biju-patnaik - The Sakala
ସୂର୍ଯ୍ୟ-ଚନ୍ଦ୍ର ଥିବା ଯାଏ ରହିଥିବ ବିଜୁ ବାବୁଙ୍କ ନାଁ…
ପ୍ରବାଦପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବେ ରୁଷ ସରକାର। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଦୁର୍ଦ୍ଦର୍ଷ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ଅଦମ୍ୟ ସାହସ ଓ ଦୁର୍ଦ୍ଦମନୀୟ ବୀରତ୍ବ ଏବଂ ତତ୍କାଳୀନ ସୋଭିଏତ ୟୁନିଅନକୁ ଅକୁଂଠ ସହାୟତା ଆଜି ବି ମନେ ରଖିଛି ରୁଷ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜିମାନଙ୍କ ବିରୋଧରେ ବିଜୟର ୮୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀ ଦୂତାବାସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କୁ ମରଣୋତ୍ତର ଭାବେ ସମ୍ମାନ ପ୍ରଦାନ କରିବେ ରୁଷ ସରକାର। ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଅତିଥି ଭାବେ ଯୋଗଦେବା ସହ ଏହି ସମ୍ମାନ ଗ୍ରହଣ ପାଇଁ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ରୁଷ ସରକାର। ବିଜୁ ବାବୁଙ୍କୁ ଏହି ସମ୍ମାନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କ ମରଶରୀରରେ ଭାରତ ସହ ଇଣ୍ଡୋନେସିଆ ଏବଂ ରୁଷିଆର ଜାତୀୟ ପତାକା ଘୋଡ଼ା ଯାଇଥିଲା। ସାରାଦେଶରେ ଏପରି ସମ୍ମାନ ପାଇଥିବା ନେତାଙ୍କ ସଂଖ୍ୟା ନଗଣ୍ୟ।
ସମଗ୍ର ବିଶ୍ବରେ ବିଜୁ ବାବୁ ଓଡ଼ିଶାର ଅନ୍ୟତମ ପରିଚୟ। ହେଲେ ପରିବର୍ତ୍ତିତ ପରିସ୍ଥିତିରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁ ଜନମାନସରୁ ଲିଭାଇ ଦେବା ପାଇଁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର। ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଅନେକ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରୁ ବିଜୁ ପଟ୍ଟନାୟକଙ୍କ ନାମ କାଟି ଦିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ଏକ୍ସପ୍ରେସ ୱେ, ବିଜୁ କେବିକେ ଯୋଜନା, ବିଜୁ ପକ୍କା ଘର ଆଦିର ନାମ ପରିବର୍ତ୍ତନ କରାଯାଇଛି। ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରଚଳିତ ୟୁନେସ୍କୋ ଦ୍ୱାରା ଅନୁମୋଦିତ କଳିଙ୍ଗ ସମ୍ମାନର ଅର୍ଥରାଶି ବନ୍ଦ କରି ଦିଆଯାଇଛି। ସେହିପରି ନିକଟ ଅତୀତରେ ବିଜୁ ବାବୁଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଥିବା ବେଳେ ଚଳିତବର୍ଷ ଠାରୁ ଏହାକୁ ସରକାର ବଦଳାଇ ଦେଇଛନ୍ତି। ଯାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି।
ବିଜୁ ଲିଗାସି ନଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ଏପରି ଉଦ୍ୟମ ସମ୍ଭବତଃ ଅସାମାଜିକ ତତ୍ତ୍ୱଙ୍କୁ ପରୋକ୍ଷରେ ଉତ୍ସାହିତ କରିଛି। ବିଜୁ ଜୟନ୍ତୀ ପୂର୍ବରୁ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟି ନେଲେ, କଟକରେ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ରଙ୍ଗ ବଦଳାଇ ଦେଲେ। ଆଉ ବିଜୁ ବାବୁଙ୍କ ପୁଣ୍ୟତିଥିର ଦୁଇଦିନ ପୂର୍ବରୁ ଅସୂୟା ଓ ହୀନମନ୍ୟତାର ସବୁ ସୀମା ଟପି ଦୁର୍ବୃତ୍ତମାନେ ତାଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଇଥିଲେ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦିଆଯିବା ଓ ଦୀର୍ଘ ସମୟ ଧରି ପ୍ରତିମୂର୍ତ୍ତି ଜଳିବା ଦୃଶ୍ୟ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସାରାରାଜ୍ୟରେ ସୃଷ୍ଟି ହୋଇଥିଲା ତୀବ୍ର ପ୍ରତିକ୍ରିୟା। ଏହା ପଛରେ ହୀନ ରାଜନୈତିକ ଅଭିସନ୍ଧି ରହିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ମୁଖ୍ୟମନ୍ତ୍ରୀ ତୀବ୍ର ନିନ୍ଦା କରିବା ସହିତ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ତଦନ୍ତ କଲା ଆଉ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଅଗ୍ନିସଂଯୋଗ କରିଥିବା ବ୍ୟକ୍ତିଙ୍କୁ ମାନସିକ ବିକୃତ ବୋଲି ଅଭିହିତ କରି କାମ ସାରିଦେଲା। ହେଲେ ମାନସିକ ବିକୃତଙ୍କ ହାତରେ ମାଚିସ୍ କିଏ ଦେଇଥିଲା ଏଯାବତ୍ ତାହା ଲୋକଦୃଷ୍ଟିକୁ ଆସିପାରିଲା ନାହିଁ।
ଓଡ଼ିଆ ଅସ୍ମିତାର ଧ୍ବଜାଧାରୀ, ଆଧୁନିକ ଓଡ଼ିଶାର ନିର୍ମାତା ତଥା ଦେଶପ୍ରେମୀ ବିଜୁ ପଟ୍ଟନାୟକଙ୍କୁ ସମଗ୍ର ବିଶ୍ବ ସମ୍ମାନ ପ୍ରଦର୍ଶନ କରୁଥିବା ବେଳେ ଅସୂୟା ଭାବ ରଖି ଏ ସରକାର ସାମୟିକ ଭାବେ ଉପେକ୍ଷା କରିପାରନ୍ତି କିନ୍ତୁ ଶତଚେଷ୍ଟା କଲେ ସୁଦ୍ଧା ସୂର୍ଯ୍ୟ, ଚନ୍ଦ୍ର ଆକାଶରେ ଥିବା ଯାଏ ଜନମାନସରୁ ତାଙ୍କ ନାଁ ଲିଭାଇ ପାରିବେ ନାହିଁ; ଏକଥା ପୁଣିଥରେ ଏଠାରେ ପ୍ରମାଣିତ ହେଲା।
ପୁଣି ବିଜୁଙ୍କୁ ସମ୍ମାନ ଦେବ ରୁଷ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏତ ୟୁନିୟନକୁ ସହାୟତା ଲାଗି ମିଳିବ ସମ୍ମାନ
ଭୁବନେଶ୍ବର: ପୁଣି ବିଜୁଙ୍କୁ ସମ୍ମାନ ଦେବ ରୁଷ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତା ଲାଗି ମିଳିବ ସମ୍ମାନ। ନାଜି ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତି ଅବସରରେ ସମ୍ମାନିତ ହେବେ ସ୍ୱର୍ଗତ ବିଜୁ ବାବୁ। ଆସନ୍ତା ୯ ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟକୁ ପୂରୁଛି ୮୦ ବର୍ଷ। ୭ ତାରିଖ ସକାଳେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ପାଇଁ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତି ଅବସରରେ ସମ୍ମାନିତ ହୋଇଥିଲେ ବିଜୁ। ୧୯୯୫ ମସିହାରେ ବିଜୁବାବୁଙ୍କୁ ଜୁବୁଲି ମେଡାଲରେ ସମ୍ମାନିତ କରାଯାଇଥିଲା। ସମସ୍ତ ପ୍ରତିବନ୍ଧକ ସତ୍ୱେ ବିଜୁ ଷ୍ଟାଲିନ ଗ୍ରେଡରେ ବିମାନ ଅବତରଣ କରି ରୁଷର ରେଡ ଆର୍ମିକୁ ସହାୟତା କରିଥିଲେ। ଆସନ୍ତା ୭ ତାରିଖ ସକାଳେ ହିରୋଙ୍କର ନାମଫଳକ ଅନାବରଣ କରିବେ ରୁଷ ରାଷ୍ଟ୍ରଦୂତ। ଫଳକରେ ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ନାଁ ଉଲ୍ଲେଖ ରହିଛି।
ବିଜୁ ବାବୁଙ୍କୁ ରାଜ୍ୟ ବିଜେପି ସରକାର ଅସମ୍ମାନ କରିବା ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ବର: ବିଜୁ ବାବୁଙ୍କୁ ରାଜ୍ୟର ବିଜେପି ସରକାର ଅସମ୍ମାନ କରିବା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି । ଅପରାହ୍ନରେ କକ୍ଷତ୍ୟାଗ କରି ବିଧାୟକମାନେ ଏକ ପଦଯାତ୍ରାରେ ରାଜଭବନ ଯାଇଥିଲେ । ଏଥିରେ ସାମିଲ ହୋଇଥିଲେ ପଞ୍ଚାୟତସ୍ତରର ନେତା ଓ କର୍ମୀ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେଡି ।
ବିଜୁ ଜୟନ୍ତୀରେ ହିଁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କ ନିକଟରେ ବିଜେଡି ବିଧାୟକମାନେ ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ମନେପକାଇ କହିଥିଲେ, ୧୯୭୭ ମସିହାରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିବା ବେଳେ ବିଜୁ ପଟ୍ଟନାୟକ ବିଶାଖାପାଟଣା ଯାଇଥିଲେ । ଆଜିର ଭାଇଜାଗ ଷ୍ଟିଲ ନିର୍ମାଣରେ ବିଜୁ ପଟ୍ଟନାୟକଙ୍କ ବଡ଼ ଅବଦାନ ରହିଛି । ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେଡି କହିଛି, ରାଜ୍ୟ ସରକାର ନିଷ୍ପତ୍ତି ନ ବଦଳାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ।
ବିଜୁବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ଭୁବନେଶ୍ବର : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ । ଏହି ପୂଣ୍ୟ ତିଥିରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ସଡକ ପରିବହନମନ୍ତ୍ରୀ ନୀତିନ୍‌ ଗଡକାରୀ, ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ବୁଦ୍ଧିଜୀବୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି ‘ ବିଜୁ ବାବୁଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରୁଛି। ଓଡ଼ିଶାର ବିକାଶ ଏବଂ ଲୋକଙ୍କୁ ସଶକ୍ତୀକରଣ କରିବାରେ ତାଙ୍କର ଅବଦାନକୁ ଆମେ ସବୁଦିନ ପାଇଁ ମନେ ପକାଉଛୁ। ସେ ଜରୁରୀକାଳୀନ ପରିସ୍ଥିତିର ଦୃଢ଼ ବିରୋଧ କରି ଗଣତାନ୍ତ୍ରିକ ଆଦର୍ଶ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ଦେଖାଇଥିଲେ।
Remembering Biju Babu on his birth anniversary. We fondly recall his contribution towards Odisha’s development and empowering people. He was also staunchly committed to democratic ideals, strongly opposing the Emergency.
— Narendra Modi (@narendramodi) March 5, 2025
ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ‘ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦି ଷ୍ଟେଟସମ୍ୟାନ୍, ବିଜୁପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।’
Hon'ble Governor, Shri @DrHariBabuK has paid his heartfelt tributes to the former Chief Minister of Odisha, The Statesman, #BijuPatnaik on his birth anniversary. pic.twitter.com/Zm8J1zISCI
— Governor Odisha (@GovernorOdisha) March 5, 2025
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି‘ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଲୋକଙ୍କ କଲ୍ୟାଣ ତଥା ରାଜ୍ୟ ବିକାଶକୁ ନୂଆ ଦିଗ ଦେବାରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ। ଜଣେ ରାଜନେତା, ସ୍ବାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ରବାଦୀ ନେତା ଭାବେ ସେ ଚିରସ୍ମରଣୀୟ।’
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଲୋକଙ୍କ କଲ୍ୟାଣ ତଥା ରାଜ୍ୟ ବିକାଶକୁ ନୂଆ ଦିଗ ଦେବାରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ। ଜଣେ ରାଜନେତା, ସ୍ବାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ରବାଦୀ ନେତା ଭାବେ ସେ ଚିରସ୍ମରଣୀୟ। pic.twitter.com/tRTRXFLE6u
— Mohan Charan Majhi (@MohanMOdisha) March 5, 2025
ଅନ୍ୟପଟେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଆ ସ୍ୱାଭିମାନ ରକ୍ଷା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ବଦ୍ଧପରିକର ।
ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ… pic.twitter.com/2TaPmXX2Jl
— Naveen Patnaik (@Naveen_Odisha) March 5, 2025
ସେପଟେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ମଧ୍ୟ ବିଜୁ ବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନୀତିନ ଗଡକାରୀ ଟ୍ବିଟ୍ କରି ଲେଖିଛନ୍ତି ‘ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
Humble homage to the freedom fighter and former Chief Minister of Odisha Biju Patnaik ji on his birth anniversary.🙏🏻#BijuPatnaik pic.twitter.com/uZMDKd2l8l
— Nitin Gadkari (@nitin_gadkari) March 4, 2025
୧୯୭୭ ମସିହା ଏପ୍ରିଲ୍‍ ୮ ତାରିଖରେ ବିଜୁବାବୁଙ୍କର ବାଙ୍କୀରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଥାଏ। ସକାଳୁ ବିଜୁବାବୁ ଭୁବନେଶ୍ୱରରୁ ବାହାରି କିଛିବାଟ ଗଲାପରେ ଗାଡ଼ି ରଖିବାକୁ ଡ୍ରାଇଭରକୁ କହିଲେ। ଡ୍ରାଇଭର ଗାଡ଼ି ରଖିଲା, ବିଜୁବାବୁ ଗାଡ଼ିରୁ ଓହ୍ଲାଇଲେ। ସାଥିରେ ଥିବା ଜଣେ ସାମ୍ବାଦିକ (ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ)ଙ୍କୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆଡ଼କୁ ହାତ ଠାରି ତାଙ୍କୁ ଡାକିବାକୁ କହିଲେ। ସାମ୍ନାରେ ଆମ୍ବତୋଟା ଥିଲା। ଜଣେ ଜୀର୍ଣ୍ଣଶୀର୍ଣ୍ଣ ବ୍ୟକ୍ତି ତଳେ ପଡ଼ିଥିବା ଆମ୍ୱକାଠ ଗୋଟାଉଥିଲା।
ବୃଦ୍ଧ ବ୍ୟକ୍ତିଙ୍କୁ ଡାକିବାରୁ ସେ ପାଖକୁ ଆସିଲା। ବିଜୁବାବୁ ପଚାରିଲେ ତୁମର ବୟସ ଏବେ କେତେ ହେଲା? ସେ କହିଲା-କେଜାଣି ଚାରିକୋଡ଼ିରୁ ବେଶୀ ହେବ। ଅର୍ଥାତ ୮୦ ବର୍ଷରୁ ବେଶୀ। ବିଜୁବାବୁ ପଚାରିଲେ ଏ ଖରାବେଳଟାରେ କାଠ କାହିଁକି ଗୋଟାଉଛ। ବୁଢ଼ା କହିଲା କାଠ ନ ନେଲେ ବୋହୂ ଖାଇବାକୁ ଦେବନାହିଁ। ତୋର କେତେ ପୁଅ, ବିଜୁ ବାବୁ ପଚାରିଲେ? ବୁଢ଼ା କହିଲା ଦି’ଟା। ଗୋଟେ କଟକରେ ଅଛି। ସାନ ପୁଅ ବାଙ୍କୀ କଲେକ୍ଟର ଅଫିସରେ ପିଅନ ଅଛି। ବିଜୁବାବୁ କହିଲେ ତୋ ପୁଅ କୋଉଠି ଅଛି? ବୁଢ଼ା କହିଲା ଆଉ କେଉଁଠି ତା ମାଇକିନିଆ ପାଖରେ ଥିବ। ବିଜୁବାବୁ ପାଖରେ ଥିବା ଲୋକଙ୍କୁ କହିଲେ ଆରେ ୟା ପୁଅକୁ ଡାକିଲ।
ଅଳ୍ପ ସମୟ ପରେ ଜଣେ ମଧ୍ୟ ବୟସ୍କ ଲୋକ ପ୍ୟାଣ୍ଟ ସାର୍ଟ ପିନ୍ଧି ପହଞ୍ଚି ବିଜୁବାବୁଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କଲା। ବିଜୁବାବୁ ତାକୁ ଚାହିଁ ୟେ ତୋ ବାପାନା ବୋଲି ପଚାରିଲେ। ସେ ହଁ ମାରିଲା। କିଛି ବୁଝିବା ପୂର୍ବରୁ ହଠାତ୍‍ ବିଜୁବାବୁ ତାକୁ ଠୋ କରି ଏକ ଚାପୁଡ଼ା ମାରିଲେ। ବିଜୁବାବୁ ଚଢ଼ା ଗଳାରେ କହିଲେ ବ୍ଲଡି ଇଡିଅଟ୍‍। ୮୨ ବର୍ଷ ବାପକୁ ଆମ୍ୱକାଠ ଗୋଟେଇବାକୁ ପଠାଉଛୁ। ବୁଢ଼ାକୁ ଡାକି ପକେଟରୁ କୋଡିଏ ଟଙ୍କା ନୋଟର ଏକ ବଣ୍ଡଲ୍‍ ଧରାଇଦେଇ କହିଲେ ୟାକୁ ରଖ। ଏ ଟଙ୍କାରୁ ଦଶଖଣ୍ଡ ପୋଷ୍ଟକାର୍ଡ କିଣିବୁ। ଯେଉଁଦିନ ତୋ ପୁଅ-ବୋହୂ ତତେ ଖାଇବାକୁ ନଦେବେ ସେଇ ପୋଷ୍ଟକାର୍ଡରେ ଲେଖି ମୋ ପାଖକୁ ପଠାଇବୁ। ମୁଁ ତୋ ପୁଅର ଚାକିରି ନେଇଯିବି। ବାକି ପଇସାରେ ତୋର ଯାହା ଇଚ୍ଛା ଖାଇବୁ। ବୁଢ଼ାର ପୁଅ ବିଜୁବାବୁଙ୍କ ଗୋଡ଼ ତଳେ ଲମ୍ୱ ହୋଇ ପଡ଼ିଯାଇ କହିଲା-ସାର୍‍ ମୋତେ କ୍ଷମା କରନ୍ତୁ। ବାପା ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କୁ ମୁଁ ଭଲରେ ରଖିବି। ବିଜୁବାବୁ କହିଲେ ପୁଅର କର୍ତ୍ତବ୍ୟ କର। ସେ ଜାଗାରେ ରୁଣ୍ଡ ହୋଇଥିବା ଲୋକେ ବିଜୁବାବୁଙ୍କ ଜୟଜୟକାର ଧ୍ୱନି ଦେଲେ। ଏମିତି ଥିଲେ ବିଜୁବାବୁ। ସବୁ ଘଟଣା ସମସ୍ୟାର ସମାଧାନ ତାଙ୍କ ନିକଟରେ ଥିଲା। ଡିସିସନ ଅନ ଦି ସ୍ପଟ’ ତାଙ୍କର ଜନ୍ମଗତ ଗୁଣ ଥିଲା।
ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ନ କରିବା ନିଷ୍ପତ୍ତିକୁ ବିଜେଡିର ଦୃଢ଼ ନିନ୍ଦା
ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ଆଜି ବିଜୁ ଜନତା ଦଳ ତରଫରୁ କୁହାଯାଇଛି। ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁଙ୍କ ଜୟନ୍ତୀ ରାଜ୍ୟବ୍ୟାପୀ ବିଜେଡି ତରଫରୁ ପାଳିତ ହେବ ଓ ମାର୍ଚ୍ଚ ୬ ତାରିଖ ଦିନ ବିଜେଡି ତରଫରୁ ରାଜ୍ୟବ୍ୟାପୀ ପ୍ରତିବାଦ ସଭା ଆୟୋଜିତ ହେବ ବୋଲି ବିଜେଡି ତରଫରୁ କୁହାଯାଇଛି।
ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟର ଭୂମିକା ନିର୍ବାହ କରିଛି। ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ଲକ୍ଷ୍ୟରେ ଜିଲ୍ଲାପରିଷଦ, ପଞ୍ଚାୟତିରାଜ ଓ ପଞ୍ଚାୟତ ସମିତି ଗଠନ ପାଇଁ ଓଡିଶା ବିଧାନସଭାରେ ବିଲ୍‌ ପାରିତ ହୋଇଥିଲା। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଗାମୀ ଭୂମିକା ନିର୍ବାହ କରିଥିବା ବେଳେ ଏହାର ପରବର୍ଷ ଅର୍ଥାତ ୧୯୯୨ ମସିହାରେ, ଦେଶର ସମ୍ୱିଧାନର ୭୩ତମ ଓ ୭୪ତମ ସଂଶୋଧନ ଆଣି ଏହି ବ୍ୟବସ୍ଥାକୁ ପ୍ରାବଧାନ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୁଏ ଯେ, ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରି କ୍ଷମତାର ବିକେନ୍ଦ୍ରୀକରଣ କରି ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଭଳି ଐତିହାସିକ କାର୍ଯ୍ୟ ବିଜୁ ପଟ୍ଟନାୟକଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ଯୋଗୁଁ ସମ୍ଭବ ହୋଇପାରିଥିଲା।
ବିଜୁ ଜନତା ଦଳର ରୂପାୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା କହିଥିଲେ, କ୍ଷମତା ରାଜନୀତିରେ ମହିଳାଙ୍କୁ ସଶକ୍ତ ନକରି ସମାଜର ପୂର୍ଣ୍ଣାଙ୍ଗ ବିକାଶ ପରିକଳ୍ପନା ସମ୍ଭବ ନୁହେଁ ବୋଲି ବିଚାର କରି, ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସରଂକ୍ଷିତ କରାଯାଇଥିଲା। ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ଓ ମହିଳାଙ୍କ ପାଇଁ ଆସନ ସରଂକ୍ଷିତ କରିବା କ୍ଷେତ୍ରରେ, ବିଜୁ ପଟ୍ଟନାୟକଙ୍କ ପଦକ୍ଷେପ ପାଇଁ ଓଡିଶା ସାରା ଦେଶ ପାଇଁ ମାର୍ଗଦର୍ଶକ ସାଜିଥିଲା। ବାସ୍ତବିକ ଏହା ଥିଲା ଓଡ଼ିଆ ଅସ୍ମିତା। ଏହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ହୋଇପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ତକ୍ରାଳୀନ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ନବେ ଦଶକରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ରାଜ୍ୟ ସରକାରଙ୍କ ଦ୍ୱାରା ପାଳିତ ହୋଇଆସୁଛି।
ଅପରପକ୍ଷରେ, ଏହା ୧୯୯୪ ମସିହା ଏପ୍ରିଲ ୨୪ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିଲା। ଏହାର ୧୬ ବର୍ଷ ପରେ ଅର୍ଥାତ ୨୦୧୦ ମସିହା ଏପ୍ରିଲ ୨୪ ତାରିଖ ଦିନ କେନ୍ଦ୍ର ସରକାର ଏହି ଦିନଟିକୁ ଦେଶରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାର ପଞ୍ଚାୟତିରାଜ ଦିବସ ପାଳିବାର ଯଥେଷ୍ଟ ପୂର୍ବରୁ ଓଡିଶା ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳିଆସୁଛି। ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡ଼ିଶାର ଗୌରବକୁ କ୍ଷୁଣ୍ଣ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ। ଏହି ନିଷ୍ପତ୍ତି ପଛରେ, ରାଜ୍ୟ ସରକାରଙ୍କ ଅସୂୟା ଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ଶ୍ରୀ ଦାସବର୍ମା କହିଥିଲେ।
ଦଳର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ରାଜ୍ୟ ସରକାର କ୍ଷମତାକୁ ଆସିବା ଦିନଠାରୁ, ବିଜୁ ପଟ୍ଟନାୟକଙ୍କ କୃତୀକୁ ସୁଚିନ୍ତିତ ଉପାୟରେ ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି। ଉଦାହରଣ ସ୍ୱରୂପ, ବିଜୁ ବାବୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସମ୍ମାନଜନକ ଆନ୍ତର୍ଜାତୀୟ କଳିଙ୍ଗ ପୁରସ୍କାରକୁ କେନ୍ଦ୍ର ସରକାର ଅନୁଦାନ ଦେବାକୁ ମନା କରିଦେବା ପରେ, ଏହା ବନ୍ଦ ହେବାକୁ ଯାଉଛି। ଏହାକୁ ନେଇ, ବିଜେଡିର ବିଧାୟକମାନେ ବିଧାନସଭାରେ ଉତଥାପନ କରିଥିଲେ ହେଁ ରାଜ୍ୟ ସରକାର ନିରବ ଅଛନ୍ତି।
ସେହିପରି, ବିଜୁ ବାବୁଙ୍କ ଜୟନ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ସପ୍ତାହ ବ୍ୟାପୀ ଉଦ୍ୟେକ୍ତା ସମ୍ମିଳନୀ ହୋଇଆସୁଥିଲା, ଯେଉଁଥିରେ ଉଦ୍ୟୋଗପତି ମାନେ ଯୋଗ ଦିଅନ୍ତି ଓ ସେମିନାର ଏବଂ କର୍ମଶାଳା ଇତ୍ୟାଦି ଆୟୋଜନ କରାଯାଇ ଆସୁଥିଲା। କିନ୍ତୁ, ତାକୁ ମଧ୍ୟ ଏ ବର୍ଷ ଆୟୋଜନ କରାଯାଉ ନାହିଁ। ରାଜ୍ୟ ବିଜେପି ସରକାରଙ୍କ ଏହି କାର୍ଯ୍ୟ ତାଙ୍କ ହୀନମନ୍ୟତାକୁ ଦର୍ଶାଉଛି। ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛି। ରାଜ୍ୟ ବିଜେପି ସରକାରଙ୍କ ଏହି ଅବିଚାର ପ୍ରତି ଓଡ଼ିଶାର ଜନସାଧାରଣ ବିଚାର କରିବେ ବୋଲି ଶ୍ରୀ ନାୟକ କହିଥିଲେ। ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ପ୍ରତାପ ଜେନା ଏହି ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
କେବଳ ନାମ ଓ ରଙ୍ଗ ବଦଳାଇବା ଏ ସରକାର’ର କାମ, ବିଜେପି ବିଜୁ ବାବୁଙ୍କୁ ନେଇ ହୀନ ରାଜନୀତି କରୁଛି : କଂଗ୍ରେସ
ଭୁବନେଶ୍ବର : ଓଡିଶାରେ ସରକାର ବଦଳିବା ସହିତ ପୂଜ୍ୟପୂଜା ପରମ୍ପରା ବଦଳି ଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନକୁ ରାଜ୍ୟରେ ନବେ ଦଶକରୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ, ବର୍ତ୍ତମାନର ରାଜ୍ୟ ସରକାର ଏହାକୁ ପରିବର୍ତ୍ତନ କରିଦେଇଛନ୍ତି। ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସରେ ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର। ଏହା ସହିତ ମାର୍ଚ୍ଚ ୫ ତାରିଖ ବଦଳରେ ଏପ୍ରିଲ୍‌ ୨୪ ତାରିଖରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଘୋର ବିରୋଧ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ରାଜ୍ୟର ବିଜେପି ସରକାରର ଏପରି ନିଷ୍ପତ୍ତି ନେଇ ଜଣେ ସମ୍ମାନସ୍ପଦ ମହାନ ରାଷ୍ଟ୍ରନାୟକଙ୍କୁ ଅସମ୍ମାନ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିବା ସହ ସରକାର ତାଙ୍କ ନିଷ୍ପତ୍ତି ନବଳାଇଲେ ଆନ୍ଦୋଳନ କରାଯିବ ବୋଲି କହିଛି। ଆଉ ଏହି ଆନ୍ଦୋଳନରେ ସାରା ଓଡ଼ିଶାବାସୀ ସାମିଲ ହେବେ।
ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ଘୋର ବିରୋଧ କରିଛି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ବିଜୁ ପଟ୍ଟନାୟକ ରଜନୀତି ଠାରୁ ଉର୍ଦ୍ଧରେ । ତାଙ୍କୁ ନେଇ ରାଜନୀତି ନହେବା ଦରକାର । ବିଜେପି ବିଜୁ ପଟ୍ଟନାୟକଙ୍କୁ ନେଇ ହୀନ ରାଜନୀତି କରୁଛି । ତାହା ଗ୍ରହନୀୟ ନୁହେଁ ।
ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ବିଜେପି ସରକାର ଏପରି ନିଷ୍ପତ୍ତିକୁ ନେଇ କହିଛ୍ତି ବିଜୁ ପଟ୍ଟନାୟକ ହେଉଛନ୍ତି ଓଡିଶାର ପ୍ରବାଦ ପୁରୁଷ । ବିଜୁ ପଟ୍ଟନାୟକ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ଦେଶ ସ୍ବାଧୀନ କରିବାରେ ତାଙ୍କର ଅବଦାନ ଅଛି । ବିଜୁ ପଟ୍ଟନାୟକକୁ ନେଇ ବିଜେପି ଯେଉଁ ରାଜନୀତି କରୁଛି ତାହା ଗ୍ରହଣୀୟ ନୁହେଁ । ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସକୁ ଘୁଞ୍ଚାଇ ଦେଲେ ବିଜୁ ପଟ୍ଟନାୟକଙ୍କୁ ଲୋକଙ୍କ ହୁହୃୟରୁ କାଢି ପାରିବେ ନାହିଁ । ବିଜୁ ପଟ୍ଟନାୟକ ପ୍ରତି ଓଡିଶାବାସୀଙ୍କ ହୃଦୟରେ ଅଛନ୍ତି । ସେ ସମ୍ମାନର ଅଧିକାରୀ । ତାଙ୍କୁ କେହି ଏପରି ହିନ ରାଜନୀତି କରି ଅଟକାଇ ପାରିବେ ନାହିଁ । ବିଜେପି ବିଜୁ ବାବୁଙ୍କ ଇଣ୍ଡୋନେସିଆ କାହାଣୀ ଜାଣିବା ଦରକାର ବୋଲି ମଧ୍ୟ ଜୟଦେବ ଜେନା କହିଛନ୍ତି।
ସେହିପରି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ କହିଛନ୍ତି ଆଜି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା, ସ୍ଥାନ ସଂରକ୍ଷଣରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଅବଦାନ ଅଛି। ସମ୍ବିଧାନର ୭୩ ତମ ସଂଶୋଧନ ଯାହା ଏପ୍ରିଲ ୨୪, ୧୯୯୩ରେ କାର୍ଯ୍ୟକାରୀ ହେଲା। ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଲା। ବିଜେଡି ସରକାର ଓଡ଼ିଶାରେ ଆସିବା ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯିଏ ପଞ୍ଚାୟତିରାଜକୁ ସଶକ୍ତ ଓ ମହିଳା ସଂରକ୍ଷଣ କରିଥିଲେ, ତାଙ୍କ ଜୟନ୍ତିକୁ ରାଜ୍ୟ ପଞ୍ଚାୟତିରାଜ ଦିବସ ପାଳନ ହେଲା। ବିଜୁ ବାବୁଙ୍କ ସମ୍ମାନରେ ଏହା ହେବାର ଥିଲା। ବର୍ତମାନର ସରକାର ଏହାକୁ ବଦଳାଇ ଦେଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଅଟଳ ବିହାରୀ ବଜେପେୟୀ ବିମାନ ବନ୍ଦର ନାଁ କରିଥିଲେ। ହେଲେ ଏବେର ବିଜେପି ସରକାର ବିଜୁ ବାବୁଙ୍କ ପ୍ରତି ସମ୍ମାନ ଦେବା ଦରକାର। ପଞ୍ଚାୟତିରାଜ ଦିବସ ଏବଂ ଛୁଟି ବାତିଲ କରିବା ସରକାରଙ୍କ ହୀନମନ୍ୟତା। ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ହୀନ ପ୍ରସଙ୍ଗ ଓ ନିନ୍ଦନୀୟ।
ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପରିବର୍ତ୍ତନ କରିବା ଦୁର୍ଭାଗ୍ୟଜନକ । ଭାରତ ଓ ରାଜ୍ୟର ଗର୍ବ ଓ ଗୌରବ ହେଉଛନ୍ତି ସ୍ବର୍ଗତ ବିଜୁ ପଟ୍ଟନାୟକ । ରାଜ୍ୟର ସ୍ୱାଭିମାନ ବିଜୁ ପଟ୍ଟନାୟକ ନାମରେ ପାଳିତ ହୋଇଆସୁଛି ପଞ୍ଚାୟତିରାଜ ଦିବସ । କିନ୍ତୁ ତାହାକୁ ପରିବର୍ତନ କରିବା ଏହା ରାଜ୍ୟ ବିଜେପି ସରକାରଙ୍କ ନିନ୍ଦନୀୟ କଥା। ଏହାକୁ ନେଇ ଆଗାମୀ ଦିନରେ ସ୍ୱର ଉଠିବ ବୋଲି କହିଛନ୍ତି ତାରା । କେବଳ ନାମ ପରିବର୍ତନ ଓ ରଙ୍ଗ ପରିବର୍ତନ କରିବା ଏହି ସରକାରଙ୍କ କାମ ବୋଲି କହି ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି ତାରା ପ୍ରସାଦ ବାହିନୀପତି।
ଆଜି ପଞ୍ଚାୟତିରାଜ ଦିବସ; ସାକାର ହେଉଛି ବିଜୁବାବୁଙ୍କ ସ୍ୱପ୍ନ
-ଗାଁରୁ ସହରକୁ ସମ୍ପର୍କ ଯୋଡ଼ିଛି ବିଜୁ ସେତୁ, ଲକ୍ଷ୍ମୀ ବସ୍‌‌
-ଗାଁ ଗାଁରେ ଖୋଲିଛି ‘ଆମ ବ୍ୟାଙ୍କ’, ଦୁଆରେ ମିଳୁଛି ଭତ୍ତା
-‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଆଣିଛି ଡିଜିଟାଲ ଭିତ୍ତିଭୂମି
-ହାତପାଆନ୍ତାରେ ମିଳିଛି ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ସେବା
-ମା’ଙ୍କୁ ସ୍ୱାବଲମ୍ବୀ, ଆର୍ଥିକ ସ୍ୱଚ୍ଛଳ କରିଛି ମିଶନ ଶକ୍ତି
ଭୁବନେଶ୍ୱର: ଗାଁକୁ ସଶକ୍ତ, ଆତ୍ମନିର୍ଭର ଭାବେ ଗଢ଼ିପାରିଲେ ହିଁ ରାଜ୍ୟ ଓ ଦେଶର ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ଯାହାକୁ ମର୍ମେ ମର୍ମେ ଅନୁଭବ କରିପାରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଗ୍ରାମାଞ୍ଚଳ ଏବଂ ଗ୍ରାମପଞ୍ଚାୟତର ସଶକ୍ତିକରଣ ପାଇଁ ନିଜ ମୁଖ୍ୟମନ୍ତ୍ରିତ୍ୱ ସମୟରେ ବିଜୁ ବାବୁ ବ୍ୟାପକ ପଦକ୍ଷେପ ନେଇଥିବା ବେଳେ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ ପଞ୍ଚାୟତର ବିକାଶକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଛନ୍ତି। ପଞ୍ଚାୟତରେ ଏବେ ଡିଜିଟାଲ ଭିତ୍ତିଭୂମିର ସୁଦୃଢ଼ୀକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଗାଁ ଗାଁରେ ଏବେ ବ୍ୟାଙ୍କିଙ୍ଗ ସୁବିଧା ବି ମିଳିଛି। ଏପରିକି ପ୍ରତି ଗ୍ରାମରେ ଏବେ ଦକ୍ଷତା ବିକାଶ କେନ୍ଦ୍ରଠାରୁ ଆରମ୍ଭ କରି ବିଜ୍ଞାନ ପାର୍କ ଖୋଲିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟବ୍ୟାପୀ ଗ୍ରାମାପଞ୍ଚାୟତ ବିକାଶ ଏବଂ ରୂପାନ୍ତରଣ ଆରମ୍ଭ ହୋଇଛି ଏବଂ ନୂଆ ଓଡ଼ିଶା ଗଠନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଏକଦା ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଗ୍ରାମାଞ୍ଚଳର ଲୋକେ ଯେପରି ବିକାଶର ଗ୍ୟାରେଣ୍ଟି ପାଇବେ, ତାହା ହିଁ ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ହୋଇଛି।
ଏକଦା ପଞ୍ଚାୟତସ୍ତରରେ ସାଧାରଣ ଲୋକେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ। ଗ୍ରାମପଞ୍ଚାୟତ ଆୟର ପ୍ରମୁଖ ଉତ୍ସ କେବଳ ଗୋରୁହାଟ, କାଞ୍ଜିଆହୁଦା, ପୋଖରୀ ନିଲାମ ଆଦିରେ ସୀମିତ ଥିଲା। ପଞ୍ଚାୟତସ୍ତରରେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଞ୍ଚାୟତ ସମ୍ପାଦକଙ୍କୁ ଛାଡ଼ିଦେଲେ ଆଉ କୌଣସି ପଦବୀ ନ ଥିଲା। ଇଣ୍ଟରନେଟର ଅଭାବ, ବ୍ୟାଙ୍କିଙ୍ଗ ସେବାର ଅନୁପସ୍ଥିତି, ଯୋଗାଯୋଗ ବ୍ୟବସ୍ଥାରେ ଦୁରବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟ ମୌଳିକ ସେବା ସଠିକ୍‌‌ ଭାବେ ମିଳୁନଥିବାରୁ ଗାଁ ଏବଂ ସହର ମଧ୍ୟରେ ଦୂରତା ବେଶ୍‌‌ ବାରି ହୋଇପଡ଼ୁଥିଲା। ତେବେ ୨୦୦୦ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତଗୁଡ଼ିକୁ ସଶକ୍ତ ଏବଂ ଆତ୍ମନିର୍ଭର ଭାବେ ଗଢ଼ିତୋଳିବା ପାଇଁ ପଣ କରିଛନ୍ତି। ସେବେଠାରୁ ପଞ୍ଚାୟତର ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ଏହା ଏକ ବିଶାଳ ଦ୍ରୁମରେ ପରିଣତ ହୋଇଛି। ପଞ୍ଚାୟତସ୍ତରରେ ସରକାରୀ ଯୋଜନାର ସଠିକ୍‌‌ ଏବଂ ସ୍ୱଚ୍ଛତାର ସହ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ସରକାର ବ୍ୟାପକ ନିଯୁକ୍ତି ପ୍ରଦାନ କରୁଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଠାରୁ ଆରମ୍ଭ କରି ଜିଆର୍‌‌ଏସ୍‌‌, ଯୋଗାଣ ସହାୟକ, ପିଅନ, ପଞ୍ଚାୟତ ଏକାଉଣ୍ଟ ଅଫିସର, ଡାଟା ଏଣ୍ଟ୍ରି ଅପରେଟର, ବ୍ଲକରେ ନିଯୁକ୍ତି ପାଇଥିବା ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି। ଯାହାର ସୁଫଳ ଏବେ ତୃଣମୂଳସ୍ତରରେ ପରିଲିକ୍ଷିତ ହେଉଛି।
ସେହିପରି ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଗ୍ରାମାଞ୍ଚଳର ଅର୍ଥନୈତିକ ଚିତ୍ରକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଥିବା ବେଳେ ଗ୍ରାମାଞ୍ଚଳର ବିକାଶ ଏବେ ଦୌଡ଼ୁଛି। କେବଳ ଏତିକି ନୁହେଁ ପଞ୍ଚାୟତସ୍ତରରେ ଯେପରି ସମସ୍ତ ସୁବିଧା ସୁଯୋଗ ମିଳିପାରିବ ତାହା ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି ନବୀନ ପଟ୍ଟନାୟକ। ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲାକୁ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ‘ଲକ୍ଷ୍ମୀ’ ବସ୍‌‌ ସେବା ଯୋଜନା। ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ପଞ୍ଚାୟତ ଭିତ୍ତିଭୂମିର ରୂପାନ୍ତରଣ ପାଇଁ ପ୍ରତି ପଞ୍ଚାୟକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଯେଉଁ ପଞ୍ଚାୟତରେ ବ୍ୟାଙ୍କ ସେବା ଉପଲବ୍ଧ ନଥିଲା ସେଠାରେ ରାଜ୍ୟ ସରକାର ‘ଆମ ବ୍ୟାଙ୍କ’ ଖୋଲୁଛନ୍ତି। ଏହି ଯୋଜନାର ୨ଟି ପର୍ଯ୍ୟାୟରେ ଅଦ୍ୟାବଧି ୨୭୫୦ ଆମ ବ୍ୟାଙ୍କ ଶାଖା ଖୋଲିଲାଣି। ବିଜୁ ସେତୁ ବର୍ତ୍ତମାନ ଗାଁ ଗାଁ ମଧ୍ୟରେ ଦୂରତା ହ୍ରାସ କରିପାରିଛି, ସମ୍ପର୍କର ନୂଆ ସେତୁ ଭାବେ ସାବ୍ୟସ୍ତ ହୋଇପାରିଛି। ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବା ପାଇଁ ପ୍ରେରିତ କରୁଛି। ଗ୍ରାମାଞ୍ଚଳକୁ ମଜବୁତ୍‌‌ କରିବା ପାଇଁ ମହିଳାଙ୍କଠାରୁ ଆରମ୍ଭ କରି ଶିଶୁ, ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଏକାଧିକ ଯୋଜନା ପ୍ରଣୟନ ହେଉଥିବା ବେଳେ ଏହାର ସୁଫଳ ଏବେ କାର୍ଯ୍ୟକ୍ଷେତ୍ରରେ ବେଶ୍‌‌ ବାରି ହୋଇପଡ଼ୁଛି। ରାଜ୍ୟ ସରକାରଙ୍କ ଅନୁଦାନରେ ବର୍ତ୍ତମାନ ଗାଁ ତୁଠ ଠାରୁ ଆରମ୍ଭ କରି ଶ୍ମଶାନ, ଖେଳ ପଡ଼ିଆ, ରାସ୍ତା ନୂଆ ରୂପ ପାଇଛି। ଗ୍ରାମ ସଡ଼କ ଯୋଜନାରେ ଲୋକେ ପକ୍କା ରାସ୍ତାରେ ଚାଲୁଥିବା ବେଳେ ବିଜୁ ପକ୍କାଘର, ମୋ ଘର ଯୋଜନା ପଞ୍ଚାୟତରେ ଲୋକଙ୍କ ମୁଣ୍ଡରେ ଛାତକୁ ସୁନିଶ୍ଚିତ କରିପାରିଛି।
ମୁଖ୍ୟମନ୍ତ୍ରୀ ସବୁବେଳେ କହି ଆସିଛନ୍ତି ଯେ, ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ବିକାଶର ଗ୍ୟାରେଣ୍ଟି ମିଳିବ। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହିଁ ଆଧୁନିକ ଓଡ଼ିଶାର ପରିଚୟ ହେବ। ରାଜ୍ୟ ସରକାରଙ୍କ କଥା ଏବଂ କାମକୁ ଅନୁଧ୍ୟାନ କଲେ ଗ୍ରାମ ପଞ୍ଚାୟତର ବିକାଶ ଯେ ତୀବ୍ର ବେଗରେ ଦୌଡ଼ୁଛି ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ, ଟଲମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡ଼ିଶା
ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ଆଜି ହେଉଛି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ଓଡ଼ିଶାର ଗର୍ବ, ଗରିମା ଓ ସ୍ବାଭିମାନର ସ୍ବାକ୍ଷର ଆଙ୍କିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ୧୯୧୬ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ-୮୧ ବର୍ଷର ଜୀବନ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ଦୁର୍ଦ୍ଧର୍ଷ ପାଇଲଟ୍‌, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା,ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ଏହି ସର୍ବମାନ୍ୟ ନେତା।
ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଅନେକ ବିଶେଷଣରେ ଭୂଷିତ ବିଜୁବାବୁ ୧୯୧୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଜି-ନୂଆ ଗାଁ। ସ୍କୁଲ ଶିକ୍ଷା ସାରି ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। ପାଇଲଟ୍‌ ହେବାର ଇଚ୍ଛା ଥିବାରୁ ସେ ବିମାନ ଚାଳନାରେ ତାଲିମ୍‌ ନେଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା। ୧୯୪୬ରେ ଜବାହରଲାଲ୍ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆ ସ୍ବତନ୍ତ୍ରତା ସଂଗ୍ରାମର ଦୁଇ ତୁଙ୍ଗ ନେତାଙ୍କୁ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଡଚ୍‌ମାନଙ୍କ କବଳରୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ।
ସେଥିପାଇଁ ବିଜୁବାବୁଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା। ସ୍ବାଧୀନତା ପରେ କାଶ୍ମୀର ଉପରେ ପାକ୍ ଆକ୍ରମଣ କାଳରେ ଦୁର୍ଗମ ଅଞ୍ଚଳରେ ଶ୍ରୀନଗରରେ ଭାରତୀୟ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ସେ ଦେଶବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ। ୧୯୬୧ରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ବ ନେଇ ୧୪୦ ଆସନରୁ ୮୨ଟିରେ ବିଜୟ ହାସଲ କରିଥିଲେ। ଏହି ସମୟରେ ବିଜୁବାକୁ ମାତ୍ର ୨ବର୍ଷ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସ୍ବଳ୍ପ ସମୟରେ ବି ସେ ରାଜ୍ୟ ବିକାଶର ଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ପାରାଦୀପ ବନ୍ଦର, ଏକ୍ସପ୍ରେସ୍‌ ହାଇୱେ , ମିଗ୍‌ ବିମାନ କାରଖାନା, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ, ଆଦି ଅନେକ କୀର୍ତ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା।
ସତୁରୀ ଦଶକରେ ସେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଇସ୍ପାତ, ଖଣି ଓ କୋଇଲା ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୯୦ରେ ତାଙ୍କ ନେତୃତ୍ବରେ ଗଠିତ ଜନତାଦଳ ଓଡ଼ିଶା ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ବିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୭ ଏପ୍ରିଲ୍ ୧୯୯୭ରେ ଏହି ମହାନ ଜନନେତାଙ୍କର ମହାପ୍ରୟାଣ ଘଟିଥିଲା।
ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ, ବିଜେଡ଼ି ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ଆସନ୍ତାକାଲି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ରାଷ୍ଟ୍ରବାଦୀ ନେତା ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜୟନ୍ତୀ । ଏହାକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ସହରାଞ୍ଚଳ ଓ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ଯ ସ୍ତରରେ ମହାସମାରୋହରେ ପାଳନ କରାଯିବ । ପ୍ରଭାତରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଏବଂ ବାଳାଶ୍ରମରେ ଫଳ ବଣ୍ଟନ କରାଯିବ। ସେହିପରି ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ଆୟୋଜନ କରାଯାଉଛି ।
ଅପରାହ୍ନରେ ସାଧାରଣ ସଭା ଆୟୋଜନ କରାଯିବ। ନିଃସ୍ୱାର୍ଥପର ଲୋକସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ, ସଶକ୍ତ ଏବଂ ପୂର୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ। ଉପସ୍ଥିତ ସମସ୍ତ ସଦସ୍ୟ ଏକ ‘ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା ଗଠନ ନିମନ୍ତେ ଶପଥ ଗ୍ରହଣ କରିବେ ।
ନିରାଡ଼ମ୍ବର ଭାବେ ପାଳିତ ହେବ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ
ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ପାଳନ ହେବ ବିଜୁ ବାବୁଙ୍କୁ ତିରୋଧାନ ଦିବସ । ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ, ଅପ୍ରତିଦ୍ୱନ୍ଦୀ ରାଜନେତା ତଥା ଆମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୬ତମ ତିରୋଧାନ ଦିବସ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ, ଯୁବ, ଛାତ୍ର, ମହିଳା ଶାଖା ତଥା ସମସ୍ତ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଦ୍ବାରା ସାରା ରାଜ୍ୟରେ ନିରାଡ଼ମ୍ବର ଭାବରେ ପାଳିତ ହେବ ।
ଚଳିତ ବର୍ଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହା ସହିତ ବିଜୁ ବାବୁଙ୍କ ସାମାଜିକ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ତରଫରୁ ସମୂହ ରକ୍ତଦାନ ଶିବିର ଆୟୋଜନ କରାଯିବାର କାର୍ଯ୍ଯକ୍ରମ ରହିଛି । ବିଜୁବାବୁଙ୍କ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ବାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ଦାରିଦ୍ର୍ୟ ବିରୁଦ୍ଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବା ସହିତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ, କୃଷି କ୍ଷେତ୍ରର ଅଭିବୃଦ୍ଧି, ଶିଳ୍ପ ସମୃଦ୍ଧି, ଯୁବଶକ୍ତିର ସଦୁପଯୋଗ, ମହିଳା ସଶକ୍ତିକରଣ, ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି, ଉତ୍କଳୀୟ ସ୍ଵାଭିମାନର ସୁରକ୍ଷା ପଥର ପୁରୋଧା ଥିଲେ ।
ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ, ଟଲ୍ ମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡିଶା
ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ଆଜି ହେଉଛି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୭ତମ ଜନ୍ମ ଜୟନ୍ତୀ । ଓଡ଼ିଶାର ଗର୍ବ, ଗରିମା ଓ ସ୍ବାଭିମାନର ସ୍ବାକ୍ଷର ଆଙ୍କିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ୧୯୧୬ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ-୮୧ ବର୍ଷର ଜୀବନ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ଦୁର୍ଦ୍ଧର୍ଷ ପାଇଲଟ୍‌, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା,ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ଏହି ସର୍ବମାନ୍ୟ ନେତା।
ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଅନେକ ବିଶେଷଣରେ ଭୂଷିତ ବିଜୁବାବୁ ୧୯୧୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଜି-ନୂଆ ଗାଁ। ସ୍କୁଲ ଶିକ୍ଷା ସାରି ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। ପାଇଲଟ୍‌ ହେବାର ଇଚ୍ଛା ଥିବାରୁ ସେ ବିମାନ ଚାଳନାରେ ତାଲିମ୍‌ ନେଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା। ୧୯୪୬ରେ ଜବାହରଲାଲ୍ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆ ସ୍ବତନ୍ତ୍ରତା ସଂଗ୍ରାମର ଦୁଇ ତୁଙ୍ଗ ନେତାଙ୍କୁ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଡଚ୍‌ମାନଙ୍କ କବଳରୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ।
ସେଥିପାଇଁ ବିଜୁବାବୁଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା। ସ୍ବାଧୀନତା ପରେ କାଶ୍ମୀର ଉପରେ ପାକ୍ ଆକ୍ରମଣ କାଳରେ ଦୁର୍ଗମ ଅଞ୍ଚଳରେ ଶ୍ରୀନଗରରେ ଭାରତୀୟ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ସେ ଦେଶବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ। ୧୯୬୧ରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ବ ନେଇ ୧୪୦ ଆସନରୁ ୮୨ଟିରେ ବିଜୟ ହାସଲ କରିଥିଲେ। ଏହି ସମୟରେ ବିଜୁବାକୁ ମାତ୍ର ୨ବର୍ଷ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସ୍ବଳ୍ପ ସମୟରେ ବି ସେ ରାଜ୍ୟ ବିକାଶର ଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ପାରାଦୀପ ବନ୍ଦର, ଏକ୍ସପ୍ରେସ୍‌ ହାଇୱେ , ମିଗ୍‌ ବିମାନ କାରଖାନା, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ, ଆଦି ଅନେକ କୀର୍ତ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା।
ସତୁରୀ ଦଶକରେ ସେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଇସ୍ପାତ, ଖଣି ଓ କୋଇଲା ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୯୦ରେ ତାଙ୍କ ନେତୃତ୍ବରେ ଗଠିତ ଜନତାଦଳ ଓଡ଼ିଶା ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ବିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୭ ଏପ୍ରିଲ୍ ୧୯୯୭ରେ ଏହି ମହାନ ଜନନେତାଙ୍କର ମହାପ୍ରୟାଣ ଘଟିଥିଲା।