Marriage Certificate - The Sakala

ଆଉ ସହଜ ହେବନି ଦ୍ୱିତୀୟ ବିବାହ, ଆଧାର ସହ ସଂଯୋଗ ହେବ ବିବାହ ପ୍ରମାଣପତ୍ର
ଭୁବନେଶ୍ୱର: ଏଣିକି ଦ୍ୱିତୀୟ ବିବାହ ହେବନି ସହଜ। ପୁରୁଷ ହୁଅନ୍ତୁ ଅବା ମହିଳାମାନେ ପ୍ରଥମ ବିବାହ ପରେ ପତି କିମ୍ବା ପତ୍ନୀ ଥାଇ ଯଦି ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବେ ସେମାନେ ଭୋଗିପାରନ୍ତି ଆଇନଗତ ଦଣ୍ଡ। ଏକାଧିକ ବିବାହ ରୋକିବାକୁ ଆଗକୁ ଆସିବ ନୂଆ ନିୟମ। ଆଧାର କାର୍ଡ ସହ ସଂଯୋଗ ହେବ ବିବାହ ପ୍ରମାଣପତ୍ର ବା ସାର୍ଟିଫିକେଟ୍‌‌। ଏହା ପ୍ରତ୍ୟେକ ବିବାହିତ ବ୍ୟକ୍ତିଙ୍କ ପାଇଁ ହେବ ଏକମାତ୍ର ପ୍ରମାଣପତ୍ର ଏବଂ ଯେକୌଣସି ସ୍ଥାନରେ ଆଧାର ନମ୍ବରରେ ମିଳିପାରିବ ବିବାହର ତଥ୍ୟ। ଏଭଳି ଏକ ବ୍ୟବସ୍ଥା ଆଣିବାକୁ ଯୋଜନା କରିଛନ୍ତି ରାଜ୍ୟ ମହିଳା ଆୟୋଗ।

ବିଭିନ୍ନ ସମୟରେ ପ୍ରଥମ ପତ୍ନୀ କିମ୍ୱା ପତି ଥାଇ ଅନେକ ଦମ୍ପତି ଲୁଚି ଲୁଚି ଅନ୍ୟତ୍ର ବିବାହ କରୁଥିବା ଅଭିଯୋଗ ହେଉଛି। ଏହି ସତ୍ୟ ସାମ୍ନାକୁ ଆସିବା ପରେ ଉଭୟ ପରିବାର ମଧ୍ୟରେ ପାରିବାରିକ ସମସ୍ୟା ସୃଷ୍ଟି ହେବା ସହ ବିଶ୍ୱାସଘାତକତାର ଶିକାର ହେଉଛନ୍ତି ଅନେକ ଦମ୍ପତି। ଡେଟିଂ ଆପ୍‌‌ ଦ୍ୱାରା ହେଉ କିମ୍ବା ବିବାହ ଆପ୍‌‌ ମାଧ୍ୟରେ ଅନେକ ନିଜ ନିଜର ଫେକ୍‌‌ ଆକାଉଣ୍ଟ ଖୋଲି ନିଜକୁ ଅବିବାହିତ ଦର୍ଶାଇ ଅନ୍ୟ ଯୁବକ ଯୁବତୀଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିଥାନ୍ତି। ସେହିପରି ଅନେକଙ୍କ ବିବାହ ବିଚ୍ଛେଦ ମାମଲା ଚାଲୁଥିବା ବେଳେ ସେମାନେ ମଧ୍ୟ ଏସମ୍ପର୍କରେ ଲୁଚାଇ ରଖି ଅନ୍ୟତ୍ର ବିବାହ କରୁଥିବା ଖବର ଗଣମାଧ୍ୟମର ସିରୋନାମା ପାଲଟୁଛି। କେତେକ କ୍ଷେତ୍ରରେ ଏହା ସଫଳ ହେଉଥିବା ବେଳେ ଆଉ କେତେକ ବିଫଳ ହେଉଛନ୍ତି। ଏବଂ ଯେଉଁମାନେ କିଛି ତଥ୍ୟ ସଂଗ୍ରହ ନ କରି ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହେଉଛି। ବାହାରୁ ବିବାହ ପ୍ରସ୍ତାବ ଆସିଲେ ସବୁ ତଥ୍ୟ ଜାଣିବା କଷ୍ଟକର ହୋଇପଡୁଛି। ରାଜ୍ୟ ବାହାରେ ବିବାହ କରି ଅନେକ ଝିଅ ଓ ଝିଅ ହଇରାଣ ହେଉଥିବା ମାମଲା ସାମ୍ନାକୁ ଆସୁଛି। ବାଧ୍ୟହୋଇ ଉଭୟ ଆଇନର ଦ୍ୱାରସ୍ଥ ହେଉଥିବା ଦେଖିବାକୁ ମିଳିଛି। ତେଣୁ ଏଭଳି ଏକାଧିକ ବିବାହ ରୋକିବାକୁ ଆସିପାରେ ନୂଆ ନିୟମ।

ନିୟମ ଅନୁଯାୟୀ, ପ୍ରତ୍ୟେକ ବିବାହ ପଞ୍ଜୀକରଣ କରାଇବାକୁ କରାଯିବ ଯୋଜନା। ଏଥିପାଇଁ ଜିଲ୍ଲାସ୍ତରରେ ରହିବ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଜାତୀୟ ମହିଳା ଆୟୋଗ ସହ ଏସମ୍ପର୍କରେ ରାଜ୍ୟ ମହିଳା ଆୟୋଗ ପ୍ରସ୍ତବା ଦେବା ସହ ଆଲୋଚନା କରିଛି। ଏକାଧିକ ବିବାହ ରୋକିବାକୁ ଏଭଳି ଉପାୟ ଆପଣାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ତେବେ ବିବାହକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ମହିଳା ଆୟୋଗଙ୍କ ଏହି ପ୍ରସ୍ତାବକୁ ଜାତୀୟ ମହିଳା କମିସନ୍‌‌ ସ୍ୱାଗତ କରିଥିବା ଜଣାପଡ଼ିଛି। ଯଦି ଓଡ଼ିଶାରେ ଏହି ନିୟମ କାର୍ଯ୍ୟକାରୀ ହୁଏ ତେବେ ଏକାଧିକ ବିବାହ ସମ୍ପର୍କରେ ଜଣାପଡ଼ିବା ସହ ଜାଲ୍‌‌ ବିବାହ ରୋକାଯିବା ଦିଗରେ ଏହା ଏକ ଅସ୍ତ୍ର ପାଲଟିବ ବୋଲି ମହିଳା ଆୟୋଗ ଅଧ୍ୟକ୍ଷା ଡ. ମିନତୀ ବେହେରା କହିଛନ୍ତି। ଏହି ପ୍ରସ୍ତାବ ଅନୁସାରେ, ଦେଶ ପାଇଁ ଏକକ ବିବାହ ପ୍ରମାଣପତ୍ର ବ୍ୟବସ୍ଥା ରହିବା ଦରକାର। ଫଳରେ ଯେକୌଣସି ସ୍ଥାନରେ ବିବାହିତ ବ୍ୟକ୍ତିଙ୍କ ସଠିକ୍‌‌ ତଥ୍ୟ ଉପଲବ୍ଧ ହୋଇପାରିବ। ଏହି ପ୍ରସ୍ତାବ ସମ୍ପର୍କରେ ପୁନର୍ବାର ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ସରକାରଙ୍କ ତରଫରୁ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଜୀକରଣ ସେଲ୍‌ଫ ଖୋଲାଯାଇ ଦମ୍ପତିମାନେ ସେଠାରେ ନିଜର ଆଧାରକାର୍ଡ ଦେଖାଇ ବିବାହ ସାର୍ଟିଫିକେଟ୍‌‌ ପାଇଁ ଆବେଦନ କରିପାରିବେ। ପରବର୍ତ୍ତୀ ସମୟରେ ଆଧାରକାର୍ଡ ଓ ବିବାହ ପଞ୍ଜିକୃତ ସାର୍ଟିଫିକେଟ୍‌‌ ଲିଙ୍କ୍‌‌ କରି ଗୋଟିଏ ପ୍ଲାଟଫର୍ମରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀମତୀ ବେହେରା କହିଛନ୍ତି।

ଏକାଧିକ ଥର ବିବାହ କରିଥିଲେ ଖୋଲିବ ଗୁମର: ‘ଆଧାର’ ସହ ଯୋଡ଼ାହେବ ବିବାହ ପ୍ରମାଣପତ୍ର
ଭୁବନେଶ୍ୱର: ମିଠା ମିଠା କଥା କହି ଫସାଉଛନ୍ତି; ବାହା ବି ହେଉଛନ୍ତି। ବାହା ହେବା ପରେ ଜଣା ପଡୁଛି ପୂର୍ବ ବିବାହ କଥା। ଏମିତି ଏକାଧିକ ମାମଲା ରାଜ୍ୟ ମହିଳା କମିସନଙ୍କ ନିକଟରେ ପହଞ୍ଚିବା ପରେ ବିବାହର ବାଧ୍ୟତାମୂଳକ ପଞ୍ଜୀକରଣ ସହ ବିବାହ ପ୍ରମାଣପତ୍ରକୁ ଆଧାର ପ୍ରମାଣପତ୍ର ସହ ଯୋଡ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏ ନେଇ ରାଜ୍ୟ ମହିଳା କମିସନ ପ୍ରସ୍ତାବ ଦେବା ପରେ ଜାତୀୟ ମହିଳା କମିସନ ଏହାକୁ ସ୍ବାଗତ କରିଛନ୍ତି। ଯଦି ଓଡ଼ିଶାର ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ଏକାଧିକ ବିବାହ ସମ୍ପର୍କରେ ଜଣାପଡ଼ିବ। ବିବାହ ପୂର୍ବରୁ ଝିଅ କିମ୍ବା ପୁଅ ସମ୍ପର୍କରେ ତଥ୍ୟ ମିଳିଲେ ଏକାଧିକ ଥର ବିବାହକୁ ରୋକାଯାଇପାରିବ ବୋଲି ମହିଳା କମିସନ ଦୃଢ଼ ଆଶାବାଦୀ ଅଛନ୍ତି। ପ୍ରସ୍ତାବ ଅନୁସାରେ ଦେଶ ପାଇଁ ଏକକ ବିବାହ ପ୍ରମାଣପତ୍ର ବ୍ୟବସ୍ଥା ରହିବ ବୋଲି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି।

ପ୍ରସ୍ତାବ କେମିତି କାର୍ଯ୍ୟକାରୀ ହେବ ସେ ନେଇ ପୂରା ନକ୍ସା ପ୍ରସ୍ତୁତ ହୋଇଛି। ରାଜ୍ୟର ପ୍ରସ୍ତାବ ଅନୁସାରେ ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ସମସ୍ତଙ୍କ ପାଖରେ ବିବାହ ପଞ୍ଜୀକରଣ ପ୍ରମାଣ ପତ୍ର ରହିବ। ଏହି ଡୋମେନରେ ସମସ୍ତଙ୍କ ବିବାହ ସମ୍ପର୍କିତ ତଥ୍ୟ ରହିଲେ ଯାଞ୍ଚ୍ ବେଳେ ବିବାହ ସମ୍ପର୍କିତ ତଥ୍ୟ ଜଣାପଡ଼ିବ। ସରକାରଙ୍କ ତରଫରୁ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେଲ୍‌ ଖୋଲି ବିବାହ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଏହାଦ୍ୱାରା କିଏ କେଉଁଠି ବିବାହ କରିଛନ୍ତି, ତାହାର ସମସ୍ତ ସୂଚନା ଗୋଟେ କ୍ଲିକ୍‍ରେ ଜାଣିହେବ। ଯାହାର ଆଧାରରେ ପ୍ରତି ଜିଲ୍ଲାପାଳଙ୍କ ଅଫିସରେ ଏକ ମ୍ୟାରେଜ୍‍ ରେଜିଷ୍ଟ୍ରେସନ୍‍ ସାର୍ଟିଫିକେଟ୍‍ ଅଫିସ୍‍ କରାଯିବ। ଯେଉଁଠି ଦମ୍ପତ୍ତିମାନେ ନିଜର ଆଧାରକାର୍ଡ ଦେଖାଇ ବିବାହ ସାର୍ଟିଫିକେଟ୍‍ ପାଇଁ ଆବେଦନ କରିପାରିବେ। ପରବର୍ତ୍ତୀ ସମୟରେ ଆଧାରକାର୍ଡ ଓ ବିବାହ ପଞ୍ଜିକୃତ ସାର୍ଟିଫିକେଟ୍‍କୁ ଏକାଠି ଲିଙ୍କ କରି ଗୋଟିଏ ପ୍ଲାଟ୍‍ଫର୍ମରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀମତୀ ବେହେରା କହିଛନ୍ତି।

ବୈବାହିକ ସ୍ଥିତି ସମ୍ପର୍କରେ ତଥ୍ୟ ନ ଜାଣି ସମ୍ପର୍କ ଆଗକୁ ଯାଉଛି। ଏହି ସମ୍ପର୍କ ଆଗକୁ ଯାଇ ଅପରାଧରେ ପହଞ୍ଚୁଛି। ପରକୀୟା ପ୍ରୀତିକୁ ନେଇ ନିକଟରେ ଗ୍ଲିଡେନ୍‍ (ଡେଟିଂ ଆପ୍‍) ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ପରକୀୟାର ସଂଖ୍ୟା ଦିନକୁ ଦିନ ବଢୁଛି। ମେଟ୍ରୋସିଟି ସମେତ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ମାମଲା ସାମ୍ନାକୁ ଆସିଛି। ବୈବାହିକ ସ୍ଥିତି ସମ୍ପର୍କରେ କୌଣସି ତଥ୍ୟ ଉପଲବ୍ଧ ହେଉ ନ ଥିବାରୁ ଅନେକ ସମୟରେ ମହିଳାମାନେ ଫସିଯାଉଛନ୍ତି। ରାଜ୍ୟ ବାହାରୁ ପ୍ରସ୍ତାବ ଆସିଲେ କିମ୍ବା ନିଜ ଅଞ୍ଚଳ ବାହାରୁ ପ୍ରସ୍ତାବ ଆସିଲେ ବିବାହକୁ ନେଇ ସବୁ ତଥ୍ୟ ଜାଣିବା କଷ୍ଟକର ହୋଇପଡୁଛି। ରାଜ୍ୟ ବାହାରେ ବିବାହ କରି ଅନେକ ଝିଅ ହଇରାଣ ହେଉଥିବା ମାମଲା ସାମ୍ନାକୁ ଆସୁଛି।

ମହିଳା ହିଂସା ବଢ଼ିଛି ବୋଲି କହିବା କଷ୍ଟକର। କିନ୍ତୁ ସଚେତନତା ବଢୁଥିବାରୁ ଅନେକ ଅଭିଯୋଗ ଆସୁଛି। ନିର୍ଯାତିତ ମହିଳା ପୁଲିସ, ମହିଳା କମିସନ, କୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି। ବିବାହକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ମହିଳା କମିସନଙ୍କ ପ୍ରସ୍ତାବକୁ ଜାତୀୟ ମହିଳା କମିସନ ସ୍ବାଗତ କରିଥିବାରୁ ଏ ନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।