Congress Leader Rahul Gandhi - The Sakala
ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
ଭୁବନେଶ୍ବର: ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରିୟଙ୍କା ଗାନ୍ଧୀବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ପ୍ରସ୍ତୁତ ହେବ । ଦିଲ୍ଲୀରେ ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଶେଷ ସପ୍ତାହରେ ଆସିବାକୁ ସହମତି ପ୍ରକାଶ କରିଛନ୍ତି । ୪ ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ। ରାହୁଲଙ୍କ ସହ ଆଲୋଚନା କାଳରେ ରାଜ୍ୟ କଂଗ୍ରେସ ସଙ୍ଗଠନ ନେଇ ବି ବିସ୍ତୃତ ଆଲୋଚନା ହୋଇଛି। ଏ ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି : ଜାମିନ ଅବଧି ଏପ୍ରିଲ ୧୩ ଯାଏଁ ବୃଦ୍ଧି କଲେ ସୁରଟ ସେସନ୍ସ କୋର୍ଟ
ସୁରଟ : ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ବସ୍ତି। ସୁରଟ ସେସନ୍ସ କୋର୍ଟ ରାହୁଲଙ୍କୁ ପ୍ରଦାନ କରିଛନ୍ତି ଜାମିନ ।  ଜାମିନ ଅବଧିକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇଲେ ସୁରଟ ସେସନ କୋର୍ଟ । ତେଣୁ ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୧୩ରେ ହେବ । ସୋମବାର ଦିନ ରାହୁଲ ଗାନ୍ଧି ଗୁଜରାଟର ସୁରଟସ୍ଥିତ ସେସନ କୋର୍ଟରେ ‘ମୋଦୀ ସାଙ୍ଗିଆ’ ଅପରାଧିକ ମାନହାନି ମାମଲାରେ ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ଆବେଦନ କରିଥିଲେ। ଏହି ମାମଲାରେ ଦଣ୍ଡ ଘୋଷଣା ହେବାର ୧୧ଦିନ ପରେ ସେ ସେସନ କୋର୍ଟରେ ଏହା ବିରୋଧରେ ପିଟିସନ ଦାଖଲ କରିଥିଲେ। ପିଟିସନ ଦାଖଲ ପରେ ସେସନ କୋର୍ଟ ତାଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି।
ସୁରତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚଏଚ ବର୍ମା ଦେଇଥିବା ରାୟକୁ ଚାଲେଞ୍ଜ କରି ରାହୁଲ ଗାନ୍ଧିଙ୍କ ଲିଗାଲ ଟିମ୍ ସେସନ କୋର୍ଟରେ ଆବେଦନ କରିଥିଲେ। ଏହି ଅପିଲ ସହ ରାହୁଲ ଗାନ୍ଧିଙ୍କ ତରଫରୁ ମଧ୍ୟ ଦୁଇଟି ଆବେଦନ କରାଯାଇଥିଲା। ତଳ କୋର୍ଟ ପକ୍ଷରୁ ହୋଇଥିବା ଦୋଷୀ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରଯାଇଥିଲା। ସେହିପରି ତଳ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ଖାରଜ କରିବାକୁ ରାହୁଲ ଗାନ୍ଧିଙ୍କ ତରଫରୁ ଆବେଦନ କରାଯା‌ଇଥିଲା। ୨୦୧୯ରେ ମୋଦୀ ସାଙ୍ଗିଆକୁ ନେଇ ରାହୁଲ ବିବାଦୀୟ ବିବୃତ୍ତି ଦେଇଥିଲେ। ରାହୁଲଙ୍କ ବୟାନକୁ ବିରୋଧରେ ବିଜେପି ନେତା ପୂର୍ଣ୍ଣେସ ମୋଦୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇପିସି ଧାରା ୪୯୯ ଓ ୫୦୦ ଆଧାରରେ ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହ କୋର୍ଟ ତାଙ୍କୁ ୩୦ ଦିନ ଜାମିନ ଦେଇ ଉପରକୋର୍ଟରେ ଆବେଦନ କରିବାକୁ ସୁଯୋଗ ଦେଇଥିଲେ।
‘ମୋଦୀ ସାଙ୍ଗିଆ’ ମନ୍ତବ୍ୟ ନେଇ ଦାୟର ଏକ ମାନହାନି ମାମଲାରେ ସୁରଟର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଏଚ୍ଏଚ୍ ବର୍ମା ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହ ତାଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା ।ତେବେ ସେହି ଦିନ ହିଁ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ତାଙ୍କ ଦଣ୍ଡକୁ ୩୦ ଦିନ ପର୍ଯ୍ୟନ୍ତ ନିଲମ୍ବିତ କରିଥିଲେ, ଯାହାଫଳରେ ସେ ଉପର କୋର୍ଟରେ ଆବେଦନ କରିପାରିବେ। କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ ୨୪ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ଯଦି ରାହୁଲ ଗାନ୍ଧୀଙ୍କ ବିରୋଧରେ ତଳକୋର୍ଟ ରାୟକୁ ଉପର ଅଦାଲତ କାଏମ ରଖନ୍ତି, ତେବେ ଏହି କଂଗ୍ରେସ ନେତା ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ​​ଲଢ଼ିପାରିବେ ନାହିଁ । ‘ମୋଦୀ ସାଙ୍ଗିଆ’ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅପରାଧିକ ମାନହାନି ମାମଲା ଦାୟର କରିଥିଲେ ।
ନୂଆଦିଲ୍ଲୀ : ୨୦୧୯ର ଏକ ମାନହାନୀ ମାମଲାରେ ସୁରଟ କୋର୍ଟ ଗତ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ । କୋର୍ଟଙ୍କ ଏହି ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଦିଆଯାଇଛି। ଯାହା ପରେ ଦେଶରେ ଏକ ଭୟଙ୍କର ରାଜନୈତିକ ମହାଭାରତ ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦକୁ ନେଇ ଏକାଠି ହୋଇଛନ୍ତି ବିରୋଧୀ । ଏହାକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପି ମୋଦୀ ସରକାର ବିରୋଧରେ ପ୍ରତିବାଦ କରୁଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ଅଧିକାଂଶ ବିରୋଧୀ ଦଳ। ତେବେ ଏହାରି ମଧ୍ୟରେ ରାହୁଲ ଗାନ୍ଧୀ ମଧ୍ୟ ମୋଦୀ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗଟ କରିବାରେ ଲାଗିଛନ୍ତି।
ସୋମବାର ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦାନୀ ପ୍ରସଙ୍ଗରେ ପୁଣି ପ୍ରଶ୍ନ କରିବା ସହ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଆଦାନୀଙ୍କ କମ୍ପାନୀରେ ଲୋକଙ୍କ ପଇସା ନିବେଶ ଅଭିଯୋଗର କାହିଁକି ଯାଞ୍ଚ କରାଯାଉ ନାହିଁ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ରାହୁଲ ଟ୍ୱିଟ୍ କରି କହିଛନ୍ତି, “ଏଲଆଇସିର ପଇସା, ଆଦାନୀଙ୍କୁ! ଏସବିଆଇର ପଇସା, ଆଦାନୀଙ୍କୁ! ଇପିଏଫ୍ ର ପଇସା ମଧ୍ୟ ଆଦାନୀ କମ୍ପାନୀରେ! ‘ମୋଦାନୀ’ ବିଷୟରେ ଖୁଲାସା ପରେ ମଧ୍ୟ ଆଦାନୀଙ୍କ କମ୍ପାନୀକୁ ଲୋକଙ୍କ ଟଙ୍କା କାହିଁକି ଯାଉଛି? ପ୍ରଧାନମନ୍ତ୍ରୀ ମହୋଦୟ, ଏହାର ନା ତଦନ୍ତ ପାଇଁ କହୁଛନ୍ତି ନା ଉତ୍ତର ଦେଉଛନ୍ତି ! ଏତେ ଭୟ କାହିଁକି?” ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
LIC की पूंजी, अडानी को!
SBI की पूंजी, अडानी को!
EPFO की पूंजी भी, अडानी को!
‘मोडानी’ के खुलासे के बाद भी, जनता के रिटायरमेंट का पैसा अडानी की कंपनियों में निवेश क्यों किया जा रहा है?
प्रधानमंत्री जी, न जांच, न जवाब! आख़िर इतना डर क्यों?
— Rahul Gandhi (@RahulGandhi) March 27, 2023
ଗତ ମାସରେ ଆମେରିକାର ସର୍ଟ ସେଲର କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ସେୟାର ମାର୍କେଟରେ ଆଦାନୀ ଗ୍ରୁପର ବିପୁଳ କ୍ଷତି ହୋଇଥିଲା । ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଭାରତରେ ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସହ ତାଙ୍କ ସମ୍ପର୍କ ନେଇ ବିରୋଧୀ, ବିଶେଷକରି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଥିଲା। ତେବେ, ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଗ୍ରୁପ୍‌ ହିଣ୍ଡେନବର୍ଗର ଏହି ଅଭିଯୋଗକୁ ମିଛ ବୋଲି ଖଣ୍ଡନ କରି କହିଛି ଯେ ଏହା ସମସ୍ତ ଆଇନ ଏବଂ ଆବଶ୍ୟକତାକୁ ପାଳନ କରୁଛି।
ଏହି ପ୍ରସଙ୍ଗକୁ ନେଇ ଚଳିତ ସଂସଦ ଅଧିବେଶନ ଚାଲିପାରିନଥିବା ବେଳେ ରାହୁଲ ଗାନ୍ଧୀ ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ଘଟଣାର ତଦନ୍ତ ଦାବି କରି ଆସୁଛନ୍ତି। ଅଦାନୀ ପ୍ରସଙ୍ଗରେ ସେ ପ୍ରଶ୍ନ ଉଠାଇବା କାରଣରୁ ତାଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସେ ଅଭିଯୋଗ କରିଛନ୍ତି, କିନ୍ତୁ ତାଙ୍କୁ ଆଜୀବନ ସଂସଦରୁ ଅଯୋଗ୍ୟ ଘୋଷଣା କରାଗଲେ ମଧ୍ୟ ସେ ଏହା ଜାରି ରଖିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଅନ୍ୟପଟେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଧ କରାଯିବାକୁ ନେଇ କଂଗ୍ରେସ ସାଂସଦମାନେ ଆଜି ସଂସଦକୁ କଳା ପୋଷାକ ପିନ୍ଧି ଆସିଥିବା ଦେଖିବାକୁ ମିଳିଛି । ଅଲଗା ପ୍ରସଙ୍ଗରେ ବିରୋଧୀଙ୍କ ଭିନ୍ନ ମତ ଥିଲେ ବି ଏହି ପ୍ରସଙ୍ଗରେ ସବୁ ବିରୋଧୀ ଏକାଠୀ ଥିବା କହିଛି କଂଗ୍ରେସ । କଂଗ୍ରେସ, ଡିଏମକେ, ଜେଡିୟୁ, ବିଆରଏସ, ସିପିଏମ, ଆରଜେଡି, ଟିଏମସି, ଆପ୍, ଶିବସେନା(ୟୁବିଟି) ଆରଏସପି, ଏନସିପି, ସିପିଆଇ ସମେତ ୧୭ ବିରୋଧ ଦଳ ନେତା ଏକାଠି ହୋଇ ବୈଠକ କରିଛନ୍ତି । ସେପଟେ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।
ରାହୁଲ ଗାନ୍ଧୀ ସାଂସଦ ପଦ ହରାଇବା ପରେ ଏବେ କଂଗ୍ରେସ ଆକ୍ରାମଣାତ୍ମକ ମୁଡରେ ଆସିଛି କଂଗ୍ରେସ । ଗତକାଲି ସାରା ଦେଶରେ ସତ୍ୟାଗ୍ରହ କରିଥିଲା କଂଗ୍ରେସ । ଆଦାନୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କି ସଂପର୍କ ରହିଛି ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରୁଛନ୍ତି । ଏଥିରେ ମୋଦୀ ସରକାର ଭୟଭୀତ ହୋଇଯାଇଛନ୍ତି । ତେଣୁ ରାହୁଲଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛି କଂଗ୍ରେସ।
ମୁଁ ସବରକର ନୁହେଁ, ମୁଁ ଗାନ୍ଧୀ ଆଉ ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଲୋକସଭାରୁ ଅଯୋଗ୍ୟ ହେବା ପରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶନିବାର କହିଛନ୍ତି ଯେ ସେ ଗଣତନ୍ତ୍ର ପାଇଁ ଲଢୁଛନ୍ତି ଏବଂ ଭୟଭୀତ ନୁହଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ତାଙ୍କୁ ଆଦାନୀ ଗୋଷ୍ଠୀ ସହ ଜଡିତ ପ୍ରଶ୍ନରୁ ଧ୍ୟାନ ଦୂରେଇ ରଖିବା ପାଇଁ ଏଭଳି କରିଛନ୍ତି। କିନ୍ତୁ ସେ ଭୟଭୀତ ନୁହନ୍ତି। ରାହୁଲ ତାଙ୍କ ବୟାନରେ କହିଛନ୍ତି କି, ଗାନ୍ଧୀ କେବେ କ୍ଷମା ମାଗେନାହିଁ । ମୁଁ ସବରକର ନୁହେଁ ଯେ କ୍ଷମା ମାଗିବି। ଏହାସହ ସେ କହିଛନ୍ତି କି, ମୋତେ ସମର୍ଥନ ଦେଇଥିବା ସମସ୍ତ ବିରୋଧୀ ଦଳଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବୁ ।
मेरा नाम सावरकर नहीं है, मेरा नाम गांधी है।
गांधी किसी ने माफी नहीं मांगते। pic.twitter.com/SGJvRv9q6u
— Congress (@INCIndia) March 25, 2023
ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି କଂଗ୍ରେସର ରାହୁଲ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଦୌ ଭୟଭୀତ ନୁହେଁ । ମୁଁ ସଂସଦରେ ରୁହେ କି ନ ରୁହେ ମୋତେ ଫରକ ପଡେନି । ହେଲେ ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ । ରାହୁଲ କହିଛନ୍ତି ଯେ, ଆଦାନୀ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବନ୍ଧୁତା ବେସ୍ ପୁରୁଣା । ମୁଁ ପ୍ରମାଣ ସହ ଲୋକସଭାରେ ଏହି କଥା ରଖିଥିଲି । ଆଦାନୀଙ୍କୁ ନିୟମ ବଦଳାଇ ଏୟାରପୋର୍ଟ୍ ଦିଆଯାଇଥିଲା। ଏହି ବାବଦରେ ମୁଁ ପ୍ରମାଣ ମଧ୍ୟ ଲୋକସଭା ବାଚସ୍ପତିଙ୍କୁ ଦେଇଥିଲି ।ଏହାପରେ ସଂସଦରେ ମୋ ବାବଦରେ ମନ୍ତ୍ରୀମାନେ ମିଛ କହିଥିଲେ ।
मैं सच बोलता हूं, ये बात मेरे खून में है।
ये मेरे जीवन की तपस्या है और मैं यह करता जाऊंगा।
: @RahulGandhi जी pic.twitter.com/wCBeDpvldg
— Congress (@INCIndia) March 25, 2023
କୁହାଯାଇଥିଲା ଯେ, ମୁଁ ବିଦେଶୀ ମାଟିରେ ବିଦେଶୀ ଦେଶଙ୍କଠାରୁ ସାହାଯ୍ୟ ମାଗିଥିଲି । ମୁଁ ଏ ବାବଦରେ ବାଚସ୍ପତିଙ୍କୁ ପତ୍ର ଲେଖିଥିଲି । ମୁଁ ଲେଖିଥିଲି ଯେ, ଜଣକ ବିଷୟରେ ଯେତେବେଳେ ଆରୋପ ଲଗାଯାଏ ସେତେବେଳେ ତାଙ୍କୁ କହିବାର ସୁଯୋଗ ଦେବା ଆବଶ୍ୟକ । ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ମୋତେ ଉତ୍ତର ମିଳିନଥିଲା । ଏହାପରେ ମୁଁ ବାଚସ୍ପତିଙ୍କ ଅଫିସ ଯାଇ ତାଙ୍କୁ ଦେଖା କରିଥିଲି । ମୁଁ ତାଙ୍କୁ ପଚାରିଥିଲି ଯେ, ମୋତେ କହିବା ପାଇଁ ସୁଯୋଗ କାହିଁକି ମିଳୁନାହିଁ। ଉତ୍ତରରେ ସ୍ପିକର ହସିଥିଲେ ଓ କହିଥିଲେ ମୁଁ ସୁଯୋଗ ଦେଇ ପାରିବି ନାହିଁ। ତା ପରେ ଯାହା ହୋଇଥିଲା ଆପଣମାନେ ଜାଣିଛନ୍ତି । ମୁଁ କିନ୍ତୁ ପ୍ରଶ୍ନ ପଚାରିବା ଜାରି ରଖିବି । ୨୦ ହଜାର କୋଟି ଟଙ୍କା ଆଦାନୀଙ୍କ ସେଲ୍ କମ୍ପାନୀରେ ଅଛି। ଏହି ଟଙ୍କା କେଉଁଠୁ ଆସିଲା ଓ ଏହା କାହାର ଟଙ୍କା । ଜଣେ ଚାଇନା ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। ସେହି ଚୀନ ବ୍ୟକ୍ତି କିଏ ସେନେଇ କାହିଁକି କିଛି କୁହାଯାଉନାହିଁ ବୋଲି ପ୍ରେସମିଟରେ କହିଛନ୍ତି ରାହୁଲ ଗାନ୍ଧୀ ।
मोदी जी घबरा गए कि बात निकल जाएगी। सबको पता चल जाएगा कि अडानी की कंपनियों में लगा 20 हजार करोड़ किसका है। इसलिए ये सब करना शुरू कर दिया।
जनता जानती है कि अडानी भ्रष्ट है। और उसके मन में यह सवाल है कि इस भ्रष्ट व्यक्ति को PM मोदी क्यों बचा रहे हैं?
: @RahulGandhi जी pic.twitter.com/pKQ3tkIC8H
— Congress (@INCIndia) March 25, 2023
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କି ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢ଼ୁଛି । ମୋତେ ଧମକାଇ ଚୁପ୍ କରାଯାଇ ପାରିବ ନାହିଁ । ଆଦାନୀଙ୍କର ଅନେକ ନକଲି କମ୍ପାନୀ ଅଛି । ସତ କହିବାରୁ ସଂସଦରେ ମୋ ଭାଷଣକୁ ହଟାଯାଇଛି । ମୁଁ କାହାକୁ ଡରୁନାହିଁ । ସେମାନେ ସମସ୍ତଙ୍କୁ ଡରାଇ ରଖିଛନ୍ତି କିନ୍ତୁ ମୋତେ ଡରାଇ ପାରିବେ ନାହିଁ । ଆଦାନୀ ଓ ମୋଦିଙ୍କ ମଧ୍ୟରେ ଗଭୀର ସହଯୋଗୀତା ରହିଛି ବୋଲି କହିଛନ୍ତି ରାହୁଲ ।
ଏହି ସାମ୍ବାଦିକ ସମ୍ମିଳନୀରେ ଓବିସିଙ୍କୁ ଅପମାନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିଜେପି ଧ୍ୟାନ ହଟାଇବାକୁ ଏମିତି କହୁଛି । ମୁଁ ସବୁ ବର୍ଗଙ୍କୁ ସମ୍ମାନ ଦିଏ । ତେବେ ଏଠାରେ ପ୍ରଶ୍ନ ହେଉଛି ୨୦ ହଜାର କୋଟି କାହାର । ଆଉ ସେହି ଟଙ୍କା ଆଦାନୀଙ୍କର ନୁହେଁ । ମୋତେ ମାରନ୍ତୁ, ପିଟନ୍ତୁ। ଜେଲରେ ରଖନ୍ତୁ। ମୁଁ ପ୍ରଶ୍ନ କରିବି। ସତ୍ୟ କହିବି । ଏହି ଦେଶ ମୋତେ ସବୁକିଛି ଦେଇଛି । ତେଣୁ ମୁଁ ଏହା କରୁଛି ।
सवाल पूछना मैं बंद नहीं करूंगा। अडानी का नरेंद्र मोदी जी से क्‍या र‍िश्‍ता है? यह मैं पूछता रहूंगा।
मैं ह‍िंदुस्‍तान के लोकतंत्र के ल‍िए लड़ रहा हूं। मैं लोकतंत्र के ल‍िए लड़ता रहूंगा। मैं क‍िसी से नहीं डरता।
: @RahulGandhi जी pic.twitter.com/zYSTGTSiZM
— Congress (@INCIndia) March 25, 2023
ବିଜେପି ନେତାଙ୍କ କାମ ହେଉଛି ମୋତେ ଆକ୍ରମଣ କରିବା । ସେମାନେ ନରେନ୍ଦ୍ର ମୋଦୀଙ୍କୁ ଡରନ୍ତି । ବିଜେପି ନେତା ସବୁ ଜାଣିଛନ୍ତି କିନ୍ତୁ ମୋଦୀଙ୍କୁ ଡରୁଛନ୍ତି। ମୋଦୀ କହିଲେ ଧ୍ୟାନ ହଟାଅ ତେଣୁ ସେମାନେ ଏମିତି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋର ଆଗାମୀ ଭାଷଣକୁ ନେଇ ଭୟଭୀତ ଥିଲେ । ମୁଁ ତାଙ୍କ ଆଖି ଦେଖିଛି । ସେ ଭୟଭୀତ ଥିଲେ ଯେ, ଆଗାମୀ ଭାଷଣରେ ଆଦାନୀଙ୍କ ବାବଦରେ କ’ଣ କହିବି। ତେଣୁ ମୋ ସଦସ୍ୟତା ରଦ୍ଦ କରାଯାଇଛି । ମୋତେ ସଦସ୍ୟତା ମିଳୁ କି ନ ମିଳୁ ମୁଁ ମୋ କାମ କରିବି। ମୋତେ ସେମାନେ ସ୍ଥାୟୀ ଭାବେ ଏକ୍ସପେଲ କରିଦେଲେ ମଧ୍ୟ ମୁଁ ମୋ କାମ କରିବି। ମୋତେ ପୁଣି ସଦସ୍ୟତା ମିଳିଲେ ମଧ୍ୟ ମୁଁ ମୋ କାମ କରିବି । ଜନତା ଜାଣିଛନ୍ତି ଆଦାନୀ ଭ୍ରଷ୍ଟ। ଲୋକ ଏବେ ଜାଣିବାକୁ ଚାହୁଁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜଣେ ଭ୍ରଷ୍ଟ ବ୍ୟକ୍ତିଙ୍କୁ କାହିଁକି ବଂଚାଇବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, ମୁଁ ଲୋକଙ୍କ ମଧ୍ୟରେ ସାଢ଼େ ୪ ମାସ ରହିବି । ଏହା ମୋ କାମ ଓ ମୁଁ କରିବି । ଆଗରୁ ରାଜନୈତିକ ଦଳଙ୍କୁ ଯେଉଁ ସହଯୋଗ ମିଡିଆ ଓ ଅନୁଷ୍ଠାନରୁ ମିଳୁଥିଲା ଏବେ ତାହା ମିଳୁନି । ତେଣୁ କେବଳ ଲୋକଙ୍କ ଭିତରକୁ ଯିବାକୁ ପଡ଼ିବ । ସେହିପରି ଓବିସିଙ୍କୁ ଅପମାନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପି ଧ୍ୟାନ ହଟାଇବାକୁ ଏମିତି କହୁଛି । ମୁଁ ସବୁ ବର୍ଗଙ୍କୁ ସମ୍ମାନ ଦିଏ ।
I've been disqualified because the Prime Minister is afraid of my next speech. They don't want me to deliver it in Parliament.
But I won't be silenced. The truth will be heard.
: @RahulGandhi ji pic.twitter.com/dLbWhn1KvE
— Congress (@INCIndia) March 25, 2023
ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଏପରି ବୟାନ ଉପରେ କଡ଼ା ଜବାବ ଦେଇଛି ବିଜେପି। ରାହୁଲ ଜଣେ ଅଭ୍ୟାସ ଗତ ମିଛୁଆ ବୋଲି ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି। ସେ କହିଛନ୍ତି, “ଆଜି ରାହୁଲ ଗାନ୍ଧି ପୁଣି ମିଛ କହିଛନ୍ତି। ସେ ଲଣ୍ଡନରେ କିଛି କହି ନଥିଲେ ବୋଲି ସଫେଇ ଦେଇଛନ୍ତି। ରାହୁଲ ଗାନ୍ଧି ଲଣ୍ଡନରେ କହିଥିଲେ ଯେ ଭାରତରେ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି ଓ ୟୁରୋପୀୟ ଦେଶ ଏହା ଉପରେ ଦୃଷ୍ଟି ଦେଉନାହାନ୍ତି। ରାହୁଲ ଗାନ୍ଧିଙ୍କ ପ୍ରକୃତି ହେଉଛି ମିଛ କହିବା। ରାହୁଲ ଗାନ୍ଧିଙ୍କ ସମସ୍ୟା ହେଲା ଦେଶ କଂଗ୍ରେସ ପାଇଁ ଭୋଟ କରୁନି।
ଯଦି ସେ ଜାଣିଶୁଣି ଏପରି ପଛୁଆ ବର୍ଗର ଲୋକଙ୍କୁ ଅପମାନିତ କରିବେ, ତା’ହେଲେ ଭବିଷ୍ୟତରେ ମଧ୍ୟ କଂଗ୍ରେସ କୌଣସି ଭୋଟ ପାଇବ ନାହିଁ। ବିଜେପି ଏହି ପ୍ରସଙ୍ଗ ସମଗ୍ର ଦେଶରେ ଉଠାଇବ। ସେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କଲେ। କିନ୍ତୁ ମୂଳ ପ୍ରସଙ୍ଗରେ କିଛି ବି କହିଲେ ନାହିଁ। ସେ ପୁଣିଥରେ ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ସମାଲୋଚନା କରିବାର ଅଧିକାର ଆପଣଙ୍କର ଅଛି। କିନ୍ତୁ ଅପମାନିତ କରିବାର ଅଧିକାର ଆପଣଙ୍କର ନାହିଁ। ବିଜେପି ରାହୁଲଙ୍କ ବୟାନ ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ କରିବ ବୋଲି ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି।
“ମୁଁ ଭାରତର ସ୍ୱର ପାଇଁ ଲଢ଼େଇ କରୁଛି, ଏଥିପାଇଁ ମୁଁ ସବୁ ପ୍ରକାରର ମୂଲ୍ୟ ଦେବାକୁ ପ୍ରସ୍ତୁତ” : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ଆସନରୁ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିଦିଆଯାଇଛି। ଗତକାଲି ମୋଦୀ ସରନେମ ମାମଲାରେ ସୁରଟର ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଯାହା ପରେ ଆଜି ତାଙ୍କର ସଦସ୍ୟତା ରଦ୍ଦ ହେବା ପରେ ରାଜନୈତିକ ମହଲ ସରଗରମ ରହିଛି । ସବୁଠି ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି । ଆଦାନୀ ପ୍ରସଙ୍ଗ ଉଠାଉଥିବା ରାହୁଲଙ୍କୁ ଚୁପ କରିବାକୁ ବିଜେପି ଏପରି କରିଛି ବୋଲି କଂଗ୍ରେସ କହିଛି। ଆଦାନୀ ପ୍ରସଙ୍ଗ, ମୁଦ୍ରାସ୍ପୀତି ଆଦି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପି ଏପରି କରୁଛି । ଏହା ଗଣତନ୍ତ୍ରର ହତ୍ୟା ବୋଲି କଂଗ୍ରେସ କହିଛି ।
ତେବେ ଏହାରି ମଧ୍ୟରେ ତାଙ୍କର ସଦସ୍ୟତା ପ୍ରତ୍ୟାହାର ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରଥମ ଥର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଟ୍ୱିଟରରେ ଲେଖିଛନ୍ତି, ‘ମୁଁ ଭାରତର ସ୍ୱର ପାଇଁ ଲଢେଇ କରୁଛି, ଆଉ ଏଥି ପାଇଁ ସବୁ ପ୍ରକାର ମୂଲ୍ୟ ଦେବାକୁ ପ୍ରସ୍ତୁତ। ଶୁକ୍ରବାର ଲୋକସଭା ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିରୋଧୀ ଦଳ ମାନେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ପ୍ରତିଶୋଧ ରାଜନୀତି ବୋଲି କହୁଛନ୍ତି।
मैं भारत की आवाज़ के लिए लड़ रहा हूं।
मैं हर कीमत चुकाने को तैयार हूं।
— Rahul Gandhi (@RahulGandhi) March 24, 2023
ରାହୁଲ ଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିବାରୁ କେରଳର ୱାୟନାଡ ଆସନ ଖାଲି ହୋଇଯାଇଛି। ଏବେ ନିର୍ବାଚନ କମିଶନ ଏହି ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିପାରିବେ। ସେହିପରି ରାହୁଲ ଗାନ୍ଧିଙ୍କୁ ମାସକ ମଧ୍ୟରେ ଦିଲ୍ଲୀରେ ମିଳିଥିବା ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ପଡ଼ିବ ବୋଲି ମଧ୍ୟ ଜଣାପଡିଛି।
୨୦୧୩ରେ ଏକ ରାୟରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଲୋକ ପ୍ରତିନିଧି ଆଇନ, ୧୯୫୧ ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ନିଜ ସଦସ୍ୟତା ହରାଇଛନ୍ତି। ଉକ୍ତ ଆଇନର ଧାରା ୮(୩) ଅନୁଯାୟୀ ପାର୍ଲାମେଣ୍ଟର ଜଣେ ସଦସ୍ୟ ଅନ୍ୟୂନ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ଦଣ୍ଡବିଧାନ ତାରିଖ ପରଠୁ ତାଙ୍କ ସଦସ୍ୟତା ରଦ୍ଦ ହେବ। କେବଳ ଏତିକି ନୁହେଁ, ସମ୍ପୃକ୍ତ ଏମ୍‌ପି ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ତାଙ୍କ ଅଯୋଗ୍ୟତା ବଳବତ୍ତର ରହିବ। ଯାହା ଫଳରେ ଉକ୍ତ ଲୋକପ୍ରତିନିଧି ଦୁଇ ବର୍ଷ ଜେଲ ଦଣ୍ଡ ସାରିବା ପରେ  ୬ ବର୍ଷ ଯାଏଁ କୌଣସି ନିର୍ବାଚନ ଲଢିପାରିବେ ନାହିଁ। ତେବେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଏମ୍‌ପି ୩ ମାସ ମଧ୍ୟରେ ତଳ କୋର୍ଟ ରାୟକୁ ଉଚ୍ଚତର ଅଦାଲତରେ ଚ୍ୟାଲେଞ୍ଜ କରିପାରିବେ।
ସୂଚନାଯୋଗ୍ୟ ଗୁରୁବାର ସୁରତର ଜିଲ୍ଲା କୋର୍ଟ ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ୧୫ ହଜାର ଟଙ୍କାର ଫାଇନା ଦେବାକୁ କହିଥିଲେ। ତେବେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ୩୦ ଦିନର ସମୟ ପାଇଛନ୍ତି। କଂଗ୍ରେସ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଲୋକସଭା ସଚିବାଳୟ ଆଜି ବିଜ୍ଞପ୍ତି ଜାରି କରି ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରିଦେଇଛି।
ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଗତକାଲି ଗୁଜରାଟର ଏକ ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ସଂପୃକ୍ତ ଅଦାଲତ ଏହି ରାୟ ଶୁଣାଇବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବା ଏବଂ ଉଚ୍ଚ ନ୍ୟାୟଳାୟରେ ଚ୍ୟାଲେଞ୍ଜ କରିବାକୁ ୩୦ ଦିନର ମହଲତ ଦେଇଥିଲେ ହେଁ ଆଜି ରାହୁଲ ତାଙ୍କ ସାଂସଦ ପଦ ହରାଇଛନ୍ତି। ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହେବାର ୨୪ ଘଣ୍ଟା ନପୁରୁଣୁ ଲୋକସଭା ସଦସ୍ୟ ପଦ ହରାଇବା ନେଇ ଲୋକସଭା ସଚିବାଳୟ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅର୍ଥ ରାହୁଲ ଗାନ୍ଧୀ ଆଉ ସାଂସଦ ନୁହନ୍ତି।
ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିରୋଧୀ ଦଳଗୁଡ଼ିକ ଏହାକୁ ଗୋଟିଏ ସ୍ୱରରରେ ନିନ୍ଦା କରିଛନ୍ତି। ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ସମସ୍ତେ ସ୍ତବ୍ଧ, କଳା ଦିବସ ଭାବେ ଇତିହାସରେ ଆଜିର ଦିନ ଲିପିବଦ୍ଧ ହୋଇ ରହିବ ଓ ଗଣତନ୍ତ୍ରର ହତ୍ୟା ହୋଇଛି ନିଜ ନିଜର ପ୍ରତିକ୍ରିୟାରେ ବିରୋଧୀ ଦଳଗୁଡ଼ିକ କହିଛନ୍ତି। କିନ୍ତୁ ଏହାରି ମଧ୍ୟରେ ଗୋଟିଏ କଥା କୁହାଯାଉଛି ଯେ ରାହୁଲ ଯେଉଁ ଆଇନକୁ ସମର୍ଥନ କରୁଥିଲେ ଆଜି ସେହି ଆଇନ ଫାଶରେ ସେ ନିଜେ ଫସିଯାଛନ୍ତି।ପ୍ରାୟ ୧୦ ବର୍ଷ ତଳେ ଯେଉଁ ଅଧ୍ୟାଦେଶକୁ ରାହୁଲ ନିଜେ ଚିରି ଫିଙ୍ଗି ଦେଇଥିଲେ ଆଜି ସେ ସେହି ଆଇନ ପରିଧି ଫାନ୍ଦରେ ପଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ସୁପ୍ରିମକୋର୍ଟ ଜନପ୍ରତିନିଧି ଆଇନକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୮(୪)ରେ ପରିବର୍ତ୍ତନ ଆଣିବା ସହିତ ଧାରା ୮(୩) ପ୍ରଣୟନ କରିଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସାଂସଦ , ବିଧାୟକ କିମ୍ବା ବିଧାନସଭା ପରିଷଦ ସଭ୍ୟ କୌଣସି ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ତାଙ୍କୁ ଅତି କମରେ ୨ ବର୍ଷ ଜେଲ ଦଣ୍ଡିତ କରାଯାଏ, ତା’ହେଲେ ତାଙ୍କର ସାମ୍ବିଧାନିକ ପଦ ରଦ୍ଦ କରାଯାଇପାରିବ। କେବଳ ଏତିକି ନୁହେଁ, ସମ୍ପୃକ୍ତ ଏମ୍‌ପି ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ତାଙ୍କ ଅଯୋଗ୍ୟତା ବଳବତ୍ତର ରହିବ ।
ତେବେ ଏହା ବିରୋଧରେ ତତ୍‌କାଳୀନ ମନମୋହନ ସରକାର ଏକ ଅଧ୍ୟାଦେଶ ଆଣିଥିଲେ ହେଁ ସାଂସଦ ରାହୁଲ ଏହାକୁ ଚିରି ଫୋପାଡି ଦେଇଥିଲେ। ଅର୍ଥାତ୍‌ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିକୁ ରାହୁଲ ସେତେବେଳେ ସମର୍ଥନ କରିଥିଲେ। କିନ୍ତୁ ଆଜି ସେ ଏହି ଆଇନ ବଳୟରେ ପଡ଼ିଯାଇଛନ୍ତି। ସୁରତ୍‌ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବାରୁ ଆଜି ଲୋକସଭା ସଚିବାଳୟ ରାହୁଲଙ୍କ ସଦସ୍ୟତାକୁ ରଦ୍ଦ କରିଛନ୍ତି। ଏହାସହିତ ତାଙ୍କର ସଂସଦୀୟ କ୍ଷେତ୍ର ୱାୟନାଡ ଆସନ ଖାଲି ପଡ଼ିଲା ବୋଲି ଘୋଷଣା କରିପାରିବେ। ଏହାପରେ ନିର୍ବାଚନ କମିଶନ ଉକ୍ତ ଆସନରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରିବେ।
ଯଦି ହାଇକୋର୍ଟ ଜିଲ୍ଲା କୋର୍ଟ ଦେଇଥିବା ରାୟ ଉପରେ କୌଣସି ରୋକ ନ ଲଗାନ୍ତି, ତା’ହେଲେ ରାହୁଲଙ୍କୁ ଏହି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ବୋଲି କୁହାଯାଉଛି। ଏହାବ୍ୟତୀତ ଉଚ୍ଚ ନ୍ୟାୟାଳୟ ଯଦି ଏହି ରାୟ ଉପରେ ରୋକ ନ ଲଗାଇବେ, ତା’ହେଲେ ରାହୁଲଙ୍କୁ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିବାକୁ ମଧ୍ୟ ଅନୁମତି ମିଳିବ ନାହିଁ ବୋଲି କୁହାଯାଉଛି। ତେବେ ଆଇପିସିର ଧାରା ୪୯୯ ଅଧୀନରେ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରାଯିବା ଏକ ବିରଳ ଘଟଣା ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।
ଯଦି ୨୦୧୩ରେ ମନମୋହନ ସରକାର ସେହି ନିୟମ ପାସ କରିଥାନ୍ତା ତେବେ ଆଜି କଣ ହୋଇଥାନ୍ତା?
ଜୁଲାଇ ୨୦୧୩ ରେ, ଦୋଷୀ ବିଧାୟକ-ସାଂସଦଙ୍କ ଅଯୋଗ୍ୟତା ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଚାରା ଘୋଟାଲାରେ ଫସିଥିଲେ। ଦୋଷୀ ସବ୍ୟସ୍ତ ହେବା ପରେ ତାଙ୍କ ସଦସ୍ୟତା ଉପରେ ମଧ୍ୟ ଖଣ୍ଡା ଝୁଲୁଥିଲା। ଏଥି ସହିତ ତତ୍କାଳୀନ ରାଜ୍ୟସଭା ସାଂସଦ ରସିଦ ମସୁଦ୍‌ ମଧ୍ୟ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ସମୟରେ ବିରୋଧୀଙ୍କ ତୀବ୍ର ସମାଲୋଚନା ମଧ୍ୟରେ ମନମୋହନ ସିଂହଙ୍କ ସରକାର ୨୦୧୩ ଡିସେମ୍ବରରେ ଏକ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିଲେ।
ଏହି ଅଧ୍ୟାଦେଶ ଅନୁସାରେ ଯଦି ବିଧାୟକ-ସାଂସଦଙ୍କ କୌଣସି ଅଦାଲତରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ଯଦି ଉଚ୍ଚ ନ୍ୟାୟାଳୟରେ ସେହି ମାମଲା ବିଚାରାଧୀନ ଅଛି ତେବେ ସାଂସଦ କିମ୍ବା ବିଧାୟକଙ୍କ ସଭ୍ୟ ପଦ ରଦ୍ଧ କରାଯାଇପାରିବ ନାହିଁ। ତେବେ ଏହି ସମୟ ମଧ୍ୟରେ ସେମାନେ ଗୃହରେ ଭୋଟ୍ ଦେବେ ନାହିଁ କିମ୍ବା ଦରମା ମଧ୍ୟ ପାଇବେ ନାହିଁ। ରାହୁଲ ଏହି ନିୟମକୁ ସମ୍ପୂର୍ଣ୍ଣ ଅଳିଆ ବୋଲି କହିଥଲେ ଏବଂ ଏହାକୁ ଚିରି ଫିଙ୍ଗି ଦିଆଯିବା ଉଚିତ ବୋଲି କହିଥିଲେ। ଯାହାକୁ ନେଇ ସେହି ସମୟରେ ବହୁ ଚର୍ଚ୍ଚା ଆଲୋଚନା ହୋଇଥିଲା। କିନ୍ତୁ ଯଦି ସେହି ଅଧ୍ୟାଦେଶ ୨୦୧୩ରେ ପାରିତ ହୋଇଥାନ୍ତା ତେବେ ଆଜି ରାହୁଲ ଗାନ୍ଧୀଙ୍କୁ ଆଜି ସାଂସଦ ପଦ ହରାଇବାକୁ ପଡିନଥାନ୍ତା।
ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ; ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଚିଠିରେ ଉଲ୍ଲେଖ
ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ! ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଅଜଣା ଦୁର୍ବୃତ୍ତ ଦେଲା ଧମକପୂର୍ଣ୍ଣ ଚିଠି । ଇନ୍ଦୋରଜୁନି ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ମିଳିଛି ଏହି ଚିଠି । ଚିଠିରେ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇନ୍ଦୋର ପୋଲିସ ଏହି ଚିଠି ପାଇବା ପରେ ତଦନ୍ତ ଆରମ୍ଭ କରିଛି ।
ରାହୁଲଙ୍କ ସହ କମଲନାଥଙ୍କୁ ମଧ୍ୟ ବିସ୍ଫୋରଣରେ ଉଡ଼ାଇ ଦେବା ନେଇ ଚିଠିରେ ଧମକ ମିଳିଛି । ଉଭୟଙ୍କୁ ହତ୍ୟା କରିବା ସହ ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ନେଇ ମଧ୍ୟ ଧମକ ମିଳିଛି । ମିଠା ଦୋକାନରେ ଚିଠିଟି କିଏ ଛାଡ଼ିଲା, ତାକୁ ନେଇ ପୋଲିସର ତନାଘନା ଜାରି ରଖିଛି । ପୁଲିସ୍‌ କହିଛି ଯେ ୫୦୭ ଦଫା ଅନୁସାରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ମଧ୍ୟ ଲାଗିବ।
ସୂଚନା ଅନୁସାରେ, ଗୁରବାର ବିଳମ୍ବିତ ରାତିରେ ପୋଷ୍ଟାଲରେ ଏହି ଚିଠି ମିଠା ଦୋକାନକୁ ଆସିଥିଲା । ଏହାକୁ ଶୁକ୍ରବାର ସକାଳୁ ଦୋକାନ ମାଲିକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲା । ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ପୋଲିସ ଓ ଜିଲ୍ଲା ପ୍ରଶାସନର ନିଦ ହଜିଯାଇଛି । ସହରର ବିଭିନ୍ନ ଛକ ମାନଙ୍କରେ ବ୍ଲକିଂ ଓ ଚେକିଂ ଜୋରଦାର କରିଛି ପୋଲିସ । ସିସିଟିଭି ଫୁଟେଜକୁ ଆଧାର କରି ଛାନବିନ୍ ଜାରି ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ବର୍ଷକୁ ୨ କୋଟି ଚାକିରି, ହେଲେ ମିଲିଲା କୋଟି କୋଟି ବେକାରୀ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ଶନିବାର ୩୮ ଦିନ ପୂରଣ ହୋଇଛି। ଏହି ସମୟରେ ଯାତ୍ରା ପାଦରେ ଚାଲି ଚାଲି ୧ହଜାର କିଲୋମିଟର ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କର୍ଣ୍ଣାଟକର ବଲ୍ଲାରୀରେ ଏକ ଜନସଭାକୁ ସମ୍ବୋଧିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ପ୍ରତିବର୍ଷ ୨କୋଟି ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇ ଦେବେ। ସେହି ଚାକିରି କୁଆଡେ ଗଲା? ଚାକିରି ମିଳିବା ବଦଳରେ କୋଟି କୋଟି ଯୁବକ ବେକାର ହୋଇଯାଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ୪୫ବର୍ଷ ମଧ୍ୟରେ ଏବେ ଭାରତରେ ସର୍ବାଧିକ ବେକାରୀ ସମସ୍ୟା ଦେଖାଦେଇଛି। କେନ୍ଦ୍ର ସରକାର ଲୋକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଏଥି ସହିତ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତେବେ ସରକାରୀ ଚାକିରି କଣିପାରିବେ ବୋଲି ରାହୁଲ କହିଛନ୍ତି। ଏଥି ସହିତ କର୍ଣ୍ଣାଟକରେ ୨.୫ ଲକ୍ଷ ସରକାରୀ ପଦବୀ ଖାଲି କାହିଁକି? ଯଦି ଆପଣ ପୁଲିସ୍ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଁଛନ୍ତି ତେବେ ଆପଣ ୮୦ଲକ୍ଷ ଟଙ୍କା ଦେଇ ସବ୍-ଇନ୍ସପେକ୍ଟର ହୋଇପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ କର୍ଣ୍ଣାଟକରେ ଏକ ସରକାରୀ ଚାକିରି କିଣିପାରିବେ। ଯଦି ଆପଣ ପାଖରେ ଟଙ୍କା ନାହିଁ, ତେବେ ଆପଣ ସାରା ଜୀବନ ବେକାର ହୋଇ ରହିଯିବେ।
ଏଥି ସହିତ ରାହୁଲ ବିଜେପି ଏବଂ ଆରଏସ୍‌ଏସକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ଦେଶରୁ ବିଭାଜନ କରିବାରେ ଏମାନଙ୍କ ଆଦର୍ଶ ମୁଖ୍ୟ ଭୁମିକା ନେଇଛି। ତାଙ୍କ କହିବା ମୁତାବକ, ଆମେ ଏହି ଯାତ୍ରାକୁ ‘ଭାରତ ଯୋଡୋ ଯାତ୍ରା’ ନାମରେ ନାମିତ କରିଛୁ କାରଣ ହଜାର ହଜାର ଲୋକ ଅନୁଭବ କରୁଛନ୍ତି ଯେ ବିଜେପି / ଆରଏସଏସର ଆଦର୍ଶ ଦେଶ ଭାଙ୍ଗୁଛି। ଦେଶକୁ ପୁଣି ଥରେ ଏକାଠି ଯୋଡିବା ପାଇଁ ଏହି ଯାତ୍ରା ଆରମ୍ଭ କରାଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୩,୫୭୦ କିମି ପଥ ଅତିକ୍ରମ କରିବାକୁ ଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାକୁ ଆଜି ୩୮ ଦିନ ପୁରିଥିବ ବେଳେ ଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାମ୍ମୁ-କାଶ୍ମୀର ପର୍ୟ୍ୟନ୍ତ ଚାଲିବ ବୋଲି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ତେବେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଏହି ଯାତ୍ରା ଆରମ୍ଭ କରିଛି। ରାହୁଲ ଗାନ୍ଧୀ ଏହି ଯାତ୍ରାର ନେତୃତ୍ୱ ନେଉଛନ୍ତି। ଅନ୍ୟପଟେ ଏବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି। ନୂଆ ଅଧ୍ୟକ୍ଷ ଓ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ଦଳ ଆଗାମୀ ନିର୍ବାଚନର କେନ୍ଦ୍ରର ବିଜେପି ସରକାର ସହ ଲଢ଼ିବାକୁ ଯୋଜନା ପ୍ରସ୍ତୁତ କରିଛି।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ହରିଶ ରାୱତଙ୍କ ପ୍ରତିକ୍ରିୟା, କହିଲେ ଏହି ନେତା ହିଁ ହେବେ କଂଗ୍ରେସ ସଭାପତି
ନୂଆଦିଲ୍ଲୀ : କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ। ଦିପାବଳୀ ପୂର୍ବରୁ ଜଣାପଡିବ କିଏ ହେବ କଂଗ୍ରେସର ନୂଆ ଅଧ୍ୟକ୍ଷ। ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଏବଂ ୧୯ ତାରିଖରେ ଫଳାଫଳ ଘେଷଣା ହେବ ବୋଲି ତାରିଖ ସ୍ଥିର ହୋଇଛି । ୨୨ ସେପ୍ଟେମ୍ବରରେ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୪ ଏବଂ ୩୦ରେ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଗସ୍ତରେ ଥିବାରୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଭିଡିଓ କନଫରେନସିଂ ଜରିଆରେ ଯୋଡି ହୋଇଥିଲେ । ଆଉ ସାଙ୍ଗରେ ଥିଲେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପାଇଁ ବଡ ଚ୍ୟାଲେଞ୍ଜ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ପରେ କର୍ଣ୍ଣାଟକ ଓ ହିନ୍ଦୀ ହାର୍ଟଲ୍ୟାଣ୍ଡ ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ସହିତ କର୍ଣ୍ଣାଟକରେ ଗେରୁଆ ଗଡରେ ଧସେଇ ପଶିଥିଲା କଂଗ୍ରେସ । ପରେ କିନ୍ତୁ ରାଜନୈତିକ ସମୀକରଣ ଭିତରେ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବଦଳିଯାଇଛି ସରକାର । ଏହି ସମୟରେ ଦଳର ଅଧ୍ୟକ୍ଷ ଥିଲେ ରାହୁଲ ଗାନ୍ଧି । କିନ୍ତୁ ୨୦୧୯ ନିର୍ବାଚନ ହାରିବା ପରେ ସେ ଇସ୍ତଫା ଦେଇଛନ୍ତି । ଏବେ କିନ୍ତୁ ସେ ଅଧ୍ୟକ୍ଷ ପଦ ପାଇଁ ରାଜି ନହେଉଥିବାରୁ ଜଣେ ଅଣ ଗାନ୍ଧି ନେତାଙ୍କୁ ଦଳର ଅଧ୍ୟକ୍ଷ କରିବାକୁ କଂଗ୍ରେସ ଯୋଜନା କରୁଥିବା ସୂଚନା ରହିଛି । ଆଉ ଏହି ତାଲିକାରେ ଆଗରେ ରହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ଅନ୍ୟପଟେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦରେ ବସାଇବାକୁ ଗୋଟିଏ ବଡ ଗୋଷ୍ଠୀ ପ୍ରୟାସ କରୁଥିବା କୁହାଯାଉଛି ।
ଅନ୍ୟପଟେ କଂଗ୍ରେସର ଅଧ୍ୟକ୍ଷ ପଦକୁ ପାଇଁ ରାହୁଲ ଗାନ୍ଧୀ ହିଁ ପ୍ରଥମ ପସନ୍ଦ ବୋଲି କିଛି ବରିଷ୍ଠ ନେଥା ମତବ୍ୟକ୍ତ କରୁଛନ୍ତି। ଆଜି ସଭାପତି ନିର୍ବାଚନ ପାଇଁ ମତଦାନ ତାରିଖ ଘୋଷଣା ପରେ  ଦଳର ବରିଷ୍ଠ ନେତା ହରିଶ ରାୱତ କହିଛନ୍ତି ଯେ ରାହୁଲ ଗାନ୍ଧୀ ଶୀଘ୍ର କଂଗ୍ରେସ ସଭାପତି ହେବେ। ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ରାହୁଲଜୀ କଂଗ୍ରେସର ସଭାପତି ହେବେ। ଦଳର ସମସ୍ତ କର୍ମୀ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାକୁ ଅନୁରୋଧ କରିଛୁ।
ସେପଟେ ଗତ କିଛି ଦିନ ହେବ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ରାହୁଲଙ୍କୁ ସମର୍ଥନ କରି ଗତ କିଛି ଦିନ ହେବ ଏହି କଥା କହିଆସୁଛନ୍ତି। ଖଡ଼ଗେ  କହିଛନ୍ତି, ସମସ୍ତ କଂଗ୍ରେସ କର୍ମୀଙ୍କ ସହ ମୋର ବ୍ୟକ୍ତିଗତ ମତ ହେଉଛି ରାହୁଲ ଗାନ୍ଧୀ ଆଗକୁ ଯାଇ କଂଗ୍ରେସ ସଭାପତି ହେବା ଉଚିତ୍ । ସେ ଏକଜୁଟ ହୋଇ କଂଗ୍ରେସ ଦଳକୁ ମଜବୁତ କରିପାରିବେ । ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ସଭାପତି କରିବାପାଇଁ ବାଧ୍ୟ କରାଯିବ। ଦଳର ନେତୃତ୍ବ ନେବାପାଇଁ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାହାନ୍ତି। ଯେଭଳି ଭାବେ ସୋନିଆଙ୍କୁ ଦଳର ସଭାପତି ପଦରେ ରହିବା ପାଇଁ ବାଧ୍ୟ କରାଯାଇଥିଲା ଠିକ୍‌ ସେମିତି ରାହୁଲଙ୍କୁ ମଧ୍ୟ ବାଧ୍ୟ କରାଯିବ ବୋଲି ଖଡ଼ଗେ କହିଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ୨୦୧୯ ରେ ଦଳ ବିଧାନସଭା ନିର୍ବାଚନରେ ​​କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବା ପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ଦେଇଥିଲେ ।ରାହୁଲଙ୍କ ଇସ୍ତଫା ପରେ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ ଦଳର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କିନ୍ତୁ ସେ ମଧ୍ୟ ଜି -୨୩ ନେତାଙ୍କ ବିଦ୍ରୋହ ପରେ ଅଗଷ୍ଟ ୨୦୨୦ ରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ CWC ତାଙ୍କୁ ଦାୟିତ୍ୱ ଜାରି ରଖିବାକୁ ଅନୁରୋଧ କରିଥିଲା ।
ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ପ୍ରାୟତଃ ଆସିଛି । ଫଳାଫଳକୁ ଦେଖିଲେ ଯାହା ଜଣାପଡୁଛି ଚାରୋଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାବେଳେ ଗୋଟିଏ ରାଜ୍ୟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବ । ମାତ୍ର ପାଞ୍ଚଟି ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ବିଧାନସଭା ଫଳାଫଳ ସ୍ପଷ୍ଟ ହେବା ପରେ ଆସିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ ଆମେ ଜନାଦେଶକୁ ଗ୍ରହଣ କରୁଛୁ। ଯେଉଁମାନେ ନିର୍ବାଚନ ଜିତିଛନ୍ତି ସେମାନଙ୍କୁ ଅଭିନନ୍ଦନ। ମୁଁ ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ପାଇଁ ଧନ୍ୟବାଦ ଦେଉଛି । ଆମେ ଏହି ନିର୍ବାଚନ ଫଳାଫଳରୁ ଶିକ୍ଷା ଗ୍ରହଣ କରି ଭାରତର ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ ଜାରି ରଖିବୁ ।
ପଞ୍ଜାବ ଏବଂ ଗୋଆରେ କଂଗ୍ରେସ ବିଜୟର ଆଶାବାଦୀ ଥିଲା। କିନ୍ତୁ ଏହି ଦୁଇ ରାଜ୍ୟରେ ମଧ୍ୟ ଦଳକୁ ନିରାଶ ହେବାକୁ ପଡ଼ିଛି । କଂଗ୍ରେସ ଟୁଇଟ୍ କରି କହିଛି ଯେ ଗଣତନ୍ତ୍ରରେ ଜନତାର ବିବେକ ଏବଂ ଜନତାର ଆଦେଶ ସର୍ବୋପରି। ଆଜିର ଜନାଦେଶକୁ ସମ୍ମାନ ଦେବାବେଳେ, ଆମେ ଲୋକମାନଙ୍କୁ କୃତଜ୍ଞତା ଜଣାଉଛୁ | ଦରବୃଦ୍ଧି, ବେକାରୀ, ସରକାରୀ ସମ୍ପତ୍ତି ନିଲାମ, ବୁଲା ଗୋରୁ, ମହିଳାଙ୍କ ଉପରେ ଅତ୍ୟାଚାର, ଦଳିତ ଏବଂ ଜନସାଧାରଣଙ୍କ ପ୍ରକୃତ ପ୍ରସଙ୍ଗ ଉପରେ ଆମର ସଂଗ୍ରାମ ଜାରି ରହିବ।
ସଂକ୍ରମଣ ବୃଦ୍ଧି ପାଉଛି, ଦେଶବାସୀ ନିଜ ଯତ୍ନ ନିଅନ୍ତୁ କାରଣ ସରକାର ଦେଶ ସମ୍ପତ୍ତି ବିକ୍ରିରେ ବ୍ୟସ୍ତ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶବାସୀଙ୍କୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଜେ ନେବାକୁ ପଡିବ ବୋଲି କହିଛନ୍ତି । କାହିଁକି ନା କେନ୍ଦ୍ର ସରକାର ମହାମାରୀ କାଳରେ ଲୋକଙ୍କ କଥା ବୁଝିବା ବଦଳରେ ଦେଶର ସମ୍ପତ୍ତିକୁ ବିକ୍ରି କରିବାରେ ବ୍ୟସ୍ତ ବୋଲି ସେ କହିଛନ୍ତି । ଗତ ୭୦ ବର୍ଷ ହେବ ଦେଶର ଅର୍ଜିତ ସମ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ମହତ୍ବାକାଂକ୍ଷୀ ମୁଦ୍ରା ସଂଗ୍ରହ ନୀତି ତଥା ନ୍ୟାସନାଲ ମନିଟାଇଜେସନ ପାଇପଲାଇନ(NMP)) ଯୋଜନା ଘୋଷଣା କରିବା ପରେ ବିକ୍ରୟ କରିବାରେ ବ୍ୟସ୍ତ ଅଛନ୍ତି ।
Rising #COVID numbers are worrying. Vaccination must pick up pace to avoid serious outcomes in the next wave.
Please take care of yourselves because GOI is busy with sales.
— Rahul Gandhi (@RahulGandhi) August 26, 2021
ରାହୁଲ ଟ୍ବିଟ୍‌ କରି କହିଛନ୍ତି ଯେ, ଦେଶରେ କରୋନା ମାମଲା ବଢ଼ିବା ସହ ଟିକାକରଣର ମନ୍ଥର ଗତି ଚିନ୍ତାଜନକ। ପରବର୍ତ୍ତୀ ଲହରୀର ଗମ୍ଭୀର ପରିଣାମକୁ ଏଡ଼ାଇବା ପାଇଁ ଟିକାକରଣର ଗତି ତ୍ୱରାନ୍ୱିତ କରିବାକୁ ପଡ଼ିବ । ଆପଣମାନେ ନିଜର ଯତ୍ନ ନିଅନ୍ତୁ, କାରଣ ଭାରତ ସରକାର ବର୍ତ୍ତମାନ ବିକ୍ରିବଟାରେ ବ୍ୟସ୍ତ । ପ୍ରକାଶ ଥାଉ କି, ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୬ ହଜାର୧୬୪ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ସହିତ ୬୦୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ମୋଟ ସଂଖ୍ୟା ୩,୨୫,୫୮,୫୩୦ ଏବଂ ମୃତ୍ୟୁ ସଂଖ୍ୟା ୪,୩୬,୩୬୫ କୁ ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ ସୋମବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୬ ଲକ୍ଷ କୋଟି ଟଙ୍କାର ଜାତୀୟ ବିମୁଦ୍ରୀକରଣ ପାଇପଲାଇନ (NMP) ଘୋଷଣା କରିଥିଲେ। ଏହା ମାଧ୍ୟମରେ ବିଭିନ୍ନ କେନ୍ଦ୍ର ମନ୍ତ୍ରାଳୟ ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗଗୁଡ଼ିକର ମୁଦ୍ରୀକରଣ ବା ସମ୍ପତ୍ତି ବିକ୍ରି କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ହୋଇଥିବା ଘୋଷଣା ମୁତାବକ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବଜେଟରେ ସମ୍ଭାବ୍ୟ ବ୍ରାଉନଫିଲ୍ଡ ସମ୍ପତ୍ତିଗୁଡ଼ିକର ଜାତୀୟ ମୁଦ୍ରୀକରଣ ପାଇପଲାଇନ ପ୍ରସ୍ତୁତି କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।୨୦୨୨ ଆର୍ଥିକ ବର୍ଷ ଠାରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ଚାରି ବର୍ଷର ଅବଧି ଲାଗି କେନ୍ଦ୍ର ସରକାରଙ୍କ ମୌଳିକ ସମ୍ପତି ଜରିଆରେ ୬ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ ମୁଦ୍ରୀକରଣ ଏନଏମପି ଜରିଆରେ କରାଯିବ ବୋଲି ଆକଳନ କରାଯାଇଛି। ବିକ୍ରି ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ୯ଟି ପ୍ରମୁଖ ବନ୍ଦର ଏବଂ ୨ ଟି ଜାତୀୟ ଷ୍ଟାଡିୟମ୍ ୧୫ ରେଳ ଷ୍ଟାଡିୟମ, ୨୫ ବିମାନ ବନ୍ଦର ଏବଂ ୧୬୦ଟି କୋଇଲା ପ୍ରକଳ୍ପ ରହିଛି।
ନୂଆଦିଲ୍ଲୀ: ଟ୍ବିଟର ଏବଂ କଂଗ୍ରେସ ମଧ୍ୟରେ ବିବାଦ ବଢିବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦଳର କିଛି ବରିଷ୍ଠ ନେତା ପରେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ବ୍ଲକ ପରେ ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରି ଏକ ଭିଡିଓ ଜାରି କରିଛନ୍ତି।  ଏହି ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ଲକ୍ଷ ଲକ୍ଷ ସମର୍ଥକଙ୍କୁ ଅପମାନିତ ହୋଇଛନ୍ତି। ଟ୍ୱିଟରର ମନୋଭାବ ପକ୍ଷପାତିତ ଅଟେ।  ବିରୋଧୀ ଦଳର ବାକ୍ ସ୍ୱାଧୀନତା ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ରାହୁଲ।
ରାହୁଲ ଗାନ୍ଧୀ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ଏହି ଆମେରିକୀୟ କମ୍ପାନୀ ଟ୍ୱିଟର ଭାରତର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି। ସରକାରଙ୍କ ଇଙ୍ଗିତରେ ଏହା ଚାଲିଛି।  ଟ୍ୱିଟର ଦ୍ୱାରା ଯାହା କରାଯାଇଛି ତାହା ହେଉଛି ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ।
ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ମୋର ଟ୍ୱିଟର ଆକାଉଣ୍ଟ ବନ୍ଦ କରି ସେ ଆମର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛନ୍ତି। ଆମର ରାଜନୀତିକୁ ଏକ ସୀମିତ କରିବାକୁ ଚେଷ୍ଟାକରୁଛି ଟ୍ବିଟର । ଜଣେ ନେତା ଭାବରେ ମୁଁ ଏହାକୁ ପସନ୍ଦ କରୁ ନାହିଁ  ବୋଲି ରାହୁଲ କହିଛନ୍ତି।ସେ ଆହୁରି ମଧ୍ଯ କହିଛନ୍ତି ଯେ, ଏହା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ ନୁହେଁ । ଏହା ଆମ ଦେଶର ଗଣତାନ୍ତ୍ରିକ ଗଠନ ଉପରେ ଆକ୍ରମଣ।  ମୋର ୧.୯ କୋଟିରୁ ଦୁଇ କୋଟି ଅନୁସରଣକାରୀ ଅଛନ୍ତି। ଆପଣ ସେମାନଙ୍କୁ ସେମାନଙ୍କର ମତ ପ୍ରକାଶ କରିବାର ଅଧିକାରରୁ ବଞ୍ଚିତ କରୁଛନ୍ତି।
କଂଗ୍ରେସର ପୂର୍ବତନ ସଭାପତି ଏହା ମଧ୍ୟ କହିଛନ୍ତି ଯେ,  ଆମର ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଇଛି। ଆମେ ସଂସଦ ଭିତରେ କହିପାରିବା ନାହିଁ । ଗଣମାଧ୍ୟମ ନିୟନ୍ତ୍ରିତ।  ମୁଁ ଭାବିଥିଲି ଯେ, ଯେଉଁଠାରେ ଆମେ ଆମର ଚିନ୍ତାଧାରାକୁ ଟ୍ୱିଟରରେ ରଖିପାରିବା | କିନ୍ତୁ ତାହା ସମ୍ଭବ ନୁହେଁ।  ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଟ୍ୱିଟର ଏକ ଦଳୀୟ ଫୋରମ୍ । ସରକାର ଯାହା କହୁଛନ୍ତି ସେ ସେହି ଅନୁସାରେ କାମକରୁଛି।
ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧୀ ଗତ ୪ ତାରିଖରେ ଦିଲ୍ଲୀ କ୍ୟାଣ୍ଟର ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ପରେ ରାହୁଲ ନିୟମ ଉଲ୍ଲଙ୍ଘନ କରି ଏହାର ଏକ ଫଟୋକୁ ଟ୍ବିଟରରେ ପୋଷ୍ଟ କରିଥିଲେ। ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ମହିଳା ଆୟୋଗ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟ୍ବିଟରକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଟ୍ବିଟର ରାହୁଲଙ୍କ ଟ୍ବିଟକୁ ହଟାଇ ଦେଇଥିଲା। ଏହା ପରେ ତାଙ୍କ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଥିଲା। କଂଗ୍ରେସ ନେତାମାନେ ଏହାକୁ ହଜମ କରିପାରି ନଥିଲେ। ସେମାନେ ରାହୁଲଙ୍କ ସମର୍ଥନରେ ବିବାଦୀୟ ଟ୍ବିଟ କରିଥିଲେ। ଏବେ ଏହି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟ୍ବିଟର ସରକାରଙ୍କ ଚାପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଫେସବୁକରେ କଂଗ୍ରେସ ନେତା ଲେଖିଛନ୍ତି ଯେ, ନେତାଙ୍କୁ ଜେଲରେ ବନ୍ଦ କରିବା ସମୟରେ ଆମେ ଡରି ନଥିଲୁ। ଏବେ ଟ୍ବିଟର ଆକାଉଣ୍ଟ ବନ୍ଦ କଲେ କାହିଁକି ଡରିବୁ। କଂଗ୍ରେସ ଜନତାଙ୍କ ପାଇଁ ଲଢେଇ ଜାରି ରଖିବ। କଂଗ୍ରେସ ନେତାମାନେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାହୁଲଙ୍କ ଫଟୋକୁ ନିଜ ପ୍ରୋଫାଇଲରେ ରଖି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।