ହୋଇଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ବିଏସ୍‌କେୱାଇରେ ବିନା ମୂଲ୍ୟରେ ହୃଦରୋଗର ଚିକିତ୍ସା କରିଥିବା ଗରିବ ଝିଅଟି ଏବେ ଅନ୍ୟଏକ ବ୍ୟାଧିରେ ମୃତ୍ୟୁସହ ସଂଘର୍ଷ କରୁଥିଲେ ହେଁ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ସୁଯୋଗ ପାଇପାରୁ ନାହିଁ। ଯାହାକୁ ନେଇ ପରିବାର ଲୋକମାନେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଆୟୁଷ୍ମାନ କାର୍ଡ ସେମାନଙ୍କ ଚିକିତ୍ସାରେ ଲାଗି ପାରୁ ନ ଥିବା ଅଭିଯୋଗ କରି ଯଦି ତାଙ୍କ ଝିଅର କିଛି ହୋଇଯାଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ପରିବାର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।
ସାଲିଆ ସାହିର ଝିଅ ରାଧିକା (ଛଦ୍ମନାମ)ର ପରିବାର ଅତ୍ୟନ୍ତ ଗରିବ। ପୂର୍ବରୁ ବିଏସ୍‌କେୱାଇରେ ନିଜର ହୃଦ୍‌ରୋଗର ଚିକିତ୍ସା କରି ସୁସ୍ଥ ହୋଇଥିଲେ। ମାତ୍ର ଏବେ ସେ ଆଉଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମାତ୍ର ପୂର୍ବରୁ ବିଏସ୍‌କେୱାଇରେ ସେ ଘରୋଇ ହସ୍ପିଟାଲ୍‌ରେ ଯେଉଁ ଚିକିତ୍ସା ସେବା ପାଇଥିଲେ, ଏବେ ଆୟୁଷ୍ମାନ୍‌ର ତାହା ପାଉନାହାନ୍ତି। ତେଣୁ ଝିଅଟି ଏବେ ଜୀବନ-ମରଣ ସହ ସଂଘର୍ଷ କରୁଛି। ତାଙ୍କ ପରିବାର ମଧ୍ୟ ଏହାକୁ ନେଇ ବେଶ୍‌ ଚିନ୍ତିତ। ଆୟୁଷ୍ମାନ କାର୍ଡ ତାଙ୍କ ପାଇ ଅଭିଶାପ ପାଲଟିଛି ବୋଲି ଉଲ୍ଲେଖ କରି ସରକାରଙ୍କୁ ନିନ୍ଦା କରିଛନ୍ତି । ଚିକିତ୍ସା ନ ପାଇ ତାଙ୍କ ଝିଅ ଯଦି ମୃତ୍ୟୁବରଣ କରେ ତେବେ ସରକାର ଦାୟୀ ରହିବେ ବୋଲି ରାଧିକାର ବାପା କହିଛନ୍ତି। ଆୟୁଷ୍ମାନ ଯୋଜନାରେ ବିଭିନ୍ନ ରୋଗ ପାଇଁ ଅପେକ୍ଷାକୃତ କମ୍‌ ଅର୍ଥ ବରାଦ ଯୋଗୁଁ ଚିକିତ୍ସା ସେବା ବ୍ୟାହତ ହେଉଛି। ଏତେ କମ୍‌ ଅର୍ଥ ବରାଦରେ ବଡ଼ ରୋଗର ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି ଘରୋଇ ଡାକ୍ତରଖାନା ଗୁଡ଼ିକ ସଫା ସଫା ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ଦେଇପାରୁନାହାନ୍ତି। ସାରା ଦେଶରେ ଆୟୁଷ୍ମାନ ଭାରତର ଗୋଟିଏ ପ୍ୟାକେଜ୍‌ ଲାଗୁ କରାଯାଇଛି। ବିଏସ୍‌କେୱାଇ ପ୍ୟାକେଜ୍‌ ଓ ସାମ୍ପ୍ରତିକ ବଜାର ଚିକିତ୍ସା ମୂଲ୍ୟ ତୁଳନାରେ ଆୟୁଷ୍ମାନ ଭାରତର ଚିକିତ୍ସା ପ୍ୟାକେଜ୍‌ ବହୁତ କମ୍‌ ରହିଛି। ବିଏସ୍‌କେୱାଇରେ ସରକାର ଦେଉଥିବା ଚିକିତ୍ସା ପ୍ୟାକେଜ୍‌କୁ ନେଇ ଘରୋଇ ଡାକ୍ତରଖାନା କେବେ ଅଭିଯୋଗ ଆଣି ନ ଥିଲେ। ବଜାର ମୂଲ୍ୟ ବୃଦ୍ଧି ହେତୁ ପ୍ୟାକେଜ୍‌ ଗୁଡିକରେ ଅନ୍ୟୂନ ୨୦ ପ୍ରତିଶତ ବୃଦ୍ଧି କରାଯାଉ ବୋଲି ସ୍ୱାସ୍ଥ୍ୟ ବିଭାଗ ପାଖରେ ଦାବି କରୁଥିଲେ; କିନ୍ତୁ ଆୟୁଷ୍ମାନ ଭାରତରେ ଶତାଧିକ ରୋଗକୁ ଚିକିତ୍ସା ତାଲିକାରୁ ବାଦ୍‌ ଦିଆଯାଇ ଥିବା ବେଳେ ପ୍ୟାକେଜ୍‌ ୫୦ ପ୍ରତିଶତକୁ ଖସି ଆସିଛି।
କିଛି ରୋଗର ପ୍ୟାକେଜ୍‌ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ସିଟି ସ୍କାନ, ଏମ୍‌ଆରଆଇ, ପିଏଫ୍‌ଟି, ଏନ୍‌ସିଭି, ଇଏମ୍‌ଜି ଭଳି ବ୍ୟୟବହୁଳ ନିଦାନ ବ୍ୟବସ୍ଥା ଚିକିତ୍ସା ପ୍ୟାକେଜରେ ନାହିଁ। ହୃଦରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ରତିରୋପଣ ହେଉଥିବା ପେସ୍‌ ମେକର୍‌ ଦାମ୍‌ ଦେଢ଼ ଲକ୍ଷ ଟଙ୍କା। ମାତ୍ର ଆୟୁଷ୍ମାନରେ ମାତ୍ର ୭୫ ହଜାର ଟଙ୍କା ଦିଆଯାଉଛି। ସେହିପରି କାର୍ଡିଓଟୋକୋଗ୍ରାଫୀ (ସିଟିଜି), ମେରୁଦଣ୍ଡ ଚିକିତ୍ସା, ମସ୍ତିଷ୍କ ରୋଗ, କିଡ୍‌ନୀ ରୋଗ, ସ୍ନାୟୁ ରୋଗ, ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ଭଳି ଗୁରୁତର ମାମଲାରେ ଚିକିତ୍ସା ଖର୍ଚ୍ଚ ବହୁତ କମ୍‌ ରହିଛି।  ଗୋଟିଏପଟେ ଆୟୁଷ୍ମାନ ପ୍ୟାକେଜ୍‌ ବୃଦ୍ଧି କରାଯାଇ ପାରୁନି। ଅନ୍ୟପକ୍ଷରେ ରୋଗୀଙ୍କ ପାଇଁ ଆବଶ୍ୟକ ଅତିରିକ୍ତ ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବାକୁ ଚାହୁନାହାନ୍ତି। ଏଥିରେ କେବଳ ସାଧାରଣ ଗରିବ ରୋଗୀ ଦହଗଞ୍ଜ ହେଉଛି। ଗତ କିଛି ବର୍ଷ ହେଲା ରାଜ୍ୟବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ବେଶ ଉପକୃତ ହେଉଥିବାବେଳେ ଏବେ ଚିକିତ୍ସା ପାଇଁ ସେମାନଙ୍କୁ ଜମି ଘର ବିକିବାକୁ ପଡ଼ୁଛି।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହାତ୍ୱାକାଂକ୍ଷୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)କୁ ମିଳିଛି ଶ୍ରେଷ୍ଠ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପୁରସ୍କାର। ବିଏସ୍‌‌କେୱାଇକୁ ସ୍ୱର୍ଣ୍ଣ ବର୍ଗରେ ସ୍କଚ୍‌‌ ଆୱାର୍ଡ ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌‌ଏଚ୍‌‌ଏମ୍‌‌, ଓଡ଼ିଶା ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡି ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ଣ୍ଣ ନିଷ୍ଠା ଓ ଦକ୍ଷତାର ସହ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ପୂରଣ ଦିଗରେ ଏହି ପୁରସ୍କାର ରାଜ୍ୟର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଗରିବ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ। ହିତାଧିକାରୀଙ୍କ ନିଃଶୁଳ୍କ ଚିକିତ୍ସା ପାଇଁ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ଏବଂ ରାଜ୍ୟ ଭିତରେ ତଥା ବାହାରେ ଥିବା ୭୦୦ରୁ ଅଧିକ ଡାକ୍ତରଖାନାରେ ସରକାର ପ୍ରତି ମାସରେ ୨୨୫ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ସମ୍ପାଦିତ ହେଉଛି। ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁନିଶ୍ଚିତ କରାଯାଇଛି। ତେବେ ଆଉ ଏକ ପାଦ ଆଗକୁ ଯାଇ ରାଜ୍ୟ ସରକାର ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସାମିଲ କରିବା ପାଇଁ ବିଏସ୍‌‌କେୱାଇ ନବୀନ କାର୍ଡର ପ୍ରଚଳନ କରିବାକୁ ଯାଉଛନ୍ତି। ଆଗାମୀ ବଜେଟରେ ବିଏସ୍‌‌କେୱାଇ ପାଇଁ ସରକାର ୫୪୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
ସେହିପରି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ସମ୍ମାନଜନକ ସ୍କଚ୍‌‌ ଆୱାର୍ଡ ମିଳିଛି। ମୋ ସ୍କୁଲ୍‌‌ ଅଭିଆନର ‘ପୁରାତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ’ ଏବଂ ‘୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଜାତୀୟସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାନର ସୁବିଧା ଯୋଗାଇ ଦିଆଯାଇଛି। ଉଚ୍ଚ ବିଦ୍ୟାଳୟର ଭିଭିଭୂମି ସୁଦୃଢ଼ ହୋଇଛି। ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି। ଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥା ସହ ଶୈକ୍ଷିକ ବାତାବରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି କ୍ରମରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ପର୍ଯ୍ୟାୟକ୍ରମେ ରାଜ୍ୟର ମୋଟ୍‌‌ ୮୬୭୭ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି।
ବର୍ତ୍ତମାନର ଛାତ୍ରଛାତ୍ରୀମାନେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ମାଧ୍ୟମରେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ସକ୍ଷମ ହୋଇପାରୁଛନ୍ତି। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ୨୦୧୭ ମସିହା ନଭେମ୍ୱର ୧୪ ତାରିଖ, ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌‌ଦର୍ଶନରେ ଏହି ପ୍ରୟାସ ଆରମ୍ଭ ହୋଇଥିଲା। ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତ କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ କରିବାକୁ ‘ମୋ ସ୍କୁଲ୍‌‌ ଅଭିଯାନ’ ପରିକଳ୍ପନା କରାଯାଇଥିଲା। ଏହି ଅଭିଯାନକୁ ଇତିମଧ୍ୟରେ ୬ବର୍ଷ ପୂରଣ କରି ୭ବର୍ଷରେ ପଦାର୍ପଣ କରିଛି। ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ଏକ ଅଭିଯାନରୁ ଏକ ଆନ୍ଦୋଳନରେ ପରିଣତ ହୋଇଛି। ମୋ ସ୍କୁଲ୍‌‌ ଅଭିଯାନ ୩୦ ଲକ୍ଷରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଯୋଡ଼ି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଲକ୍ଷରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି। ସେହିଭଳି ୧୩ଲକ୍ଷରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ବିଭିନ୍ନ ମାଧ୍ୟମରେ ‘ମୋ ସ୍କୁଲ୍‌‌’ ମାଧ୍ୟମରେ ନିଜ ସ୍କୁଲ ସହ ଯୋଡ଼ି ହୋଇ ସ୍କୁଲର ବିକାଶ ପ୍ରକ୍ରିୟାରେ ଭାଗୀଦାରି ହୋଇଛନ୍ତି। ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼଼ୁଥିବା ୫୩ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ନିକଟରେ ‘ମୋ ସ୍କୁଲ୍‌‌’ ପହଞ୍ଚିବାରେ ସଫଳ ହୋଇଛି। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ ସ୍କୁଲର ସଦସ୍ୟ ସଚିବ ଅନୁପମ ସାହା କହିଛନ୍ତି, ଶିକ୍ଷାଗତ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ପାଇଁ ହୋଇଥିବା ଉଦ୍ୟମ ଏହି ସଫଳତା ଆଣି ଦେଇଛି। ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ୍‌‌ ଜେନା ମଧ୍ୟ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
BSKY ନବୀନ କାର୍ଡ ପାଇଁ ୪ ଦିନରେ ୭୧ ହଜାର ଆବେଦନ : ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନକାରୀ
ଭୁବନେଶ୍ୱର : ବିଏସ୍‌କେୱାଇ ‘ନବୀନ କାର୍ଡ ‘ପାଇଁ ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଛି ପ୍ରବଳ ଉତ୍ସାହ। ଗତ ୪ ଦିନ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧୦୦୦ ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି। ୩୦ଟି ଯାକ ଜିଲ୍ଳାରୁ ପଞ୍ଜୀକରଣ ପାଇଁ ଆବେଦନ ହୋଇଥିବା ବେଳେ ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରୁ ୯୫୨୫ ପରିବାର ଆବେଦନ କରିଥିବା ବେଳେ କଟକରୁ ୭୩୫୯ ଏବଂ ଖୋର୍ଦ୍ଧାରୁ ୭୧୬୫ ଆବେଦନ ବିଭାଗ ନିକଟରେ ପହଞ୍ଚିଛି। ବିଭିନ୍ନ ଜନସେବା କେନ୍ଦ୍ର ଜରିଆରେ ବିଏସ୍‌କେୱାଇ ନବୀନ କାର୍ଡର ଅଧିକାଂଶ କରାଯାଉଛି। ସେହିପରି ଅନେକ ଲୋକ ସିଧାସଳଖ bskynabin.odisha.gov.in ୱେବ୍‌ସାଇଟ୍‌ରେ ଲଗ୍‌ ଇନ୍‌ କରି ଆବେଦନ କରିପାରିଛନ୍ତି। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ଆବେଦନ ଜାରି ରହିବ। ଚଳିତ ବର୍ଷ ମେ’ ପହିଲାରୁ ନବୀନ କାର୍ଡରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ।
ବିଏସ୍‌କେୱାଇରୁ ବଞ୍ଚିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଜନିତ ଆର୍ଥିକ ବୋଝରୁ ସୁରକ୍ଷା ଦେବା ଲକ୍ଷ୍ୟରେ ନୂଆ ବର୍ଷ ଭେଟି ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସ୍‌କେୱାଇ ନବୀନ କାର୍ଡ ଘୋଷଣା କରିଥିଲେ। ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ଗ୍ରାମାଞ୍ଚଳର ସବୁ ପରିବାର ପାଇଁ (ସରକାରୀ କର୍ମଚାରୀ, ପେନସନ୍‌ଭୋଗୀ ଓ ଆୟକର ଦାତାଙ୍କୁ ବାଦ୍‌ ଦେଇ) ବିଏସ୍‌କେୱାଇ ନବୀନ କାର୍ଡ ଆରମ୍ଭ କରାଯାଇଛି। ଏହା ଦ୍ୱାରା ରାସନ କାର୍ଡ ନ ଥିବା ପ୍ରାୟ ୧୪ ଲକ୍ଷ ପରିବାରକୁ ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଯୋଜନାରେ ସାମିଲ କରାଯିବ। ଏହାକୁ ମିଶାଇ ପ୍ରାୟ ୧.୧୦ ପରିବାରକୁ (୯୦%) ବିଏସ୍‌କେୱାଇରେ ସାମିଲ କରାଯାଇଛି। ଖୁବ୍‌ ଶୀଘ୍ର ସହରାଞ୍ଚଳର ସବୁ ପରିବାରକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବିଏସ୍‌କେୱାଇ ନବୀନ କାର୍ଡରେ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଉପଲବ୍ଧ ହେବ। ବିଏସ୍‌କେୱାଇ ନବୀନ କାର୍ଡ ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ନିର୍ଦ୍ଧାରିତ ଗୁରୁତର (କ୍ରିଟିକାଲ) ରୋଗ ଗୁଡିକର ଦେୟମୁକ୍ତ ଚିକିତ୍ସା ପାଇବେ। ହୃଦରୋଗୀ, କିଡ୍‌ନୀ ରୋଗୀ, ଲିଭର୍‌ ରୋଗୀ, ବ୍ରେନ୍‌ ଷ୍ଟ୍ରୋକ୍‌, ଗମ୍ଭୀର ମସ୍ତିଷ୍କ କ୍ଷତ, ବ୍ରେନ୍‌ ଟ୍ୟୁମର, ପେଡ଼ାଜଳା ଆହତ, ସ୍ନାୟୁ, ମାଂଶପେଶୀ ଏବଂ କର୍କଟ ରୋଗୀଙ୍କୁ ବିଏସ୍‌କେୱାଇ ନବୀନ କାର୍ଡରେ ଚିକିତ୍ସା ମିଳିବ।
ଯେଉଁମାନେ ବିଏସ୍‌କେୱାଇ କାର୍ଡ ପାଇଛନ୍ତି ସେମାନଙ୍କର ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ପଞ୍ଜୀକରଣ କରିବାର ଆବଶ୍ୟକତା ରହିବ ନାହିଁ। ସେମାନେ ପାଉଥିବା ଚିକିତ୍ସା ସୁବିଧାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଜାତୀୟ ଖାଦ୍ୟ ନିରାପତ୍ତା ଅବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ନୂଆ କରି ସାମିଲ ହେଉଥିବା ହିତାଧିକାରୀମାନେ ବର୍ତ୍ତମାନ ଚାଲୁ ରହିଥିବା ବିଏସ୍‌କେୱାଇରେ ସ୍ୱତଃ ଅନ୍ତର୍ଭୁକ୍ତ ହେବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
BSKY ନବୀନ କାର୍ଡ ପାଇଁ ଜାନୁଆରୀ ୬ରୁ ଆରମ୍ଭ ହେବ ଅନଲାଇନ ପଞ୍ଜିକରଣ
ଭୁବନେଶ୍ବର: ଜାନୁଆରୀ ୬ ତାରିଖରୁ BSKY ନବୀନ କାର୍ଡ ଲାଗି ଅନ୍‌ଲାଇନ୍‌ ପଞ୍ଜୀକରଣ । ଜାନୁୟାରୀ ୧୬ ତାରିଖ ଅନ୍‌ଲାଇନ୍‌ ପଞ୍ଜୀକରଣର ଶେଷ ତାରିଖ । BSKYରୁ ବାଦ୍‌ ପଡ଼ିଥିବା ଗ୍ରାମାଞ୍ଚଳ ପରିବାର ଲାଗି ନବୀନ କାର୍ଡ ଉଦ୍ଦିଷ୍ଟ । ଯେଉଁ ହିତାଧିକାରୀ ବିଏସକେଓ୍ବାଇ କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜୀକରଣ କରିପାରିବେ । ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତା ଓ କରଦାତାମାନେ ଏଥିଲାଗି ଉପଯୁକ୍ତ ବିବେଚିତ ହେବେ ନାହିଁ । ଅନଲାଇନ ପଞ୍ଜୀକରଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଆହ୍ବାନ ଦିଆଯାଇଛି ।
ବର୍ତ୍ତମାନ ବିଏସକେଓ୍ବାଇ ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତିମାନେ ବିଏସକେଓ୍ବାଇ ନବୀନ କାର୍ଡ ଲାଗି ଯୋଗ୍ୟ ବିବେଚିତ ହେବ । ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଗୁରୁତର ଅର୍ଥାତ କ୍ରିଟିକାଲ ରୋଗଗୁଡିକ ଲାଗି ଦେୟମୁକ୍ତ ଚିକିତ୍ସା ପାଇପାରିବେ । ବିଏସକେଓ୍ବାଇ ନବୀନ କାର୍ଡରେ ପ୍ତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ରହିଛି । ହିତାଧିକାରୀମାନେ ଆସନ୍ତା ମେ ୧ ତାରିଖଠାରୁ ଏହି ସୁବିଧା ପାଇବେ । ହିତାଧିକାରୀମାନେ www.bskynabin.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ ।
ସଞ୍ଜୀବନୀ ସାଜିଲା BSKY, କର୍କଟ ରୋଗରୁ ଭଲ ହୋଇ ନୂଆ ଜୀବନ ପାଇଲେ ସାବିତ୍ରୀ
ଢେଙ୍କାନାଳ: ରାଜ୍ୟର ଅନେକ ଗରିବ ଶ୍ରେଣୀର ଲୋକଙ୍କର ବିଭିନ୍ନପ୍ରକାର ଜଟିଳ ରୋଗର ଚିକିତ୍ସାରେ ବରଦାନ ସାଜୁଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ବିନା ପଇସାରେ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇଦେଉଛି ବିଏକେଓ୍ବାଇ କାର୍ଡ । ରାଜ୍ୟ ତଥା ରାଜ୍ୟ ବାହାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଦେୟମୁକ୍ତ ଭାବେ ଅନେକ ରୋଗର ସଫଳ ଚିକିତ୍ସା ହୋଇପାରୁଛି । ଏହିପରି ଜଣେ ରୋଗୀ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ସାବିତ୍ରୀ ସାମଲ । କର୍କଟ ରୋଗ ପାଇଁ ଯନ୍ତ୍ରଣା ଅସହ୍ୟ ହୋଇ ପଡିଥିଲା । ଜୀବନ ଜିଇଁବାକୁ ତିଳେମାତ୍ର ଇଚ୍ଛା ନଥିଲା । ଭାଗ୍ୟ କଷ୍ଟ ସହିବାକୁ ବାଧ୍ୟ କରୁଥିଲା ।
ହେଲେ ସାବିତ୍ରୀଙ୍କ ପାଇଁ ସଞ୍ଜୀବନୀ ସାଜିଲା ବିଏକେଓ୍ବାଇ । ଟଙ୍କା ଟିଏ ବି ଖର୍ଚ୍ଚ ନକରି ସ୍ତନ କର୍କଟ ରୋଗରୁ ସେ ସୁସ୍ଥ ହୋଇଛନ୍ତି । ତାହା ପୁଣି ଭୁବନେଶ୍ବର ସମ ହସ୍ପିଟାଲ ଭଳି ସୁପର ସ୍ପେଶଲିଟି ହସ୍ପିଟାଲରେ । ସାବିତ୍ରୀ ସାମଲଙ୍କ ପରିବାର କହିଲେ ସ୍ଵାମୀ ବିଷ୍ଣୁ ଚରଣ ସାମଲ ଓ ଦୁଇ ପୁଅ । ଚାଷ କାମରୁ ପରିବାରର ଗୁଜୁରାଣ ମେଣ୍ଟୁଥିଲା । ସାବିତ୍ରୀଙ୍କ ଦେହ ହଠାତ୍ ଅସୁସ୍ଥ ହେବା ପରେ ସେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସାବିତ୍ରୀଙ୍କର ରୋଗର ଚିକିତ୍ସା ପାଇଁ ପରିବାର ଆର୍ଥିକ ଚିନ୍ତାରେ ଭାଙ୍ଗି ପଡିଥିଲେ । ହେଲେ ଆତ୍ମବଳ ଯୋଗାଇଲା ବିଏସକେଓ୍ବାଇ ଯୋଜନା । ଭୁବନେଶ୍ବର ସମ ହସ୍ପିଟାଲରେ ବିନା ମୂଲ୍ୟରେ ସାବିତ୍ରୀଙ୍କ ସଫଳ ଚିକିତ୍ସା ହୋଇଛି । ଚିକିତ୍ସାରେ ସହାୟତା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରତି ମାସରେ ସାବିତ୍ରୀଙ୍କ ଚିକିତ୍ସା କରାଯିବା ସହ ଗୋଟିଏ ଥର ସଫଳ ଅସ୍ତ୍ରୋପଚାର ହୋଇଛି । ଚିକିତ୍ସା ବାବଦକୁ ବିଏକେଓ୍ବାଇ କାର୍ଡ ମାଧ୍ୟମରେ ୧୦ ଲକ୍ଷ ଟଙ୍କା କରାଯାଇଛି । ମହତ ଯୋଜନା ପାଇଁ ସାବିତ୍ରୀଙ୍କ ଜୀବନ ରକ୍ଷା ପାଇପାରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ।
ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି BSKY କାର୍ଡ; ଦିନମଜୁରିଆ ରଞ୍ଜନଙ୍କ ଜୀବନ ବଞ୍ଚାଇଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
ଯାଜପୁର: ରାଜ୍ୟର ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଯେଉଁଥିରେ ଗରିବ ହିତାଧିକାରୀଙ୍କୁ ବିଭିନ୍ନ ବେସରକାରୀ ହସ୍ପିଟାଲରେ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳୁଛି। ଏଥିପାଇଁ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଯାହାର ଲାଭ ଦୁର୍ଗମ ଅଞ୍ଚଳର ଲୋକେ ଉଠାଇପାରୁଛନ୍ତି। ସୁକିନ୍ଦା ବ୍ଲକ ପିଙ୍ଗଳ ଗ୍ରାମର ରଞ୍ଜନ କୁମାର ପ୍ରଧାନ (୪୪)ଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି।
ରଞ୍ଜନ ଦିନମଜୁରିଆ ଭାବେ କାମ କରନ୍ତି। ସେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ତାଙ୍କ ଉପରେ ସମସ୍ତେ ନିର୍ଭର କରିଥା’ନ୍ତି। ଗତ ୩ ବର୍ଷ ତଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବା ପରେ ତାଙ୍କ କିଡ଼ନୀ ଖରାପ ଥିବା ଜଣାପଡ଼ିଥିଲା। ଯେଉଁଠି ପ୍ରତିଦିନ ଘରେ ଚୁଲି ଜଳିବା ଅସମ୍ଭବ, ସେଠି ରଞ୍ଜନଙ୍କ ଚିକିତ୍ସା କରିବେ କେମିତି ଭାଳେଣି ପଡ଼ିଥିଲା। କିନ୍ତୁ ତାଙ୍କର ଚିକିତ୍ସା ପାଇଁ ଧାର କରଜ ଓ ବିଭିନ୍ନ ଜିନିଷ ବିକ୍ରିକରି ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ କରିଥିଲେ ପରିବାର। ଏଥିରେ ପାଖାପାଖି ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାପରେ ବି ରଞ୍ଜନ ସୁସ୍ଥ ହୋଇପାରି ନ ଥିଲେ। ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସବୁ ବାଟବନ୍ଦ ହୋଇଯାଇଥିଲା।
ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ନେଇ ରଞ୍ଜନଙ୍କ ପରିବାର ଆଶ୍ୱସ୍ତି ଅନୁଭବ କଲେ। ପ୍ରଥମେ ସୁକିନ୍ଦାରୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଆସି କିଡନୀ ଡାଏଲିସିସ କରୁଥିଲେ। ମାତ୍ର ଏହା ଅଧିକ ଦୂରତା ହେବାରୁ ଡୁବୁରୀଠାରେ ଥିବା ଟାଟା ମେଡିକାଲରେ ନିଜର ଡାଏଲିସିସ କରୁଛନ୍ତି। ଆଜକୁ ୨ ବର୍ଷ ହେଲା ରଞ୍ଜନ ପ୍ରତି ସପ୍ତାହରେ ୩ ଥର ଡାଏଲିସିସ କରୁଛନ୍ତି। ଏଥିପାଇଁ ମାସିକ ଲକ୍ଷାଧିକ ଟଙ୍କା ସରକାର ବହନ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆମ ଭଳି ଗରିବ ପରିବାର ପାଇଁ ଆଶୀର୍ବାଦ ହୋଇଛି ବୋଲି ରଞ୍ଜନଙ୍କ ପତ୍ନୀ ତୁଳସୀ କହିଛନ୍ତି। ରଞ୍ଜନ ଏବେ ସୁସ୍ଥ ଜୀବନଯାପନ କରୁଛନ୍ତି। ପରିବାରକୁ ଚଳାଇବା ପାଇଁ ଅନ୍ୟକୌଣସି ରୋଜଗାରର ବ୍ୟବସ୍ଥା ନ ଥିବାବେଳେ ସରକାରଙ୍କ ପକ୍ଷରୁ ଏଭଳି ଯୋଜନା ନ ଥିଲେ ମୋ’ ସ୍ୱାମୀଙ୍କ ଚିକିତ୍ସା କରିବା ସମ୍ଭବ ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ପରିବାର ପକ୍ଷରୁ ଧନ୍ୟବାଦ ଦେଇଛନ୍ତି।
ପଥୁରୀ ସମସ୍ୟାରୁ ମୁକୁଳିଲେ ମୀନା
ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି ବିଏସ୍କେୱାଇ। ଅର୍ଥ ଅଭାବରୁ ଚିକିତ୍ସା ପାଇ ପାରୁ ନ ଥିବା ଗରିବ ଲୋକ ହେଉଛନ୍ତି ଉପକୃତ। ଏହିଭଳି ବିଏସ୍କେୱାଇରୁ ଉପକୃତ ହୋଇଛନ୍ତି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କାଦୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଳଧରପୁର ଗ୍ରାମର ମୀନା ପାତ୍ର। ଆଜକୁ ପ୍ରାୟ ବର୍ଷେ ହେବ ମୀନାଙ୍କ ପେଟରେ ପଥୁରୀ (ଷ୍ଟୋନ୍‌) ହୋଇଥିଲା। ଅତି ଗରିବ ପରିବାରର ହୋଇଥିବା ଯୋଗୁଁ ଏହି ରୋଗର ଚିକିତ୍ସା ତାଙ୍କ ପାଇଁ ଓ ପରିବାର ପାଇଁ ଅସମ୍ଭବ ମନେ ହେଉଥିଲା। କିନ୍ତୁ ମୀନାଙ୍କ ପାଇଁ ସଞ୍ଜୀବନୀ ସାଜିଲା ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ବିଏସ୍କେୱାଇ। ଏହି କାର୍ଡ ସହାୟତାରେ ମୀନା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି। ତାଙ୍କ ଭଳି ଅନେକ ଗରିବ ଲୋକ ବିଏସ୍କେୱାଇ ମାଧ୍ୟମରେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରୁଛନ୍ତ। ସେଥିପାଇଁ ମୀନା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
BSKY ସହ ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲ
ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ )ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି ବୃନ୍ଦାଙ୍କ ଆଭ୍ୟନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡିଛି।
ସୋସାଇଟିର ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ଆଲୋଚନା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ଅନୁବନ୍ଧିତ ହସ୍ପିଟାଲମାନେ ଦେଉଥିବା ବିଲର ସଠିକ ଯାଞ୍ଚ ଓ ପୈଠ, ମୋ ସରକାର ଏବଂ ଅନନ୍ୟ ସୂତ୍ରରୁ ମିଳୁଥିବା ଆପତ୍ତି ଅଭିଯୋଗର ଆଶୁ ସମାଧାନ, କ୍ଷେତ୍ରସ୍ତରରେ ସ୍ୱାସ୍ଥ୍ୟମିତ୍ରମାନଙ୍କର କାର୍ଯ୍ୟଦକ୍ଷତା ଆଦି ବିଷୟ ଆଲୋଚନା ହୋଇଥିଲା।
ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଡାକ୍ତର ବୃନ୍ଦା ଅନୁବନ୍ଧିତ ହସ୍ପିଟାଲମାନଙ୍କର ନିୟମିତ ସମୀକ୍ଷା ପାଇଁ ନୋଡ଼ାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଓଡ଼ିଶା ବାହାର ରାଜ୍ୟର ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ଯେପରି କାର୍ଡଧାରୀମାନଙ୍କର ଚିକିତ୍ସା ସହଜଲବ୍ଧ ଓ ସୁଗମ ହେବ ସେଥିପ୍ରତି ଦୃଷ୍ଟି ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ମୋ ସରକାର ଏବଂ ଅନ୍ୟାନ୍ୟ ସୁତ୍ରରୁ ମିଳୁଥିବା ବିଭିନ୍ନ ଆପତ୍ତି ଅଭିଯୋଗଗୁଡିକର ସମାୟନୁବନ୍ଧିତ ସମାଧାନ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ।
ସମୀକ୍ଷାରୁ ଏହା ଜଣାପଡ଼ିଛି ଯେ, ଚଳିତ ବର୍ଷ ଡିସେମ୍ବର ୧୫ ସୁଦ୍ଧା ୮୧୬ଟି ସୁପରସ୍ପେସିଆଲିଟି ଘରୋଇ ହସ୍ପିଟାଲ ବି.ଏସ୍.କେ.ୱାଇ ଅନୁବନ୍ଧିତ ହୋଇଛନ୍ତି। ଗତ ବର୍ଷ ଉକ୍ତ ସମୟ ତୁଳନାରେ ଏହା ୪୩.୪୦ ପ୍ରତିଶତ ଅଧିକ । ଏହାସହ ପ୍ରାୟ ୮୫୩୦ ସରକାରୀ ହସ୍ପିଟାଲ ରୋଗୀମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ଦିନ ରାତି ପ୍ରଚେଷ୍ଟା ଜାରି ରଖିଛନ୍ତି। ୮୧୬ ଟି ଘରୋଇ ହସ୍ପିଟାଲ ମଧ୍ୟରୁ ୧୬୦ ଟି ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୬ ଟି ରାଜ୍ୟରେ ଅବସ୍ଥିତ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୫୬ ଟି ଘରୋଇ ହସ୍ପିଟାଲ ଗରିବ ଲୋକଙ୍କୁ ଉଚ୍ଚମାନର ଚିକିତ୍ସା ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ସହଭାଗୀ ହୋଇଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଅନୁବନ୍ଧିତ ହସ୍ପିଟାଲମାନେ ରୋଗୀମାନଙ୍କର ଚିକିତ୍ସା ବାବଦରେ ୧୨.୧୧ ଲକ୍ଷରୁ ଉର୍ଦ୍ଧ ଦାବି ଉପସ୍ଥାପନା କରିଛନ୍ତି । ବି.ଏସ୍.କେ.ୱାଇର ଦୃତବର୍ଦ୍ଧିଷ୍ଣୁ ଲୋକପ୍ରିୟତା ପରିପ୍ରେକ୍ଷୀରେ ଚଳିତ ବର୍ଷ ଶେଷ ସୁଦ୍ଧା ଚିକିତ୍ସା ବାବଦରେ ଦାବି ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଗତ ବର୍ଷର ଏହି ସମୟ ତୁଳନାରେ ଏହା ୧୦୨ ପ୍ରତିଶତ ଅଧିକ।
ଏହି ଯୋଜନା ଅଧୀନରେ ପଞ୍ଜୀକୃତ ୯୬.୫ ଲକ୍ଷ ପରିବାର ମଧ୍ୟରୁ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲୋକଙ୍କ ପାଇଁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ସୁଦ୍ଧା ୨୫୦୭.୦୫ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ରାଶି ୨୯୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ହୋଇଥିବା ଖର୍ଚ୍ଚ ତୁଳନାରେ ଏହା ୧୦୭ ପ୍ରତିଶତ ଅଧିକ । ତଥ୍ୟ ଅନୁସାରେ ୨୦୨୨ ମସିହାରେ ରୋଗୀମାନଙ୍କ ଚିକିତ୍ସା ବାବଦରେ ଘରୋଇ ହସ୍ପିଟାଲମାନଙ୍କ ଠାରୁ ମିଳିଥିବା ପ୍ରାୟ ୧୪୦୯.୪୦ କୋଟି ଟଙ୍କାର ବିଲ ରାଜ୍ୟ ସରକାର ପୈଠ କରିଥିଲେ । ସୋସାଇଟିର ନୋଡାଲ ଡାକ୍ତରମାନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୁନ୍ଦରଗଡ଼ର ଆରିଫାଙ୍କୁ ମିଳିଲା ରାସନ କାର୍ଡ, ଏବେ BSKY ସହାୟତାରେ ମିଳିବ ମାଗଣା ଚିକିତ୍ସା
ସୁନ୍ଦରଗଡ଼: କାଲି ଗଣମାଧ୍ୟମରେ ଖବର ପ୍ରସାରଣ, ଆଜି ସମାଧାନ । ଖବର ପ୍ରସାରଣ ପରେ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଫାତିମାଙ୍କୁ ରାସନ କାର୍ଡ ଯୋଗାଇବାକୁ ରାଜ୍ୟ ଖାଦ୍ୟ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସୁନ୍ଦରଗଡର ଆରିଫା ଫାତିମାଙ୍କୁ ମାତ୍ର କିଛି ଘଣ୍ଟାରେ ମିଳିଛି ରାସନ କାର୍ଡ । ରାଜ୍ୟ ଖାଦ୍ୟ କମିଶନର ଅବନୀ ସାହୁ ଏନେଇ ସୂଚନା ଦେଇଛନ୍ତି । ଅର୍ଥାଭାବରୁ ଆରିଫାଙ୍କ ଅଚଳ ଦୁଇ କିଡନୀର ଚିକିତ୍ସା ହୋଇପାରୁନଥିଲା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆଶାର କିରଣ ଦେଖାଦେଇଛି ।
ରାସନ କାର୍ଡ ନ ଥିବାରୁ ଆରିଫା ବିଏସକେୱାଇ କାର୍ଡ ପାଇପାରୁନଥିଲେ । ଖାଦ୍ୟ କମିଶନର କାର୍ଡ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଏବେ କାର୍ଡ ଇସ୍ୟୁ ହୋଇଥିବାବେଳେ ସଂଧ୍ୟା ସୁଦ୍ଧା ଫାତିମାଙ୍କୁ ନୂଆ ରାସନ କାର୍ଡ ଓ ବିଏସକେୱାଇ କାର୍ଡ ମିଳିବ । ନିୟମ ଅନୁସାରେ ଫାତିମା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ ।
ମାତ୍ର ୧୦ ବର୍ଷ ବୟସରେ କୁନି ଫାତିମାର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଦୁଇଟି ଯାକ କିଡନୀ ପ୍ରତିରୋପଣ ନେଇ ଡାକ୍ତରଙ୍କ ପରାମର୍ଶ ପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଭାଙ୍ଗିପଡିଛି ଫାତିମାଙ୍କ ପୂରା ପରିବାର । ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ଆରିଫାଙ୍କ ଚିକିତ୍ସା ଚାଲିଥିବା ବେଳେ ସପ୍ତାହକୁ ଦୁଇରୁ ତିନି ଥର ଡାଇଲିସିସ ଚାଲିଛି । କିଡନୀ ପ୍ରତିରୋପଣ ପାଇଁ ୧୨ରୁ ୧୪ ଲକ୍ଷ ଟଙ୍କା ଦରକାର । ପାଖରେ ଏତେ ଟଙ୍କା ନଥିବାରୁ ସହାୟତା ମାଗିଛନ୍ତି ବାପା ମାଆ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ପୁଣି ଫାତିମା ନାଚିବ ଆଉ ପାଠ ପଢ଼ିବ । ଡାକ୍ତର ହେବାର ସ୍ବପ୍ନ ପୂରଣ କରିବ ।
ଭୁବନେଶ୍ଵର: ନିଜ ପୁଅର ଚିକିତ୍ସା ନିମନ୍ତେ ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମର ବୟସ୍କ ବିଧବା ମହିଳା କପୁର ବନଛୋରଙ୍କ ନିବେଦନ ବିଷୟ ଗଣମାଧ୍ୟମରୁ ଜାଣିବା ମାତ୍ରେ, ବିଏସକେୱାଇ ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୋଭାରାଣୀ ମିଶ୍ରଙ୍କ ନିର୍ଦ୍ଦେଶ ମତେ ସିନାପାଲୀ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତଥା ଭାରପ୍ରାପ୍ତ ମେଡିକାଲ ଅଫିସର କପୁରଙ୍କ ଘରକୁ ଯାଇ ତାଙ୍କ ଦୁଇ ପୁଅଙ୍କର ସ୍ୱାସ୍ଥ୍ୟ ଅବସ୍ଥା ତନଖି କରିଥିଲେ, ପରୀକ୍ଷାରୁ ଜଣାପଡିଥିଲା ଯେ, ଭୀମସେନ ବନଛୋର (କପୁରଙ୍କ ୨ୟ ପୁତ୍ର) ୨୦୨୨ ମସିହାରେ ବାତଜ୍ଵରରେ ଆକ୍ରାନ୍ତ ହୋଇ କଷ୍ଟ ପାଇଥିଲେ।
ତାଙ୍କୁ ସ୍ଥାନୀୟ ଖଡିଆଳ ମିଶନ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରଯାଇଥିଲା । ତେବେ ଉଚ୍ଚତର ଚିକିତ୍ସା ନିମନ୍ତେ କୌଣସି ସୁପର ସ୍ପେସାଲିଟି ହସ୍ପିଟାଲକୁ ନେବାପାଇଁ ମଧ୍ୟ ସ୍ଥାନୀୟ ଡାକ୍ତର ପରାମର୍ଶ ଦେଇଥିଲେ । ଗ୍ରାମବାସୀଙ୍କ ସାହାଯ୍ୟରେ ଭୀମସେନ ରାୟପୁର ସ୍ଥିତ ବାଲାଜୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ତାଙ୍କର ଚିକିତ୍ସା ବାବଦରେ ୪୧ହଜାର ଟଙ୍କାର ଖର୍ଚ୍ଚ ବି.ଏସ୍.କେ.ୱାଇ. ମାଧ୍ୟମରେ ଓଡିଶା ସରକାର ପଇଠ କରିଥିଲେ । ପରେ, ପୁନଶ୍ଚ ଅସୁସ୍ଥ ଅନୁଭବ କରିବାରୁ ଭୀମସେନ ଭୁବନେଶ୍ଵର ଏମ୍ସ୍ ହସପିଟାଲକୁ ଯାଇ ଡାକ୍ତର ପରାମର୍ଶ କରିଥିଲେ ।
ଡାକ୍ତର ଔଷଧ ଖାଇବା ନିମନ୍ତେ ତାଙ୍କୁ ପ୍ରେସକ୍ରିପସନ୍ ଲେଖିଛନ୍ତି ଏବଂ ଔଷଧ ଖାଇବା ସହ ବ୍ରେନ ଏମ୍.ଆର.ଆଇ. କରିବା ପାଇଁ କହିଛନ୍ତି । ଏମ୍ସ୍ ର ଡାକ୍ତର ଲେଖିଥିବା ଆଣ୍ଟିଏପିଲେପଟିକ ଔଷଧ ସବୁ ନିରାମୟ ଯୋଜନା ମାଧ୍ୟମରେ ଭିମସେନଙ୍କୁ ମାଗଣାରେ ସିନାପାଲୀ ଡାକ୍ତରଖାନାରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହାଛଡା ପରବର୍ତ୍ତୀ ସମୟରେ ଏମ୍ସ୍ ରେ ଚିକିତ୍ସା ପାଇଁ ଯାତାୟାତ ନିମନ୍ତେ ତାଙ୍କୁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । କପୁରଙ୍କ ୧ମ ପୁତ୍ର ରୂପଧର ବନଛୋର (୩୧ ବର୍ଷ) ଜଣେ ଶତ ପ୍ରତିଶତ ମାନସିକ ଭିନ୍ନକ୍ଷମ ରୋଗୀ ବୋଲି ତନଖିରୁ ଜଣାପଡିଥିଲା।
ତାଙ୍କ ପାଇଁ ଆବଶ୍ୟକୀୟ ଔଷଧ ଓ ପରାମର୍ଶ ଦିଆଯାଇଛି ଏବଂ ମାସିକ ୭୦୦ ଟଙ୍କାର ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇଛି । କପୁର ବନଛୋରଙ୍କୁ ବିଧବା ଭତ୍ତା ଦିଆଯିବା ସହ ତାଙ୍କ ପରିବାରକୁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ କରାଯାଇଛି । ଗରିବ ମା’ର ପିଲାଙ୍କ ଚିକିତ୍ସା ନିମନ୍ତେ ବି.ଏସ୍.କେ.ୱାଇ. ଟିମ୍ ର ଏତାଦୃଶ ପ୍ରଚେଷ୍ଟା କୁ ସ୍ଥାନୀୟ ବୁଦ୍ଧିଜୀବୀ ସନ୍ତୋଷ ପ୍ରକାଶ କରିଛନ୍ତି । ଗରିବ ପରିବାରଙ୍କ ଦୁଃଖ କଥା ଦୃଷ୍ଠିକୁ ଆଣିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବି.ଏସ୍.କେ.ୱାଇ. ଟିମ୍ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।
ବିଏସ୍‌କେୱାଇ କାର୍ଡ ନବୀକରଣ ନାଁରେ ଠକୁଛନ୍ତି ଦଲାଲ୍‌, ନଜର ରଖିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟର ପ୍ରତ୍ୟେକ ଗରିବ ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ସେବାରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ରାଜ୍ୟ। ତେବେ କିଛି ଅସାଧୁ ତଥା ଖଳ ପ୍ରବୃତିର ଲୋକ ଏହି ମହତ୍ୱାକାଂକ୍ଷୀ ଯୋଜନାରୁ ଅନୈତିକ ଫାଇଦା ଉଠାଇବାକୁ ପଛାଉ ନାହାନ୍ତି ।  ଏପରିସ୍ଥଳେ ଜନସଚେତନତା ସୃଷ୍ଟି କରି ବିଏସ୍‌କେୱାଇକୁ ଦୁର୍ନୀତି ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଆଜି ବିଭାଗୀୟ ଶାସନ ସଚିବ ଶାଲିନି ପଣ୍ଡିତ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଆରକ୍ଷୀ ଅଧିକ୍ଷକ, ସିଡିଏମ୍‌ଓ/ପିଏଚ୍‌ଓଙ୍କୁ ପତ୍ର ଲେଖି କହିଛନ୍ତି, ବିଏସ୍‌କେୱାଇ ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଆର୍ଥିକ ସ୍ତରରେ ଦୁର୍ବଳ ପରିବାର ତଥା ମହିଳାମାନଙ୍କ ପାଇଁ ଏହା କୌଣସି ବରଦାନ ଠାରୁ କମ୍‌ ନୁହେଁ । ଘରୋଇ ଡାକ୍ତରଖାନାରେ ୯୬.୫ ଲକ୍ଷ ହିତାଧିକାରୀ ପରିବାରର ପୁରୁଷ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଇଛି । ତେବେ ଗତ କିଛି ଦିନ ହେଲା ବିଏସ୍‌କେୱାଇରେ ଜାଲିଆତି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଖବର ଆସୁଛି । ଏଥିପ୍ରତି ଆମ ସମସ୍ତଙ୍କୁ ସଜାଗ ରହିବା ଆବଶ୍ୟକ । ବିଏସ୍‌କେୱାଇ କାର୍ଡ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ଏପରି ଠକେଇ କାରବାରକୁ ରୋକାଯାଇ ପାରିବ।
ବିଏସ୍‌କେୱାଇ କାର୍ଡ ଆପେ ଆପେ ନବୀକରଣ ହୋଇଥାଏ,ପ୍ରତିବର୍ଷ ସେପ୍ଟେମ୍ବର ୧ରେ ସ୍ୱୟଂକୃତ ଭାବେ କାର୍ଡ ନବୀକରଣ ହୁଏ
ହିତାଧିକାରୀ ଏହାକୁ ନବୀକରଣ କରିବା କିମ୍ବା ରିଚାର୍ଜ କରିବା ଆବଶ୍ୟକ ନାହିଁ
ନବୀକରଣ ପାଇଁ ହିତାଧିକାରୀଙ୍କୁ କୌଣସି କାର୍ଯ୍ୟାଳୟକୁ ଧାଇଁବା ଆବଶ୍ୟକ ନାହିଁ କିମ୍ବା ଟଙ୍କା ଦେବା ଜରୁରୀ ନୁହେଁ
ସମସ୍ତ ରାସନକାର୍ଡଧାରୀମାନଙ୍କର ବିଏସକେୱାଇ କାର୍ଡ ନଥିଲେ ମଧ୍ୟ ସେମାନେ ବିଏସକେୱାଇ ଯୋଜନାରେ ପଞ୍ଜିକୃତ ଘରୋଇ ହସ୍ପିଟାଲଗୁଡ଼ିକରେ ସମସ୍ତ ଚିକିତ୍ସା ସୁବିଧା ପାଇବା ପାଇଁ ଯୋଗ୍ୟ
ସମସ୍ତ ହିତାଧିକାରୀମାନଙ୍କଠାରୁ ଫୋନ୍ ମାଧ୍ୟମରେ ମତାମତ ନିଆଯାଉଥିବାରୁ ହସ୍ପିଟାଲରେ ପଞ୍ଜିକରଣ ସମୟରେ ନିଜର ସଠିକ୍ ଫୋନ୍ ନମ୍ବର ଦେବାକୁ ପରାମର୍ଶ ଦିଆଯାଇଛି
ବିଏସକେୱାଇ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରେ ବିଏସକେୱାଇ କାର୍ଡ ସ୍ୱତଃ ରିଚାର୍ଜ ହୋଇଥାଏ ।
ତେଣୁ ଏ ସମ୍ପର୍କରେ ସମସ୍ତ ବିଏସ୍‌କେୱାର କ୍ଷେତ୍ର କର୍ମଚାରୀ ତଥା ହିତାଧିକାରୀଙ୍କୁ ଅବଗତ କରାଇବା ପାଇଁ ଆପଣମାନେ ପଦକ୍ଷେପ ନିଅନ୍ତୁ । ଯାହା ଫଳରେ ଅସାମାଜିକ ବ୍ୟକ୍ତି କାର୍ଡ ନବୀକରଣ ନାମରେ ହିତାଧିକାରୀଙ୍କୁ ଶୋଷଣ କରିବା ପାଇଁ ସୁଯୋଗ ପାଇବେ ନାହିଁ । ଏଥିପାଇଁ ପ୍ରଚାର ପତ୍ର ତଥା ଜନସୂଚନା ବ୍ୟବସ୍ଥା ବ୍ୟହାର କରି ଲୋକଙ୍କୁ କାର୍ଡ ନବୀକରଣ ସମ୍ପର୍କରେ ଅବଗତ କରାଇବା ପାଇଁ ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।
BSKY ରେ ଜାଲିଆତି ଧରିବାକୁ ସ୍ୱତନ୍ତ୍ର ପଦକ୍ଷେପ; ଲୋକମତ ଆଧାରରେ ହେବ ନୂଆ ରଣନୀତି
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)ରେ ଜାଲିଆତି ରୋକିବା ସହିତ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଅନୁଧ୍ୟାନ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ବିଭିନ୍ନ ତାଲିକାଭୁକ୍ତ ଡାକ୍ତରଖାନାରେ ନିୟମିତ କାଗଜପତ୍ର ଓ ଭିତ୍ତିଭୂମି ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ତେବେ ବିଏସ୍‌‌କେୱାଇରେ ଶତପ୍ରତିଶତ ସଫଳତା ସୁନିଶ୍ଚିତ କରିବା ଦିଗରେ ଜନସାଧାରଣଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ‘ମୋ ସରକାର’ କାର୍ଯ୍ୟକ୍ରମ ଅଧୀନରେ ବିଏସ୍‌‌କେୱାଇ ହିତାଧିକାରୀଙ୍କ ଠାରୁ ମତାମତ ସଂଗ୍ରହ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ତୃଣମୂଳ ସ୍ତରରେ ବିଶେଷକରି ରାଜ୍ୟର ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବିଏସ୍‌‌କେୱାଇ ସମ୍ପର୍କରେ ସଚେତନ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ହିତାଧିକାରୀଙ୍କୁ ମତାମତ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଯାଇ ଯୋଜନାର ଭଲ ମନ୍ଦ ନେଇ ଫିଡ୍‌‌ବ୍ୟାକ୍‌‌ ନିଆଯିବ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ସ୍ୱାସ୍ଥ୍ୟ ବିଭାଗର ପ୍ରଦର୍ଶନ ବିଶେଷକରି ବିଏସ୍‌‌କେୱାଇରେ ଲୋକଙ୍କ ସନ୍ତୁଷ୍ଟି ସର୍ବାଧିକ ରହିଥିବା ଜଣାପଡ଼ିଥିଲା। କିନ୍ତୁ ନିକଟରେ କଟକ ସ୍ଥିତ ସାଉଥ୍‌‌ ପଏଣ୍ଟ ହସ୍ପିଟାଲରେ ବିଏସ୍‌‌କେୱାଇରେ ଲକ୍ଷାଧିକ ଟଙ୍କାର ଜାଲିଆତି ଘଟଣା ପଦାକୁ ଆସିବା ପରିପ୍ରେକ୍ଷୀରେ ଜାଲିଆତି ରୋକିବା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଆଜି ସ୍ୱାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ସେବା ପ୍ରତିଶ୍ରୁତି ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ବୃନ୍ଦା ଡି ବିଭିନ୍ନ ପ୍ରଶାସନିକ ଓ ବୈଷିୟକ ଦିଗ ଉପରେ ଆଲୋଚନା କରିଥିଲେ। ବିଏସ୍‌‌କେୱାଇର ସଫଳତା ସୁନିଶ୍ଚିତ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବା ପାଇଁ ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ୧୦୪ (କଲ୍‌‌ ସେଣ୍ଟର), ୧୫୫୩୬୯ (ସ୍ମାର୍ଟକାର୍ଡ ବ୍ୟାବହାର ଜନିତ ସମସ୍ୟା), ମୋ ସରକାର କାର୍ଯ୍ୟକ୍ରମ, ଟ୍ୱିଟର୍‌‌, ଫେସ୍‌‌ବୁକ୍‌‌ ଆଦି ସାମାଜିକ ଗଣମାଧ୍ୟମରେ ଲୋକେ କରୁଥିବା ଅଭିଯୋଗ ଓ ମତାମତ ଆଦି ବିଷୟରେ ଶତ ପ୍ରତିଶତ ସମୟାନୁବନ୍ଧିତ ସମାଧାନ କରିବା ପାଇଁ ଶ୍ରୀମତି ପଣ୍ଡିତ ବିଏସ୍‌‌କେୱାଇ ଟିମ୍‌‌କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକ ମାନବସମ୍ବଳ ନିୟୋଜନ କରାଯିବ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ହସ୍ତଗତ ଅଭିଯୋଗର ପ୍ରାୟ ୯୫% ଉପରେ ପଦକ୍ଷେପ ନିଆଯାଇ ସମାଧାନ କରାଯାଇଛି। ଏହି ବୈଠକରେ ବିଏସକେୱାଇ ଅନୁବନ୍ଧିତ ହସ୍ପିଟାଲର ବର୍ଗୀକରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଉଭୟ ରାଜ୍ୟ ଭିତରେ ଓ ବାହାରେ ଥିବା ଅନୁବନ୍ଧିତ ଡାକ୍ତରଖାନା ଗୁଡିକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ସବିଶେଷ ଆଲୋଚନା ମାଧ୍ୟମରେ ବର୍ଗୀକରଣ ଭିତ୍ତି ଏବଂ ମାନକ ବିଷୟ ନିର୍ଣ୍ଣୟ କରାଯାଇଥିଲା। ସମୁଦାୟ ୭ଟି ବର୍ଗରେ ରୋଗୀମାନଙ୍କର ସନ୍ତୋଷ ସ୍ତରକୁ ମୁଖ୍ୟ ମାନଦଣ୍ଡ ରୂପେ ନିଆଯାଇ ହସ୍ପିଟାଲଗୁଡିକର ବର୍ଗୀକରଣ କରାଯିବ। ଅନ୍ୟ ନିଷ୍ପତ୍ତିକ୍ରମେ ଅନୁବନ୍ଧିତ ହସ୍ପିଟାଲରେ ବିଏସ୍‌‌କେୱାଇ ବୋର୍ଡ ଠିକ୍‌‌ ଭାବେ ସୁଦୃଶ୍ୟ ସ୍ଥାନରେ ଲଗାଇବା, ସୁବିଧାଜନକ ସ୍ଥାନରେ ବିଏସ୍‌‌କେୱାଇର କାଉଣ୍ଟର ରଖିବା ଉପରେ ଶ୍ରୀମତି ପଣ୍ଡିତ ଗୁରୁତ୍ୱାରୋପ କରିଥିଲେ। ସୋସାଇଟି ଅଫିସ୍‌‌ରେ ଇଣ୍ଟରନେଟ୍‌‌ ସ୍ପିଡ୍‌‌, ଓସ୍ୱାସ୍‌‌ କାର୍ଯ୍ୟକାରିତା, ମାନବ ସମ୍ବଳ ବୃଦ୍ଧି, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଆପ୍ରୋନ, ବିଏସ୍‌‌କେୱାଇ ସଫ୍ଟୱେର ନବୀକରଣ, ଅନଲାଇନ୍‌‌ ବିଲ୍‌‌ ଓ ଦସ୍ତାବିଜ୍‌‌ ଦାଖଲ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ସୋସାଇଟିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ପୋଲିସ କବଜାରେ BSKY କାର୍ଡ ରାକେଟ; ହିତାଧିକାରୀଙ୍କୁ ପ୍ରଲୋଭିତ କରି ଠକୁଥିଲେ ଟଙ୍କା, ୫ ଅଟକ
କଟକ : ପୋଲିସ କବଜାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ରାକେଟ । ରାକେଟକୁ ଧରିଲା ବାୟାଳିଶ ମୌଜା ଥାନା ପୋଲିସ । ଦଲାଲ ସମେତ ହସ୍ପିଟାଲ ମାଲିକକୁ ମିଶାଇ ମୋଟ୍‌ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କଠାରୁ ଏକାଧିକ ବିଏସକେୱାଇ କାର୍ଡ ଜବତ କରାଯାଇଛି ।
ବିଏସକେୱାଇ ହିତାଧିକାରୀମାନଙ୍କୁ ପ୍ରଲୋଭିତ କରି ସେମାନଙ୍କଠାରୁ କାର୍ଡ ହାତେଇ ଲକ୍ଷାଧିକ ଟଙ୍କା ଠକୁଥିଲେ ଦଲାଲମାନେ । ଖୁବଶୀଘ୍ର ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।