Dengue fever - The Sakala

ରାଜ୍ୟରେ ୨୪ ଶହ ପାର କଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ସର୍ବାଧିକ
ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଶହ ପାର କରିଛି।  ସୁନ୍ଦରଗଡ଼, ଭୁବନେଶ୍ବର ଓ କଟକରେ ଡେଙ୍ଗୁକୁ ନେଇ ଡ୍ରାଇଭ୍ ମୋଡ଼ରେ ସ୍ୱାସ୍ଥ୍ୟ ବିଭାଗ। ଡେଙ୍ଗୁ ଟେଷ୍ଟିଂକୁ ବଢ଼ାଯାଇଛି। ଗତକାଲି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ଟିମ୍ ଗସ୍ତରେ ଆସିବା ସହ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି। ସୁନ୍ଦରଗଡ଼ ଓ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ରାଜ୍ୟର ସ୍ଥିତି କିନ୍ତୁ ଗତ ବର୍ଷଠୁ କମ ରହିଛି। ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪୭୧ ରହିଛି। କେବଳ ସୁନ୍ଦରଗଡ଼ରେ ୭୨୭ ଏବଂ ଖୋର୍ଦ୍ଧାରେ ୫୯୫ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଏହା ସହ କଟକ, ବଲାଙ୍ଗିର ଏବଂ ବାଲେଶ୍ଵରରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି। ସ୍ବାସ୍ଥ୍ୟ ବିଭାଗ ସବୁ ମନିଟରିଂ କରୁଛି। ଡେଙ୍ଗୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।

ବିଜ୍ଞାପନରେ ସୀମିତ ଡେଙ୍ଗୁ ସଚେତନତା: ସାଧାରଣ ୱାର୍ଡରେ ଡେଙ୍ଗୁ ରୋଗୀ, ହେଲେ ମଶାରି ନାହିଁ
ଭୁବନେଶ୍ୱର:  ଘାଇଁ ଘାଇଁ ହେଇ ଘୂରୁଛି ପଙ୍ଖା। ଝରକା ଖୋଲା ରହିଛି। ଯେ କେହି ବିଶ୍ୱାସ କରିବନି ଇଏ ସ୍ୱତନ୍ତ୍ର ୱାର୍ଡ। ସେ ପୁଣି ଡେଙ୍ଗୁ ରୋଗୀଙ୍କ ପାଇଁ। ପାଦଚଲା ରାସ୍ତା ପାଲଟିଛି ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସ୍ଥାନ। ସେଇଠି ସଫେଇ କର୍ମଚାରୀ ଅଳିଆ ସଫା କରୁଛନ୍ତି। ପାଖରେ ଡେଙ୍ଗୁ ଆକ୍ରାନ୍ତ ଶୋଇ ରହିଛନ୍ତି। ମଶାରି ନାହିଁ। ମଶାଙ୍କ ଦାଉରୁ ରକ୍ଷା ମିଳିବ ତାହାଲେ କେମିତି। ସଫେଇ ଗାଡ଼ିଠାରୁ ନେଇ ସବୁଠି ପ୍ରଚାର ହେଉଛି। ମାଳମାଳ ବିଜ୍ଞାପନ ବାହାରୁଛି। ହେଲେ କାମ ପୂରା ଓଲଟା। ମଶାରି ଟାଙ୍ଗି ଶୋଇବା ଲାଗି ସଚେତନତା ଏବେ କେବଳ ବିଜ୍ଞାପନରେ ସୀମିତ ରହିଛି। ଡେଙ୍ଗୁ ରୋଗୀଙ୍କ ପାଇଁ ରାଜଧାନୀ ଚିକିତ୍ସାଳୟ(କ୍ୟାପିଟାଲ ହସ୍ପିଟାଲ)ରେ ମଶାରି ନାହିଁ। ପଚାରିଲେ ନାହିଁ ତ ଆଣିବୁ କେଉଁଠୁ, ନ ହେଲେ ଏତେ ରୋଗୀଙ୍କୁ ଦେଇହେବ କେମିତି ବୋଲି ଓଲଟା ପ୍ରଶ୍ନ କରୁଛନ୍ତି କର୍ମଚାରୀଠାରୁ ଅଧିକାରୀ।

ଅନ୍ୟପକ୍ଷେ ଡେଙ୍ଗୁରୋଗୀଙ୍କୁ ଦେଖିବାକୁ ଆସୁଥିବା ଡାକ୍ତର କେବଳ ପରିଦର୍ଶନ କରିବା ଲାଗି ଆସୁଥିବାବେଳେ ଆଉ ଦେଖାମିଳୁନି। ହଠାତ୍‌‌ କିଛି ଅସୁବିଧା ହେଲେ ଶୁଣିବା ପାଇଁ କେହି ନାହିଁ। ଖବର ଯାଇ ପହଞ୍ଚିଲା ପରେ ଆସୁଛନ୍ତି। ପ୍ଲେଟ୍‌‌ଲେଟ୍‌‌ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇ ରହୁଛନ୍ତି ରୋଗୀଙ୍କ ସମ୍ପର୍କୀୟ। ତାହା ପୁଣି ଅନିଶ୍ଚିତତାରେ। କେତେବେଳେ ମିଳୁଛି ତ ଆଉ କେତେବେଳେ ନିରାଶ। ଏଭଳି ଅଭିଯୋଗ କରିଛନ୍ତି ରୋଗୀ ଓ ସେମାନଙ୍କ ସହିତ ଆସିଥିବା ସମ୍ପର୍କୀୟମାନେ। ରାଜଧାନୀର ବହୁ ଜାଗାରୁ ଡେଙ୍ଗୁ ଚିହ୍ନଟ ହୋଇ ଆସୁଛନ୍ତି ବହୁ ରୋଗୀ। ସେହିଭଳି ଅନ୍ୟ ଜିଲ୍ଲାରୁ ମଧ୍ୟ ରୋଗୀ ଚିକିତ୍ସା ହେବା ପାଇଁ ଆସୁଛନ୍ତି କ୍ୟାପିଟାଲ ହସ୍‌‌ପିଟାଲ। ତଳେ ଯେତିକି, ଉପରେ ସେତିକି ଆକ୍ରାନ୍ତଙ୍କ ଚାଲିଛି ଚିକିତ୍ସା। ସାଧାରଣ ରୋଗୀ ଓ ଡେଙ୍ଗୁରୋଗୀ ଗୋଟିଏ ୱାର୍ଡରେ ରହୁଥିବାର ଦେଖିବାକୁ ମିଳୁଛି। ରାଜଧାନୀରେ ହୁ ହୁ ହେଇ ବଢ଼଼ିଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ବାହାରୁଥିବାବେଳେ ପଛକୁ ପଛ ବାଲେଶ୍ୱର, ପୁରୀ, କଟକ ଓ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିବଢ଼଼ି ଚାଲିଛି। ସାରା ରାଜ୍ୟରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଛୁଇଁବାକୁ ବସିଲାଣି। ଡାକ୍ତରଖାନାରୁ ସୁସ୍ଥ ହେଇ ଯେତେ ରୋଗୀ ଘରକୁ ଫେରୁଛନ୍ତି ତା’ଠାରୁ ଅଧିକ ରୋଗୀ ଡେଙ୍ଗୁ ଚିହ୍ନଟ ହେଉଛନ୍ତି। ତେଣେ ରକ୍ତଭଣ୍ଡାରଠାରୁ ନେଇ ପରୀକ୍ଷା ଯାଏ ଲମ୍ବା ଧାଡ଼ିରୁ ମୁକୁଳି ପାରୁନାହାନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ।

ରାଜ୍ୟରେ ଡରାଇଲାଣି ଡେଙ୍ଗୁ: ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହେଲେଣି ୧୮୫ ଆକ୍ରାନ୍ତ
ଭୁବନେଶ୍ବର: ଡରାଇଲାଣି ଡେଙ୍ଗୁ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହେଲେଣି ଡେଙ୍ଗୁ ରୋଗୀ । ଏବର୍ଷ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିବାରେ ଆମେ ଜାଣିଛେ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ସଂଖ୍ୟା ଅଧିକ ରହିଥିବା ବେଳେ ପଜିଟିଭ ସଂଖ୍ୟା ବହୁତ କମ୍ ରହିଛି।  ମୋଟ୧୬ ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ୯୬ ଜଣ ପଜିଟିଭ ଓ ଯାଜପୁରରେ ୧୨ ଜଣ, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୧୧,୪୬୪ ଜଣ ଟେଷ୍ଟ କରାଯାଇଛି ସେଥିରୁ୧୮୫ ଜଣ ପଜିଟିଭ ଅଛନ୍ତି। ଗତବର୍ଷ ଏହି ସମୟରେ ୫୯୮୧ ଜଣଙ୍କୁ ଟେଷ୍ଟ କରାଯାଇଥିଲା ସେଥିରୁ ୩୫୩ ଜଣ ପଜିଟିଭ ବାହାରିଥିଲେ।  ଯାହା ଏବର୍ଷ ତୁଳନାରେ ବହୁତ କମ ଅଛି । ଏଡିସ ମଶା ସାଧାରଣତଃ ସକାଳ ଓ ସନ୍ଧ୍ୟା ସମୟରେ କାମୁଡନ୍ତି । ଶୋଇବା ଅବସ୍ଥାରେ ନୁହେଁ। ଏଡିସ ମଶା ମାନେ ସ୍ୱଚ୍ଛ ନିର୍ମଳ ପାଣିରେ ବଂଶ ବିସ୍ତାର କରନ୍ତି। ଆମକୁ ସେସବୁ ସଫା କରିବାକୁ ହେବ ଯେଉଁଥିରେ ସେମାନେ ବଂଶ ବିସ୍ତାର କରନ୍ତି, କୁଲର ,ଟିଣ,କୁଡୁଆ ଆଦି ଜିନିଷରେ ପାଣି ଜମିବାକୁ ଦେବା ନାହିଁ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ରାଜଧାନୀରେ ଅଗଷ୍ଟ ମାସ ଠାରୁ ସେପ୍ଟେମ୍ବରରେ ୨ ଗୁଣା ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ସମାନ୍ୟ ସୁଧାର ଆସିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି। ହେଲେ ଅଗଷ୍ଟକୁ ମାସକୁ ବଳିଯାଇଛି ସେପ୍ଟେମ୍ବର। ଅଗଷ୍ଟ ଠାରୁ ସେପ୍ଟେମ୍ବରରେ ରାଜଧାନୀର ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇଛି। ସେପ୍ଟେମ୍ବର ମାସରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୭୬୩ ଥିବା ବେଳେ ସେପ୍ଟେମ୍ବର ୨୮ସୁଦ୍ଧା ଏହି ସଂଖ୍ୟା ୧୨୪୯କୁ ବୃଦ୍ଧି ପାଇଛି। ଭୁବନେଶ୍ୱର ମହାନଗର ନିଗମରେ ମୋଟ ୨୩୦୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଗ୍ରାମଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୬ଶହରୁ ଅଧିକ। ଭୁବନେଶ୍ୱରରେ ନିଳାଦ୍ରୀବିହାର ଅଞ୍ଚଳରୁ ଅଦ୍ୟାବଧି ସର୍ବାଧିକ ୩୧୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୨୩୫, ଆଇଆରସି ଭିଲେଜରୁ ୨୧୩ ଓ ସାଲିଆସାହିରୁ ୧୮୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି।

ତେବେ ଗତ ୨୪ଘଣ୍ଟାରେ ମାତ୍ର ୨୪ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବିଏମସିର ସମୟୋଚିତ ପଦକ୍ଷେପ ଓ ଲୋକଙ୍କ ସହଯୋଗ ଯୋଗୁଁ ସ୍ଥିତିରେ ସୁଧାର ଆସିପାରିଛି। ପରିମଳ ବ୍ୟବସ୍ଥାରେ ସୁଧାର ସହିତ ରାଜଧାନିବାସୀଙ୍କ ସହଯୋଗ ଓ ସଚେତନତା ଜାରି ରହିଲେ ସ୍ଥିତିରେ ଆହୁରି ପରିବର୍ତ୍ତନ ରହିବ ବୋଲି ଆଶା ରଖିଛନ୍ତି ବିଏମସି କର୍ତ୍ତୃପକ୍ଷ।

ରାଜଧାନୀରେ ଡେଙ୍ଗୁ ଆତଙ୍କ: ସହରାଞ୍ଚଳରୁ ବସ୍ତିକୁ ବ୍ଯାପିଲା ଡେଙ୍ଗୁ, ସାଲିଆ ସାହିରେ ୧୦୦ପାର କାଲ ଆକ୍ରାନ୍ତଙ୍କ ସଂଖ୍ଯା
ଭୁବନେଶ୍ବର: ଡରାଇଲାଣି ଡେଙ୍ଗୁ। ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା।  ଡେଙ୍ଗୁ ପାଇଁ ହଟସ୍ପଟ ପାଲଟିଛି ଭୁବନେଶ୍ୱର। କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟାର ଘୋର ଅଭାବ ଦେଖା ଦେଇଛି। ଡେଙ୍ଗୁକୁ ନେଇ ଚିନ୍ତାଜନକ ସ୍ଥିତି ଥିବା ସ୍ୱୀକାର କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ।

୪୦ରୁ ଅଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିୟମିତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।  ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ୱାର୍ଡ ସଂଖ୍ୟା ବୃଦ୍ଧି କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ନିୟମିତ ଭାବେ ଦୈନିକ ପାଖାପାଖି ୧୦୦ଡେଙ୍ଗୁ ଚିହ୍ନଟ ହେଉଛନ୍ତି।  ସେଥି ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମରୁ ଚିହ୍ନଟ ହେଉଛନ୍ତି ଶତକଡା ୯୫ପ୍ରତିଶତ ରହିଛନ୍ତି।  ବର୍ତ୍ତମାନ ସହରାଞ୍ଚଳରୁ ବସ୍ତିକୁ ବ୍ୟାପିଛି ଡେଙ୍ଗୁ। ସାଲିଆ ସାହିରେ ୧୦୦ପାର ହୋଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ।

ଡେଙ୍ଗୁ ଆତଙ୍କ: ଖୋର୍ଦ୍ଧାରୁ ଚିହ୍ନଟ ହେଲେ ଆଉ ୪୦ ନୂଆ ଡେଙ୍ଗୁ ରୋଗୀ
ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ  ଆତଙ୍କ । ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି ୪୦ଜଣ ନୂଆ ଡେଙ୍ଗୁ ରୋଗୀ । ଏଥିସହ ଖୋର୍ଦ୍ଧା ଜିଲ୍ଲାର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୮୭କୁ ବୃଦ୍ଧି ହୋଇଛି। ନୂଆ ୪୦ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩୬ଜଣ ରହିଥିବା ବେଳେ  ଗ୍ରାମଞ୍ଚଳରୁ ନୂଆ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଭୁବନେଶ୍ୱର ମହାନଗର ନିଗମରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୨୩କୁ ବୃଦ୍ଧି ହୋଇଛି।

ଦେଶରେ ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ: ଓଡିଶା ସମେତ ୧୧ଟି ରାଜ୍ୟକୁ ସତର୍କ ରହିବା ଲାଗି କେନ୍ଦ୍ରର ପରାମର୍ଶ
ଭୁବନେଶ୍ୱର: ଦେଶରେ ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ । ଏଥିଲାଗି ସତର୍କ ରହିବା ଲାଗି ଓଡିଶା ସମେତ ୧୧ଟି ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ଅନ୍ୟ ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ ଓ ତେଲଙ୍ଗାନା । ଏହି ରୋଗର ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବା ସହ ଅନ୍ୟାନ୍ୟ ରୋଗ ପ୍ରତି ସତର୍କ ରହିବା ଲାଗି କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଏହି ୧୧ଟି ରାଜ୍ୟରେ ସେରୋଟାଇପ-୨ ଡେଙ୍ଗୁ ବ୍ୟାପୁଛି । ଅଧିକରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହେବା ସହ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଗୁଆ ନିରୂପଣ ବ୍ୟବସ୍ଥା, ଜ୍ବରର ମୁକାବିଲା ଲାଗି ହେଲ୍ପଲାଇନ, ଅଧିକ ଟେଷ୍ଟିଂ କିଟ୍ ରଖିବା, ଲାର୍ଭା ମାରିପାରୁଥିବା କୀଟନାଶକ ଓ ପର୍ୟ୍ୟାପ୍ତ ଔଷଧ ରଖିବା ଲାଗି ପରାମର୍ଶ ଦିଆଯାଇଛି । ଏହା ସହ ତୁରନ୍ତ ମୁକାବିଲା ପଦକ୍ଷେପ ନେବା ଲାଗି ରାପିଡ ରେସପନ୍ସ ଟିମ୍ ସଜାଗ ରଖିବା ଲାଗି କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହା ସହ ଲୋକମାନଙ୍କୁ ସଚେତନ କରିବା ଲାଗି ପରାମର୍ଶ ଦିଆଯାଇଛି । ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ପ୍ରମୁଖ ଶାସନ ସଚିବ, ପୌରନିଗମ, ଜିଲ୍ଲାପାଳ, ବରିଷ୍ଠ ଅଧିକାରୀମାନଙ୍କୁ ସତର୍କ ରହିବା ଲାଗି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ପରାମର୍ଶ ଦେଇଛନ୍ତି ।

ରୋଗ ଗୋଟିଏ ଉପଚାର ଅନେକ: ଜାଣନ୍ତୁ ଡେଙ୍ଗୁ ହେଲେ କିପରି କରିବେ ଉପଚାର
କରୋନା ପରେ ଏବେ ଡେଙ୍ଗୁ ଆଉ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏଡିସ୍‌ ମଶା ଯୋଗୁଁ ଡେଙ୍ଗୁ ବ୍ୟାପିଥାଏ। ଜ୍ବର, କମ୍ପ, ଗଣ୍ଠି ବିନ୍ଧା, ଆଖିରେ ଯନ୍ତ୍ରଣା, ଦେହରେ ଲାଲ୍‌ ରଙ୍ଗର ଦାଗ ଦେଖାଦେବା ଏବଂ ପ୍ରବଳ ମୁଣ୍ଡବିନ୍ଧା ଆଦି ଡେଙ୍ଗୁର ଲକ୍ଷଣ ହୋଇପାରେ। ତେଣୁ ପ୍ରଥମ ପର୍ଯ୍ୟାୟରେ ହିଁ ଯଥାଶୀଘ୍ର ଏ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ତିନୋଟି ଉପାୟରେ ଡେଙ୍ଗୁର ଉପଚାର ସମ୍ଭବ।

ଏଲୋପାଥି

ଔଷଧ ପୂର୍ବରୁ ପ୍ରଥମେ ଡେଙ୍ଗୁ ଦୂର କରିବାର ଉପାୟ ଆପଣାଇବା ଉଚିତ୍। ଶୋଇବା ସମୟରେ ମଶାରି ଟାଙ୍ଗିବା ଏବଂ ଘରର ଝରକାରେ ନେଟ୍ କପଡ଼ା ବ୍ୟବହାର କରିବା ଦ୍ବାରା ମଶା ଘରକୁ ଆସିପାରିନଥାନ୍ତି। ଏହା ସହିତ ଘରର ପରିବେଶକୁ ସଫା କରନ୍ତୁ। ଯଦି ଜ୍ବର ଅନୁଭବ ହେଉଛି, ତେବେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ରକ୍ତ ପରୀକ୍ଷା କରାଇ ନେବା ଅତ୍ୟନ୍ତ ଜରୁରୀ। ଔଷଧ ସେବନ ଦ୍ବାରା ଡେଙ୍ଗୁ ଜ୍ବର ଏକ ସପ୍ତାହ ମଧ୍ୟରେ ଠିକ୍ ହୋଇଯାଏ। ପାରାସିଟାମଲ୍ ଔଷଧ ଏବଂ ଆବଶ୍ୟକସ୍ଥଳେ ପ୍ଲେଟ୍‌ଲେଟ୍‌ ଥେରାପି ଦିଆଯାଏ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ।

ହୋମିଓପାଥି

ଡେଙ୍ଗୁ ଜ୍ବର ପାଇଁ ହୋମିଓପାଥିକ୍‌ରେ ଅନେକ ଔଷଧ ରହିଛି। ଜ୍ବରର ପ୍ରଥମ ପର୍ଯ୍ୟାୟରେ ହିଁ ଏହି ଔଷଧ ଦିଆଗଲେ ଅଧିକ ଫଳପ୍ରଦ ହୋଇଥାଏ। ସମ୍ପୂର୍ଣ୍ଣ ବେଡ୍ ରେଷ୍ଟ୍ ସହିତ ପ୍ରଚୁର ପାଣି ପିଇବା ପାଇଁ ପରାମର୍ଶ କରାଯାଏ। ଜ୍ବର ଓ ଶରୀର ଦରଜ ଦୂର କରିବା ପାଇଁ ଇୟୁପାଟୋରିୟମ୍ ପେର୍ଫୋଲିଆଟମ୍ ୨୦୦, ଡଲ୍‌କାମେରା ୨୦୦ ନାମକ ଔଷଧ ଦିନକୁ ୩ ଥର ୪ରୁ ୫ ଦିନ ପର୍ଯ୍ୟନ୍ତ ଦିଆଯାଏ। କିନ୍ତୁ ଏସବୁ ଔଷଧ ରୋଗୀର ଜ୍ବର ଲକ୍ଷଣକୁ ଦେଖି ଦିଆଯାଇଥାଏ। ତେଣୁ ଡାକ୍ତରଙ୍କ ପାଖରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ହିଁ ଔଷଧ ଗ୍ରହଣ କରିବା ବିଧେୟ।

ଆୟୁର୍ବେଦ

ଡେଙ୍ଗୁର ଆୟୁର୍ବେଦ ଉପଚାର ପାଇଁ ଅମୃତଭଣ୍ଡା ପତ୍ର ରସ ୨ ଚାମଚ,୧ ଚାମଚ ମହୁ ସହିତ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ତିନିଦିନ ସେବନ। ଆଉ ଏକ ଉପଚାର ହେଉଛି – ଗୁଡ଼ୁଚି ରସ ୨ ଚାମଚ, ଅଦା ରସ ୧ ଚାମଚ, ଗଙ୍ଗଶିଉଳି ପତ୍ର ରସ ୧ ଚାମଚ ଓ ମହୁ ଏକ ଚାମଚ ମିଶାଇ ଦିନକୁ ୨ ଥର ଖାଲି ପେଟରେ ଖାଆନ୍ତୁ। ଆଉ କିଛି ଔଷଧ ହେଉଛି – ବିଷମ ଜ୍ବରାନ୍ତକ ଲୌହ, ଗୁଡ଼ୁଚି ସତ୍ବ, ଅମୃତାରିଷ୍ଟ ଆଦି। କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ଏସବୁ ଔଷଧ ସେବନ କରନ୍ତୁ। କାରଣ ଯଦି କୌଣସି ବ୍ୟକ୍ତିଠାରେ ଅନ୍ୟ କୌଣସି ରୋଗ ଥାଏ, ତେବେ ଔଷଧର ପ୍ରଭାବ ପ୍ରତିକୂଳ ହେବ। ଏହା ସହିତ ଘରେ ଗୁଗୁଳ ଧୂପ ଦିଅନ୍ତି।