AIIMS in Sundargarh - The Sakala

ସୁନ୍ଦରଗଡ଼ରେ ଏମ୍ସକୁ କେନ୍ଦ୍ରର ନାସ୍ତିବାଣୀ : ପଶ୍ଚିମ ଓଡ଼ିଶାର ୫ ବିଜେପି ସାଂସଦଙ୍କ ରହସ୍ୟମୟ ନିରବତା
ଭୁବନେଶ୍ୱର : ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାର ବେଶ୍‍ ଉଦ୍‍ବିଗ୍ନ ଓ ଏ କ୍ଷେତ୍ରରେ ଓଡ଼ିଶାକୁ ପ୍ରାଥମିକତା ଦିଆଯାଉଛି ବୋଲି ରାଜ୍ୟର ବିଜେପି ସାଂସଦ ଓ ଦଳର ନେତାମାନେ ଅନେକବାର ତୁମ୍ଭୀତୋଫାନ କରିଥିବା ଦେଖାଯାଇଛି। ମାତ୍ର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିବା ପ୍ରସଙ୍ଗରେ ବିଜେପିର ରାଜ୍ୟ ନେତାମାନେ ତୁଣ୍ଡ ଖୋଲୁ ନାହାନ୍ତି। ବିଶେଷକରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏବର ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନିରବତା ଏ କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାଙ୍କ ସଂସଦୀୟ କ୍ଷେତ୍ରରେ ହେବାକୁଥିବା ଏହି ମହତ୍ତ୍ୱାକାଂକ୍ଷୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ କେନ୍ଦ୍ର ସରକାର ମନା କରିବା ପରେ ସେ ସାମାନ୍ୟତମ ପ୍ରତିକ୍ରିୟା ପ୍ରକାଶ ନ କରିବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

ପଶ୍ଚିମ ଓଡ଼ିଶାର ଜନସାଧାରଣ ଗତ ନିର୍ବାଚନରେ ବିଜେପି ପ୍ରତି ବିଶେଷ ଆସ୍ଥା ପ୍ରକଟ କରିଛନ୍ତି। ବିଜେପିର ୫ ଜଣ ସାଂସଦଙ୍କୁ ଭୋଟ ଦେଇ ଲୋକସଭାକୁ ପଠାଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ, ବସନ୍ତ ପଣ୍ଡା, ନୀତେଶ ଗଙ୍ଗଦେବ, ସଙ୍ଗୀତା କୁମାରୀ ସିଂଦେଓ ଏବଂ ସୁରେଶ ପୂଜାରୀ ପଶ୍ଚିମ ଓଡ଼ିଶାରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ନିକଟରେ ଏହି ସାଂସଦମାନେ ନାର୍ଯ୍ୟ ଦାବି ଉପସ୍ଥାପନ କରିବା ଆଶାରେ ସେମାନଙ୍କୁ ସାଧାରଣ ଲୋକମାନେ ନିର୍ବାଚିତ କରିଛନ୍ତି। ପଛୁଆ ଜିଲ୍ଲାର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବେ ଓ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ଆଶା ବାନ୍ଧିଛନ୍ତି। ମାତ୍ର ବାସ୍ତବରେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ରାଜ୍ୟ ବିଜେପି ସାଂସଦମାନେ ସେପରି କିଛି ଆଖିଦୃଶିଆ ଦାବି କରୁଥିବା ଦେଖାଯାଉନାହିଁ। ରେଳବାଇ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବଳକା ଚାଉଳ ଉଠାଣ ସହିତ କୋଇଲା ରାଜଭାଗ ସଂଶୋଧନ, ମହିଳା ସଂରକ୍ଷଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତୁଣ୍ଡ ଫିଟାଉ ନଥିବା ଏହି ସାଂସଦମାନେ ଏମ୍ସ ପ୍ରସଙ୍ଗରେ ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଇଛି।

ତୁଟିଲା ପଶ୍ଚିମ ଓଡ଼ିଶାବାସୀଙ୍କ ଆଶା : ବର୍ଷ ବର୍ଷ ଝୁଲାଇ ରଖିବା ପରେ ସୁନ୍ଦରଗଡ଼ରେ ‘ଏମ୍ସ’ ସ୍ଥାପନ କରିବାକୁ ମନା କରିଦେଲେ କେନ୍ଦ୍ର ସରକାର @thesakala https://t.co/2uLnno1Nnq #Odisha #AIIMS

— Sakala (ସକାଳ) (@TheSakala) August 3, 2022

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏବଂ ପଶ୍ଚିମ ଓଡ଼ିଶାବାସୀଙ୍କର ଦୀର୍ଘ ଦିନର ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରି ଦେଇଛନ୍ତି; ଏହା ସତ୍ତ୍ବେ ପଶ୍ଚିମ ଓଡ଼ିଶାରୁ ନିର୍ବାତିତ ହୋଇଥିବା ବିଜେପି ସାଂସଦଙ୍କ ପାଟି ଫିଟୁ ନାହିଁ। ଆଦିବାସୀ ବହୁଳ ଏବଂ ଖଣିଜ ସମ୍ପଦ ଭରା ପଶ୍ଚିମ ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ପ୍ରସଙ୍ଗ ବିଜେପି ସାଂସଦଙ୍କ ପାଇଁ ସତେ ଯେପରି ଗୌଣ ହୋଇ ଯାଇଛି। ଓଡ଼ିଶାକୁ ଆଉ ଗୋଟିଏ ଏମ୍ସ ଦେବା ଲାଗି ବିଜେଡି ସାଂସଦମାନେ କେନ୍ଦ୍ର ସରକାରଙ୍କ ଉପରେ କ୍ରମାଗତ ଚାପ ପକାଉଥିବାବେଳେ ବିଜେପି ସାଂସଦମାନେ ଦାବି କରିବାକୁ ବଳ ପାଉ ନାହାନ୍ତି। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠାରେ ବିଜେପି ସାଂସଦଙ୍କ ଏପରି ଆଭିମୁଖ୍ୟକୁ ନେଇ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।

ଚିକିତ୍ସା ସେବା ପାଇଁ ସୁଦୂର ପଶ୍ଚିମ ଓଡ଼ିଶାରୁ ରାଜଧାନୀକୁ ଆସିବା ସାଧାରଣ ଲୋକଙ୍କ ପକ୍ଷରେ ଅତ୍ୟନ୍ତ କଷ୍ଟକର। ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ଅଧ୍ୟୁଷିତ, ଖଣି ସମୃଦ୍ଧ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦାବି କରି ଆସୁଛନ୍ତି। ଏହା ଫଳରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ରୋଗୀମାନେ ମଧ୍ୟ ଏଠାରେ ଚିକିତ୍ସିତ ହୋଇପାରିବେ। ପୂର୍ବରୁ ଆଇଜିଏଚ୍‍ରେ ମେଡ଼ିକାଲ କଲେଜ ଖୋଲାଯିବା ପ୍ରସଙ୍ଗକୁ ନେଇ ବିଜେପି ଅଡ଼ୁଆରେ ପଡ଼ିଥିଲା। ପ୍ରତିଶ୍ରୁତି ସତ୍ତ୍ବେ ମେଡ଼ିକାଲ କଲେଜ ଖୋଲା ନ ଯିବାକରୁ ବିଜେପିର ତତ୍‍କାଳୀନ ବିଧାୟକ ଦିଲ୍ଲୀପ ରାୟ ଦଳତ୍ୟାଗ କରିଥିଲେ। ପାର୍ଟି ଅପେକ୍ଷା ମାଟି ବଡ଼ ବୋଲି ଆହ୍ୱାନ ଦେଇ ସେ ସୁନ୍ଦରଗଡ଼ ଓ ପଶ୍ଚିମ ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହା ସତ୍ତ୍ବେ ରାଉରକେଲାରେ ମେଡ଼ିକାଲ କଲେଜ ସ୍ଥାପନ ହେଲା ନାହିଁ। ସୁନ୍ଦରଗଡ଼ରେ ମେଡ଼ିକାଲ କଲେଜ ସ୍ଥାପନ ନିମନ୍ତେ ରାଷ୍ଟ୍ରାୟତ୍ତ ସଂସ୍ଥା ଏନ୍‍ଟିପିସି ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିଲେ ମଧ୍ୟ ସେଥିରୁ ଓହରି ଯାଇଛି। ତେଣୁ ସେହିସ୍ଥାନରେ ଏମ୍ସ ସ୍ଥାପନ ନିମନ୍ତେ ବିଜେଡି ନିରନ୍ତର ଦାବି କରି ଆସୁଛି।

ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ସାଂସଦ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ସୁନ୍ଦରଗଡ଼ରେ ଏମ୍ସ ନିମନ୍ତେ ରାଜ୍ୟ ନିରନ୍ତର ଦାବି କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ହେଲେ ବିଜେପି ସାଂସଦଙ୍କ ପାଇଁ ଗରିବ ଲୋକଙ୍କ କଲ୍ୟାଣ ତୁଳନାରେ ରାଜନୀତି ବହୁତ ବଡ଼ ହୋଇଯାଇଛି। କେନ୍ଦ୍ରରେ ନିଜ ଦଳର ମନ୍ତ୍ରୀଙ୍କ ନିକଟରେ ଦାବି କରିବାକୁ ପଛଘୁଞ୍ଚା ଦେବା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା ବୋଲି କୁହାଯାଉଛି।

ସଂସଦର ଚଳିତ ଅଧିବେଶନରେ ଗତ ୨ ତାରିଖରେ ବିଜେଡି ସାଂସଦ ଡ଼ ସସ୍ମିତ ପାତ୍ର ରାଜ୍ୟସଭାରେ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା କେବେ ହେବ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ ବୋଲି ସଫା ସଫା କହିଥିଲେ। କେନ୍ଦ୍ର ସରକାରଙ୍କର ଏପରି ବୈମାତୃକ ମନୋଭାବକୁ ନେଇ କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଲାଣି, ହେଲେ ବିଜେପି ସାଂସଦମାନେ ଏ କ୍ଷେତ୍ରରେ କାହିକି ନିରବତା ଅବଲମ୍ବନ କରୁଛନ୍ତି ତାହା ଏବେ ବି ରହସ୍ୟମୟ ହୋଇ ରହିଛି।

ତୁଟିଲା ପଶ୍ଚିମ ଓଡ଼ିଶାବାସୀଙ୍କ ଆଶା : ବର୍ଷ ବର୍ଷ ଝୁଲାଇ ରଖିବା ପରେ ସୁନ୍ଦରଗଡ଼ରେ ‘ଏମ୍ସ’ ସ୍ଥାପନ କରିବାକୁ ମନା କରିଦେଲେ କେନ୍ଦ୍ର ସରକାର
ଭୁବନେଶ୍ୱର : ପୁଣିଥରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରତାରଣାର ଶିକାର ହୋଇଛି ଓଡ଼ିଶା। ଭୁବନେଶ୍ୱରରେ ଇଏସ୍‍ଆଇ ମେଡିକାଲ କଲେଜ ଓ ହସ୍‍ପିଟାଲ, ରାଉରକେଲା ଆଇଜିଏଚ୍‍ରେ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ଓହରି ଯାଇଥିବାବେଳେ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ସ୍ଥାପନ ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି କେନ୍ଦ୍ର ସରକାର।

ଓଡ଼ିଶା ସରକାର ସୁନ୍ଦରଗଡ଼ରେ ‘ଏମ୍ସ’ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତୁତ ନୁହନ୍ତି ବୋଲି ସିଧାସିଧା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ଼. ଭାରତୀ ପ୍ରବୀଣ ପାୱାର। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାରେ ଦ୍ୱିତୀୟ ଏମ୍ସ ସ୍ଥାପନ ନିମନ୍ତେ କୌଣସି ପ୍ରସ୍ତାବ ନାହିଁ ବୋଲି ଡ଼. ପାୱାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ନେଇ ଘୋଷଣା କରୁଥିବା କେନ୍ଦ୍ର ସରକାରଙ୍କ ଏହି ନାସ୍ତିବାଣୀ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ସହ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାବାସୀଙ୍କ ପାଇଁ ଉପହାସ ପରି ହୋଇଛି।

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ, ବିଜେଡି ସାଂସଦମାନେ ବିଭିନ୍ନ ସମୟରେ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ସରକାର, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମନ୍ତ୍ରଣାଳୟର ଉଚ୍ଚ ଅଧିକାରୀଙ୍କ ନିକଟରେ ଦାବି ରଖିଛନ୍ତି। ମାତ୍ର ଏବେ କେନ୍ଦ୍ର ସରକାର ସୁନ୍ଦରଗଡ଼ ଏମ୍ସ କଥା ସମ୍ପୂର୍ଣ୍ଣ ଏଡ଼ାଇ ଯାଇଛନ୍ତି ଓ ପରୋକ୍ଷରେ ବାଲେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଗୋଟିଏ ସାଟେଲାଇଟ୍‍ ସେଣ୍ଟରକୁ ନେଇ ସନ୍ତୁଷ୍ଟ ରହିବାକୁ ପରାମର୍ଶ ଦେଇଛନ୍ତି।

ଗତକାଲି ରାଜ୍ୟସଭାରେ ବିଜେଡି ସାଂସଦ ଡ଼ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ ବାଲେଶ୍ୱର ଠାରେ ଭୁବନେଶ୍ୱରର ଏମ୍ସର ଏକ ସାଟେଲାଇଟ୍‍ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ସୁନ୍ଦରଗଡ଼ ଠାରେ ଦ୍ୱିତୀୟ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ; କିନ୍ତୁ ସୁନ୍ଦରଗଡ଼ରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମନ୍ତ୍ରାଳୟ ନିକଟରେ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଡ଼. ପାୱାର କହିଛନ୍ତି।ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପାଇଁ ବିଧାନସଭାରେ ରାଜ୍ୟ ସରକାର ସଂକଳ୍ପ ପାରିତ କରିଛନ୍ତି। ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟସେବା ଦୃଷ୍ଟିରୁ ଦାବି ପୂରଣ ନ ହେବା ଯାଏ କେନ୍ଦ୍ର ନିକଟରେ ରାଜ୍ୟ ଲଢ଼େଇ କରିବ ବୋଲି ଗତବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ୨୦୨୧ ମାର୍ଚ୍ଚ ୧୫ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପତ୍ର ଲେଖି ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବି ଦୋହରାଇଥିଲେ। ଏହାବ୍ୟତୀତ ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ, ଆଇନ୍‍ଜୀବୀ, ଜନସାଧାରଣଙ୍କ ସମୂହ ଦାବି ଉପସ୍ଥାପନ ପରିପ୍ରେକ୍ଷୀରେ ଗତ ବର୍ଷ ନଭେମ୍ବର ମାସରେ ମୁଖ୍ୟ ଶାସନ ସଚିବ ଏନ୍‍ଟିପିସି ଦ୍ୱାରା ନିର୍ମାଣ ହୋଇଥିବା ସୁନ୍ଦରଗଡ଼ରେ ପ୍ରସ୍ତାବିତ ମେଡିକାଲ କଲେଜର ଭିତ୍ତିଭୂମିକୁ ଏମ୍ସ ହସ୍ପିଟାଲରେ ପରିବର୍ତ୍ତିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଏପରିକି ଏପ୍ରିଲ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ଟିମ୍‍ ପଠାଇ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ଆବଶ୍ୟକ ସ୍ଥିତି ଯାଞ୍ଚ କରିଥିଲେ। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ହେବା ଉଚିତ ବୋଲି ମଧ୍ୟ ସେତେବେଳେ ଏହି ଟିମ୍‍ର ସଦସ୍ୟମାନେ ରାଜ୍ୟ ସରକାରଙ୍କୁ କହିଥିଲେ। ୨୦୧୩ ମସିହାରେ ରାଜ୍ୟ ସରକାର ଓ ଏନ୍‍ଟିପିସି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସହମତି ହୋଇଥିଲା। ଏଥି ନିମନ୍ତେ ରାଜ୍ୟ ସରକାର ବିନା ମୂଲ୍ୟରେ ୨୧ ଏକର ଜମି ଯୋଗାଇ ଦେଇଥିଲେ। ପ୍ରଥମେ ଏନଟିପିସି ମେଡିକାଲ କଲେଜ ପରିଚାଳନା ଦାୟିତ୍ୱରୁ ଓହରି ଯାଇଥିଲା, ଏବେ ଏମ୍ସ ପାଇଁ କେନ୍ଦ୍ର ସରକାର ମନା କରିଦେଲେ। ଆଦିବାସୀ ଅଧ୍ୟୁଷିତ ଏବଂ ଖଣି ସମୃଦ୍ଧ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଏକାନ୍ତ ଜରୁରୀ ବୋଲି ରାଜ୍ୟ ସରକାର କହି ଆସୁଛନ୍ତି। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ହେଲେ ଉପାନ୍ତ ଅଞ୍ଚଳରେ ଥିବା ଜିଲ୍ଲାର ଲୋକେ ଏହା ଦ୍ୱାରା ଉପକୃତ ହୋଇପାରିଥାନ୍ତେ। ହେଲେ କେନ୍ଦ୍ର ସରକାର ସିଧାସଳଖ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେବା ରାଜ୍ୟବାସୀଙ୍କ ପାଇଁ ପ୍ରତାରଣା ସଦୃଶ ହୋଇଛି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ମଉଳିଗଲା ସୁନ୍ଦରଗଡ଼ ଏମ୍‌ସ ସ୍ବପ୍ନ, ଅନୁଧ୍ୟାନକାରୀ ଟିମ୍‌ ଗସ୍ତ ପରେ କେନ୍ଦ୍ର ସରକାର ନିରବ
ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଶଙ୍କରାଠାରେ ଏନ୍‌ଟିପିସି ପକ୍ଷରୁ ନିର୍ମାଣ କରାଯାଇଥିବା ଚିକିତ୍ସାଳୟ ଓ ଭେଷକ ମହାବିଦ୍ୟାଳୟରେ ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ପ୍ରତିଷ୍ଠା ଦିବାସ୍ବପ୍ନ ଭଳି ମଉଳି ଯାଇଛି। ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ମଧ୍ୟରେ ଏହା ନୈରାଶ୍ୟଭାବ ଖେଳାଇ ଦେଇଛି। ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ କଟକ, ଭୁବନେଶ୍ବର ଯାଇ ନର୍ସିଂହୋମ୍‌ ଦ୍ବାରା ଶୋଷିତ ହେଉଥିବା ଅଭିଯୋଗ ରହିଛି। ଏ ଦିଗରେ ସମ୍ପୃକ୍ତ ଘରୋଇ ହସ୍ପିଟାଲଗୁଡ଼ିକର ଅଦୃଶ୍ୟ ଷଡ଼ଯନ୍ତ୍ରପୂର୍ଣ୍ଣ ଚାପ ରହିଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ, ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ସ୍ଥାପନ ଦାବି ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏମ୍ସ ସ୍ଥାପନ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦିଆଯାଇଥିବା ସୁନ୍ଦରଗଡ଼ ବନ୍ଦ ଡ଼ାକରାକୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସମର୍ଥନ ଜଣାଇଛନ୍ତି।

ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗର ସୁନ୍ଦରଗଡ଼ ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ ଗୁରୁତ୍ବ ବହନ କରୁଛି। ପଶ୍ଚିମ ଓଡ଼ିଶାରେ ସୁନ୍ଦରଗଡ଼ର ଶଙ୍କରା ଏକ ମଧ୍ୟସ୍ଥଳୀ ହୋଇଥିବାରୁ ସେଠାରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ହେଲେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ସ୍ବଳ୍ପ ମୂଲ୍ୟରେ ଉତ୍ତମ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପାଇଥାନ୍ତେ। ଭୁବନେଶ୍ବର ଏଠାରୁ ୪୦୦ କିଲୋମିଟର ହୋଇଥିବାରୁ ମାତ୍ର ୧୦୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପଶ୍ଚିମ ଓଡ଼ିଶାବାସୀ ଏମ୍ସର ସ୍ବାସ୍ଥ୍ୟସେବା ପାଇଥାନ୍ତେ। ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶା ୧୦ଟି ଜିଲ୍ଲାରୁ ହଜାର ହଜାର ରୋଗୀ ୪୦୦ ରୁ ୫୦୦ କିଲୋମିଟର ଦୂର କଟକ ଭୁବନେଶ୍ବର ଯାଇ ବିଭିନ୍ନ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ସେମାନେ ଗୁରୁତର ଭାବେ ଏହି ଘରୋଇ ଡାକ୍ତରଖାନା ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ଯାହାଫଳରେ ପଶ୍ଚିମ ଓଡ଼ିଶାରେ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଏକ ଭଲ ଡାକ୍ତରଖାନାର ଜରୁରି ହୋଇପଡ଼ିଛି। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ତତ୍ପରତା ପ୍ରକାଶ ନ ପାଇବାରୁ ରାଜ୍ୟ ସରକାର ଉକ୍ତ ମେଡିକାଲ କଲେଜକୁ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦୨୦-୨୩ ଶିକ୍ଷା ବର୍ଷରୁ କଲେଜ ପାଇଁ ନାମଲେଖା ଆରମ୍ଭ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ଆସିଛି। ଏହାପରେ ଏମ୍ସ ପ୍ରତିଷ୍ଠା ଆଶା ସମ୍ପୂର୍ଣ୍ଣ ମଉଳି ଯାଇଛି। ତଦନୁଯାୟୀ ମେଡିକାଲ କଲେଜର ଅତିରିକ୍ତ ଅଧୀକ୍ଷକ ତଥା ନୋଡାଲ ଅଧିକାରୀ ଭାବେ ଜିଲ୍ଲା ସ୍ବାସ୍ଥ୍ୟାଧିକାରୀଙ୍କୁ ସରକାର ନିଯୁକ୍ତି ଦେବା ସହ ତାଙ୍କୁ ମେଡିକାଲ କଲେଜ ନିର୍ମାଣର ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ଦୃଷ୍ଟିକୋଣରୁ ଦ୍ୱିତୀୟ ଏମ୍ସ ପାଇଁ ସୁନ୍ଦରଗଡ଼କୁ ଉପଯୁକ୍ତ ସ୍ଥାନ ଭାବେ ବିବେଚନା କରାଯାଉଛି। ନିକଟରେ ଝାରସୁଗୁଡ଼ା ରେଳ ଷ୍ଟେସନ ଓ ବିମାନବନ୍ଦର ଥିବାବେଳେ ଏନ୍‌ଟିପିସି ମେଡିକାଲରେ ଉପଯୁକ୍ତ ଭିତ୍ତିଭୂମି ଥିବା, ପାଣ୍ଠି ପାଇଁ ଜିଲ୍ଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ ବଳିଷ୍ଠ ମାଧ୍ୟମ ଭାବେ ଠିଆ ହୋଇଛି। ସର୍ବୋପରି ରାଜ୍ୟ ସରକାର ବିଶେଷ ଆଗ୍ରହୀ ଥିବା ସତ୍ୱେ କେନ୍ଦ୍ର ସରକାରଙ୍କ ଉଦାସୀନତା ରାଜ୍ୟ ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବକୁ ସୂଚିତ କରୁଛି। ପଶ୍ଚିମ ଓଡ଼ିଶାରୁ ୫ ଜଣ ବିଜେପି ସାଂସଦ ରହିଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାଷ ସୃଷ୍ଟି କରିବା ପାଇଁ ସୁଯୋଗ ରହିଛି। ମାତ୍ର ଜିଲ୍ଲା ବାହାର ସାଂସଦମାନେ ଉକ୍ତ ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଥିବା ବେଳେ ସ୍ଥାନୀୟ ସାଂସଦ ଜୁଏଲ ଓରାମ ଅସ୍ପଷ୍ଟ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବାରୁ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି। ଏପିରିକି ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ଦ୍ୱିତୀୟ ଏମ୍ସ ରହିଥିବା ବେଳେ ଓଡ଼ିଶାରେ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିଛି।

ଏମ୍ସ ପ୍ରତିଷ୍ଠା ସଂକ୍ରାନ୍ତରେ ଡିଏମଇଟି(ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ) ପକ୍ଷରୁ ସିବିକେ ମହାନ୍ତିଙ୍କ କହିବା କଥା ଯେ ଜନସାଧାରଣଙ୍କ ଦାବି ମୁତାବକ ବିହାରରେ ୨ୟ ଏମ୍ସ ପରି ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହାପରେ କେନ୍ଦ୍ରୀୟ ଉଚ୍ଚସ୍ତରୀୟ ଅନୁଧ୍ୟାନ ଟିମ୍ ଏନଟିପିସି ହସ୍ପିଟାଲ ପରିଦର୍ଶନ କରିଥିଲେ। ୨ୟ ଏମ୍ସ ପ୍ରତିଷ୍ଠା ପାଇଁ ୨୦୦ ଏଥର ଜମିର ଆବଶ୍ୟକତା ରହିଥିବା ନେଇ ଉକ୍ତ ଟିମ୍ କହିବାରୁ ତତକ୍ଷଣାତ ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ଜମି ଦେବାକୁ ରାଜି ହୋଇଥିଲେ। ତେବେ ଏହି ଟିମ୍ ଅନୁଧ୍ୟାନ କରି ଫେରିବା ପରେ କେନ୍ଦ୍ର ସରକାରଙ୍କୁ ଦେଇଥିବା ରିପୋର୍ଟ ସ୍ପଷ୍ଟ କରାଯାଇନାହିଁ। ସମସ୍ତ ଭିତ୍ତିଭୂମି ନିର୍ମାଣ ସହ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଏବଂ ୨୦୦ ଏକର ଜମି ସହ ଆବଶ୍ୟକତା ଅନୁଯାୟୀ ସମସ୍ତ ସୁବିଧା ରାଜ୍ୟ କ ସରକାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କାହିଁକି ଏବେ କେନ୍ଦ୍ର ସରକାର ନିରବିଗଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।