Drone - The Sakala
ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ
ପୁରୀ: ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ କ୍ୟାମେରା। ଆଜି ରତ୍ନ ଅଳଙ୍କାର ଗଣତି ମଣତି ଜାରି ରହିଥିବା ବେଳେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବା ଦେଖାଦେଇଛି । ଗୋଟିଏ ନୁହେଁ ଦୁଇଟି ଡ୍ରୋନ୍ ନୀଳଚକ୍ର ଉପରେ ଉଡୁଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ନିଷିଦ୍ଧ ରହିଥିବା ବେଳେ କିଭଳି ଓ କିଏ ଏହି ଡ୍ରୋନ ଉଡାଇଲା ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ପୋଲିସ ସୁରକ୍ଷା କଡାକଡି ସତ୍ୱେ ଡ୍ରୋନ ଉଡିବା ଘଟଣା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି।
ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍। ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଡକା ଯାଇଥିବା ଓଡିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ହୋଇଛି। ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହେବେ ପୁଲିସ। ଖିଲାପକାରୀଙ୍କ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ପୁଲିସ ମୁତୟନ ହେବେ। ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମନିଟର କରିବେ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ। କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ୍.ଦେବଦତ୍ତ. ସିଂ। ଲୋକସେବା ଭବନ, ବିଧାନସଭା , ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ। ରେଳରୋକ ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ କମିଶନର।
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ପୁରୀ: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ନୋ ଫ୍ଲାଇଂ ଜୋନରେ ପୁଣି ଉଡ଼ିଲା ଡ୍ରୋନ। ଆଜି ଭୋର ସମୟରେ ଶ୍ରୀମନ୍ଦିର ଚୁଡ଼ାର ଉପରି ଭାଗରେ ଡ୍ରୋନ ଉଡ଼ୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଶ୍ରୀମନ୍ଦିର‌ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଚୁଡ଼ାରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପଟେ ଘୁରିବୁଲୁଥିଲା ଡ୍ରୋନ। ନୋ ଫ୍ଲାଇଂ ଜୋନ ରେ ଡ୍‌ରୋନ ଉଡିବା ନେଇ ସୁରକ୍ଷା କର୍ମୀ ବା ପୋଲିସ ପାଖରେ ଖବର ଅଛି କି ନା ନାହିଁ ତାହା ଏବେ ବଡ ପ୍ରଶ୍ନବାଚୀ। ଭୋର ୪ଟା ସମୟରେ ଡ୍ରୋନ ଉଡ଼ୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦୋଳମଣ୍ଡପ ସାହିରୁ ପ୍ରଥମେ ଡ୍ରୋନଟି ଉଡ଼ିଆସି ମେଘନାଦ ପାଚେରୀ, ଚାରିପଟେ ବୁଲୁଥିଲା। ପରେ ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଓ ନୀଳଚକ୍ର ଉପରେ ବୁଲୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ପୂର୍ବରୁ ଅନେକ ଥର ଏଭଳି ଘଟଣା ଯୋଗୁଁ ଡ୍ରୋନ୍ ଉଡାଇଥିବା ବ୍ୟକ୍ତି ବା ସଂସ୍ଥା ଅଡ଼ୁଆରେ ଫଶିଥିଲେ। ତେବେ ଗତବର୍ଷ ଜଣେ ୟୁଟ୍ୟୁବର୍ ଡ୍ରୋନ୍ ଉଡ଼ାଇ ଭିଡିଓ ଫୋଟୋ ଉତ୍ତୋଳନ ଘଟଣାକୁ ନେଇ ତମ୍ବି ତୋଫାନ ହୋଇଥିଲା। ୟୁଟ୍ୟୁବର୍‌ ଜଣକ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ଶ୍ରୀମନ୍ଦିର ଓ ଏହାର ୧୦୦ ମିଟର ପରିଧିରେ ନୋ ଫ୍ଲାଇଙ୍ଗ ଜୋନ ବୋଲି ସ୍ପଷ୍ଟ କରାଯାଇଥିଲା। ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ତେବେ ପୁଣି ତ୍ରିସ୍ତରୀୟ ସୁରକ୍ଷାର ନାକ ତଳେ ଏଭଳି ଘଟଣା କିପରି ଘଟିଲା ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୋଲିସର ଢିଲା ପଣିଆ ଓ ଖାମଖିଆଲ ମନୋଭାବ ଯୋଗୁଁ ଏପରି ଘଟି ଥାଇପାରେ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି ।
ଭୁବନେଶ୍ୱର ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ
ଭୁବନେଶ୍ୱର: ଡ୍ରୋନ୍ ଯୋଗେ ମେଡିକାଲରେ ପହଞ୍ଚିଲା ରକ୍ତ। ଭୁବନେଶ୍ୱରଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ ହୋଇଛି । ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି ଡ୍ରୋନ୍‌ । ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ଅଣାଯାଇଛି। ଡ୍ରୋନ୍ ଯୋଗେ ଅତି ଜରୁରୀ ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମ୍ସ ପକ୍ଷରୁ ଓଡ଼ିଶାରେ ଏହି ସେବା ପ୍ରଥମ । ୭୦ କିଲୋମିଟର ଦୂରକୁ ୩୫ ମିନଟ ସମୟ ଲାଗିଛି । ଦିନ ୧୨ଟାରେ ଏମ୍‌ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍‌ ପହଞ୍ଚିଥିଲା ।
ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ, ୨ କୋଠା କ୍ଷତିଗ୍ରସ୍ତ
ମସ୍କୋ: ଥମିବାର ନାଁ ଧରୁନାହିଁ ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପୁଣି ଥରେ ମସ୍କୋ ଉପରେ ଡ୍ରୋନ୍ ହମଲା କରିଛି ୟୁକ୍ରେନ। ବିଳମ୍ବିତ ରାତିରେ ବଡ଼ ଧରଣର ଆକ୍ରମଣ କରିଛି କୀଭ୍ । ଏଥିରେ ଦୁଇଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି।
ଡ୍ରୋନ୍ ଆକ୍ରମଣ ପରେ ମସ୍କୋ ଭାନୁକୋଭା ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି। ରୁଷ୍ ସେନା ୟୁକ୍ରେନର ତିନିଟି ଡ୍ରୋନକୁ ନଷ୍ଟ କରିଦେଇଥିବା ଦାବି କରିଛି। ୟୁକ୍ରେନ୍ ସୀମାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ ଥିବା ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ରୁଷ୍ ସହ ସଂଘର୍ଷ ବେଳେ ଏହି ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା ।
ମସ୍କୋର ମେୟର ସର୍ଗେଇ ସୋଭୟାନିନ୍ କହିଛନ୍ତି ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଦୁଇଟି ବିଲ୍ଡିଂ ନଷ୍ଟ ହୋଇଛି । ହେଲେ କୌଣସି ମୃତହାତ ହୋଇନାହାନ୍ତି ।
ଏଣିକି ରାଜ୍ୟରେ ଥିବା ଏଏସ୍‍ଆଇ କୀର୍ତ୍ତିରାଜି ଉପରେ ଉଡ଼ିବ ଡ୍ରୋନ୍
ଭୁବନେଶ୍ୱର: ଏଣିକି ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ଥିବା ପୁରୁଣା କୀର୍ତ୍ତିରାଜିଗୁଡିକର ଆକାଶ ମାର୍ଗରୁ ସର୍ବେକ୍ଷଣ ହେବ। ଯେଉଁଥିରେ ଫଟୋଗ୍ରାଫିକୁ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଆନୁସଙ୍ଗିକ ଭାବେ ଭୁବନେଶ୍ୱର ଲିଙ୍ଗରାଜମନ୍ଦିର ଓ ରାଜାରାଣୀ ମନ୍ଦିରରେ ଡ୍ରୋନ୍‍ ଇଡାଇବାକୁ ଅନୁମତି ଦିଆଯାଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସ୍ଥଳରେ ଏହା ଲୁଗୁ ହେବ। ବିଶେଷ କରି ପୁରୁଣା କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଏହି ଫଟୋଗ୍ରାଫି କାମରେ ଆସିବ ବୋଲି କେନ୍ଦ୍ର ସରକାର ଚିନ୍ତା କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଭୁବନେଶ୍ୱର ସ୍ଥିତଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ (ନାଇଜର)କୁ ଅନୁମୋଦନ ମିଳିଛି। ଅନୁଷ୍ଠାନର କମ୍ପ୍ୟୁଟର ସାଇନ୍ସ ବିଭାଗ ଜର୍ଭାନ ସ୍ଥିତ ଡେଜଲ୍ଡ କମ୍ପାନୀ ସହ ମିଶି ଏହି କାମ କରିବ। ଏଥପାଇଁ ଅନ୍‍ମେନ୍‍ଡ ଏୟାରକ୍ରାଫ୍ଟ ସିଷ୍ଟମ (ଯାନବିହିନ ବିମାନ ବ୍ୟବସ୍ଥା) ନିୟମାବାଳୀ ୨୦୨୧କୁ ସର୍ତ୍ତମୂଳକ ଭାବେ କୋହଳ କରାଯାଇଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମ୍‍ଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏ ସଂକ୍ରାନ୍ତରେ ଆବଶ୍ୟକ ଅନୁମତି ଦିଆଯାଇଛି। ସର୍ତ୍ତ କୋହଳ ହେବା ପରେ କେନ୍ଦ୍ରୀୟ ସଂରକ୍ଷିତ କୀର୍ତ୍ତିରାଜିଗୁଡିକର ସର୍ବେକ୍ଷଣ ଓ ଫଟୋଗ୍ରାଫି ସହଜ ହେବ। ଏହାବାଦ୍‍ କୀର୍ତ୍ତିରାଜିର ଅବସ୍ଥିତି ଓ ପରିବେଶ ସମ୍ପର୍କରେ ଭରସାଯୋଗ୍ୟ ତଥ୍ୟ ସଂଗ୍ରହ କରାଯାଇ ପାରିବ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ)ର ସହଭାଗିତାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଏସବୁ କାମ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଠାରୁ ଅନୁମତି ମିଳିବା ତାରିଖ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ପୁଣିଥରେ ଆଦେଶ ନ ହେବା ଯାଏଁ ଏହି ଫଟ୍ରୋଫି ଓ ତଥ୍ୟ ସଂଗ୍ରହ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ଚାଲି ପାରିବ। ଏଥିରେ ଡିଜିସିଏ ଦ୍ୱାରା ଲାଗୁ କରାଯାଇଥିବା ଏସ୍‍ଓପିର ନିୟମ ଓ ସର୍ତ୍ତାବଳୀ ଲାଗୁ ହେବ।
ଏ ବାବଦରେ ନାଇଜରର ରେଜିଷ୍ଟ୍ରାର ଅକ୍ଷୟ ନାୟକ କହିଛନ୍ତି କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସରଙ୍କ ନେତତ୍ୱରେ ଏହି କାମ କରାଯିବ। ଏଥିପାଇଁ କୀର୍ତ୍ତିରାଜି ଉପରେ ଡ୍ରୋନ୍‍ ଉଡାଯାଇ ବିଭିନ୍ନ ଦିଗରୁ ଏହାର ଫଟୋ ଉତ୍ତୋଳନ କରାଯିବ। ପରବର୍ତ୍ତୀ ସମୟରେ ଏହାର ଥ୍ରିଡି ଇମେଜ୍‍ ସୃଷ୍ଟି କରାଯିବ। ଯାହାକି ଗଭିଷ୍ୟତ ପିଢ଼ିପାଇଁ ଡକ୍ୟୁମେଣ୍ଟ ହୋଇ ରହିବ। ଭବିଷ୍ୟତରେ ପୁରୁଣା କୀର୍ତ୍ତିରାଜିର ଅବକ୍ଷୟ ହେଲେ ଏହାର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଏହି ଥ୍ରିଡି ଇମେଜ ସାହାଯ୍ୟ କରିବ। ଏହାଦ୍ୱାରା ପୁରୁଣା କୀର୍ତ୍ତିରାଜିର ଅବସ୍ଥିତିର ଏହାର ଡିଜାଇନ ଓ ସ୍ଥପତି, ନିର୍ମାଣ ଶୈଳୀର ତଥ୍ୟ ମଧ୍ୟ ସଂଗ୍ରହ କରି ରଖାଯାଇପାରିବ।
ଏ ବାବଦରେ ଏଏସ୍‍ଆଇ ଭୁବନେଶ୍ୱର ସର୍କଲ ମୁଖ୍ୟ ଅରୁଣ ମଲ୍ଲିକ କହିଛନ୍ତି ଗତ ଏକ ବର୍ଷ ହେବ ନାଇଜର ଏନେଇ ଆମକୁ ପ୍ରସ୍ତାବ ଦେଇଥିଲେ। ଯାହାକି ଏବେ ଫଳପ୍ରଦ ହୋଇଛି। ଏହା ଯଦିଓ ନାଇଜରର ନିଜସ୍ୱ ସର୍ବେକ୍ଷଣ ହେଲେ ଏଥିରେ ମନ୍ଦିର ଭିତର, ବାହାର ଏପରିକି ପ୍ରତିଟି ସ୍ଥାପତ୍ୟକଳା, ସ୍ଥପତି ଓ କାରିଗରୀର ତଥ୍ୟ ସଂଗ୍ରହ କରାଯିବ। ଥ୍ରିଡି ଇମେଜ୍‍, ଲେଜର ସ୍କାନିଂ ଦ୍ୱାରା ଉଭୟ ମନ୍ଦିର ଭିତର ଓ ବାହାରେ ଏରିୟଲ୍‍ ସର୍ଟ ନିଆଯିବ। ଯାହାକି ଆଗାମୀ ଦିନର କାର୍ଯ୍ୟପନ୍ଥାକୁ ରୂପାୟନ କରିବା ଦିଗରେ ସାହାଯ୍ୟ କରିବ। ପୂର୍ବରୁ ଚଳିତ ମାସ ଆରମ୍ଭରେ ହିସାର, ପଞ୍ଚକୁଲା, ଅମ୍ବାଲା, ସହରାଞ୍ଚଳରେ ଅମୃତ ସହରଗୁଡିକର ବିକାଶ ପାଇଁ ଡାଟା ସଂଗ୍ରହ, ମ୍ୟାପିଂ, ୱେବଆଧାରିତ ଜିଆଇଏସ୍‍ ଫ୍ଲାଟଫର୍ମକୁ କାର୍ଯ୍ୟକାରୀ କରିବା ଏବଂ ସମ୍ପତ୍ତି ଟିକସ ସଂଗ୍ରହ କରିବା ନିମନ୍ତେ ହରିଆଣାର ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ (ଡିୟୁଏଲ୍‍ବି)ଗୁଡିକୁ ଡ୍ରୋନ୍‍ ବ୍ୟବହାର ନିମନ୍ତେ ମଞ୍ଜୁରି ମିଳିଥିଲା।