Plus Two Admission - The Sakala

+୨ ନାମଲେଖା ପାଇଁ ପୁଣି ସୁଯୋଗ; ଆଜିଠୁ ଆବେଦନ କରିପାରିବେ ଆଶାୟୀ
ଭୁବନେଶ୍ୱର: +୨ ନାମଲେଖା ପାଇଁ ଆଶାୟୀମାନଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଛି । ଆଜିଠୁ ଅର୍ଥାତ୍‌ ୧୦ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହାର ୩ ଦିନ ପରେ ଅର୍ଥାତ୍‌ ୧୭ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏହାସହ ୱେଟିଂ ତାଲିକା ମଧ୍ୟ ପ୍ରକାଶ ପାଇବ। ମୋଟ୍‌ ସିଟ୍‌ର ପ୍ରାୟ ୧୦ ଗୁଣା ପ୍ରାର୍ଥୀଙ୍କୁ ୱେଟିଂ ତାଲିକାରେ ରଖାଯିବ। ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନେ ୧୮ ଓ ୧୯ ତାରିଖରେ ନାମ ଲେଖାଇବେ। ୱେଟିଂ ତାଲିକାରେ ଥିବା ଅବଶିଷ୍ଟ ପ୍ରାର୍ଥୀ ୨୦ରୁ ୨୨ ତାରିଖ ମଧ୍ୟରେ ପଞ୍ଜୀକରଣ କରିବେ ଏବଂ ୨୨ତାରିଖରେ ସେମାନଙ୍କ ମେଧା ତାଲିକା ପ୍ରକାଶ ପାଇବ। ୨୪ ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ସରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ନାମ ଲେଖାଇନଥିବା ସମସ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି କୁହାଯାଇଛି। ବିଦ୍ୟାଳୟରୁ ଦୂରେଇ ରହିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନକୁ ଫେରାଇ ଆଣିବା ପାଇଁ ପୁଣିଥରେ ନାମଲେଖା ସୁଯୋଗ ଦିଆଯାଇଥିବା ନିର୍ଦ୍ଦେଶାଳୟ ଦର୍ଶାଇଛି। ହେଲେ, ଶିକ୍ଷାବର୍ଷକୁ ପ୍ରାୟ ୮ମାସ ପୂରଣ ପରେ ମଧ୍ୟ ନାମଲେଖା ପ୍ରକ୍ରିୟା ସରୁନଥିବା ନେଇ ଅଭିଭାବକ ଓ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ଆଉ ମାତ୍ର ଦୁଇ ମାସ ପରେ ପରୀକ୍ଷା ହେବାକୁ ଥିବା ବେଳେ ପିଲାମାନେ କ’ଣ ପଢ଼ିବେ ଓ କିପରି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ସାମ୍‌ସ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ପରେ ନାମଲେଖା ମାତ୍ରାଧିକ ବିଳମ୍ବ ହେଉଥିବା ଶିକ୍ଷାବିତ୍‌ମାନେ ଅଭିଯୋଗ କରିବା ସହ ନାମଲେଖା ପ୍ରକ୍ରିୟାର ସରଳୀକରଣ ବା ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ଯୁକ୍ତ ଦୁଇରେ ରେକର୍ଡ ସଂଖ୍ୟକ ଆଡମିଶନ୍
ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର, ଶିକ୍ଷାବର୍ଷ ୨୦୨୪-୨୫ ପାଇଁ SAMS ପୋର୍ଟାଲ ମାଧ୍ୟମରେ ହୋଇଥିବା ଅନ୍ତିମ ତଥା ତୃତୀୟ ପର୍ଯ୍ୟାୟ ଇ-ଆଡମିଶନ୍ ଗତ ୧୩ ତାରିଖ ଦିନ ଶେଷ ହୋଇଛି । ତେବେ ଶିକ୍ଷାବର୍ଷ ୨୦୨୪-୨୫ ବର୍ଷର ଇ-ଆଡମିଶନ୍ ପ୍ରକ୍ରିୟାରେ ମୋଟ ୪,୨୯,୭୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଯାହା ବିଗତ କିଛି ବର୍ଷରେ ଅଦ୍ୱିତୀୟ ରେକର୍ଡ ସ୍ଥାପନ କରିଛି। ଏହି ଇ-ଆଡମିଶନ୍ ମାଧ୍ୟମରେ ଅଦ୍ୟାବଧି ଉପଲବ୍ଧ ଥିବା ୨,୩୮୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ସମ୍ପୂର୍ଣ୍ଣ ଆଡମିଶନ୍ ପ୍ରକ୍ରିୟା ଶେଷ ସୁଧା ଯଥାକ୍ରମେ କଳାରେ ୨,୭୪,୯୭୯, ବିଜ୍ଞାନରେ ୧,୧୧,୯୦୬, ବାଣିଜ୍ୟରେ ୨୬,୨୫୮, ସଂସ୍କୃତରେ ୧୦,୪୪୧ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬,୧୬୬ ଜଣ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି। ଏହି ଆଡମିଶନ୍ ପ୍ରକ୍ରିୟ ପ୍ରକ୍ରିୟାରେ ସହଯୋଗ ଏବଂ ପ୍ରତିବଦ୍ଧତା ପାଇଁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରଶାସକ, ପିତାମାତା ଏବଂ ଛାତ୍ରଛାତ୍ରୀଙ୍କ ସମସ୍ତ ଅଂଶୀଦାରଙ୍କୁ ନିର୍ଦ୍ଦେଶାଳୟ ଧନ୍ୟବାଦ ଜଣାଇଛି ।

ଖରାପ ପାଗ ପାଇଁ ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ଅଗଷ୍ଟ ୩ ଯାଏ ବୃଦ୍ଧି
ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଯୁକ୍ତ ୨ ସ୍ପଟ୍ ଆଡମିଶନ ସମୟ ଅଗଷ୍ଟ ୩ ତାରିଖ ରାତି ୯ଟା ଯାଏ ବୃଦ୍ଧି କରାଯାଇଛି ।

ଜୁଲାଇ ୨୭ ତାରିଖରେ ଯୁକ୍ତ ୨ ସ୍ପଟ୍ ଆଡମିଶନ ଲାଗି ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା । ଆଜି ସୁଦ୍ଧା ସରିଥାନ୍ତା ନାମଲେଖା । ତେବେ ଖରାପ ପାଗକୁ ଦେଖି ଅଗଷ୍ଟ ୩ ଯାଏ ଅବଧି ବୃଦ୍ଧି ପାଇଛି । ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ପର୍ୟ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୬ ଓ ଦ୍ୱିତୀୟ ପର୍ୟ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୧୯ରେ ପ୍ରକାଶ ପାଇଥିଲା ।

ଆସନ୍ତା ୩୦ ଯାଏଁ ବଢ଼ିଲା ଯୁକ୍ତ ଦୁଇ ଆବେଦନ ଅବଧି
ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି ଆସନ୍ତା ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଜୁଲାଇ ୬ ତାରିଖରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୭ରୁ ୧୩ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ୧୪ ତାରିଖ ଯାଏଁ ପିଲାଙ୍କ ସ୍ଲାଇଡଅପ୍‌‌ ପ୍ରକ୍ରିୟା ଚାଲିବ। ସେହିପରି ୧୯ ତାରିଖ ପୂର୍ବାହ୍ଣ ସାଢ଼େ ୧୧ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୧୯ରୁ ୨୨ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଓ ଜୁଲାଇ ୨୭ତାରିଖରେ ସ୍ପଟ୍‌‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୩୧ ତାରିଖ ସୁଦ୍ଧା ସ୍ପଟ୍‌‌ ନାମଲେଖା ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ଅଗଷ୍ଟ ୧ ତାରିଖରୁ ପିଲାଙ୍କ ପାଠପଢ଼଼ା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶନାମା ଜାରି କରିଛି। ତେବେ ୨୧୪୯ଟି ଶିକ୍ଷାନୁଷ୍ଠାନରେ ଏକାଦଶ ନାମଲେଖା ପାଇଁ ସୋମବାର ସଂଧ୍ୟା ସୁଦ୍ଧା ୪,୯୮,୬୦୨ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୪,୫୯,୬୬୬ଜଣ ଚୁଡ଼ାନ୍ତ ଫର୍ମ ଦାଖଲ କରିଛନ୍ତି।

ଚଳିତବର୍ଷ ଠାରୁ ଅନ୍‌ଲାଇନ ଜରିଆରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍
ଭୁବନେଶ୍ବର: ଚଳିତବର୍ଷ ଠାରୁ ଅନ୍‌ଲାଇନ ଜରିଆରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍ । ମେରିଟ୍ ଲିଷ୍ଟ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ସିଟ୍ ମିଳିବ । ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ ହ୍ୱାଟ୍ସଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ଦିଆଯିବ । କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍‌ସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଚଳିତ ମାସ ୧୭ ତାରିଖରେ ନିର୍ଦ୍ଦେଶନାମା ଜାରି ହୋଇଛି ।

ଯୁକ୍ତ ଦୁଇ ନାମଲେଖାଇ ପାରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ୨ୟ ସୁଯୋଗ: ସେପ୍ଟେମ୍ବର ୧୦ରୁ ଦ୍ବିତୀୟ ପର୍ଯ୍ଯାୟ ଇ- ଆଡମିଶନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛତ୍ରୀ ପ୍ରଥମ ପର୍ଯ୍ଯାୟ ଇ- ଆଡମିଶନ ଭାଗ ନେଇ ପାରି ନ ଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହି ପରିପ୍ରେକ୍ଷୀରେ ରାଜ୍ଯ ସରକାର ସେମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୁଯୋଗ ଦେବା ପାଇଁ ଦ୍ବିତୀୟ ପର୍ଯ୍ଯାୟ ଇ- ଆଡମିଶନ ପ୍ରକ୍ରିୟାରେ ନାମ ଲେଖାଇବା ପାଇଁ ଅନ୍ୟ ଏକ ସୁଯୋଗ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ଚଳିତ ସେପ୍ଟେମ୍ବର ୧୦ରୁ ୨୭ ତାରିଖ ମଧ୍ୟରେ ପୁନର୍ବାର ଆବେଦନ କରିପାରିବେ । ଇଚ୍ଛୁକ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ www.samsodisha.gov.in ଲଗଇନ କରି ସମ୍ପୂର୍ଣ୍ଣ ବିବିରଣୀ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ।

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଜାରି କଲା ମାର୍ଗଦର୍ଶିକା
ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା । ପ୍ରଥମ ପର୍ଯ୍ୟାୟ ନାମଲେଖା ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲରେ ଆଜିଠାରୁ ଆରମ୍ଭ ହୋଇ ୨୫ ତାରିଖ ଯାଏ ଚାଲିବ । ପରେ ୨୭ ତାରିଖ ଭିତରେ ସ୍ଲାଇଡ୍ ଅପ୍ ଆବେଦନ କରିବେ । ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ଏହି ପର୍ଯ୍ୟାୟରେ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ ।

ଏହି ପର୍ଯ୍ୟାୟ ପରେ ବଳକା ସିଟର ନାମଲେଖା ପାଇଁ ସେପ୍ଟେମ୍ବର ୧୩ରେ ସ୍ପଟ୍ ମେଧା ତାଲିକା ପ୍ରକାଶ ପାଇବ ।ଯୋଗ୍ୟ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୩ ଓ ୧୪ ତାରିଖରେ ନାମଲେଖା ପାଇଁ ପଞ୍ଜିକରଣ କରିବା ପରେ ୧୫ ତାରିଖରେ ଫାଇନାଲ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ । ଏହାର ନାମଲେଖା ସେପ୍ଟେମ୍ବର ୧୫ ଓ ୧୬ରେ ହେବ ।୧୭ ତାରିଖ ସଂଧ୍ୟା ୬ଟାରେ ପିଲାଙ୍କ ନାମଲେଖା ନେଇ ଚୂଡ଼ାନ୍ତ ତଥ୍ୟ ପୋର୍ଟାଲରେ ଅପଡେଟ ହେବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ମାର୍ଗଦର୍ଶିକା

ନାମଲେଖା ପ୍ରକ୍ରିୟା ସମୟ ସକାଳ ୯ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୯ ତାରିଖରୁ ୨୫ ପର୍ଯ୍ୟନ୍ତ ନାମ ଲେଖାଇବେ। ସେଥିରେ ଅପରାହ୍ଣ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ରହିବ। ସେହିପରି ଏକ ଘଣ୍ଟାରେ ୧୫ ଜଣ ଆବେଦନକାରୀଙ୍କ ନାମଲେଖା ହେବ। ପିଲାଙ୍କ ନାମଲେଖା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ମାର୍ଗଦର୍ଶିକା ଜାରି କରିଛି।

ସେପ୍ଟେମ୍ୱର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ୱର ୫ରୁ ୭ ତାରିଖ ମଧ୍ୟରେ ହେବାକୁ ଥିବା ବେଳେ ୮ ତାରିଖ ରାତି ୯ଟାରେ ନାମଲେଖା ତାଲିକା ପୋର୍ଟାଲରେ ଅପଲୋଡ ହେବ। ସେପ୍ଟେମ୍ୱର ୧୩ ତାରିଖରେ ସ୍ପଟ୍‍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୧୪ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ।

+୨ ସ୍ପଟ ନାମଲେଖା ପାଇଁ ଆଜି ଆବେଦନର ଶେଷ ଦିନ, ୭ରୁ ନାମଲେଖା
ଭୁବନେଶ୍ବର : ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ସୋମବାର ସ୍ପଟ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ସ୍ପଟ ନାମଲେଖା ଲାଗି ୪ ତାରିଖ ଦିନ ୩ଟାରୁ ୫ ତାରିଖ ୨ଟା ପର୍ଯ୍ୟନ୍ତ ନାମ ପଞ୍ଜିକରଣ କରିବେ। ୫ ତାରିଖ ଦିନ

୫ଟା ସମୟରେ ସ୍ପଟ ନାମଲେଖା ଲାଗି ଚୁଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ପାଇବ ଓ ୭ ତାରିଖରେ ନାମଲେଖା ହେବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପଟ ନାମଲେଖା ନେଇ ଗାଇଡଲାଇନ ଜାରି ହୋଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, +୨ରେ ଯେତିକି ସିଟ ବଳକା ରହିଛି ତାଠାରୁ ୫ଗୁଣ ଅଧିକ ପିଲା ସ୍ପଟ ନାମଲେଖା ଲାଗି ଆବେଦନ କରିଛନ୍ତି। ସେହିପରି କଲେଜ ଇ ସ୍ପେଶରେ ସ୍ପଟ ନାମଲେଖା ଲାଗି ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମତାଲିକା ପ୍ରକାଶ ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଛାତ୍ରଛାତ୍ରୀ www.samsodisha.gov.in ରୁ ସେମାନଙ୍କର ନାମତାଲିକା ଦେଖିପାରିବା ସହିତ କଳେଜ ଗୁଡିକର  ନୋଟିସ ବୋର୍ଡରେ ମଧ୍ୟ ନାମ ତାଲିକା ପ୍ରକାଶ ପାଇବ। ସେହିପରି ବିଭାଗ ପକ୍ଷରୁ ସ୍ପଟ ନାମଲେଖା ପାଇଁ ଗାଇଡଲାଇନ ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ସାମ ଆବେଦନ କରି ନ ଥିଲେ ଓ ସ୍ପଟ ନାମଲେଖା ଲାଗି ସଦ୍ୟ ଆବେଦନ କରିଛନ୍ତି, ସେମାନଙ୍କୁ ନାମଲେଖାରୁ ବାଦ ଦିଆଯିବ। ସେହିପରି ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଚୟନ ହୋଇଥିଲେ କିନ୍ତୁ କୌଣସି କାରଣ ଯୋଗୁ ନାମଲେଖାଇ ପାରି ନ ଥିବେ ସେମାନେ ନିଜର ଇଣ୍ଟିମେସନ ଲେଟର ଚୟହୋଇଥିବା କଲେଜରେ ଦାଖଲ କରିବେ ।

ଯେଉଁ ପିଲାମାନଙ୍କର ନାମ ସ୍ପଟ ନାମଲେଖା ତାଲିକାରେ ରହିଛି ସେମାନେ କଲେଜର ଅଧକ୍ଷକଙ୍କ ନିକଟରେ ନାମଲେଖାଇବା ଲାଗି ଆଗ୍ରହୀ ବୋଲି ଏକ ହାତଲେଖା ଦରଖାସ୍ତ ପ୍ରଦାନ କରିବେ । ସେହିଭଳି ଯେଉଁ ପିଲାମାନେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ଚୟନ ହୋଇଥିବେ କିନ୍ତୁ ସ୍ଲାଇଡ-ଅଫ କରିନଥିବେ ସେମାନେ ମଧ୍ୟ ସ୍ପଟ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହେବେନି। ଏହା ସହ ସ୍ପଟ ନାମଲେଖା ସମ୍ପୁର୍ଣ୍ଣଭାବେ ମେରିଟଲିଷ୍ଟ ଅନୁଯାୟୀ କରାଯିବ। ସ୍ଵଟ ନାମଲେଖା ସମୟରେ କୈାଣସି ସାର୍ଟିଫିକେଟ ଯଥା ଟିସି, ସିଏଲସି, ଏସ ଏଲସି ଯେଉଁମାନେ ଦାଖଲ କରିପାରିବେନି ସେମାନେ ଅଣ୍ଡରଟେକିଂ ଲେଖି ୩୦ ଦିନ ମଧ୍ୟରେ ସମସ୍ତ ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଅଗଷ୍ଟ୧୪ରୁ ୧୬ ମଧ୍ୟରେ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଗତ ବର୍ଷ ଅଗଷ୍ଟ ୨୧ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ସପ୍ତାହକ ପୂର୍ବରୁ ଆରମ୍ଭ ହେବ । ଏଥର ୫୫ହଜାରରୁ ଅଧିକ ସିଟ୍‌ ବୃଦ୍ଧି ପାଇଁ ଆବେଦନ ହୋଇଛି । ତେବେ ବିଜ୍ଞାନ ପାଇଁ ଲାବରେଟୋରୀ ସମସ୍ୟା ହୋଇପାରେ । ତେଣୁ ଏ ସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି । ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା । ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି । ସେମାନେ ଲାବରେଟୋରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି । ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, SAMS ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ ।